Meher Sir Class 4 mil chapter 7 Gachha o kathuria question & answer odia medium॥ ଗଛ ଓ କାଠୁରିଆ ପ୍ରଶ୍ନ ଓ ଉତ୍ତର॥ Class 4 Chapter 7 Gachha O Kathuria ( ଗଛ ଓ କାଠୁରିଆ ) Question Answer Odia Medium | gachha o kathuria class 4 ch 7 question answer odia mediumଗଛ ଓ କାଠୁରିଆ ଚତୁର୍ଥ ଶ୍ରେଣୀ ପାଠ ୭ ପ୍ରଶ୍ନ ଉ | Gachha o kathuria question and answer, class 4 odia chapter 7 question answer, class 4 mil gaccha o kathuria question answer | gachha o kathuria question answer class 4 | class 4 odia gachha o kathuria poem question answer gachha o kathuria class 4.
ଗଛ ଓ କାଠୁରିଆ ପ୍ରଶ୍ନ ଓ ଉତ୍ତର
ପାଠ୍ୟପୁସ୍ତକ ଅନ୍ତର୍ଗତ ଅଭ୍ୟାସ ପ୍ରଶ୍ନୋତ୍ତର
୧ । ଆସ କଥାବାର୍ତ୍ତା ହେବା :
(କ) ଗଛଠାରୁ ଆମେ କ’ଣ କ’ଣ ପାଇଥାଉ ?
ଉ : ଗଛଠାରୁ ଆମେ ଫୁଲ, ଫଳ ଓ ଛାଇ ପାଇଥାଉ ।
(ଖ) ପିଲାଟି କାହିଁକି ଗଛ ହାଣିବା ପାଇଁ କାଠୁରିଆକୁ ମନାକଲା ?
ଉ : ପିଲାଟି ଜାଣେ ଗଛଟି ମଣିଷମାନଙ୍କର ଦୁଃଖ ସୁଖ ସହିତ ଜଡ଼ିତ । ସେ ମଧ୍ୟ ବାଲ୍ୟସାଥୀମାନଙ୍କ ସହିତ ସେହି ଗଛ ମୂଳରେ ଖେଳିଛି । ତା’ରି ଛାଇରେ ବସି ପୋଥୁଧରି ପଢ଼ିଛି, ତେଣୁ ସେ ଗଛ ହାଣିବା ପାଇଁ କାଠୁରିଆକୁ ମନା କଲା ।
(ଗ) ମିଠାଫଳ ଫଳୁ ନଥିଲେ ମଧ୍ୟ କୌଣସି ଗଛକୁ କାଟିବ ନାହିଁ କାହିଁକି ?
ଉ : ମିଠାଫଳ ନ ଫଳୁଥିଲେ ମଧ୍ୟ ଗଛ ବାଟୋଇକୁ ଛାଇ ଦେଇଥାଏ; ତେଣୁ କୌଣସି ଗଛକୁ କାଟିବ ନାହିଁ ।
(ଘ) ଗଛ କି କି ଘଟଣା ସବୁ ଦେଖୁଛି ବୋଲି କବିତାରେ ଲେଖାଯାଇଛି ?
ଚତୁର୍ଥ ଶ୍ରେଣୀ
ଉ : ଗଛ ଦୁଃଖ ସୁଖ ଦେଖୁଛି, କେତେ ଝିଅପୁଅ ବାହାଘର ଓ ଯାନିଯାତ୍ରା ଦେଖୁଛି ବୋଲି କବିତାରେ ଲେଖାଯାଇଛି । () ପିଲାଟି ବାଲ୍ୟକାଳରେ ଗଛମୂଳେ ବସି କଅଣ କରୁଥିଲା ?
ଉ : ପିଲାଟି ବାଲ୍ୟକାଳରେ ଗଛମୂଳେ ବସି ପୋଥ୍ ଧରି ପଢ଼ୁଥିଲା ।
୨ । କବିତାର ଯେଉଁ ଧାଡ଼ିରୁ ତଳଲିଖତ କଥାଗୁଡ଼ିକ ବୁଝାପଡ଼ୁଛି, ସେହି ଧାଡ଼ିଟିକୁ ଆବୃଦ୍ଧି କରିବା ।
(କ) ବରଂ ଗଛ ପାଖରେ ମହୁମାଛିମାନେ ସ୍ନେହରେ ନ ଭଢ଼ନ୍ତୁ ।
ଉ : ‘ନ ଉଡ଼ୁ ପଛକେ ମଧୁମକ୍ଷିକା ସେନେହେ’ ।
(ଖ) କାଠୁରିଆ ! ରହିଯାଅ, ସେ ଗଛ ହାଣ ନାହିଁ ।
ଉ : ‘କାଠୁରିଆ ନ ହାଣ ସେ ଗଛ, ରହ ରହ ।’
(ଗ) ଏ ଗଛକୁ ଆମ ବାପ ଅଜା ଲଗାଇଥିଲେ ।
ଉ : ‘ତାହାକୁ ଲଗାଇଗଲେ ପିତୃପିତାମହ ।’
(ଘ) ମୁଁ ପିଲାଦିନେ ସାଙ୍ଗମାନଙ୍କ ସହିତ ଖେଳୁଥୁଲି ।
ଉ : ‘ମନେ ପଡ଼େ ପିଲାଦିନେ ଏହାରି ମୂଳରେ ଖେଳୁଥୁଲି ମୁହିଁ ଖେଳ ସାଥୀ ଗହଳରେ ।’
୩ । ନିମ୍ନରେ କବିତାର ଗୋଟିଏ ମାତ୍ର ଧାଡ଼ି ଦିଆଯାଇଛି । ମନେ ପକାଇ ଅନ୍ୟ ଧାଡ଼ିଟି ଲେଖୁ ପୂରଣ କରିବା ।
(କ) କେତେ ଦୁଃଖସୁଖ ସେ ଯେ ଦେଖୁଛି ଆମ୍ଭର ।
ଉ : କେତେ ଝିଅପୁଅ କେତେ ଯାତ ବିଭାଘର ।
(ଖ) ପଢ଼ଇ ବସି ମୁଁ ସଞ୍ଜ ସକାଳେ ନିଶ୍ଚଳେ ।
ଉ : ‘ଏବେ ବାଲ୍ୟ କାଳେ ପୋଥ୍ ଧରି ଛାଇ ତଳେ ।’
(ଗ) ନ ଫଳୁ ପଛେ ଏ ଗଛେ ମିଠା ମିଠା ଫଳ
ଉ ଖରାବେଳେ ବାଟୋଇ ତ ବସେ ଏହା ତଳ ।
(ଘ) ଯାଅ ଯାଅ କାଠୁରିଆ ଏ ଗଛ ନ ହାଣି | :
ଉ: ରଖୁବି ଏ ଗଛ ମୁହିଁ ସତ୍ୟ ମୋର ବାଣୀ ।
୪ । ନ ଫଳୁ ପଛେ ଏ ଗଛେ ମିଠା ମିଠା ଫଳ,
ଖରାବେଳେ ବାଟୋଇ ତ ବସେ ଏହା ତଳ ।
ଏହି ପଦର ଭାବ କିଛି ଲେଖାଯାଇଛି । ବାକି ଲେଖା ପୂରଣ କରିବା ।
ଉ : ଏହି ଗଛରେ ବରଂ ମିଠା ମିଠା ଫଳ ନ ଫଳୁ କିନ୍ତୁ ଖରାବେଳେ ବାଟୋଇ ଏହାର ତଳେ ବସେ ।
୫ । ତଳେ କବିତାର କେତୋଟି ଧାଡ଼ି ଲେଖାଯାଇଛି । ସେଗୁଡ଼ିକୁ ଗଦ୍ୟ ଆକାରରେ ଲେଖୁବା ।
(କ) ଥାଉ ମୁଁ ଜୀବନେ ଗଛ ନ ପାରିବ ହାଣି
ଉ : ମୁଁ ଜୀବନରେ ଥାଉ ଥାଉ ଗଛ ହାଣିପାରିବ ନାହିଁ ।
(ଖ) ପୂରୁବ ଆକାଶେ ସୂର୍ଯ୍ୟ
ଉ : ପ୍ରଭାତ କାଳରେ ସୂର୍ଯ୍ୟ
ଉଦେ ପ୍ରଭାତରେ
ପୂର୍ବ ଆକାଶରେ ଉଦୟ ହୁଅନ୍ତି ।
(ଗ) କେତେ ଦୁଃଖ ସୁଖ ସେ ଯେ ଦେଖୁଛି ଆମ୍ଭର ।
ଉ : ସେ ଆମର କେତେ ଦୁଃଖ ସୁଖ ଦେଖୁଛି ।
ଘ) କାଠୁରିଆ ନ ହାଣ ସେ ଗଛ, ରହ ରହ ।
ଉ : ରହ ରହ କାଠୁରିଆ, ସେ ଗଛ ହାଣନା ।
୬। ଫୁଲର ପାଖୁଡ଼ାରେ ଥିବା ଶବ୍ଦଗୁଡ଼ିକ ସହ ଡାହାଣ ପାଖ କୋଠରିରେ ଥିବା ଶବ୍ଦଗୁଡ଼ିକର ସମ୍ପର୍କ ଅଛି । କୋଠରିରୁ ଉପଯୁକ୍ତ ଶବ୍ଦ ଆଣି ଉପର ପାଖୁଡ଼ାରେ ଲେଖୁବ ।
ଅଧ୍ବକ - କୋଇଲି
ସାଙ୍ଗ - ସାଥୀ
କଥା - କୋକିଳ
ମଧୁକାଳ - ବସନ୍ତ ଋତୁ
ପ୍ରାଣ - ଜୀବନ
ଯାତ୍ରା - ମେଳା
୭ ।
(କ) ମଲ୍ଲୀଫୁଲର ବାସ ଭାରି ମଧୁର |
(ଖ) ଗରିବ ପିଲାଟିର ପିନ୍ଧିବାକୁ ବାସ ଖଣ୍ଡିଏ ବି ନାହିଁ ।
(ଗ) ସନ୍ଧ୍ୟାବେଳେ କୃଷକ ତା’ ବାସକୁ ଫେରିଲା ।
ଏଠାରେ ‘ବାସ’ ଶବ୍ଦଟି ଭିନ୍ନ ଭିନ୍ନ ଅର୍ଥରେ ବ୍ୟବହୃତ ହୋଇଛି । କେଉଁ ବାକ୍ୟରେ କେଉଁ ଅର୍ଥ ବୁଝାଉଛି ପାଖ ଘରେ ଲେଖିବା ।
ଢ : (କ) ସୁଗନ୍ଧ, (ଖ) ବସ୍ତ୍ର, (ଗ) ଗୃହ ।
୮ । ଜଣେ ଲୋକ ଗଛଟିଏ ହାଣିବାକୁ ଯାଉଛି । ତାକୁ କ’ଣ କହି ଗଛ ନ ହାଣିବା ପାଇଁ ବୁଝାଇବା ।
ଉ : ଲୋକଟି ଗଛ ହାଣିବାକୁ ଯାଉଥିବାବେଳେ ଆମେ ତାକୁ ବୁଝାଇ କହିବା ଯେ ଗଛ ଆମକୁ ସୁବାସିତ ଫୁଲ ଦିଏ । ଆମେ ତା’ଠାରୁ ମିଠା ଫଳଗୁଡ଼ିକ ପାଉ । ଗଛରେ କୋଇଲି ରାବି ଉଠି ଆମକୁ ଆନନ୍ଦ ଦିଏ । ଗଛର ଫୁଲରୁ ମହୁମାଛି ମହୁ ସଂଗ୍ରହ କରେ । ଖରାବେଳେ ବାଟୋଇ ଗଛ ଛାଇରେ ବସେ । ଗଛ ଆମର ଉପକାରୀ ବନ୍ଧୁ । ଗଛ ଆମର ଅନେକ ସ୍ମୃତିର ସନ୍ତକ । ତେଣୁ ଗଛକୁ ନ ହାଣିବା ଉଚିତ ।
୯ । ଅକ୍ଷରଗୁଡ଼ିକୁ ସଜାଡ଼ି ଠିକ୍ ଶବ୍ଦ ଲେଖୁବା ।
କାରିଠୁଆ, କ୍ଷିକାମ, କୋଳକି, ପିହମତା, ପ୍ରତଭା
ଉ : କାରିଠୁଆ – କାଠୁରିଆ, କ୍ଷିକାମ – ମକ୍ଷିକା, କୋଳକି – କୋକିଳ, ପିହମତା – ପିତାମହ, ପ୍ରତିଭା – ପ୍ରଭାତ ।
ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
୧ । ଉତ୍ତର କୁହ ।
(କ) ଗଛଟିକୁ କିଏ ଲଗାଇଥିଲେ ?
ଉ : ଗଛଟିକୁ ପିଲାଟିର ପିତୃପିତାମହ ଲଗାଇଥିଲେ ।
(ଖ) ଗଛ ନ ହାଣିବାକୁ କାଠୁରିଆକୁ କିଏ କହିଛନ୍ତି ?
ଉ : ପିଲାଟିଏ ଗଛ ନ ହାଣିବାକୁ କାଠୁରିଆକୁ କହିଛି ।
(ଗ) ‘ଖେଳୁଥୁଲି ମୁହିଁ ଖେଳ ସାଥୀ ଗହଳରେ’ ‘ପଢ଼ଇ ବସି ମୁଁ ସଞ୍ଜ ସକାଳେ ନିଶ୍ଚଳେ ।’ –ଏହି ଦୁଇ ଧାଡ଼ିରେ ‘ମୁଁ” କିଏ ?
ଉ : ଏହି ଦୁଇଧାଡ଼ିରେ ‘ମୁଁ’ ହେଉଛନ୍ତି ନିଜେ କବି ନନ୍ଦକିଶୋର ବଳ । ମାତ୍ର ଏହି କବିତାରେ ପିଲାଟିଏକୁ କବି ପ୍ରତିନିଧି କରିଛନ୍ତି |
(ଘ) ଗଛ ଓ କାଠୁରିଆ କବିତାଟିକୁ କିଏ ଲେଖୁଛନ୍ତି ?
ଉ : ଗଛ ଓ କାଠୁରିଆ ପଦ୍ୟର କବି ହେଉଛନ୍ତି ପଲ୍ଲୀକବି ନନ୍ଦକିଶୋର ବଳ ।
୨ । ଏହି କବିତାରେ ‘ମଧୁକାଳ’ ସଂପର୍କରେ କ’ଣ କୁହାଯାଇଛି ?
ଉ : ମଧୁକାଳ ବା ବସନ୍ତ ଋତୁରେ ବାସଭରା ଫୁଲ ଫୁଟେ । ମହୁମାଛି ଫୁଲରୁ ଫୁଲକୁ ଉଡ଼ି ମହୁ ସଂଗ୍ରହ କରେ । ଗଛରେ ମିଠାମିଠା ଫଳ ଧରେ । ଆଉ କିଛି ନ ହେଲେ ବି ଗଛମୂଳର ସୁଶୀତଳ ଛାଇରେ ଖରାବେଳେ ବାଟୋଇ ବସି ଥକା ମାରେ ।
୩ । କବିତାଟିରେ କେଉଁ ପଦଟି ତୁମକୁ ସବୁଠାରୁ ବେଶି ଭଲ ଲାଗୁଛି ?
ଉ : ଯାହା ନେବୁ ତାହା ଦେବି, ଏ ଗଛ ନ ହାଣ,
ମୁଁ ଥାଉ ଏ ହଣା ହେବ, ନ ସହିବ ପ୍ରାଣ ।
–କବିତାଟିର ଏହି ପଦଟି ମୋତେ ସବୁଠୁଁ ବେଶି ଭଲ ଲାଗୁଛି ।
୪ । ଏଗୁଡ଼ିକ କବିତାରେ ଥିବା କେଉଁ କେଉଁ ଶବ୍ଦର ଅର୍ଥ ?
ମହୁମାଛି, କୋଇଲି, ବସନ୍ତଋତୁ, ପିତାଙ୍କ ପିତା, ପୁସ୍ତକ, ଭଏଁ, ସକାଳ, ହଲଚଲ ନହୋଇ ।
ଉ : ମଧୁମକ୍ଷିକା, କୋକିଳ, ମଧୁକାଳ, ପିତାମହ, ପୋଥ, ଉଦେହୁଏ, ପ୍ରଭାତ, ନିଶ୍ଚଳ ।
୫। ପଦ୍ୟଟିରେ ‘ଦେହରେ’ ଲେଖା ନହୋଇ ‘ଦେହେ’ ଲେଖା ହୋଇଛି । ‘ଦେହେ’ ପଦ ପରି ଆଉ କେଉଁ କେଉଁ ପଦ ଏହି କବିତାଟିରେ ଅଛି ଖୋଳି ଲେଖ ।
ଉ : ‘ଦେହେ’ ପଦ ପରି ଏହି କବିତାରେ ଥିବା ଅନ୍ୟ ପଦଗୁଡ଼ିକ
ହେଲା- ଖରାବେଳେ, ଆକାଶେ, ସକାଳେ, ଛାଇତଳେ, ନିଶ୍ଚଳେ, ଜୀବନେ, ତାନେ, ଗଛେ, କାଳେ, ଡାଳେ, ବାଲ୍ୟକାଳେ, ସଙ୍ଗେ, ସେନେହେ ।
୬ । ଅର୍ଥଗତ ପାର୍ଥକ୍ୟ ଦର୍ଶାଅ ।
ମଧୁ- ମଧୁ, ବାଣୀ— ବାଣୀ, ବାସ– ବାସ, ଯାତ— ଜାତ ।
ଉ : ମଧୁ— ମହୁ, ମିଠା, ମଧୁ— ବସନ୍ତକାଳ, ବାଣୀ– ସରସ୍ଵତୀ, କଥା, ବାଣୀ– ଝୋଟରେ ତିଆରି ସରୁ ସୂତା, ବାସ– ପୋଷାକ, ବାସଗୃହ, ବାସ– ସୁଗନ୍ଧ, ବାସନା, ଯାତ – ଯାତ୍ରା, ଜାତ – ଜନ୍ମ ।
୭ । ଗଦ୍ୟରେ ଏହି ଶବ୍ଦଗୁଡ଼ିକ କ’ଣ ହେବ ?
ସେନେହେ, ସୂରୁଜ, ପୂରୁବ, ପଢ଼ଇ, ପରାଣ ।
ଉ : ସ୍ନେହରେ, ସୂର୍ଯ୍ୟ, ପୂର୍ବ, ପଢ଼େ, ପ୍ରାଣ ।
୮ । ସକାଳ ଓ ସଞ୍ଜବେଳର ଦୃଶ୍ୟ ଏହି କବିତାର ଯେଉଁ ଧାଡ଼ିରେ ଲେଖାଯାଇଛି, ସେଗୁଡ଼ିକ ପଢ଼ ।
ଉ : ସକାଳ ଓ ସଞ୍ଜବେଳର ଦୃଶ୍ୟ କବିତାର ତଳଲିଖୁତ ଧାଡ଼ିରେ ଲେଖାଯାଇଛି ।
(କ) ଏବେ ବାଲ୍ୟକାଳେ ପୋଥ୍ ଧରି ଛାଇତଳେ, ପଢ଼ଇ ବସି ମୁଁ ସଞ୍ଜ ସକାଳେ ନିଶ୍ଚଳେ ।
(ଖ) ପୂରୁବ ଆକାଶେ ସୂର୍ଯ୍ୟ ଉଦେ ପ୍ରଭାତରେ, ଉଠନ୍ତି ପକ୍ଷୀଏ ରାବି ଏହାରି ଡାଳରେ ।
(ଗ) ପଶ୍ଚିମ ଆକାଶେ ସୂର୍ଯ୍ୟ ଯାଉଥାଏ ବୁଡ଼ି, ଏହି ବସା ଗଛ ପକ୍ଷୀ ଆସୁଥା’ନ୍ତି ଉଡ଼ି ।
୯ । ତଳଲିଖତ ଶବ୍ଦଗୁଡ଼ିକର ସମାନ ଅର୍ଥ ପ୍ରକାଶ କରୁଥିବା ୨ଟି ଲେଖାଏଁ ଶବ୍ଦ ଲେଖ ।
ଗଛ, ସୂର୍ଯ୍ୟ, କୋଇଲି, ପୁଅ, ଫୁଲ
ଉ : ଗଛ– ବୃକ୍ଷ, ପାଦପ ।
ସୂର୍ଯ୍ୟ– ରବି, ତପନ । କୋଇଲି– କୋକିଳ, ବନପ୍ରିୟ ।
ପୁଅ- ପୁତ୍ର, ସୁତ । ସୂର୍ଯ୍ୟ– ତପନ, ରବି ।
No comments:
Post a Comment