Meher Sir Class 4 Chapter 10 Bhala Ki Karini Muhi Question Answer // ଭଲ କି କରିନି ମୁହିଁ ସାହିତ୍ୟ କଳିକା Bhala ki karini muhin ଭଲ କି କରିନି ମୁହିଁ ? | class 4 odia chapter 10 bhala ki karini muhin question answer | Class 4 Odia chapter 10 bhala ki karini muhin | Bhala ki karini muhin | ଭଲକି କରିନି ମୁହିଁ | class 4 odia chapter 10 sahitya kalika | Class 4 Chapter 10 Vala Ki Karini Muhin ? (ଭଲ କି କରିନି ମୁହିଁ ?) (ପଦ୍ୟ) Question Answer.
Bhala Ki Karini Muhi Question Answer ( ଭଲ କି କରିନି ମୁହିଁ )
ପାଠ୍ୟପୁସ୍ତକ ଅନ୍ତର୍ଗତ ଅଭ୍ୟାସ ପ୍ରଶ୍ନୋତ୍ତର
ଆସ କଥାବାର୍ତ୍ତା ହେବା ।
(କ) ପିଲାଟି କାହାର ଡାକରେ ସକାଳୁ ଉଠିପଡ଼ିଲା ?
ଉ : ପିଲାଟି ଶୁଆଶାରୀଙ୍କ ଡାକରେ ସକାଳୁ ଉଠିପଡ଼ିଲା ।
(ଖ) ଶୁଆଶାରୀ ପିଞ୍ଜରାରୁ ବାହାରି କେଉଁଆଡ଼େ ଚାଲିଗଲେ ?
ଉ : ଶୁଆଶାରୀ ପିଞ୍ଜରାରୁ ବାହାରି ଗହନ ବନକୁ ଚାଲିଗଲେ ।
(ଗ) ପିଲାଟି ସଡ଼କ ଦାଢ଼ରେ କାହାକୁ ଦେଖିଲା ?
ଉ : ପିଲାଟି ସଡ଼କ ଦାଢ଼ରେ ଚମ ଧୁଡ଼ୁଧୁଡ଼ୁ ଫୁଙ୍ଗୁଳା ଦେହରେ ଥବା ବୁଢ଼ାଟିକୁ ଦେଖିଲା
(ଘ) ନିଜର ଲାଲ୍ ଶାଲକୁ ନେଇ ପିଲାଟି କ’ଣ କଲା ?
ଉ : ନିଜର ଲାଲ୍ ଶାଲ୍କୁ ନେଇ ପିଲାଟି ଫୁଙ୍ଗୁଳା ବୁଢ଼ାଟିର ଦେହରେ ଘୋଡ଼ାଇଦେଲା ।
୨ । ସରଳ ଭାଷାରେ ବୁଝାଇ ଲେଖିବା
‘‘ତୋ ପଣତ ପରା ଶୀତ-ବାରଣୀ ମୋ
ଶାଲ କି ହେବ ତା’ ସରି ?””
ଉ : ତୋ ପଣତ......----------------- ସରି ?””
ଉକ୍ତ ପଦ୍ୟାଶଟି ଆମ ପଠିତ ସାହିତ୍ୟ କଳିକା ପୁସ୍ତକର ‘ଭଲ କି କରିନି ମୁହିଁ ?’ କବିତାରୁ ଅଣାଯାଇଛି । ଏହି ପ୍ରସଙ୍ଗରେ ଲେଖକ କୃଷ୍ଣଚନ୍ଦ୍ର କର ପିଲାଟି ପାଇଁ ତା’ ମାଆର ପଣତକାନି କିଭଳି ଶୀତ-ବାରଣୀ ତାହା ଉଲ୍ଲେଖ କରିଛନ୍ତି ।ପିଲାଟି ସରଳ ମନରେ ମହତ କାମ କରିଛି । ସେ ବାଟ କଡ଼ରେ ଗୋଟିଏ ବୁଢ଼ା ମଣିଷକୁ ଦେଖୁଛି । ବୁଢ଼ାଟିର ଚମ ଧୁଡ଼ୁଧୁଡୁ, ଦିହ ଥୁରୁଥୁରୁ ବାଳ ଫୁରୁଫୁରୁ ଏବଂ ଦେହଟି ଫୁଙ୍ଗୁଳା । ପିଲାଟି ତା’ ପ୍ରତି ଦୟା ପାଇ ନିଜର ଲାଲ୍ ଶାଲ୍କୁ ତା’ ଦେହରେ ଘୋଡ଼ାଇ ଦେଇଛି । ଏହିଭଳି କାମ କରି ସେ ତା’ ବୋଉ ଆଗରେ କହିଛି ଯେ ତା’ ବୋଉର ପଣତ ଶୀତବାରଣୀ ହୋଇଥିବା ବେଳେ ଶାଲ୍ର କ’ଣ କାମ ଅଛି ? ସେ ଶାଲ୍ କ’ଣ ତା’ ବୋଉର ପଣତ କାନି ସହିତ ସମାନ ହୋଇପାରିବ ?
ପ୍ରସଙ୍ଗଟି ଶିକ୍ଷଣୀୟ ।
୩ । ଆସ ଉତ୍ତର ଲେଖିବା
(କ) ଶୁଆଶାରୀ ଦୁହେଁ ଆନନ୍ଦରେ ଉଡ଼ିଗଲେ କାହିଁକି ?
ଉ : ପଞ୍ଜୁରୀରୁ ମୁକୁଳିଯିବାରୁ ଶୁଆଶାରୀ ଦୁହେଁ ଆନନ୍ଦରେ ଉଡ଼ିଗଲେ ।
(ଖ) ପିଲାଟି ନିଜର ଶାଲ୍ଟିଟିକୁ ବୁଢ଼ାକୁ ଦେଲା କାହିଁକି ?
ଉ : ବୁଢ଼ାଟିର ଦେହ ଫୁଙ୍ଗୁଳା ଥିବାରୁ ଏବଂ ସେ ଶୀତ ହେମାଳରେ ଥରୁଥିବାରୁ ପିଲାଟି ନିଜର ଶାଲ୍କୁ ବୁଢ଼ାକୁ ଦେଲା ।
(ଗ) ବଣ ଶୁଆଶାରୀ ଉଡ଼ିଯିବା ପରେ ସାଥୀ ମେଳରେ କ’ଣ କରୁଥିବେ ?
ଉ : ବଣ ଶୁଆଶାରୀ ଉଡ଼ିଯିବା ପରେ ସାଥୀ ମେଳରେ ଗଛ ଡାଳରେ ମନ ଉଲାସିଆ ତାନରେ ଗାଉଥିବେ ।
(ଘ) ଶାଲ୍ଟି ପାଇ ବୁଢ଼ାଟିର ଅବସ୍ଥାରେ କି ପରିବର୍ତ୍ତନ ହୋଇଥବ ?
ଉ : ଶାଲ୍ଟି ପାଇ ବୁଢ଼ାଟି ଶୀତ ହେମାଳରୁ ତରିଯାଇଥୁବ ତେଣୁ ତା’ର ସେ ବର୍ଷଟିର କଷ୍ଟର ଅବସ୍ଥାରେ ପରିବର୍ତ୍ତନ ହୋଇଥବ ।
() ପିଲାଟି କେଉଁ ଦୁଇଟି ଭଲ କାମ କରିଥିଲା ?
ଉ : ପିଲାଟି ପିଞ୍ଜରାରୁ ଶୁଆଶାରୀଙ୍କୁ ଉଡ଼ାଇଦେବା ଏବଂ ବୁଢ଼ା ଲୋକଟିକୁ ଶାଲ୍ଟି ଦେଇଦେବା ଇତ୍ୟାଦି ଦୁଇଟି ଭଲ କାମ କରିଥିଲା
୪ । ବୃତ୍ତ ଭିତରେ କେତେଗୁଡ଼ିଏ ଶବ୍ଦ ଏକାଠି ରଖାଯାଇଛି । କାହା ସହିତ କିଏ ମିଶିବ, ତାକୁ ଏକାଠି ଯୋଡ଼ି ଲେଖିବା
ଯେମିତି— ଫୁଙ୍ଗୁଳା ବୁଢ଼ା
'ବାଳୁତ, ପୋଷା, ସଡ଼କ,
ଫୁଙ୍ଗୁଳା, ବାଘୁଆ, ହାବୁକା,
ନିଆଶୀ, ମନ, ଜାଡ଼େ, ମାଡ଼,
ସୂରୁଯ, ଗହନ, ବୁଢ଼ା,
ଦାଢ଼େ, ଶୁଆଶାରୀ
ଉ : ବାଳୁତ ସୂରୁଯ, ପୋଷା ଶୁଆଶାରୀ, ସଡ଼କ ଦାଢ଼େ, ଫୁଙ୍ଗୁଳା ବୁଢ଼ା, ବାଘୁଆ ଜାଡ଼େ, ହାବୁକା ମାଡ଼, ନିଆଶୀ ମନ ।
୬ । ‘ଶୁଣିଲା’ରୁ ଯେପରି ‘ଶୁଣି’ ହେଉଛି, ସେହିପରି ନିମ୍ନ ଶବ୍ଦଗୁଡ଼ିକର ରୂପ କ’ଣ ହେବ ଲେଖିବା
ହେଲା– ହୋଇ, କାଢ଼ିଲା– କାଢ଼ି, ଦେଲା– ଦେଇ, ଉଡ଼ିଲା– ଉଡ଼ି, ତରିଲା- ତରି, ପାଇଲା- ପାଇ ।
୭ । ଏହି ପାଠରେ ‘‘ଧୁଡୁଧୁଡ଼ୁ”” ପରି ଆଉ କେତୋଟି ଶବ୍ଦ ବ୍ୟବହାର କରାଯାଇଛି । ତାକୁ ବାଛି ତଳ କୋଠରିରେ ଲେଖୁବା ।
ଢ : ଧଡ଼ପଡ଼, ଉଡ଼ିଉଡ଼ି, ଥୁରୁଥୁରୁ, ଫୁରୁଫୁରୁ ।
୮ । ‘ହସ’ର ବିପରୀତ ଶବ୍ଦ ‘କାନ୍ଦ’ । ସେହିପରି ନିମ୍ନଲିଖତ ଶବ୍ଦଗୁଡ଼ିକର ବିପରୀତ ଶବ୍ଦକୁ ଲେଖିବା
ଉ : ସୁଖ ଦୁଃଖ, ଭଲ- ମନ୍ଦ, ଆପଣା– ପର, ବାଳୁତ– ବୁଦ୍ଧ ।
୯ । ‘ସୂରୁଯ’ର ଗଦ୍ୟ ରୂପଟି ‘ସୂର୍ଯ୍ୟ’ ଅଟେ । ସେହିପରି ନିମ୍ନଲିଖୁତ ଶବ୍ଦମାନଙ୍କର ଗଦ୍ୟ ରୂପକୁ ପାଖ କୋଠରିରେ ଲେଖିବା
ଉ : ବରତିବ– ବର୍ଷିବ, ମରମ– ମର୍ମ, ଜନମ– ଜନ୍ମ, କରମ– କର୍ମ ।
୧୦ । କବିତାର କିଛି ଅଂଶ ଛାଡ଼ି ଦିଆଯାଇଛି । ଆସ ସେହି ଅଂଶତକ ମନେ ପକାଇ ଲେଖିବା
(କ)
(ଖ) ପିଞ୍ଜରାରୁ କାଢ଼ି ...............
ଦେଲି ଯେବେ ଛାଡ଼ି
.ବଣେ ଗଲେ ଉଡ଼ି ।
ଇ : (କ) ବଣ ଶୁଆଶାରୀ ବଣେ ଗଲେ ଉଡ଼ି ।
I
(ଖ) ପିଞ୍ଜରାରୁ କାଢ଼ି
(ଗ) ନିଆଶୀ ମନରେ ........ ଭଲ କି କରିନି ମୁହିଁ ?
ଡେଣା ଝାଡ଼ି କେଡ଼େ ସୁଖେ ।
(ଗ) ନିଆଶୀ ମନରେ
ସୁଖ ଟିକେ ଦେଇ
ଭଲ କି କରିନି ମୁହିଁ ?
୧୧ । ଯେଉଁଗୁଡ଼ିକ ଭଲକାମ ତାକୁ ବାଛି ତଳ କୋଠରିରେ ଲେଖିବା
ଖେଳାବୁଲାରେ ସମୟ କଟାଇବା, ନିସାହା ବୁଢ଼ାକୁ ସାହାଯ୍ୟ କରିବା, ପିଞ୍ଜରାରେ ଶୁଆଶାରୀଙ୍କୁ ରଖୁବା, ଅନ୍ଧକୁ ବାଟ କଢ଼ାଇବା,
ସୂର୍ଯ୍ୟୋଦୟ ପୂର୍ବରୁ ଶେଯରୁ ଉଠିବା ।
ଉ : ନିସାହା ବୁଢ଼ାକୁ ସାହାଯ୍ୟ କରିବା,
ଅନ୍ଧକୁ ବାଟ କଢ଼ାଇବା,
ସୂର୍ଯ୍ୟୋଦୟ ପୂର୍ବରୁ ଶେଯରୁ ଉଠିବା ।
ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
୧ । ଆସ ଉତ୍ତର ଲେଖିବା
(କ) ପିଲାଟି କେତେବେଳେ ଶେଯରୁ ଉଠିଲା ?
ଉ : ବାଳୁତ ସୂରୁଯ ନ ଉଠୁଣୁ ପିଲାଟି ଶେଯରୁ ଉଠିଲା ।
(ଖ) ପିଲାଟି କେଉଁମାନଙ୍କୁ ପଞ୍ଜୁରୀରୁ ଛାଡ଼ିଦେଲା ?
ଉ : ପିଲାଟି ପୋଷା ଶୁଆଶାରୀଙ୍କୁ ପଞ୍ଜୁରୀରୁ ଛାଡ଼ିଦେଲା ।
(ଗ) ବୁଢ଼ାଟି କାହିଁକି ଥରୁଥିଲା ?
ଉ : ବୁଢ଼ାଟି ମାଘର ବାଘୁଆ ଜାଡ଼ରେ ଥରୁଥିଲା ।
(ଘ) ବୁଢ଼ାଟିର ଚମ କିପରି ଦେଖାଯାଉଥିଲା ?
ଉ : ବୁଢ଼ାଟିର ଚମ ଧୁଡୁଧୁଡ଼ୁ ଦେଖାଯାଉଥିଲା ।
() କେଉଁମାନେ ଜନମ ଥାନକୁ ଗଲେ ?
ଉ : ଶୁଆଶାରୀମାନେ ଜନମ ଥାନକୁ ଗଲେ ।
୨ । ତଳେଥୁବା ଶବ୍ଦଗୁଡ଼ିକର ସମାନ ଅର୍ଥ ବୁଝାଉଥବା ଦୁଇଟି ଲେଖାଏଁ ଶବ୍ଦ ଲେଖିବା ଆସ ।
ସୂରୁଯ – ଭାନୁ, ଦିନମଣି
ବନ – ଅରଣ୍ୟ, ଜଙ୍ଗଲ
ବାଆ – ପବନ, ପ୍ରଭଞ୍ଜନ ବୁକୁ – ଛାତି, ହିଆ
୩ । ଦିଆଯାଇଥିବା ଶବ୍ଦଗୁଡ଼ିକୁ ନେଇ ବାକ୍ୟ ଗଢ଼ିବା ଆସ ।
ଧଡ଼ପଡ଼— ପିଲାଟି ଗୁରୁଙ୍କୁ ଦେଖୁ ଧଡ଼ପଡ଼ ହୋଇ ଠିଆ ହୋଇଗଲା ।
ଝାଡ଼ି- ପକ୍ଷୀମାନେ ଡେଣା ଝାଡ଼ି ଆକାଶରେ ଉଡ଼ିଗଲେ ।
ଗହନ– ଶ୍ରୀକୃଷ୍ଣ ଗହନ ବନରେ ଗୋରୁ ଚରାଉଥିଲେ ।
ଫୁରୁଫୁରୁ– ବୁଢ଼ାଟିର ମୁଣ୍ଡବାଳ ଫୁରୁଫରୁ ଉଡ଼ୁଥିଲା ।
ନିସାହା— ନିସାହା ଲୋକମାନଙ୍କୁ ଦୟା କରିବା ଉଚିତ ।
୪। ‘ହସ’ରୁ ଯେପରି ‘ହସିବା’ ହୁଏ, ସେହିପରି ତଳ ଶବ୍ଦଗୁଡ଼ିକର ନୂଆ ରୂପ କ’ଣ ହେବ ତା’ ପାଖରେ ଲେଖିବା
ଡାକ – ଡାକିବା
ଛାଡ଼— ଛାଡ଼ିବା
କହ— କହିବା ବରତିବ– ବରତିବା
ଯିବ— ଯିବା
୫ । ବନାନ ଠିକ୍ ଥିବା ଶବ୍ଦଟିକୁ ତଳ କୋଠରିରେ ଲେଖିବା
ସୂରୂପ, ଆଯ, ଶୁଆ, ପୋଷା, ଶାରି, ଷଡ଼କ, ଜାଢ଼େ, ନିସାହା, ଯନମ, ନିଆଶୀ ।
: ଶୁଆ, ପୋଷା, ଜାଡ଼େ, ନିସାହା, ନିଆଶୀ ।
No comments:
Post a Comment