web page for every book School , College , Engineering .

Saturday, November 9, 2024

Saiti Rakhiba Sajai Rakhiba Question Answer | Mehersir.in

Class 4 Chapter 9 Saiti Rakhiba, Sajai Rakhiba ( ସାଇତି ରଖିବା,ସଜାଇ ରଖିବା ) Question Answer  || Class 4 mil Chapter 9 Saiti rakhiba‚ Sajai rakhiba question answer odia medium || saeiti rakhiba sajai rakhiba class 4 question answers || Class4 Mil ||Chapter-9 ||Saiti Rakhiba Sajai Rakhiba ||Odia Medium ||Sahitya || Questions Answers.

Class 4 Chapter 9 Saiti Rakhiba Sajai Rakhiba (ସାଇତି ରଖିବା,ସଜାଇ ରଖିବା) | Rajbooks.in

Saiti Rakhiba, Sajai Rakhiba ( ସାଇତି ରଖିବା,ସଜାଇ ରଖିବା ) Question Answer 


ପାଠ୍ୟପୁସ୍ତକ ଅନ୍ତର୍ଗତ ଅଭ୍ୟାସ ପ୍ରଶ୍ନୋତ୍ତର


୧ । ଆସ କଥାବାର୍ତ୍ତା ହେବା ।

(କ) ତନ୍ମୟ ବ୍ୟସ୍ତ ହୋଇ କ’ଣ ଖୋଜୁଥୁଲା ?

ଉ : ତନ୍ମୟ ବ୍ୟସ୍ତ ହୋଇ ଶାର୍ଟ ଖୋଜୁଥିଲା ।


(ଖ) କେଉଁମାନେ ସବୁବେଳେ ଅନ୍ୟକୁ ଦୋଷ ଦିଅନ୍ତି ?

ଉ : ଯେଉଁମାନେ ନିଜ କାମ ନିଜେ କରନ୍ତି ନାହିଁ, ସେମାନେ ସବୁବେଳେ ଅନ୍ୟକୁ ଦୋଷ ଦିଅନ୍ତି ।


(ଗ) କେଉଁ କାରଣରୁ ଭଦ୍ରଲୋକ ଜୋରିମାନା ଦେଲେ ?

ଉ : ସାମାନ୍ୟ ଅଯତ୍ନରୁ ଭଦ୍ରଲୋକ ଜୋରିମାନା ଦେଲେ । 


(ଘ) ଚନ୍ଦନ କ’ଣ କ’ଣ ସଂଗ୍ରହ କରି ରଖୁଥିଲା ?

ଉ : ଚନ୍ଦନ ନାନା ପ୍ରକାରର ପଥର, ପଶୁପକ୍ଷୀଙ୍କର ଚିତ୍ର, ପକ୍ଷୀଙ୍କର ପର, ଡାକଟିକେଟ୍ ଓ ମୁଦ୍ରା ଇତ୍ୟାଦି ସଂଗ୍ରହ କରି ରଖୁଥିଲା ।


 (‍) ରାଜ୍ୟ ସଂଗ୍ରହାଳୟଟି କେଉଁଠାରେ ଅବସ୍ଥିତ ?

ଉ : ରାଜ୍ୟ ସଂଗ୍ରହାଳୟଟି ଭୁବନେଶ୍ବରରେ ଅବସ୍ଥିତ ।


୨ । ଆସ ଉତ୍ତର ଲେଖିବା ।

(କ) ଜିନିଷ ସବୁକୁ ସଜାଇ ନ ରଖିଲେ ଆମର କି କି ଅସୁବିଧା ହୋଇଥାଏ ?

ଉ : ଜିନିଷ ସବୁକୁ ସଜାଇ ନ ରଖୁଲେ ତାକୁ ଖୋଜିବାରେ ଆମର ବହୁତ ସମୟ ନଷ୍ଟ ହୁଏ, ଅନ୍ୟ ଉପରେ ରାଗ ହୁଏ, ଅନ୍ୟକୁ ଦୋଷ ଦେଇ ଭୂଲ କରିବାକୁ ପଡ଼େ ଏବଂ ଅନେକ ସମୟରେ ଅପମାନିତ ହେବାକୁ ପଡ଼ିଥାଏ ।


(ଖ) ଘରୁ ବାହାରିଲାବେଳକୁ ତନ୍ମୟ ରାଗ ତମତମ ହୋଇ ବାହାରେ କାହିଁକି ?

ଉ : ତନ୍ମୟ ପ୍ରତିଦିନ କ’ଣ ନା କ’ଣ ହଜାଏ । କେଉଁଠି କେଉଁ ଜିନିଷ ରଖେ ତା’ର ଠିକଣା ନଥାଏ । ଯାହା ଖୋଜେ ହଠାତ୍ କିଛି ମିଳେ ନାହିଁ । ଏହି ଅସୁବିଧା ବରାବର ଲାଗି ରହିଥାଏ । ତେଣୁ ସେ ଘରୁ ବାହାରିଲା ବେଳକୁ ଖୋଜୁଥିବା ଜିନିଷ ନ ପାଇ ରାଗ ତମତମ ହୋଇ ବାହାରେ ।


(ଗ) ଦୁର୍ଲଭ ପଦାର୍ଥ ଆମେ କାହିଁକି ସଂଗ୍ରହ କରିବା ?

ଉ : ଦୁର୍ଲଭ ପଦାର୍ଥ ସଂଗ୍ରହ କଲେ ଆମେ ସେଥୁରୁ ଅନେକ କଥା ଜାଣିପାରିବା । ତେଣୁ ସେଗୁଡ଼ିକୁ ସଂଗ୍ରହ କରିବା ।


(ଘ) ଚନ୍ଦନର ଘରେ କ’ଣ ସବୁ ଦେଖୁ ତନ୍ମୟ ଖୁସି ହୋଇଗଲା ?

ଉ : ଚନ୍ଦନର ଘରେ ନାନା ପ୍ରକାରର ପଥର, ପଶୁପକ୍ଷୀଙ୍କର ଚିତ୍ର, ପକ୍ଷୀଙ୍କର ପର, ଡାକଟିକେଟ୍, ମୁଦ୍ରା, ପତ୍ରପତ୍ରିକାର ଲେଖା ଫଟୋ ଆଲ୍‌ବମ୍, ବିଭିନ୍ନ ଚିତ୍ର ଏବଂ ପରିଷ୍କାର ପରିଚ୍ଛନ୍ନ ସାଜସଜ୍ଜା ଦେଖ୍ ତନ୍ମୟ ଖୁସି ହୋଇଗଲା ।


(ଙ) କୌଣସି ଜିନିଷକୁ ସାଇତି ରଖୁ ଆମର କି ଉପକାର ହୁଏ ?

ଉ : କୌଣସି ଜିନିଷକୁ ସାଇତି ରଖୁଲେ ତାହାକୁ ଖୋଜିଲେ ଠିକ୍ ସମୟରେ ମିଳିଯାଏ ଏବଂ ସେଥୁରୁ ଆନନ୍ଦ ମିଳେ ।

୩ । ସରଳ ଭାଷାରେ ବୁଝାଇ ଲେଖିବା 

‘‘ଜଣେ ଯତ୍ନଶୀଳ ଓ ଦାୟିତ୍ବବାନ ଲୋକ ଜୀବନରେ କେବେ ହାରିଯାଏ ନାହିଁ ।’’

ଉ : ‘‘ଜଣେ ଯତ୍ନଶୀଳ............................. ନାହିଁ ।??

ଉକ୍ତ ଗଦ୍ୟଶଟି ଆମ ‘ସାହିତ୍ୟ କଳିକା’ ପୁସ୍ତକର ‘ସାଇତି ରଖୁବା, ସଜାଇ ରଖୁବା’ ବିଷୟରୁ ଆନୀତ । ଏହି ପ୍ରସଙ୍ଗରେ ଲେଖକ ପଦ୍ମଲୋଚନ ପାଲଟାସିଂହ ଯତ୍ନଶୀଳ ଓ ଦାୟିତ୍ବବାନ ଲୋକର ସଫଳତା ବିଷୟରେ କହିଛନ୍ତି ।

ତନ୍ମୟର ବଡ଼ଭାଇ ଚନ୍ଦନ ସବୁ ଜିନିଷକୁ ସାଇତି ରଖେ ଏବଂ ସଜାଇ ରଖେ । କିନ୍ତୁ ତନ୍ମୟ ତା’ର ଜିନିଷଗୁଡ଼ିକର ଯତ୍ନନିଏ ନାହିଁ । ତେଣୁ ସେ ଅସୁବିଧାରେ ପଡ଼େ । ତନ୍ମୟକୁ ଠିକ୍ ବାଟକୁ ଆଣିବା ପାଇଁ ଚନ୍ଦନ ତାଙ୍କ ଗୁରୁଜୀ କହିଥିବା ଗପ କହିଲା ଏବଂ ନିଜେ ସାଇତି ରଖୁଥୁବା ଜିନିଷଗୁଡ଼ିକୁ ତନ୍ମୟକୁ ଦେଖାଇଦେଲା । ଏଥି ସହିତ ସେ ତନ୍ମୟକୁ ବୁଝାଇ ଦେଲା ଯେ ସାଇତି ରଖୁବାର ଅଭ୍ୟାସ ମଣିଷକୁ ଯତ୍ନଶୀଳ, ଦାୟିତ୍ବବାନ ଓ ଶୃଙ୍ଖଳିତ କରିଥାଏ ।

ପ୍ରସଙ୍ଗଟି ଶିକ୍ଷାମୂଳକ ଅଟେ ।


୪ । ବିପରୀତ ଅର୍ଥ ବୁଝାଉଥବା ଶବ୍ଦକୁ ପାଖ କୋଠରିରେ ଲେଖୁବା ।


ଢ : ମିଛ -ସତ 

ପରିଷ୍କାର – ଅପରିଷ୍କାର 

 ଯତ୍ନ – ଅଯତ୍ନ

ଅପକାର - ଉପକାର

ସୁବିଧା – ଅସୁବିଧା

( ଭଲ, କଠିନ, ଉଚିତ) ( କଟକ, ସମ୍ବଲପୁର, ଭୁବନେଶ୍ଵର) ( ସୁଖୀ ହୁଏ, ବଡ଼ ହୁଏ, ହାରିଯାଏ)


୫ । ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ଆଣି ଖାଲି ଜାଗାରେ ଲେଖୁବା । 

ଉ : 

(କ) ଜିନିଷ ସାଇତି ରଖୁବା ଗୋଟିଏ କଠିନ କାମ ନୁହେଁ ।

(ଖ) ଆମ ରାଜ୍ୟର ଭୁବନେଶ୍ବର ରେ ଗୋଟିଏ ସଂଗ୍ରହାଳୟ ଅଛି । ନାହିଁ ।

(ଗ) ଯତ୍ନଶୀଳ ଓ ଦାୟିତ୍ବବାନ୍ ଲୋକ ଜୀବନରେ କେବେ ହାରିଯାଏ ନାହିଁ ।


୬ । ଆସ ତଳେ ଥିବା ଅପୂର୍ଣ୍ଣ ବାକ୍ୟଗୁଡ଼ିକୁ ବହିରୁ ଖୋଜି ପୂରଣ କରିବା । 

(କ) ଜିନିଷ ସାଇତି ରଖୁବା ଗୋଟିଏ

(ଖ) ସାମାନ୍ୟ ଅଯତ୍ନରୁ ତାଙ୍କୁ .

(ଗ) ସେ ପତ୍ରପତ୍ରିକାରୁ କେତେ ଲେଖା

(ଘ) ମୁଁ ପରା କେତେ ଜାତିର ଜିନିଷ ସଂଗ୍ରହ କରି ଆମ ଘରେ

(ଙ) ବଡ଼ଭାଇଠୁ ସାନଭାଇମାନେ

ଉ :(କ) ଜିନିଷ ସାଇତି ରଖୁବା ଗୋଟିଏ କଠିନ କାମ ନୁହେଁ; ଏହା ଗୋଟିଏ ଭାରି ଭଲ ଗୁଣ ।

(ଖ) ସାମାନ୍ୟ ଅଯତ୍ନରୁ ତାଙ୍କୁ ଅପମାନ ଓ ଧନହାନି ଉଭୟ ସହିବାକୁ ପଡ଼ିଲା ।

(ଗ) ସେ ପତ୍ରପତ୍ରିକାରୁ କେତେ ଲେଖା କାଟିକରି ରଖିଛି ।

(ଘ) ମୁଁ ପରା କେତେ ଜାତିର ଜିନିଷ ସଂଗ୍ରହ କରି ଆମ ଘରେ ଗୋଟିଏ ଛୋଟ ସଂଗ୍ରହାଳୟ ତିଆରି କରିଛି ।

(ଙ) ବଡ଼ଭାଇଠୁ ସାନଭାଇମାନେ ଅନେକ କଥା ଶିଖନ୍ତି ।


୭ । ଆସ ନିମ୍ନଲିଖୂତ ଶବ୍ଦଗୁଡ଼ିକୁ ବ୍ୟବହାର କରି ବାକ୍ୟ ଗଢ଼ିବା ।

ଦୁର୍ଲଭ, ବାହାନା, ରାଗ ତମତମ, ଦାୟିତ୍ବ, ଅପରାଧୀ

ଉ : ଦୁର୍ଲଭ – ବିଭିନ୍ନ ପ୍ରକାର ଦୁର୍ଲଭ ପଥର ସଂଗ୍ରହ କଲେ ସେଥୁରୁ ଅନେକ କଥା ଜାଣିହୁଏ ।

ବାହାନା – ସେ ସବୁବେଳେ ମିଛ ବାହାନା କରି ସ୍କୁଲ୍‌ରେ ଅନୁପସ୍ଥିତ ରହୁଛି । ରାଗ ତମତମ – ତନ୍ମୟ ଭାଗ ତମତମ ହୋଇ ଘରୁ ବାହାରିଗଲା ।

ଦାୟିତ୍ବ – ଦାୟିତ୍ବ ନେଇ ଠିକ୍ ଭାବରେ କାମ କରିବା ଉଚିତ କଥା ।

ଅପରାଧୀ – ନିଜର ଭୁଲ୍ କାମ ପାଇଁ ଗୋପାଳ ଅପରାଧୀ ଭଳି ନୀରବ ରହିଲା ।

୮ । ବାକ୍ସ ଭିତରେ ଏହି ପାଠରୁ କିଛି ଶବ୍ଦ ଦିଆଯାଇଛି । ଆସ, ସେଗୁଡ଼ିକୁ ବ୍ୟବହାର କରି ଅନୁଚ୍ଛେଦଟିଏ ଲେଖୁବା । ବିଳମ୍ବ, ଟିକେଟ, ନାରାଜ, ବାଧଲା, ଡାଏରୀ, ଧନହାନି, ବାହାନା, ଟି.ଟି.ଇ., ମାଗିଲେ, ପକେଟ୍

ଉ : ଅନୁଚ୍ଛେଦ :

ଥରେ ଜଣେ ଭଦ୍ରଲୋକ ରେଳଗାଡ଼ିରେ ଯାଉଥିଲେ । ଟି.ଟି.ଇ. ଆସି ତାଙ୍କୁ ଟିକେଟ୍ ମାଗିଲେ । ଭଦ୍ରଲୋକ ତାଙ୍କ ପକେଟ୍, ଡାଏରୀ, ବ୍ୟାଗ୍– ସବୁଠା’ ଖୋଜିଗଲେ; କିନ୍ତୁ ଟିକେଟ୍ ପାଇଲେ ନାହିଁ । ସେ ଟିକେଟ୍ କରିଛନ୍ତି ବୋଲି ଯେତେ କହିଲେ ମଧ୍ୟ ଟି.ଟି.ଇ. ବିଶ୍ବାସ କରିବାକୁ ନାରାଜ । ଏଣେ ଯେତିକି ବିଳମ୍ବ ହେଉଥାଏ, ପାଖରେ ବସିଥିବା ଯାତ୍ରୀମାନେ ତାଙ୍କ ଆଡ଼କୁ ସେତିକି ଆଡ଼େଇ ଆଡ଼େଇ ଅନାଉଥା’ନ୍ତି । ସତେ ଯେପରି ସେ ବାହାନା କରୁଛନ୍ତି । ତାଙ୍କୁ ଅପରାଧୀ ଭଳି ଲାଗିଲା ଏବଂ ବଡ଼ ବାଧଲା । ସାମାନ୍ୟ ଅଯତ୍ନରୁ ତାଙ୍କୁ ଧନହାନି ସହିବାକୁ ପଡ଼ିଲା ।

୯ । ‘ପଢ଼ିବା’ ଗୋଟାଏ କାମକୁ ବୁଝାଉଛି । ଏଇ କାମଟି କରିବାକୁ କାହାକୁ ଆଦେଶ ଦେଲେ କୁହାଯିବ ‘ପଢ଼’ । ସେହିଭଳି * ତଳଲିଖତ କାର୍ଯ୍ୟଗୁଡ଼ିକ କରିବା ପାଇଁ ଆଦେଶ ଦେଲେ କ’ଣ ହେବ ଲେଖୁବା ।

ଉ : କରିବା – କର 

କହିବା – କୁହ

ଶୁଣିବା – ଶୁଣ

ଯିବା – ଯାଅ

ଶବ୍ଦ ମନରୁ ଭାବି ଲେଖୁବା

ଡେଇଁବା ........

ଖୋଜିବା

ଡେଇଁବା – ଡିଅଁ ଖୋଜିବା – ଖୋଜ ।


୧୦ । ‘ସଫାସୁତୁରା’ ପରି ଆଉ କେତୋଟି ଯୋଡ଼ା

ଉ : ଗପସପ, ଫୁଲଫଳ, ପଶୁପକ୍ଷୀ, ସାଜସଜ୍ଜା, ଫୋପଡ଼ାଫୋପଡ଼ି, ଭଙ୍ଗାରୁଜା 


ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର


୧ । ତନ୍ମୟର ବିଳମ୍ବ ହେତୁ ଚନ୍ଦନ କାହିଁକି ବିରକ୍ତ ହୁଏ ନାହିଁ ?

ଉ : ଚନ୍ଦନର ମାଉସୀପୁଅ ଭାଇ ହେଉଛି ତନ୍ମୟ । ତନ୍ମୟଠାରୁ ଚନ୍ଦନ ବୟସରେ ବଡ଼ । ତା’ ମାଉସୀଙ୍କ କଥା ଅନୁସାରେ ପ୍ରତିଦିନ ତନ୍ମୟକୁ ସ୍କୁଲକୁ ଡାକିନେବା ଦାୟିତ୍ବ ଚନ୍ଦନର । ସେ ତନ୍ମୟକୁ ଖୁବ୍ ସ୍ନେହ କରେ । ତନ୍ମୟର ଦାୟିତ୍ଵ ନେବାକୁ ତାକୁ ଖୁସି ଲାଗେ । ସେଥ‌ିପାଇଁ ତନ୍ମୟ ଡେରିକଲେ ବି ଚନ୍ଦନ ବିରକ୍ତ ହୁଏ ନାହିଁ ।


୨ । ଚନ୍ଦନ ଦଶଟା ସମୟରେ ତନ୍ମୟକୁ ଡାକିବାର କାରଣ କ’ଣ ?

ଉ : ଚନ୍ଦନର ମାଉସୀପୁଅ ଭାଇ ହେଉଛି ତନ୍ମୟ । ସାଙ୍ଗହୋଇ ଦୁହେଁ ସ୍କୁଲକୁ ଯାଆନ୍ତି ଏବଂ ଏକା ସ୍କୁଲରେ ପଢ଼ନ୍ତି । ତନ୍ମୟକୁ ସ୍କୁଲକୁ ସାଙ୍ଗରେ ନେବା ଦାୟିତ୍ଵ ତା’ ମାଉସୀ ତାକୁ ଦେଇଛନ୍ତି । ତେଣୁ ପ୍ରତିଦିନ ଦଶଟାବେଳେ ସ୍କୁଲ ଯିବାବେଳେ ଚନ୍ଦନ ତନ୍ମୟକୁ ଡାକିଥାଏ ।


୩ । ତୁମେ ଇଚ୍ଛାକଲେ କି କି ଜିନିଷ ସଂଗ୍ରହ କରିପାରିବ ?

ଉ : ସଂଗ୍ରହ କରିବା ଗୋଟେ ଭଲ ଗୁଣ । ଆମେ ଇଚ୍ଛା କଲେ ଦେଶବିଦେଶର ଡାକଟିକେଟ୍, ପକ୍ଷୀଙ୍କ ପର, ସମୁଦ୍ରରୁ ମିଳୁଥିବା କେତେକ ପଦାର୍ଥ, କଣ୍ଢେଇ, ମହାପୁରୁଷମାନଙ୍କର ଫଟୋ ଏବଂ ବିଭିନ୍ନ ପତ୍ରପତ୍ରିକାର ଖୁବ୍ ଦରକାରୀ ଲେଖା ଆଦି ସଂଗ୍ରହ କରିପାରିବା ।


୪ । ଦାୟିତ୍ୱସମ୍ପନ୍ନ ଲୋକ ଜୀବନରେ କେବେ ହାରିଯାଏ ନାହିଁ କାହିଁକି ?

ଉ : ‘ଯତ୍ନ କଲେ ରତ୍ନ ମିଳେ’ କଥାଟି ଯଥାର୍ଥ ଅଟେ । ସାଇତି ରଖୁବା ଓ ସଜାଇ ରଖୁବା ଗୋଟିଏ ଗୋଟିଏ ଭଲ ଅଭ୍ୟାସ ।

ସାଇତା ହୋଇଥିବା ଅତି ଅଦରକାରୀ ଛୋଟ ଜିନିଷ ଖୁବ୍ ଦରକାରୀ ହୋଇପାରେ । ଖୁବ୍ ମୂଲ୍ୟବାନ୍ ବି ହୋଇପାରେ । ଜିନିଷପତ୍ର ସଜେଇ ରଖୁଲେ ଘରଦ୍ବାର ସୁନ୍ଦର ଓ ପରିଷ୍କାର ଦେଖାଯାଏ । ଠିକ୍ ସମୟରେ ଠିକ୍ ଦରକାରୀ ଜିନିଷ ମିଳିଯାଇଥାଏ । ଏହି ଅଭ୍ୟାସ ବଳରେ ମଣିଷ ଯତ୍ନବାନ୍ ଓ ଦାୟିତ୍ବବାନ୍ ହୁଏ । ଜୀବନରେ ସେ କେବେହେଲେ ହାରିଯାଏ ନାହିଁ ।


୫। ସାଇତି ରଖିବା, ସଜାଇ ରଖିବା ର ଲେଖକ କିଏ ?

ଉ : ସାଇତି ରଖିବା ସଜାଇ ରଖିବାର ଲେଖକ ଶ୍ରୀ ପଦ୍ମଲୋଚନ ପାଲଟାସିଂହ ।


୬ । ନିମ୍ନଲିଖତ ଶବ୍ଦଗୁଡ଼ିକୁ ବ୍ୟବହାର କରି ବାକ୍ୟ ଗଠନ କର ।

ରଖୁରଖୁ, ଯାଉଯାଉ, ଯାଇଯାଇ, ରଖିରଖି, ଖେଳୁଖେଳୁ ।

ଉ : ପାହାଚ ଉପରେ ପାଦ ରଖୁରଖୁ ବୁଢ଼ା ଲୋକଟି ତଳେ ପଡ଼ିଗଲେ । ମଟର ସାଇକେଲ୍‌ରେ ଯାଉଯାଉ ଯୁବକଟି ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହେଲା । ଅସତ୍ ବାଟରେ ଯାଇଯାଇ ଦୁଷ୍ଟ ଲୋକଟି ଶେଷରେ ପୋଲିସ୍ ହାତରେ ଧରାପଡ଼ିଲା । ସବୁ ପରୀକ୍ଷାରେ ଭଲ ନମ୍ବର ରଖୁରଖୁ ଗତ ସପ୍ତମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ତପସ୍ବିନୀ ପ୍ରଥମ ଶ୍ରେଣୀରେ ପାସ୍‌ କରିପାରିଲା ନାହିଁ । ରୋନାଲ୍‌ଡୋ ଫୁଟବଲ୍ ପଡ଼ିଆରେ ଖେଳୁଖେଳୁ ପଡ଼ିଯାଇ ଜଖମ ହୋଇଗଲେ ।


୭ । କେଉଁଟି ଠିକ୍ ?

(କ) ନିଜ ଜିନିଷ ସାଇତି ରଖୁଲେ ଏବଂ ସଜାଇ ରଖୁଲେ କ’ଣ ମିଳେ ?

(i) ଜୀବନରେ କେହି ହାରିଯାଏ ନାହିଁ ।

(ii) ଅନେକ କଥା ଶିଖୁବାକୁ ମିଳେ । 

(iii) ବଡ଼ଲୋକଙ୍କଠାରୁ ପୁରସ୍କାର ମିଳେ ।

(iv) ଆନନ୍ଦ ଓ ଉପକାର ମିଳେ ।

ଉ : (iv) ଆନନ୍ଦ ଓ ଉପକାର ମିଳେ ।


(ଖ) ବଡ଼ଭାଇଠୁ ସାନଭାଇମାନେ କ’ଣ ଶିଖନ୍ତି ?

(i) ଅନେକ ଗପ

(ii) ଅନେକ ଖେଳ

(iii) ଅନେକ ପାଠ

(iv) ଅନେକ କଥା

ଉ : (iv) ଅନେକ କଥା ।


୮ । ‘ଭଙ୍ଗାରୁଜା’ ପରି ଆଉ ୪ଟି ଶବ୍ଦ ଲେଖ । 

ଉ : ଲୀଳାଖେଳା, ମରାଧରା, ଉଠାବସା, ଦେଖାଶିଖା । 


୯ । ଏକ ପଦରେ ପ୍ରକାଶ କର ।

ଯେଉଁଥରେ ଡାକଟିକଟ ଫଟୋ ଆଦି ସଜାଇ ରଖାଯାଏ, ଯେଉଁ ବହିରେ ପ୍ରତିଦିନର ବ୍ୟକ୍ତିଗତ ଘଟଣା ଟିପି ରଖାଯାଏ, ଯାହା ସହଜରେ ମିଳେ ନାହିଁ, ଯେଉଁ ଘରେ ବିଭିନ୍ନ ସଂଗ୍ରହ ରଖାଯାଏ, ରେଳଗାଡ଼ିରେ ଯିଏ ଟିକେଟ୍ ଯାଞ୍ଚ କରେ । ଉ : ଆଲବମ୍, ଡାଇରୀ, ଦୁର୍ଲଭ, ସଂଗ୍ରହାଳୟ, ଟି.ଟି.ଆଇ. । 


୧୦ । ଶବ୍ଦଗୁଡ଼ିକୁ ଠିକ୍ କରି ଲେଖ—

ଦାୟୀତ୍ବ, ଜିନିସ, ଜରିମାନା, ମୂଦ୍ରା, ସାଟ୍ । 

ଉ : ଦାୟିତ୍ବ, ଜିନିଷ, ଜୋରିମାନା, ମୁଦ୍ରା, ସାର୍ଟ ।

No comments:

Post a Comment

Comments