web page for every book School , College , Engineering .

Saturday, November 9, 2024

Karidia mote saain Question Answer | Mehersir.in

Mehersir.in Class 4 Chapter 12 Karidia mote saain ( କରିଦିଅ ମୋତେ ସାଇଁ  ) Prashna Uttar | Karidia Mote Saine (କରିଦିଅ ମୋତେ ସାଇଁ) Class 4 Odia Medium | Class 4 mil chapter 12 karidia mote sain question answer | Class 4 Chapter 12 Karidia mote saain Question Answer | Karidia Mote Saine (କରିଦିଅ ମୋତେ ସାଇଁ) .

Karidia Mote Sain Question Answer (କରିଦିଅ ମୋତେ ସାଇଁ) | Rajbooks.in

Karidia mote saain ( କରିଦିଅ ମୋତେ ସାଇଁ  )  

ପାଠ୍ୟପୁସ୍ତକ ଅନ୍ତର୍ଗତ ଅଭ୍ୟାସ ପ୍ରଶ୍ନୋତ୍ତର


୧ । ଆସ କଥାବାର୍ତ୍ତା ହେବା ।

(କ) କବି ଝଙ୍କାଳିଆ ବରଗଛ ନ ହୋଇ କେଉଁ ଗଛ ହେବାକୁ ଚାହୁଁଛନ୍ତି ଓ କାହିଁକି ?

ଉ : କବି ଝଙ୍କାଳିଆ ବରଗଛ ନ ହୋଇ ଛୋଟ ତୁଳସୀ ଗଛ ହେବାକୁ ଚାହୁଁଛନ୍ତି । କାରଣ ସେ ମାଟି ଚଉରାରେ ଦାଣ୍ଡ ଅଗଣାର ଶୋଭା ବଢ଼ାଇବା ସହିତ ଦିଅଁଙ୍କ ପାଖରେ ନିତି ଲାଗି ହେବେ ।

(ଖ) ତୁଳସୀ ଗଛର ଆଉ କ’ଣ ଉପକାରିତା ରହିଛି ?

ଉ : ତୁଳସୀ ଗଛ ଶୋଭା ବଢ଼ାଇବା ସହିତ ଦିଅଁଙ୍କୁ ଲାଗିହୁଏ । ଏହାର ପବନ ଦେହ ପାଇଁ ହିତକର । ଏହାର ପତ୍ରର ଔଷଧୀୟ ଗୁଣ ଅଛି ।

(ଗ) କବି କାହିଁକି ମହୁମାଛିଟିଏ ହେବାକୁ ଚାହିଁଛନ୍ତି ?

ଉ : କବି ମହୁମାଛିଟିଏ ହୋଇ ବିଭିନ୍ନ ଫୁଲରୁ ମହୁ ଆଣି ପରହିତ ଲାଗି ତାହାକୁ ବିତରଣ କରି ଜଗତକୁ ବନ୍ଧୁ କରିବା ପାଇଁ ମହୁମାଛିଟିଏ ହେବାକୁ ଚାହିଁଛନ୍ତି ।

(ଘ) ମହୁମାଛିଟିଏ ଆମର କି ଉପକାର କରେ ?

ଉ : ମହୁମାଛିଟିଏ ଗୁଣୁଗୁଣୁ ଗୀତଗାଇ ଆମକୁ ଆନନ୍ଦ ଦେବା ସହିତ ବିଭିନ୍ନ ଫୁଲରୁ ମଧୁ ସଂଗ୍ରହ କରି ରଖୁଥାଏ, ଏହି ମହୁ ଆମର ଉପକାରରେ ଲାଗେ ।

(‍) ପଳାଶ ଫୁଲ ଓ ଗଙ୍ଗଶିଉଳି ଫୁଲ ମଧ୍ୟରେ କ’ଣ ପାର୍ଥକ୍ୟ ରହିଛି ?

ଉ : ପଳାଶ ଫୁଲ ବଡ଼ ଏବଂ ମନୋହର । ଏହା ବାସହୀନ କିନ୍ତୁ କିଛିଦିନ ପାଇଁ ବୃନ୍ତରେ ରହେ । ଗଙ୍ଗଶିଉଳି ଫୁଲ ଛୋଟ ଓ ବାସଯୁକ୍ତ । ଏହା କିନ୍ତୁ ସଞ୍ଜରେ ଫୁଟି ସକାଳକୁ ଝଡ଼ିଯାଏ ।

(ଚ) କବି ସମୁଦ୍ର ନ ହୋଇ ଝରଣାଟିଏ ହେବାକୁ କାହିଁକି ପସନ୍ଦ କରିଛନ୍ତି ? 

ଉ : ସମୁଦ୍ର ଆକାରରେ ବିଶାଳ ହେଲେ ମଧ୍ୟ ଏହାର ପାଣି ଲୁଣିଆ । ଏହି ଜଳ ପିଇବା ପାଇଁ ଯୋଗ୍ୟ ନୁହେଁ । ତେଣୁ କବି ସମୁଦ୍ର ନ ହୋଇ ଝରଣାଟିଏ ହୋଇ ମଧୁର ଶୀତଳ ପିଇବା ଯୋଗ୍ୟ ଜଳରେ ଜନମନକୁ ତୋଷ କରିବାକୁ ପସନ୍ଦ କରିଛନ୍ତି |


୨ । ଏହି କବିତାରେ କବି କ’ଣ କ’ଣ ହେବାକୁ ଚାହିଁଛନ୍ତି ଲେଖ ।

ଉ : ଏହି କବିତାରେ କବି ତୁଳସୀ ଗଛ, ମହୁମାଛି, ଗଙ୍ଗଶିଉଳି ଫୁଲ, ଟିକି ଝରଣା ଓ ମାଟି ଦୀପଟିଏ ହେବାକୁ ଚାହିଁଛନ୍ତି |


୩ । ‘କ’ ସ୍ତମ୍ଭରେ ଥିବା କେଉଁ ଶବ୍ଦ ସହିତ ‘ଖ’ ସ୍ତମ୍ଭରେ ଥିବା କେଉଁ ଶବ୍ଦର ସମ୍ପର୍କ ଅଛି, ତାହା ବାଛି ପାଖ ଘରେ ଲେଖିବା  ।


ଉ : ଝଙ୍କାଳିଆ ବରଗଛ

ମନୋହର ପଳାଶଫୁଲ

ସୁବିଶାଳ ସାଗର 

ମନଲୋଭା ପୂନେଇଜହ୍ନ


୪। ସରଳ ଭାଷାରେ ବୁଝାଇ ଲେଖିବା  ।

‘‘ସଞ୍ଜରେ ଫୁଟି ମୁଁ ସକାଳକୁ ଝରେ ମୁଖେ ଭକୁଟାଇ ହସ ।

ହରେ ଜନମନ ମଧୁର ମହକେ ଚହଟାଇ ଚଉପାଶ ।””

ଉ : ‘‘ସଞ୍ଜରେ.... ଚଉପାଶ 

ଉକ୍ତ ପଦଂଶଟି ଆମ ପଠିତ ‘ସାହିତ୍ୟ କଳିକା’ ପୁସ୍ତକର ‘କରିଦିଅ ମୋତେ ସାଇଁ” ବିଷୟରୁ ଆନୀତ । ଏହି ପ୍ରସଙ୍ଗରେ କବି ବଟକୃଷ୍ଣ ସ୍ବାଇଁ ଗଙ୍ଗଶିଉଳି ଫୁଲର ମହତ୍ତ୍ବ ବର୍ଣ୍ଣନା କରିଛନ୍ତି |

ପଳାଶ ଫୁଲଟି ମନୋହର ଏବଂ ଆକାରରେ ବଡ଼ ହେଲେ ମଧ୍ୟ ତା’ର ସୁବାସ ନଥାଏ । ଗଙ୍ଗଶିଉଳି ଫୁଲଟି ଆକାରରେ ଛୋଟ ଏବଂ ମଧୁର ବାସଯୁକ୍ତ । ପଳାଶ ଫୁଲ କିଛିଦିନ ବୃତ୍ତରେ ରହିଥାଏ କିନ୍ତୁ ଗଙ୍ଗଶିଉଳି ଫୁଲ ସଞ୍ଜରେ ଫୁଟି ସକାଳକୁ ଝରିଯାଏ । ଅଳପ ସମୟ ରହଣିରେ ସେ ଜନମନକୁ ହରଣ କରେ । କବି ନିଜକୁ ପଳାଶ ଫୁଲ ପରିବର୍ତ୍ତେ ଗଙ୍ଗଶିଉଳି ଫୁଲଟିଏ କରିଦେବା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି । ଏହାଦ୍ବାରା ସେ ଜନମନ ହରଣ କରିପାରିବେ ।

ପ୍ରସଙ୍ଗଟି ଶିକ୍ଷାମୂଳକ ।


୫ । ‘ନ ଗଲେ ପଛେ’, ‘ନ ଖାଇଲେ ପଛେ’, ‘ନ ଦେଲେ ପଛେ’, ‘ନ ଆସିଲେ ପଛେ’ – ଏହି ବାକ୍ୟଶଗୁଡ଼ିକ ବ୍ୟବହାର କରି ଗୋଟିଏ ଗୋଟିଏ ବାକ୍ୟ ରଚନା କରିବା ।

ଉଦାହରଣ– ମୋତେ ହାତୀଟିଏ ନ କଲେ ପଛେ ନାହିଁ, ଗୋଟିଏ ମହୁମାଛି କରିଦିଅ ।

ଉ : ‘ନ ଗଲେ ପଛେ’ = ତୁମେ ମୋ ସାଥୀରେ ନ ଗଲେ ପଛେ ନାହିଁ, ତୁମ ସାଇକେଲ୍‌ ଦିଅ ।

 ‘ନ ଖାଇଲେ ପଛେ’ = ତୁମେ ଆଜି ନ ଖାଇଲେ ପଛେ ନାହିଁ, ମୋ ସହିତ ସ୍କୁଲକୁ ଚାଲ ।

 ‘ନ ଦେଲେ ପଛେ’ = ତୁମେ ମୋ କଲମଟି ନ ଦେଲେ ପଛେ ନାହିଁ, ବହିଟି ଫେରାଇଦିଅ । 

‘ନ ଆସିଲେ ପଛେ’ = ସେ ନ ଆସିଲେ ପଛେ ନାହିଁ, ଅନ୍ୟମାନଙ୍କୁ ବାଟ ଛାଡ଼ି ଦେଉ । 


୬ । ପଦ୍ୟଟିକୁ ପଢ଼ି ଶବ୍ଦଗୁଡ଼ିକର ଅର୍ଥ ଲେଖିବା  ।

ଉ : ମନୋହର – ସୁନ୍ଦର

 ଗିରିବନ – ପର୍ବତ ଏବଂ ଜଙ୍ଗଲ

ସୁବିଶାଳ – ଖୁବ୍ ବଡ଼

ଦିବାନିଶି – ଦିନରାତି

ମହକାଇ – ସୁବାସିତ କରାଇ

ମନଲୋଭା – ମନହରଣକାରୀ


୭ । ‘ଗୁଣୁଗୁଣୁ’ ପରି ଆଉ ୫ଟି ଯୋଡ଼ା ଶବ୍ଦ ଲେଖିବା  ।

ଢ : ଶୁଣୁଶୁଣୁ, ବୁଣୁବୁଣୁ, କିଣୁକିଣୁ, ଝୁଣୁଝୁଣୁ, ଟୁଣୁଟୁଣୁ ।


8। ତଳେ ଦିଆଯାଇଥିବା କଥାଗୁଡ଼ିକରୁ ଯେଉଁଟି ଠିକ୍ ତାହା ପାଖରେ ( ) ଚିହ୍ନ ଏବଂ ଯେଉଁଟି ଭୁଲ୍ ତା ପାଖରେ (*)


(କ) ଏଠାରେ କବି ବରଗଛଟିଏ ହେବାକୁ ଚାହୁଁଛନ୍ତି ।

(ଖ) ଝରଣାଟିଏ ଶୀତଳ ମଧୁର ଜଳ ଦାନ କରେ ।

(ଗ) ଗଙ୍ଗଶିଉଳି ଫୁଲ ସକାଳେ ଫୁଟି ସଞ୍ଜରେ ଝଡ଼ିଯାଏ ।

(ଘ) କବି ପଳାଶଫୁଲ ନହୋଇ ଗଙ୍ଗଶିଉଳି ଫୁଲ ହେବାକୁ ଚାହୁଁଛନ୍ତି ।

(ଙ) ମହୁମାଛି ଜଗତକୁ ବନ୍ଧୁ କରିଥାଏ ।

(ଚ) ପଳାଶ ଫୁଲର ଭଲ ବାସ୍ନା ଥାଏ ।

(ଛ) ଆମେ ସମସ୍ତେ ପର ପାଇଁ କାମ କରିବା ଉଚିତ ।

Right -  (କ) , (ଗ), (ଚ)  , All Worng.


୯ । ଉପରଚିତ୍ର ଦେଖ୍ ଚାରିଧାଡ଼ିର ଏକ କବିତା ଲେଖ । 

ଫୁଲରେ ବସି ପରଜାପତି ଦିଶଇ କେଡ଼େ ଶୋଭା ଡେଣା ହଲାଇ ସୁରଙ୍ଗ ହୋଇ କରଇ ମନ ଲୋଭା ।

 ଜାଣ କି ଭାଇ ତରକା ସେହି ଦିଅଇ ନାହିଁ ଧରା ତା’ପରି ଆଉ ସୁନ୍ଦର କେହି ଜଗତେ ଅଛି ପରା !


ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର


୧ । ଆସ ଉତ୍ତର ଲେଖୁବା ।

(କ) କେଉଁ ଗଛକୁ କବି ଝଙ୍କାଳିଆ ବୋଲି କହିଛନ୍ତି ? 

ଉ : ବରଗଛକୁ କବି ଝଙ୍କାଳିଆ ବୋଲି କହିଛନ୍ତି । 


(ଖ) ମାଟି ଚଉରାରେ କିଏ ଶୋଭା ପାଉଥାଏ ? 

ଉ : ମାଟି ଚଉରାରେ ତୁଳସୀ ଗଛ ଶୋଭା ପାଉଥାଏ ।


 (ଗ) ଏଡ଼େ ବଡ଼ ଜୀବ ବୋଲି କବି କାହାକୁ କହିଛନ୍ତି ? 

ଉ : ହାତୀକୁ ଏଡ଼େ ବଡ଼ ଜୀବ ବୋଲି କବି କହିଛନ୍ତି । 


(ଘ) ଫୁଲ ପାଖରେ କିଏ ଗୁଣୁଗୁଣୁ ଗୀତ ଗାଏ ?

 ଉ : ଫୁଲ ପାଖରେ ମହୁମାଛି ଗୁଣୁଗୁଣୁ ଗୀତ ଗାଏ । 


(‍) ସଞ୍ଜରେ ଫୁଟି କେଉଁ ଫୁଲ ସକାଳକୁ ଝରିପଡ଼େ ? 

ଉ : ଗଙ୍ଗଶିଉଳି ଫୁଲ ସଞ୍ଜରେ ଫୁଟି ସକାଳକୁ ଝରିପଡ଼େ । 


୨ । ତଳେ ଦିଆଯାଇଥିବା ଶବ୍ଦ ଗୁଡ଼ିକର ସମାନ ଅର୍ଥ ବୁଝାଉଥବା ଦୁଇଟି ଲେଖାଏଁ ଶବ୍ଦ ଲେଖ ।


ଛୋଟ– କ୍ଷୁଦ୍ର, ସାନ

ଗଛ— ବୃକ୍ଷ, ପାଦପ

ଦିଅଁ— ଦେବତା, ଠାକୁର

ହାତୀ– ଗଜ, କରୀ

ଫୁଲ— ପୁଷ୍ପ, ସୁମନ


୩ । ତଳେ ଥିବା ଶବ୍ଦଗୁଡ଼ିକର ଭିନ୍ନ ଅର୍ଥ ଲେଖ ।


ନିତି— ପ୍ରତିଦିନ

ନୀତି— ନିୟମ

ଜୀବ— ପ୍ରାଣୀ

ଯିବ— ଗମନ କରିବ

ଗାଇ— ଗୀତ ଗାଇବା,

ଗାଈ— ପଶୁ, ଗାଭୀ

ଗାୟନ କରିବା

ଦୀପ– ଆଲୋକ ଜଳିବା ଦୀପ ଦ୍ବୀପ– ହାତୀ

ଯିଏ– ଯେଉଁ ଲୋକ

ଜୀଏଁ– ବଞ୍ଚେ ।


୪ । ନିମ୍ନରେ ଥ‌ିବା ଶବ୍ଦଗୁଡ଼ିକର ବିପରୀତ ଶବ୍ଦ ଲେଖ ।

ଛୋଟ – ବଡ଼

ବନ୍ଧୁ— ଶତ୍ରୁ

ମଧୁର— ତିକ୍ତ

ଆଦର– ଅନାଦର

ସଞ୍ଜ– ସକାଳ

ସୁବିଶାଳ— କ୍ଷୁଦ୍ର


୫ । କେଉଁ କାର୍ଯ୍ୟଦ୍ବାରା ମଣିଷ ଧନ୍ୟ ହୁଏ । ସେହି କଥା ଥ‌ିବା ପଦଟି ଲେଖ ।


ଉ : ‘‘ ପରହିତେ ଯିଏ ଜୀବନଟା ଦିଏ

ଜଗତରେ ଧନ୍ୟ ସେଇ ।’’

No comments:

Post a Comment

Comments