Mo Jibanara Abhula katha prashn uttar | mo jibanara abhula katha class 6 question answer | class 6 odia mo jibanara abhula katha question answer ଷଷ୍ଠ ଶ୍ରେଣୀ | 6th class odia mo jibanara abhula katha question answer | mo jibanara avula katha prashn uttar 6th class odia mo jibanara abhula katha question answer 6 class mo jibanara abhula katha question | Mo jibanara abhula katha prashn uttar question answer | Mo jibanara abhula katha prashn uttar pdf | Mo jibanara abhula katha prashn uttar answer.
Mo Jibanara Abhula katha Question Answer
ମହାରାଜା - ପାରଳାଖେମୁଣ୍ଡିର ମହାରାଜା କୃଷ୍ଣଚନ୍ଦ୍ର ଗଜପତି
ବକ୍ତା - ଯେ ବକ୍ତବ୍ୟ ପ୍ରଦାନ କରନ୍ତି ବା ଭାଷଣ ଦିଅନ୍ତି
ଉତ୍ସ - ମୂଳସ୍ଥାନ
ରୋପଣ – ପୋଡିବା, ଲଗାଇବା -
ନାତିଦୀର୍ଘ - ବେଶିବଡ଼ ବା ଲମ୍ବା ନୁହେଁ, ଅଳ୍ପ
ଲଙ୍ଘନ - ଅତିକ୍ରମ, ଡେଇଁପଡ଼ିବା
ପରିପକ୍ବ – ଗମ୍ଭୀର, ମାର୍ଜିତ, (ପାଚିଲା) ସମ୍ପୂର୍ଣ୍ଣ
ଅନାହାରକ୍ଳିଷ୍ଟ – ଉପବାସରେ ପୀଡ଼ିତ
ଅଧ୍ୟବସାୟ – ସାଧନା
ଅବୈତନିକ - ଦରମା ବା ବେତନ ନେଉନଥୁବା
ଆହ୍ବାନ - ଡାକରା
ସ୍ମିତହାସ୍ୟ - ଅଳ୍ପ ହସ ପ୍ରକାଶ କରି
ସବଳକାୟ - ବଳୁଆ ଶରୀରଯୁକ୍ତ
ଅଙ୍କୁରିତ ହେବା - ଗଜାହେବା, ଗଛରେ ପରିଣତ ହେବା
ନିବୃତ୍ତ - ବାରଣ, ପ୍ରତିରୋଧ
ପିତାମହୀ - ଜେଜେମା
ସମର – ଯୁଦ୍ଧ
୧ ଉତ୍ତର କୁହ :
(କ) ଲେଖକ ଚତୁର୍ଥ ଶ୍ରେଣୀରେ ପଢୁଥିବାବେଳେ ଦେଶର ଅବସ୍ଥା କିପରି ଥିଲା ?
ଢ : ଲେଖକ ଚତୁର୍ଥ ଶ୍ରେଣୀରେ ପଢ଼ୁଥିଲାବେଳେ ଦେଶ ପରାଧୀନ ଥିଲା । ସ୍ଵାଧୀନତା ଆନ୍ଦୋଳନ ପାଇଁ ମହାତ୍ମାଗାନ୍ଧୀ ଡାକରା ଦେଇଥିଲେ ।
(ଖ) ୧୯୨୧ ମସିହାରେ ଭାରତରେ ହୋଇଥିବା ଆନ୍ଦୋଳନର ନାମ କ'ଣ ?
ଉ: ୧୯୨୧ ମସିହାରେ ଭାରତରେ ହୋଇଥିବା ଆନ୍ଦୋଳନର ନାମ ସ୍ବାଧୀନତା ଆନ୍ଦୋଳନ ।
(ଗ) ମହାତ୍ମାଗାନ୍ଧି ପାରଳାଖେମୁଣ୍ଡିକୁ ଆସି କ’ଣ କଲେ ?
ଉ: ମହାତ୍ମାଗାନ୍ଧି ପାରଳାଖେମୁଣ୍ଡିକୁ ଆସି ସ୍ଵାଧୀନତା ଆନ୍ଦୋଳନ ବିଷୟରେ ପ୍ରଚାର ସଭାକଲେ |
(ଘ) ଛାତ୍ରମାନେ ଗାନ୍ଧିଜୀଙ୍କୁ କିପରି ସୁରକ୍ଷା ଦେଇଥିଲେ ?
: ଛାତ୍ରମାନେ ଚକ୍ରାକାରରେ ଘେରକରି ହାତକୁ ହାତ ଛନ୍ଦି ମଝିରେ ମହାତ୍ମାଗାନ୍ଧିଙ୍କୁ ରଖୁ ସୁରକ୍ଷା ଦେଇଥିଲେ ।
() ଗାନ୍ଧିଜୀ ଲେଖକଙ୍କୁ କ'ଣ କହିଥିଲେ ?
ଉ : ଗାନ୍ଧିଜୀ ଲେଖକଙ୍କୁ କହିଥିଲେ ‘‘ଆରେ ପିଲା ! ତୁ ନିଜକୁ ନିଜେ ତ ସମ୍ଭାଳିପାରୁ ନାହୁଁ, ମୋତେ ସମ୍ଭାଳିବୁ କିପରି ?””
୨। ଉତ୍ତର ଲେଖା :
(କ) ଲେଖକ କାହାକୁ ନିଜର ପିତାମହୀ ଓ କାହାକୁ ଜନନୀ ବୋଲି କହିଛନ୍ତି ?
ଉ: ଲେଖକ ଭାରତ ମାତାକୁ ପିତାମହୀ ଓ ଉତ୍କଳକୁ ଜନନୀ ବୋଲି କହିଛନ୍ତି ।
(ଖ) ଗରିବ ବାଳକଟିର ବେଶଭୂଷା କିପରି ଥିଲା ?
ଇ: ଗରିବ ବାଳକଟିର ବେଶଭୂଷା ନିହାତି ଦୟନୀୟ ଥିଲା । ସେ ଖଣ୍ଡିଏ ଛିଣ୍ଡାଲୁଗା ପିନ୍ଧିଥିଲା, ମଳିଆ ବୁକୁଚାଟିଏ ଧରିଥିଲା, ତା’ର ମୁହଁ ଅନାହାରକ୍ଲିଷ୍ଟ ଶୁଷ୍କ ଥିଲା ।
(ଗ) ଲେଖକ ପିଲାଟିକୁ କିପରି ସାହାଯ୍ୟ କଲେ ?
ଉ : ଲେଖକ ପିଲାଟିର ପାଠପଢ଼ିବାର ଆଗ୍ରହ ଦେଖୁ ତାଙ୍କର ସାଙ୍ଗ ସାଥୀମାନଙ୍କୁ କହି ତାକୁ ବହିପତ୍ର ଯୋଗାଇଦେଲେ, ରାଧାକାନ୍ତ ମଠର ମହନ୍ତଙ୍କୁ କହି ତା’ର ଖୁଆପିଆର ବନ୍ଦୋବସ୍ତ କଲେ ଏବଂ ଅବୈତନିକ ଶିକ୍ଷାଲାଭ ପାଇଁ ସ୍କୁଲରେ ନାମ ଲେଖାଇଦେଲେ ।
(ଘ) ଉକ୍ତ ପିଲାଟି ସହ ଲେଖକଙ୍କର ପୁଣି କେଉଁ ପରିସ୍ଥିତିରେ ସାକ୍ଷାତ ହେଲା ?
ଉ: ଲେଖକ ୧୯୪୩ ମସିହାରେ ପୁରୀରୁ ପାରଳାଖେମୁଣ୍ଡି ଫେରୁଥିଲେ । ଖୋର୍ଦ୍ଧାଷ୍ଟେସନ୍ରେ ମାନ୍ଦ୍ରାଜ ମେଲ୍କୁ ଅପେକ୍ଷା କରିଥିଲେ । ଏହି ସମୟରେ ମାନ୍ଦ୍ରାଜଆଡ଼ୁ ସ୍ପେଶାଲ୍ ମିଲିଟାରୀ ଗାଡ଼ିଆସି ଖୋର୍ଦ୍ଧାରେ ପହଞ୍ଚିଲା । ସେହି ଗାଡ଼ିରେ ଲେଫ୍ଟନାଣ୍ଟ ଅଫିସର ପଦବୀ ପାଇଥବା ଉକ୍ତ ପିଲାଟି ଆସିଥିଲା ଏବଂ ଲେଖକଙ୍କ ସହିତ ତାହାର ସାକ୍ଷାତ ହେଲା ।
(ଙ) ମିଲିଟାରୀ ପୋଷାକ ପିନ୍ଧିଥିବା ସେଇ ଯୁବକଙ୍କର ନାଆଁ
ଉ: ମିଲିଟାରୀ ପୋଷାକ ପିନ୍ଧିଥିବା ସେଇ ଯୁବକଙ୍କ ନାଆଁ ବ୍ରହ୍ମଚାରୀ ମୁଇଁ ।
୩ । କେଉଁ ପ୍ରସଙ୍ଗରେ କୁହାଯାଇଛି ?
(କ) ‘‘ତୁ ନିଜକୁ ନିଜେ ତ ସମ୍ଭାଳି ପାରୁନାହୁଁ, ମୋତେ ସମ୍ଭାଳିବୁ କିପରି ?
ଉ: ‘ତୁ ................ କିପରି ?”
ଉକ୍ତ ଗଦ୍ୟଶଟି ‘ଆମ ସାହିତ୍ୟ’ ପୁସ୍ତକର ‘ମୋ ଜୀବନର ଅଭୁଲା କଥା’ ପ୍ରବନ୍ଧରୁ ଆନୀତ । ଏହି ପ୍ରସଙ୍ଗରେ ଲେଖକ ସତ୍ୟନାରାୟଣ ରାଜଗୁରୁ ଗାନ୍ଧିଜୀଙ୍କ କହିଥିବା କଥା ବିଷୟରେ ବର୍ଣ୍ଣନା କରିଛନ୍ତି ।
୧୯୨୧ ମସିହାରେ ସ୍ଵାଧୀନତା ଆନ୍ଦୋଳନ ଡାକରାଦେଇ ପ୍ରଚାର ଉଦ୍ଦେଶ୍ୟରେ ମହାତ୍ମାଗାନ୍ଧି ପାରଳାଖେମୁଣ୍ଡି ଆସିଥିଲେ । ସେତେବେଳେ ବ୍ରିଟିଶ୍ ସରକାରଙ୍କ କଟକଣା ହେତୁ ସଭାକରିବାକୁ ସ୍ଥାନ ମିଳିଲା ନାହିଁ । ଛାତ୍ରମାନେ ଜୋକରି ସଭା ଆୟୋଜନ କଲେ । ଲୋକ ଗହଳି ହେଲା । କେତେକ ଛାତ୍ରଙ୍କ ସହିତ ଲେଖକ ଚକ୍ରାକାରରେ ଘେର କରି ହାତକୁ ହାତଛନ୍ଦି ଗାନ୍ଧିଜୀଙ୍କୁ ଲୋକଗହଳି ଭିତରେ ମଞ୍ଚକୁ ନେବାକୁ ଚେଷ୍ଟାକରୁଥିଲେ । ଜନତାର ଚାପରେ ଲେଖକ ମହାତ୍ମାଙ୍କ ଆଡ଼କୁ ଠେଲି ହୋଇଗଲେ । ଏହି ଅବସରରେ ମହାତ୍ମାଗାନ୍ଧି ଲେଖକଙ୍କୁ ସ୍ମିତହାସ୍ୟ କରି ହିନ୍ଦୀରେ କହିଲେ ‘ଆରେ ପିଲା ! ତୁ ନିଜକୁ ତ ନିଜେ ସମ୍ଭାଳି ପାରୁନାହୁଁ ମୋତେ ସମ୍ଭାଳିବୁ କିପରି ?”” ଭାଗ କରି
ପ୍ରସଙ୍ଗଟି ପ୍ରଶଂସନୀୟ ।
(ଖ) ‘‘ମନୁଷ୍ୟର ଜ୍ଞାନ ଓ କର୍ମ ଏକାସ୍ତରରେ ରହିବା ଆବଶ୍ୟକ । ତୁମର ଜ୍ଞାନ ପରିପକ୍ବ ହେଲେ ଦେଶ ପାଇଁ କର୍ମ କରିବାକୁ ଶକ୍ତି ପାଇବ ।’’
ଉ : '' ମନୁଷ୍ୟର ........ ............. ଶକ୍ତିପାଇବ ।”
ଉକ୍ତ ଗଦ୍ୟାଶଟି ‘ଆମ ସାହିତ୍ୟ’ ପୁସ୍ତକର ‘ମୋ ଜୀବନର ଅଭୁଲା କଥା’ ପ୍ରବନ୍ଧରୁ ଆନୀତ । ଏହି ପ୍ରସଙ୍ଗରେ ଲେଖକ ସତ୍ୟନାରାୟଣ ରାଜଗୁରୁ ତାଙ୍କର ପିତା ତାଙ୍କୁ ଯେଉଁ ଉପଦେଶ ଦେଇଥିଲେ ତାହା ବର୍ଣ୍ଣନା କରିଛନ୍ତି ।
ଲେଖକ ମହାତ୍ମାଗାନ୍ଧିଙ୍କ ଭାଷଣ ଶୁଣି ଜାତୀୟତାରେ ଉଦ୍ବୁଦ୍ଧ ହୋଇଗଲେ । ସଭାରୁ ଫେରିଆସି ସ୍କୁଲରୁ ନାମକାଟି ରାଜନୀତିରେ ମାତିଲେ । ତାଙ୍କର ଏଭଳି କାର୍ଯ୍ୟକଳାପକୁ ତାଙ୍କର ପିତା ସହ୍ୟକରି ପାରିଲେ ନାହିଁ । ଏଭଳି କାର୍ଯ୍ୟରୁ ଲେଖକଙ୍କୁ ନିବୃତ୍ତ କରାଇବା ନିମିତ୍ତ ତାଙ୍କ ପିତା କହିଥିଲେ ଯେ ମନୁଷ୍ୟର ଜ୍ଞାନ ଓ କର୍ମ ଏକାସ୍ତରରେ ରହିବା ଆବଶ୍ୟକ । ଜ୍ଞାନ ପରିପକ୍ବ ହେଲେ ଦେଶ ପାଇଁ କର୍ମ କରିବାକୁ ଶକ୍ତି ମିଳିବ । ସେ ପର୍ଯ୍ୟନ୍ତ ଲେଖକଙ୍କୁ ଅପେକ୍ଷା କରିବା ଆବଶ୍ୟକ ।
ପ୍ରସଙ୍ଗଟି ଶିକ୍ଷଣୀୟ ।
(ଗ) ‘‘ସୁବିଧା ଓ ପାରିପାର୍ଶ୍ବକ ଅବସ୍ଥା ହିଁ ମନୁଷ୍ୟକୁ ଉଚ୍ଚ କିମ୍ବା ନୀଚ କରିଥାଏ ।””.
ଉ : '' ସୁବିଧା .......... କରିଥାଏ ।’’
ଉକ୍ତ ଗଦ୍ୟାଶଟି ‘ଆମ ସାହିତ୍ୟ’ ପୁସ୍ତକର ‘ମୋ ଜୀବନର ଅଭୁଲାକଥା’ ପ୍ରବନ୍ଧରୁ ଗୃହୀତ । ଏହି ପ୍ରସଙ୍ଗରେ ଲେଖକ ସତ୍ୟନାରାୟଣ ରାଜଗୁରୁ ସୁବିଧା ଓ ପାରିପାର୍ଶ୍ବକ ଅବସ୍ଥାର ଗୁରୁତ୍ବ ବର୍ଣ୍ଣନା କରିଛନ୍ତି ।
ଲେଖକ ବ୍ରହ୍ମଚାରୀ ମୁଇଁ ନାମକ ଏକ ଗରିବ ପିଲାକୁ ସାହାଯ୍ୟ କରିଥିଲେ । ତାଙ୍କରି ସାହାଯ୍ୟ ବଳରେ ସେ ପାଠପଢ଼ି ଲେଫ୍ଟନାଣ୍ଟ ପଦବୀ ଲାଭକରିବାକୁ ସକ୍ଷମ ହେଲା । ୧୯୪୩ ମସିହାରେ ଖୋର୍ଦ୍ଧା ଷ୍ଟେସନ୍ରେ ଅକସ୍ମାତ୍ ତା ସହିତ ସାକ୍ଷାତ ହୋଇ ଲେଖକ ପୂର୍ବପରିସ୍ଥିତି ମନେପକାଇ ଆଶ୍ଚର୍ଯ୍ୟ ହୋଇଥିଲେ । ସେ ସାହାଯ୍ୟ କରିଥିବା ପିଲାଟି ଏଭଳି ପଦବୀରେ ଚାକିରୀ ପାଇଥୁବାରୁ ନିଜେ ଗର୍ବିତ ହୋଇଥିଲେ । ତେଣୁ ସୁବିଧା ଓ ପାରିପାର୍ଶ୍ବ କ ଅବସ୍ଲାହିଁ ମନୁଷ୍ୟକୁ ଉଚ୍ଚ କିମ୍ବା ନୀଚ କରିଥାଏ; ଏଭଳି ଏକ ବିଚାରଧାରାକୁ ଲେଖକ ସ୍ଵୀକାର କରିଥିଲେ ।
ପ୍ରସଙ୍ଗଟି ପ୍ରଶଂସନୀୟ ।
୪। ନିମ୍ନଲିଖତ ଶବ୍ଦଗୁଡ଼ିକୁ ବ୍ୟବହାର କରି ବାକ୍ୟ ଗଢ଼ :
ଉ : ବକ୍ତୃତା, ମହାତ୍ମା, ବୀଜ, ଅଧ୍ୟବସାୟ, ପରିପକ୍ବ
ଗୋପାଳର ବକ୍ତୃତା ଶୁଣି ଶ୍ରୋତାମାନେ ମୁଗ୍ଧ ହେଲେ ।
ଗୋପବନ୍ଧୁଙ୍କ ଭଳି ମହାତ୍ମା ଆଉ ଜନ୍ମିବେ ନାହିଁ ।
ମନୁରା କୈକେୟୀଙ୍କ ମନରେ କଳିର ବୀଜ ପୋତିଦେଲା ।
ଅଧ୍ୟବସାୟ କଲେ ଜୀବନର ସଫଳତା ମିଳେ ।
ବୟସ ବଢ଼ିଲେ ବୁଦ୍ଧି ପରିପକ୍ବ ହୁଏ ।
୫। ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ :
(କ) ଅସହଯୋଗ ଆନ୍ଦୋଳନ ସମୟରେ ଲେଖକ କିପରି ସ୍ଵାଧୀନତା ସଂଗ୍ରାମ ସହିତ ସଂଶ୍ଲିଷ୍ଟ ଥିଲେ ?[11-2013-14
ଉ: ଅସହଯୋଗ ଆନ୍ଦୋଳନ ସମୟରେ ଲେଖକ ନିଜକୁ ଜଣେ ଦେଶସେବକ ଭାବେ ଉତ୍ସର୍ଗ କରିଥିଲେ । ସେ ମହାତ୍ମାଗାନ୍ଧିଙ୍କ ଡାକରାରେ ଅସହଯୋଗ ଆନ୍ଦୋଳନ ସହିତ ସାମିଲ ହେଲେ । ସ୍କୁଲ୍ରୁ ନାମକାଟି ରାଜନୀତିରେ ଯୋଗଦେଲେ । ଜନ୍ମଭୂମିର ଉନ୍ନତିପାଇଁ ଉତ୍କଳ ସମ୍ମିଳନୀର ନେତୃବର୍ଗଙ୍କ ସହିତ ଜଡ଼ିତ ହେଲେ । ମଧୁବାବୁ, ଉତ୍କଳମଣି ଏବଂ ଅନ୍ୟାନ୍ୟ ନେତୃବର୍ଗଙ୍କ ପ୍ରଭାବରେ ପ୍ରଭାବିତ ହୋଇ ସେମାନଙ୍କ ପଥକୁ ଅନୁସରଣ କଲେ ।
(ଖ) ‘ବ୍ରହ୍ମଚାରୀ ମୁଇଁ’ର ଭବିଷ୍ୟତ ଗଠନରେ ଲେଖକ କିପରି ସହାୟକ ହେଲେ ? -
ଉ : ବ୍ରହ୍ମଚାରୀ ମୁଇଁ ଜଣେ ଗରିବ ବାଳକ ଥିଲା । ଦିନେ ଲେଖକ ଗୃହ ବାରଣ୍ଡାରେ କେତେଜଣ ଛାତ୍ରଙ୍କ ସଙ୍ଗେ | ବସିଥିବାବେଳେ ସେ ସେଠାରେ ପହଞ୍ଚିଥିଲା । ସେହି ଗରିବ ବାଳକଟିର ଅବସ୍ଥା ବିଷୟରେ ବୁଝି ଲେଖକ ତା’ର ପାଠପଢ଼ିବାର ବ୍ୟବସ୍ଥାକରିଥିଲେ । ସାଙ୍ଗସାଥୀଙ୍କ ସହାୟତାରେ ତାକୁ ବହିଯୋଗାଇ ଦେଇ, ମଠର ମହନ୍ତଙ୍କୁ କହି ଖାଦ୍ୟପେୟର ବ୍ୟବସ୍ଥା କରି, ଦରମାପାଇଁ ସ୍କଲାରସିପ୍ ବ୍ୟବସ୍ଥାକରି ଅବୈତନିକ ଶିକ୍ଷା ଲାଭର ବ୍ୟବସ୍ଥାକରି ଲେଖକ ତା’ର ଭବିଷ୍ୟତ ଗଠନରେ ସହାୟକ ହୋଇଥିଲେ ।
(ଗ) ପିଲାଟିର ଲେଖକଙ୍କ ପ୍ରତି ଥିବା କୃତଜ୍ଞତା କିପରି ପ୍ରମାଣିତ ହେଲା ?
ଉ: ପିଲାଟି ନିହାତି ଗରିବ ଥିଲା । ଲେଖକ ତା’ର ଭବିଷ୍ୟତ ଗଢ଼ିବା ପାଇଁ ସମସ୍ତ ପ୍ରକାରର ସାହାଯ୍ୟ କରିଥିଲେ । ପିଲାଟି ଲେଖକଙ୍କ ସାହାଯ୍ୟ ପାଇ ପାଠପଢ଼ିଲା ଏବଂ ଭାଗ୍ୟବଳରୁ ସାମରିକ କର୍ମଚାରୀ ଭାବରେ ନିଯୁକ୍ତି ପାଇଲା । ଲେଖକ ଏକଦା ଖୋର୍ଦ୍ଧା ଷ୍ଟେସନ୍ରେ ମାନ୍ଦ୍ରାଜ ମେଲ୍କୁ ଅପେକ୍ଷାକରି ଠିଆହୋଇଥିବା ବେଳେ ସେଠାରେ ପହଞ୍ଚୁଥୁବା ସ୍ପେଶାଲ୍ ମିଲିଟାରୀ ଗାଡ଼ିରୁ ସ୍ବତନ୍ତ୍ର ବଗିରୁ ସାହେବ ରୂପରେ ଓହ୍ଲାଇ ଆସି ଅତୀତର ସେହି ପିଲାଟି ଲେଖକଙ୍କ ହାତଧରି ନମସ୍କାର ପକାଇ କୃତଜ୍ଞତା ଜଣାଇଥିଲା ଏବଂ ନିଜର ପରିଚୟ ଦେଇ କହିଥିଲା, ‘ଆପଣଙ୍କ କରୁଣାରୁ ମୁଁ ଆଜି ଏହି ଲେଫ୍ଟନାଣ୍ଟ ପଦବୀରେ ନିଯୁକ୍ତ ହୋଇପାରିଛି ।’’
୬ ‘ପ୍ରଭାବ’ ଶବ୍ଦର ବିଶେଷଣ ଯେପରି ‘ପ୍ରଭାବିତ’, ସେଇଭଳି ନିମ୍ନ ବିଶେଷ୍ୟ ପଦଗୁଡ଼ିକର ବିଶେଷଣ
କଅଣ ହେବ ଲେଖି :
ପରିଚୟ, ନିର୍ବାଚନ, ଆମୋଦ, ପୁଲକ
ଉ : ଦିଆଯାଇଥିବା ଶବ୍ଦ ବିଶେଷଣ ରୂପ
ପରିଚୟ ପରିଚିତ
ନିର୍ବାଚନ ନିର୍ବାଚିତ
ଆମୋଦ ଆମୋଦିତ
ପୁଲକ ପୁଲକିତ
୭। ଲିଙ୍ଗ ପରିବର୍ତ୍ତନ କରି ଲେଖ :
ପିତାମହୀ, ଜନନୀ, ଛାତ୍ର, ମହାରାଜା, ପିତା, ଭିକାରି
ଉ : ପିତାମହୀ- ପିତାମହ
ଜନନୀ- ଜନକ
ଛାତ୍ର-ଛାତ୍ରୀ
ମହାରାଜା - ମହାରାଣୀ
ପିତା - ମାତା
ଭିକାରୁଣୀ - ଭିକାରି
୮। ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର :
(କ) ୧୯୨୧ ମସିହାରେ ମହାତ୍ମାଗାନ୍ଧି ପ୍ରଚାର ଉଦ୍ଦେଶ୍ୟରେ ..............କୁ ଆସିଥିଲେ ।
( ସମ୍ବଲପୁର, ପାରଳାଖେମୁଣ୍ଡି, ଖୋର୍ଦ୍ଧା, କଟକ)
ଉ: (କ) ପାରଳାଖେମୁଣ୍ଡି
(ଖ) କଠିନ ..................ବଳରେ ସେ ଅଳ୍ପକାଳ ମଧ୍ୟରେ ତୃତୀୟ ଶ୍ରେଣୀ ପାଶ୍ କରିଥିଲା ।
(ଅଧ୍ୟବସାୟ, ଶକ୍ତି, ବକ୍ତୃତା)
ଉ: (ଖ) ଅଧ୍ୟବସାୟ
୯। ଏକଥା କିଏ କାହାକୁ କହିଛନ୍ତି ?
(କ) ‘ତୁମଜ୍ଞାନ ପରିପକ୍ବ ହେଲେ ଦେଶ ପାଇଁ କାମ କରିବାକୁ ଶକ୍ତି ପାଇବ ।’’
ଉ : ଏକଥା ଲେଖକଙ୍କୁ ତାଙ୍କ ନନା (ବାପା) କହିଛନ୍ତି ।
(ଖ) ‘ମୋର କେହି ନାହାନ୍ତି । ବୁଢ଼ୀ ମା’ ଥିଲେ, ମରିଗଲେ ।’’
ଉ : ଏକଥା ବ୍ରହ୍ମଚାରୀ ମୁଇଁ ଲେଖକଙ୍କୁ କହିଛି ।
(ଗ) ‘ଆପଣଙ୍କ କରୁଣାରୁ ମୁଁ ଆଜି ଏହି ଲେଫ୍ଟନାଣ୍ଟ ପଦବୀରେ ନିଯୁକ୍ତ ହୋଇପାରିଛି |??
ଉ : ଏକଥା ବ୍ରହ୍ମଚାରୀ ମୁଇଁ ଲେଖକଙ୍କୁ କହିଛି ।
୧୦ । ଉପଯୁକ୍ତ ବିରାମ ଚିହ୍ନ ଦେଇ ତଳଲିଖୁତ ଗଦ୍ୟାଶଟିକୁ ଲେଖ :
ସେ ମୋ ଆଡ଼େ ଚାହିଁ ସ୍ମିତହାସ୍ୟ କରି ହିନ୍ଦୀରେ କହିଲେ ଆରେ ପିଲା ତୁ ନିଜକୁ ନିଜେ ତ ସମ୍ଭାଳି ପାରୁନାହୁଁ ମୋତେ ସମ୍ଭାଳିବୁ କିପରି
ଉ : ସେ ମୋ ଆଡ଼େ ଚାହିଁ ସ୍ମିତ ହାସ୍ୟକରି ହିନ୍ଦୀରେ କହିଲେ, “‘ଆରେ ପିଲା ! ତୁ ନିଜକୁ ନିଜେ ତ ସମ୍ଭାଳି ପାରୁନାହୁଁ, ମୋତେ ସମ୍ଭାଳିବୁ କିପରି ?’’
No comments:
Post a Comment