web page for every book School , College , Engineering .

Saturday, November 9, 2024

Tiki Tiki Question Answer | Mehersir

Mehersir.in Class 4 odia Book chapter 1 question answer Class 4 Chapter 1 Tiki Tiki(ଟିକି ଟିକି) Question Answer Odia Medium , Tiki tiki odia poem class 4 question answer , class 4 sahitya chapter 1 question and answer  , class 4 sahitya tikitiki question answer odia , 4th Class Odia Book question answer PDF , Class 4 tiki tiki question answer pdf download, Class 4 tiki tiki question answer pdf, Class 4 tiki tiki question answer english, Class 4 tiki tiki question answer mcq, Class 4 tiki tiki question answer chapter 1, Sahitya kalika class 4 question answer, Class 4 odia book chapter 2 question answer.




Chapter 1 Tiki Tiki Question Answer 


ପାଠ୍ୟପୁସ୍ତକ ଅନ୍ତର୍ଗତ ଅଭ୍ୟାସ ପ୍ରଶ୍ନୋତ୍ତର

୧। ଆସ କଥାବାର୍ତ୍ତା ହେବା :

(କ) ସମୁଦ୍ର କିପରି ସୃଷ୍ଟି ହୋଇଛି ବୋଲି କବି କହିଛନ୍ତି ?
ଉ : ଟିକିଟିକି ଟୋପା ପାଣିରେ ସମୁଦ୍ର ସୃଷ୍ଟି ହୋଇଛି ବୋଲି କବି କହିଛନ୍ତି ।

(ଖ) ପାହାଡ଼, ପଡ଼ିଆ, ନଗର ସବୁ ଧୂଳିରେ ଗଢ଼ା ହୋଇଛି ବୋଲି କବି କାହିଁକି କହିଛନ୍ତି ?
ଉ : ପାହାଡ଼, ପଡ଼ିଆ, ନଗର ସବୁ ବାହାର ରୂପରେ ବଡ଼ ଦେଖାଯାଉଥିଲେ ମଧ୍ୟ ଏସବୁ ଛୋଟ ଛୋଟ ଧୂଳି କଣାର ମିଳିତ ରୂପ  ତେଣୁ ଏସବୁ ଧୂଳିରେ ଗଢ଼ା ହୋଇଛି ବୋଲି କବି କହିଛନ୍ତି ।

(ଗ) ଜଙ୍ଗଲ କିପରି ଲୋକମାନଙ୍କର ଉପକାର କରୁଛି ?
ଉ : ଜଙ୍ଗଲ କାଠ, ପତ୍ର, ଫଳ, ଫୁଲ ଓ ଛାଇ ଇତ୍ୟାଦି ଧନ ଦାନ କରି ଲୋକମାନଙ୍କର ଉପକାର କରୁଛି । 

(ଘ) ‘ତୋଫା କରନ୍ତି କ୍ଷିତି’ ପଦଟିର ଅର୍ଥ କ’ଣ ?
ଉ : ‘ତୋଫା କରନ୍ତି କ୍ଷିତି’ ପଦଟିର ଅର୍ଥ ହେଉଛି, ରାତିରେ ଆକାଶରେ ଫୁଟି ଉଠିଥ‌ିବା କୋଟି କୋଟି ସଂଖ୍ୟାର ତାରା ସେମାନଙ୍କର ଆଲୋକରେ ସାରା ଧରଣୀକୁ ଆଲୋକିତ କରନ୍ତି ।

(ଙ) ଦୟାମୟଙ୍କ ଚର କହିଲେ କ’ଣ ବୁଝାଯାଏ ?
ଉ : ଦୟାମୟଙ୍କର ଚର କହିଲେ ଈଶ୍ବରଙ୍କର ଦୂତ । ଅର୍ଥାତ୍ ଭଗବାନଙ୍କର ଜଗତର ମଙ୍ଗଳ କରିବାର ସମସ୍ତ ଗୁଣ ଯେଉଁ ମଣିଷ ପାଖରେ ରହିଥାଏ ।

(ଚ) କ’ଣ କଲେ ଆମର ଜୀବନ ସାର୍ଥକ ହେବ ?
ଉ : ଆମେ ଯଦି ଛୋଟ ଛୋଟ କାର୍ଯ୍ୟକୁ ମଧ୍ୟ ସଫଳତାର ସହିତ କରିପାରିବା, ତେବେ ଆମର ଜୀବନ ସାର୍ଥକ ହେବ ।

୨ । ଯେମିତି ‘ଟିକିଟିକି ଧୂଳିକଣା’, ସେହିପରି ଟିକିଟିକି ଲଗାଇ ଆଉ କେତୋଟି ପଦ ଲେଖ ।

ଉ : ଟିକିଟିକି ଟୋପା ପାଣି

ଟିକିଟିକି କୋଟି ତାରକା

ଟିକିଟିକି କାର୍ଯ୍ୟ

ଟିକିଟିକି ଫୁଲ

ଟିକିଟିକି ପକ୍ଷୀ


୩ । ତଳେ ୪ଟି ଶବ୍ଦ ଲେଖା ହୋଇଛି । ପ୍ରତି ଶବ୍ଦ ତଳେ ଦୁଇଟି ଲେଖାଏଁ ଏପରି ଶବ୍ଦ ଲେଖୁବା, ଯେପରି ତଳକୁ ତଳ ଥିବା ଶବ୍ଦଗୁଡ଼ିକ ଏକାଭଳି ଶୁଭୁଥ‌ିବ ।


ଯେପରି

ସିନ୍ଧୁ - ଇନ୍ଦୁ

ଧରା - ଖରା - ତରା

ଧନ - ଜନ - ବନ

ନର - ଚର - ପର


୪ । ଆସ ବଳ ଶବ୍ଦଗୁଡ଼ିକର ଅର୍ଥ ଅଭିଧାନରୁ ବାହାର କରିବା 

ଉ : ଧରା – ଧରଣୀ

ସୁଗତି – ଉତ୍ତରଫଳ

କ୍ଷିତି – ଧରଣୀ

ବିନାଶି – ନାଶକରି

ତୋଫା – ଉଜ୍ଜ୍ଵଳ 

ମର୍ତ୍ତ୍ୟ – ମର୍ତ୍ତ୍ୟପୁର, ପୃଥ‌ିବୀ


୫ । କବିତାର କିଛି ଅଂଶ ଛାଡ଼ି ଦିଆଯାଇଛି । ଆସ ସେହି ଅଂଶକୁ ମନେପକାଇ ଶୂନ୍ୟସ୍ଥାନ ପୂରଣ କରିବା ।

(କ) ଟିକିଟିକି ଧୂଳି କଣିକା ମିଶି ହୋଇଛି ଧରା, 

ପାହାଡ଼, ପଡ଼ିଆ, ନଗର ସବୁ ଧୂଳିରେ ଗଢ଼ା ।

(ଖ) ଲବେ ଲବେ ଦୟା ହୃଦୟୁ ଦେଇପାରେ ଯେ ନର,

 ସେ ଏକା ବୋଲାଏ ଜଗତେ ଦୟାମୟଙ୍କ ଚର ।


୬ । ଗୋଟି ଗୋଟି କେତେ ଗଛରେ ପରା ତିଆରି ବନ 

ଏତେ ଲୋକହିତ ସାଧୁଛି ଏତେ ବାଣ୍ଟୁଛି ଧନ 

ଉପରେ ଲେଖାଥ‌ିବା ପଦର ଅର୍ଥ ପାଞ୍ଚଟି ବାକ୍ୟରେ ଲେଖବା ।

ଉ : (୧) ଗୋଟିଏ ଗୋଟିଏ ଗଛ ମିଶି ବଣ ସୃଷ୍ଟି ହୁଏ ।

(୨) ବଣରେ ଗୋଟିଏ ଗୋଟିଏ କରି କେତେ ଜାତିର ଗଛ ଥାଏ ।

(୩) ଗଛଗୁଡ଼ିକ ଲୋକମାନଙ୍କ ଉପକାର ପାଇଁ କାଠ, ପତ୍ର, ଫୁଲ, ଫଳ ଓ ଛାଇ ଆଦି ଦାନ କରନ୍ତି ।

(୪) ଗଛଗୁଡ଼ିକର ଏହି ଦାନ ଲୋକହିତରେ ଲାଗେ ।

(୫) ଲୋକହି ପାଇଁ ଗଛଗୁଡ଼ିକର ଏହି ଧଳ ବିତରଣ ଅତୁଳନୀୟ ।


୭। ପଠିତ କବିତାରେ ଯେଉଁ ପଦଗୁଡ଼ିକରେ ମଣିଷର କିଛି ଭଲଗୁଣ କଥା କୁହାଯାଇଛି ସେହି ପଦଗୁଡ଼ିକ ଆବୃତି କରିବା ।

ଉ :(କ) ଲବେ ଲବେ ଦୟା ହୃଦୟୁ  ଦେଇପାରେ ଯେ ନର,

ସେ ଏକା ବୋଲାଏ ଜଗତେ ଦୟାମୟଙ୍କ ଚର ।


(ଖ) ପର୍ଶୁ ପଦକଥା ମଧୁର ଯେହୁ  ଭାସଇ ମୁଖେ,

ପରକୁ ଆପଣା କରି ସେ ବାନ୍ଧି ପାରଇ ସୁଖେ


(ଗ) ଟିକି ଟିକି କାର୍ଯ୍ୟ ସୁଗତି

ଯେବେ ଦେଖାଇ ପାର,

ତେବେ ସିନା ମର୍ତ୍ତ୍ୟ ପିଲାଏ ଜନ୍ମ କରିବ ସାର !


୮ । ‘ଯେମିତି ସିନ୍ଧୁ’ର ଅର୍ଥ ବୁଝାଉଥବା ଆଉ କେତୋଟି ଶବ୍ଦ ହେଉଛି ସାଗର, ସମୁଦ୍ର, ପାରାବାର । ସେହିପରି ତଳ ଶବ୍ଦଗୁଡ଼ିକର ଅର୍ଥ ବୁଝାଉଥବା ଆଉ କେତୋଟି ଶବ୍ଦ ଲେଖୁବା ।


ଉ : ଧରା : ପୃଥ‌ିବୀ, ଧରଣୀ, କ୍ଷିତି, ଧରିତ୍ରୀ, ରସା

ବନ : ବଣ, ଅରଣ୍ୟ, ବିପିନ, ବନାନୀ, ଜଙ୍ଗଲ

ନର : ମନୁଷ୍ୟ, ମଣିଷ, ମାନବ ।


QA ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର


୧ । ଆସ କଥାବାର୍ତ୍ତା ହେବା :

(କ) କ’ଣ ଆଖିକି  ଦିଶୁ ନାହିଁ ?

2 : ଟିକିଟିକି ପାଣି ଟୋପାରେ ଗଢ଼ା ହୋଇଥିବା ସିନ୍ଧୁର ଅସଂଖ୍ୟ ପାଣିବିନ୍ଦୁ ଆଖିକି ଦିଶୁନାହିଁ । 


(ଖ) ଧରଣୀ କ’ଣ ମିଶି ସୃଷ୍ଟି ହୋଇଛି ?

ଉ : ଟିକି ଟିକି ଧୂଳିକଣିକା ମିଶି ଧରଣୀ ସୃଷ୍ଟି ହୋଇଛି ।


(ଗ) ବନ କିପରି ତିଆରି ହୋଇଛି ?

ଉ : ଗୋଟି ଗୋଟି ହୋଇ କେତେଗୁଡ଼ିଏ ଗଛ ମିଶି ବନ ତିଆରି ହୋଇଛି ।


ଘ) କିଏ ଲୋକହିତ ସାଧୁଛି ବୋଲି କବି କହିଛନ୍ତି ? 

ଉ : ବନ ଲୋକହିତ ସାଧୁଛି ବୋଲି କବି କହିଛନ୍ତି । 

(‍) କିଏ ରାତିର ଅନ୍ଧାର ବିନାଶ କରନ୍ତି ?

ଉ : ଆକାଶରେ ଫୁଟିଉଠିଥିବା ଟିକିଟିକି କୋଟି କୋଟି ତାରକା ରାତିର ଅନ୍ଧାର ବିନାଶ କରନ୍ତି ।

(ଚ) କିଏ ପରକୁ ଆପଣାର କରିପାରେ ?

ଉ : ଯେଉଁ ମଣିଷ ତା’ର ପ୍ରତି କଥାକୁ ମଧୁର ଭାବରେ କହେ ସେ ପରକୁ ଆପଣାର କରିପାରେ ।


୨ । ଯେମିତି ‘ଗୋଟି ଗୋଟି କେତେ ଗଛ’, ସେହିପରି ଗୋଟି ଗୋଟି ଲଗାଇ ଆଉ କେତୋଟି ପଦ ଲେଖ ।

ଉ : ଗୋଟି ଗୋଟି ପଇସା, ଗୋଟି ଗୋଟି ମଣିଷ, ଗୋଟି ଗୋଟି ତାରା, ଗୋଟି ଗୋଟି ଫୁଲ, ଗୋଟି ଗୋଟି ଫଳ ।


୩ । ବିନ୍ଦୁ ଓ ଇନ୍ଦୁ ପରି ଏକାଭଳି ଶୁଭୁଥୁବା ଆଉ କେତୋଟି ଶବ୍ଦ ତଳେ ଦିଆଯାଇଥିବା ଶବ୍ଦ ସହିତ ମିଳାଇ ଲେଖ ।

ଗଢ଼ା ଉ : ପଢ଼ା

ଧରା ଖରା

ନିତି କ୍ଷିତି

ଚର ନର

ପାର ସାର


୪ । ଆସ ତଳଶବ୍ଦଗୁଡ଼ିକର ଅର୍ଥ ଅଭିଧାନରୁ ବାହାର କରିବା–

ଲବେ– ଟିକିଏ

ଭାଷଇ– କହଇ 

ମୁଖେ– ମୁହଁରେ

ଉ : ଗଗନେ – ଆକାଶରେ 

ମଧୁର – ମିଠା

ସାର – ଶ୍ରେଷ୍ଠ


୫। ପଠିତ କବିତାଂଶରୁ ଶୂନ୍ୟସ୍ଥାନ ପୂରଣ କର ।

(କ) ଗୋଟି ଗୋଟି--------------ପରା ତିଆରି ବନ

ଉ : କେତେ ଗଛରେ

ଏତେ ଲୋକହିତ ସାଧୁଛି ~~~~ ।

ଉ : ଏତେ ବାଣ୍ଟୁଛି ଧନ

୬ । ଯେମିତି ‘ଧରା’ର ଅର୍ଥ ବୁଝାଉଥବା ଆଉ କେତୋଟି ଅର୍ଥ ହେଉଛି ଧରଣୀ, ପୃଥ‌ିବୀ, ଅବନୀ; ସେହିଭଳି ତଳ ଅର୍ଥ ବୁଝାଇଥବା ଆଉ କେତୋଟି ଶବ୍ଦ ଲେଖ ।

ଗଗନ – ଆକାଶ, ନଭ, ଅମ୍ବର 

ପାହାଡ଼ -ଭୂଧର, ଅଚଳ, ମହୀଧର 

ଅନ୍ଧାର – ତମିସ୍ରା, ଅନ୍ଧକାର, ତିମିର 

ଗଛ – ବୃକ୍ଷ, ତରୁ, ପାଦପ


୭। ପଠିତ କବିତାରେ ଯେଉଁ ପଦରେ ସମୁଦ୍ର କଥା କୁହାଯାଇଛି ସେହି ପଦଟି ଲେଖ ।

ଉ : ଟିକିଟିକି ଟୋପା ପାଣିରେ ଗଢ଼ା ହୋଇଛି ସିନ୍ଧୁ,

ଦିଶୁନାହିଁ ସିନା ଆଖୁକି ତା’ର ଅସଂଖ୍ୟ ବିନ୍ଦୁ ।





Tiki Tiki Question Answer | Mehersir

No comments:

Post a Comment

Comments