Class 4 mil chapter 15 pahadara daka question answer | Class 4 Chapter 15 Pahadara Daka Ekankika ପାହାଡ଼ର ଡାକ ( ଏକାଙ୍କିକା ) Question Answer | Class 4 mil chapter 15 pahadara daka question answer ପାହାଡ଼ର ଡାକ ପ୍ରଶ୍ନ ଉତ୍ତର ଚତୁର୍ଥ ଶ୍ରେଣୀ l | Meher sir.
pahadara daka question answer ପାହାଡ଼ର ଡାକ ପ୍ରଶ୍ନ ଉତ୍ତର
ପାଠ୍ୟପୁସ୍ତକ ଅନ୍ତର୍ଗତ ଅଭ୍ୟାସ ପ୍ରଶ୍ନୋତ୍ତର
୧ | ଆସ କଥାବାର୍ତ୍ତା ହେବା ।
(କ) ବିର୍ସାମୁଣ୍ଡାଙ୍କର ବାପା ଓ ମାଆଙ୍କ ନାମ କ’ଣ ?
ଉ : ବିର୍ସାମୁଣ୍ଡାଙ୍କର ବାପାଙ୍କ ନାମ ସୁମନାମୁଣ୍ଡା ଓ ମାଆଙ୍କ ନାମ କରମୀ ।
(ଖ) ବିର୍ସା କ’ଣ କରିବାକୁ ଶପଥ କରିଥିଲେ ?
ଉ : ବିର୍ସା ଜନମ ମାଟିକୁ ଗୋରା ହାତରୁ ମୁକୁଳାଇବା ପାଇଁ ଶପଥ କରିଥିଲେ ।
(ଗ) ବିର୍ସାଙ୍କୁ ଇଂରେଜମାନଙ୍କ ହାତରେ କିଏ ଧରେଇ ଦେଇଥିଲା ?
ଉ : ବିର୍ସାଙ୍କୁ ଇଂରେଜମାନଙ୍କ ହାତରେ ମାଝିତା ମାରିଆ ନାମକ ଜଣେ ମୁଣ୍ଡା ଧରାଇ ଦେଇଥିଲା ।
(ଘ) ବିର୍ସାମୁଣ୍ଡା କେଉଁଠାରେ ମୃତ୍ୟୁବରଣ କରିଥିଲେ ?
ଉ : ବିର୍ସାମୁଣ୍ଡା ରାଞ୍ଚି ଜେଲ୍ରେ ମୃତ୍ୟୁବରଣ କରିଥିଲେ ।
() ବିର୍ସାମୁଣ୍ଡାଙ୍କ ମୃତ୍ୟୁ ସମ୍ପର୍କରେ କ’ଣ ଶୁଣାଯାଏ ?
ଉ : ବିର୍ସାଙ୍କ ମୃତ୍ୟୁ ସମ୍ପର୍କରେ ଶୁଣାଯାଏ ଯେ ବିର୍ସାର ସହପାଠୀ ଥିବା ଜଣେ ଡାକ୍ତର ତାଙ୍କୁ ଜେଲ୍ରେ ବିଷ ଇଞ୍ଜେକ୍ସନ୍ ଦେଇଦେବାରୁ ସେ ମୃତ୍ୟୁବରଣ କରିଥିଲେ ।
9 ଆସ ଉତ୍ତର ଲେଖିବା ।
(କ) ବିର୍ସା କେଉଁଠାରେ ପାଠ ପଢୁଥିଲେ ?
ଉ : ବିର୍ସା ଚାଏଁବସାର ଏକ ମିଶନାରୀ ଅନୁଷ୍ଠାନରେ ପାଠ ପଢୁଥିଲେ ।
(ଖ) ବିର୍ସାଙ୍କୁ ମୁଣ୍ଡାଜାତି କାହିଁକି ଭଲ ପାଉଥିଲେ ?
ଉ : ବିର୍ସାଙ୍କୁ ମୁଣ୍ଡାଜାତି ଭଲ ପାଉଥିଲେ କାରଣ, ଜଙ୍ଗଲଥୁଲା ମୁଣ୍ଡାମାନଙ୍କର । ସେହି ଜଙ୍ଗଲ ମା’କୁ ରକ୍ଷା କରିବାପାଇଁ ବିର୍ସ ଇଂରେଜମାନଙ୍କ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରୁଥିଲେ ।
(ଗ) ବିର୍ସା ନିଜର ଅନୁଗାମୀମାନଙ୍କୁ କିପରି ଚଳିବାକୁ କହୁଥିଲେ ?
ଉ : ବିର୍ସା ନିଜର ଅନୁଗାମୀମାନଙ୍କୁ କହୁଥିଲେ ଯେ ସେମାନଙ୍କର ଲଢ଼େଇ ଇଂରେଜ ଶାସନ ଓ ତା’ର ନୀତି ବିରୋଧରେ ଲଢ଼େ କିନ୍ତୁ ଇଂରେଜ ଜାତି ବିରୋଧରେ ନୁହେଁ ।
(ଘ) ବୀର ସାଇତମାନଙ୍କର ବେଶପୋଷାକ କିଭଳି ହେବବୋଲି ବିର୍ସା ସୂଚନା ଦେଇଥିଲେ ?
ଉ : ବୀର ସାଇତମାନଙ୍କର ବେଶ ପୋଷାକ ସମ୍ପର୍କରେ ବିର୍ସା ସୂଚନା ଦେଇ କହିଥିଲେ ଯେ ସେମାନେ ଧୋତି ପିନ୍ଧିବେ, କପାଳରେ ଚିତା ଦେବେ ଏବଂ ପଇତା ପକାଇବେ ।
୩ । ତଳେ ଦିଆଯାଇଥିବା ଭକ୍ତିଗୁଡ଼ିକର କି ଅର୍ଥ ବୁଝାପଡ଼ୁଛି, ଆସ ଲେଖିବା ।
(କ) ବିର୍ସା ଡାକିଲେ ଜଙ୍ଗଲ ‘ଓ’ କରୁଥିଲା ।
ବିର୍ସା ଗୋରାମାନଙ୍କୁ ତାଙ୍କ ମୁଲକରୁ ହଟାଇ ଦେବାପାଇଁ ଚାହୁଁଥିଲେ । ସେଥିପାଇଁ ସେ ସଂଗଠନ ତିଆରି କରିଥିଲେ । ଅନ୍ୟ ମୁଣ୍ଡାମାନେ ତାଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସମର୍ଥନ କରୁଥିଲେ । ସେ ସଂଗ୍ରାମ ପାଇଁ ଡାକିବାମାତ୍ରେ ସାରା ଜଙ୍ଗଲର ଅଧିବାସୀମାନେ ତାଙ୍କ ଆଜ୍ଞାକୁ ସଙ୍ଗେ ସଙ୍ଗେ ପାଳନ କରୁଥିଲେ । ତେଣୁ କୁହାଯାଇଛି ବିର୍ସା ଡାକିଲେ ଜଙ୍ଗଲ ‘ଓ’ କରୁଥିଲା ।
(ଖ) ଆଜି ସେ ପିଞ୍ଜରାର ବାଘପରି ଉଠବସ୍ ହେଉଛି ।
ଉ : ମାଝିତା ମାରିଆ ବିଶ୍ୱାସଘାତକତା କରି ବିର୍ସାଙ୍କୁ ଇଂରେଜମାନଙ୍କୁ ଧରାଇଦେଲା । ଇଂରେଜମାନେ ବିର୍ସାଙ୍କୁ ରାଷ୍ଟ୍ରଜେଲ୍ରେ ନେଇ ରଖୁଲେ । ବିର୍ସାଙ୍କ ଜେଲବାପରେ ମୁଣ୍ଡାମାନେ ଦୁଃଖ ପ୍ରକାଶ କଲେ । ମାଝିତା ମାରିଆକୁ ନିନ୍ଦାକଲେ । ଯେଉଁ ବିର୍ସାଙ୍କ ଡାକରାରେ ମୁଣ୍ଡାମାନେ ଏକତ୍ରିତ ହୋଇଯାଉଥିଲେ ଏବଂ ବିର୍ସା ନିଜର ଦମ୍ଭ ଦେଖାଉଥିଲେ ସେ ଜେଲ୍ରେ ରହିଲେ । ପିଞ୍ଜରାରେ ବାଘର କିଛି କ୍ଷମତା ନଥାଏ । ତାକୁ ଇଚ୍ଛା ମୁତାବକ ମଣିଷ ଉଠବସ୍ କରାଏ । ଜେଲ୍ରେ ବିର୍ସାଙ୍କ ଅବସ୍ଥା ଠିକ୍ ସେହିଭଳି ହୋଇଥିଲା ।
4| ତଳେ ଦିଆଯାଇଥିବା ବାକ୍ୟଗୁଡ଼ିକୁ ଭଲଭାବରେ ପଢ଼ିବା ଓ ରେଖାଙ୍କିତ ପଦଗୁଡ଼ିକ କାହାକୁ ବୁଝାଇଛି ଖାଲିଘରେ ଲେଖିବା ।
(କ) ହେଲେ ଆମେ ଏମାନଙ୍କ ସାଙ୍ଗରେ ଲଢ଼ିପାରିବା ?
ଉ : ଇଂରେଜମାନଙ୍କୁ ବୁଝାଉଛି ।
(ଖ) ଭଗବାନଟା ଏମିତି ମଝିରେ ମଝିରେ ତ ଅଡୁଆ କରୁଛି ।
ଉ : ବିର୍ସା ମୁଣ୍ଡାଙ୍କୁ ବୁଝାଉଛି ।
5| ତଳେ ଗୋଟିଏ କୋଠରିରେ କିଛି ସ୍ଥାନର ନାମ ଏବଂ ଅନ୍ୟ କୋଠରିରେ ବିର୍ସା ଜୀବନର କେତେକ ଘଟଣା ଦିଆଯାଇଛି । କେଉଁ ସ୍ନାନ ସହିତ କେଉଁ ଘଟଣାର ସମ୍ପର୍କ ଅଛି ଆସି ଲେଖିବା ।
ଉ : ରାଞ୍ଚ୍ - ଜେଲଯିବା
ଡୋମ୍ବାରୀ ପାହାଡ଼ - ଅନୁଗାମୀମାନଙ୍କ ସଭା
ଚାଏଁବାସା - ପାଠପଢ଼ିବା
ବାମ୍ବା- ଜନ୍ମ
୬ । ଏମାନଙ୍କୁ ଆମେ ଚିହ୍ନି ସାରିଲେଣି । ଏମାନେ ସବୁ କିଏ ଆସ କହିବା ଓ ଖାଲି ଜାଗାରେ ଲେଖୁବା ।
ଉ : ସୁମନା- ବିର୍ସାମୁଣ୍ଡାର ବାପା
ଅମୂଲ୍ଯ - ବିର୍ସାର ସହପାଠୀ
କରମୀ- ବିର୍ସାମୁଣ୍ଡାର ମାଆ
ଡୋନ୍ - ବିର୍ସାର ଅନୁଗାମୀ ବୀର
କୋମତା - ବିର୍ସାମୁଣ୍ଡାର ବଡ଼ ଭାଇ
ଧାନୀ- ଜଣେ ମଣ୍ଡା ନାରୀ
ଦାସନୀ- ବିର୍ସାମୁଣ୍ଡାର ଭଉଣୀ
ସାଲୀ- ଡୋକାର ସ୍ତ୍ରୀ
ଚମ୍ପା- ବିର୍ସାର ଭଉଣୀ
ମାଝିତା ମାରିଆ- ଜଣେ ମଣ୍ଡା (ବିର୍ସାକୁ ଯିଏ ଧରାଇଥୁଲା)
୭ | ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକର ଅର୍ଥ ପାଖ ମୁଣ୍ଡଳି ମଧ୍ଯରେ ରଖାଯାଇଛି । କେଉଁଟି କାହାର ଅର୍ଥକୁ ବୁଝାଉଛି ତାକୁ ବାଛି ଶବ୍ଦ କଡ଼ରେ ଲେଖିବା ।
ଉ : ଦିକୁ- ଶୋଷଣ କାରୀ
କୁଦୋ – ଶୁଆଁ ଧାନ
ବୀର ସାଇତ- ବୀର ସୈନିକ
ପଲଟନ- ଇଂରେଜ ସୈନ୍ୟ
ଧରତି - ପୃଥିବୀ
୮ । ପଠିତ ଏକାଙ୍କିକାର କେତେକ ଉକ୍ତି ତଳେ ଦିଆଯାଇଛି । ଏଗୁଡ଼ିକ କେଉଁ ଅର୍ଥରେ ବ୍ୟବହାର କରାଯାଇଛି, ଡାହାଣ ପାଖ ଖାଲି ଜାଗାରେ ଲେଖିବା ।
ସଂସାର ଚଳାଇବା – ପରିବାରର ଗୁଜୁରାଣ ମେଣ୍ଟାଇବା ।
ମେଘକୁ ଛୁଇଁବା ଭଳି – ଖୁବ୍ ଉଚ୍ଚ ।
ଅଡୁଆ କରିବା – ଗୋଳମାଳ କରିବା ।
ରକତରେ ମାଦଲ ବାଜିବା – ରକ୍ତରେ କମ୍ପନ ସୃଷ୍ଟି ହେବା ।
ପିଞ୍ଜରାର ବାଘ ପରି ଉଠବସ୍ ହେବା – ପରାଧୀନତା | ଶକ୍ତିଶାଳୀର ଅଣାୟର ଅବସ୍ଥା
ରକତରେ ନିଆଁ ଲାଗିବା – ଅଧିକ କ୍ରୋଧ ଜାତ ହେବା ।
୯ ତଳେ ଦିଆଯାଇଥିବା କଥାଗୁଡ଼ିକ କିଏ, କାହାକୁ କହିଛନ୍ତି, ସେମାନଙ୍କ ନାମ ମୁଣ୍ଡଳି ମଧ୍ୟରୁ ଖୋଜି ଆଣି ଖାଲିଘରେ ଲେଖୁବା ।
(କ) ସଂସାରଟା କେମିତି ଗୋ ?
ଢ : ବିର୍ସା
(ଖ) କିନ୍ତୁ ଲେଖାପଢ଼ା ମଣିଷକୁ ବଢ଼ କରିଦିଏ ।
ଉ : ଅମୂଲ୍ୟ
(ଗ) ଖାଣ୍ଟିସୁନାଠୁ ବି ଖାଣ୍ଟି ଆମର ମାଟିରେ ।
ଉ : କରମୀ
(ଘ) ଦେଶପ୍ରେମ ତୁମକୁ ପାଗଳ କରିଦେଇଛି ।
ଉ : ଅମୂଲ୍ୟ
(ଙ) ଲଢ଼େଇ ପରେ ଏ ମହାନ୍ ଦେଶରେ ସାନ ବଡ଼ ରହିବେନି ।
ଊ : ଡୋନ୍
୧୦ । ତଳେ ଦିଆଯାଇଥିବା ଅନୁଚ୍ଛେଦରୁ ନାମଗୁଡ଼ିକୁ ବାଛି ବାମ ପାଖରେ ଥିବା ବାକ୍ସରେ ରଖୁବା ଓ କାମଗୁଡ଼ିକୁ ବାଛି ଡାହାଣ ପାଖରେ ଥିବା ଗୋଲ୍ରେ ରଖିବା ।
ସାହେବମାନେ ଖାଇବେ କ୍ଷୀର, ମୁଣ୍ଡା ଚରେଇବ ଗାଈ ।
ଆମ ବୀର ସାଇତମାନେ ଧୋତି ପିନ୍ଧିବେ ।
ଭଗବାନଟା ଏମିତି ମଝିରେ ମଝିରେ ଅଢୁଆ କରୁଛି ।
ଗୋରାମାନେ ଛଡ଼େଇନେଲେ ଆମଠୁ ଆମ ଗାଁ ମାଟି ।
ସାହେବ, କ୍ଷୀର, ଗାଈ, ବୀର, ସାଇତ, ଧୋତି, ଭଗବାନ, ଗୋରାମାନେ, ଗାଁ ମାଟି
ଖାଇବେ, ଚରେଇବ, ପିନ୍ଧିବେ, କରୁଛି, ଛଡ଼େଇ ନେଲେ,
No comments:
Post a Comment