web page for every book School , College , Engineering .

Thursday, November 28, 2024

Kana sikhiba Prashna Uttar | Mehersir.in

Meher Sir କଣ ଶିଖିବା ପ୍ରଶ୍ନ ଉତ୍ତର | kana sikhiba class 6 questions and answers | class 6 odia kana sikhiba question answer | kana sikhiba class 6 questions and answer |  class 6 odia chapter 8 question answer | kana sikhiba class 6 questions and answers | Kana sikhiba question answer class 6‌ | class 6 mil chapter 8 odia medium question answer. 

Kana sikhiba Prashna Uttar | Mehersir.in


kana sikhiba questions and answers 

୧. ଉତ୍ତର କୁହ :

(କ) ଲେଖକ ମଣିଷର ଦୋଷ ଓ ଗୁଣ ସମ୍ପର୍କରେ କ’ଣ କହିଛନ୍ତି ?

ଉ : ଲେଖକଙ୍କ ମତରେ ପ୍ରତ୍ୟେକଙ୍କର ଦୋଷ ଓ ଗୁଣ ଅଛି । ଆମେ ଦୋଷକୁ ଛାଡ଼ି ଗୁଣ ଶିଖିବା ।


(ଖ) ଲେଖକଙ୍କ ମତରେ ଆମେରିକାରେ ସବୁଠୁ ଭଲ କଥାଟି କ’ଣ ?

ଉ: ଲେଖକଙ୍କ ମତରେ ଆମେରିକାରେ ସବୁଠୁ ଭଲ କଥାଟି ହେଉଛି ଶାରୀରିକ ପରିଶ୍ରମ ।


(ଗ) ଲେଖକ ମର୍ଗାନ୍‌ଙ୍କ ବନ୍ଧୁଙ୍କୁ ଦେଖୁ ସେ କିଏ ବୋଲି ଭାବିଲେ ?

ଉ : ଲେଖକ ମର୍ଗାନ୍‌ଙ୍କ ବନ୍ଧୁଙ୍କୁ ଦେଖି ସେ ସାଇପଡ଼ିଶାର କେହି ଜଣେ ଚିହ୍ନା କୁଲି ବୋଲି ଭାବିଲେ ।


୨। ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖ : 

(କ) ମର୍ଗାନ୍‌ଙ୍କ ବନ୍ଧୁ କାହିଁକି ଲେଖକଙ୍କ ପାଖରେ କ୍ଷମା ମାଗିଲେ ?

ଉ: ମର୍ଗାନଙ୍କ ବନ୍ଧୁଙ୍କର ହାତଯାକ କାଦୁଅ ଲାଗିଥିବାରୁ ସେ କିଛି ଲେଖକଙ୍କ ସହିତ କରମର୍ଦ୍ଦନ କରିପାରିଲେ ନାହିଁ ବୋଲି – କ୍ଷମା ମାଗିଲେ ।

(ଖ) ବୁଢ଼ା ବୟସରେ ବେକର୍ କୋଢ଼ି ଶାବଳ ଧରି ଏତେ କାମ କରିବାର ଉଦ୍ଦେଶ୍ୟ କ’ଣ ଥିଲା ?

ଉ : ବେକର୍ ତାଙ୍କର ଜୀବନକୁ ଉପଭୋଗ କରିବା ପାଇଁ ବୁଢ଼ା ବୟସରେ କୋଡ଼ି ଶାବଳ ଧରି ଏତେ କାମ କରୁଥିଲେ । କାରଣ କାମ ବ୍ୟତିରେକେ ଆମେରିକାନ୍ ଜୀବନରେ ସୁଖ କଳ୍ପନା ଅସମ୍ଭବ ।


(ଗ) ଆମେରିକାର ଲୋକଙ୍କଠାରୁ ଶିଖୁବାଭଳି ସବୁଠୁଁ ବଡ଼ କଥାଟି କ’ଣ ?

ଉ : ଆମେରିକା -ଲୋକଙ୍କଠୁଁ ଶିଙ୍ଖାର ସବୁଠୁ ବଡ଼ କଥା ହେଉଛି ଅନ୍ୟର ପ୍ରଶଂସା କରିବା ।


(ଘ) ଆମେରିକାର ଲୋକେ କ’ଣ ପାଇଁ ଅଧିକ ବ୍ୟସ୍ତ ?

 ଉ : ଆନ୍ତର୍ଜାତିକ ଭାବ-ବିନିମୟ ଲାଗି ଆମେରିକାର ଲୋକେ ଅଧ୍ବକ ବ୍ୟସ୍ତ ।


(ଙ) ଲେଖକଙ୍କ ମତରେ ଆମେ ଦେଶ ଓ ଜାତି ପାଇଁ କ’ଣ କରିବା ଉଚିତ ?

ଉ : ଲେଖକଙ୍କ ମତରେ ଆମେ ଦେଶ ଓ ଜାତି ପାଇଁ ମୁକ୍ତିପଥ ଖୋଜିବା ।


୩ । ସରଳ ଭାଷାରେ ବୁଝାଇ ଲେଖ :

(କ) ‘‘ଶିକ୍ଷିତ ବଡ଼ ଲୋକ ଶାରୀରିକ ପରିଶ୍ରମର ମର୍ଯ୍ୟାଦା ନ ବୁଝିଲା ପର୍ଯ୍ୟନ୍ତ କେବଳ ଅଧାପେଟିଆ ଦୁର୍ବଳ ମୂଲିଆ ହାତରେ ଦେଶ ଉଠିପାରିବ ନାହିଁ ।”

ଉ : ‘ଶିକ୍ଷିତ .... ନାହିଁ ।””

ଉକ୍ତ ଗଦ୍ୟଶଟି ‘ଆମ ସାହିତ୍ୟ’ ପୁସ୍ତକର ‘କ’ଣ ଶିଖୁବା’ ପ୍ରବନ୍ଧରୁ ଆନୀତ । ଏହି ପ୍ରସଙ୍ଗରେ ଲେଖକ ଗୋଲୋକ ବିହାରୀ ଧଳ ଶାରୀରିକ ପରିଶ୍ରମର ମର୍ଯ୍ୟାଦା ସମ୍ପର୍କରେ ଆଲୋଚନା କରିଛନ୍ତି ।

ପ୍ରାବନ୍ଧିକଙ୍କ ମତରେ ଶାରୀରିକ ପରିଶ୍ରମ ହେଉଛି ଗୋଟିଏ ଦେଶର ଉନ୍ନତିର ମୂଳକଥା । ଏ ସମ୍ପର୍କରେ ଲେଖକ ଶିକ୍ଷିତ ଆମେରିକୀୟମାନଙ୍କର ଶାରୀରିକ ଶ୍ରମପ୍ରତି ସମ୍ମାନବୋଧ ସମ୍ପର୍କରେ ଆଲୋଚନା କରିଛନ୍ତି । କିନ୍ତୁ ବଡ଼ ଦୁଃଖର କଥା ଆମ ଦେଶରେ ଥରେ ଯେ ଦି’ଅକ୍ଷର ପଢ଼ିଛି, ସେ ମାଟିକୁ ଭୁଲିଯାଉଛି । ସେ ନିଜକୁ ଶିକ୍ଷିତ ଓ ବଡ଼ଲୋକ ମନେକରି ଶାରୀରିକ ଶ୍ରମକୁ ହୀନ ଦୃଷ୍ଟିରେ ବିଚାର କରୁଛି । ତାହା କେବଳ ଦୁର୍ବଳ ମୂଲିଆ ଶ୍ରେଣୀର ଲୋକମାନଙ୍କର କାର୍ଯ୍ୟ ବୋଲି ବିଚାର କରୁଛି । ଏହାଦ୍ୱାରା ଦେଶର ଉନ୍ନତି ହୋଇପାରିବ ନାହିଁ । ତେଣୁ ଲେଖକ ଏହି ମତ ପ୍ରଦାନ କରିଛନ୍ତି ।

ପ୍ରସଙ୍ଗଟି ଶିକ୍ଷଣୀୟ ।

(ଖ) ‘‘କାମ ବ୍ୟତିରେକେ ଆମେରିକାନ୍ ଜୀବନରେ ସୁଖ କଳ୍ପନା ଅସମ୍ଭବ ???

ଉ: ‘କାମ ................. ଅସମ୍ଭବ ।’’


ଉକ୍ତ ଗଦ୍ୟଶଟି ‘ଆମ ସାହିତ୍ୟ’ ପୁସ୍ତକର ‘କ’ଣ ଶିଖୁବା’ ପ୍ରବନ୍ଧରୁ ଆନୀତ । ଏହି ପ୍ରସଙ୍ଗରେ ଲେଖକ ଆମେରିକୀୟମାନଙ୍କର କାର୍ଯ୍ୟପ୍ରତି ନିଷ୍ଠା ବିଷୟରେ ବର୍ଣ୍ଣନା କରିଛନ୍ତି ।

ଆମେରିକାର ଜଣେ ଅବସରପ୍ରାପ୍ତ ଇଞ୍ଜିନିୟର ମିଷ୍ଟର ବେକର୍ ସତୁରି ବର୍ଷ ବୟସରୁ ଅଧୁକର ହୋଇଥିଲେ ମଧ୍ୟ ସେ ଟାଙ୍ଗିଆ, କୋଡ଼ି ଓ ଶାବଳ ସାହାଯ୍ୟରେ କାମ କରନ୍ତି । ତାଙ୍କର କାମପ୍ରତି ଆଗ୍ରହ ଦେଖୁ ଲେଖକ ତାଙ୍କୁ ଦିନେ ଏତେ ପରିଶ୍ରମ କରିବାର କାରଣ ବିଷୟରେ ପଚାରିଲେ । ସେ ମହାଶୟ ଲେଖକଙ୍କୁ ଉତ୍ତର ଦେଲେ ଯେ ସେ ଜୀବନକୁ ଉପଭୋଗ କରିବାପାଇଁ କାମ କରନ୍ତି । କାମ ବ୍ୟତିରେକେ ଆମେରିକାନ୍ ଜୀବନରେ ସୁଖ କଳ୍ପନା ଅସମ୍ଭବ । କାମ ଭିତରେ ଯେଉଁ ଆନନ୍ଦ ଅଛି ତାହା ଜୀବନରେ ଯିଏ ଥରେ ଚାଖୁଛି ତାହାକୁ ସେ ଆଉ ଭୁଲିପାରିବନି ।

ପ୍ରସଙ୍ଗଟି ଶିକ୍ଷାମୂଳକ ।


(ଗ) ‘ମାଛି ନ ହୋଇ ମହୁମାଛି ହେବା, ଘାଆରେ ନ ବସି ଫୁଲରେ ବସିବା ।??

ଉ : ‘ମାଛି ....  ବସିବା ।””

ଉକ୍ତ ଗଦ୍ୟଶଟି ‘ଆମ ସାହିତ୍ୟ’ ପୁସ୍ତକର ‘କ’ଣ ଶିଖୁବା’ ଶୀର୍ଷକ ପ୍ରବନ୍ଧରୁ ଆନୀତ । ଉକ୍ତ ପ୍ରସଙ୍ଗରେ ଲେଖକ ଶ୍ରମ କରିବା ସହିତ ଅନ୍ୟର ପ୍ରଶଂସା କରିବାକୁ ପ୍ରେରଣା ଦେଇଛନ୍ତି ।

ପ୍ରାବନ୍ଧିକ ଆମେରିକୀୟମାନଙ୍କର ଶ୍ରମପ୍ରତି ସମ୍ମାନ ଓ ଅନ୍ୟର କର୍ମକୁ ପ୍ରଶଂସାକରିବାର ଗୁଣକୁ ଗୁରୁତ୍ବ ଦେଇଛନ୍ତି । କିନ୍ତୁ ଆମ ଦେଶରେ ଆମେ ଶ୍ରମକରୁନା କିମ୍ବା ଅନ୍ୟର କର୍ମକୁ ପ୍ରଶଂସା କରୁନା । ଏଭଳି କାର୍ଯ୍ୟ ନକରି ଭଲକାମ କରିବାପାଇଁ ଲେଖକ ପରାମର୍ଶ ଦେଇଛନ୍ତି । ମାଛିର ଘା’ରେ ବସିବା ସ୍ଵଭାବଭଳି ଘୃଣାର କାର୍ଯ୍ୟ ନକରି ମହୁମାଛି ଫୁଲରେ ବସି ମହୁସଂଗ୍ରହ କଲାଭଳି ଭଲଗୁଣକୁ ଶିକ୍ଷାକରିବା ଉଚିତ ବୋଲି ଲେଖକ ମତ ଦେଇଛନ୍ତି । ପ୍ରସଙ୍ଗଟି ଶିକ୍ଷାମୂଳକ ।

୪। ଆବଶ୍ୟକ ସ୍ଥଳେ ବିରାମ ଚିହ୍ନ ଦିଅ : 

(କ) ସେହି ମୂଲିଆମାନଙ୍କ ଭିତରୁ ଜଣେ ପାଟିକରି ଅଭିବାଦନ ଜଣାଉଛି ହାଏ ମର୍ଗାନ୍ ହାଓ ଆର୍ ଇଉ ଭାବିଲି ସାଇପଡ଼ିଶାର କେହି ଜଣେ ଚିହ୍ନା କୁଲି ହୋଇଥବ ମାତ୍ର  ନିକଟକୁ ଗଲାରୁ ପ୍ରଫେସର ମର୍ଗାନ୍ ତାଙ୍କୁ କଲ୍‌ଗେଟ୍ ବିଶ୍ବବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ବୋଲି ମୋ ସହିତ ପରିଚିତ କରାଇଦେଲେ ।

ଉ : ସେହି ମୂଲିଆମାନଙ୍କ ଭିତରୁ ଜଣେ ପାଟିକରି ଅଭିବାଦନ ଜଣାଉଛି, ‘ହାଏ ମର୍ମାନ୍, ହାଓ ଆର୍ ୟୁ ?’’ ଭାବିଲି ସାଇପଡ଼ିଶାର କେହି ଜଣେ ଚିହ୍ନା କୁଲି ହୋଇଥବ; ମାତ୍ର ନିକଟକୁ ଗଲାରୁ ପ୍ରଫେସର ମର୍ଗାନ୍ ତାଙ୍କୁ କଲ୍‌ଗେଟ୍ ବିଶ୍ବବିଦ୍ୟାଳୟର ଇଂରେଜୀ ଅଧ୍ୟାପକ ବୋଲି ମୋ ସହିତ ପରିଚିତ କରାଇଦେଲେ | 


(ଖ) ମଣିଷ ଜୀବନରେ ଯେତେକାମ ଅଛି ଘାସକଟାରୁ ଘୋଡ଼ାଚଢ଼ା ପର୍ଯ୍ୟନ୍ତ ସବୁ ବିଜ୍ଞାନ ଛାଞ୍ଚରେ ପକାଇ ଦିଆଯାଇଛି ପ୍ରତ୍ୟେକ କାର୍ଯ୍ୟର ମୂଲ୍ୟ ଅଛି ତେଣୁ ଯେ ଘାସ କାଟୁଛି ଲୋକେ ତାକୁ ବି ପ୍ରଶଂସା କରି କହନ୍ତି ସେ ଗୋଟାଏ ବଢ଼ିଆ ଘାସକଟାଳି ।

ଉ : ମଣିଷ ଜୀବନରେ ଯେତେ କାମ ଅଛି, ଘାସ କଟାରୁ ଘୋଡ଼ାଚଢ଼ା ପର୍ଯ୍ୟନ୍ତ ସବୁ ବିଜ୍ଞାନ ଛାଞ୍ଚରେ ପକାଇ ଦିଆଯାଇଛି । ପ୍ରତ୍ୟେକ କାର୍ଯ୍ୟର ମୂଲ୍ୟଅଛି । ତେଣୁ ଯେ ଘାସ କାଟୁଛି ଲୋକେ ତାକୁ ବି ପ୍ରଶଂସା କରି କହନ୍ତି, ‘ସେ ଗୋଟାଏ ବଢ଼ିଆ ଘାସକଟାଳି ।’’

୫। ‘କ’ ସ୍ତମ୍ଭରେ ଦିଆଯାଇଥିବା ଶବ୍ଦ ସହିତ ‘ଖ’ ସ୍ତମ୍ଭରେ ଥ‌ିବା ସମ୍ପର୍କିତ ଶବ୍ଦକୁ ମିଳାଇ ନୂଆ ଶବ୍ଦ ତିଆରି କର : 


ଉ : ‘କ’ ସ୍ତମ୍ଭ ତ ‘ଖ’ ସ୍ତମ୍ଭ

ଶାରୀରିକ -ପରିଶ୍ରମ 

ବୁଢ଼ା    -ବୟସ

ଧନ  -ସଂପତ୍ତି

ଦାୟିତ୍ବ -ଜ୍ଞାନ


୬। ‘ସାଇପଡ଼ିଶା’– ଏହିପରି ଆଉ ୩ଟି ଯୁଗ୍ମ ଶବ୍ଦ ଏହି ପଠିତାଂଶରୁ ବାଛି ଲେଖ ।

ଉ : ଦୋଷଗୁଣ, ଭାବଭଙ୍ଗୀ, କଥାବାର୍ତ୍ତା ।


୭। ନିମ୍ନଲିଖ ବାକ୍ୟଶକୁ ବ୍ୟବହାର କରି ବାକ୍ୟ ଗଠନ କର : କଣ୍ଟାବାଡ଼ରେ ଲୁଗାପକାଇବା, ପର ଉପରକୁ କାଦୁଅ ଫିଙ୍ଗିବା, ଲହୁ-ଲୁହ ।

ଉ: କଣ୍ଟାବାଡ଼ରେ ଲୁଗାପକାଇ କଳିକରିବା ସାବିତ୍ରୀର

ଅଭ୍ୟାସ ।

ଲିନ ନିଜ ଦୋଷ ନିଜେ ଦେଖ, ପର ଉପରକୁ କାଦୁଅ ଫିଙ୍ଗିଲେ କିଛି ଲାଭ ହେବନି ।

କିନ୍ତୁ ଆମର ସ୍ଵାଧୀନତା ଲାଭପାଇଁ ଦେଶ ସେବକମାନେ ଯେ କେତେ ଲହ୍-ଲୁହ ତ୍ୟାଗ କରିଛନ୍ତି ତାହାର ତୁଳନାନାହିଁ ।


୮। ଯେପରି ‘ପଦାର୍ଥ’ ଶବ୍ଦ ପୂର୍ବରୁ ‘ଅ’ ଯୋଗହେଲେ ‘ଅପଦାର୍ଥ’ ହୁଏ, ସେହିପରି ପୂର୍ବରୁ ‘ଅ’ ଯୋଗକରି ଆଉ ୪ଟି ଶବ୍ଦ ଲେଖ ।

ଉ: ଅଦେଖା, ଅକାର୍ଯ୍ୟ, ଅଧର୍ମ, ଅମାନିଆ

୯ । ପଠିତ ପ୍ରବନ୍ଧରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର :

(କ) ‘ଉଚ୍ଚମନା ଉଲ୍ଲେ...........ଲଭଇ,........ଲଭେ ବିଷ’ ।

(ଖ) କାମ ହିଁ ଆମେରିକା ଜୀବନର (ଗ) ବେଳ ଆସିଛି ମାଛି ନ ହୋଇ......... ହେବା, ଘାଆରେ ନ ବସି.......ରେ ବସିବା ।

ଉ: (କ) ଅମୃତ, ନୀଚମନା (ଖ) ମୂଳମନ୍ତ୍ର

। (ଗ) ମହୁମାଛି, ଫୁଲରେ

୧୦ । ‘ଜ୍ଞାନ’ ସହିତ ‘ସାପେକ୍ଷ’ ମିଶି ନୂତନ ଶବ୍ଦଟି ହୋଇଛି ‘ଜ୍ଞାନସାପେକ୍ଷ’ ଏହିପରି ‘ସାପେକ୍ଷ’ ବ୍ୟବହାର କରି ଆଉ ଦୁଇଟି ନୂଆ ଶବ୍ଦ ଲେଖ ।

ଉ : ବିଚାର ସାପେକ୍ଷ, ସମୟ ସାପେକ୍ଷ ।

No comments:

Post a Comment

Comments