web page for every book School , College , Engineering .

Saturday, November 9, 2024

4th Class Mati question answer | Mehersir.in

Mehersir.in Class 4 mil chapter 14 mati question answer | Class 4 Chapter 14 Mati ମାଟି ( ପଦ୍ୟ ) Question Answer | Mati Questions Answer Class 4 | Mati Class 4 Sahitya questions answers  | Meher Sir .


Class 4 Mati Question Answer ( ମାଟି ) | Rajbooks.in

Class 4 Mati Question Answer ( ମାଟି ) 



ପାଠ୍ୟପୁସ୍ତକ ଅନ୍ତର୍ଗତ ଅଭ୍ୟାସ ପ୍ରଶ୍ନୋତ୍ତର

୧ । ଆସ ଉତ୍ତର ଖୋଜି ଲେଖିବା  ।


(କ) ମାଟିର ଛାତିକି ଚିରିଦେଲେ କଅଣ କଅଣ ମିଳେ ?
ଉ : ମାଟିର ଛାତିକି ଚିରିଦେଲେ ଯୁଗ ଯୁଗର ଇତିହାସ ମିଳେ ।


(ଖ) ମାଟି ଆମକୁ କ’ଣ କ’ଣ ଦେଇଛି ବୋଲି କବିତାରେ ଅଛି ?
ଉ : ମାଟି ଆମକୁ ଖାଦ୍ୟ, ବାସ, ଫଳ, କାଠ, ନଡ଼ା, ଶାଗ, ମୁଗ, ବିରି, ଧାନ, ଗହମ, ମାଣ୍ଡିଆ, ଲୁହା, ମାଙ୍ଗାନିଜ୍ ଓ କୋଇଲା ଇତ୍ୟାଦି ଦେଇଛି ବୋଲି କବିତାରେ ଲେଖା ଅଛି ।

(ଗ) ମାଟିର କେଉଁ ରୂପଟିକୁ ଆମେ ଭୁଲିପାରିବା ନାହିଁ ?
ଉ : ମାଟିର ସବୁଜ ସୁନ୍ଦର ରୂପଟିକୁ ଆମେ ଭୁଲିପାରିବା ନାହିଁ ।

(ଘ) ମାଟିକୁ ମାଆ ବୋଲି କବି କାହିଁକି କହିଛନ୍ତି ?
ଉ : ସ୍ନେହମୟୀ ମାଆ ଯେଭଳି ସନ୍ତାନ ଚାହୁଁଥ‌ିବା ଜିନିଷକୁ ଦାନ କରି ତା’ର କାମନା ପୂରଣ କରିଥାଏ ସେହିଭଳି ମାଟି ଆମର ସବୁ ଚାହୁଁଥ‌ିବା ଜିନିଷକୁ ଦେଉଥ‌ିବାରୁ କବି ମାଟିକୁ ସ୍ନେହମୟୀ ମାଆ ବୋଲି କହିଛନ୍ତି ।

(‍) ମାଟିକୁ ଆମେ ସ୍ନେହମୟୀ ବୋଲି କାହିଁକି କହିବା ?
ଉ : ସନ୍ତାନ ପ୍ରତି ମାଆ ମନରେ ଅତୁଟ ସ୍ନେହ ଭାବ ଥାଏ, ମାଟି ମଧ୍ୟ ମାଆ ପରି ଆମକୁ ସ୍ନେହଦାନ କରିଥାଏ । ତେଣୁ ମାଟିକୁ ଆମେ ସ୍ନେହମୟୀ ବୋଲି କହିବା ।

2 ବୃତ୍ତ ମଧ୍ଯରେ କେତେଗୁଡ଼ିଏ ଶବ୍ଦ ଦିଆଯାଇଛି ଆସ କାହା ସହିତ କିଏ ମିଶିବ ଯୋଡ଼ି ଲେଖୁବା ।
ଯେମିତି – 



ଉ : ସେନେହମୟୀ ମାଆ

ଜାତି ଜାତି ଫଳ

ନିରିମଳ ଝର

ଛପର ନଡ଼ା  ସବୁଜ ସୁନ୍ଦର

ଖାଦ୍ୟ ବାସ


୩ । ତଳେ ଦିଆଯାଇଥ‌ିବା ବାକ୍ୟଗୁଡ଼ିକ ପଠିତ କବିତାର କେଉଁ କେଉଁ ଧାଡ଼ିର ଅର୍ଥ ବୁଝାଉଛି, ଆସ ସେ ଧାଡ଼ିଗୁଡ଼ିକୁ ବାଛି ଲେଖୁବା ।

ଛୋଟ ପିଲା ସମୟରୁ ଆମକୁ ଖାଦ୍ୟ ଦେଇ ସେ ପାଳିଛି । 
ଉ : ପିଲାଟି ବେଳରୁ ପାଳିଛି ଆମକୁ ସୁଖରେ ଆହାର ଦେଇ,

 ♦ ତା’ର ସବୁଜ ସୁନ୍ଦର ରୂପଟିକୁ କେହି ଭୁଲିପାରିବ ନାହିଁ । 
ଉ : ସବୁଜ ସୁନ୍ଦର ରୂପଟିକୁ ତା’ର କିଏ ବା ଭୁଲିଛି କାହିଁ ?

♦ ତା’ର ମାଟିକୁ ଖୋଳିଦେଲେ ଅତି ନିର୍ମଳ ଝର ଝରିପଡ଼େ ।
ଉ: କେତେ ନିରିମଳ ଝର ଫିଟି ପଡ଼େ ତାଡ଼ି ଦେଲେ ଟିକେ ମାଟି ।

♦ ଯିଏ ଯେତେବେଳେ ଯାହା ଖୋଳେ, ମାଟି ମାଆ ତାକୁ ତାହା ଯାଚି ଦେଇଥାଏ ।
 ଉ : ଯାହା ଯେତେବେଳେ ଯିଏ ଖୋଜିଥାଏ ତାହାକୁ ସେ ଯାଚି ଦିଏ ।

୪ । କବିତାରେ କବି ‘ମାଟି’କୁ ସେନେହମୟୀ ମାଆ କହିଛନ୍ତି ।

ନିମ୍ନଲିଖତ ଭକ୍ତିଗୁଡ଼ିକ ମଧ୍ୟରୁ କେଉଁଟି ତାହା ସୂଚାଉଛି ତାହାର ଡାହାଣ ପଟେ ( ) ଚିହ୍ନ ଦେବା ।

(କ) ସେ ଆମକୁ ଖାଦ୍ୟବସ୍ତ୍ର ଯୋଗାଉଛି ।
(ଖ) ତା’ର ଛାତି ଚିରିଦେଲେ ଯୁଗ ଯୁଗର ଇତିହାସ ମିଳେ ।
ଘର କରିବାକୁ ସେ ଆମକୁ କାଠ ଯୋଗାଉଛି ।
(ଘ) ଲୁହା, ମାଙ୍ଗାନିଜ୍, ପେଟ୍ରୋଲ, କୋଇଲା ଯୋଗାଉଛି ।
 (ଙ) ‘ପନିପରିବା’ ଶାଗ ଆମେ ତା’ଠାରୁ ପାଉ ।
(ଚ) ପିଲାଟି ବେଳରୁ ଆହାର ଦେଇ ସୁଖରେ ପାଳିଛି । Right 

5କବିତାରେ ଯେଉଁ ଅଂଶଟି ଆମକୁ ଭଲ ଲାଗୁଛି ତାକୁ ଆବୃଦ୍ଧି କରିବା ଓ କାହିଁକି ଭଲ ଲାଗୁଛି ସେ ବିଷୟରେ ଦୁଇଟି ଧାଡ଼ି ଲେଖିବା ।

ଉ : କବିତାରେ ଭଲ ଲାଗୁଥୁବା ଅଂଶଟି –
‘ ଯାହା ଯେତେବେଳେ ଯିଏ ଖୋଜିଥାଏ ତାହାକୁ ସେ ଯାଚି ଦିଏ ।
ସେନେହମୟୀ ସେ ମାଟି ମାଆ ପରି
ଆଉ ଜଣେ କାହିଁ କିଏ ?
କବିତାର ଏହି ଅଂଶଟି ଭଲ ଲାଗିବାର କାରଣ ଏଠାରେ କବି ମାଟି ମାଆର ମହତ୍ତ୍ବକୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି । ମାଆ ପରି ମାଟି ଆମକୁ ସ୍ନେହଦାନ କରିଥାଏ, ଆମର ସବୁ କାମନା ପୂରଣ କରେ ।

୬ | ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକର ଗବ୍ୟରୂପ ଲେଖିବା  ।

ନିରିମଳ - ନିର୍ମଳ
ସେନେହମୟୀ- ସ୍ନେହମୟୀ 
ପରବତ - ପର୍ବତ




୭ | ଯାହା ଯେତେବେଳେ ଯିଏ ଖୋଜିଥାଏ
ତାହାକୁ ସେ ଯାଚିଦିଏ .....
ଏହି ପଦରୁ ଯାହା ବୁଝାପଡ଼ୁଛି ନିଜ ଭାଷାରେ ଲେଖିବା ।

ଉ : ମାଟି ଆମର ମାଆ ପରି । ମାଆ ଯେଭଳି ଅତି ସ୍ନେହରେ ତା’ର ପିଲାମାନଙ୍କ ପାଇଁ ନାନା ଜିନିଷ ସାଇତି ରଖିଥାଏ ଏବଂ ପିଲାମାନେ ମାଗିଲେ ସ୍ନେହରେ ଦେଇଥାଏ, ସେହିଭଳି ମାଟି ମାଆ ଆମ ପାଇଁ ନାନା ଜିନିଷ ସାଇତି ରଖୁଛି ଏବଂ ଯାହା ଯେତେବେଳେ ଯିଏ ଖୋଜେ ସେ ତାହା ତାକୁ ଯାଚି କରି ଦେଇଥାଏ ।

୮ । କବିତାଟିକୁ ପଢ଼ି ସେଇ ଅନୁସାରେ ଖାଲି ସ୍ଥାନଗୁଡ଼ିକୁ ପୂରଣ କରିବା ।

ପ୍ରଶ୍ନ ସହ ଉତ୍ତର :

(କ) ଗଛରେ ରଖୁଛି ଜାତି ଜାତି ଫଳ ଏଠି ସେଠି ସବୁଠେଇଁ ।
 (ଖ) କାଠ ତ ଦେଇଛି ଘର କରିବାକୁ ଛପର ପାଇଁ କି ନଡ଼ା ।
 (ଗ) ଲୁହା, ମାଙ୍ଗାନିଜ୍, ପେଟ୍ରୋଲ କୋଇଲା ସବୁ ଏଇ ମାଟିତଳେ ।


ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର


୧ । ଆସ ଉତ୍ତର ଲେଖିବା ।

(କ) ପିଲାଟି ବେଳରୁ ଆମକୁ କିଏ ଆହାର ଦେଇ ପାଳିଛି ବୋଲି କବି କହିଛନ୍ତି ?
ଉ : ପିଲାଟି ବେଳରୁ ଆମକୁ ଆହାର ଦେଇ ମାଟି ପାଳିଛି ବୋଲି କବି କହିଛନ୍ତି ।

 (ଖ) ଘର କରିବାକୁ ମାଟି ଆମକୁ କ’ଣ ଦେଇଛି ?
ଉ : ଘର କରିବାକୁ ମାଟି ଆମକୁ କାଠ ଦେଇଛି । 

(ଗ) ମାଟି ଆମକୁ କ’ଣ ଅଜାଡ଼ି ଦେଇଛି ? 
ଉ : ମାଟି ଆମକୁ ପରିବା ଶାଗ ଅଜାଡ଼ି ଦେଇଛି ।

 (ଘ) ସବୁଜ ସୁନ୍ଦର ରୂପ କାହାର ? 
ଉ : ସବୁଜ ସୁନ୍ଦର ରୂପ ମାଟିର ।

(‍) ମାଟି ତାଡ଼ିଦେଲେ କ’ଣ ମିଳେ ?
ଉ : ମାଟି ତାଡ଼ି ଦେଲେ ଲୁହା, ମାଙ୍ଗାନିଜ୍, ପେଟ୍ରୋଲ୍ ଓ କୋଇଲା ମିଳେ |

୨ସରଳ ଭାଷାରେ ବୁଝାଇ ଲେଖ । “ସବୁଜ ସୁନ୍ଦର ରୂପଟିକୁ ତା’ର କିଏ ବା ଭୁଲିଛି କାହିଁ ???
ଢ : ‘ସବୁଜ ....... କାହିଁ ?””

ଉକ୍ତ ପଦ୍ୟାଶଟି ଆମ ପଠିତ ‘ସାହିତ୍ୟ କଳିକା’ ପୁସ୍ତକର ‘ମାଟି’ କବିତାରୁ ଆନୀତ । ଏହି ପ୍ରସଙ୍ଗରେ କବି ନନ୍ଦ କିଶୋର ସାମଲ ମାଟିର ମହିମା ବର୍ଣନା କରିଛନ୍ତି ।

ଏହି ମାଟି ଆମକୁ ସବୁ ଦେଇଛି । ଏହା ଆମକୁ ଖାଦ୍ୟ ଓ ବାସ ଦେଇଛି । ପିଲାଟି ବେଳରୁ ଆହାର ଦେଇ ସୁଖରେ ପାଳିଛି । ଗଛରେ ଜାତି ଜାତି ଫଳ ଆମ ପାଇଁ ସଜାଇ ରଖୁଛି । ଘର କରିବାକୁ କାଠ ଓ ଛପର ପାଇଁ ନଡ଼ା ଦେଇଛି । ମାଟି ଆମକୁ ମୁଗ, ବିରି, ଧାନ, ଗହମ, ମାଣ୍ଡିଆ ଇତ୍ୟାଦି ସବୁ ଦେଇଛି । ତେଣୁ ସ୍ନେହମୟୀ ମାଆ ଭଳି ଏହି ମାଟିର ସବୁଜ ସୁନ୍ଦର ରୂପକୁ କେହି କେବେ ଭୁଲି ପାରିବ ନାହିଁ ।
ପ୍ରସଙ୍ଗଟି ମନଛୁଆଁ ।

୩ । ତଳେ ଦିଆଯାଇଥବା ଶବ୍ଦଗୁଡ଼ିକୁ ନେଇ ବାକ୍ୟ ତିଆରି କରିବା ଆସ ।


ଖାଦ୍ୟ, ଇତିହାସ, ପାଳିଛି, ଲୋଡ଼ା, ନିରିମଳ


ଉ : (ବାକ୍ୟ) ମାଟିରୁ ଚେର ସାହାଯ୍ୟରେ ଗଛ ଖାଦ୍ୟ ପାଏ ।
 (ବାକ୍ୟ) ଆମ ଓଡ଼ିଆ ଜାତିର ଇତିହାସ ମହାନ୍ । 
(ବାକ୍ୟ) ମାଆ ଆମକୁ ସ୍ନେହରେ ପାଳିଛି ।
 (ବାକ୍ୟ) ମୋର ଅଧିକ କିଛି ଲୋଡା ନାହିଁ । 
(ବାକ୍ୟ) ଝରଣାର ଜଳ ନିରିମଳ ଅଟେ ।



୪। ଆସ ବିପରୀତ ଶବ୍ଦ ଲେଖିବା  ।


 ପିଲା, ସୁଖ, ଦେବା, ନିରିମଳ, ପଢ଼ିବା
ଉ : ପିଲା-ବୁଢ଼ା


ସୁଖ- ଦୁଃଖ


ଦେବା -ନେବା


ନିରିମଳ- ଆବିଳ


ପଡ଼ିବା – ଉଠିବା


5 ସମାନ ଅର୍ଥ ବୁଝାଉଥବା ଆଉ କେତୋଟି ଶବ୍ଦ ଲେଖିବା  ଆସ ।

ବାସ- ଗୃହ, ଘର, କୁଟୀର


ଆହାର - ଭୋଜନ, ଖାଦ୍ୟ


ଫଳ- ଶଲାଟୁ, ପ୍ରସୂନଜ


ପରବତ- ଭୂଧର, ଗିରି

No comments:

Post a Comment

Comments