ସେମାନେ ଆମ ଭାଇ ଭଉଣୀ ପ୍ରଶ୍ନ ଓ ଉତ୍ତର Class 4 Odia chapter 8 semane amo Bhai bhauni question answer | Semane ama bhai bhauni question answer | Class 4 Chapter 8 Semane Ama Bhai Bhaunee ( ସେମାନେ ଆମ ଭାଇଭଉଣୀ ) Question Answer Odia Medium | semane ama bhai bhauni class 4 ch 8 question answer ସେମାନେ ଆମ ଭାଇଭଉଣୀ ଅଭ୍ୟାସ ପ୍ରଶ୍ନ ଉତ୍ତର ଶ୍ରେଣୀ ୪ | Semane ama bhai bhauni question answer | Rajbooks.
ସେମାନେ ଆମ ଭାଇ ଭଉଣୀ ପ୍ରଶ୍ନ ଓ ଉତ୍ତର | Semane ama bhai bhauni question answer
ପାଠ୍ୟପୁସ୍ତକ ଅନ୍ତର୍ଗତ ଅଭ୍ୟାସ ପ୍ରଶ୍ନୋତ୍ତର
୧ । ଆସ କଥାବାର୍ତ୍ତା ହେବା :
(କ) ‘ପାହାଡ଼ଗୁଡ଼ିକ ହାତ ଧରାଧରି ହୋଇ ଛିଡ଼ା ହୋଇଛନ୍ତି ।’ ଏଠାରେ ‘ହାତ ଧରାଧରି’ର ଅର୍ଥ କ’ଣ ?
ଉ : ଏଠାରେ ‘ହାତ ଧରାଧରି’ର ଅର୍ଥ ହେଉଛି ପାହାଡ଼ଗୁଡ଼ିକ ପରସ୍ପର ସହିତ ଲଗାଲଗି ହୋଇ ଏକତା ମେଳ କରି ଠିଆ ହୋଇଛନ୍ତି ।
(ଖ) କେଉଁମାନଙ୍କୁ ‘ରେମୋ’ ବୋଲି କୁହାଯାଏ ?
ଉ : ବଣ୍ଡା ଭାଷାରେ ମଣିଷମାନଙ୍କୁ ‘ରେମୋ’ ବୋଲି କୁହାଯାଏ ।
(ଗ) ବଣ୍ଡା ଲୋକମାନେ ଓଡ଼ିଶାର କେଉଁ ଜିଲ୍ଲାରେ ବାସ କରନ୍ତି ?
ଉ : ବଣ୍ଡା ଲୋକମାନେ ଓଡ଼ିଶାର ମାଲ୍କାନ୍ଗିରି ଜିଲ୍ଲାରେ ବାସ କରନ୍ତି ।
(ଘ) ମାଲ୍କାନ୍ଗିରି ଜଙ୍ଗଲରେ କି କି ଗଛ ଦେଖାଯାଏ ?
ଉ : ମାଲ୍କାନ୍ଗିରି ଜଙ୍ଗଲରେ ଶାଳ, ପିଆଶାଳ, ଶିଶୁ, ସାଗୁଆନ, ଅର୍ଜୁନ, ସୁମରି, ଚନ୍ଦନ, କଇଁଆ, ଆମ୍ବ, ପଣସ, କଇଥ ଇତ୍ୟାଦି ଗଛ ଦେଖାଯାଏ ।
(ଙ) ବଣ୍ଡା ଲୋକଙ୍କର ଘରଗୁଡ଼ିକ କିପରି ?
ଉ : ବଣ୍ଡା ଲୋକଙ୍କର ଘରଗୁଡ଼ିକ ଝାଟିମାଟିରେ ତିଆରି ଏବଂ ସେଗୁଡ଼ିକ ପିରିଘାସରେ ଛପର ହୋଇଥାଏ ।
(ଚ) ବଣ୍ଡାମାନେ କେଉଁ କେଉଁ ପରବ ପାଳନ୍ତି ?
ଉ : ବଣ୍ଡାମାନେ ଦଶରା ପରବ, ଦିଆଲି ପରବ, ପୁଷ ପରବ, ମାଘ ପରବ ଓ ଚଇତି ପରବ ଇତ୍ୟାଦି ପାଳନ କରନ୍ତି ।
(ଛ) ଏ ବିଷୟଟି କିଏ ଲେଖୁଛନ୍ତି ?
ଉ : ଏ ବିଷୟଟି ଡଃ ପ୍ରତିଭା ରାୟ ଲେଖୁଛନ୍ତି ।
୫୨ । ବିଷୟଟିକୁ ପଢ଼ି ଉତ୍ତର ଲେଖୁବା ।
(କ) ‘ବଣ୍ଡା ପାହାଡ଼’ରେ ପାହାଡ଼ଗୁଡ଼ିକ କିପରି ଛିଡ଼ା ହୋଇଥିବା ଭଳି ଦିଶନ୍ତି ?
ଉ : ‘ବଣ୍ଡା ପାହାଡ଼’ରେ ପାହାଡ଼ଗୁଡ଼ିକ କୁଞ୍ଚୁକୁଞ୍ଚିଆ ହୋଇ ହାତ ଧରାଧରି ହୋଇ,କାନ୍ଧକୁ କାନ୍ଧ ମିଳାଇ ଠିଆହେଲାଭଳି ଦିଶନ୍ତି |
(ଖ) ସେମାନଙ୍କୁ ଆମେ ଆମର ଭାଇଭଉଣୀ ବୋଲି କାହିଁକି କହିବା ?
ଉ : ଆମେ ଯେଭଳି ମଣିଷ, ବଣ୍ଡାମାନେ ପାହାଡ଼ ଉପରେ ବସବାସ କରୁଥିଲେ ମଧ୍ୟ ଠିକ୍ ଆମରି ଭଳି ମଣିଷ । କେବଳ ସେମାନଙ୍କର ଚାଲିଚଳଣି, ପୂଜା ପରବ ଓ ବାହାବ୍ରତ ଇତ୍ୟାଦି ଭିନ୍ନ ପ୍ରକାରର । ସେମାନେ ଆମରି ଓଡ଼ିଶା ପ୍ରଦେଶର ମାଲ୍କାନ୍ଗିରି ଜିଲ୍ଲାର ବଣ୍ଡା ପାହାଡ଼ରେ ବାସ କରୁଥିବାରୁ ସେମାନଙ୍କୁ ଆମେ ଆମର ଭାଇଭଉଣୀ ବୋଲି କହିବା ।
ଖ) ସେମାନଙ୍କୁ ଆମେ ଆମର ଭାଇଭଉଣୀ ବୋଲି କାହିଁକି କହିବା ?
ଉ : ଆମେ ଯେଭଳି ମଣିଷ, ବଣ୍ଡାମାନେ ପାହାଡ଼ ଉପରେ ବସବାସ କରୁଥିଲେ ମଧ୍ୟ ଠିକ୍ ଆମରି ଭଳି ମଣିଷ । କେବଳ ସେମାନଙ୍କର ଚାଲିଚଳଣି, ପୂଜା ପରବ ଓ ବାହାବ୍ରତ ଇତ୍ୟାଦି ଭିନ୍ନ ପ୍ରକାରର । ସେମାନେ ଆମରି ଓଡ଼ିଶା ପ୍ରଦେଶର ମାଲ୍କାନ୍ଗିରି ଜିଲ୍ଲାର ବଣ୍ଡା ପାହାଡ଼ରେ ବାସ କରୁଥିବାରୁ ସେମାନଙ୍କୁ ଆମେ ଆମର ଭାଇଭଉଣୀ ବୋଲି କହିବା ।
(ଗ) ‘‘ସେଠାକୁ ଗଲେ ଆଉ ଫେରିବାକୁ ଇଚ୍ଛା ହେବ ନାହିଁ? କାହିଁକି ?
ଉ: ବଣ୍ଡା ଭାଇଭଉଣୀମାନେ ଭାରି ସରଳ ଓ ସ୍ନେହୀ । ସେମାନେ ମିଛ କହନ୍ତି ନାହିଁ । ପର ଜିନିଷରେ ଲୋଭ କରନ୍ତି ନାହିଁ । ସେମାନଙ୍କ ସାଙ୍ଗରେ ମିଶିପାରିଲେ ସେମାନେ ‘ମଇତର’ ଡାକନ୍ତି । ଖାଇବା ପାଇଁ ବଣର ଫଳମୂଳ ଦିଅନ୍ତି । ତେଣୁ ସେଠାକୁ ଗଲେ ଆଉ ଫେରିବାକୁ ଇଚ୍ଛା ହେବ ନାହିଁ ।
(ଘ) ବଣ୍ଡା ସ୍ତ୍ରୀଲୋକମାନେ ଖୁବ୍ ପରିଶ୍ରମୀ ବୋଲି କିପରି ଜଣାପଡ଼େ ?
ଉ : ବଣ୍ଡା ସ୍ତ୍ରୀଲୋକମାନେ ଖୁବ୍ ଭୋର୍ରୁ କାମକୁ ବାହାରି ଯାଆନ୍ତି । ସେମାନେ ଗାଈ, ଗୋରୁ, ଛେଳି, କୁକୁଡ଼ା, ଘୁଷୁରି ପାଳନ୍ତି । ଧାନ, ମାଣ୍ଡିଆ, କାଙ୍ଗୁ, ଅଳସୀ ଇତ୍ୟାଦି ଫସଲ ଚାଷ କରନ୍ତି । ତେଣୁ ସେମାନେ ପରିଶ୍ରମୀ ବୋଲି ଜଣାପଡ଼େ ।
() ସେମାନେ ଠାକୁରାଣୀଙ୍କୁ ପୂଜା କଲାବେଳେ କ’ଣ କହିଥାଆନ୍ତି ?
ଉ : ବଣ୍ଡା ଲୋକମାନେ ଠାକୁରାଣୀଙ୍କୁ ମାନନ୍ତି । ସେମାନେ ନିଜ ପାଇଁ କେବେ କିଛି ମାଗନ୍ତି ନାହିଁ । ସେମାନେ ଠାକୁରାଣୀଙ୍କୁ ପୂଜା କଲାବେଳେ କହନ୍ତି— ‘ମା, ଆମ ଗାଁରୁ ବାଘ, ଭାଲୁ, ସାପ, ରୋଗ ଦୂରେଇ ଯାଉ । ବାପା, ମାଆ, ପିଲାଛୁଆ, ଗାଈଗୋରୁ, କୁକୁଡ଼ା, ଛେଳି, ଘୁଷୁରି ସମସ୍ତେ ଭଲରେ ରହନ୍ତୁ । କେହି କଳିଗୋଳ ନକରୁ । ସମସ୍ତେ ମିଳିମିଶି ଖୁସିରେ ଥାଆନ୍ତୁ ।’’
୧୦ | ବଣ୍ଡା ଭାଇଭଉଣୀମାନଙ୍କ କେଉଁ ଗୁଣଗୁଡ଼ିକ ଆମକୁ ଭଲ ଲାଗିଲା, ତାହା ତଳେ ୫ଟି ବାକ୍ୟରେ ଲେଖୁବା ।
ଉ: ବଣ୍ଡା ଭାଇ ଭଉଣୀମାନଙ୍କର ସରଳ ଗୁଣ ଏବଂ ସ୍ନେହଭାବ ଆମକୁ ଭଲ ଲାଗିଲା । ସେମାନେ ମିଛ କହନ୍ତି ନାହିଁ– ଏହା ଅଳ ଏକ ଭଲଗୁଣ । ସେମାନେ ଅନ୍ୟର ଜିନିଷରେ ଲୋଭ ରଖନ୍ତି– ଏହା ଆଉ ଏକ ଭଲଗୁଣ । ସେମାନେ ଗାଁର ସମସ୍ତଙ୍କର ସୁଖପାଇଁ ଠାକୁରାଣୀଙ୍କୁ ପୂଜା କରିବା ମଧ୍ୟ ଆମକୁ ଭଲ ଲାଗିଲା । ଗାଁର କଳିଗୋଳ ଭଲମନ୍ଦ ନିଜ ନିଜ ଭିତରେ ସମାଧାନ କରିବା ଭଳି ଭଲଗୁଣ ମଧ୍ଯ ଭଲ ଲାଗିଲା ।
ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
୧। ଆସ କଥାବାର୍ତ୍ତା ହେବା ।
(କ) ଆକାଶକୁ ମୁଣ୍ଡଟେକି ପାଚିରୀ ପରି କିଏ ଠିଆହେବା କଥା ଲେଖୁ ଲେଖୁଛନ୍ତି ?
ଉ : ଆକାଶକୁ ମୁଣ୍ଡଟେକି ପାଚିରୀପରି ଉଚ୍ଚା ଉଚ୍ଚା ପାହାଡ଼ ଠିଆ ହେବାକଥା ଲେଖୁକା ଲେଖୁଛନ୍ତି ।
(ଖ) ବଣ୍ଡା ସ୍ତ୍ରୀଲୋକମାନେ ବେକରେ କ’ଣ ଝୁଲାଇଥାଆନ୍ତି ?
ଉ : ବଣ୍ଡା ସ୍ତ୍ରୀଲୋକମାନେ ବେକରେ କେତେ ପ୍ରକାର ମାଳି ଝୁଲାଇଥା’ନ୍ତି ।
(ଗ) ବଣ ରାଇଜର ଅପୂର୍ବ ଶୋଭା ଦେଖୁଲେ କ’ଣ ହେବ ?
ଉ : ବଣ ରାଇଜର ଅପୂର୍ବ ଶୋଭା ଦେଖିଲେ ମନରୁ ଭୟ କେଉଁଆଡ଼େ ଉଭେଇଯିବ ।
(ଘ) ବଣ୍ଡା ଗାଁଗୁଡ଼ିକ କିପରି ?
ଉ : ବଣ୍ଡା ଗାଁଗୁଡ଼ିକ ଛୋଟ ଛୋଟ ।
(ଙ) ସରକାର କେଉଁମାନଙ୍କ ପାଇଁ ବ୍ୟବସ୍ଥା କଲେଣି ?
ଉ : ସରକାର ବଣ୍ଡାମାନଙ୍କ ପାଇଁ ବ୍ୟବସ୍ଥା କଲେଣି ।
୨ । ଆସ ଏହି ଶବ୍ଦଗୁଡ଼ିକର ଅର୍ଥ ଅଭିଧାନରୁ ଖୋଜିବା ।
ସ୍ନେହୀ – ଯେଉଁମାନେ ସ୍ନେହ କରନ୍ତି ।
ମଇତର – ମଇତ୍ର, ବନ୍ଧୁ, ସଙ୍ଗୀତ
ସୁର – ଗୀତର ସ୍ବର
ନିଶାପ – ଗାଁର ଭଲମନ୍ଦ କଳିଗୋଳର ବିଚାର
ଆଗ୍ରହ – ଇଚ୍ଛା ।
୩ । ସମାନ ଭାବରେ ଉଚ୍ଚାରିତ ହେଉଥିବା ଏହି ଶବ୍ଦଗୁଡ଼ିକର ଭିନ୍ନ ଅର୍ଥ ଲେଖୁବା ଆସ ।
ମାଳି – ବେକରେ ପିନ୍ଧା ଯାଉଥିବା ମାଳି
ମାଳୀ – ଜାତିବିଶେଷ । ଏମାନଙ୍କର ଫୁଲମାଳ ବ୍ୟବସାୟ । ଯିବ – ଯିବା କ୍ରିୟା
ଜୀବ – ପ୍ରାଣୀ
ଦିନ – ଦିବସ
ଦୀନ – ଦରିଦ୍ର
ସାପ – ସର୍ପ, ବିଷାକ୍ତ ଜନ୍ତୁବିଶେଷ
ଶାପ – ଅଭିଶାପ ।
୪। ‘ସତ’ର ବିପରୀତ ‘ମିଛ’ । ଆସ ସେହିଭଳି ତଳେ ଦିଆଯାଇଥିବା କେତୋଟି ଶବ୍ଦର ବିପରୀତ ଶବ୍ଦ ଲେଖୁବା ।
ସମତଳ – ବନ୍ଧୁର
କମ୍ — ବେଶି
ଦକ୍ଷିଣ – ଉତ୍ତର
ଉପର – ତଳ
ଆକାଶ – ପାତାଳ
ମାଗିବା – ଦେବା
କ୍ଷତି – ଲାଭ
୫ । ତଳେ ଦିଆଯାଇଥୁବା ଶବ୍ଦଗୁଡ଼ିକୁ ନେଇ ବାକ୍ୟ ଗଢ଼ିବା ଆସ ।
ଆଗ୍ରହ, କଳିଗୋଳ, ସଫାସୁତୁରା, ଏକତା, ଭୟ |
ଉ : ଆଗ୍ରହ – ବଣ୍ଡାମାନେ ଏବେ ପାଠ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କଲେଣି
କଳିଗୋଳ – ବଣ୍ଡାମାନେ କଳିଗୋଳ କରନ୍ତି ନାହିଁ ।
ସଫାସୁତୁରା – ବଣ୍ଡା ସ୍ତ୍ରୀଲୋକମାନେ ଘରଦ୍ବାର ସଫାସୁତୁରା ରଖୁନ୍ତି ।
ଏକତା – ବଣ୍ଡାମାନଙ୍କର ଏକତା ଥାଏ ।
ଭୟ – ଉଚ୍ଚ ପାହାଡ଼ ଚଢ଼ିଲେ ଭୟ ଲାଗିବ ।
No comments:
Post a Comment