web page for every book School , College , Engineering .

Saturday, November 9, 2024

Mati Gala Bigidi Questions Answer | Meher Sir

Class 4 Chapter 11 Mati Gala Bigidi Questions Answers Odia Medium Sahitya  | Mati Gala Bigidi | Class 4 Sahitya Kalika Matigala Bigidi | Sahitya Kalika Chaturtha Sreni | Class 4 Odia chapter 11 Mati gala bigidi | Matigala bigidi class 4 sahitya kalika | ମାଟିଗଲା ବିଗିଡ଼ି | ମାଟି ଗଲା ବିଗିଡି ପ୍ରଶ୍ନ ଓ ଉତ୍ତର | Mati gala bigidi class 4 mil question answer  ମାଟିଗଲା ବିଗିଡ଼ି ପ୍ରଶ୍ନ ଉତ୍ତର ଚତୁର୍ଥ ଶ୍ରେଣୀ ସାହିତ୍ୟ .

Mati Gala Bigidi Questions Answers ( ମାଟିଗଲା ବିଗିଡ଼ି ପ୍ରଶ୍ନ ଉତ୍ତର) | Rajbooks.in

ମାଟିଗଲା ବିଗିଡ଼ି ପ୍ରଶ୍ନ ଉତ୍ତର


ପାଠ୍ୟପୁସ୍ତକ ଅନ୍ତର୍ଗତ ଅଭ୍ୟାସ ପ୍ରଶ୍ନୋତ୍ତର


୧ । ଆସ କଥାବାର୍ତ୍ତା ହେବା ।


(କ) ଛୁଟିରେ ବାପୁ ଓ ଦୀପୁ କେଉଁଠିକୁ ଯାଇଥିଲେ ?

ଉ : ଛୁଟିରେ ବାପୁ ଓ ଦୀପୁ ମଉସାଙ୍କ ଘରକୁ ବୁଲିବାକୁ ଯାଇଥିଲେ ।


(ଖ) ଅଜା ବଗିଚାରେ କେଉଁ କାମ କରୁଥିଲେ ?

ଉ : ଅଜା ବଗିଚାରେ ମାଟି ହାଣୁଥିଲେ, ଘାସ ବାଛୁଥିଲେ ଏବଂ ଗଛମୂଳେ ପାଣି ଦେଉଥିଲେ ।


(ଗ) ଚାଷୀମାନେ ପୋକଦାଉରୁ ଫସଲକୁ ରକ୍ଷା କରିବାକୁ କ’ଣ କଲେ ?

ଉ : ଚାଷୀମାନେ ପୋକଦାଉରୁ ଫସଲକୁ ରକ୍ଷା କରିବା ପାଇଁ ମନ ଇଚ୍ଛା ପୋକମରା ବିଷ ପକାଇଲେ ।


(ଘ) ଜିଆମାନେ କୃଷକର କି ଉପକାର କରନ୍ତି ?

ଉ : ଜିଆମାନେ ମାଟିକୁ ଖୋଳନ୍ତି, ମାଟିକୁ ଖାଆଖି, ମାଟି ଫସଫସିଆ ଓ ଉର୍ବର ହୁଏ । ତେଣୁ ଭଲ କୃଷିକାର୍ଯ୍ୟ ହୋଇଥାଏ । ଏହାଦ୍ଵାରା ଜିଆମାନେ କୃଷକର ଉପକାର କରନ୍ତି |


(‍) କେଉଁଗୁଡ଼ିକୁ ଆମେ ପ୍ରାକୃତିକ ସାର ବୋଲି କହିବା ?

ଉ : ପିଡ଼ିଆ, ଗୋବର ଖତ, କମ୍ପୋଷ୍ଟ ଖତ ଇତ୍ୟାଦିକୁ ଆମେ ପ୍ରାକୃତିକ ସାର ବୋଲି କହିବା ।


୨ । ଆସ ଉତ୍ତର ଲେଖିବା 

(କ) ମଉସାଙ୍କ ବଗିଚାରେ କ’ଣ କ'ଣ ଚାଷ କରାଯାଏ ?

ଢ : ମଉସାଙ୍କ ବଗିଚାରେ ନାନା ଜାତିର ଫୁଲଫଳ ସହିତ ବରଷର ବାରମାସ ବିଭିନ୍ନ ପନିପରିବା ଚାଷ କରାଯାଏ ।


(ଖ) ପରିଶ୍ରମ କରିବା ଦ୍ବାରା ଅଜାଙ୍କର କି ଉପକାର ହେଉଥିଲା ?

ଭ: ପରିଶ୍ରମ କରିବା ଦ୍ବାରା ଅଜାଙ୍କର ଦେହ ଭଲ ରହୁଥିଲା ଓ ମନ ଦୂର୍ଭି ରହୁଥିଲା ।


(ଗ) ବାତ୍ୟା ଯୋଗୁଁ ନଈକୂଳିଆ ଗାଁଟିର କି କ୍ଷତି ହେଲା ?

ଉ : ବାତ୍ୟା ଯୋଗୁଁ ନଈକୂଳିଆ ଗାଁଟିର ଲୋକମାନଙ୍କର ଘରଦ୍ଵାର ସବୁ ଭାଙ୍ଗିଗଲା । ସେମାନଙ୍କର ବଡ଼ ବଡ଼ ଗଛସବୁ ଉପୁଡ଼ି ପଡ଼ିଲା । କ୍ଷେତବାଡ଼ିରେ ପୋକ ଭରି ହୋଇଗଲେ ।


(ଘ) ଜିଆ କିପରି କୃଷକର ବନ୍ଧୁ ?

ଛ : ଜିଆମାନେ ମାଟିକୁ ଖୋଳି ଖାଇବା ଫଳରେ ତାହା ଫସଫସିଆ ଓ ଉର୍ବର ହୋଇଯିବାରୁ ଭଲ ଫସଲ ହୁଏ । ତେଣୁ ଜିଆ କୃଷକର ଉପକାରରେ ଲାଗେ । ଏଥିପାଇଁ ଜିଆ କୃଷକର ବନ୍ଧୁ ।


(‍) ମାଟି କିପରି ବିଗିଡ଼ିଗଲା ?

ଉ : ରାସାୟନିକ ସାର ବ୍ୟବହାର ହେବାରୁ ମାଟି ବିଗିଡ଼ିଗଲା ।


୩ । ସରଳ ଭାଷାରେ ବୁଝାଇ ଲେଖିବା  ।

(କ) ‘‘ଏ ମାଟି ହେଉଛି ଆମ ମାଆ । ଏ ଧୂଳି ହେଉଛି ଚନ୍ଦନ ।””

ଉ : ଏ ମାଟି............. ..... ଚନ୍ଦନ ।”

ଏହି ଗଦ୍ୟଶଟି ଆମ ‘ସାହିତ୍ୟ କଳିକା’ ପୁସ୍ତକର ‘ମାଟିଗଲା ବିଗିଡ଼ି’ ବିଷୟରୁ ଆନୀତ । ଉକ୍ତ ପ୍ରସଙ୍ଗରେ ଲେଖକ ନରେନ୍ଦ୍ର ପ୍ରସାଦ ଦାସ ‘ମାଟି ଓ ଧୂଳି’ର ମହତ୍ତ୍ଵ ଆଲୋଚନା କରିଛନ୍ତି ।

ବାପୁ ଓ ଦୀପୁ ମଉସାଘରକୁ ବୁଲିବାକୁ ଯାଇଥିଲେ । ମଉସାଙ୍କ ବଗିଚାରେ ଅଶୀବର୍ଷର ଅଜା ପରିଶ୍ରମ କରୁଥିବାର ଦେଖୁ ଦୀର୍ଘ ତାଙ୍କୁ ଧୂଳିରେ ଘାଣ୍ଟି ନହେବାକୁ କହିଲା । ଅଜା ତାକୁ ବୁଝାଇ କହିଲେ ଯେ ଏ ମାଟି ହେଉଛି ଆମ ମାଆ ଏବଂ ଧୂଳି ହେଉଛି ଚନ୍ଦନ । ତେଣୁ ସେ ଆମ ପାଇଁ ମହତ୍ତ୍ଵପୂର୍ଣ୍ଣ ।

ପ୍ରସଙ୍ଗଟି ଶିକ୍ଷା-ମୂଳକ ।


(ଖ) ‘ସେଇ ତ ହେଉଛି ସବୁ ଅନିଷ୍ଟର ମୂଳ ।’’

ଉ : ‘ସେଇ ତ ......-------------ମୂଳ ।””

ଉକ୍ତ ଗଦ୍ୟଶଟି ଆମ ‘ସାହିତ୍ୟ କଳିକା’ ପୁସ୍ତକର ‘ମାଟିଗଲା ବିଗିଡ଼ି’ ବିଷୟରୁ ଆନୀତ । ଏହି ପ୍ରସଙ୍ଗରେ ଲେଖକ ଡକ୍ଟର ନରେନ୍ଦ୍ର ପ୍ରସାଦ ଦାସ ରାସାୟନିକ ସାର ବ୍ୟବହାରକୁ ସବୁ ଅନିଷ୍ଟର ମୂଳ ବୋଲି କହିଛନ୍ତି ।

ମଉସାଙ୍କ ବଗିଚାରେ ସୁନ୍ଦର ସୁନ୍ଦର ଫୁଲ ଫୁଟିଥିବାର ଦେଖୁ ବାପୁ ତା’ ଅଜାଙ୍କୁ ବେଶି ସାର ବ୍ୟବହାର କରୁଥିବା ବିଷୟରେ କହିଲା । ବାପୁଠାରୁ ସେଭଳି ଶୁଣି ଅଜା କହିଲେ ଯେ ବେଶି ସାର ଦେଲେ ବେଶି ଫସଲ ଅମଳ ହୁଏ ନାହିଁ । କେତେ ଜମିରେ କେତେ ସାର ଦିଆଯିବ ତା’ର ଏକ ହିସାବ ଅଛି । ତା’ଛଡ଼ା ବଜାରରେ ଯେଉଁ କୃତ୍ରିମ ସାର ବା ରାସାୟନିକ ସାର ମିଳୁଛି ସେଇ ହେଉଛି ସବୁ ଅନିଷ୍ଟର ମୂଳ ।

ପ୍ରସଙ୍ଗଟି ଗ୍ରହଣୀୟ ।


୪ । ତଳେ ଦିଆଯାଇଥବା ଶବ୍ଦକୁ ବାକ୍ୟରେ ବ୍ୟବହାର କରିବା ।

ଉ : କ୍ଷେତବାଡ଼ି – ବାତ୍ୟା ପରେ କ୍ଷେତବାଡ଼ିରେ ପୋକ ଭର୍ତ୍ତି ହୋଇଗଲେ । 

ଧୂଳିମାଟି – ଏହି ଧୂଳିମାଟି ହେଉଛି ଆମର ଅତିପ୍ରିୟ ।

ସ୍ନେହଆଦର – ମାମୁଘରେ ପିଲାମାନେ ସ୍ନେହଆଦର ପାଇଥାଆନ୍ତି । 

ଗଛପତର – ବାତ୍ୟାରେ ଗଛପତର ରହିଲା ନାହିଁ ।


୫ । ଯେପରି ‘ପ୍ରକୃତି’ରୁ ‘ପ୍ରାକୃତିକ’ ହୁଏ । ସେହିପରି ତଳେ ଦିଆଯାଇଥବା ଶବ୍ଦଗୁଡ଼ିକ କ’ଣ ହେବ ?

ଉ : ସମାଜ-ସାମାଜିକ

ସମୁଦ୍ର-ସାମୁଦ୍ରିକ

ସମ୍ବାଦ-ସାମ୍ବାଦିକ

ବର୍ଷ-ବାର୍ଷିକ


୬ । ତଳେ ଦିଆଯାଇଥୁବା ଶବ୍ଦଗୁଡ଼ିକର ବିପରୀତ ଅର୍ଥ ବୁଝାଉଥବା ଶବ୍ଦଗୁଡ଼ିକୁ କୋଠରି ଭିତରେ ଲେଖିବା  ।


ଉ : ସକାଳ – ସନ୍ଧ୍ୟା, ବଡ଼ – ସାନ ସୁନ୍ଦର – ଅସୁନ୍ଦର, କୃତ୍ରିମ – ପ୍ରାକୃତିକ, ବିଷ – ଅମୃତ । 


୭ । ଅଜା ଟିକିଏ ହସିଲେ । କହିଲେ, ‘ସେ ପ୍ରକୃତରେ ଔଷଧ ନୁହେଁ । ଖାଣ୍ଟି ବିଷ । କେବଳ ପୋକ କାହିଁକି ସେଥୁରେ କାଉ, ଚିଲ, ବଗ ଭଳି ପକ୍ଷୀଙ୍କ ସହିତ ଗୋରୁଗାଈ, ଛେଳି, ମେଣ୍ଢା ଏପରିକି ମଣିଷ ମଧ୍ୟ ମରିଯିବେ । ତାକୁ ଔଷଧ ନ କହି ବିଷ ବୋଲି କହିବା ଠିକ୍ ହେବ ।”’


ଏହି ଅନୁଚ୍ଛେଦରେ କେତେଗୁଡ଼ିଏ ନାମକୁ ବୁଝାଇଥବା ପଦ ଓ କାମକୁ ବୁଝାଇଥିବା ପଦ ରହିଛି । ନାମକୁ ବୁଝାଇଥିବା

ପଦକୁ ତଳ ବାକ୍ସରେ ଓ କାମକୁ ବୁଝାଇଥିବା ପଦକୁ ଝୁଳିରେ ରଖୁବା ।

ଔଷଧ, ବିଷ, ପୋକ, କାଉ, ଚିଲ, ବଗ, ପକ୍ଷୀ, ଗୋରୁ, ଗାଈ, ଛେଳି, ମେଣ୍ଢା, ମଣିଷ

ହସିଲେ, କହିଲେ,

ମରିଯିବେ, କହିବା


8 ନିମ୍ନରେ କେତୋଟି ଶବ୍ଦ ଦିଆଯାଇଛି । ପ୍ରତ୍ୟେକ ଶବ୍ଦ ପୂର୍ବରୁ ‘ଅ’ ଯୋଗକରି ନୂଆ ଶବ୍ଦଟି ଲେଖିବା  ଓ ତାକୁ ବାକ୍ୟରେ ବ୍ୟବହାର କରିବା ।


ଉ : ଜଣା – ଅଜଣା : ଅଜଣା ଲୋକକୁ ବିଶ୍ୱାସ ନାହିଁ ।

ସାଧାରଣ -- ଅସାଧାରଣ : ମହାତ୍ମାଗାନ୍ଧି ଜଣେ ଅସାଧାରଣ ବ୍ୟକ୍ତି ଥିଲେ । 

ସୁବିଧା – ଅସୁବିଧା ; ସେ ମୋତେ ଅସୁବିଧାରେ ପକାଇ ଫେରିଗଲା ।

ଭାବ – ଅଭାବ : ଅଭାବ ଅସୁବିଧାରେ ବିଚଳିତ ହେବା ଉଚିତ ନୁହେଁ ।


୯ ‘ଗୁଣୁଗୁଣୁ’ ଶବ୍ଦଟି ଏହି ପାଠରେ ଯେଉଁ ସ୍ଥାନରେ ବ୍ୟବହାର କରାହୋଇଛି, ସେହି ବାକ୍ୟଟିକୁ ତଳେ ଲେଖିବା ।

ଉ : ତା’ ପରେ ଅଜା ଗୁଣୁଗୁଣୁ ହୋଇ ପାକୁଆ ପାଟିରେ କ'ଣ ପଦେ ଗୀତ ଗାଇ କୋଡ଼ି କୋଦାଳ ଧରି ଉଠିଲେ ।


୧୦ । ତଳେ ଦୁଇଟି ବାକ୍ସରେ କେତେଗୁଡ଼ିଏ ଶବ୍ଦ ଦିଆଯାଇଛି । ସେଗୁଡ଼ିକର ଯାହା ସହିତ ଯାହାର ସମ୍ପର୍କ ଅଛି, ଆସ ତାକୁ

ବାଛି ତଳେ ଲେଖିବା ।

ଖବର କୃତ୍ରିମ ସୁନ୍ଦର

ପୋଡମରା ପାକୁଆ


ସାଗ

ଔଷଧ ପତର

ପାଟି

କାଗଜ ଗାଆଁ

ନଈକୂଳିଆ ଶାଗ


ଉ : ଖବରକାଗଜ, କୃତ୍ରିମ ସାର, ସୁନ୍ଦର ଫୁଲ, ପୋକମରା ଔଷଧ, ପାକୁଆ ପାଟି, ନଈକୂଳିଆ ଗାଆଁ, ଶାଗ ପତର ।


୧୧ । ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକୁ ସଳାଇ ବାକ୍ୟରେ ଲେଖିବା  ।


♦ ନାନାପ୍ରକାର ସେଠାରେ ପନିପରିବା ବାରମାସ ଚାଷ କରାଯାଏ ।

ଉ :: ବାରମାସ ସେଠାରେ ନାନା ପ୍ରକାର ପନିପରିବା ଚାଷ କରାଯାଏ ।

ଦୁଇଟିକୁ ଅଚ୍ଛା ଦେଖୁ ପିଲା ହୋଇଗଲେ ଖୁସି

ଉ : ପିଲା ଦୁଇଟିକୁ ଦେଖ୍ ଅଜା ଖୁସି ହୋଇଗଲେ ।

। କାହିଁକି ହେଇଛନ୍ତି ଏ ଧୂଳି ମାଟିରେ ଘାଣ୍ଟି ?

ଉ : ଏ ଧୂଳି ମାଟିରେ କାହିଁକି ଘାଣ୍ଟି ହେଉଛନ୍ତି ?


ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର


୧ । ଆସ କଥାବାର୍ତ୍ତା ହେବା ।


(କ) ବାପୁ ଓ ଦୀପୁ କେଉଁ ସ୍କୁଲରେ ପଢ଼ନ୍ତି ? 

ଉ : ବାପୁ ଓ ଦୀପୁ ଗାଁ ସ୍କୁଲ୍‌ରେ ପଢ଼ନ୍ତି ।


(ଖ) ଦାନ୍ତ ପଢ଼ି ଯାଇଥିଲେ ବି ଅଜା କେଉଁ କେଉଁ ଜିନିଷ ଖାଇପାରନ୍ତି ?

ଉ :  ଦାନ୍ତ ପଡ଼ି ଯାଇଥିଲେ ବି ଅଜା ମକା, କାକୁଡ଼ି ଓ ପିଜୁଳି ଖାଆନ୍ତି ।


(ଗ) ଅଢା ବଗିଚାରେ କେତେବେଳେ କାମ କରନ୍ତି ?

ଉ : ଅଜା ବଗିଚାରେ ସକାଳେ ସଙ୍ଗେ ଦୁଇଓଳି ଘଣ୍ଟାଏ ଲେଖାଏଁ କାମ କରନ୍ତି ।


(ଘ) ବଗିଚା କାମ କେଉଁମାନଙ୍କୁ ଭଲ ଲାଗିଲା ? 

 ଉ : ବଗିଚା କାମ ବାପୁ ଓ ଦୀପୁଙ୍କୁ ଭଲ ଲାଗିଲା ।


 (‍) କେତେବେଳେ କ୍ଷେତ ବାଡ଼ିରେ ପୋକ ଭର୍ତ୍ତି ହେଲେ ?

 ଉ : ବାତ୍ୟା ପରେ କ୍ଷେତବାଡ଼ିରେ ପୋକ ଭର୍ଜି ହେଲେ ।


 ୨ । ଆସ ଉତ୍ତର ଲେଖ‌ିବା ।


(କ) ବାପୁ ଓ ଦୀପୁ ଅଜାଙ୍କୁ କିପରି ପ୍ରଣାମ କଲେ ?

 ଉ : ବାପୁ ଓ ଦୀପ୍ତି ଅଚ୍ଛାଙ୍କୁ ମୁଣ୍ଡ ନୁଆଁଇ ପ୍ରଣାମ କଲେ ।


 (ଖ) ଅଜାଙ୍କୁ କ'ଣ ଭଲ ଲାଗେ ନାହିଁ ?

‍ଉ : : ଅଜାଙ୍କୁ ଅଳସୁଆ ହୋଇ ଘରେ ବସିବାକୁ ଭଲ ଲାଗେ ନାହିଁ ।


(ଗ) ମାଟି ଭିତରେ ଅସଂଖ୍ୟ କିଏ ଅଛନ୍ତି ?

ଉ : ମାଟି ଭିତରେ ଅସଂଖ୍ୟ ଅଣୁଜୀବ ଅଛନ୍ତି । 


ଘ) ମାଟି କିପରି ଫସଫସିଆ ହୋଇଯାଏ ?

ଉ :  ‍:କିଆମାନେ ମାଟିକୁ ଖୋଳିଲେ ତାହା ଫସଫର୍ସିଆ ହୋଇଯାଏ ।


(‍) ରାସାୟନିକ ସାର ପ୍ରୟୋଗ ଦ୍ବାରା ମାଟିର କ’ଣ ପରିବର୍ତ୍ତନ ହେଲା ?

ଉ : ରାସାୟନିକ ସାର ପ୍ରୟୋଗ ଦ୍ବାରା ମାଟିର ସ୍ଵଭାବଟା ବିଗିଡ଼ିଗଲା ।


୩ । ଆସ ଅକ୍ଷରଗୁଡ଼ିକୁ ସଜାଡ଼ି ଠିକ୍ ଶବ୍ଦ ଲେଖୁବା । 

ଜସାମ, ଲଫସମ, ଲାକପା, ମାଚଷ, ରବଖଳକାଗ 

ଉ : ମଇସା, ମଫସଲ, ପାକଲା, ଚଷମା, ଖବରକାଗଜ ।


୪। ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକର ବିପରୀତ ଶବ୍ଦ ଲେଖ ।

ମଜଭୁତ୍— ଦୁର୍ବଳ 

ଅଳସୁଆ– କାମିକା, କର୍ମଠ

ମଫସଲ– ସହର, 

 ପଛପଟେ– ଆଗପଟେ


୫। ମନରୁ ଅକ୍ଷରଟିଏ ମିଶାଇ ନୂଆ ଶବ୍ଦ ଲେଖ ।


 ପାଣି- ପାଣିଆ

ମୁଣ୍ଡ- ମୁଣ୍ଡିଆ

ଅଳସୁଆ – ଅଳସୁ

ମାଟି- ମାଟିଆ 

ଧୂଳି ଧୂଳିଆ


No comments:

Post a Comment

Comments