kalamanikare class 7 question answer | Class 7 Odia Chapter 1 Question Answer | Class 7 Mil Chapter 1 |class 7 odia chapter -1question and answer /class 7 mil kalamanikare /କଳାମାଣିକରେ /class 7 odia class 7 mil odia class 7 sahitya kalamanikare | Class 7 Sahitya Sourav | question answer class 7 odia class 7 odia kalamanikare kalamanikare kalamanikare question answer 7th class sahitya saptama sreni sahitya Kalamanikare class 7 question answer pdf Kalamanikare class 7 question answer english Kalamanikare class 7 question answer chapter 1 .
Kala Manikare Question Answer
ପାଠ୍ୟପୁସ୍ତକ ଅନ୍ତର୍ଗତ ଅଭ୍ୟାସ ପ୍ରଶ୍ନୋତ୍ତର
୧ । ଉତ୍ତର କୁହ ।
(କ) ମାତା ଯଶୋଦା କାହିଁକି ଚିନ୍ତିତ ହୋଇପଡ଼ିଛନ୍ତି ?
ଉ : କୃଷ୍ଣ କାନନରୁ ଫେରିବାରେ ବିଳମ୍ବ କରିବାରୁ ମାତା ଯଶୋଦା ଚିନ୍ତିତ ହୋଇପଡ଼ିଛନ୍ତି ।
(ଖ) ଶ୍ରୀକୃଷ୍ଣଙ୍କୁ କେଉଁ ଖାଦ୍ୟ ରୁଚୁ ନଥିଲା ?
ଉ : ଶ୍ରୀକୃଷ୍ଣଙ୍କୁ ଗୋଟିକା, ଅଧାମ ଓ ସର ଆଦି ସୁସ୍ୱାଦୁ ଖାଦ୍ୟ ରୁଚୁ ନଥିଲା ।
(ଗ) ଯଶୋଦା ନିଜକୁ ଡଙ୍କୁଣୀ ବୋଲି କାହିଁକି କହିଛନ୍ତି ?
ଉ : ଯଶୋଦା କୃଷ୍ଣଙ୍କୁ ଗୋରୁପଲ ସହିତ ବଣକୁ ପଠାଇଥିବାରୁ ନିଜକୁ ଧକ୍କାର କରି ଡଙ୍କୁଣୀ ବୋଲି କହିଛନ୍ତି ।
(ଘ) ଶ୍ରୀକୃଷ୍ଣଙ୍କ ପାଦରେ କଣ୍ଟା ଫୁଟିଯିବାର ଆଶଙ୍କା ମାଆଙ୍କ ମନରେ କାହିଁକି ସୃଷ୍ଟି ହୋଇଛି ?
ଉ : ଶ୍ରୀକୃଷ୍ଣ ବଣକୁ ଯିବାବେଳେ ସାଥୀରେ କଠାଉ ନେଇନଥିବାରୁ ତାଙ୍କ ପାଦରେ କଣ୍ଟା ଫୁଟିଯିବାର ଆଶଙ୍କା ମାଆ ଯଶୋଦାଙ୍କ ମନରେ ସୃଷ୍ଟି ହୋଇଛି ।
2. ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଦିଅ ।
(କ) ଶ୍ରୀକୃଷ୍ଣଙ୍କୁ କଳାମାଣିକ କହିବାର ତାତ୍ପର୍ଯ୍ୟ କ’ଣ ।
ଉ : ମାଣିକ ହେଉଛି ବହୁ ମୂଲ୍ୟବାନ ଏକ ରତ୍ନ । ଏହା ଅତି ସୁନ୍ଦର ଦେଖାଯାଏ । ଶ୍ରୀକୃଷ୍ଣ ମଧ୍ଯ ଦେଖିବାକୁ ସୁନ୍ଦର । ଯଶୋଦାଙ୍କ ପାଇଁ ସେ ଥିଲେ ମାଣିକତୁଲ୍ୟ ମୂଲ୍ୟବାନ । ସାଧାରଣତଃ ମାଣିକର ରଙ୍ଗ ଲାଲ । ମାତ୍ର ଶ୍ରୀକୃଷ୍ଣଙ୍କର ରଙ୍ଗ କଳା ହୋଇଥିବାରୁ ତାଙ୍କୁ କଳାମାଣିକ ବୋଲି କହିବା ତାତ୍ପର୍ଯ୍ୟପୂର୍ଣ୍ଣ ।
(ଖ) ପୁଅର କେଉଁ ସବୁ କାର୍ଯ୍ୟ ମନେପକାଇ ମାଆ ଭାଳି ହେଉଛନ୍ତି ?
ଉ : ଶ୍ରୀକୃଷ୍ଣଙ୍କର ଅନ୍ଧାରକୁ ଭୟ କରିବା, ଗୋଟିକା, ଅଧାମ ଓ ସର ଆଦି ନ ରୁଚିବା, ନାଚି ନାଚି ମାତାଙ୍କୁ ଲହୁଣି ଲାଞ୍ଚ ମାଗିବା, ତୋଳି ଧରିଲେ ଯଶୋଦାଙ୍କ ଦେହରେ ଗୋଳି ହୋଇଯିବା ଆଦି ଶିଶୁସୁଲଭ କାର୍ଯ୍ୟ ମନେ ପକାଇ ମାଆ ଭାଳି ହେଉଛନ୍ତି ।
(ଗ) ମାଆଙ୍କର ହୃଦୟତାପ ବିନାଶ କରିବାରେ ଶ୍ରୀକୃଷ୍ଣ ହରିଚନ୍ଦନ ପରି ଥିଲେ ବୋଲି କହିବାର କାରଣ କ’ଣ ?
ଉ : ଚନ୍ଦନ ହେଉଛି ଶୀତଳକାରକ । ଗ୍ରୀଷ୍ମଋତୁରେ ତାତିରୁ ଉପଶମ ପାଇଁ ଭଗବାନଙ୍କୁ ଚନ୍ଦନ ଚର୍ଜିତ କରି ଶୀତଳତା ପ୍ରଦାନ କରାଯାଏ । ଯଶୋଦାଙ୍କ ହୃଦୟର ଦୁଃଖ ରୂପକ ତାତିର ଉପଶମ ନିମିତ୍ତ ଶ୍ରୀକୃଷ୍ଣ ହରିଚନ୍ଦନ ପରି ଥିଲେ ବୋଲି କହିବା ମଜାତ ଯଥାର୍ଥ ।
(ଘ) ଶ୍ରୀକୃଷ୍ଣ କିପରି ଯଶୋଦାଙ୍କର ସୁଖର କାରଣ ଥିଲେ ?
ଉ : ବୃଦ୍ଧ କାଳରେ ଶ୍ରୀକୃଷ୍ଣ ଯଶୋଦାଙ୍କର ଏକମାତ୍ର ସନ୍ତାନ ଥିଲେ । କୃଷ୍ଣଙ୍କୁ ପାଇ ସେ ସମସ୍ତ ଦୁଃଖ ଭୂଲି ଯାଇଥିଲେ । ତେଣୁ ଶ୍ରୀକୃଷ୍ଣ ଯଶୋଦାଙ୍କର ସୁଖର କାରଣ ଥିଲେ ।
() ଶ୍ରୀକୃଷ୍ଣଙ୍କର ବେଣୁସ୍ଵନକୁ କାନ ଡେରିବା ପ୍ରସଙ୍ଗରେ କେଉଁ ଭାବ ପ୍ରକାଶ ପାଇଛି ?
ଉ : ଶ୍ରୀକୃଷ୍ଣ ଥିଲେ ଯଶୋଦାଙ୍କର ସବୁ ସୁଖର ମୂଳ କାରଣ ତେଣୁ ସେ ମୁହୂର୍ଭକ ପାଇଁ ମଧ୍ଯ କୃଷ୍ଣଙ୍କୁ ନିକଟରୁ ଛାଡ଼ିବାକୁ ଇଚ୍ଛା କରୁ ନଥିଲେ । ଗୋରୁ ପଲ ନେଇ ଫେରିବା ବେଳେ କୃଷ୍ଣ ଯେଉଁ ମୁରଲୀ ବଢ଼ାଉଥିଲେ, ଯଶୋଦା ତାହାକୁ କାନ ଡେରି ଶୁଣୁଥିଲେ । ଏହି ବେଣୁ ସ୍ଵନକୁ କାନ ଡେରିବା ପ୍ରସଙ୍ଗରେ ଯଶୋଦାଙ୍କ ବାତ୍ସଲ୍ୟ ଭାବ ପ୍ରକାଶ ପାଇଛି ।
୩ । ପଠିତ କବିତାକୁ ମନେ ପକାଇ କବିତାଂଶ ପୂରଣ କର ।
(କ) ଅନ୍ଧଲଉଡ଼ି ବାବୁରେ
ଉ : ଅନ୍ଧରଲଉଡ଼ି ବାବୁରେ ହ୍ରଦ ଋତୁ ହାରା,କଳାମାଣିକରେ
(ଖ)ରଖ୍ ଯାଉ ଗୋରୁ
ଢ : ଡରୁଥାଉ ଅନ୍ଧାରକୁ ରଙ୍ଖାଯାଉ ଗୋରୁ
(ଗ) ହୃଦତାପ ବିନାଶନେ
ଉ : ହୃଦତାପ ବିନାଶନେ ତୁ ହରିଚନ୍ଦନ । କଳାମାଣିକରେ
(ଘ) ସର ନ ରୁଚଇ ତୋତେ
ଉ : ଗୋଟିକା, ଅଧାମ, ସର ନ ରୁଚଇ ତୋତେ
() ବନେ କଣ୍ଟା ଲାଗି ହୋଏ
ଉ : ବନେ କଣ୍ଟା ଲାଗି ହୋଏ ମୂଦ ପାଦ ଚିନ୍ତା । କଳାମାଣିକରେ
ସରଳ ଭାଷାରେ ବୁଝାଇ ଲେଖ ।
୪. (କ) ‘‘ତୋଳି ମୁଁ ଧଇଲେ ଗୋଳି ହୋଇଯାଉ ତୁହି,
ତୋ ଦୁର୍ବଳ ଦେଖୁ କାହିଁ ପଶିବଇଁ ମୁହିଁ !”
ଉ : ତୋଳି ମୁଁ ଧଇଲେ ............ ପଶିବଇଁ ମୁହଁ ।
ଉକ୍ତ ପଦ୍ୟାଶଟି ଛନ୍ଦଯୁଗର ବିଦ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ରଚିତ ମୂଳକାବ୍ୟ ‘ବିଦଗ୍ଧ ଚିନ୍ତାମଣି’’ର ଅଂଶ ବିଶେଷ ‘କଳାମାଣିକରେ’’ ଶୀର୍ଷକ ପଦ୍ୟରୁ ଉଦ୍ଧୃତ । ଉକ୍ତ ପ୍ରସଙ୍ଗରେ କବି ବାଳକ ଶ୍ରୀକୃଷ୍ଣଙ୍କ ପ୍ରତି ମାତା ଯଶୋଦାଙ୍କର ବାତ୍ସଲ୍ୟ ମମତା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ।
ବାଳକ ଶ୍ରୀକୃଷ୍ଣ ଗୋ-ଚାରଣ କରିବାକୁ ଯାଇ ଫେରିବାକୁ ବିଳମ୍ବ ହେବାରୁ ମାତା ଯଶୋଦାଙ୍କ ମନ ଅନେକ ଭୟ, ଆଶଙ୍କା ଓ ଉଦ୍ବେଗରେ ଭରିଉଠିଛି । ସେ କୃଷ୍ଣଙ୍କର ବାଲ୍ୟ ଚପଳତା ଓ ଡରକୁଳା ସ୍ଵଭାବ କଥା ମନେ ପକାଇଛନ୍ତି । ଶ୍ରୀକୃଷ୍ଣଙ୍କୁ ସେ ଟେକି ଧରିଲାବେଳେ ସେ କିପରି ତାଙ୍କ ଦେହରେ ଗୋଳି ହୋଇଯାଆନ୍ତି ଅର୍ଥାତ୍ ତାଙ୍କୁ ଖୁବ୍ ଜୋର୍ରେ ଭିଡ଼ି ଧରନ୍ତି । ସନ୍ତାନର ଦୁର୍ବଳତା ଦେଖୁଲେ ମା’ର ମନ ବିଚଳିତ ହେବା ସ୍ଵାଭାବିକ । ଯଶୋଦାଙ୍କ ମନ ସେଥିପାଇଁ ଦୁଃଖରେ ଭରି ଉଠିଛି ।
ତାଳର ପ୍ରସଙ୍ଗଟି ବେଶ୍ ହୃଦୟଛୁଆଁ ହୋଇପାରିଛି ।
(ଖ) ‘‘ନେଲ୍ସ ନାହିଁ କାହିଁ ପାଇଁ ତୋ କଠାଉ ଛତା,
ବନେ କଣ୍ଟା ଲାଗି ହୋଏ ମୃଦୁ ପାଦ ଚିନ୍ତା !”
ଉ : ନେଲୁ ନାହିଁ କାହିଁ ପାଇଁ...........ମୃଦୁ ପାଦ ଚିନ୍ତା ।
ଉକ୍ତ ପଦ୍ୟାଶଟି କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ରଚିତ ‘ବିଦଗ୍ଧ ଚିନ୍ତାମଣି’’ କାବ୍ୟର ଅଂଶବିଶେଷ ‘କଳାମାଣିକରେ’’ ଶୀର୍ଷକ କବିତାରୁ ଆନୀତ । ଉକ୍ତ ପ୍ରସଙ୍ଗରେ କବି ଶ୍ରୀକୃଷ୍ଣଙ୍କ ଗୋଷ୍ଠ ବାହୁଡ଼ାରେ ବିଳମ୍ବ ଦେଖୁ ମାତା ଯଶୋଦାଙ୍କର ବ୍ୟସ୍ତତା, ଆଶଙ୍କା ଓ ଉଦ୍ବେଗର ବର୍ଣନା କରିଛନ୍ତି ।
ଶ୍ରୀକୃଷ୍ଣ ପ୍ରତିଦିନ ଗୋ-ଚାରଣରେ ବନକୁ ଯାଆନ୍ତି ଓ ସନ୍ଧ୍ୟା ପୂର୍ବରୁ ଘରକୁ ଫେରନ୍ତି । ଆକସ୍ମିକ ଭାବେ ଦିନେ ତାଙ୍କର ଫେରିବା ବିଳମ୍ବ ହୋଇଛି । ତେଣୁ ଯଶୋଦାଙ୍କର ମନରେ ବହୁ ଆଶଙ୍କା ଦେଖାଦେଇଛି । ସେଦିନ ସେ ସଙ୍ଗରେ କଠଉ ଓ ଛତା ନେବାକୁ ଭୁଲି ଯାଇଛନ୍ତି । ତେଣୁ ଯଶୋଦା ଭାବିଛନ୍ତି ହୁଏତ ବଣରେ ତାଙ୍କ କୋମଳ ପାଦରେ କଣ୍ଟା ଫୁଟି ଶ୍ରୀକୃଷ୍ଣ ବହୁ କଷ୍ଟ ପାଇଥିବେ । ନରମ ପାଦରୁ ରକ୍ତ ବୋହି ସେ ଦୁର୍ବଳ ହୋଇପଡ଼ିଥିବେ । ମଧ୍ୟାହ୍ନର ପ୍ରଖର ସୂର୍ଯ୍ୟକିରଣରେ ତାଙ୍କ ଦେହରୁ ଝାଳ ବୋହିଥିବ କିମ୍ବା କ୍ଲାନ୍ତ ହୋଇ ସେ କୌଣସି ବୃକ୍ଷ ଛାୟାରେ ବିଶ୍ରାମ ନେଇଥିବେ । ତଜ୍ଜନିତ କାରଣରୁ ହୁଏତ ସେ ଫେରିବାରେ ବିଳମ୍ବ କରିଛନ୍ତି । ଏହିପରି ନାନା ଭାବନା ଓ ଆଶଙ୍କା ତାଙ୍କ ମନକୁ ଆସିବାରୁ ସେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି ।
ପ୍ରସଙ୍ଗଟିରେ ଯଶୋଦାଙ୍କ ବାତ୍ସଲ୍ୟ ସ୍ନେହ ପ୍ରଶଂସନୀୟ ।
୫ । ଅସଳଢ଼ା ପଦକୁ ସଜାଢ଼ି ଲେଖ ।
(କ) ତୁ ତୁ ବିନାଶନେ ଏକଇ ବୃଦ୍ଧକାଳେ ନନ୍ଦନ ହୃଦତାପ ହରିଚନ୍ଦନ ମୋହର ।
ଉ : ବୃଦ୍ଧକାଳେ ତୁ ମୋହର ଏକଇ ନନ୍ଦନ, ହୃଦତାପ ବିନାଶନେ ତୁ ହରିଚନ୍ଦନ ।
(ଖ) ଶ୍ରୁତିକି ଡଙ୍କୁଣୀ ବନକୁ ମାତିବାର ଶୁଭୁଛି ଛାଡ଼ିଦେଲି ନିଶାଚର କାହିଁକି ମୁଁ ।
ଉ : ନିଶାଚର ମାତିବାର ଶୁଭୁଛି ଶ୍ରୁତିକି, ମୁଁ ଡଙ୍କୁଣୀ ଛାଡ଼ିଦେଲି ବନକୁ କାହିଁକି !
୬ । ଯଶୋଦା ଶ୍ରୀକୃଷ୍ଣଙ୍କୁ କ’ଣ କ’ଣ ସମ୍ବୋଧନ କରି ଡାକିଛନ୍ତି, ସେହି ନାମଗୁଡ଼ିକ ଲେଖ ।
ଉ : ଯଶୋଦା ଶ୍ରୀକୃଷ୍ଣଙ୍କୁ ନିଧନ ସଙ୍ଖାଳି, ଦରିଦ୍ର ପସରା, ଅନ୍ଧଲଉଡ଼ି, ହୃଦରତ୍ନହାରା, ଜୀବ ଜୀବନ, ନୟନ ପ୍ରତିମା ଓ କଳାମାଣିକ ବୋଲି ସମ୍ବୋଧନ କରି ଡାକିଛନ୍ତି ।
7. ରେଖାଙ୍କିତ ଶବ୍ଦଗୁଡ଼ିକର ଅର୍ଥ ଲେଖ ।
(କ) ନିଧନ ସଙ୍ଖାଳି ମୋର ଦରିଦ୍ର ପସରା । ଉ : ଧନହୀନ
(ଖ) ବୃଦ୍ଧକାଳେ ତୁ ମୋହର ଏକଇ ନନ୍ଦନ । ଉ : ସୂତ୍ର
(ଗ) ଗୋଟିକା ଅଧାମ ସର ନ ରୁଚଇ ତୋତେ । ଉ: : ରାବିଡ଼ି (କ୍ଷୀରରେ ପ୍ରସ୍ତୁତ ସୁଖାଦ୍ୟ)
(ଘ) ବନେ କଣ୍ଟା ଲାଗି ହୁଏ ମୃଦୁ ପାଦ ଚିନ୍ତା । ଉ : କୋମଳ, ନରମ
(ଙ) ବାର ବାର ବାରୁଥାଇ ଯିବା ପାଇଁ ବନେ । ଉ : ବାରଣ କରିବା, ମନା କରିବା
୮. ତଳେ ଦିଆଯାଇଥିବା ସମୋଚ୍ଚାରିତ ଶବ୍ଦଗୁଡ଼ିକ ମଧ୍ୟରେ ଥିବା ଅର୍ଥ ପାର୍ଥକ୍ୟ ଲେଖ ।
ବେଶି - ଅଧ୍ବକ
ବେଶୀ - ବେଶଧାରୀ
ନିଧନ – ଧନହୀନ, ଦରିଦ୍ର
ନିଧନ- ମୃତ୍ୟୁ, ମରଣ
ଶ୍ରୁତି- ବେଦ, କାନ
ଶ୍ରୁତି - ଶ୍ରବଣ କରିବା, ଶୁଣିବା
ନିଶା- ରାତି
ନିଶା- ମଦ୍ୟ, ନିଶାଦ୍ରବ୍ୟ
ବର – ଶ୍ରେଷ୍ଠ
ବର- ଆଶୀର୍ବାଦ
୯. ତଳ ଲିଖ୍ତ ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
କାନନ -ଅରଣ୍ୟ, ବନ
ଦରିଦ୍ର - ନିଧନ, ଗରିବ
ନୟନ- ଆକ୍ଷି, ଚକ୍ଷୁ
ଜନନୀ - ମାତା, ମାଆ
ଲଉଡ଼ି - ବାଡ଼ି, ଯଷ୍ଟି
QA ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
୧। ‘ଶ୍ରୀକୃଷ୍ଣଙ୍କୁ ଅନ୍ଧ ଲଉଡ଼ି ବାବୁରେ’ ବୋଲି ଯଶୋଦା କହିବାର କାରଣ କ’ଣ ?
ଉ : ଶ୍ରୀକୃଷ୍ଣଙ୍କର ବଣରୁ ଫେରିବାର ବିଳମ୍ବ ଦେଖୁ ମାତା ଯଶୋଦା ନାନା ଭାବରେ ସମ୍ବୋଧନ କରି ମାତୃ ହୃଦୟର ବ୍ୟାକୁଳତା ପ୍ରକାଶ କରିଛନ୍ତି । ସେ ଅତି ଆଦରରେ କଳାମାଣିକ, ଦରିଦ୍ର ପସରା, ନିଧନ ସଙ୍ଖାଳି, ହୃଦ ରତ୍ନହାରା, ନୟନ ପ୍ରତିମା ଓ ଅନ୍ଧର ଲଉଡ଼ି ସମ୍ବୋଧନ କରି ବାତ୍ସଲ୍ୟ ପ୍ରେମର ଜ୍ଵଳନ୍ତ ନିଦର୍ଶନ ଦର୍ଶାଇଛନ୍ତି । ଅନ୍ଧର ଲଉଡ଼ି ଅର୍ଥ ଅନ୍ଧର ବାଡ଼ି । ବିନା ବାଡ଼ିରେ ଅନ୍ଧ ଯେପରି ଚଳପ୍ରଚଳ ହୋଇପାରେ ନାହିଁ, ସେହିପରି ବୃଦ୍ଧ କାଳରେ ନନ୍ଦ ଯଶୋଦାଙ୍କର ଏକମାତ୍ର ସମ୍ବଳ ଥିଲେ ଶ୍ରୀକୃଷ୍ଣ । ପୁତ୍ର ଯଥା ସମୟରେ ବନରୁ ନ ଫେରିବାରୁ ସେ ତାଙ୍କ ଅନୁପସ୍ଥିତିରେ ଲଉଡି଼ହରା ଅନ୍ଧପରି ନିଜକୁ ଅନୁଭବ କରିଛନ୍ତି ।
(ଖ) ମାଆ ଶ୍ରୀକୃଷ୍ଣଙ୍କୁ ‘‘ହୃଦତାପ ବିନାଶନେ ତୁ ହରିଚନ୍ଦନ”? ବୋଲି କହିଛନ୍ତି କାହିଁକି ?
ଉ : ଶ୍ରୀକୃଷ୍ଣ ବଣରୁ ଆସିବା ବିଳମ୍ବ ଦେଖୁ ମାତା ଯଶୋଦା ତାଙ୍କର ବିଭିନ୍ନ ଗୁଣ ମନେପକାଇ ବିଳାପ କରିଛନ୍ତି । ସାଂସାରିକ ଦୁଃଖ ତାପ ପରି କଷ୍ଟଦାୟକ । ଚନ୍ଦନର ଶୀତଳତା ତାପ ନାଶ କରିଥାଏ । ଶ୍ରୀକୃଷ୍ଣ ମାତା ଯଶୋଦାଙ୍କର ଅତି ପ୍ରିୟ । ତାଙ୍କୁ ଦେଖିଲେ ସେ ସମସ୍ତ ଦୁଃଖ ଭୁଲିଯାଆନ୍ତି । ତେଣୁ ମମତାମୟୀ ମାତାଙ୍କ ତପ୍ତହୃଦୟ କୃଷ୍ଣରୂପକ ଚନ୍ଦନଦ୍ବାରା ଶୀତଳତା ଲାଭ କରୁଥିବାରୁ ସେ କୃଷ୍ଣଙ୍କୁ ‘ହୃଦତାପ ବିନାଶନେ ତୁ ହରିଚନ୍ଦନ’’ ବୋଲି କହିଛନ୍ତି ।
(ଗ) ପୁଅ ସନ୍ଧ୍ୟା ପୂର୍ବରୁ ନ ଫେରିବାରୁ ମାଆ କି କି ବିପଦର ଆଶଙ୍କା କରିଛନ୍ତି ?
ଉ : ଶ୍ରୀକୃଷ୍ଣ ବଣରୁ ଯଥା ସମୟରେ ନ ଫେରିବାରୁ ମାତା ଯଶୋଦାଙ୍କ ମନରେ ନାନା ଆଶଙ୍କା ସ୍ଥାନ ପାଇଛି । ଅନ୍ଧାରକୁ ଡରୁଥୁବା ଶ୍ରୀକୃଷ୍ଣ ବନ ମଧ୍ୟରେ ଭୟଭୀତ ହୋଇଥାଇପାରନ୍ତି । ଭୂତ, ପ୍ରେତ ଓ ଡାହାଣୀଦ୍ଵାରା ଲୋଭାସକ୍ତ ହୋଇ କୌଣସି ବିପଦର ସମ୍ମୁଖୀନ ହୋଇଥାଇ ପାରନ୍ତି । ସେ କଠଉ ଛତା ନେଇ ନଥିବାରୁ ଝାଞ୍ଜି ଖରାରେ ତାଙ୍କ ଦେହରୁ ଶ୍ରମଝାଳ ବହିଯାଉଥୁବ ଓ ସେ ବୃକ୍ଷ ଛାୟାରେ ବିଶ୍ରାମ ନେଉଥିବେ ଏବଂ ତାଙ୍କ କୋମଳ ପାଦରେ କଣ୍ଟା ଫୁଟି କଷ୍ଟ ଦେଉଥବ । ନାନା ସୁମିଷ୍ଟ ଦ୍ରବ୍ୟ ତାଙ୍କୁ ରୁଚୁନଥିବା ବେଳେ ବନରେ କ୍ଷୁଧାରେ ପୀଡ଼ିତ ହୋଇଥବେ ବୋଲି ଯଶୋଦା ଆଶଙ୍କା କରିଛନ୍ତି ।
୩ । ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) କିଏ କାହାକୁ ନିଧନ ସଙ୍ଖାଳି ବୋଲି କହିଛନ୍ତି ?
ଉ : କୃଷ୍ଣ ଥିଲେ ଯଶୋଦାଙ୍କ ପାଇଁ ଅମୂଲ୍ୟ ସମ୍ପଦ । ବୃଦ୍ଧ କାଳରେ ଲାଭ କରିଥିବା ଏହି ସନ୍ତାନଟିକୁ ଯଶୋଦା ନିଧନ ସଙ୍ଖାଳି ବୋଲି କହିଛନ୍ତି ।
(ଖ) ଶ୍ରୀକୃଷ୍ଣଙ୍କୁ କେଉଁ କେଉଁ ଖାଦ୍ୟ ରୁଚେ ନାହିଁ ବୋଲି ଯଶୋଦା କହିଛନ୍ତି ।
ଉ : ଶ୍ରୀକୃଷ୍ଣ ଥିଲେ ଯଶୋଦାଙ୍କର ଅଲିଅଳ ସନ୍ତାନ । ସେ ତାଙ୍କୁ ନାନା ପ୍ରକାର ରୁଚିକର ଖାଦ୍ୟ ଦେଉଥିଲେ । ତେବେ ଗୋଟିକା, ଅଧାମ ଓ ସର ଆଦି ଖାଦ୍ୟ ମଧ୍ୟ ତାଙ୍କୁ ରୁଚେ ନାହିଁ ବୋଲି ଯଶୋଦା କହିଛନ୍ତି ।
(ଗ) ଶ୍ରମ ପାଇ କୃଷ୍ଣ କ’ଣ କରୁଥିବେ ବୋଲି ଯଶୋଦା କହିଛନ୍ତି ?
ଉ : ଶ୍ରୀକୃଷ୍ଣ ଗୋରୁପଲ ନେଇ ଜଙ୍ଗଲକୁ ଯାଇଥାଆନ୍ତି । ବଣ ଜଙ୍ଗଲରେ ବିଭିନ୍ନ ସ୍ଥାନ ବୁଲି ପଥଶ୍ରମ ପାଇ ଶ୍ରୀକୃଷ୍ଣ ଗଛତଳରେ ବସିଥିବେ ବୋଲି ଯଶୋଦା କହିଛନ୍ତି ।
(ଘ) ଯଶୋଦା କେଉଁ ସ୍ବର ଶୁଣିପାରି ନାହାନ୍ତି ?
ଉ : ଯଶୋଦାଙ୍କର କୃଷ୍ଣଙ୍କ ପ୍ରତି ଥିଲା ଅହେତୁକ ମମତା । କୃଷ୍ଣ ଗୋରୁପଲ୍ଲ ନେଇ ବଣକୁ ଚରାଇବାକୁ ଯାଇଥିବା ସମୟରେ ଯଶୋଦା ତାଙ୍କର ଫେରିବା ବେଳର ମୁରଲୀ ସ୍ବରକୁ ଅପେକ୍ଷା କରନ୍ତି । କୃଷ୍ଣଙ୍କ ଫେରିବାରେ ବିଳମ୍ବ ହେତୁ ଯଶୋଦା ସେହି ମୁରଲୀ ସ୍ଵର ଶୁଣିପାରି ନାହାଁନ୍ତି ।
No comments:
Post a Comment