Mehersir.in Class 4 chapter 4 Sandhya (Padya) question & answer | Sandhya question and answer class 4 | class 4 odia chapter 4 sandhya | Sandhya question answer | Sandhya question and answer Class 4 | Class 4 Chapter 4 Sandhya ( ସନ୍ଧ୍ୟା ) (ପଦ୍ୟ) Question Answer | 4 class chapter 4 sandhya question answer | Sandhya question answer class Sandhya question answer pdf | Sandhya question answer class 5 | Sandhya question answer class 6 | Sandhya question answer english | Class 4 odia Book chapter 1 question answer | Class 4 odia book question answer | Class 4 Odia Book answers PDF.
ପାଠ୍ୟପୁସ୍ତକ ଅନ୍ତର୍ଗତ ଅଭ୍ୟାସ ପ୍ରଶ୍ନୋତ୍ତର
୧ । ଆସ ପ୍ରଶ୍ନଗୁଡ଼ିକର ଉତ୍ତର କବିତାରୁ ବାହାର କରି ଲେଖୁବା ।
(କ) ଦିନମଣି ବୋଲି କାହାକୁ କୁହାଯାଇଛି ଓ କାହିଁକି ?
ଉ : ଦିନମଣି ବୋଲି ସୂର୍ଯ୍ୟଙ୍କୁ କୁହାଯାଇଛି । କାରଣ ମଣିର ଉଜ୍ଜ୍ଵଳ ଜ୍ୟୋତି ଭଳି ସୂର୍ଯ୍ୟଙ୍କର ଉଜ୍ଜ୍ୱଳ ଆଲୋକ ଜ୍ୟୋତି ରହିଛି । ସୂର୍ଯ୍ୟ ଅନ୍ଧାରକୁ ଦୂର କରିପାରନ୍ତି, ମଣି ମଧ୍ୟ ଅନ୍ଧକାରକୁ ଦୂର କରିପାରେ ।
(ଖ) ‘ଆସଇ ରଜନୀ ରାଣୀ ଧରି କଳାବେଶ’– ଏକଥା କହିବାର ଅର୍ଥ କ’ଣ ?
ଉ : ସନ୍ଧ୍ୟା ପରେ ରାତି ଆସେ । ରାତିର ରୂପ ହେଉଛି କଳା । କବି ରାତିକୁ ରାଣୀଙ୍କ ସହିତ ତୁଳନା କରି ତା’ର ରୂପକୁ ବର୍ଣ୍ଣନା କରି କହିଛନ୍ତି ଯେ ସେ କଳାବେଶ ଧରି ପୃଥିବୀକୁ ଆସିଛନ୍ତି ।
(ଗ) ସନ୍ଧ୍ୟାବେଳେ ଚାଷୀ କାହିଁକି ଆନନ୍ଦରେ ଘରକୁ ଫେରେ ବୋଲି କୁହାଯାଇଛି ?
ଉ : ସନ୍ଧ୍ୟା ଆସିଲେ ଚାଷୀର ଚାଷ କାମ ବନ୍ଦ ରହିଥାଏ । ସେ ପରିଶ୍ରମରୁ ମୁକ୍ତି ପାଇବା ସହିତ ବିଶ୍ରାମ ନେବାର ଆଶା ରଖୁ ହଳକାମ ଆଦି ସାରି ଆନନ୍ଦରେ ଘରକୁ ଫେରେ ।
(ଘ) ‘ଖୁବ୍ ଶୀଘ୍ର ଚାରିଆଡ଼ ଅନ୍ଧକାର ହୋଇଯାଏ? କବିତାର କେଉଁ ପଦରେ ଏହା କୁହାଯାଇଛି ?
ଉ : ‘‘ଚାହୁଁ ଚାହୁଁ ଅନ୍ଧକାର ଘୋଟଇ ଗଗନ
ଆବରଇ ଜଳ ସ୍ଥଳ ପର୍ବତ କାନନ ।’’
(ଙ) ରାତି ସମୟରେ ଗହଳ ଚହଳ ଶୁଭେ ନାହିଁ କାହିଁକି ?
ଉ : ରାତି ସମୟରେ ସମସ୍ତେ ଦିନର ପରିଶ୍ରମ ପରେ ବିଶ୍ରାମ ନିଅନ୍ତି ଏବଂ ନିଦ୍ରା ଯାଆନ୍ତି । ତେଣୁ ରାତି ସମୟରେ ଗହଳ ଚହଳ ଶୁଭେ ନାହିଁ ।
ଏହିଭଳି ଆଉ କିଛି ପ୍ରଶ୍ନ ତିଆରି କରିବା ଏବଂ ସାଙ୍ଗମାନଙ୍କ ସହ ଆଲୋଚନା କରିବା ।
(କ) ରଜନୀ ରାଣୀ କେଉଁ ବେଶ ଧରି ଆସେ ?
ଉ : ରଜନୀ ରାଣୀ କଳା ବେଶଧରି ଆସେ ।
(ଖ) କେଉଁମାନେ ଦାଣ୍ଡରେ ଧୂଳି ଉଡ଼ାଇ ଆସନ୍ତି ?
ଉ : ଗୋରୁପଲ ଦାଣ୍ଡରେ ଧୂଳି ଉଡ଼ାଇ ଆସନ୍ତି ।
(ଗ) କିଏ ନାନା ରଙ୍ଗରେ ଗୀତ ଗାଇ ଘରକୁ ବାହୁଡ଼େ ?
ଉ : ଚଷା ନାନା ରଙ୍ଗରେ ଗୀତ ଗାଇ ଘରକୁ ବାହୁଡ଼େ ।
(ଘ) ତାରାମାନେ ଆକାଶରେ କିଭଳି ଜଳନ୍ତି ବୋଲି କବି କହିଛନ୍ତି ?
ଉ : ତାରାମାନେ ରତ୍ନ ଦୀପାବଳି ଭଳି ଆକାଶରେ ଜଳନ୍ତି ବୋଲି କବି କହିଛନ୍ତି ।
୨ । ଆସ କବିତାଟି ପଢ଼ିବା । ‘କ’ ସ୍ତମ୍ଭର କେଉଁ ଶବ୍ଦ ସହିତ ‘ଖ’ ସ୍ତମ୍ଭରେ ଥିବା କେଉଁ ଶବ୍ଦର ସମ୍ପର୍କ ଅଛି, ତାହାକୁ
ଯୋଡ଼ି ତାକୁ ଖାଲି ସ୍ଥାନରେ ଲେଖୁବା ।
ଉ :
ଆକୂଳ -ଅନ୍ତରେ
ଯେଝା- ବାସେ
ଧୂଳି -ଉଡ଼ାଇଣ
ବାହୁଡ଼ଇ- ଘରେ
ଘୋଟଇ- ଗଗନ
ମୁଦଇ -ନୟନ ।
୩ । ତଳେ କେତୋଟି ଶବ୍ଦ ଦିଆଯାଇଛି । ତା’ର ଆଗରେ ଓ ପଛରେ ଖାଲି ଜାଗା ରହିଛି । କବିତା ଅନୁସାରେ ଧାଡ଼ିଗୁଡ଼ିକ ପୂରଣ କରିବା ।
ଉ : ଅସ୍ତହେଲେ ଦିନମଣି ହେଲାଦିନ ଶେଷ
ଯାଉଛନ୍ତି ଗୋରୁପଲ ଗୋଠରୁ ବାହୁଡ଼ି
ନାନାରଙ୍ଗେ ଗୀତଗାଇ ବାହୁଡ଼ଇ ଘରେ
ଆବରଇ ଜଳସ୍ଥଳ ପର୍ବତ ଆକାଶ
ନାହିଁ ଆଉ ଏ ଭୁବନେ ଜୀବନ ଚହଳ
୪। ‘ଉଡ଼ାଇଣ ଦାଣ୍ଡେ’– ଏଠାରେ ‘ଉଡ଼ାଇଣ’ର ଅର୍ଥ ‘ଉଡ଼ାଇ’ । ଏହିଭଳି ଆଉ କିଛି ଶବ୍ଦ ଲେଖୁବା ଯେପରି ଭସାଇଣ ଭସାଇ
ଉ : ଭସାଇଣ - ଭସାଇ
ରାବିଣ- ରାବଇ
ବାହୁଡ଼ିଣ- ବାହୁଡ଼ଇ
ଜଳିଣ- ଜଳଇ
ଯାଇଣ- ଯାଅଇ
ମୁଦିଣ- ମୁଦଇ
୫। ‘ଅସ୍ତ ହେଲା ଦିନମଣି ହେଲା ଦିନ ଶେଷ’ . ଏହିପଦର ଅର୍ଥ ବୁଝାଇଲା ଭଳି ଚିତ୍ରଟିଏ ଆଙ୍କିବା ।.
ଉ :
୬ । ଆସ ମନରୁ କବିତାର ପଦ ପୂରଣ କରିବା । ପଶ୍ଚିମ ଆକାଶେ ଦେଖ ବୁଡ଼ିଲେଣି ରବି ଆହାକି ................... ଛବି
......
ଧୀରେ ଧୀରେ ଜହ୍ନମାମୁ ଉଇଁଲେ ଆକାଶେ ଗପ ଶୁଣେ ..... ........... ପାଶେ ।
ଉ : ପଶ୍ଚିମ ଆକାଶେ ଦେଖ ବୁଡ଼ିଲେଣି ରବି
ଆହାକି ସୁନ୍ଦର ଦିଶେ ଆକାଶର ଛବି
ଧୀରେ ଧୀରେ ଜହ୍ନମାମୁ ଉଇଁଲେ ଆକାଶେ
ଗପ ଶୁଣେ କାହ୍ନୁ ବସି ତା’ର ଆଈ ପାଶେ ।
୭ । ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକର ସମାନ ଅର୍ଥ ବୁଝାଇଥିବା ଶବ୍ଦ କବିତାରୁ ଖୋଜିଆଣି ପାଖ ଘରେ ଲେଖୁବା ।
ଉ : ସୂର୍ଯ୍ୟ -ଦିନମଣି
ପାଣି- ଜୀବନ
ଚଢ଼େଇ – ପକ୍ଷୀ
ପାହାଡ଼- ପର୍ବତ
ସଞ୍ଜ ସନ୍ଧ୍ୟା
ବଣ - କାନନ
ରାତି - ରଜନୀ
ପୃଥିବୀ - ଭୁବନେ
୮ ।
ସୂର୍ଯ୍ୟ ଅସ୍ତ ହେଉଥାନ୍ତି ।
ପୂର୍ବ ଆକାଶ ଲୋହିତ ଦେଖାଯାଏ ।
ପକ୍ଷୀମାନେ ନିଜ ନିଜ ବସାକୁ ଫେରନ୍ତି । ଗୋରୁପଲ ଘରକୁ ଫେରନ୍ତି ।
ଲୋକମାନେ ନିଦରୁ ଉଠନ୍ତି ।
ଚାଷୀ ବିଲକୁ ଯାଏ ।
ଧୀରେ ଧୀରେ ଆକାଶରେ ତାରା ଦେଖାଯାଆନ୍ତି ।
ଲୋକମାନେ ନିଘୋଡ଼ ନିଦରେ ଶୋଇଥାନ୍ତି ।
ଠାକୁରଙ୍କ ପାଖରେ ଦୀପ ଦିଆଯାଏ । ଚାରିଆଡ଼େ କୋଳାହଳ ଶୁଭୁଥାଏ ।
ଚାଷୀମାନେ ଆନନ୍ଦରେ ଗୀତ ଗାଇ ଘରକୁ ଫେରନ୍ତି ।
ଉପରେ କେତେଗୁଡ଼ିଏ କଥା ଲେଖାଯାଇଛି । ସେଥିମଧ୍ୟରୁ ‘ସନ୍ଧ୍ୟା’ ସମ୍ପର୍କରେ କଥାଗୁଡ଼ିକ ବାଛି ଖାତାରେ ଲେଖୁବା ।
ଉ : ସୂର୍ଯ୍ୟ ଅସ୍ତ ହେଉଥାନ୍ତି ।
ପକ୍ଷୀମାନେ ନିଜ ନିଜ ବସାକୁ ଫେରନ୍ତି ।
ଗୋରୁପଲ ଘରକୁ ଫେରନ୍ତି ।
ଧୀରେ ଧୀରେ ଆକାଶରେ ତାରା ଦେଖାଯାଆନ୍ତି ।
ଠାକୁରଙ୍କ ପାଖରେ ଦୀପ ଦିଆଯାଏ ।
ଚାଷୀମାନେ ଆନନ୍ଦରେ ଗୀତ ଗାଇ ଘରକୁ ଫେରନ୍ତି ।
୯ । ନିଜ ଭାଷାରେ ତଳ ପଦଟିର ଅର୍ଥ ଲେଖୁବା ।
ରତ୍ନ ଦୀପାବଳି ପ୍ରାୟେ ତାରା କୋଟି କୋଟି ଜଳୁଛନ୍ତି ଆକାଶରେ ହୋଇ ଗୋଟିଗୋଟି ।
ଉ : ସନ୍ଧ୍ୟା ସମୟର ଆଗମନ ହୋଇଛି ।
ସୂର୍ଯ୍ୟ ଅସ୍ତଯିବା ପରେ ଚାରିଆଡ଼େ ଅନ୍ଧାର ଘୋଟିଛି ।
ଆକାଶରେ ଗୋଟି ଗୋଟି ହୋଇ କୋଟି କୋଟି ସଂଖ୍ୟାରେ ତାରା ଜଳିଉଠିଛନ୍ତି ।
ଆକାଶରେ ତାରାଗୁଡ଼ିକୁ ଦେଖ୍ କବି ବିଚାର କରିଛନ୍ତି ଯେ ସତେଯେଭଳି କୋଟି କୋଟି ରତ୍ନ ଦୀପାବଳି ଜଳୁଛି ।
ଏହି ତାରାମାନଙ୍କର ଆଲୋକରେ ରାତିର ଅନ୍ଧକାର ସାମାନ୍ୟ ଦୂରେଇ ଯାଇଛି ।
୧୦ । ସନ୍ଧ୍ୟା ହେଲେ ଆମେ କ’ଣ କ’ଣ କରୁ ଅତି କମ୍ରେ ୫ଟି ବାକ୍ୟ ଲେଖୁବା ।
ଉ : (କ) ସନ୍ଧ୍ୟାହେଲେ ଆମେ ବାହାରୁ ଘରକୁ ଫେରିଆସୁ ।
(ଖ) ଘରେ ପହଞ୍ଚି ଗୋଡ଼ ହାତ ଧୋଇ ଠାକୁରଙ୍କୁ ପ୍ରାର୍ଥନା କରୁ ।
(ଗ) ଠାକୁରଙ୍କୁ ପ୍ରାର୍ଥନା କରି ସାରି ସାମାନ୍ୟ ଜଳଖୁଆ ଖାଇ ପାଠ ପଢ଼ିବାକୁ ଯାଉ ।
(ଘ) ବେଳେବେଳେ ସନ୍ଧ୍ୟାବେଳେ ଆଈମା’ଠାରୁ ଗପ ଶୁଣିବାକୁ ବସୁ ।
(ଙ) ସନ୍ଧ୍ୟା ସମୟରେ ସାଥୀମାନଙ୍କ ସହିତ ଗାଁ ଦାଣ୍ଡରେ ଗୀତଗାଇ ମଉଜ କରିବାକୁ କେବେ କେମିତି ମନ ହୁଏ ।
No comments:
Post a Comment