web page for every book School , College , Engineering .

Saturday, November 9, 2024

Kuhuki Bana Bhitara Kanika Question Answer | Meher Sir

Meher Sir Class 4 Chapter 13 Kuhuki Bana Bhitara Kanika Question Answer ( କୁହୁକୀ ବନ ଭିତରକନିକା )  | Kuhuki Bana Bhitarakanika Question & Answer | Class 4 Chapter 13 Kuhuki Bana : ଭିତରକନିକା  | କୁହୁକୀ ବନ: ଭିତରକନିକା ( Kuhuki Bana Bhitarkanika) Class 4th | Class 4 Sahitya Kalika Prashna Utar | Class 4 Chapter 13 Kuhuki Bana Bhitarkanika Questions Answer ll କୁହୁକି ବନ ଭିତରକନିକା ପ୍ରଶ୍ନ ଉତ୍ତର .


Meher Sir Class 4 Chapter 13 Kuhuki Bana Bhitara Kanika Question Answer ( କୁହୁକୀ ବନ ଭିତରକନିକା )  | Kuhuki Bana Bhitarakanika Question & Answer | Class 4 Chapter 13 Kuhuki Bana : ଭିତରକନିକା  | କୁହୁକୀ ବନ: ଭିତରକନିକା ( Kuhuki Bana Bhitarkanika) Class 4th | Class 4 Sahitya Kalika Prashna Utar | Class 4 Chapter 13 Kuhuki Bana Bhitarkanika Questions Answer ll କୁହୁକି ବନ ଭିତରକନିକା ପ୍ରଶ୍ନ ଉତ୍ତର .

Class 4 Kuhuki Bana Bhitara Kanika Question Answer 


ପାଠ୍ୟପୁସ୍ତକ ଅନ୍ତର୍ଗତ ଅଭ୍ୟାସ ପ୍ରଶ୍ନୋତ୍ତର


୧। ଆସ ଦୁଇଦଳ ହୋଇ ବସିବା ଓ ପଚରାପଚରି ହେବା ।


 (କ) ଭିତରକନିକା କେଉଁ ଜିଲ୍ଲାରେ ଅବସ୍ଥିତ ?

ଉ :ଭିତରକନିକା କେନ୍ଦ୍ରାପଡ଼ା ଜିଲ୍ଲାରେ ଅବସ୍ଥିତ ।


(ଖ) ବଙ୍ଗୋପସାଗର ଭିତରକନିକାର କେଉଁ ଦିଗରେ ଅବସ୍ଥିତ ?

 ଉ : ବଙ୍ଗୋପସାଗର ଭିତରକନିକାର ପୂର୍ବ ଦିଗରେ ଅବସ୍ଥିତ ।


(ଗ) ଭିତରକନିକାର ନଦୀନାଳରେ କି କି ମାଛ ମିଳେ ?

ଉ : ଭିତରକନିକାର ନଦୀନାଳରେ ଭେକ୍‌ଟି, ଇଲିଶି, ଖଇଙ୍ଗା, କଣ୍ଟିଆ, ଜଳଙ୍ଗ ଓ ଖୁରାଣ୍ଟି ପ୍ରଭୃତି ବିଭିନ୍ନ ପ୍ରକାର ଲୁଣିମାଛ ମିଳେ । 


(ଘ) ଭିତରକନିକାରେ କି କି ଗଛ ରହିଛି ?

ଉ : ଭିତରକନିକାରେ ରାଇ, ବଣିଆ, ପିତାମାରି, ସୁନ୍ଦରୀ, ହେନ୍ତାଳ, ଗୁଆଁ, ବନି, କେରୁଆଁ, ସିଙ୍ଗଡ଼ା, ରୁଅ, ପାଣିଆମ୍ବ ଓ ବଣଲେମ୍ବୁ ଗଛ ରହିଛି ।

(‍) ଭିତରକନିକା ଅଭୟାରଣ୍ୟରେ କି କି ଜୀବଜନ୍ତୁ ଦେଖାଯାଆନ୍ତି ?

ଉ : ଭିତରକନିକା ଅଭୟାରଣ୍ୟରେ ଶିଆଳି, ହେଟାବାଘ, ବାର୍‌ହା, ସମ୍ବର, ବଣଘୁଷୁରୀ, କଟାସ, ଗଧୁଆ, ଓଧ, ଝିଙ୍କ ଓ ନେଉଳ | ଆଦି ବିଭିନ୍ନ ଜୀବଜନ୍ତୁ ଦେଖାଯାଆନ୍ତି ।


(ଚ) ସରକାର କେବେ ଭିତରକନିକାକୁ ଅଭୟାରଣ୍ୟ ରୂପେ ଘୋଷଣା କଲେ ?

ଉ : ସରକାର ୧୯୭୫ ମସିହାରେ ଭିତରକନିକାକୁ ଅଭୟାରଣ୍ୟ ରୂପେ ଘୋଷଣା କଲେ ।


9 ଆସ ଉତ୍ତର ଲେଖିବା ।


(କ) ଭିତରକନିକାକୁ ମଟର ଇଞ୍ଚରେ ଗଲାବେଳେ କେଉଁ ଦୃଶ୍ୟ ଦେଖିବାକୁ ମିଳେ ?

ଉ : ଭିତରକନିକାକୁ ମଟର ଲଞ୍ଚରେ ଗଲାବେଳେ ନଦୀ ଏବଂ ନାଳର ଉଭୟ ପାର୍ଶ୍ବରେ ଘଞ୍ଚ ଜଙ୍ଗଲର ଦୃଶ୍ୟ ଦେଖିବାକୁ ମିଳିବ ଏବଂ ଚଢ଼େଇମାନଙ୍କର କିଚିରି ମିଚିରି ଶବ୍ଦ, ମାଙ୍କଡ଼ମାନଙ୍କର ହୁଙ୍କାର ଓ ମାଛରଙ୍କା ଚଢ଼େଇମାନଙ୍କର ଆକାଶରେ ଘୂରି ଘୂରି ପାଣି ଉପରକୁ ଝାମ୍ପ ଦେଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିବ ।


(ଖ) ଭିତରକନିକାକୁ ବିଦେଶୀ ପକ୍ଷୀମାନେ କେଉଁ ଦେଶରୁ ଆସିଥାନ୍ତି ? 

ଉ : ଭିତରକନିକାକୁ ବିଦେଶୀ ପକ୍ଷୀମାନେ ସୁଦୂର ସାଇବେରିଆ, କାସ୍ପିୟାନ ସାଗର ଏବଂ କାର୍ଲିଫର୍ଣ୍ଣିଆରୁ ଆସିଥାନ୍ତି । 


(ଗ) ହେନ୍ତାଳଗଛ ଲୋକମାନଙ୍କର କି ଉପକାର କରିଥାଏ ?

ଉ : ହେନ୍ତାଳ ଗଛଗୁଡ଼ିକ ଦେଖ‌ିବାକୁ ଛୋଟ ଆକାରର ଖଜୁରୀ ଗଛ ଭଳି । ଏହାର ସରୁ ସରୁ ଗଣ୍ଡି ଖୁବ୍ ମଜଭୂତ । ତାହା ଲୋକମାନଙ୍କର ଘର ତିଆରି କାମରେ ଲାଗେ । ଏହାର ପତ୍ରକୁ ପିଞ୍ଚ କୁହାଯାଏ । ଏହା ଛାଞ୍ଚୁଣି ତିଆରି କାମରେ ଲାଗେ ।

(ଘ) ଭିତରକନିକା ଅଞ୍ଚଳରେ ଭୂମି କାହିଁକି ସର୍ବଦା ସନ୍ତସନ୍ତିଆ ରହେ ?

ଉ :  ଜୁଆର ପାଣି ଯୋଗୁ ଭିତରକନିକା ଅଞ୍ଚଳରେ ଭୂମି ସର୍ବଦା ସନ୍ତସନ୍ତିଆ ରହେ ।


 (ଙ) ଭିତରକନିକା ସମଗ୍ର ପୃଥ‌ିବୀରେ କେଉଁଥ୍ ପାଇଁ ଖ୍ୟାତି ଅର୍ଜନ କରିଛି ?

ଉ :  ଭିତରକନିକା ବଉଳା କୁମ୍ଭୀର ଓ ଅଲିଭ୍ ରିଡ଼ଲେ କଇଁଛ ପାଇଁ ସମଗ୍ର ପୃଥିବୀରେ ଖ୍ୟାତି ଅର୍ଜନ କରିଛି ।


 (ଚ) ଭିତରକନିକା ଲୁଣା ଜଙ୍ଗଲ କି ଉପକାରରେ ଆସେ ?

ଉ :  ଭିତରକନିକା ଲୁଣା ଜଙ୍ଗଲଗୁଡ଼ିକ ଏ ଅଞ୍ଚଳର ମୃତ୍ତିକାକ୍ଷୟ ରୋକିବା ସହିତ ଭୟଙ୍କର ବନ୍ୟା, ବାତ୍ୟା ଓ ସାମୁଦ୍ରିକ ଢେଉରୁ ଲୋକମାନଙ୍କର ଧନଜୀବନ ରକ୍ଷା କରିଥାଏ ।


୩। ଆସ ବୁଝିବା ଓ ଏହାକୁ ସରଳ ଭାଷାରେ ଲେଖିବା  ।

ସ୍ଵାଧୀନତାର ଯେ କି ସୁଖ ଓ ଆନନ୍ଦ ତାହା ଏହି ପ୍ରାଣୀମାନଙ୍କୁ ଦେଖୁଲେ ଅନୁଭବ କରିହୁଏ ।

ଉ : ‘ସ୍ଵାଧୀନତାର.........କରିହୁଏ ।”?

ଉକ୍ତ ଗଦ୍ୟଶଟି ଆମ ପଠିତ ‘ସାହିତ୍ୟ କଳିକା’ ପୁସ୍ତକର ‘କୁହୁକୀ ବନ : ଭିତରକନିକା’ ବିଷୟରୁ ଆନୀତ । ଏହି ପ୍ରସଙ୍ଗରେ ଲେଖକ ଡକ୍ଟର ଶରତ କୁମାର ବିଶ୍ଵାଳ ଭିତରକନିକା ଅଭୟାରଣ୍ୟର ବନ୍ୟ ଜୀବମାନଙ୍କର ସ୍ଵାଧୀନତାର ସୁଖ ବିଷୟରେ ବର୍ଣ୍ଣନା କରିଛନ୍ତି ।

ଭିତରକନିକାକୁ ୧୯୭୫ ମସିହାରେ ଅଭୟାରଣ୍ୟ ରୂପେ ଘୋଷଣା କରାଯାଇଛି । ସେଠାରେ କେହି କୌଣସି ଜୀବଜନ୍ତୁଙ୍କୁ ଶିକାର କରିପାରିବେ ନାହିଁ । ଏହି ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସ୍ଥାନରେ ବନ୍ୟ ଜୀବଜନ୍ତୁମାନେ ସ୍ଵାଧୀନ ଭାବରେ ବିଚରଣ କରନ୍ତି । ଶିଆଳ, ବାର୍‌ହା, ସମ୍ବରଠାରୁ ହରିଣ ପର୍ଯ୍ୟନ୍ତ ସମସ୍ତେ ନିଜର ସ୍ଵାଧୀନ ବିଚରଣ କରନ୍ତି । ସ୍ଵାଧୀନତାର ଯେ କି ସୁଖ ଓ ଆନନ୍ଦ ତାହା ଏହି ପ୍ରାଣୀମାନଙ୍କୁ ଦେଖ‌ିଲେ ଅନୁଭବ କରିହୁଏ ।

ପ୍ରସଙ୍ଗଟି ମନଛୁଆଁ ।


୪ । ଆସ ତଳ ଶବ୍ଦଗୁଡ଼ିକୁ ବ୍ୟବହାର କରି ବାକ୍ୟ ଲେଖିବା  ।


ଉ :  ସନ୍ତସନ୍ତିଆ = ଜୁଆର ପାଣି ଯୋଗୁ ଭିତରକନିକାର ଭୂମି ସବୁବେଳେ ସନ୍ତସଆ ଥାଏ ।

ନିରାପଦ = ଭିତରକନିକାରେ ଜୀବଜନ୍ତୁମାନେ ନିରାପଦରେ ବିଚରଣ କରନ୍ତି ।

ଗନ୍ତାଘର = ଭିତରକନିକା ହେଉଛି ସୌନ୍ଦର୍ଯ୍ୟର ଗନ୍ତାଘର ।

ରମଣୀୟ = ଚିଲିକାର ରମଣୀୟ ଦୃଶ୍ୟ ଦେଖୁ କିଏ ମୋହିତ ହେବ ନାହିଁ ? 

କଳରବ = ନନ୍ଦନକାନନରେ ପଶୁପକ୍ଷୀମାନଙ୍କର କଳରବ ଶୁଣିବାକୁ ମିଳେ ।


୫। ‘ଜାତି’ ଶବ୍ଦରୁ ‘ଜାତୀୟ’ ହେଲାପରି ତଳେ ଥିବା ଶବ୍ଦଗୁଡ଼ିକ କ’ଣ ହେବ ତା’ ପାଖରେ ଥିବା ଘରେ ଲେଖିବା  ।


ଉ :  ଦେଶ – ଦେଶୀୟ

ଦଳ- ଦଳୀୟ

ଜଳ –ଜଳୀୟ

ବାଷ୍ପ – ବାଷ୍ପୀୟ


 ୬ । ଗୋଟିଏ ଶବ୍ଦରେ ଲେଖି :- 

(କ) ଯେଉଁମାନେ ଜଳରେ ବିଚରଣ କରନ୍ତି - ଜଳଚର

(ଖ) ଯେଉଁମାନେ ସ୍ଥଳରେ ବିଚରଣ କରନ୍ତି- : ସ୍ଖଳଚର

(ଗ) ଯେଉଁମାନେ ଉଭୟ ଜଳ ଓ ସ୍ଥଳରେ ବିଚରଣ କରନ୍ତି—  ଉଭୟଚର

(ଘ) ଯେଉଁମାନେ ବନରେ ବିଚରଣ କରନ୍ତି -  ବନେଚର | ବନଚର |


୭ । ଶୂନ୍ୟସ୍ଥାନ ପୂରଣ କର :-

ଉ : ବୃହତ୍-ବୃହତ୍ତର-ବୃହତ୍ତମ

ଦୀର୍ଘ-ଦୀର୍ଘତର-ଦୀର୍ଘତମ

ଉଚ୍ଚ-ଉଚ୍ଚତର-ଉଚ୍ଚତମ


୮। ଭିତରକନିକା ଓଡ଼ିଶାର ଏକ ଅଭୟାରଣ୍ୟ ଏଠାରେ ଜୀବଜନ୍ତୁ ନିର୍ଭୟରେ ରହିଥାନ୍ତି ବିଶେଷକରି ଅଲିଭ୍ ରିକ୍ଟଲେ କଇଁଛ ଜଙ୍ଗଲ ଜୀବଜନ୍ତୁ ଓ ମଣିଷ ମଧ୍ୟରେ ସମ୍ପର୍କ ବହୁ ପୁରାତନ ଜଙ୍ଗଲ ଓ ଜୀବଜନ୍ତୁ ବସ୍ତ୍ର ନ ରହିଲେ ମଣିଷ ବଞ୍ଚିବା କଷ୍ଟକର ।

ଉପରେ ଦିଆଯାଇଥ‌ିବା ଅନୁଚ୍ଛେଦରେ ଉପଯୁକ୍ତ ସ୍ଥାନରେ ପୂର୍ଣଚ୍ଛେଦ ଦେଇ ବାକ୍ୟଗୁଡ଼ିକ ନିମ୍ନ ସ୍ଥାନରେ ଲେଖିବା 

 ଉ : ଭିତରକନିକା ଓଡ଼ିଶାର ଏକ ଅଭୟାରଣ୍ୟ । ଏଠାରେ ଜୀବଜନ୍ତୁ ନିର୍ଭୟରେ ରହିଥାନ୍ତି । ବିଶେଷକରି ଅଲିଭ୍ ରିଡ଼ଲେ କଇଁଛ, ଜଙ୍ଗଲ ଜୀବଜନ୍ତୁ ଓ ମଣିଷ ମଧ୍ୟରେ ସମ୍ପର୍କ ବହୁ ପୁରାତନ । ଜଙ୍ଗଲ ଓ ଜୀବଜନ୍ତୁ ବ ନରହିଲେ ମଣିଷ ବଞ୍ଚିବା କଷ୍ଟକର |


ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର


୧। ଆସ ଉତ୍ତର ଲେଖୁବା ।

(କ) ଲେଖକ କାହାକୁ ପ୍ରାକୃତିକ ସୌନ୍ଦର୍ଯ୍ୟର ଏକ ଗନ୍ତାଘର ବୋଲି କହିଛନ୍ତି ? 

ଉ :  ଲେଖକ ଭିତର କନିକାକୁ ପ୍ରାକୃତିକ ସୌନ୍ଦର୍ଯ୍ୟର ଏକ ଗନ୍ତାଘର ବୋଲି କହିଛନ୍ତି ।


(ଖ) କେଉଁ ଅଞ୍ଚଳରେ ବୁଲିଲେ ଗୋଟିଏ ପରୀ ରାଇଜରେ ବିଚରଣ କଲା ଭଳି ମନେ ହେବ ?

 ଉ : ଭିତର କନିକା ଅଞ୍ଚଳରେ ବୁଲିଲେ ଗୋଟିଏ ପରୀ ରାଇଜରେ ବିଚରଣ କଲା ଭଳି ମନେ ହେବ ।


(ଗ) କେଉଁ ଜଙ୍ଗଲକୁ ଭିତରକନିକା ବୋଲି କୁହାଯାଏ ?

ଉ :  ବ୍ରାହ୍ମଣୀ, ବୈତରଣୀ ଓ ଧାମରା ନଦୀ ମୁହାଣରେ ଥିବା ଏକ ବିସ୍ତୃତ ଲୁଣା ଜଙ୍ଗଲକୁ ଭିତରକନିକା ବୋଲି କୁହାଯାଏ ।


 (ଘ) ଭିତର କନିକାଟି ଆଗେ କେଉଁ ରାଜ୍ୟର ଅନ୍ତର୍ଭୁକ୍ତ ଥିଲା ?

ଉ :  ଭିତରକନିକାଟି ଆଗେ କନିକାରାଜ୍ୟର ଅନ୍ତର୍ଭୁକ୍ତ ଥିଲା ।


() ଭିତର କନିକାକୁ ଯିବା ପାଇଁ କାହାଠାରୁ ଅନୁମତି ପତ୍ର ନେବାକୁ ପଡ଼େ ?

ଉ :  ଭିତର କନିକା ଗୋଟିଏ ଅଭୟାରଣ୍ୟ ହୋଇଥିବାରୁ ଏଠାକୁ ଯିବା ପାଇଁ ସେଠାରେ ଥିବା ବନ ବିଭାଗର ଅଫିସରୁ ଅନୁମତି ପତ୍ର ନେବାକୁ ପଡ଼େ ।

 

୨ । ‘ନଦୀନାଳ” ପରି ଆଉ କେତୋଟି ଯୁଗ୍ମ ଶବ୍ଦ ଲେଖିବା  ଆସ ।

ଉ : ପଶୁ ପକ୍ଷୀ, ଜୀବଜନ୍ତୁ, ସୁଖ ଆନନ୍ଦ, ଧନଳୀବନ, ଲାଭକ୍ଷତି, ତରଭୟ ।


୩ । ନିମ୍ନରେ ଥିବା ଶବ୍ଦଗୁଡ଼ିକର ବିପରୀତ ଶବ୍ଦ ଲେଖିବା  ଆସ ।

ଉ : ସୁନ୍ଦର- ଅସୁନ୍ଦର

ବିସ୍ତୃତ- ସଂକ୍ଷିପ୍ତ

ଶାଖାନଦୀ- ମୁଖ୍ୟନଦୀ

ଜଳପଥ- ସ୍ଥଳପଥ

ସୁବିଧା- ଅସୁବିଧା

ପ୍ରବେଶ- ପ୍ରସ୍ଥାନ


୪। ଆସ ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକର ଅର୍ଥ ବୁଝାଇଥିବା ଆଉ କେତୋଟି ଶବ୍ଦ ଲେଖିବା 

 ନଦୀ - ତଟିନୀ, ନିର୍ଝରିଣୀ, ନଈ

ଜଙ୍ଗଲ – ଅରଣ୍ୟ, ବନ, ବଣ

ପକ୍ଷୀ- ଚଢ଼େଇ, ବିହଙ୍ଗ, ଦ୍ବିଜ

ମାଙ୍କଡ଼ – ବାନର, ମର୍କଟ, ଶାଖାମୃଗ

ସାପ - ସର୍ପ, ଅହି, ଚକ୍ଷୁଶ୍ରବା

ଘର- ଗୃହ, ବାସ, କୁଟୀର


5 | ସମାନ ଭାବରେ ଉଚ୍ଚାରିତ ହେଉଥିଲେ ମଧ୍ୟ ତଳେ ଦିଆଯାଇଥବା ଶବ୍ଦଗୁଡ଼ିକର ଅର୍ଥ ଭିନ୍ନ ଭିନ୍ନ ଅଟେ । ଆସ ତାହା ଲେଖିବା 

 ।

ଢ : ପରୀ - ସ୍ଵର୍ଗର ସୁନ୍ଦରୀ ନାରୀ

ପରି - ଭଳି, ସଦୃଶ

ନଇଁ - ମସ୍ତକ ନୁଆଁଇଯିବା

ନଈ - ନଦୀ

ଜାତି - ପ୍ରକାର ଯାତି - ଜାଇଫୁଲ

ପ୍ରକାର – ଭେଦ, ବିଭିନ୍ନ

ପ୍ରାକାର - ଉଚ୍ଚବେଢ଼ା, ପ୍ରାଚୀର

ସାପ – ସର୍ପ

ଶାପ - ଅଭିଶାପ

ଜୁଆର - ସମୁଦ୍ର ଜୁଆର

ଜୁହାର – ପ୍ରଣାମ, ନମସ୍କାର

No comments:

Post a Comment

Comments