web page for every book School , College , Engineering .

Saturday, November 9, 2024

Rajanka nutana parichhada question answer | Mehersir.in

 ସାହିତ୍ୟ କଳିକା ଚତୁର୍ଥ ଶ୍ରେଣୀ ରାଜାଙ୍କ ନୂତନ ପରିଚ୍ଛଦ ପ୍ରଶ୍ନ ଉତ୍ତର ,  Class 4 odia Chapter 3 rajanka nutana parichhada question answer, Rajanka nutana parichhada Prashna Uttar , (ରାଜାଙ୍କ ନୂତନ ପରିଚ୍ଛଦ)  ,  class 4th Sahitya kalika  , class 4 sahitya chapter 3 question answer , Rajanka nutana pariccheda. 4th class odia book rajanka nutana parichadda. rajanka nutana parichheda question &answer ,  Rajanka nutana parichheda Question answer class 4 ch.3 .

Rajanka nutana parichhada question answer



Rajanka nutana parichhada question answer


୧ । ଆସ କଥାବାର୍ତ୍ତା ହେବା :

(କ) ରାଜାଙ୍କର ପ୍ରଧାନ ସଉକ କ’ଣ ଥିଲା ?
ଉ : ପ୍ରତିଦିନ ଗୋଟିଏ ଗୋଟିଏ ନୂତନ ପୋଷାକ ପିନ୍ଧିବା ରାଜାଙ୍କର ପ୍ରଧାନ ସଉକ ଥିଲା ।

 (ଖ) ନୂତନ ପରିଚ୍ଛଦଟି ଦେଖ‌ିବା ପାଇଁ ରାଜା ପ୍ରଥମେ କାହାକୁ ପଠାଇଥିଲେ ?
ଉ : ନୂତନ ପରିଚ୍ଛଦଟି ଦେଖୁବା ପାଇଁ ରାଜା ପ୍ରଥମେ ତାଙ୍କ ପ୍ରଧାନମନ୍ତ୍ରୀଙ୍କୁ ପଠାଇଲେ ।

(ଗ) ପ୍ରଧାନମନ୍ତ୍ରୀ ନିଜର ଦୁର୍ବଳତା ଘୋଡ଼ାଇବାକୁ ଯାଇ ଶଠ ଦୁଇଜଣଙ୍କୁ କ’ଣ କହିଥିଲେ ?
ଉ : ପ୍ରଧାନମନ୍ତ୍ରୀ ନିଜର ଦୁର୍ବଳତା ଘୋଡ଼ାଇବାକୁ ଯାଇ ଶଠ ଦୁଇଜଣଙ୍କୁ ଛଳନାକରି କହିଲେ, ‘ନିଶ୍ଚୟ, ନିଶ୍ଚୟ ଏହା ଏକ ଚମତ୍କାର ପୋଷାକ । ରାଜାଙ୍କ ଦେହକୁ ଏହା ଖୁବ୍ ମାନିବ ।”’

(ଘ) ପ୍ରଧାନ ବିଚାରପତି କାରିଗରଙ୍କ ନିକଟରୁ ଫେରିଆସି ରାଜାଙ୍କୁ କ’ଣ ଜଣାଇଥିଲେ ?
ଉ : ପ୍ରଧାନ ବିଚାରପତି କାରିଗରଙ୍କ ନିକଟରୁ ଫେରିଆସି ରାଜାଙ୍କୁ କହିଲେ –
‘‘ମହାରାଜ, ଏହି କାରିଗର ଦୁହେଁ ଅସାଧାରଣ ଓ ଆଶ୍ଚର୍ଯ୍ୟଜନକ ପୋଷାକ ପ୍ରସ୍ତୁତ କରୁଛନ୍ତି ।’’

(‍ଙ) ନୂତନ ପରିଚ୍ଛଦଟି ପିନ୍ଧାଇବାକୁ ଆସି ଭୃତ୍ୟଟି ରାଜାଙ୍କୁ କ’ଣ କହିଲା ?
ଉ : ନୂତନ ପରିଚ୍ଛଦଟି ପିନ୍ଧାଇବାକୁ ଆସି ଭୃତ୍ୟଟି ରାଜାଙ୍କୁ କହିଲା ଯେ ବୋକା ଓ ଅଯୋଗ୍ୟ ବୋଲି ହୁଏତ ପ୍ରମାଣିତ ହୋଇପାରେ କିନ୍ତୁ ମିଥ୍ୟା କହିପାରିବ ନାହିଁ । ପ୍ରକୃତରେ ଥାଳିରେ କୌଣସି ବସ୍ତ୍ର ନାହିଁ । ସେହି ମିଥ୍ୟାବାଦୀ ଦୁଇଜଣ ହୁଏତ ଅର୍ଥ ଠକି ନେଇଛନ୍ତି ।

2. ଆସ ଉତ୍ତର ଲେଖୁବା ।
(କ) ନୂଆ ନୂଆ ପୋଷାକ ପାଇଁ ପାଗଳ ହୋଇ ରାଜା ଦିନେ କ’ଣ ଘୋଷଣା କଲେ ?
ଉ : ନୂଆ ନୂଆ ପୋଷାକ ପାଇଁ ପାଗଳ ହୋଇ ରାଜା ଦିନେ ଘୋଷଣା କଲେ ଯେ ଯେଉଁ କାରିଗର ତାଙ୍କ ପାଇଁ ସମ୍ପୂର୍ଣ ଏକ ନୂତନ ଧରଣର ପୋଷାକ ତିଆରି କରିପାରିବ, ତାକୁ ସେ ଏକ ସହସ୍ର ସ୍ୱର୍ଣ୍ଣମୁଦ୍ରା ପୁରସ୍କାର ଦେବେ ।

(ଖ) ଅର୍ଥ ଲୋଭରେ ଶଠ ବ୍ୟକ୍ତି ଦୁଇଜଣ ରାଜାଙ୍କୁ କ’ଣ କହିଲେ ?
ଉ : ଅର୍ଥ ଲୋଭରେ ଶଠ ବ୍ୟକ୍ତି ଦୁଇଜଣ ରାଜାଙ୍କୁ କହିଲେ– ‘ମହାରାଜ ! ଆମ୍ଭେ ସମ୍ପୂର୍ଣ ଏକ ନୂତନ ଧରଣର ପୋଷାକ ଆପଣଙ୍କ ନିମନ୍ତେ ପ୍ରସ୍ତୁତ କରିଦେବୁ ।’’

(ଗ) ପ୍ରଧାନମନ୍ତ୍ରୀ ଚିନ୍ତାମଗ୍ନ ହୋଇପଡ଼ିଲେ କାହିଁକି ?
ଉ : ତନ୍ତଟିରେ କୌଣସି ବସ୍ତ୍ର ନଥ‌ିବାର ଦେଖୁ ପ୍ରଧାନମନ୍ତ୍ରୀ ଚିନ୍ତାମଗ୍ନ ହୋଇପଡ଼ିଲେ ।

(ଘ) ରାଜା କାହିଁକି ‘ସାବାସ୍ ସାବାସ୍’ କହିଲେ ?
ଉ : ରାଜା ନିଜର ଲଜ୍ଜାକୁ ଘୋଡ଼ାଇବା ପାଇଁ ମିଛରେ ‘ସାବାସ୍, ସାବାସ୍‌ !’ ବୋଲି କହିଲେ ।

(ଙ) ରାଜା ନିଜର ଭ୍ରମ ବୁଝିପାରିଲେ କିପରି ?
ଉ : ଜନ୍ମଦିନ ସକାଳୁ ରାଜାଙ୍କ ଭୃତ୍ୟ ତାହାଙ୍କୁ ନୂତନ ପରିଚ୍ଛଦଟି ପିନ୍ଧାଇ ଦେବାକୁ ଆସି ଶୂନ୍ୟଥାଳି ଦେଖୁ ପ୍ରକୃତ ସତ୍ୟ ଘଟଣା ପ୍ରକାଶ କରିବାରୁ ରାଜା ନିଜର ଭ୍ରମ ବୁଝିପାରିଲେ ।

୩ । ନିମ୍ନଲିଖତ ଉତ୍ତର ପାଇବା ପାଇଁ ଆସ ପ୍ରଶ୍ନ ତିଆରି କରିବା ଓ ଲେଖୁବା ।
 (କ) ନିଜ ଆସନର ଅଯୋଗ୍ୟ ବ୍ୟକ୍ତିର ଚକ୍ଷୁକୁ ସେ ବସ୍ତ୍ର ଆଦୌ ଦେଖାଯିବ ନାହିଁ ।
ପ୍ରଶ୍ନ : କାହାର ଚକ୍ଷୁକୁ ସେ ବସ୍ତ୍ର ଆଦୌ ଦେଖାଯିବ ନାହିଁ ?

(ଖ) ଶଠ ବ୍ୟକ୍ତି ଦୁହେଁ ତନ୍ତ ପାଖରେ ବସି ବସ୍ତ୍ର ବୟନରେ ଛଳନା କଲେ । 
ପ୍ରଶ୍ନ : ଶଠ ବ୍ୟକ୍ତି ଦୁହେଁ ତନ୍ତ ପାଖରେ ବସି କ’ଣ କଲେ ?

(ଗ) ରାଜାଙ୍କ ନିକଟକୁ ଆସି ମନ୍ତ୍ରୀ ସେହି କଥା ବର୍ଣ୍ଣନା କଲେ ।
ପ୍ରଶ୍ନ : ରାଜାଙ୍କ ନିକଟକୁ ଆସି କିଏ କେଉଁ କଥା ବର୍ଣ୍ଣନା କଲେ ?

(ଘ) ଲୋକମାନେ କହିଲେ ଅତି ମନୋରମ ବସ୍ତ୍ର ହୋଇଛି । 
ପ୍ରଶ୍ନ : ଲୋକମାନେ କ’ଣ କହିଲେ ?

(ଙ) ରାଜା ରାଜକାର୍ଯ୍ୟରେ ଅଧ‌ିକ ମନୋନିବେଶ କଲେ । 
ପ୍ରଶ୍ନ : ରାଜା କେଉଁଥରେ ଅଧିକ ମନୋନିବେଶ କଲେ ?

୪ । ଆସ ନିମ୍ନଲିଖୁତ ଶବ୍ଦଗୁଡ଼ିକୁ ବ୍ୟବହାର କରି ବାକ୍ୟ ଗଢ଼ିବା ।
ସଉକ - ନୂତନ ପୋଷାକ ପିନ୍ଧିବାରେ ରାଜାଙ୍କର ସଉକ ଥୁଲା ।
ବୁଦ୍ଧିହୀନ - –  ମନ୍ତ୍ରୀ ବୁଦ୍ଧିହୀନ ଭଳି କାର୍ଯ୍ୟ କରୁଥିଲେ ।
ଚିନ୍ତାମଗ୍ନ - ଶଠ ଦୁହିଁଙ୍କର କାର୍ଯ୍ୟ ଦେଖ୍ ପ୍ରଧାନମନ୍ତ୍ରୀ ଚିନ୍ତାମଗ୍ନ ହେଲେ ।
ଚମତ୍କାର - ରାଜା କହିଲେ, ପୋଷାକଟି ଚମତ୍କାର ହୋଇଛି ।
ଭ୍ରମ -  ଶେଷରେ ଭୃତ୍ୟଟି ରାଜାଙ୍କର ଭ୍ରମ ଦୂର କଲା ।

୫ । ନିମ୍ନ ଶବ୍ଦଗୁଡ଼ିକର ବିପରୀତ ଅର୍ଥ ବୁଝାଉଥବା ଶବ୍ଦ ପାଖ କୋଠରିରେ ଲେଖୁବା ।
ଉ : ନୂତନ – ପୁରାତନ
ସାଧାରଣ – ଅସାଧାରଣ
ଭଲ – ମନ୍ଦ
ସମ୍ପୂର୍ଣ – ଅସମ୍ପୂର୍ଣ୍ଣ
ପୁରସ୍କାର – ତିରସ୍କାର

୬ । ପିଲାମାନଙ୍କର ଅଙ୍କ କଷା ଚାଲିଥାଏ । ଏହାକୁ ଏପରି ମଧ୍ୟ ଲେଖାଯାଇପାରେ– ପିଲାମାନେ ଅଙ୍କ କଷୁଥାନ୍ତି ।

 ସେହିପରି ତଳ ବାକ୍ୟଗୁଡ଼ିକ କିପରି ଲେଖାଯାଇପାରିବ, ଆସ ଖାଲି ସ୍ଥାନରେ ଲେଖୁବା ।
ଉ : (କ) ମାଆଙ୍କର ଭାତ ରନ୍ଧା ଚାଲିଥାଏ ମାଆ ଭାତ ରାନ୍ଧୁଥାନ୍ତି ।
(ଖ) ପିଲାମାନଙ୍କର ହସ୍ତାକ୍ଷର ଲେଖା ଚାଲିଥାଏ । ପିଲାମାନେ ହସ୍ତାକ୍ଷର ଲେଖୁଥାନ୍ତି ।
 (ଗ) ଭାଇଙ୍କର ପାଠପଢ଼ା ଚାଲିଥାଏ । ଭାଇ ପାଠ ପଢୁଥାନ୍ତି ।
(ଘ) ଶ୍ରମିକମାନଙ୍କର ମାଟି ଖୋଳିବା ଚାଲିଥାଏ । ଶ୍ରମିକମାନେ ମାଟି ଖୋଳୁଥାନ୍ତି ।
୭ । ନିମ୍ନ ଅନୁଚ୍ଛେଦଟିରୁ ବିଶେଷ୍ୟ ପଦଗୁଡ଼ିକୁ ବାଛି ତଳ ବାକ୍ସରେ ରଖୁବା ।

ରାଜା ଭାବିଲେ ଏହା ନିଶ୍ଚେ ଏକ ଅଦ୍ଭୁତ ପରିଚ୍ଛଦ ହେବ । ସେ କାରିଗର ଦୁଇଜଣଙ୍କୁ ପଚାରିଲେ, ‘ଏପରି ଏକ ପରିଚ୍ଛଦ ତିଆରି କରିବାରେ କେତେ ଅର୍ଥ ଖର୍ଚ୍ଚ ହେବ ??’
ଉ : ବିଶେଷ୍ୟପଦ -- ରାଜା, ପରିଚ୍ଛଦ, ନିଶ୍ଚେ, କାରିଗର, ଅର୍ଥ ।

୮ । ତଳେ କେତେଗୁଡ଼ିଏ ଶବ୍ଦ ଦିଆଯାଇଛି । ସେଗୁଡ଼ିକର ଉଚ୍ଚାରଣ ସମାନ ହେଲେ ମଧ୍ୟ ଅର୍ଥ ଭିନ୍ନ । ଆସ ସେଗୁଡ଼ିକର ଭିନ୍ନ ଭିନ୍ନ ଅର୍ଥ ପାଖରେ ଥିବା କୋଠରିରେ ଲେଖୁବା ।
ଉ :
ବଳି – ତ୍ୟାଗ, ହତ୍ୟା
ବଳୀ – ବଳୁଆ
ଲକ୍ଷ- ସଂଖ୍ୟା ୧୦୦୦୦୦
ଲକ୍ଷ୍ୟ - ଉଦ୍ଦେଶ୍ଯ
ପରିଚ୍ଛଦ – ପୋଷାକ
ପରିଚ୍ଛେଦ –  ଅଧ୍ୟାୟ

୯ । ଯେପରି ‘ଆନନ୍ଦ’ରୁ ‘ଆନନ୍ଦିତ’ ହେଉଛି । ସେହିପରି କ’ଣ ହେବ ଲେଖୁବା ।

ଉ : ଉତ୍ସାହ – ଉତ୍ସାହିତ
,ଚମତ୍କାର – ଚମତ୍କୃତ
ଚିତ୍ରଣ – ଚିତ୍ରିତ
ଉପସ୍ଥାନ – ଉପସ୍ଥିତ

୧୦ । ଆସ ନିମ୍ନଲିଖୂତ ପଦଗୁଡ଼ିକୁ ବ୍ୟବହାର କରି ବାକ୍ୟ ଗଢ଼ିବା ।

ଉ : ଯେତିକି ............... ସେତିକି
ତୁମେ ଯେତିକି ଦେଖୁ, ସେତିକି ଠିକ୍ ଭାବରେ କହିବ ।
ଯେତେବେଳେ..... ସେତେବେଳେ
ତୁମେ ଯେତେବେଳେ ଯିବ ସେତେବେଳେ ପଢ଼ା ଆରମ୍ଭ ହେବ ।

୧୧ । ‘ପୁଅ’ ଶବ୍ଦ ପାଇଁ ଯେପରି ‘ଝିଅ’ ଶବ୍ଦ, ତଳେ ଦିଆଯାଇଥିବା ଶବ୍ଦ ପାଇଁ ସେପରି କ’ଣ ହେବ ଭାବି କହିବା ଲେଖୁବା ।

ଉ : ରାଜା – ରାଣୀ
ଶିକ୍ଷକ – ଶିକ୍ଷୟିତ୍ରୀ | ଶିକ୍ଷିକା
ବାପା – ମାଆ
ଛାତ୍ର – ଛାତ୍ରୀ
ବୁଢ଼ା – ବୁଢ଼ୀ 

୧୨ । ତଳେ ଦୁଇଟି ବାକ୍ସରେ କେତେଗୁଡ଼ିଏ ଶବ୍ଦ ରଖାଯାଇଛି । ସେଗୁଡ଼ିକର ପରସ୍ପର ସହିତ ସମ୍ବନ୍ଧ ରହିଛି | ଆସ ସମ୍ବନ୍ଧ
ଥୁବା ଶବ୍ଦଗୁଡ଼ିକୁ ଏକାଠି ଯୋଡ଼ି ତଳେ ଲେଖୁବା ।

ଉ : ନୂତନ – ପରିଚ୍ଛଦ, ସ୍ୱର୍ଣ୍ଣ – ଜରି, ଶୂନ୍ୟ – ଭଣ୍ଡାର, ଭଲ – ଶାସନ, ରେଶମ – ସୂତା, ବିଚିତ୍ର – ଗୁଣ ।

୧୩ । ରାଜାଙ୍କ ମନରେ କ୍ରମେ ଆଗ୍ରହ ବଢ଼ିଲା – ଏହାକୁ ଏହିପରି ଲେଖାଯାଇପାରିବ– ରାଜାଙ୍କ ମନରେ କ୍ରମେ ଆଗ୍ରହ ବଢ଼ିବ ।

ସେହିପରି ତଳ ବାକ୍ୟଗୁଡ଼ିକ ଲେଖୁବା ।
(କ) ଲୋକଟି ଅଙ୍ଗୁଳି ନିର୍ଦ୍ଦେଶ କରି କହିଲା । 
ଉ : ଲୋକଟି ଅଙ୍ଗୁଳି ନିର୍ଦ୍ଦେଶ କରି କହିବ ।
 (ଖ) ମନ୍ତ୍ରୀ ଫେରିଆସି ସେହି କଥା ବର୍ଣ୍ଣନା କଲେ | 
ଉ : ମନ୍ତ୍ରୀ ଫେରିଆସି ସେହି କଥା ବର୍ଣନା କରିବେ । 
(ଗ) ରାଜା ତାହା ଦେଖ୍ ବିଚାର କଲେ । 
ଉ : ରାଜା ତାହା ଦେଖ୍ ବିଚାର କରିବେ ।
(ଘ) ଶଠ ବ୍ୟକ୍ତି ଦୁଇଜଣ ପୁରସ୍କାର ନେଇ ଚାଲିଗଲେ ।
 ଉ : ଶଠ ବ୍ୟକ୍ତି ଦୁଇଜଣ ପୁରସ୍କାର ନେଇ ଚାଲିଯିବେ ।


ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
 
୧ । ଆସ କଥାବାର୍ତ୍ତା ହେବା ।
(କ) ରାଜା କ’ଣ ପାଇଁ ଏକ ପ୍ରକାର ପାଗଳ ହୋଇପଡ଼ିଥିଲେ ?
ଉ : ରାଜା ନୂତନ ପରିଚ୍ଛଦ ପାଇଁ ଏକ ପ୍ରକାର ପାଗଳ ହୋଇପଡ଼ିଥିଲେ ।
(ଖ) ପୋଷାକର ବିଚିତ୍ର ଗୁଣ କ’ଣ ?
ଉ : ପୋଷାକର ବିଚିତ୍ର ଗୁଣ ହେଉଛି– ଯେଉଁ ଲୋକ ବୁଦ୍ଧିହୀନ ଏବଂ ନିଜ ଆସନର ଅଯୋଗ୍ୟ ତାହାର ଚକ୍ଷୁକୁ ସେ ଆଦୌ ଦେଖାଯିବ ନାହିଁ ।
(ଗ) ରାଜା କାହିଁକି ଅଧ୍ବକ ଆନନ୍ଦିତ ହେଲେ ?
ଉ : ଶଠ ଦୁହେଁ ଯେଉଁ ପରିମାଣର ରେଶମ ସୂତା, ସ୍ଵର୍ଣ୍ଣଜରି ଓ ମୋତି ମାଣିକ୍ୟର ହିସାବ ଦେଲେ, ତାହା ଶୁଣି ରାଜା ଅଧ୍ବକ
ଆନନ୍ଦିତ ହେଲେ ।
(ଘ) ଶଠ ଦୁଇଜଣ ତନ୍ତ ପାଖରେ ବସି କ’ଣ କଲେ ?
ଉ : ଶଠ ଦୁଇଜଣ ତନ୍ତ ପାଖରେ ବସି ବସ୍ତ୍ର ବୟନର ଛଳନା କଲେ ।
(‍ଙ) ପ୍ରତ୍ୟେକ ଲୋକ କେଉଁ କଥାକୁ ଅପେକ୍ଷା କରି ରହିଥିଲେ ?
ଉ : ପ୍ରତ୍ୟେକ ଲୋକ ରାଜାଙ୍କର ଜନ୍ମଦିନ ପାଳନକୁ ଅପେକ୍ଷା କରି ରହିଥିଲେ ।
 ୨ । ଆସ ଉତ୍ତର ଲେଖୁବା ।
(କ) ପ୍ରଧାନମନ୍ତ୍ରୀ ଛଳନା କରି ଶଠକୁ କ’ଣ କହିଲେ ?
ଉ : ପ୍ରଧାନମନ୍ତ୍ରୀ ଛଳନାକରି ଶଠକୁ କହିଲେ– ‘ନିଶ୍ଚୟ ଏହା ଏକ ଚମତ୍କାର ପୋଷାକ । ରାଜାଙ୍କ ଦେହକୁ ଏହା ଖୁବ୍ ମାନିବ ।’’
(ଖ) ନୂତନ ପରିଚ୍ଛଦଟି ଦେଖିବା ପାଇଁ ରାଜା ଦ୍ବିତୀୟଥର କାହାକୁ ପଠାଇଲେ ?

ଉ : ନୂତନ ପରିଚ୍ଛଦଟି ଦେଖୁବା ପାଇଁ ରାଜା ଦ୍ଵିତୀୟଥର ପ୍ରଧାନ ବିଚାରପତିଙ୍କୁ ପଠାଇଲେ ।

(ଗ) ରାଜା କେଉଁମାନଙ୍କୁ ନେଇ ତନ୍ତ ନିକଟକୁ ଗଲେ ? 
ଉ : ରାଜା ତାଙ୍କର କେତେକ ବିଶ୍ୱସ୍ତ କର୍ମଚାରୀଙ୍କୁ ନେଇ ତନ୍ତ ନିକଟକୁ ଗଲେ ।

(ଘ) ରାଜା ମନେ ମନେ କ’ଣ ଭାବୁଥାନ୍ତି ?
ଉ : ରାଜା ମନେ ମନେ ଭାବୁଥାନ୍ତି, ସମସ୍ତେ ସେହି ବସ୍ତ୍ରଟିକୁ ଦେଖୁ ପାରୁଥ‌ିବା ସ୍ଥଳେ ସେ ନିଜେ କାହିଁକି ଦେଖିପାରୁ ନାହାନ୍ତି ? ସେ ତେବେ କ’ଣ ରାଜପଦ ପାଇଁ ଅଯୋଗ୍ୟ ? ପ୍ରଜାମାନେ ଏକଥା ଜାଣିଲେ କଅଣ ଭାବିବେ ?

(‍ଙ) ରାଜାଙ୍କର ଜନ୍ମୋତ୍ସବର ପୂର୍ବଦିନ ଶଠ ଦୁଇଜଣ କ’ଣ କଲେ ?
ଉ : ରାଜାଙ୍କର ଜନ୍ମୋତ୍ସବର ପୂର୍ବଦିନ ଶଠ ଦୁଇଜଣ ସୁବର୍ଣ୍ଣ ଥାଳିରେ ନୂତନ ପରିଚ୍ଛଦଟିକୁ ରଖୁବାର ଅଭିନୟ କରି ଶୂନ୍ୟ ଥାଳିକୁ ନେଇ ରାଜାଙ୍କୁ ଉପହାର ଦେଲେ ।

୩ । ଆସ ଏହି ଶବ୍ଦଗୁଡ଼ିକର ଅର୍ଥ ଅଭିଧାନରୁ ଖୋଜିବା ।
 ଉ : ପରିଚ୍ଛଦ– ପୋଷାକ
ପ୍ରସ୍ତୁତ— ତିଆରି
ବୁଦ୍ଧିହୀନ— ଯାହାର ବୁଦ୍ଧିନାହିଁ
ବୟନ– ବୁଣିବା, ତିଆରି କରିବା 
ନିତାନ୍ତ— ନିହାତି

୪ । ଆସ ଏହି ସମାନ ଉଚ୍ଚାରଣ ଶବ୍ଦର ଭିନ୍ନ ଅର୍ଥ ଖୋଜିବା ଓ ଲେଖୁବା ।
ଉ : ଦିନ – ଦିବସ
ଦୀନ– ଦରିଦ୍ର, ଗରିବ
ପ୍ରଧାନ – ମୁଖ୍ୟ
ପଧାନ— ଜାତି
ବୁଦ୍ଧି – ଜ୍ଞାନ
ବୃଦ୍ଧି– ବଢ଼ିବା
ପଦ – ଗୀତର ପଦ
ପାଦ–ମଣିଷ କିମ୍ବା ପଶୁଙ୍କର ପାଦ

୫ । ଆସ ନିମ୍ନ ଶବ୍ଦଗୁଡ଼ିକୁ ନେଇ ବାକ୍ୟ ତିଆରି କରିବା ।
ଉ : ଅଥବା– ସେମାନେ ପଢ଼ନ୍ତୁ ଅଥବା ଖେଳନ୍ତୁ । ସମ୍ପୂର୍ଣ– ଏହା ଏକ ସମ୍ପୂର୍ଣ୍ଣ ନୂଆ ପୋଷାକ ।
ନିମନ୍ତେ— ଆପଣଙ୍କ ନିମନ୍ତେ ମୁଁ ଏ ପୋଷାକ ଆଣିଛି ।
ବିଶ୍ବସ୍ତ– ସେ ଜଣେ ବିଶ୍ବସ୍ତ ଲୋକ ।
ଭୃତ୍ୟ– ରାଜା ଭୃତ୍ୟଟିର କଥାକୁ ବିଶ୍ଵାସ କଲେ ।

No comments:

Post a Comment

Comments