web page for every book School , College , Engineering .

Saturday, November 9, 2024

Bharatara Bulbul question answer | Mehersir.in

Mehersir.in Class 4 mil Chapter 6 Bharatara Bulbul question & answer॥ Odia medium॥ ଭାରତର ବୁଲ ବୁଲ ପ୍ରଶ୍ନ ଉତ୍ତର॥ Bharatara bulbul question and answer class 4 odia chapter 6 | Bharatara bulbul question and answer class 4 odia chapter 6 ll ଭାରତର ବୁଲବୁଲ ପ୍ରଶ୍ନ ଉତ୍ତର || Bharata ra bulbul question answer l class 4 mil chapter 6 || class 4 mil chapter 6 Bharatara bulbul question & answer, odia medium, 4 class mil odia chapter 6 Class 4 odia chapter 6 Odia medium || Class 4 mil all subjects question answer Bharatara bulbul question and answer class 4 odia chapter 6 ll ଭାରତର ବୁଲବୁଲ ପ୍ରଶ୍ନ ଉତ୍ତର.


Class 4 Bharatara bulbul question answer ( ଭାରତର ବୁଲ ବୁଲ ) | Rajbooks.in

ପାଠ୍ୟପୁସ୍ତକ ଅନ୍ତର୍ଗତ ଅଭ୍ୟାସ ପ୍ରଶ୍ନୋତ୍ତର

୧ । ଆସ କଥାବାର୍ତ୍ତା ହେବା ।

(କ) ସରୋଜିନୀ ନାଇଡୁ ପିଲାଦିନେ କ’ଣ କରିବାକୁ ଅଧିକ ଭଲ ପାଉଥିଲେ ?

 ଉ : ସରୋଜିନୀ ନାଇଡୁ ପିଲାଦିନେ କବିତା ଲେଖୁବାକୁ ଅଧିକ ଭଲ ପାଉଥିଲେ ।


 (ଖ) ସରୋଜିନୀ କାହାକୁ ବିବାହ କରିଥିଲେ ?

ଉ : ସରୋଜିନୀ ହାଇଦ୍ରାବାଦ୍‌ ଜଣେ ଡାକ୍ତର ଗୋବିନ୍ଦ ରାଜୁଲୁ ନାଇଡୁଙ୍କୁ ବିବାହ କରିଥିଲେ । 


(ଗ) କବିତା ଲେଖୁବା ସହିତ ସରୋଜିନୀଙ୍କର ଆଉ କେଉଁ ବିଷୟରେ ଦକ୍ଷତା ଥିଲା ? 

ଉ : କବିତା ଲେଖୁବା ସହିତ ସରୋଜିନୀଙ୍କର ଇଂରାଜୀ ଭାଷାରେ ବେଶ୍ ଦକ୍ଷତା ଥିଲା । 


(ଘ) ସରୋଜିନୀଙ୍କର କବିତା ଓ ବକ୍ତୃତା କାହାକୁ ଅନୁପ୍ରାଣିତ କରୁଥିଲା ?

ଉ : ସରୋଜିନୀଙ୍କର କବିତା ଓ ବକ୍ତୃତା ସେ କାଳର ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ଅନୁପ୍ରାଣିତ କରୁଥିଲା । ନେହେରୁ ଏବଂ ସୁଭାଷଚନ୍ଦ୍ର ବୋଷ ମଧ୍ଯ ଅନୁପ୍ରାଣିତ ହୋଇଥିଲେ ।

(‍) କେଉଁ ମସିହାରେ ସରୋଜିନୀଙ୍କର ମୃତ୍ୟୁ ହୋଇଥିଲା ?

ଉ : ୧୯୪୯ ମସିହାରେ ସରୋଜିନୀଙ୍କର ମୃତ୍ୟୁ ହୋଇଥିଲା ।


୨ । ଆସ ଉତ୍ତର ଲେଖୁବା ।

(କ) ପିଲାଦିନେ ସରୋଜିନୀଙ୍କୁ ତାଙ୍କ ବାପା କୋଠରି ଭିତରେ ବନ୍ଦ କରିଦେଇଥିଲେ କାହିଁକି ?

ଉ : ପିଲାଦିନେ ସରୋଜିନୀଙ୍କୁ ଅଙ୍କକଷିବା ପାଇଁ ବାଧ୍ଯକରି ତାଙ୍କ ବାପା କୋଠରି ଭିତରେ ବନ୍ଦ କରିଦେଇଥିଲେ ।


(ଖ) ସରୋଜିନୀଙ୍କୁ ‘ପ୍ରାଚ୍ୟ ଜଗତର କୋକିଳ’ ବୋଲି କୁହାଯାଉଥିଲା କାହିଁକି ?

ଉ : ସରୋଜିନୀଙ୍କର କଣ୍ଠର ସ୍ଵର ଥୁଲା କୋକିଳର କଣ୍ଠସ୍ଵର ଭଳି ଖୁବ୍ ମଧୁର । ତାଙ୍କ କବିତାରେ ମୁଗ୍ଧ ହୋଇ ତାଙ୍କୁ ‘ପ୍ରାଚ୍ୟ

ଜଗତର କୋକିଳ’ ବୋଲି କୁହାଯାଉଥିଲା ।


(ଗ) ସରୋଜିନୀ କାହିଁକି କାରାବରଣ କରିଥିଲେ ?

ଉ : ସରୋଜିନୀ ସତ୍ୟାଗ୍ରହର ନେତୃତ୍ଵ ନେଇ କାରାବରଣ କରିଥିଲେ ।


(ଘ) ସରୋଜିନୀଙ୍କ ଇଂରାଜୀ କବିତାଟି ଦେଖ୍ ତାଙ୍କ ବାପା କ’ଣ ଭାବିଥିଲେ ?

ଉ : ସରୋଜିନୀଙ୍କ ଇଂରାଜୀ କବିତାଟି ଦେଖୁ ତାଙ୍କ ବାପା ଭାବିଥିଲେ ତାଙ୍କ ଝିଅ ଭବିଷ୍ୟତରେ ନିଶ୍ଚେ ଜଣେ ବଡ଼ କବି ହେବ । 

୩ । ସରଳ ଭାଷାରେ ବୁଝାଇ ଲେଖୁବା ।

(କ) ତୁଳସୀ ଦୁଇପତ୍ରରୁ ବାସେ ।

ଉ : ବଡ଼ମଣିଷମାନେ କହିଯାଇଛନ୍ତି ତୁଳସୀ ଦୁଇପତ୍ରରୁ ବାସେ, ଅର୍ଥାତ୍ କୌଣସି ପିଲାର ଭବିଷ୍ୟତର ସୁଗୁଣ ତା’ର ପିଲାଟି ଦିନରୁ ଜଣାପଡ଼େ । ନାରୀ କବି ସରୋଜିନୀ ନାଇଡୁ ଭବିଷ୍ୟତରେ ଯେ ଜଣେ ବଡ଼ କବି ହେବେ ତାହା ତାଙ୍କ ପିଲାଦିନରୁ ଜଣାପଡ଼ୁଥିଲା । ସେ ସର୍ବଦା କବିତା ରଚନା କରିବାରେ ମନୋନିବେଶ କରୁଥିଲେ । ଏକୁଟିଆ ବସି ଗୁଣୁଗୁଣୁ ହୋଇ ଖାତାରେ ଲେଖୁଥିଲେ । 


(ଖ) ସେ ଥିଲେ ‘ପ୍ରାଚ୍ୟ ଜଗତର କୋକିଳ’ ।

ଉ : ପ୍ରଖ୍ୟାତ ନାରୀକବି ସରୋଜିନୀ ନାଇଡୁ ପିଲାଦିନୁ କବିତା ଲେଖୁବାକୁ ଭଲ ପାଉଥିଲେ । କି ଦିନ କି ରାତି ସେ ଏକୁଟିଆ ବସି ମନେ ମନେ କ’ଣ ଗୁଣୁ ଗୁଣୁ ହୋଇ ଖାତାରେ ଲେଖୁପକାଉଥିଲେ । ତାଙ୍କର ଏହି କବିତା ଲେଖା ତାଙ୍କୁ ଜଣେ କବି ଭାବରେ ପରିଚିତ କରାଇଲା । ସେ କେବଳ କବିତା ଲେଖୁ ନଥିଲେ; ତାଙ୍କର ମଧୁର କଣ୍ଠସ୍ଵର କୋକିଳର ସ୍ୱର ଭଳି ଖୁବ୍ ମଧୁର ଥିଲା । ସେ କବିତାଗୁଡ଼ିକୁ ମଧୁର ସ୍ଵରରେ ଗାଇବାଦ୍ୱାରା ତାହା ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିପାରୁଥିଲା । ତେଣୁ ତାଙ୍କୁ ପ୍ରାଚ୍ୟ ଜଗତର କୋକିଳ ବୋଲି ସମସ୍ତେ କହୁଥିଲେ । ପ୍ରକୃତରେ ସେ ଥିଲେ ‘ପ୍ରାଚ୍ୟ ଜଗତର କୋକିଳ’ ।

(ଗ) ସେ ପ୍ରକୃତରେ ଥିଲେ ହୀରାଟିଏ ।

ଉ : ସରୋଜିନୀ ନାଇଡୁ ଜଣେ ପ୍ରଖ୍ୟାତ ନାରୀକବି ଥିଲେ । ତାଙ୍କର କବିତା ଲେଖୁବା ଓ ଗାଇବାରେ ଦକ୍ଷତା ଥିଲା । ସେ ନିଜର କବିତାଦ୍ୱାରା ସମସ୍ତଙ୍କୁ ଆକୃଷ୍ଟ କରିପାରୁଥିଲେ । ତାଙ୍କ କଣ୍ଠସ୍ଵର କୋକିଳର ସ୍ବର ପରି ଖୁବ୍ ମଧୁର ଥିବାରୁ ତାଙ୍କୁ ପ୍ରାଚ୍ୟ ଜଗତର କୋକିଳ ବା ଭାରତର ବୁଲ୍‌ବୁଲ୍ ବୋଲି କୁହାଯାଉଥିଲା । ତେବେ ତାଙ୍କର କବିତ୍ଵ ଓ ରାଜନୀତିକ ଦକ୍ଷତା ଦେଖୁଲେ ଏହା ସହଜରେ କୁହାଯିବ ଯେ ସେ ପ୍ରକୃତରେ ଥିଲେ ହୀରାଟିଏ ।


୪ । ଆସ ତଳେ ଥିବା ଶବ୍ଦଗୁଡ଼ିକୁ ଲଗାଇ ବାକ୍ୟ ଗଠନ କରିବା ।

ଉ : ଉତ୍ସାହ– ସରୋଜିନୀଙ୍କୁ କବିତା ଲେଖୁବା ପାଇଁ ତାଙ୍କ ମାଆ ଉତ୍ସାହ ଦିଅନ୍ତି ।

ସ୍ମୃତି– ଭାରତବାସୀଙ୍କ ହୃଦୟରେ ସରୋଜିନୀଙ୍କ ସ୍ମୃତି ଚିରଦିନ ଅମଳିନ ରହିବ । 

ପ୍ରତିଭା– ସରୋଜିନୀଙ୍କ କବି ପ୍ରତିଭା ସମସ୍ତଙ୍କୁ ମୁଗ୍ଧ କରୁଥିଲା ।

 ଅମଳିନ– ମହାତ୍ମାଗାନ୍ଧୀଙ୍କ ତ୍ୟାଗ ଆମମାନଙ୍କ ହୃଦୟରେ ଅମଳିନ ରହିଛି ।

 କର୍ତ୍ତବ୍ୟ– ସମସ୍ତେ କର୍ତ୍ତବ୍ୟ ସଚେତନ ହେବା ଦରକାର ।


୫। ‘ଦକ୍ଷ’ରୁ ଯେପରି ‘ଦକ୍ଷତା’ ହୁଏ; ସେହିପରି ତଳ ଶବ୍ଦଗୁଡ଼ିକର ନୂଆ ରୂପ କ’ଣ ହେବ ତା’ ପାଖରେ ଲେଖୁବା ।

ପ୍ରଶ୍ନ ସହ ଉତ୍ତର :

ସରଳ – ସରଳତା

ଲୋକପ୍ରିୟ – ଲୋକପ୍ରିୟତା

ସୁନ୍ଦର— ସୁନ୍ଦରତା

ଜଟିଳ– ଜଟିଳତା

୬ । ‘ସରୋଜିନୀ’ ଜଣେ ଝିଅର ନାମକୁ ବୁଝାଇଛି । ‘ଭାରତ’ ଏକ ଦେଶର ନାମକୁ ବୁଝାଇଛି । ସେହିପରି ଆଉ ପାଞ୍ଚଗୋଟି ନାମ ଏ ପାଠରୁ ଖୋଜି ତଳେ ଦିଆଯାଇଥ‌ିବା କୋଠରିମାନଙ୍କରେ ଲେଖୁବା ।

ଅଘୋରନାଥ

ବରଦା ସୁନ୍ଦରୀ

ଗୋବିନ୍ଦ ରାଜୁଲୁ

ଇଂଲଣ୍ଡ

ସୁଭାଷଚନ୍ଦ୍ର


୭ । ଯୋଡ଼ା ଶବ୍ଦର ଗୋଟିଏ ଭାଗ ପ୍ରଜାପତିର ଗୋଟିଏ ଢେଣାରେ, ଆର ଭାଗଟି ଅନ୍ୟ ଡେଣାରେ ରହିଛି । ଆସ, ଯେଉଁ ଭାଗ ସହିତ ଯେଉଁ ଭାଗର ସମ୍ପର୍କ ଅଛି ତାକୁ ବାଛି କୋଠରି ଭିତରେ ଲେଖୁବା ।


ଉତ୍ତର :

ହିସାବ କିତାବ

ଧାଁ ଧପଡ଼

ମଉଜ ମଜଲିସ୍

ତାଟି କବାଟ

ଦେଶ ଦୁନିଆ

ଛିଚ୍ଛତର


୮ । ବନାନ୍ ଠିକ୍ ଥିବା ଶବ୍ଦଟିକୁ ତଳ କୋଠରିରେ ଲେଖୁବା ।

: ଅଧିବେଶନ, ପ୍ରଶଂସା, ସାହାଯ୍ୟ, ସରୋଜିନୀ


୯ । ନିମ୍ନ ଉତ୍ତରଗୁଡ଼ିକ ପାଇବା ପାଇଁ ଗୋଟିଏ ଗୋଟିଏ ପ୍ରଶ୍ନ ତିଆରି କରିବା ।


 (କ) ସରୋଜିନୀଙ୍କ ପିତାଙ୍କ ନାମ ଅଘୋରନାଥ ଚଟ୍ଟୋପାଧ୍ୟାୟ ।

ପ୍ରଶ୍ନ : ସରୋଜିନୀଙ୍କ ପିତାଙ୍କ ନାମ କ’ଣ ?

(ଖ) ଝିଅଟି ଅଙ୍କ ନ କଷି ଲେଖୁ ପକାଇଲା ଗୋଟିଏ କବିତା । 

ପ୍ରଶ୍ନ : ଝିଅଟି ଅଙ୍କ ନ କଷି କ’ଣ କଲା


(ଗ) କବିତାଟି ଇଂରାଜୀ ଭାଷାରେ ଲେଖା ହୋଇଥିଲା ?

ପ୍ରଶ୍ନ : କବିତାଟି କେଉଁ ଭାଷାରେ ଲେଖା ହୋଇଥିଲା ?


(ଘ) ୧୯୧୪ ମସିହାରେ ପ୍ରଥମଥର ପାଇଁ ସରୋଜିନୀ ଗାନ୍ଧିଜୀଙ୍କୁ ଭେଟିଲେ ।

 ପ୍ରଶ୍ନ : କେବେ ପ୍ରଥମଥର ପାଇଁ ସରୋଜିନୀ ଗାନ୍ଧିଜୀଙ୍କୁ ଭେଟିଲେ ?


(ଙ) ଭାରତ ସ୍ଵାଧୀନ ହେଲା ପରେ ସେ ଉତ୍ତର ପ୍ରଦେଶର ରାଜ୍ୟପାଳ ହେଲେ ।

ପ୍ରଶ୍ନ : କେବେ ସେ ଉତ୍ତର ପ୍ରଦେଶର ରାଜ୍ୟପାଳ ହେଲେ ?


୧୦ । ‘ଗଲେ’କୁ ଯେପରି ‘ଗମନ କଲେ’ ବୋଲି ଲେଖାଯାଇ ପାରୁଛି, ସେହିପରି ନିମ୍ନରେ ଥ‌ିବା ଶବ୍ଦଗୁଡ଼ିକୁ ଲେଖୁବା ।

ଉ : ଦେଖ‌ିଲେ ଦର୍ଶନ କଲେ

ଶୋଇଲେ -ଶୟନ କଲେ

ଶୁଣିଲେ . ଶ୍ରବଣ କଲେ 

କାଟିଲେ କର୍ଜନ କଲେ ।


୧୧ । ମୁଁ ଗଲି । ତୁମେ ଗଲ | ସେ ଗଲା |

ସେହିପରି କ’ଣ ହେବ ?


ମୁଁ ଖାଇଲି । ତୁମେ ଖାଇଲ । ସେ ଖାଇଲା ।

ମୁଁ ବସିଲି । ତୁମେ ବସିଲ । ସେ ବସିଲା ।

ମୁଁ ଲେଖୁଲି । ତୁମେ ଲେଖୁଲ । ସେ ଲେଖୁଲା ।


No comments:

Post a Comment

Comments