web page for every book School , College , Engineering .

Saturday, November 9, 2024

Hajila Dinara Katha Question Answer | Mehersir.in

Class 4 Chapter 2 Hajila Dinara Katha Prashna Uttar (ହଜିଲା ଦିନର କଥା) ପାଠ୍ୟପୁସ୍ତକ ଅନ୍ତର୍ଗତ ଅଭ୍ୟାସ ପ୍ରଶ୍ନୋତ୍ତର ଓ ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର . Odia medium Class 4 Sahitya Chapter 2 Hajila Dinara Katha Question And Answer , class 4 chapter 2 hajila dinara katha mil question answer odia medium , ହଜିଲା ଦିନର କଥା ଚତୁର୍ଥ ଶ୍ରେଣୀ  , Class 4 Chapter 2 Hajila Dinara Katha (ହଜିଲା ଦିନର କଥା) Question Answer Odia Medium , hajila dinara katha question answer class 4 | class 4 hajila dinara katha question answer | 4th class hajila dinara katha question answer Class 4 Hajila Dinara Katha Question Answer in Odia | class 4 sahitya kalika chapter 2 hajila dinara katha exercise |class 4 chapter 2 hajila dinara katha mil question answer odia medium . 

Hajila Dinara Katha Question Answer | Mehersir.in



Chapter 2 Hajila Dinara Katha (ହଜିଲା ଦିନର କଥା) Question Answer 

ପାଠ୍ୟପୁସ୍ତକ ଅନ୍ତର୍ଗତ ଅଭ୍ୟାସ ପ୍ରଶ୍ନୋତ୍ତର


୧ । ଆସ କଥାବାର୍ତ୍ତା ହେବା :

(କ) ସକାଳବୁଲାରୁ ଫେରି ମଧୁବାବୁ କ’ଣ ଦେଖ‌ିଲେ ?

ଉ : ସକାଳବୁଲାରୁ ଫେରି ମଧୁବାବୁ ଦେଖୁଲେ ଯେ ତାଙ୍କ ହତା ଭିତରେ ଗିନା, ଗଡ଼ୁ, ଠେକି ଓ ଢାଳ ଥୁଆ ହୋଇଛି । ମଇଳା, କୋତରା କସ୍ତା ପିନ୍ଧି, କୁନି କୁନି ଛୁଆଙ୍କୁ କାଖେଇ କେତୋଟି ସ୍ତ୍ରୀଲୋକ ଠିଆ ହୋଇଛନ୍ତି ।

(ଖ) ମଧୁବାବୁ ସୁଦାମ ଉପରେ କାହିଁକି ରାଗିଲେ ?

ଉ : ମଧୁବାବୁ ଜାଣିଲେ ଯେ ସୁଦାମ ଗରିବ ଲୋକଙ୍କୁ ପଇସା ନେଇ କ୍ଷୀର ବିକୁଛି । ଲୋକମାନଙ୍କ ପାଖରେ ନିଜେ ଛୋଟ ହୋଇଯିବେ ଭାବି ମଧୁବାବୁ ସୁଦାମ ଉପରେ ରାଗିଗଲେ ।

(ଗ) ସୁଦାମର କଥା ଶୁଣି ମଧୁବାବୁ କ’ଣ କହିଲେ ?

ଉ : ସୁଦାମର କଥା ଶୁଣି ମଧୁବାବୁ ଗାଈଙ୍କର ଦାନା ସରିଗଲେ ସେ କିଣିଦେବେ ବୋଲି କହିଲେ । ଦାନାର ଚାହିଦା ବିଷୟରେ ସେ କାହିଁକି ତାଙ୍କୁ ଜଣାଇନାହିଁ । ଗରିବ ଲୋକଙ୍କୁ ସେ ଆଦୌ କ୍ଷୀର ବିକିବେ ନାହିଁ, ବରଂ ଦରକାର ହେଲେ ସବୁ ଗାଈ ବିକିଦେବେ ।

(ଘ) ଗରିବ ଲୋକମାନଙ୍କୁ କ୍ଷୀର ଦେବା ବିଷୟରେ ମଧୁବାବୁ ସୁଦାମକୁ କି ପରାମର୍ଶ ଦେଲେ ?

ଉ : ଗରିବ ଲୋକମାନଙ୍କୁ ମୋଫିଡ୍‌ରେ କ୍ଷୀର ଦେବା ପାଇଁ ମଧୁବାବୁ ସୁଦାମକୁ ପରାମର୍ଶ ଦେଲେ । ଘର ଖର୍ଚ୍ଚରୁ କାଟି ଗରିବ ଛୁଆମାନଙ୍କୁ ଗାଈ ଦୁହାଁଳ ଥିବାଯାଏ କ୍ଷୀର ଦିଆଯିବାର ବ୍ୟବସ୍ଥା କରିବାକୁ ମଧୁବାବୁ କହିଲେ ।

(ଙ) ମଧୁବାବୁଙ୍କର ଅଭାବ ଘଟିଲା କାହିଁକି ?

ଉ : ନିଜର ‘ଉତ୍କଳ ଟ୍ୟାନେରୀ’’ ଜୋତା କାରଖାନାରେ ଜୋଡା ତିଆରି କାମରେ ଟିକିଏ ଖଇଚା ଦେଖ‌ିଲେ ମଧୁବାବୁ ବିଡ଼ା ବିଡ଼ା ଚମଡ଼ା ଓ ଜୋତା ପୋଡ଼ି ଦେଉଥିଲେ । ସେଥିପାଇଁ ମଧୁବାବୁଙ୍କର ଟଙ୍କା ପଇସାର ଘୋର ଅଭାବ ଘଟିଲା । ଏପରିକି, କରଜ କରିଥିବା ଯୋଗୁଁ କାରଖାନାଟି ନିଲାମ ହୋଇଗଲା ।

୨ । ବହିପତ୍ର, ପାଣିପବନ ପରି ଏହି ବିଷୟରେ ପଢ଼ିଥ‌ିବା କେତୋଟି ଯୋଡ଼ା ଯୋଡ଼ା ଶବ୍ଦ ଖୋଜି ବାହାର କରିବା ।

ଉ : ଗିନା-ଗଡ଼ୁ, 

ଖାଇ-ପିଇ, 

ଦୁଃଖ-ଦୁର୍ଦ୍ଦଶା,

ଠେକି – ଢାଳ,

ଚୋକଡ଼ -ପିଡ଼ିଆ, 

ଦୁଃଖୀ-ଦରିଦ୍ର

ଗୁହାଳ-ଗୋବର,

 ନଡ଼ା - ପାଳ,

ବୋଲ-ହାକ,

ଦେଶ-ବିଦେଶ,


୩ । ଚକ୍ରଟିକୁ ଦେଖ୍ କିଏ କେଉଁ ଉପାଧିରେ ଭୂଷିତ ତାହା ତଳେ ଲେଖ ।

ଉ : ମଧୁସୂଦନ ଦାସ– ଉତ୍କଳ ଗୌରବ

ଯଦୁମଣି ମହାପାତ୍ର– ଉତ୍କଳ ଘଣ୍ଟ

କୁନ୍ତଳା କୁମାରୀ ସାବତ– ଉତ୍କଳ ଭାରତୀ

ଗୋପବନ୍ଧୁ ଦାସ– ଉତ୍କଳମଣି

ହରେକୃଷ୍ଣ ମହତାବ– ଉତ୍କଳ କେଶରୀ

ପଦ୍ମଚରଣ ରାୟ– ଉତ୍କଳ ଭୀମ


୪ । କେଉଁ ଶବ୍ଦର ଅର୍ଥ କ’ଣ ତାହା ପତ୍ରରୁ ଖୋଜି ବାହାର କରି ଦେଖୁବା ।

ଉ : ତଲାସ – ଅନୁସନ୍ଧାନ କରିବା

ହେପାଜତ – ଯତ୍ନନେବା

ନିସ୍ତେଜ – ମଳିନ

କିଲ୍ଲା – ଗଡ଼ ।


୫ । ତଳଲିଖତ ଉତ୍ତରଗୁଡ଼ିକ ପାଇବା ପାଇଁ ଆସ ପ୍ରଶ୍ନ ତିଆରି କରିବା ଓ ଲେଖୁବା । 

(କ) ଛୁଆଗୁଡ଼ିକ ଫୁଙ୍ଗୁଳା, ପତଳା ଓ ଦୁର୍ବଳ ଚେହେରାର ଥିଲେ ।

ପ୍ରଶ୍ନ— ଛୁଆଗୁଡ଼ିକଙ୍କର ପୋଷାକ ଓ ସ୍ୱାସ୍ଥ୍ୟ କିପରି ଥିଲା ? 


(ଖ) ସୁଦାମର ଘର ବିଡ଼ାନାସୀରେ ।

ପ୍ରଶ୍ନ— ସୁଦାମର ଘର କେଉଁଠାରେ ?


(ଗ) ଜୋତାଗୁଡ଼ିକ ଦେଶ ବିଦେଶକୁ ଚାଲାଣ ହେଉଥିଲା ।

 ପ୍ରଶ୍ନ— ଜୋତାଗୁଡ଼ିକ କେଉଁଠାକୁ ଚାଲାଣ ହେଉଥିଲା ?


(ଘ) ୧୮୮୦ ମସିହାରେ ସେ କଲିକତା ଛାଡ଼ି କଟକ ଆସିଲେ । 

ପ୍ରଶ୍ନ– ସେ କେବେ କଲିକତା ଛାଡ଼ି କଟକ ଆସିଲେ ?


(ଙ) ଚାରି ପାଞ୍ଚମୁଠା ଖଇ ତାଙ୍କର ଅତିପ୍ରିୟ ଜଳଖୁଆ ଥିଲା । 

ପ୍ରଶ୍ନ— ତାଙ୍କର ଅତିପ୍ରିୟ ଜଳଖୁଆ କ’ଣ ଥିଲା ?


୬ । ଯେପରି— ‘ମଥାକୁ ରାଗ ଚଢ଼ିଯିବା’’ ସେହିପରି ତଳେ ଲେଖାଥ‌ିବା ଅଂଶଗୁଡ଼ିକୁ ପଢ଼ି ଶୂନ୍ୟସ୍ଥାନ ପୂରଣ କର ।


 (କ) ଆଖରୁ ଜୁଳୁଜୁଳିଆ ପୋକ ବାହାରିବା 

ଖ) ଶୋଷରେ ହଂସା ଉଡ଼ିଯିବା 

(ଗ) ଖରାରେ ଦେହ ଜଳିଯିବା 

(ଘ) ଘୃଣାରେ ନାକ ଟେକିବା 

(ଙ) ଲାଜରେ ମୁଣ୍ଡ ନଇଁଯିବା 



୭ । ଆସ ତଳେ ଦିଆଯାଇଥବା ଶବ୍ଦଗୁଡ଼ିକୁ ଲଗାଇ ଗୋଟିଏ ଲେଖାଏଁ ବାକ୍ୟ ଗଠନ କରିବା ।

ଉ : (କ) ହିତ : ସାଧୁ ଲୋକମାନେ ଜଗତର ହିତ କରନ୍ତି ।

(ଖ) ପୂର୍ଭି : ମନଫୁର୍ତ୍ତିରେ ପିଲାଟି ବିଦ୍ୟାଳୟକୁ ଗଲା ।

(ଗ) ସତେଜ : ପରିବାଗୁଡ଼ିକ ସତେଜ ଅଛି ।

(ଘ) ଦୁର୍ଦ୍ଦଶା : ଓଡ଼ିଶାର ଦୁର୍ଦ୍ଦଶା ଦେଖୁ ମଧୁବାବୁ ଦୁଃଷ୍କୃତ ହେଲେ ।

(ଙ) ସଅଳ : ସଅଳ ସଅଳ ଶଯ୍ୟାରୁ ଉଠି ବ୍ୟାୟାମ କରିବା ଉଚିତ ।


୮ । ତଳ ବାକ୍ୟଟି ପଢ଼ । ସେହି ଅନୁସାରେ ଖାଲି ସ୍ଥାନଗୁଡ଼ିକ ପୂରଣ କର । ଯେପରି ‘ସେ ହତା ଭିତରେ ପଶୁପଶୁ ଅନେକ ଲୋକଙ୍କୁ ଦେଖ‌ିଲେ ।’


ଉତ୍ତର :

(କ) ମୁଁ ଘରେ ଗୋଡ଼ ଦେଉଦେଉ ମାଆ ମୋ ପାଖକୁ ଧାଇଁ ଆସିଲେ ।

(ଖ) ସେ ଖେଳାଳିଟି ପେଣ୍ଡୁଟିକୁ ମାରୁ ମାରୁ ତଳେ ପଡ଼ିଗଲେ ।

(ଗ) ଆଈ ମୋତେ ଗପଟି କହୁକହୁ ନିଦରେ ଶୋଇଗଲେ ।

(ଘ) ଭୀମ ମଣ୍ଡାପିଠାତକ ଖାଉଖାଉ ସବୁ ସରିଗଲା ।


୯ । ‘କ’ ସ୍ତମ୍ଭର ଯେଉଁ ଶବ୍ଦ ସହିତ ‘ଖ’ ସ୍ତମ୍ଭରେ ଥିବା ଯେଉଁ ଶବ୍ଦର ସମ୍ପର୍କ ଅଛି ତାକୁ ବାଛି ଏକାଠି କରିବା ଓ ‘ଗ’ ସ୍ତମ୍ଭରେ ନୂଆ ଶବ୍ଦଟି ଲେଖୁବା ।


ଉ : ଦାରୁଣ ଅଭାବ

 କସ୍ତାଲୁଗା

ପ୍ରବେଶିକା ପରୀକ୍ଷା 

କଅଁଳ ଖରା

କାଳି ଅନ୍ଧାର

ନୁଖୁରା ମୁଣ୍ଡ


୧୦ । ବନ୍ଧନୀ ମଧ୍ଯରେ ଭିନ୍ନ ଭିନ୍ନ ପ୍ରକାରର କେତେଗୁଡ଼ିଏ ନାମ ଦିଆଯାଇଛି । ଏଇ ନାମଗୁଡ଼ିକ କାହାର ତାହା ବାଛି ଖାଲି  ଜାଗାରେ ଲେଖିବା   ।

(ସୁଦାମ, କଟକ, ଓକିଲାତି, ଗାଈ, ସହିଷ୍ଣୁତା)


 ଗୋଟିଏ ପଶୁର ନାମ – ଗାଈ

ଜଣେ ବ୍ୟକ୍ତିର ନାମ – ସୁଦାମ

ଗୋଟିଏ ସ୍ଥାନର ନାମ – କଟକ 

ଏକ ପ୍ରକାର ଜୀବିକାର ନାମ – ଓକିଲାତି 

ଗୋଟିଏ ଭଲ ଗୁଣର ନାମ – ସହିଷ୍ଣୁତା


୧୧ । ଫୁଲର ପାଖୁଡ଼ା ମଧ୍ୟରୁ ଗୋଟିଏ ଗୋଟିଏ କାମକୁ ବାଛି ତଳେ ଦିଆଯାଇଥବା ଶୂନ୍ୟସ୍ଥାନ ପୂରଣ କରିବା । 

ଉ : ସୁଦାମ ଗାଈମାନଙ୍କର ହେପାଜତ୍ କରେ । 

ସୁଦାମ ବାବୁଙ୍କର ବୋଲହାକ କରେ ।

ମଧୁବାବୁ ଜଳଖୁଆରେ ଖଇ ଖାଉଥିଲେ ।

ସୁଦାମ ସବୁ ଜିନିଷର ତଦାରଖ କରେ ।

 ମଧୁବାବୁ ପ୍ରବେଶିକା ପରୀକ୍ଷାରେ ପାସ୍ କରିଥିଲେ ।

ଉତ୍କଳ ଟ୍ୟାନେରିରେ ଓଡ଼ିଆ କାରିଗରମାନେ ଜୋତା ତିଆରି କରୁଥିଲେ ।


୧୨ । ମଧୁବାବୁଙ୍କ ବିଷୟରେ ଯାହା ଜାଣିଲେ ପାଞ୍ଚଟି ବାକ୍ୟ ଲେଖୁବା ।


ଢ : (କ) ମଧୁବାବୁ ସବୁଦିନେ ସକାଳେ ବୁଲିବାକୁ ଯାଆନ୍ତି ।

(ଖ) ସେ ଶିଙ୍ଗବାଡ଼ିଟା ହାତରେ ଧରି କାଳି ଅନ୍ଧାରରୁ ବାହାରି ଯାଆନ୍ତି ।

(ଗ) ଓଡ଼ିଆମାନଙ୍କ ଦୁର୍ଦ୍ଦଶା ଦେଖୁ ମଧୁବାବୁଙ୍କର ପ୍ରାଣ ସବୁବେଳେ କାନ୍ଦୁଥିଲା ।

(ଘ) ମଧୁବାବୁଙ୍କ ପରି ପଢୁଆ ଓ ଲଢ଼ୁଆ ମଣିଷ ଓଡ଼ିଶାରେ ଖୁବ୍ କମ୍ ।

(ଙ) ମଧୁବାବୁ ଥିଲେ ଓଡ଼ିଶାର ପ୍ରଥମ ଇଂରାଜୀ ପଢୁଆ ଏମ୍.ଏ., ପ୍ରଥମ ଓକିଲ, ପ୍ରଥମ ମନ୍ତ୍ରୀ, ପ୍ରଥମ ବିଲାତଯାତ୍ରୀ ।


QA ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର


୧। ସୁଦାମ ମଧୁବାବୁଙ୍କ ଘରେ କ’ଣ କରୁଥିଲା ?

ଉ : ସୁଦାମ ମଧୁବାବୁଙ୍କ ଗଉଡ଼ । ବାବୁଙ୍କ ସାଈଗୁଡ଼ିକର ଦେଖାଶୁଣା କରିବା ସହିତ ଗୁହାଳ-ଗୋବତ, ଚୂ-ବୋକଡ଼, ନଡ଼ା କୁଟା, ଘାସ-କୋଳଥ ଆଦି ଗାଈଙ୍କର ସବୁକଥା ବୁଝେ । ବାବୁଙ୍କ ଘରେ ଖାଏ ପିଏ । ଅନ୍ୟ ବୋଲହାକ ବି କରେ ।

୨ । ମଧୁବାବୁ ନିଜ ପାଇଁ ସାଧାରଣ ଖାଦ୍ୟ ବାଛିବାର କାରଣ କ’ଣ ?

ଉ : ବିଲାତ ପଢୁଆ ହୋଇ ବି ମଧୁବାବୁ ଖାଣ୍ଟି ଓଡ଼ିଆ ଥିଲେ । ସାଧାରଣ ଗରିବ ଲୋକମାନଙ୍କର ଚଳଣିକୁ ଆପଣେଇ ନେଇଥିଲେ । ଦରିଦ୍ର ରାଜ୍ୟ ଓଡ଼ିଶାରେ ସାନ ସାନ ପିଲାମାନେ ଭଲ ଖାଦ୍ୟ ଖାଇବାକୁ ପାଉ ନ ଥିବାବେଳେ ସେ ଭଲ ଖାଦ୍ୟ ଖାଇବାକୁ ପସନ୍ଦ କରୁ ନଥିଲେ, ତେଣୁ ଗରିବ ଘରର ପ୍ରତିଦିନର ଖାଦ୍ୟକୁ ସେ ନିଜର ଖାଦ୍ୟରୂପେ ଖାଇବାକୁ ଠିକ୍ କରିଥିଲେ ।

୩ । ମଧୁବାବୁଙ୍କ ସମୟର ଅନ୍ୟ କେତେଜଣ ଖ୍ୟାତନାମା ଲୋକଙ୍କର ନାମ କୁହ ।

ଉ : ଉତ୍କଳମଣି ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର, ସୁଦାମ ଚରଣ ନାୟକ, ବ୍ରଜସୁନ୍ଦର ଦାସ, ଗୋପାଳ ଚନ୍ଦ୍ର ପ୍ରହରାଜ, ଚିନ୍ତାମଣି ଆଚାର୍ଯ୍ୟ, ଭିକାରି ଚରଣ ପଟ୍ଟନାୟକ, ମୁକୁନ୍ଦ ଦାସ ଓ କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ।

 ୪। ସରଳ ଭାଷାରେ ବୁଝାଇ ଦିଅ ।

ହେଲେ ସେ ଅଭାବ ତାଙ୍କର ଶୁଦ୍ଧ ସ୍ଵଭାବକୁ ନଷ୍ଟ କରିପାରୁ ନଥିଲା ।

ଉ : ‘‘ହେଲେ ସେ... ... ... ... ... ପାରୁ ନଥିଲା ।’’

ଉକ୍ତ ଗଦ୍ୟଶଟି ପଠିତ ସାହିତ୍ୟ ବହିର ‘ହଜିଲା ଦିନର କଥା’’ ବିଷୟରୁ ଆସିଅଛି । ଏଠାରେ ଲେଖକ ଅଭାବରେ ପଡ଼ି ମଧ୍ୟ ମଧୁବାବୁ ନିଜ ପ୍ରକୃତିରେ ଅଟଳ ଚଳିଥିଲେ ବୋଲି ବର୍ଣ୍ଣନା କରିଛନ୍ତି ।

ଓଡ଼ିଆରେ ଏକ କଥା ଅଛି– ‘ଅଭାବରେ ସ୍ଵଭାବ ନଷ୍ଟ ହୁଏ ।’’ ଦୁଃଖରେ କଷ୍ଟ ପାଇଲେ ମଣିଷ ତା’ର ନୀତି ଓ ଆଦର୍ଶରୁ ଓହରି ଆସେ । କିନ୍ତୁ ମଧୁବାବୁଙ୍କ ମନର ବଳ ଅତି ଦୃଢ଼ ଥିଲା । ଗରିବ ଓ ଦୁଃଖୀଜନଙ୍କୁ ସେ ସାହାଯ୍ୟ କରୁଥିଲେ । ଅଭାବୀ ଉପାସୀ ମାଆମାନଙ୍କୁ ସେ ମୋଫିତରେ କ୍ଷୀର ଦେଉଥିଲେ । ନିଜର କରଜ ଯୋଗୁଁ ତାଙ୍କର ‘ଉତ୍କଳ ଟ୍ୟାନେରୀ’ ଜୋତା କାରଖାନା ନିଲାମ ହୋଇଗଲା । ଅଭାବ ଅସୁବିଧାରେ ପଡ଼ି ମଧ୍ଯ ସେ ଅଧୈର୍ଯ୍ୟ ହେଉ ନଥିଲେ । ନିଜର ମାନସମ୍ମାନ ପ୍ରତି ସେ ଖୁବ୍ ସତର୍କ ଥିଲେ ।

୫। ଉତ୍ତରଗୁଡ଼ିକ କୁହ ।

(କ) ମଧୁବାବୁଙ୍କର ସ୍ମୃତିସବୁ କେଉଁଠି ଅଛି ?

ଉ : ମଧୁବାବୁଙ୍କର ସ୍ମୃତିସବୁ ଶୈଳବାଳା ମହିଳା କଲେଜ ହତା ଭିତରେ ଥିବା ‘ମଧୁସ୍ମୃତି’ ନାମକ ଏକ ଘରେ ଅଛି ।

 (ଖ) ମଧୁବାବୁଙ୍କର ଜୋତା କାରଖାନାର ନାମ କ’ଣ ଥିଲା ?

ଉ : ମଧୁବାବୁଙ୍କ ଜୋତା କାରଖାନାର ନାମ ଥିଲା ‘ଉତ୍କଳ ଟ୍ୟାନେରୀ’’ ।

(ଗ) ଓଡ଼ିଆ କାରିଗରମାନେ କେଉଁଥରେ ବଢ଼ିଆ ଜୋତା ତିଆରି କରୁଥିଲେ ?

ଉ : ଗୋରୁ, ମଇଁଷି, ଗୋଧ ଓ କୁମ୍ଭୀର ଚମଡ଼ାରେ ଓଡ଼ିଆ କାରିଗରମାନେ ବଢ଼ିଆ ଜୋତା ତିଆରି କରୁଥିଲେ ।

(ଘ) ମଧୁବାବୁ କେବେ କଲିକତା ଛାଡ଼ି କଟକ

ଚାଲିଆସିଲେ ?

ଉ : ମଧୁବାବୁ ୧୮୮୦ ମସିହାରେ କଲିକତା ଛାଡ଼ି କଟକ

ଚାଲିଆସିଲେ ।

(‍) ‘ହଜିଲା ଦିନର ସାଥୀ’ ବିଷୟଟିର ଲେଖକ କିଏ ? ଉ : ରମେଶ ଚନ୍ଦ୍ର ଭଞ୍ଜ ‘ ହଜିଲା ଦିନର ସାଥୀ’ର ଲେଖକ ।


 ୬ । ନିମ୍ନଲିଖତ ଶବ୍ଦଗୁଡ଼ିକୁ ପଢ଼ ଓ ଲେଖ ।

ମନ୍ତ୍ରୀ, ବିଲାତଯାତ୍ରୀ, ନୀଳକଣ୍ଠ, ଆଚାର୍ଯ୍ୟ, ମୁରବୀ, ଉପାସୀ, ଅଭାବୀ, ଶାଲ୍, ସ୍ମୃତି, ଆଶ୍ଚର୍ଯ୍ୟ ।


୭ । ଯେଉଁ ଯେଉଁ ବାକ୍ୟରେ ମଧୁବାବୁଙ୍କ ମହତପଣିଆ ପ୍ରକାଶ ପାଇଛି, ସେଗୁଡ଼ିକ ମଧ୍ୟରୁ ବାଛି ଦୁଇଟି ବାକ୍ୟ ଲେଖ ।

ଉ : (୧) ଖାଇବାକୁ ଦେଇ ନ ପାରିଲେ ମଧୁଦାସ ଗୋଟି ଗୋଟି କରି ସବୁ ଗାଈ ବିକିଦେବ ସିନା, କ୍ଷୀର ବିକିପାରିବ ନାହିଁ ।

(୨) କାଲିଠାରୁ କ୍ଷୀର ମୋଫତ୍ରରେ ଦିଆଯିବ । ଘର ଖର୍ଚ୍ଚରୁ କାଟି ଏଇ ଛୁଆମାନଙ୍କୁ କ୍ଷୀର ଦିଆଯିବ, ଗାଈ ଦୁହାଁଳଥିବା ପର୍ଯ୍ୟନ୍ତ 


୮ । କେଉଁଟି ଠିକ୍ ?

ହିନସ୍ତା, –ହୀନସ୍ତା, ଜୋତା— ଯୋତା, କ୍ଷୀର– ଖୁର, ସିଝା— ଶିଝା, ସାଲ– ଶାଲ,

ମିଷ୍ଟର— ମିସ୍ଟର, ପାସ୍‌— ପାଶ୍, ଦୁର୍ଦ୍ଦଶା— ଦୁର୍ଦଶା ।

ଉ : ହୀନସ୍ତା, ଜୋତା, କ୍ଷୀର, ସିଝା, ଶାଲ, ମିଷ୍ଟର, ପାସ୍, ଦୁର୍ଦ୍ଦଶା ।


୯ । ବାକ୍ୟ ଗଠନ କର ।

ହେପାଜତ, କୋତରା, ତଲାସ, ମୋଫତ୍, କସ୍ତା ।

ଉ : ହେପାଜତ : ମାଆମାନେ ପିଲାମାନଙ୍କର ହେପାଜତ କରନ୍ତି ।

କୋତରା : ଅଭାବୀ ଶିଶୁଟି କୋତରା ଲୁଗା ପିନ୍ଧି ବୁଲୁଛି ।

 ତଲାସ : ଚୋରିର ତଲାସ କରିବାକୁ ପୋଲିସ ଆସିଛି । 

ମୋଫତ୍ : ମୋଫିତ୍ର ପଦାର୍ଥକୁ ସମସ୍ତେ ଲୋଭ କରନ୍ତି |

 କସ୍ତା : ଅଭାବୀ ସ୍ତ୍ରୀଲୋକଟି କସ୍ତା ଲୁଗା ଖଣ୍ଡେ ପିନ୍ଧିଛି ।

No comments:

Post a Comment

Comments