Mehersir.in 9th Class Bande Utkala Janani Prashna Uttar | Class 9 Mil Chapter 1 Bande Utkala Janani Question Answer | Class 9 mil Bande Utkala Janani question answer 9th class odia bande utkala janani question answer | 9th Class MIL Odia All Chapter Question & Answer | 9th class odia chapter 1 question answer / bande utkala janani 9th class question answer | bande utkala janani 9th class question answer | Class 9 bande utkala janani question answer pdf download | Class 9 bande utkala janani question answer pdf | Class 9 bande utkala janani question answer chapter 1 | Class 9 bande utkala janani question answer mcq.
Bande Utkala Janani Question Answer
ନିର୍ଦ୍ଦିଷ୍ଟ ଉତ୍ତରମୂଳକ :
ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର
୧. ନିମ୍ନଲିଖତ ଭକ୍ତି ମଧ୍ୟରୁ ଠିକ୍ ଉକ୍ତିଗୁଡ଼ିକ ବାଛି ଲେଖ ।
(କ) ଉତ୍କଳ ଜନନୀଙ୍କ ହସ ସୁନ୍ଦର, ଭାଷା ସୁନ୍ଦର ବୋଲି କୁହାଯାଇଛି। ✔
(ଖ) ନୀଳ ବନଭୂମି ଉତ୍କଳ ଜନନୀଙ୍କ ଦେହରେ ଶୋଭାପାଉଛି। ✔
(ଗ) ସୁନ୍ଦର ପକ୍ଷୀମାନଙ୍କ କଳରବରେ ମୁଖରିତ ହୁଏ ପରିବେଶ। ✔
(ଘ) ଓଡ଼ିଶା ମାଆ ସୁନ୍ଦର ସୋରିଷ କ୍ଷେତରେ ସୁଶୋଭିତା । X
(ଙ) ଉତ୍କଳ ଜନନୀଙ୍କ ଚକ୍ଷୁ ଜ୍ଞାନବିଜ୍ଞାନର ଆଲୋକରେ ଆଲୋକିତ । ✔
() ପଶୁମାନଙ୍କ ରକ୍ତରେ ଚର୍ଚ୍ଚିତ ହୋଇଛି ଉତ୍କଳ ଜନନୀଙ୍କ ପାଦ । X
(ଛ) ପବିତ୍ର ତୀର୍ଥସ୍ଥାନମାନଙ୍କରେ ପରିପୂର୍ଣ୍ଣ ହୋଇଛି ଉତ୍କଳ ପ୍ରଦେଶ । ✔
୨. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(କୃତବର, ଭଟଳ, ତାଳତମାଳ, ମୁଖରିତ, ତୀର୍ଥଚୟ )
(କ) କଳକଳ — ଚାରୁ ବିହଙ୍ଗ ।
କଳକଳ ମୁଖରିତ ଚାରୁ ବିହଙ୍ଗ।
(ଖ) .......ସୁଶୋଭିତ ତୀରା।
ଉ: ତାଳତମାଳ ସୁଶୋଭିତ ତୀରା।
(ଗ) ଯୋଗୀଋଷିଗଣ ____ପବିତ୍ରା ।
ଉ: ଯୋଗୀଋଷିଗଣ ଉଟଜ ପବିତ୍ରା।
(ଘ) ପୁଣ୍ଯ ...........ପୂର୍ଣ୍ଣ ପ୍ରଦେଶ।
ଉ: ପୁଣ୍ୟ ତୀର୍ଥଚୟ ପୂର୍ଣ୍ଣ ପ୍ରଦେଶ।
(ଙ) ବିଶ୍ବଭୂମଣ୍ଡଳ ...........ସ୍ନେହା ।
ଉ: : ବିଶ୍ଵଭୂମଣ୍ଡଳ କୃତବର ସ୍ନେହା।
୩. ନିମ୍ନଲିଖତ ଶବ୍ଦମାନଙ୍କୁ ବ୍ୟବହାର କରି ଗୋଟିଏ ଗୋଟିଏ ସାର୍ଥକ ବାକ୍ୟ ଗଠନ କର।
ପୟୋଧ୍ : ପୟୋଧ୍ ଜଳରେ ଭଗବାନ ମୀନ ଅବତାରରେ ଜନ୍ମଗ୍ରହଣ କରିଥିଲେ ।
ଜନନୀ: ଜନନୀର ଆଶୀର୍ବାଦ ସନ୍ତାନକୁ ଉଚ୍ଚତମ ସୋପାନରେ ପହଞ୍ଚାଇ ଦେଇଥାଏ। ।
ଜନନୀ ଓ ଜନ୍ମଭୂମିର ଟେକ ରଖୁବା ଆମର କର୍ତ୍ତବ୍ୟ ।
ନୀଳ : ସମୁଦ୍ରର ନୀଳ ଜଳରାଶିରେ ନୌକାଟି ଭାସିଗ୍ଲିଛି ।
ଯୋଗୀ : : ଭାରତବର୍ଷକୁ ଯୋଗୀ ଋଷିମାନଙ୍କର ଦେଶ ଭାବରେ ଅଭିହିତ କରାଯାଇଥାଏ ।
ପୁଣ୍ଯ : ପୁରୀ ଧାମକୁ ପୁଣ୍ୟଧାମ ବୋଲି କୁହାଯାଏ।
ଶୋଣିତ : ଭୀମସେନ ଦୁଃଶାସନର ଶୋଣିତରେ ଦ୍ରୌପଦୀଙ୍କ କେଶ ବାନ୍ଧିଥିଲେ ।
୪. ନିମ୍ନଲିଖୂତ ଶବ୍ଦଗୁଡ଼ିକର ବିପରୀତାର୍ଥବୋଧକ ଶବ୍ଦ ଲେଖ ।
ପବିତ୍ର, ସୁଶୋଭିତ, ସୁନ୍ଦର, ସ୍ନେହ, ସୁନନ୍ଦନ, ପୁଣ୍ୟ
ଉତ୍ତର
ପବିତ୍ର : ଅପବିତ୍ର
ସୁଶୋଭିତ : ଅଶୋଭିତ
ସୁନ୍ଦର : ଅସୁନ୍ଦର
ସ୍ନେହ : ଘୃଣା
ସୁନନ୍ଦନ : କୁନନ୍ଦନ
ପୁଣ୍ଯ : ପାପ
5. ଏପଟ ସେପଟ ହୋଇ ଲେଖା ଯାଇଥିବା ଅକ୍ଷରଗୁଡ଼ିକୁ ସଳାଇ ଅର୍ଥପୂର୍ଣ୍ଣ ଶବ୍ଦ ଗଠନ କର।
ଭିଶୋସୁତ : ସୁଶୋଭିତ
ମାତାଳତଳ :ତାଳତମାଳ
ମଣ୍ଡଭୂଶୂଳବି : ବିଶ୍ବଭୂମଣ୍ଡଳ
ଅଭିକୀର୍ୟ୍ଯାନି : କୀର୍ତି ଅନିଦ୍ଯା
ରଶୂରବ : ଶୂରବର
୬. ନିମ୍ନଲିଖତ ପ୍ରତ୍ୟେକ ଶବ୍ଦର ଚାରିଗୋଟି ଅର୍ଥସୂଚିତ ହୋଇଛି । ତହିଁରୁ ଠିକ୍ ଉତ୍ତରଟି ବାଛି ଲେଖ।
ଉତ୍ତର
(କ) ଯାହାର ହସ ସୁନ୍ଦର (ଖ) ନଦୀ
(ଗ) ପାହାଡ଼
(ଙ) ଶତ୍ରୁ
(ଘ) ପତ୍ରକୁଡ଼ିଆ
(ଚ) ପକ୍ଷୀ
୭. ନିମ୍ନଲିଖତ ଶବ୍ଦଗୁଡ଼ିକର ବ୍ୟାସବାକ୍ୟ ସହ ସମାସର ନାମ ଲେଖ ।
ଶୂରବର, ପୟୋଧ, ଅନିନ୍ଦ୍ୟ, ଭୂଧର, ଶୋଣିତ-ଚର୍ଚ୍ଚିତ
ଉତ୍ତର
ଶୂରବର – ଶୂରଙ୍କ ମଧ୍ୟରେ ବର - ୭ମୀ ତତ୍ତ୍ଵପୁରୁଷ
ପୟୋଧ – ପୟୋକୁ ଧାରଣ କରିଛି ଯେ – ଉପପଦ ତତ୍ତ୍ଵପୁରୁଷ
ଅନିନ୍ଦ୍ୟ – ନ ନିଦ୍ୟା । ନୁହେଁ ନିଦ୍ୟା - ନଞ୍ଚ୍ ତତ୍ତ୍ଵପୁରଷ
ଭୂଧର ‘ଭୂ’ କୁ ଧାରଣ କରେ ଯେ – ଉପପଦ ତତ୍ପୁରୁଷ
ଶୋଣିତ ଚର୍ଚ୍ଚିତ - ଶୋଣିତ ଦ୍ଵାରା ଚର୍ଚ୍ଚିତ - ତୃତୀୟା ତତ୍ତ୍ପୁରୁଷ
୮. ନିମ୍ନଲିଖତ ପ୍ରତ୍ୟେକ ଶବ୍ଦଗୁଚ୍ଛରୁ ଅଲଗା ଶବ୍ଦଟିକୁ ବାଛ।
(କ) ଜନନୀ, ମାଆ, ଭଗିନୀ, ବୋଉ, ମାତା
ଉ : ଭଗିନୀ
(ଖ) ଘନ, ବନ, ଅରଣ୍ୟ, ବଣ, ଜଙ୍ଗଲ
ଉ :: ଘନ
(ଗ) ଯୋଗୀ, ଋଷି, ତପସ୍ଵୀ, ଦୟାଳୁ, ମୁନି
ଉ : ଦୟାଳୁ
। ପବନ, ବାୟୁ, ମରୁତ, ଶୀକର, ଅନିଳ
ଉ : ଶୀକର
(ଙ)ଭୂଧର, ପାହାଡ଼, ବାରିଧ୍, ପର୍ବତ, ଅଚଳ
ଉ : ବାରିଧ୍
୯. ନିମ୍ନଲିଖତ ଶବ୍ଦଗୁଡ଼ିକର ଅର୍ଥଗତ ପାର୍ଥକ୍ୟ ଦର୍ଶଅ।
ପୂତ - ପବିତ୍ର
ପୁତ- ପୁଅ, ସନ୍ତାନ
ଶାଳି - ଧାନ୍ୟ ବିଶେଷ
ଶାଳୀ - ସ୍ତ୍ରୀର ସାନ ଭଉଣୀ
ଧନ୍ଯ - ପ୍ରଶଂସାର ଯୋଗ୍ୟ
ଧନ - ସମ୍ପତ୍ତି
ସଜ- କାରିଗରଙ୍କ ଯନ୍ତ୍ରପାତି, ତଟକା
ସାଜ - ବେଶ, ଅଳଙ୍କାର
ଚାରୁ - ସୁନ୍ଦର, ମନୋରମ
ଚରୁ - ଯଜ୍ଞରୁ ପ୍ରସ୍ତୁତ ପ୍ରସାଦ
୧୦. ନିମ୍ନଲିଖତ ପ୍ରତ୍ୟେକ ଶବ୍ଦର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
ପୟୋଧ : ସାଗର, ସମୁଦ୍ର, ପାରାବାର
ଶୁଭ୍ର : ସ୍ଵଚ୍ଛ, ନିର୍ମଳ
ଋଷି : ମୁନି, ତାପସ
ବିହଙ୍ଗ : ପକ୍ଷୀ, ଖଗ, ଚଢ଼େଇ
ତରଙ୍ଗ : ଢେଉ, ଊର୍ମି
କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର :
୧୧. ଚିର ହାସମୟୀ ଚିର ଭାଷମୟୀ କାହାକୁ କୁହାଯାଇଛି ?
ଉ : ଚିର ହାସମୟୀ ଚିର ଭାଷମୟୀ ଓଡ଼ିଶାକୁ କୁହାଯାଇଛି।
୧୨. ଉତ୍କଳ ଜନନୀଙ୍କ ଶରୀରକୁ କିଏ ଧୋଇ ଦେଉଛି ?
ଉ: ଉତ୍କଳ ଜନନୀଙ୍କ ଶରୀରକୁ ସାଗରର ପବିତ୍ର ନୀଳ ଜଳରାଶି ଧୋଇଦେଉଛି ।
୧୩. ଉତ୍କଳ ଜନନୀ କାହାର ଶୀତଳ ପବନରେ ଉତ୍ଫୁଲିତ ହେଉଛନ୍ତି ?
ଉ: ଉତ୍କଳ ଜନନୀ ସ୍ଵଚ୍ଛ ଜଳଧାରଣ କରିଥିବା ନଦୀ କୂଳରେ ଶୀତଳ ପବନରେ ଉତ୍ଫୁଲିତ ହେଉଛନ୍ତି |
୧୪. ଉତ୍କଳ ଜନନୀଙ୍କ ସମୁଦ୍ର ତଟଦେଶ କେଉଁ . ସୁଶୋଭିତ ?
ଉ: ତାଳତମାଳ ପରି ସୁନ୍ଦର ବୃକ୍ଷରାଜିରେ ଉତ୍କଳ ଜନନୀଙ୍କ ସମୁଦ୍ରତଟ ଦେଶ ସୁଶୋଭିତ ।
୧୫, ନୀଳ ପର୍ବତଗୁଡ଼ିକ କେଉଁ ଆକୃତିରେ ଉତ୍କଳ ଜନନୀଙ୍କ ଦେହକୁ ସଜାଇଛନ୍ତି ?
ଉ: ନୀଳ ପର୍ବତଗୁଡ଼ିକ ତରଙ୍ଗ ଆକୃତିରେ ଉତ୍କଳ ଜନନୀଙ୍କ ଦେହକୁ ସଜାଇଛନ୍ତି ।
୧୬. ଉତ୍କଳ ଜନନୀଙ୍କ ଅଙ୍ଗ କେଉଁଥିରେ ଶୋଭିତ ?
ଉ: ଉତ୍କଳ ଜନନୀଙ୍କ ଅଙ୍ଗ ନୀଳ ପର୍ବତମାଳାରେ ଶୋଭିତ |
୧୭. ଉତ୍କଳ ଜନନୀଙ୍କ ଚକ୍ଷୁ କେଉଁ ଆଲୋକରେ ଉଜ୍ଜ୍ଵଳ ?
ଉ: ଉତ୍କଳ ଜନନୀଙ୍କ ଚକ୍ଷୁ ଜ୍ଞାନବିଜ୍ଞାନ ଆଲୋକରେ ଉଜ୍ଜ୍ୱଳ
୧୮. କେଉଁମାନଙ୍କ ପତ୍ର କୁଡ଼ିଆରେ ଉତ୍କଳ ଜନନୀ ପବିତ୍ରୀ ?
ଉ: ବହୁ ଯୋଗୀ ଋଷିମାନଙ୍କ ପତ୍ର କୁଡ଼ିଆରେ ଉତ୍କଳ ଜନନୀ ପବିତ୍ର ।
୧୯. ଉତ୍କଳ ମାତାଙ୍କ ଶରୀର କାହାର ରକ୍ତରେ ଚର୍ଚ୍ଚିତ ହୋଇଛି ।
ଉ: ଉତ୍କଳ ମାତାଙ୍କ ଶରୀର ଶତ୍ରୁର ରକ୍ତରେ ଚର୍ଚ୍ଚିତ ହୋଇଛି।
୨୦. ଉତ୍କଳ ପ୍ରଦେଶ କେଉଁଥିରେ ପୂର୍ଣ ହୋଇଛି ?
ଉ: ଉତ୍କଳ ପ୍ରଦେଶ ପବିତ୍ର ତୀର୍ଥସ୍ଥାନରେ ପୂର୍ଣ୍ଣ ହୋଇଛି।
୨୧. ଉତ୍କଳ ଜନନୀ କେଉଁମାନଙ୍କ ପାଇଁ ବନ୍ଦନୀୟା ?
ଉ: ମହାନ କବି ଓ ବର ପୁତ୍ରମାନଙ୍କ ପାଇଁ ଉତ୍କଳ ଜନନୀ ବନ୍ଦନୀୟା ।
୨୨. ଉତ୍କଳର କ୍ଷେତ କେଉଁଥିରେ ସୁଶୋଭିତ ?
ଉ: ଉତ୍କଳର କ୍ଷେତ ସ୍ଵଧାନରେ ସୁଶୋଭିତ ।
୨୩. ଉତ୍କଳ ଭୂମିରେ କେଉଁମାନଙ୍କ ଗୃହ ଶୋଭାପାଉଛି ?
ଉ: ଉତ୍କଳ ଭୂମିରେ ବହୁ ବୀର ଓ ଯୋଦ୍ଧାଙ୍କର ଗୃହ ଶୋଭାପାଉଛି |
୨୪. କେଉଁମାନେ ସାରା ବିଶ୍ଵରେ ସ୍ନେହଭାଜନ ହୋଇଛନ୍ତି ?
ଉ: ଗୁଣୀ, ଜ୍ଞାନୀ ଓ ବିଦ୍ଵାନମାନେ ସାରା ବିଶ୍ଵରେ ସ୍ନେହଭାଜନ ହୋଇଛନ୍ତି ।
୨୫. କାହାର ଅନିନ୍ଦ୍ୟ କୀର୍ତ୍ତି ଭୁବନ ବିଦିତ ?
ଉ: ଉତ୍କଳ ମାଟିର କବି ଓ ସୁପୁତ୍ରମାନଙ୍କ ଅନିଦ୍ୟା କୀର୍ତ୍ତି ଭୁବନ ବିଦିତ ।
୨୬. କେଉଁମାନଙ୍କ କଳରବରେ ଉତ୍କଳ ଭୂମିର ପରିବେଶ ମୁଖରିତ ହେଉଛି ?
ଉ: ପକ୍ଷୀମାନଙ୍କର ମଧୁର କଳରବରେ ଉତ୍କଳ ଭୂମିର ପରିବେଶ ମୁଖରିତ ହେଉଛି ।
୨୭. ଉତ୍କଳ ଜନନୀଙ୍କ ବେଶ କେଉଁଥିରେ ଶୋଭା ପାଉଛି ?
ଉ: ଉତ୍କଳ ଜନନୀଙ୍କ ବେଶ ସୁନ୍ଦର କଳାକୃତିରେ ଶୋଭା ପାଉଛି!
ସପ୍ରସଙ୍ଗ ସରଳାର୍ଥ ଲେଖ :
୨୮.
ପୂତ-ପୟୋଧ-ବିଧୌତ-ଶରୀରା,
ତାଳତମାଳ-ସୁଶୋଭିତ-ତୀରା,
ଶୁଭ୍ର-ତଟିନୀ-କୂଳ-ଶୀକର-ସମୀରା
ଜନନୀ, ଜନନୀ, ଜନନୀ।
ଉ: ପୂତ-ପୟୋଧ ................... ଜନନୀ, ଜନନୀ। ଭକ୍ତ ପଦ୍ୟାଶଟି ଆମ ପଠିତ ସାହିତ୍ୟ ବହିର କାନ୍ତକବି
ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ଵାରା ଲିଖିତ ‘ବନ୍ଦେ ଉତ୍କଳ ଜନନୀ’ କବିତାରୁ ଆନୀତ । ଏଠାରେ କବି ଉତ୍କଳ ମାତାର ବନ୍ଦନା କରିବା ସହିତ ସମୁଦ୍ର ତଟସ୍ଥ ଉତ୍କଳର ସୁଷମାକୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି।
ଉତ୍କଳ ମାତା ସଦାସର୍ବଦା ଆମର ବନ୍ଦନୀୟା। ତା’ର ସମୁଦ୍ର ତଟର ଅପରୂପ ଶୋଭା ସମସ୍ତଙ୍କୁ ଆକର୍ଷିତ କରେ, ବିମୋହିତ କରେ। ସାଗରର ପବିତ୍ର ଜଳଧାରା ଉତ୍କଳ ଜନନୀଙ୍କର ଶରୀରକୁ ଧୋଇ ଦିଏ। ତାଳ ତମାଳ ପରି ସୁନ୍ଦର ବୃକ୍ଷରାଜି ସମୁଦ୍ରର ତଟ ଦେଶରେ ଦଣ୍ଡାୟମାନ ହୋଇ ଉତ୍କଳ ମାତାର ଶୋଭାକୁ ବର୍ଦ୍ଧନ କରିଥାନ୍ତି। ପୁନଶ୍ଚ ସ୍ଵଚ୍ଛ ଓ ନିର୍ମଳ ଜଳଧାରଣ କରିଥିବା ନଦୀକୂଳର ଧୀର ସମୀରଣ ସର୍ଭିଙ୍କୁ ଆହ୍ଲାଦିତ କରିଥାଏ। ଉତ୍କଳ ମାତାର ସମୁଦ୍ର ତଟର ପ୍ରାକୃତିକ ପରିବେଶ ସତରେ ଅତ୍ୟନ୍ତ ଚିତ୍ତାକର୍ଷକ, ମନଲୋଭା ଆଉ ଆକର୍ଷଣୀୟ ।
ଏଠାରେ କବିଙ୍କର ଉକ୍ତିଟି ହୃଦୟସ୍ପର୍ଶୀ ହୋଇଛି।
୨୯.ଉତ୍କଳ ଶୂର-ବର-ଦର୍ପିତ-ଗେହା,
ଅରିକୁଳ-ଶୋଣିତ-ଚର୍ଚ୍ଚିତ-ଦେହା,
ବିଶ୍ବଭୂମଣ୍ଡଳ-କୃତବର-ସ୍ନେହା
ଜନନୀ, ଜନନୀ, ଜନନୀ।
ଉ: ଉତ୍କଳ ଶୂରବର ..................... ଜନନୀ, ଜନନୀ।
ଉକ୍ତ ପଦ୍ୟାଶଟି ଆମ ପଠିତ ସାହିତ୍ୟ ପୁସ୍ତକର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ଵାରା ଲିଖିତ ‘ବନ୍ଦେ ଉତ୍କଳ ଜନନୀ’ କବିତାରୁ ଉଦ୍ଧୃତ। ଏଠାରେ କବି ଉତ୍କଳ ମାଆ କୋଳରେ ବହୁ ବୀର, ଯୋଦ୍ଧା ତଥା ଜ୍ଞାନୀ ବିଦ୍ଵାନ୍ମାନେ ଜନ୍ମଲାଭ କରି ଉତ୍କଳ ମାତାକୁ ଗୌରବ ମଣ୍ଡିତା କରିଥିବା କଥା ବର୍ଣନା କରିଛନ୍ତି ।
ଏହି ଉତ୍କଳ ମାଟି ହେଉଛି ବୀରର ମାଟି । ଅନେକ ବୀର ଏହିଠାରେ ଜନ୍ମଲାଭ କରି ଏହି ମାଟି ପାଇଁ ଲଢ଼ିଛନ୍ତି। ଶତ୍ରୁ ସହିତ ସମର କରି ଶତ୍ରୁର ରକ୍ତରେ ଏ ମାଟିକୁ ସିକ୍ତ କରିଛନ୍ତି। ଉତ୍କଳ ମାତାର ସମ୍ମାନକୁ ଅକ୍ଷୁଣ୍ଣ ରଖୁଛନ୍ତି। ସେହିପରି ଜ୍ଞାନୀ, ଗୁଣୀ, ବିଦ୍ଵାନମାନେ ମଧ୍ୟ ଏ ଓଡ଼ିଶା ମାଟିର କୀର୍ତ୍ତିକୁ ଅମ୍ଳାନ ରଖୁଛନ୍ତି। ନିଜର କର୍ମ ଦ୍ବାରା ଉତ୍କଳ ମାତାକୁ ସାରା ବିଶ୍ଵରେ ବନ୍ଦନୀୟା କରି ଗଢ଼ିତୋଳିଛନ୍ତି। ନିଜେ ମଧ୍ୟ ଅନ୍ୟମାନଙ୍କ ପାଖରେ ସ୍ନେହଭାଜନ ହୋଇପାରିଛନ୍ତି । ଏଭଳି ସନ୍ତାନମାନଙ୍କୁ ଗର୍ଭରେ ଧାରଣ କରିଥିବାରୁ ଉତ୍କଳ ଜନନୀ ଧନ୍ୟା ।
କବିଙ୍କର ଉକ୍ତିଟିରେ ବାସ୍ତବତା ଭରିରହିଛି।
୩୦
କବିକୁଳମୌଳି-ସୁନନ୍ଦନ-ବନ୍ଦ୍ୟ,
ଭୁବନ-ବିଘୋଷିତ କୀର୍ତ୍ତି-ଅନିନ୍ଦ୍ୟ,
ଧନ୍ୟ, ପୁଣ୍ୟ, ଚିର ଶରଣ୍ୟ
ଜନନୀ, ଜନନୀ, ଜନନୀ ।
ଉ: କବିକୁଳମୌଳି .............. ଜନନୀ, ଜନନୀ। ଉକ୍ତ ପଦ୍ୟାଶଟି ପଠିତ ସାହିତ୍ୟ ବହିର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ଵାରା ରଚିତ ‘ବନ୍ଦେ ଉତ୍କଳ ଜନନୀ’ କବିତାରୁ ଉଦ୍ଧୃତ। ଏଠାରେ କବି ଉତ୍କଳର ମହାନ୍ କବି ଓ ବରପୁତ୍ରମାନଙ୍କ ଦ୍ଵାରା ଉତ୍କଳ ଜନନୀ କିପରି ବନ୍ଦନୀୟା, ସେ ବିଷୟରେ ଉଲ୍ଲେଖ କରିଛନ୍ତି ।
ଉତ୍କଳ ମାତାର କୋଳରେ ଅନେକ କବି ତଥା ବରପୁତ୍ରମାନେ ଜନ୍ମଲାଭ କରିଛନ୍ତି। ସେମାନେ ସେମାନଙ୍କ କାବ୍ୟ କବିତାରେ ଉତ୍କଳ ମାତାକୁ ଚିର ବନ୍ଦନୀୟା, ଚିର ପୂଜନୀୟା ଭାବରେ ଅଭିହିତ କରିଛନ୍ତି। ସେମାନଙ୍କ ଦ୍ଵାରା ଉତ୍କଳ ମାତାର କୀର୍ତ୍ତି ସାରା ବିଶ୍ଵରେ ପ୍ରସ୍ଫୁରିତ ଓ ପ୍ରସାରିତ ହୋଇପାରିଛି। ସେଥିପାଇଁ ଉତ୍କଳ ଜନନୀ ଧନ୍ୟା, ପୁଣ୍ୟବତୀ ଓ ସଦାସର୍ବଦା ଶରଣଦାତ୍ରୀ ଭାବରେ ପରିଚିତ। ସାର ବିଶ୍ଵରେ ସେ ଚିର ନମସ୍ୟା।
କବିଙ୍କ ଉକ୍ତିଟିରେ ବାସ୍ତବତା ଭରିରହିଛି।
♦ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର :
୩୧. ‘ବନ୍ଦେ ଉତ୍କଳ ଜନନୀ’ କବିତାରୁ କବିଙ୍କ ଦେଶଭକ୍ତିର ପରିଚୟ ଦିଅ।
ଉ: ଓଡ଼ିଆ ସାହିତ୍ୟକୁ ଚଳଚଞ୍ଚଳ କରି ତାକୁ ଶୀର୍ଷରେ ପହଞ୍ଚାଇବା ପାଇଁ ଉତ୍କଳ ମାତାର ଯେଉଁ କେତେଜଣ ସୁଯୋଗ୍ୟ ସନ୍ତାନ ଆଗେଇ ଆସିଥିଲେ ତନ୍ମଧ୍ୟରୁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଅନ୍ୟତମ। କଟକରେ ଜନ୍ମିତ ତିଥା ଭଦ୍ରକ ଜିଲ୍ଲାର ତାଳପଦା ଗ୍ରାମରେ ଲାଳିତ ପାଳିତ ହୋଇଥିବା ଏହି ସୁଯୋଗ୍ୟ ସନ୍ତାନଙ୍କ କଲମ ମୁନରୁ ଝରିପଡ଼େ କାଳଜୟୀ ଗଳ୍ପ ‘ବୁଢ଼ାଶଙ୍ଖାରି’, ଉପନ୍ୟାସ ‘ କଣାମାମୁ’, ପ୍ରବନ୍ଧ ‘ଶରୀରମାଦ୍ୟ’ ଇତ୍ୟାଦି ସହିତ ଅନେକ
ଦେଶାତ୍ମବୋଧକ ସଂଗୀତ। ଏଇଭଳି ଏକ ଲୋକପ୍ରି ୟ ଦେଶାତ୍ମବୋଧକ ସଂଗୀତ ହେଉଛି ‘ବନ୍ଦେ ଉତ୍କଳ ଜନନୀ’ ଯେଉଁଥରେ କବି ଉତ୍କଳ ମାଟିକୁ ମାଆ ବୋଲି ସମ୍ବୋଧନ କରି ବନ୍ଦନା କରିଛନ୍ତି ଏବଂ ତା’ର ଯଶକୀର୍ତ୍ତିକୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରି ନିଜ ଦେଶଭକ୍ତିର ପରିଚୟ ଦେଇଛନ୍ତି।
କୀର୍ତ୍ତି-କିରୀଟିନୀ, ଚିର ହାସ୍ୟମୟ, ଚିର ଲାସ୍ୟମୟୀ ବୀର ପ୍ରସବିନୀ ଉତ୍କଳ ସାରା ବିଶ୍ବରେ ଅଦ୍ଵିତୀୟ। କବି ଉତ୍କଳ ମାଟିକୁ ଅମୃତମୟୀ ମାଆରୂପରେ ବର୍ଣ୍ଣନା କରିଛନ୍ତି । ତା’ର ଅପରୂପ ଶୋଭାକୁ କଲମ ମୁନରେ ତୋଳିଧରି ତା’ର ଯଶକୁ ସାରା ବିଶ୍ବରେ ପରିଚିତ କରାଇଛନ୍ତି ।
ଉତ୍କଳ ଜନନୀର ଶରୀରକୁ ସାଗରର ପବିତ୍ର ଜଳଧାରା ଧୋଇ ଦିଏ। ରାଶି ରାଶି ତାଳତମାଳ ପରି ବୃକ୍ଷରାଜି ସାଗର ତଟ ଦେଶର ସୌନ୍ଦର୍ଯ୍ୟ ବଢ଼ାଇଥାଏ। ସ୍ଵଚ୍ଛ ଜଳ ଧାରଣ କରିଥିବା ନଦୀର ଶୀତଳ ପବନ ସମସ୍ତଙ୍କୁ ଆନନ୍ଦ ଦେଇଥାଏ। ତରଙ୍ଗ ସଦୃଶ ନୀଳ ପର୍ବତମାଳା ତା’ ଶରୀରର ଶୋଭାକୁ ବଢ଼ାଇଥାନ୍ତି । ବୃକ୍ଷମାନଙ୍କରେ ବସାବାନ୍ଧିଥିବା ପକ୍ଷୀମାନଙ୍କର କଳରବ ସମସ୍ତଙ୍କ ମନକୁ ମୁଗ୍ଧ କରିଥାଏ। ପୁନଶ୍ଚ ସୁନ୍ଦର ସୁନ୍ଦର କାରୁକାର୍ଯ୍ୟରେ ଖଚିତ ମନ୍ଦିରମାନଙ୍କର ପୀଠସ୍ଥଳୀ ହେଉଛି ଏଇ ଉତ୍କଳ ଭୂମି। ଅନେକ ପୁଣ୍ୟ ତୀର୍ଥର ସମାଗମ ହେଉଛି ଆମର ଏ ଉତ୍କଳ ଭୂମି। କବିଙ୍କ ଭାଷାରେ, ସୁନ୍ଦର ମନ୍ଦିର ମଣ୍ଡିତ-ଦେଶା,
ଋରୁ କଳାବଳି-ଶୋଭିତ-ବେଶା,
ପୁଣ୍ୟ ତୀର୍ଥଚୟ-ପୂର୍ଣ୍ଣ-ପ୍ରଦେଶା
ଜନନୀ, ଜନନୀ, ଜନନୀ।
କବି ଉତ୍କଳ ମାତାର ଗୌରବ ଗାଥା ବର୍ଣ୍ଣନା କରିବାକୁ ଯାଇ ଲେଖୁଛନ୍ତି, ଅନେକ ଶୂରବୀର ଏ ଉତ୍କଳ ମାତାର କୋଳମଣ୍ଡନ କରି ନିଜ ଜୀବନକୁ ଚରିତାର୍ଥ କରିଛନ୍ତି । ଶତ୍ରୁ ଆଗରେ ବୀରଦର୍ପରେ ଠିଆ ହୋଇ ତାକୁ ଦମନ କରିଛନ୍ତି ଯେଉଁଥିପାଇଁ ଉତ୍କଳ ଜନନୀ ଆଜି ଗର୍ବିତା। ସେହିପରି ଅନେକ କବି, ପଣ୍ଡିତ, ବିଦ୍ଵାନ୍ ମଧ୍ୟ ଏ ମାଟିରେ ଜନ୍ମ ହୋଇ ଏ ମାଟିର ଶୋଭାବର୍ଜନ କରିଛନ୍ତି । ବିଶ୍ଵ ଦରବାରରେ ଉତ୍କଳ ଜନନୀ ଚିର ବନ୍ଦନୀୟା, ପୂଜନୀୟା ବୋଲି ପ୍ରତିପାଦନ କରିଛନ୍ତି । ପୁନଶ୍ଚ ଉତ୍କଳ ଜନନୀ ଚିର ଶରଣଦାତ୍ରୀ, ସମସ୍ତଙ୍କୁ ତା’ କୋଳରେ ଆଶ୍ରୟ ଦେଇଥାଏ। କବିଙ୍କ ଭାଷାରେ,
କବିକୁଳମୌଳି-ସୁନନ୍ଦନ-ବନ୍ଦ୍ୟ,
ଭୁବନ-ବିଘୋଷିତ କୀର୍ତ୍ତି-ଅନିନ୍ଦ୍ୟ,
ଧନ୍ୟ, ପୁଣ୍ୟ, ଚିର ଶରଣ୍ୟ
ଜନନୀ, ଜନନୀ, ଜନନୀ।
୩୨. ଉତ୍କଳ ଜନନୀ କାହିଁକି ବନ୍ଦନୀୟା ? ପଠିତ କବିତା ଅବଲମ୍ବନରେ ଆଲୋଚନା କର |
ଉ: ଯେଉଁ କେତେଜଣ ସାରସ୍ଵତ ସାଧକଙ୍କ ପ୍ରଚେଷ୍ଟାରେ ଆମ ଓଡ଼ିଆ ସାହିତ୍ୟ ଜୀବନ୍ତ ହୋଇଉଠିଲା, ପୂର୍ଣ୍ଣ ଶଶୀ ପରି ହସି ଉଠିଲା, ସେମାନଙ୍କ ମଧ୍ୟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଅନ୍ୟତମ। ଭଦ୍ରକ ଜିଲ୍ଲାର ତାଳପଦା ଗ୍ରାମର ଏହି ସୁଯୋଗ୍ୟ ସନ୍ତାନ ଓଡ଼ିଆ ସାହିତ୍ୟକୁ ଦେଇଛନ୍ତି ଅତୁଳନୀୟ ଅବଦାନ। ତାଙ୍କଦ୍ଵାରା ଲିଖ୍ତ ଗଛ ‘ବୁଢ଼ା ଶଙ୍ଖାରି’, ଉପନ୍ୟାସ ‘କଣାମାମୁ’ ଓଡ଼ିଶାର ଘରେ ଘରେ ସୁପରିଚିତ। ଅନେକ ପ୍ରବନ୍ଧ ଓ ସଙ୍ଗୀତ ରଚନା କରି କଥା ସାହିତ୍ୟ ଓ କାବ୍ୟ ସାହିତ୍ୟକୁ ଋଦ୍ଧିମନ୍ତ କରିଛନ୍ତି |
‘ବନ୍ଦେ ଉତ୍କଳ ଜନନୀ' କବିତାଟି ତାଙ୍କର ଏକ ଅମ୍ଳାନ ଦେଶାତ୍ମବୋଧକ କବିତା ଯାହା ଓଡ଼ିଶାର ଆବାଳ-ବୃଦ୍ଧ – ଜନତାଙ୍କ ମନକୁ ଆକର୍ଷିତ କରିଥିଲା। ସେଥିପାଇଁ ଓଡ଼ିଶା ସରକାର ୨୦୨୦ ମସିହା ଜୁନ୍ ୭ ତାରିଖରେ ଏହି ସଂଗୀତଟିକୁ ରାଜ୍ୟ ସଂଗୀତର ମାନ୍ୟତା ପ୍ରଦାନ କରିଥିଲେ। ଏହି କବିତାଟିରେ ଉତ୍କଳ ଜନନୀ ଯେ ଚିର ବନ୍ଦନୀୟା, ସେ କଥାକୁ ଅତି ସୁନ୍ଦର ଭାବରେ ପ୍ରତିପାଦନ କରିଛନ୍ତି ।
ଋରୁ ହାସ୍ୟମୟୀ, ଚିର ଲାସ୍ୟମୟୀ, ଅରଣ୍ୟ-କୁନ୍ତଳା, ତଟିନୀ- ମେଖଳା ଛବିଳ ଉତ୍କଳ ମାତା ହେଉଛନ୍ତି ଚିର ବନ୍ଦନୀୟା । ଏହାର ପ୍ରକୃତିରେ ଭରିରହିଛି ଶୋଭା ସମ୍ପଦର ପ୍ରାଚୁର୍ଯ୍ୟ ଯାହା ସୌନ୍ଦର୍ଯ୍ୟ- ପ୍ରାଣ ମାନବ ଚକ୍ଷୁରେ ଲେପନ କରିଥାଏ ମାୟାଞ୍ଜନ। ଉତ୍କଳ ମାତା ଶୋଭାମୟୀ, ବିରାମୟୀ ଏବଂ ବିଭବମୟୀ, ଯାହାଙ୍କୁ ବନ୍ଦନା କରିବାକୁ ଯାଇ କବି ଲେଖୁଛନ୍ତି,
ବନ୍ଦେ ଉତ୍କଳ ଜନନୀ,
ଋରୁ ହାସମୟୀ,
ଋତ୍ରୁ ଭାଷମୟୀ ଜନନୀ,
ଜନନୀ, ଜନନୀ।
ଉତ୍କଳ ମାତା ହେଉଛନ୍ତି ଅମୃତମୟୀ ମାଆ ଯାହାର ହସ ଚିରସୁନ୍ଦର, ଭାଷା ମଧ୍ଯ ଚିର ସୁନ୍ଦର। ସାଗରର ପବିତ୍ର ଜଳଧାରା ଏହି ମମତାମୟୀ ମାଆର ଶରୀର ପ୍ରକ୍ଷାଳନ କରେ। ତାଳତମାଳ ବୃକ୍ଷରାଜି ଏହାର ଶୋଭାବର୍ଦ୍ଧନ କରେ। ସ୍ଵଚ୍ଛ ନିର୍ମଳ ଜଳ ଧାରଣ କରିଥୁବା ତଟିନୀ କୂଳର ଶୀତଳ ସମୀର ସମସ୍ତଙ୍କ ମନକୁ ଆଚ୍ଛାଦିତ କରିଥାଏ। ଉତ୍କଳ ଜନନୀଙ୍କ ଶରୀର କାନନରେ ସୁଶୋଭିତ ନୀଳ ପର୍ବତମାଳା ତରଙ୍ଗ ସଦୃଶ ତାଙ୍କର ଦେହକୁ ସୁସଜିତ କରିଥାଏ। ବିହଙ୍ଗମାନଙ୍କର କଳରବରେ ସମଗ୍ର ପରିବେଶ ଆନନ୍ଦ ମୁଖରିତ ହୋଇଉଠନ୍ତି |
୩୩. ଏକ ସାର୍ଥକ ଦେଶାତ୍ମବୋଧକ କବିତା ଭାବେ ‘ବନ୍ଦେ ଉତ୍କଳ ଜନନୀ’କୁ ବିଚାର କର।
ଉ: ଓଡ଼ିଆ ସାହିତ୍ୟର ଜଣେ ଅନନ୍ୟ ପ୍ରତିଷ୍ଠା ହେଉଛନ୍ତି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର। ଏହି କାଳଜୟୀ ସ୍ରଷ୍ଟାଙ୍କର ଜନ୍ମ ହୁଏ ୧୮୮୮ ମସିହା ଡିସେମ୍ବର ୯ ତାରିଖ ମାଣବସା ଗୁରୁବାର ଦିନ । ତାଙ୍କ ପୈତୃକ ଗ୍ରାମ ଥିଲା ଭଦ୍ରକ ଜିଲ୍ଲାର ତାଳପଦା ଗ୍ରାମ। ତାଙ୍କର ଅନେକ ସାରସ୍ଵତ ସୃଷ୍ଟି ମଧ୍ୟରେ ଗଳ୍ପ ‘ବୁଢ଼ା ଶଙ୍ଖାରି’, ଉପନ୍ୟାସ ‘କଣାମାମୁ’, ଲାଳିକା ‘ଚଟକ ଚନ୍ଦ୍ରହାସ ଚମ୍ପୂ’, ପ୍ରବନ୍ଧ ‘ଶରୀରମାନ୍ଦ୍ୟ, ’ ଇତ୍ୟାଦି ତାଙ୍କୁ ଅମର କରିରଖୁଛି। ତାଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’ ଜାତୀୟ ସଂଗୀତଟି ସାରା ଓଡ଼ିଶାବାସୀଙ୍କ ମନକୁ ଆକର୍ଷିତ କରିଥିଲା । ଉତ୍କଳ ମାତାର ଶୋଭାବର୍ଦ୍ଧନ କରିଥିବା ଏହି ସଂଗୀତକୁ ଓଡ଼ିଶା ସରକାର ୨୦୨୦ ମସିହା ଜୁନ୍ ୭ ତାରିଖରେ ରାଜ୍ୟ ସଂଗୀତର ମାନ୍ୟତା ପ୍ରଦାନ କରିଛନ୍ତି। ଏହି କବିତାଟିରେ କବି ନିଜର ଦେଶାତ୍ମବୋଧକ ଭାବନାକୁ ଅତି ସୁନ୍ଦର ଭାବରେ ପରିସ୍ଫୁଟନ କରିଛନ୍ତି ।
ଉତ୍କଳ ପ୍ରଦେଶକୁ ମାତା ରୂପରେ ଅଭିହିତ କରି କବି ତାଙ୍କର ବନ୍ଦନା କରିବା ସହିତ ତାଙ୍କର ଯଶ, କୀର୍ତ୍ତିକୁ କଲମ ମୁନରେ ତୋଳିଧରି ନିଜ ଦେଶଭକ୍ତିର ପରିଚୟ ଦେଇଛନ୍ତି ।
ପ୍ରକୃତରେ ଉତ୍କଳରେ ପ୍ରକଟିତ ହୁଏ ପ୍ରକୃତି ରାଣୀର ଲୀଳା ବିଳାସ । ଉତ୍କଳ ମାତାର ପ୍ରକୃତିର ରୂପଛଟା ଜନମାନସକୁ ବିମୁଗ୍ଧ କରେ। ସମସ୍ତ ସୁଷମାର ପ୍ରାଣକେନ୍ଦ୍ର ହେଉଛି ଏଇ ଉତ୍କଳ ମାଟି । ଯାହାର ଶରୀରକୁ ସାଗରର ପବିତ୍ର ଜଳରାଶି ପ୍ରକ୍ଷାଳନ କରେ, ରାଶି ରାଶି ତାଳତମାଳ ତରୁ ଯାହାର ଶରୀରକୁ ଆବୃତ କରିଥାଏ, ଯାହାର ଶୀତଳ ପବନ ପ୍ରାଣକୁ ପୁଲକିତ କରେ, ନୀଳ ପର୍ବତମାଳା ତରଙ୍ଗ ସଦୃଶ ଯାହା ଦେହକୁ ସଜାଇଥାଏ, ପକ୍ଷୀମାନଙ୍କର ସୁମଧୁର କଳରାବ ଯେଉଁଠାରେ ମୁଖରିତ ହୋଇଥାଏ ସେ ତ’ ହେଉଛି ଆମର ଉତ୍କଳ ମାତା । କବିଙ୍କ ଭାଷାରେ,
ପୂତ-ପୟୋଧ-ବିଧୌତ-ଶରୀରା,
ତାଳତମାଳ-ସୁଶୋଭିତ-ତୀରା,
ଶୁଭ୍ର-ତଟିନୀ-କୂଳ-ଶୀକର-ସମୀରା
ପୁନଶ୍ଚ ଓଡ଼ିଶା ହେଉଛି ମନ୍ଦିରମାଳିନୀ। ପବିତ୍ର ଉପାସନାର ପୀଠଗୁଳ ହେଉଛି ଏଇ ଉତ୍କଳ ମାଟି । ଯୋଗୀ ଋଷିମାନଙ୍କର ପବିତ୍ର ବାସସ୍ଥଳୀ ଭାବରେ ଏହା ପରିଚିତ। ଅନେକ ବୀର ଯୋଦ୍ଧାମାନଙ୍କୁ ଏଇ ଉତ୍କଳ ଜନନୀ ନିଜ କୋଳରେ ଧାରଣ କରିଛି ଯେଉଁମାନଙ୍କ ଶୌର୍ଯ୍ୟ, ବୀର୍ଯ୍ୟ, ସାହସ ଶତ୍ରୁମାନଙ୍କୁ ଧରାଶାୟୀ କରିଛି |
କବିଙ୍କ ଭାଷାରେ,
ଉତ୍କଳ ଶୂରବର-ଦର୍ପିତ ଗେହା,
ଅରିକୂଳ-ଶୋଣିତ-ଚର୍ଚ୍ଚିତ-ଦେହା,
ବିଶ୍ବଭୂମଣ୍ଡଳ-କୃତବର-ସ୍ନେହା
ଜନନୀ, ଜନନୀ, ଜନନୀ।
ଅନେକ କବି, ବିଦ୍ଵାନମାନେ ଏଇ ଉତ୍କଳ ମାତାର କୀର୍ତ୍ତିରାଜିକୁ ତାଙ୍କ କାବ୍ୟକବିତାରେ ସ୍ଥାନ ଦେଇ ତା’ର ଶ୍ରେଷ୍ଠତାକୁ ପ୍ରତିପାଦନ କରିଛନ୍ତି। ଏଇ ଉତ୍କଳ ମାଟି ଯେ ପୁଣ୍ୟବତୀ, ଶରଣଦାତ୍ରୀ ତାହା ମଧ୍ୟ ପ୍ରମାଣିତ ।
ବାସ୍ତବିକ ଦେଖିବାକୁ ଗଲେ କବି ଏହି କବିତାଟିରେ ଉତ୍କଳ ମାତାର ପ୍ରାକୃତିକ ସୁଷମା, ବୀରଗାଥା, କଳାକୃତି, କାରୁକାର୍ଯ୍ୟ, ଜ୍ଞାନବିଜ୍ଞାନ ପ୍ରଦର୍ଶନ, ପୁଣ୍ୟ ତୀର୍ଥକ୍ଷେତ୍ର ପ୍ରଭୃତି ସମସ୍ତ ଦିଗରୁ ଉତ୍କଳ ମାତା ଯେ ବନ୍ଦନୀୟା, ପୂଜନୀୟା, ତାହାକୁ ବର୍ଣନା କରି ଦେଶପ୍ରେମର ପରିଚୟ ଦେଇଛନ୍ତି।
୩୪. ‘ବନ୍ଦେ ଉତ୍କଳ ଜନନୀ’ କବିତାରୁ ଉତ୍କଳ ଜନନୀଙ୍କ ମହନୀୟତା ପ୍ରତିପାଦନ କର ।
ଉ: ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଥିବା ବରେଣ୍ୟ ପ୍ରତିଭା ମଧ୍ୟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଅନ୍ୟତମ। ସଂପ୍ରତି ଭଦ୍ରକ ଜିଲ୍ଲା ତାଳପଦା ଗ୍ରାମରେ ଲାଳିତପାଳିତ ହୋଇଥିବା ଏହି ଉଦୀୟମାନ ପ୍ରତିଭା ଓଡ଼ିଆ ସାହିତ୍ୟ ଜଗତରେ ଛାଡ଼ିଯାଇଛନ୍ତି ତାଙ୍କର ଅମ୍ଳାନ ସ୍ଵାକ୍ଷର । ତାଙ୍କ ରଚିତ ଗଳ୍ପ ‘ବୁଢ଼ା ଶଙ୍ଖାରି’, ଉପନ୍ୟାସ ‘କଣାମାମୁ’, ଲାଳିକା ‘ ଚଟକ ଚନ୍ଦ୍ରହାସ ଚମ୍ପୁ” ଏବେ ମଧ୍ୟ ଜନମାନସରେ ଉଦ୍ଭାସିତ । ଅନେକ ଦେଶାତ୍ମବୋଧକ କବିତା, ଆଧ୍ୟାତ୍ମିକ ଭାବପୂର୍ଣ୍ଣ କବିତା ରଚନା କରି ସେ ସୁନାମ ଅର୍ଜନ କରିଛନ୍ତି । ତାଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’ କବିତା ଓଡ଼ିଶାର ପୁରପଲ୍ଲୀରେ ଗୁଞ୍ଜରଣ ସୃଷ୍ଟି କରିପାରିଛି ଯେଉଁଥୁପାଇଁ ଓଡ଼ିଶା ସରକାର ୨୦୨୦ ମସିହା ଜୁନ୍ ୭ ତାରିଖରେ ଏହାକୁ ରାଜ୍ୟ ସଂଗୀତର ମାନ୍ୟତା ପ୍ରଦାନ କରିଛନ୍ତି । ଏହି ସଂଗୀତଟିରେ କବି ଉତ୍କଳ ଜନନୀଙ୍କର ମହନୀୟତାକୁ ଅତି ସୁନ୍ଦର ଭାବରେ ପ୍ରତିପାଦନ କରିଛନ୍ତି ।
ଉତ୍କଳ ମୋର ପୁଣ୍ୟତୀର୍ଥ
ଉତ୍କଳ ମୋର ମାଆ
ଇତିହାସ ଇରା ଇତିହାସ ଯା'ର
ତା’ ପାଦରେ ଶିର ନୁଆଁ
‘ବନ୍ଦେ ଉତ୍କଳ ଜନନୀ’ କବିତାଟିରେ କବି ଉତ୍କଳ ଜନନୀ ଚିର ବନ୍ଦନୀୟା, ବିର ପୂଜନୀୟା ବୋଲି ଅଭିହିତ କରିଛନ୍ତି । ଉତ୍କଳ ଜନନୀଙ୍କର ହସ ଯେପରି ସୁନ୍ଦର, ଭାଷା ମଧ୍ୟ ସେହିପରି ସୁନ୍ଦର।
କବିଙ୍କ ଭାଷାରେ,
ବନ୍ଦେ ଉତ୍କଳ ଜନନୀ,
ଋରୁ ହାସମୟୀ ଋରୁ ଭାଷମୟୀ
ଜନନୀ, ଜନନୀ, ଜନନୀ।
ସେହିପରି ଉତ୍କଳ ଜନନୀଙ୍କର ପ୍ରାକୃତିକ ଶୋଭା ଅବର୍ଣ୍ଣନୀୟ। ତାଙ୍କର ଶରୀରକୁ ସାଗରର ନୀଳ ଜଳରାଶି ଧୌତ କରିଥାଏ।ଲହରୀ ସଦୃଶ ନୀଳ ପର୍ବତମାଳା ତାଙ୍କ ଶରୀରକୁ ସଜାଇଥାଏ। ଘନ ବନାନୀ ତାଙ୍କ ଶରୀରକୁ ଆବୃତ କରିଥାଏ। ବିହଙ୍ଗମମାନଙ୍କର କଳରବ ଉତ୍କଳ ମାତାଙ୍କ ପରିବେଶକୁ ଆନନ୍ଦ ମୁଖରିତ କରିଥାନ୍ତି | କବିଙ୍କ ଭାଷାରେ,
ଘନ ଘନ ବନଭୂମି ରାଜିତ ଅଙ୍ଗେ,
ନୀଳ ଭୂଧରମାଳା ସାଜେ ତରଙ୍ଗେ,
କଳକଳ ମୁଖରିତ ଋରୁ ବିହଙ୍ଗେ
ଜନନୀ, ଜନନୀ, ଜନନୀ।
Bande Utkala Janani Multiple Choice Question Answer
ପ୍ରତ୍ୟେକ ପ୍ରଶ୍ନର ଚାରୋଟି ଲେଖାଏଁ ବିକଳ୍ପ ଉତ୍ତର ଦିଆଯାଇଛି । ସେଗୁଡ଼ିକ ମଧ୍ୟରୁ ଠିକ୍ ଉତ୍ତରଟିକୁ ବାଛି ଲେଖ ।
1. କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପୈତୃକ ଗ୍ରାମ ସଂପ୍ରତି କେଉଁ ଜିଲ୍ଲାରେ ଅନ୍ତର୍ଭୁକ୍ତ ?
(A) ବାଲେଶ୍ବର (B) ଭଦ୍ରକ (C) କଟକ (D) ଅନୁଗୋଳ
ଉ: (B) ଭଦ୍ରକ
2. ଲକ୍ଷ୍ମୀକାନ୍ତ ମହାପାତ୍ର କେଉଁଠାରୁ ଉଚ୍ଚଶିକ୍ଷା ଲାଭ କରିଥିଲେ ?
(A) ରେଭେନ୍ସା କଲେଜ (B) ଫକୀରମୋହନ କଲେଜ (C) କଲିକତା ବିଶ୍ଵବିଦ୍ୟାଳୟ (D) କୃଷି ବିଶ୍ଵବିଦ୍ୟାଳୟ
ଉ:(A) ରେଭେନ୍ସା କଲେଜ
3. ଓଡ଼ିଶାରେ ‘ କାନ୍ତକବି' ରୂପେ କିଏ ସୁପରିଚିତ ?
(A) ନୀଳକଣ୍ଠ ଦାସ (B) ଗୋପବନ୍ଧୁ ଦାସ (C) ଗୋଦାବରୀଶ ମିଶ୍ର (d) ଲକ୍ଷ୍ମୀକାନ୍ତ ମହାପାତ୍ର
ଉ:(d) ଲକ୍ଷ୍ମୀକାନ୍ତ ମହାପାତ୍ର
4. ଓଡ଼ିଶାରେ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ କେଉଁ ଉପାଧ୍ଧରେ ବିଭୂଷିତ କରାଯାଇଛି ?
(A) କାନ୍ତକବି (B) ଉତ୍କଳବ୍ୟାସ (C) ଉତ୍କଳଭାରତୀ (D) ଉତ୍କଳଘଣ୍ଟା
ଉ: (A) କାନ୍ତକବି
5 . ‘ବୁଢ଼ା ଶଙ୍ଖାରି’ ଗଛର ଗାଳ୍ପିକ ଭାବେ କିଏ ଓଡ଼ିଶାର ଜନମାନସରେ ପରିଚିତ ?
(A) ସଚ୍ଚିଦାନନ୍ଦ ରାଉତରାୟ (B) ଗୋଦାବରୀଶ ମହାପାତ୍ର (C) ଲକ୍ଷ୍ମୀକାନ୍ତ ମହାପାତ୍ର (D) ସୁରେନ୍ଦ୍ର ମହାନ୍ତି
ଉ: (C) ଲକ୍ଷ୍ମୀକାନ୍ତ ମହାପାତ୍ର
6. ୧୯୩୭ ମସିହାରେ ପ୍ରକାଶିତ କେଉଁ ପତ୍ରିକାର ଲକ୍ଷ୍ମୀକାନ୍ତ ମହାପାତ୍ର ଥିଲେ ପ୍ରତିଷ୍ଠାତା ସଂପାଦକ ?
(A) ଉତ୍କଳ ସାହିତ୍ୟ (C) ଡଗର (B) ଉତ୍କଳ ପ୍ରଭା (D) ସମ୍ବଲପୁର ହିତୈଷିଣୀ
ଉ: (C) ଡଗର
7. ‘କଣାମାମୁ’ ଉପନ୍ୟାସର ରଚୟିତା ଭାବେ କିଏ ସ୍ଵତନ୍ତ୍ର ସାହିତ୍ୟିକ ମର୍ଯ୍ୟାଦା ପ୍ରାପ୍ତ ହୋଇଛନ୍ତି ?
(A) ଲକ୍ଷ୍ମୀକାନ୍ତ ମହାପାତ୍ର (B) ବିଭୂତି ପଟ୍ଟନାୟକ (C) ଚନ୍ଦ୍ରଶେଖର ରଥ (D) ଫକୀରମୋହନ ସେନାପତି
ଉ: (A) ଲକ୍ଷ୍ମୀକାନ୍ତ ମହାପାତ୍ର
8. ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସଙ୍ଗୀତ ଗୁଚ୍ଛର ନାମ କ'ଣ ?
(A) ଜୀବନ ସଙ୍ଗୀତ (B) ସଙ୍ଗୀତ ମୂହଁନା (C) ସଙ୍ଗୀତ ଧାରା (D) ସଙ୍ଗୀତ ପ୍ରବାହ
ଉ: (A) ଜୀବନ ସଙ୍ଗୀତ
9. ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କେଉଁ ସଙ୍ଗୀତ ଜାତୀୟବାଦୀ ଚେତନା ଓ ଦେଶାମ୍ବ ଭାବନାର ଏକ ମନୋଜ୍ଞ କୃତି ଭାବେ ସ୍ବୀକୃତ ?
(A) ବନ୍ଦେ ଉତ୍କଳ ଜନନୀ (B) ଉଠ କଙ୍କାଳ, (C) ବାପୁଜୀ (D) ଖୋରଧା ପ୍ରଥମ ଦର୍ଶନ
ଉ: (A) ବନ୍ଦେ ଉତ୍କଳ ଜନନୀ
10. କେଉଁ ସଙ୍ଗୀତ ଓଡ଼ିଶା ସରକାରଙ୍କ ଦ୍ଵାରା ୨୦୨୦ ମସିହାରେ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରାପ୍ତ ହୋଇଅଛି ?
(A) ଋଷିପ୍ରାଣେ ଦେବାବତରଣ (B) ଜୀବନଚିନ୍ତା (C) ବନ୍ଦେ ଉତ୍କଳ ଜନନୀ (D) ଉଠ କଙ୍କାଳ
ଉ: (C) ବନ୍ଦେ ଉତ୍କଳ ଜନନୀ
11. କବି ଲକ୍ଷ୍ମୀକାନ୍ତ ମହାପାତ୍ର କବିତାର ପ୍ରାରମ୍ଭରେ କାହାର ଗୁଣକୀର୍ତନ ପୂର୍ବକ ପଦ ବନ୍ଦନା କରିଛନ୍ତି ?
(A) ଉତ୍କଳ ଜନନୀ (B) ଭାରତମାତାର (C) ଦେବଦେବୀ (D) ସରସ୍ଵତୀ
ଉ: (A) ଉତ୍କଳ ଜନନୀ
12. ହାସ୍ୟମୟୀ ଭାବେ କବି କାହାକୁ ଚିତ୍ରିତ କରିଛନ୍ତି ?
(A) ପ୍ରକୃତି (B) ଉତ୍କଳ ଜନନୀ (C) ଭାରତମାତା (D) ଚମତ୍କାର ଦୃଶ୍ୟ
ଉ: (B) ଉତ୍କଳ ଜନନୀ
13. କବି ଲକ୍ଷ୍ମୀକାନ୍ତ ମହାପାତ୍ର କାହାକୁ ସୁଭାଷିଣୀ ବୋଲି କହିଛନ୍ତି ?
(A) ଉତ୍କଳ ଜନନୀ । (B) ପ୍ରକୃତି ମା’କୁ (C) ଝରଣା (D) ଭାରତ ମା’କୁ
ଉ: (A) ଉତ୍କଳ ଜନନୀ
14. ଚାରୁ ହାସମୟୀ ଚାରୁ ଭାଷମୟୀ ବୋଲି କବି କାହାକୁ କହିଛନ୍ତି ?
(A) ପର୍ବତ (B) ଝରଣା (C) ଉତ୍କଳ ଜନନୀ (D) ଭାରତମାତା
ଉ: (C) ଉତ୍କଳ ଜନନୀ
15. ସମୁଦ୍ରର ପୂତ ଜଳଧାରା ଉତ୍କଳ ଜନନୀର ଶରୀରକୁ କ'ଣ କରୁଛି ?
(A) ଧୌତ କରୁଛି (B) ସ୍ପର୍ଶ କରୁଛି (C) ନିଜଗର୍ଭରେ ଲୀନ କରୁଛି (D) ଫିଙ୍ଗି ଦେଉଛି
ଉ: (A) ଧୌତ କରୁଛି
16. ଉତ୍କଳ ଜନନୀର ଶରୀରକୁ କିଏ ଆଗ୍ରହ ସହକାରେ ଧୌତ କରୁଛି ?
(A) ପବିତ୍ର ସମୁଦ୍ରର ଜଳ (B) ନିର୍ଝରିଣୀ (C) କାକରବିନ୍ଦୁ (D) ବର୍ଷାର ଜଳ
ଉ:(A) ପବିତ୍ର ସମୁଦ୍ରର ଜଳ
17. ମହୋଦଧୂର ବେଳାଭୂମି କେଉଁଥିରେ ବିଶୋଭିତ ?
(A) ତାଳତମାଳ (B) ଝାଉଁବଣ (C) ହେନ୍ତାଳବନ (D) ଶାଳବନ
ଉ: (A) ତାଳତମାଳ
18. ତାଳତମାଳ ବୃକ୍ଷରାଜି ଦ୍ଵାରା କାହାର ତଟଦେଶ ସୁଶୋଭିତ ?
(A) ଉତ୍କଳ ଜନନୀର ଶୋଭା ବଢ଼ାଉଥିବା ସମୁଦ୍ରର (B) ନଦୀର (C) ପୁଷ୍କରିଣୀର (D) ଚିଲିକାର
ଉ:(A) ଉତ୍କଳ ଜନନୀର ଶୋଭା ବଢ଼ାଉଥିବା ସମୁଦ୍ରର
19. ସମୁଦ୍ରର କେଉଁ ସ୍ଥାନ ବୃକ୍ଷ ଦ୍ବାରା ବଳୟିତ ହୋଇ ସୁଶୋଭିତ ?
(A) ତଟଦେଶ (B) ସମୁଦ୍ରର ମଧ୍ୟଭାଗ (C) ସମୁଦ୍ରର ଅନତି ଦୂରରେ (D) ସମୁଦ୍ରର ଗଭୀର ଭାଗ
ଉ: (A) ତଟଦେଶ
20. ସ୍ଵଚ୍ଛ ଜଳଧାରଣ କରିଥିବା ତଟିନୀ ତଟ ଦେଶରେ କ’ଣ ପ୍ରବାହିତ ହେଉଛି ?
(A) ଶୀତଳ ପବନ (B) ଜଳଧାରା (C) ଝରଣାର ସ୍ରୋତ (D) ଝାଞ୍ଜି ପବନ
ଉ: (A) ଶୀତଳ ପବନ
21. ଉତ୍କଳ ଜନନୀର ଶରୀର କାହାର ଅସରନ୍ତି ଶ୍ୟାମଶୋଭାରେ ଅପରୂପା ହୋଇଛି ?
(A) ଘଞ୍ଚ ବନଭୂମିରେ (B) ତୁଙ୍ଗ ଶିଖରୀରେ (C) ଶାଳିକ୍ଷେତ୍ରରେ (D) ସବୁଜ ଉଦ୍ଭଦରେ
ଉ: (A) ଘଞ୍ଚ ବନଭୂମିରେ
22. ଉତ୍କଳ ଜନନୀର ଶରୀରକୁ ନୀଳ ଭୂଧରମାଳା କେଉଁ ରୂପରେ ଶୋଭା ବର୍ଦ୍ଧନ କରାଉଛି ?
(A) ତରଙ୍ଗ (B) ଇନ୍ଦ୍ରଧନୁ (C) ମେଘମାଳା (D) ଚାନ୍ଦୁଆ
ଉ: (A) ତରଙ୍ଗ
23. ଉତ୍କଳ ଜନନୀଙ୍କର ଆକାଶ କାହାର ମଧୁର କଳରବରେ ମୁଖରିତ ହେଉଥାଏ ?
(A) ଚାରୁ ବିହଙ୍ଗ (B) ମଧୁର ସଙ୍ଗୀତର ମୂର୍ଚ୍ଚନା (C) ବର୍ଷାର ରିମ୍ଝିମ୍ ଧ୍ଵନି (D) ବଜ୍ରପାତର ଶବ୍ଦ
ଉ: (A) ଚାରୁ ବିହଙ୍ଗ
24. ଉତ୍କଳର ଶସ୍ୟକ୍ଷେତ୍ର କେଉଁଥରେ ପରିପୂର୍ଣ ?
(A) ସୁନ୍ଦରଶାଳି (B) ସୁନ୍ଦର ବୃକ୍ଷ (C) ସୁନ୍ଦର ଫୁଲ (D) ସୁନ୍ଦର ଲତା
ଉ:(A) ସୁନ୍ଦରଶାଳି
25. ଉତ୍କଳ ଜନନୀର ଚକ୍ଷୁ କାହାର ପ୍ରଦର୍ଶନରେ ଉଦ୍ଭାସିତ ?
(A) ଜ୍ଞାନବିଜ୍ଞାନ (B) ଶିଳ୍ପକଳା (C) ବାଣିଜ୍ୟ (D) ହାତକାମ
ଉ: (A) ଜ୍ଞାନବିଜ୍ଞାନ
No comments:
Post a Comment