8th Class MIL Brukshya Mahatmya Question Answers | 8th class mil chapter 1 question answer | Question answer | 8th class odia brukhya mahatmya question answer | Chapter 1 Burkhya Mahatma Question Answer.
Brukshya Mahatmya Question Answers
ଆସ, ଜାଣିବା କେତୋଟି ନୂତନ ଶବ୍ଦ :
ନୂତନ ଶବ୍ଦ ଅର୍ଥ
ମାହାତ୍ମ୍ୟ - ମହିମା, ପ୍ରଭାବ
କ୍ଷାର - ସୋଢା, ଖାର
ନିତ୍ଯ - ପ୍ରତିଦିନ, ସର୍ବଦା
ତୋଷ - ସନ୍ତୋଷ, ତୃପ୍ତ
ଇହପରଲୋକ - ମର୍ତ୍ତ୍ୟଲୋକ ଓ ସ୍ୱର୍ଗଲୋକ (ଲୋକାନ୍ତର )
ପାଠ୍ୟପୁସ୍ତକ ଅନ୍ତର୍ଗତ ପ୍ରଶ୍ନବଳୀର ଉତ୍ତର
୧| ଆସ, କଥାବାର୍ତ୍ତା ହେବା ।
(କ) ଓଡ଼ିଆ ଭାଗବତ ରଚୟିତା କିଏ ?
ଉ : ଓଡ଼ିଆ ଭାଗବତର ରଚୟିତା ଅତିବଡ଼ୀ ଜଗନ୍ନାଥ ଦାସ ।
(ଖ) କବି ଜଗନ୍ନାଥ ଦାସ କେଉଁ ଶତାବ୍ଦୀରେ ଜନ୍ମ ଗ୍ରହଣ କରିଥିଲେ ?
ଉ : କବି ଜଗନ୍ନାଥ ଦାସ ପଞ୍ଚଦଶ ଓ ଷୋଡ଼ଶ ଶତାବ୍ଦୀରେ ଜନ୍ମଗ୍ରହଣ କରିଥିଲେ ।
(ଗ) ଓଡ଼ିଆ ଭାଗବତର କେଉଁ ସ୍କନ୍ଧରୁ ‘ବୃକ୍ଷ ମାହାତ୍ମ୍ୟ’ କବିତାଟି ଅଣାଯାଇଛି ?
ଉ : ଓଡ଼ିଆ ଭାଗବତର ଦଶମ ସ୍କନ୍ଧରୁ ‘ବୃକ୍ଷ ମାହାତ୍ମ୍ୟ’ କବିତାଟି ଅଣାଯାଇଛି ।
(ଘ) କେଉଁମାନଙ୍କ ଆଗରେ ଶ୍ରୀକୃଷ୍ଣ ବୃକ୍ଷର ମହିମା କଥା କହୁଥିଲେ ?
ଉ : ଗୋପ ବାଳକମାନଙ୍କ ଆଗରେ ଶ୍ରୀକୃଷ୍ଣ ବୃକ୍ଷର ମହିମା କଥା କହୁଥିଲେ ।
(ଙ) ଯମୁନା ବିଷୟରେ କ’ଣ କୁହାଯାଇଛି ?
ଉ : ଯମୁନା କୂଳରେ ଗୋପବାଳକମାନଙ୍କ ସହିତ ଶ୍ରୀକୃଷ୍ଣ ପହଞ୍ଚିଛନ୍ତି ଓ ଯମୁନାର ସୁଶୀତଳ ଜଳପାନ କରି ବୃକ୍ଷତଳେ ବିଶ୍ରାମ ନେଇଥିବା କଥା ଯମୁନା ବିଷୟରେ କୁହାଯାଇଛି ।
୨| ଆସ, ଦୁଇ ବା ତିନୋଟି ବାକ୍ୟରେ ତଳ ପ୍ରଶ୍ନର ଉତ୍ତର ଲେଖୁବା ।
(କ) ଶ୍ରୀକୃଷ୍ଣଙ୍କ ନାମ ‘ଦାମୋଦର’ ହୋଇଛି; ଏହାର କାରଣ କ'ଣ ?
ଉ: ‘ଦାମ’ ଶବ୍ଦର ଅର୍ଥ ଦଉଡ଼ି । ପିଲାଦିନେ ଅମାନିଆ ଶ୍ରୀକୃଷ୍ଣଙ୍କୁ ତାଙ୍କ ମାତା ଯଶୋଦା ଦଉଡ଼ିରେ ବାନ୍ଧିଥିବାର ଦାଗ ତାଙ୍କ ଶରୀରରେ ରହି ଯାଇଥିଲା । ସେହି ହେତୁ ଶ୍ରୀକୃଷ୍ଣଙ୍କ ନାମ ଦାମୋଦର ହୋଇଛି ।
(ଖ) ଗୋପବାଳକମାନେ ଦୁଃଖ ଅନୁଭବ କରୁଥିଲେ କାହିଁକି ?
ଉ : ପ୍ରଚଣ୍ଡ ଗ୍ରୀଷ୍ମତାପ ହେତୁ ଗୋପବାଳକମାନେ ଦୁଃଖ ଅନୁଭବ କରୁଥିଲେ ।
(ଗ) ବୃକ୍ଷକୁ ସୁଜନଙ୍କ ସହିତ ତୁଳନା କରାଯିବାର କାରଣ କ’ଣ ?
ଉ : ସୁଜନମାନେ ପରର ଉପକାର କରିଥାଆନ୍ତି । ଠିକ୍ ସେହିଭଳି ବୃକ୍ଷ ପରୋପକାରୀ ଅଟେ । ଏହା ହିଁ ବୃକ୍ଷକୁ ସୁଜନଙ୍କ ସହିତ ତୁଳନା କରାଯିବାର କାରଣ ।
(ଘ) ‘ଜୀବିକା ହୋନ୍ତି ପ୍ରାଣୀଙ୍କର’ – ଏହି ଧାଡ଼ିରୁ ବୃକ୍ଷର ଉପକାରିତା ସମ୍ପର୍କରେ ତୁମେ କ’ଣ ଜାଣିବାକୁ ପାଉଛ ?
ଉ : ‘ ଜୀବିକା ହୋନ୍ତି ପ୍ରାଣୀଙ୍କର’– ଏହି ଧାଡ଼ିରୁ ବୃକ୍ଷର ଉପକାରିତା ସମ୍ପର୍କରେ ଜାଣିବାକୁ ପାଉଛୁ ।
() କେଉଁ ସ୍ଥାନକୁ ଗଲେ ଅତିଥିଙ୍କୁ ନିରାଶ ହେବାକୁ ପଡ଼େ ନାହିଁ ?
ଉ : ସୁଜନ ବା ଉତ୍ତମ ଲୋକମାନଙ୍କ ଘରକୁ ଗଲେ ଅତିଥଙ୍କୁ ନିରାଶ ହେବାକୁ ପଡ଼େ ନାହିଁ ।
୩ । ଆସ, ୧୦୦ ରୁ ୧୨୦ ଟି ଶବ୍ଦ ମଧ୍ଯରେ ତଳ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖୁବା ।
(କ) ‘ବୃକ୍ଷମାନଙ୍କ ଜୀବନ ଧନ୍ୟ’ – କବି ଏପରି କାହିଁକି କହିଛନ୍ତି ?
[2019-2020-ସମିତି
ଉ: କବି ଅତିବଡ଼ୀ ଜଗନ୍ନାଥ ଦାସ ଓଡ଼ିଆ ଭାଗବତର ସ୍ରଷ୍ଟା ଭାବେ ବିଶେଷ ପରିଚିତ । ଭାଗବତରେ ବିଭିନ୍ନ ପ୍ରସଙ୍ଗ ବର୍ଣନା କରି ସେ ମାନବ ସମାଜକୁ ଶିକ୍ଷା ପ୍ରଦାନ କରିଛନ୍ତି | ‘ବୃକ୍ଷ ମାହାତ୍ମ୍ୟ’ କବିତାଟି ଭାଗବତର ଅଂଶବିଶେଷ । ଏହା ଗୋପଲୀଳାର ତ୍ରୟୋବିଂଶ ଅଧ୍ୟାୟରୁ ଗୃହୀତ | ଏହି କବିତାଟିରେ କବି ବୃକ୍ଷମାନଙ୍କର ମାହାତ୍ମ୍ୟ ବର୍ଣ୍ଣନା କରି ସେମାନଙ୍କ ଜୀବନ କିଭଳି ଧନ୍ୟ ତାହା ଆଲୋଚନା କରିଛନ୍ତି ।
ଏକଦା ଶ୍ରୀକୃଷ୍ଣ ଗୋପବାଳକମାନଙ୍କ ସହିତ ବନରେ ଗୋରୁ ଚରାଉଥିବାବେଳେ ଗ୍ରୀଷ୍ମ ତାପରୁ ରକ୍ଷା ପାଇବା ପାଇଁ ଗୋଟିଏ ବୃକ୍ଷର ସୁଶୀତଳ ଛାୟାରେ ବସିଛନ୍ତି । ସେ ଗୋପବାଳକମାନଙ୍କୁ ବୃକ୍ଷର ମାହାତ୍ମ୍ୟ ବୁଝାଇ କହିଛନ୍ତି । ବୃକ୍ଷମାନଙ୍କ ପରୋପକାରିତାର ସୂଚନା ଦେଇ କବି ଶ୍ରୀକୃଷ୍ଣଙ୍କ ମୁଖରେ ସେମାନଙ୍କ ଜୀବନ ଧନ୍ୟ ବୋଲି କହିଛନ୍ତି ।
- ବୃକ୍ଷ ସୁଜନମାନଙ୍କ ସ୍ୱଭାବ ଭଳି ନିଜକୁ ଅନ୍ୟମାନଙ୍କ ସୁଖବିଧାନ ପାଇଁ ସମର୍ପିତ କରିଥାଏ | ସେ ଶୀତ, ବର୍ଷା, ଗ୍ରୀଷ୍ମର ତାପ ନିଜେ ସହ୍ୟ କରି ଅନ୍ୟମାନଙ୍କୁ ସୁଖ ବିତରଣ କରେ ପ୍ରାଣୀମାନଙ୍କ ଜୀବନ ଧାରଣର ସହାୟକ ହୋଇଥିବାରୁ ବୃକ୍ଷର ଜୀବନ ଧନ୍ୟ $ କାରଣ ପରୋପକାର ସାଧନ କବିଙ୍କ ବିଚାରରେ ଏକ ପୁଣ୍ୟକର୍ମ । ଏ ସଂସାରରେ ଯେଉଁ ପ୍ରାଣୀ ମନ, ବଚନ ଓ ଧନରେ ପରର ଉପକାର କରେ ସେ ହିଁ ଧନ୍ୟ । ତା’ର ଇହକାଳ ଓ ପରକାଳ ଉଭୟ ଧନ୍ୟ ହୁଏ । କବିଙ୍କ ବର୍ଣ୍ଣନାରେ
‘ମନ ବଚନ ଧନେ କରି,
ଯେ ହୋଏ ପର ଉପକାରୀ ।
ଦିନ ହରଚି ଦୁଃଖ ସୁଖେ
ସେ ଧନ୍ୟ ଇହ ପରଲୋକେ ।’’
. ବୃକ୍ଷ ସର୍ବଦା ପରୋପକାର କରେ । ତା’ ନିକଟରେ କାହାରି ପ୍ରତି କାର୍ପଣ୍ୟ ନ ଥାଏ । ସେ ପତ୍ର, ଫୁଲ, ଫଳ, ଛାଇ, ମୂଳ, ବକଳ, କାଠ, କ୍ଷାର, ଅଙ୍ଗାର, ଭସ୍ମ, ଅଠା, ଗୃହୋପଯୋଗୀ କଣ୍ଟା ଇତ୍ୟାଦି ଦେଇ ପରୋପକାର କରିଥାଏ । ତେଣୁ ତା’ର ଏହି ତ୍ୟାଗ ପାଇଁ ସେ ଧନ୍ୟ ।
(ଖ) ଅବିଚାରିତ ଭାବରେ ବୃକ୍ଷଛେଦନ ଫଳରେ ସମାଜରେ କି ପ୍ରକାର କ୍ଷତି ଘଟୁଛି ?
ଉ : ଓଡ଼ିଆ ସାହିତ୍ୟରେ କବି ଜଗନ୍ନାଥ ଦାସ ଜଣେ ଭକ୍ତକବି ରୂପେ ପରିଚିତ । ତାଙ୍କ ରଚିତ ଭାଗବତ ଓଡ଼ିଆ ଜାତିର ଅମୂଲ୍ୟ ସମ୍ପଦ । ଏହି ଗ୍ରନ୍ଥରେ ସେ ଓଡ଼ିଆ ଜନଜୀବନକୁ ନୀତିଶିକ୍ଷା ପ୍ରଦାନ କରିବା ନିମିତ୍ତ ଅନେକ ଅମୂଲ୍ୟ କଥା ଓ ମାହାତ୍ମ୍ୟର ବର୍ଣ୍ଣନା କରିଛନ୍ତି । କବିଙ୍କ ରଚିତ ଭାଗବତର ଦଶମ ସ୍କନ୍ଧ ଅନ୍ତର୍ଗତ ଏକ ପ୍ରସଙ୍ଗଟି ‘ବୃକ୍ଷ ମାହାତ୍ମ୍ୟ’ କବିତାର ପ୍ରାଣକେନ୍ଦ୍ର । ଉକ୍ତ କବିତାରେ ବୃକ୍ଷର ମାହାତ୍ମ୍ୟ ବର୍ଣ୍ଣନା କରି କବି ଏ ଜାତିକୁ ମହାନ୍ ଶିକ୍ଷା ଦେଇଛନ୍ତି । ଅବିଚାରିତ ଭାବରେ ବୃକ୍ଷ ଛେଦନ ଫଳରେ ସମାଜରେ କି ପ୍ରକାର କ୍ଷତି ଘଟୁଛି ତାହାକୁ ନିମ୍ନୋକ୍ତ ରୂପେ ବର୍ଣ୍ଣନା କରାଯାଇପାରେ ।
ଏକ ସୁସ୍ଥ ପରିବେଶରେ ସମାଜର ଅଶେଷ ଉପକାର ସାଧନ ହୁଏ । ସୁସ୍ଥ ପରିବେଶ ଗଠନ ନିମିତ୍ତ ସବୁଜ ବନାନୀର ଆବଶ୍ୟକତା ଅନସ୍ବୀକାର୍ଯ୍ୟ I ପ୍ରାଣୀ ଓ ଉଦ୍ଭିଦ ପରସ୍ପର ନିର୍ଭରଶୀଳ ହୋଇଥୁବାରୁ ବୃକ୍ଷଲତା ବିନା ପ୍ରାଣୀଜଗତ ତିଷ୍ଠି ରହିବା ଅସମ୍ଭବ । ତେଣୁ ଆମେମାନେ ବୃକ୍ଷ ସଂରକ୍ଷଣ ଦିଗରେ ଯତ୍ନବାନ ହେବା ଉଚିତ୍ । ବର୍ତ୍ତମାନ ଅବିଚାରିତଭାବରେ ବୃକ୍ଷଛେଦନ କରାଯାଉଥିବାରୁ ଏହାଦ୍ୱାରା ସମାଜର ବିଭିନ୍ନ କ୍ଷତି ହେଉଛି I
ବୃକ୍ଷଲତା ଆମର ବନ୍ଧୁ । ଏହା ଆମକୁ ଖାଦ୍ୟ, ଜାଳେଣି, ଆସବାବପତ୍ର, ଗୃହୋପକରଣ ଆଦି ଯୋଗାଇଥାଏ । ବର୍ତ୍ତମାନ ବୃକ୍ଷଛେଦନ ହେତୁ ଆମେମାନେ ଏସବୁ ସମ୍ପଦ ପାଇବାରୁ ବଞ୍ଚିତ ହେଉଛୁ । ଏହା ପରିବେଶ ଉପରେ କୁପ୍ରଭାବ ପକାଉଛି ।
ବୃକ୍ଷମାନେ ପରିବେଶର ସୁରକ୍ଷା ସହିତ ମୃତ୍ତିକା ସଂରକ୍ଷଣ, ଜଳବାୟୁ ନିୟନ୍ତ୍ରଣରେ ସାହାଯ୍ୟ କରନ୍ତି । ଅବିଚାରିତ ଭାବେ ବୃକ୍ଷଛେଦନ ହେତୁ ଏ କ୍ଷେତ୍ରରେ ସମାଜ ଜୀବନ ପ୍ରଭାବିତ ହେଉଛି । ମୃର୍ତ୍ତିକା କ୍ଷୟ ହେଉଛି । ଫସଲ ପାଇଁ ଜମି ଅନୁପଯୋଗୀ ହେଉଛି । ବୃଷ୍ଟିପାତରେ ଅନିୟମିତତା ଦେଖାଦେଉଛି ।
*ବୃକ୍ଷମାନେ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ବାୟୁରୁ ଅଙ୍ଗାରକାମ୍ଳ ବାଷ୍ପ ଗ୍ରହଣ କରି ଅମ୍ଳଜାନ ଛାଡ଼ନ୍ତି । ଏହା ମନୁଷ୍ୟ ଓ ପଶୁପକ୍ଷୀମାନେ ଗ୍ରହଣ କରନ୍ତି । ପ୍ରାଣୀ ସମାଜ ବଞ୍ଚି ରହେ । ବୃକ୍ଷଚ୍ଛେଦନ ହେତୁ ବାୟୁମଣ୍ଡଳ ଦୂଷିତ ହେଉଛି |
ବାସ୍ତବିକ ଅବିଚାରିତଭାବେ ବୃକ୍ଷଚ୍ଛେଦନ ଫଳରେ ସମାଜର ଅଶେଷ କ୍ଷତି ସାଧୁତ ହେଉଛି । ଏ କ୍ଷେତ୍ରରେ ଆମକୁ ସଚେତନ ହେବାକୁ ପଡ଼ିବ । ଏଭଳି କାର୍ଯ୍ୟରୁ ଲୋକମାନଙ୍କୁ ନିବୃତ୍ତ କରାଇବାକୁ ହେବ । ସମସ୍ତଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ପଡ଼ିବ ।
(ଗ) ବୃକ୍ଷମାନେ ପରର ଉପକାର କିପରି କରନ୍ତି ?
ଉ : ଓଡ଼ିଆ ସାହିତ୍ୟରେ କବି ଜଗନ୍ନାଥ ଦାସଙ୍କ ରଚିତ ଭାଗବତ ଏକ ଲୋକଶିକ୍ଷାମୂଳକ ସୃଷ୍ଟି । ମାନବ ସମାଜକୁ ନାନାବିଧ ଉଚ୍ଚଭାବମୂଳକ ଶିକ୍ଷାଦାନ କରିବାରେ କବି ବିଭିନ୍ନ ପ୍ରସଙ୍ଗ ବର୍ଣନା କରି ଭାଗବତକୁ ବିଶେଷ ଲୋକପ୍ରିୟ କରିଛନ୍ତି । ‘ବୃକ୍ଷର ମାହାତ୍ମ୍ୟ’ କବିତାଟି ଭାଗବତର ଅଂଶବିଶେଷ ହୋଇଥିବାରୁ ଏଥିରେ କବି ବୃକ୍ଷମାନେ କିପରି ଭାବରେ ପରର ଉପକାର କରନ୍ତି, ସେ ବିଷୟରେ ଅନେକ କଥା ଆଲୋଚନା କରିଛନ୍ତି |
ଏକଦା କୃଷ୍ଣ ଗୋପବାଳକମାନଙ୍କ ମେଳରେ ଗୋରୁ ଚରାଉଥିବାବେଳେ ଗ୍ରୀଷ୍ମ ବାଧା ହେତୁ ବୃକ୍ଷର ସୁଶୀତଳ ଛାୟାରେ ବସିଛନ୍ତି । ଏହି ଅବସରରେ ସେ ବୃକ୍ଷର ଉପକାରିତା ବିଷୟରେ ସେମାନଙ୍କୁ କହିଛନ୍ତି ।
ବୃକ୍ଷମାନେ ଶୀତ, ବର୍ଷା ଓ ଗ୍ରୀଷ୍ମ ତାପକୁ ସହ୍ୟ କରି ଅନ୍ୟମାନଙ୍କୁ ସୁଖଦାନ କରନ୍ତି । ସେମାନେ ପତ୍ର, ଫୁଲ, ଫଳ, ଛାଇ, ମୂଳ, ବକଳ, କାଠ, କ୍ଷୀର, ଅଙ୍ଗାର, ଭସ୍ମ, ଅଠା ଓ ଗୃହ ନିମିତ୍ତ ବାଡ଼ ଉପଯୋଗୀ କଣ୍ଟା ଦାନ କରନ୍ତି | କବିଙ୍କ ବର୍ଣ୍ଣନାରେ –
‘‘ଏତେ ପ୍ରକାରେ ସେବାକରି
ନିତ୍ୟେ ଏ ପର ଉପକାରୀ ।’’
ବୃକ୍ଷମାନଙ୍କର ଉପକାରର ଏଭଳି ମହତ୍ତ୍ବକୁ କବି ସୁଜନମାନେ ମହତ୍ ଗୁଣ ବୋଲି କହିଛନ୍ତି । ସୁଜନମାନଙ୍କ ଗୃହକୁ ଗଲେ ଅତିଥିମା ଯେଭଳି ନିରାଶ ହୁଅନ୍ତି ନାହିଁ ଠିକ୍ ସେହିଭଳି ବୃକ୍ଷମାନେ ପରୋପକା ହୋଇଥୁବାରୁ କାହାରିକୁ କେବେ ନିରାଶ କରନ୍ତି ନାହିଁ ।
ଉପରୋକ୍ତ ଆଲୋଚନା ଅନୁଯାୟୀ ବିଚାର କଲେ ବାସ୍ତବ ବୃକ୍ଷମାନେ ପରର ଉପକାର କରନ୍ତି ।
ଆସ, କବିତାର ପଦ ପୂରଣ କରିବା ।
(କ) କ୍ଷାର, ଅଙ୍ଗାର, ଭସ୍ମ, ଅଠା ।
: କ୍ଷାର, ଅଙ୍ଗାର, ଭସ୍ମ, ଅଠା ।
ଗୃହକୁ ସାଜି ବାଡ଼ କଣ୍ଟା ।।
(ଖ) ଧନ୍ୟ ଜୀବନ ଏହାଙ୍କର ।
ଉ: ଧନ୍ୟ ଜୀବନ ଏହାଙ୍କର ।
ଜୀବିକା ହୋନ୍ତି ପ୍ରାଣୀଙ୍କର ।।
(ଗ) ପତ୍ର କୁସୁମ ଫଳ ଛାଇ ।
ଉ: ପତ୍ର କୁସୁମ ଫଳ ଛାଇ ।
ମୂଳ ବକଳ ଦାରୁ ଦେଇ ।।
୪ ଏହି କବିତାରୁ ଭଲ ଲାଗୁଥିବା ପଦଗୁଡ଼ିକ ନିର୍ବାଚନ କରି ଆବୃତ୍ତି କରିବା ?
ଉ (କ) ପରେ କରନ୍ତି ଉପକାର ।
ସୁଜନ ପ୍ରାଣୀଙ୍କ ବେଭାର । ।
(ଖ) ସୁଜନ ଘରେ ଯେହ୍ନେ ଯାଇ ।
ଅତିଥୁ ନିରାଶ ନୁହଇ ।।
(ଗ) ମନବଚନ ଧନେ କରି ।
ଯେ ହୋଏ ପର ଉପକାରୀ ।।
ଦିନ ହରନ୍ତି ଦୁଃଖ ସୁଖେ ।
ସେ ଧନ୍ୟ ଇହ ପରଲୋକେ ।।
୫। ଆସ, ସରଳଭାଷାରେ ବୁଝାଇ ଲେଖୁବା ।
(କ) ଏହାଙ୍କ ପ୍ରାୟେ ଯେବେ ହୋଇ
ସଂସାର ମଧ୍ୟ ଦେହ ବହି ।
: “ ଏହାଙ୍କ ... ବହି ।??
ଶଂସିତ ଉଦ୍ଧୃତାଂଶଟି ଅତିବଡ଼ୀ ଜଗନ୍ନାଥ ଦାସଙ୍କ ରଚିତ ‘ବୃକ୍ଷ ମାହାତ୍ମ୍ୟ’ ଶୀର୍ଷକ କବିତାରୁ ଗୃହୀତ । ଉକ୍ତ ପ୍ରସଙ୍ଗରେ କବି ବୃକ୍ଷର ପରୋପକାରିତା ବିଷୟରେ ସୂଚନା ଦେଇଛନ୍ତି |
ଶ୍ରୀକୃଷ୍ଣ ଗୋରୁ ଚରାଉଥିବାବେଳେ ବୃକ୍ଷ ଛାୟାରେ ବସିଛନ୍ତି । ସେ ସେମାନଙ୍କୁ ବୃକ୍ଷର ମାହାତ୍ମ୍ୟ ବିଷୟରେ ବିଭିନ୍ନ କଥା ବୁଝାଇ କହିଛନ୍ତି | ସୃଜନମାନଙ୍କ ପରୋପକାରିତା ଭଳି ବୃକ୍ଷର ମହତ୍ ଗୁଣ ରହିଛି ବୋଲି ଗୋପବାଳକମାନଙ୍କୁ କୃଷ୍ଣ ଜଣାଇଛନ୍ତି । ସୁଜନମାନଙ୍କ ଗୃହକୁ ଗଲେ ଅତିଥ ଯେଭଳି ନିରାଶ ହୁଅନ୍ତି ନାହିଁ ଠିକ୍ ସେହିଭଳି ବୃକ୍ଷମାନଙ୍କ ନିକଟକୁ ଗଲେ କେହି କେବେ ନିରାଶ ହୁଅନ୍ତି ନାହିଁ ରୂପରୋପକାରୀ ବୃକ୍ଷ ପତ୍ର, ଫୁଲ, ଫଳ, ଛାଇ, ମୂଳ, ବକଳ, କାଠ, କ୍ଷାର, ଅଙ୍ଗାର, ଭସ୍ମ ଓ ଅଠା ଆଦି ପ୍ରଦାନ କରି ନିଜର ସେବାପରାୟଣତାର ପରିଚୟ ଦେଇଥାଏ | ପ୍ରାଣୀମାନେ ସଂସାର ମଧ୍ୟରେ ଦେହ ଧରି ଏହିଭଳି ସେବାପରାୟଣ ହେବା ଉଚିତ ବୋଲି । ଗୋପବାଳକମାନଙ୍କୁ କହିଛନ୍ତି |
ପ୍ରସଙ୍ଗଟି ଶିକ୍ଷାମୂଳକ ।
(ଖ) ମନ ବଚନ ଧନେ କରି
ଯେ ହୋଏ ପର ଉପକାରୀ । ।
ଦିନ ହରନ୍ତି ଦୁଃଖ ସୁଖେ
ସେ ଧନ୍ୟ ଇହ ପରଲୋକେ ||
ଉ: ‘ମନ ... ... ... ... ... ପରଲୋକେ ।’’
ଶଂସିତ ଉଦ୍ଧୃତାଂଶଟି ‘ବୃକ୍ଷ ମାହାତ୍ମ୍ୟ’ ଶୀର୍ଷକ ପଦ୍ୟରୁ ଗୃହୀତ । ଉକ୍ତ ପ୍ରସଙ୍ଗରେ କବି ଜଗନ୍ନାଥ ଦାସ ପରୋପକାରୀ ଜୀବନ କିଭଳି ଧନ୍ୟହୁଏ ତାହା ବର୍ଣନା କରିଛନ୍ତି ।.
.ଗୋପାଳ ବାଳକମାନଙ୍କ ମେଳରେ ଶ୍ରୀକୃଷ୍ଣ ଗୋରୁ ଚରାଉଥିବାବେଳେ ବୃକ୍ଷର ସୁଶୀତଳ ଛାୟାରେ ବସିଛନ୍ତି | ବୃକ୍ଷର ପରୋପକାରିତା ଗୁଣ ସମ୍ପର୍କରେ ସେମାନଙ୍କୁ ବୁଝାଇବାକୁ ଯାଇ କୃଷ୍ଣ କହିଛନ୍ତି ଯେ ସଂସାରରେ ପରୋପକାରୀ ହିଁ ଧନ୍ୟ ଯେଉଁ ପ୍ରାଣୀମାନେ ମନ, ବଚନ ଓ ଧନରେ ପରୋପକାରୀ ହୁଅନ୍ତି,ସେମାନେ ଦୁଃଖ ସୁଖରେ କାଳ କାଟିବା ସହିତ ଇହଜନ୍ମ ଓ ପରଜନ୍ମରେ ଧନ୍ୟ ହୁଅନ୍ତି ।
ପ୍ରସଙ୍ଗଟି ମହାନ୍ ଶିକ୍ଷାମୂଳକ ।
୬ । ତଳ ଲିଖୁତ ନାମମାନଙ୍କ ମଧ୍ୟରୁ ଯେଉଁଗୁଡ଼ିକ ଶ୍ରୀକୃଷ୍ଣଙ୍କ ସଖାକ ନାମ ନୁହେଁ, ତାହାକୁ ବାଛି ଲେଖୁବା ।
ଶ୍ରୀଦାମ, ଅର୍ଜୁନ, ସୁବଳ, ବିଶାଳ,ପାଂଶୁ, ଦେବପ୍ରସ୍ଥ ।
ଉ : ପାଂଶୁ
୭ | ତଳେ ଦିଆଯାଇଥିବା ଶବ୍ଦର ଅର୍ଥ ଡାହାଣପଟରେ ଥିବା ବନ୍ଧନୀ ମଧ୍ୟରୁ ବାଛି ଲେଖିବା ।
(କ) ଘର୍ମ (ବର୍ଷା, ଝାଳ, ଲାଳ, ଚମଡ଼ା)
ଉ : ଝାଳ
(ଖ) ଦାରୁ (ସୁନ୍ଦର, କର୍କଶ, ମଠ, କାଠ)
ଉ : କାଠ
(ଗ) ଦ୍ୟନ୍ତି (ଥୁଅନ୍ତା, କୁହନ୍ତି, ନିଅନ୍ତି, ଦିଅନ୍ତି)
: ଦିଅନ୍ତା
ଆସ, ନୂତନ ଶବ୍ଦ ଲେଖୁବା :
ΓΙ ‘ମହତ’ ଶବ୍ଦରେ ‘ତ୍ଵ’ ପ୍ରତ୍ୟୟ ଯୋଗକଲେ ଶବ୍ଦଟି ହୁଏ ‘ମହତ୍ତ୍ବ’ । ସେହିପରି ନିମ୍ନଲିଖତ ଶବ୍ଦମାନଙ୍କରେ ‘ତ୍ବ’ ପ୍ରତ୍ୟୟ ଯୋଗ କରି ନୂଆ ଶବ୍ଦଗୁଡ଼ିକୁ ଲେଖୁବା ।
(ଗୁରୁ, ବିଶେଷ, ସତ୍, କ୍ଷୁଦ୍ର, ଦୂର, ସ୍ୱ)
ଦିଆଯାଇଥିବା ଶବ୍ଦ
(ଉ.) ନୂତନ ଶବ୍ଦ
ଗୁରୁ -ଗୁରୁ + ତ୍ବ = ଗୁରୁତ୍ବ
ବିଶେଷ - ବିଶେଷ + ତ୍ବ = ବିଶେଷତ୍ଵ
ସତ୍ - ସତ୍ + ତ୍ବ = ସତ୍ତ୍ୱେ
କ୍ଷୁଦ୍ର - କ୍ଷୁଦ୍ର + ତ୍ବ = କ୍ଷୁଦ୍ରତ୍ୱ
ଦୂର - ଦୂର + ତ୍ବ = ଦୂରତ୍ୱ
ସ୍ବ - ସ୍ବ + ତ୍ବ = ସ୍ଵତ୍ଵ
୯ ବନ୍ଧନୀ ମଧ୍ଯରୁ ଠିକ୍ ଶବ୍ଦ ବାଛି ପଦ ପୂରଣ କରିବା ।
(କ)
ଉ : ମନ ବଚନ ଧନେ କରି
ଯେ ହୋଏ ପର ଉପକାରୀ ।
(ଖ)
ଉ : ଶୀତ ବରଷା ଘର୍ମ ଦୁଃଖ
ସହି ଆମ୍ଭଙ୍କୁ ଦ୍ୟନ୍ତି ସୁଖ ।
୧୦ | ରେଖାଙ୍କିତ ଶବ୍ଦଗୁଡ଼ିକର ଅର୍ଥ ପାଖ କୋଠରିରେ ଲେଖୁବା । (କ) ନିଦାଘ ରବି ତେଜ ଲାଗି
ଉ : ଲାଗି – ଦେହରେ ଲାଗି, ସଂସ୍ପର୍ଶରେ ଆସି ।
ଉ : ଲାଗି - ନିମିତ୍ତ, ପାଇଁ
(ଖ)
ଉ : ଲାଗେ - କୂଳରେ, ନିକଟରେ
ଉ : ଲାଗେ – ପ୍ରୟୋଜନ ହୁଏ, କାମରେ ଲାଗେ ।
୧୧ ପ୍ରତିଶବ୍ଦ ଲେଖିବା ।
ରବି : ଭାନୁ, ତପନ
ବୃକ୍ଷ : ତରୁ, ବିଟପୀ
ପୁଷ୍ପ : ସୁମନ, କୁସୁମ I
ପଲ୍ଲବ ପତ୍ର, ଦଳ ଛଡ଼ା
Brukshya Mahatmya Extra Question Answers
କବିତାର ପଦ ପୂରଣ କର ।
୧ । .............ପାଦେ ମନ ଥୋଇ, ମିଳିଲେ ନିଜ ଘରେ ଯାଇ ।
ଉ : (୧) ଗୋବିନ୍ଦ
୨ । ଗୋପାଳ ମେଳେ_......... , ଗାଈ ଚରାଇ ଗଲେ ଦୂର ।
ଉ :(୨) ଦାମୋଦର
୩ । ଚରାନ୍ତି ଗୋରୁ.............ଶୀତଳ ଛାୟା ବୃକ୍ଷତଳେ ।
ଉ :(୩) ଗୋପମେଳେ,
୪। ହେ ନ ମିତ ମୋର, ଶ୍ରୀଦାମ ଅର୍ଜୁନ ସୁବଳ । -
ଉ : (୪) ସ୍ତୋକକୃଷ୍ଣ
୫। ପରେ କରନ୍ତି ଉପକାର, ସୁଜନ ପ୍ରାଣୀଙ୍କ........|
ଉ :୫) ବେଭାର
୬ , ...............ଯେହ୍ନେ ଯାଇ, ଅତିଥୁ ନିରାଶ ନୁହଇ ।
ଉ : (୬) ସୁଜନଘରେ
୭ ।ଏତେ ପ୍ରକାରେ ସେବା କରି,..............ଏ ପର ଉପକାରୀ ।
ଉ : (୭) ନିତ୍ୟ
୮ । ପୁଷ୍ପ ______ଫଳ ଦଳେ, ତରୁର ଲମ୍ବ ଡାଳ ତଳେ । ।
ଉ : (୮) ପଲ୍ଲବ
୯ । ଗୋରୁ ଗୋପାଳ ଘେନି.........ମିଳିଲେ ଯମୁନାର ଲାଗେ ।
ଉ : (୯) ସଙ୍ଗେ
୧୦ । ଶୀତଳ ଜଳ ପାନ କରି, ବୃକ୍ଷର ତଳେ_______|
ଉ : (୧୦) ନରହରି
୧୧ । କୃଷ୍ଣଙ୍କୁ ଦେଖି_____________କହନ୍ତି କ୍ଷୁଧାର ବିକଳେ ।
ଉ : (୧୧) ଗୋପବାଳେ
ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
୧। “ ବୃକ୍ଷ ମାହାତ୍ମ୍ୟ” କବିତାର କବି କିଏ ?
ଉ : “ ବୃକ୍ଷ ମାହାତ୍ମ୍ୟ” କବିତାର କବି ଜଗନ୍ନାଥ ଦାସ ।
୨। ଓଡ଼ିଆ ଜାତିପାଇଁ ତାଙ୍କର ଶ୍ରେଷ୍ଠ ଅବଦାନ କ’ଣ ?
ଉ : ଓଡିଆ ଭାଗବତ ଓଡ଼ିଆ ଜାତିପାଇଁ ତାଙ୍କର ଶ୍ରେଷ୍ଠ ଅବଦାନ ।
୩ । ଜଗନ୍ନାଥ ଦାସଙ୍କ ଅନ୍ୟାନ୍ୟ ଜଣାଶୁଣା କୃତିଗୁଡିକ କ’ଣ ?
ଉ : ତୁଳାଭିଣା, ଅର୍ଥକୋଇଲି, ଦାରୁବ୍ରହ୍ମ ଗୀତା, ମୃଗୁଣୀ ସ୍ତୁତି ଆଦି ଜଗନ୍ନାଥ ଦାସଙ୍କ ଅନ୍ୟାନ୍ୟ କୃତି ।
୪। “ କନ୍ୟାଏ ଗଲେ ତୋଷ ହୋଇ” – ଏଠାରେ କେଉଁମାନଙ୍କୁ କନ୍ୟାଏ ବୋଲି କୁହାଯାଇଛି ?
ଉ : ଗୋପବାଳାମାନଙ୍କୁ କନ୍ୟାଏ ବୋଲି କୁହାଯାଇଛି ।
୫। ଶ୍ରୀକୃଷ୍ଣଙ୍କୁ କାହିଁକି ଦାମୋଦର ବୋଲି କୁହାଯାଇଛି ?
ଉ : ‘ମା’ ଯଶୋଦା ଶ୍ରୀକୃଷ୍ଣଙ୍କୁ ଦଉଡିରେ ବାନ୍ଧିଥିବାରୁ ତାଙ୍କୁ ଦାମୋଦର ବୋଲି କୁହାଯାଇଛି ।
୬ । ଗୋପ ବାଳକମାନେ କାହିଁକି ଦୁଃଖ ଅନୁଭବ କରୁଥିଲେ ?
ଉ : ସୂର୍ଯ୍ୟଙ୍କର ପ୍ରଖର କିରଣ ଯୋଗୁଁ ଗୋପ ବାଳକମାନେ ଦୁଃଖ ଅନୁଭବ କରୁଥିଲେ ।
୭। ଶ୍ରୀକୃଷ୍ଣ ଓ ତାଙ୍କର ସଖାମାନେ କାହିଁକି ପ୍ରଚଣ୍ଡ ରୌଦ୍ରତାପର ଶିକାର ହେଲେ ?
ଉ : ଗୋଚାରଣ ବେଳେ ବହୁଦୂର ଚାଲିଯିବା ଯୋଗୁଁ ଶ୍ରୀକୃଷ୍ଣ ଓ ତାଙ୍କର ସଖାମାନେ ପ୍ରଚଣ୍ଡ ରୌଦ୍ରତାପର ଶିକାର ହେଲେ ।
୮। ପ୍ରଚଣ୍ଡ ରୌଦ୍ରତାପରୁ ଗୋପାଳବାଳକମାନେ କିପରି ତ୍ରାହି ପାଇଛନ୍ତି ?
ଉ : ବୃକ୍ଷର ଶୀତଳଛାୟାରେ ଆଶ୍ରୟ ନେଇ ଗୋପାଳ ବାଳକମାନେ ପ୍ରଚଣ୍ଡ ରୌଦ୍ରତାପରୁ ତ୍ରାହି ପାଇଛନ୍ତି ।
୯୮ ଶ୍ରୀକୃଷ୍ଣଙ୍କର ଅନ୍ୟାନ୍ୟ ସଖାମାନେ ସବୁ କିଏ ?
ଉ : ସ୍ପୋକକୃଷ୍ଣ, ଅର୍ଜୁନ, ସୁବଳ, ଅଂଶୁ, ବିଶାଳ, ଦେବପ୍ରସ୍ଥ ପ୍ରମୁଖ ଶ୍ରୀକୃଷ୍ଣଙ୍କର ଜଣେ ଜଣେ ସଖା ।
୧୦ । “ ଧନ୍ୟ ଜୀବନ ଏହାଙ୍କର” – ଏଠାରେ କେଉଁମାନଙ୍କ ଜୀବନ ଧନ୍ୟ ବିଷୟରେ କୁହାଯାଇଛି ?
ଉ : ଏଠାରେ ବୃକ୍ଷମାନଙ୍କର ଜୀବନ ଧନ୍ୟ ବୋଲି କୁହାଯାଇଛି ।
୧୧ । “ ଜୀବିକା ହୋନ୍ତି ପ୍ରାଣୀଙ୍କର” –ଏହି ଉକ୍ତିର ତାତ୍ପର୍ଯ୍ୟ କ’ଣ ?
ଉ : ଏହି ଉକ୍ତିର ତାତ୍ପର୍ଯ୍ୟ ହେଉଛି ପ୍ରାଣୀମାନଙ୍କର ହିତପାଇଁ ନିଜକୁ ନିୟୋଜିତ କରିବା ।
୧୨ । ଗ୍ରୀଷ୍ମଋତୁରେ ବୃକ୍ଷର ବିଶେଷତା କିପରି ?
ଉ : ଶୀତଳଛାୟା ପ୍ରଦାନ କରିବା ଗ୍ରୀଷ୍ମଋତୁରେ ବୃକ୍ଷର ବିଶେଷତ୍ଵ ।
୧୩ । ଶୀତଋତୁରେ ବୃକ୍ଷର ଉପକାରିତା କିପରି ଜଣାପଡ଼େ ?
ଉ : ଶୀତଋତୁରେ ଉଷ୍ମତା ପ୍ରଦାନ କରିବା ବୃକ୍ଷମାନଙ୍କର ବିଶେଷତ୍ଵ ।
୧୪ । ଇହଲୋକ ଓ ପରଲୋକରେ କେଉଁମାନଙ୍କ ଜୀବନ ଧନ୍ୟ ହୁଏ ?
ଉ : ପରୋପକାରୀ ବ୍ୟକ୍ତିର ଜୀବନ ଇହଲୋକ ଓ ପରଲୋକରେ ଧନ୍ୟ ହୋଇଥାଏ ।
୧୫ । ଶ୍ରୀକୃଷ୍ଣ ଓ ସଖାମାନେ କେଉଁଠାରେ ପହଞ୍ଚିଲେ ବୋଲି କବିତାର ଶେଷଆଡକୁ କୁହାଯାଇଛି ?
ଉ : ଶ୍ରୀକୃଷ୍ଣ ଓ ତାଙ୍କର ସଖାମାନେ ଯମୁନାକୂଳରେ ପହଞ୍ଚିଛନ୍ତି ବୋଲି କୁହାଯାଇଛି ।
୧୬ । ଶ୍ରୀକୃଷ୍ଣକୁ ଗୋପବାଳକମାନେ କ’ଣ କହିଥିଲେ ?
ଉ : ଗୋପବାଳକମାନେ କ୍ଷୁଧାରେ ଆତୁରିଥିବା କଥା ଶ୍ରୀକୃଷ୍ଣଙ୍କୁ କହିଥିଲେ ।
୧୭ । ପଠିତ କବିତାରେ କବି ଶ୍ରୀକୃଷ୍ଣଙ୍କର କେଉଁସବୁ ନାମଗୁଡିକ ଉଲ୍ଲେଖ କରିଛନ୍ତି ?
ଉ : ଶ୍ରୀକୃଷ୍ଣଙ୍କର ଗୋବିନ୍ଦ, ଦାମୋଦର, କୃଷ୍ଣ, ନରହରି ନାମଗୁଡିକ ଉଲ୍ଲେଖ କରାଯାଇଛି ।
୧୮। ଗୋପବାଳକମାନେ କିପରି ତୃଷା ନିବାରଣ କରିଛନ୍ତି ?
ଉ : ଯମୁନାର ଶୀତଳଜଳ ପାନକରି ଗୋପବାଳକମାନେ ତୃଷା ନିବାରଣ କରିଛନ୍ତି ।
୧୯ । ଏହି ପ୍ରାଚୀନ କବିତାଟି ସାଂପ୍ରତିକ ସମାଜର କେଉଁ ଦିଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ?
ଉ : ଏହା ସାଂପ୍ରତିକ ସମାଜର ଅବିତ୍ତ୍ଵରିତ ବୃକ୍ଷଛେଦନ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।
୨୦ । ବୃକ୍ଷ ମାନବ ସମାଜକୁ କ’ଣ କ’ଣ ଦାନ କରିବା କଥା କବିତାରେ କୁହାଯାଇଛି ?
ଉ : ବୃକ୍ଷ ମାନବ ସମାଜକୁ ଫୁଲ, ଫଳ, ପତ୍ର, ଶୀତଳଛାୟା, ମୂଳ, ବକଳ, କାଠ, ସାର, ଅଙ୍ଗାର, ପାଉଁଶ, ଅଠା, କଣ୍ଟା ଇତ୍ୟାଦି ଦାନ କରିବା କଥା କବିତାରେ କୁହାଯାଇଛି ।
No comments:
Post a Comment