web page for every book School , College , Engineering .

Wednesday, November 13, 2024

10th Class bande utkala janani question answer | Meher Sir

 Mehersir.in Class 10 bande utkala janani question answer | Odia Medium Class 10th Chapter 1 Bande Utkal Janani Question Answer | Vande Utkal Janani All Questions Answer | Bande Utkala Janani Question Answer Class 10 MIL Odia Chapter 1 Odia Medium .


10th Class bande utkala janani question answer | Meher Sir


Bande utkala janani question answer


ଘନଘନ – ଅତି ଘଞ୍ଚ

ରାଜିତ  – ଶୋଭାପାଏ

ନୀଳ– ଗାଢ଼ ସବୁଜ

ଭୂଧରମାଳା – ପର୍ବତମାଳା/ପର୍ବତଶ୍ରେଣୀ 

ସାଜେ ତରଙ୍ଗେ – ଢେଉପରି ସଜ୍ଜିତ ହୋଇଥାଏ 

କଳକଳ ମୁଖରିତ – ପକ୍ଷୀମାନଙ୍କ ଶବ୍ଦରେ ଶବ୍ଦାୟିତ

ଚାରୁ -ସୁନ୍ଦର

ବିହଙ୍ଗ – ପକ୍ଷୀ

ଶାଳି- ଧାନ୍ୟ ବିଶେଷ

ଜ୍ଞାନ ବିଜ୍ଞାନ ପ୍ରଦର୍ଶିତ ନେତ୍ର – ଯେଉଁ ଦିବ୍ୟ ଦୃଷ୍ଟିରେ ଜ୍ଞାନ ଏବଂ ବିଜ୍ଞାନକୁ ଦେଖୁହୁଏ 

ନେତ୍ର - ଚକ୍ଷୁ/ଆଖୁ

ଗଣ – ସମୂହ 

ଉଟଜ – କୁଟୀର/କୁଡ଼ିଆ 

କଳାବଳୀ – କଳାସମୂହ (ଏଠାରେ ଚିତ୍ରକଳା, ଶିଳ୍ପକଳା ଉଦ୍ଦେଶ୍ୟରେ କୁହାଯାଇଛି)

ବେଶା  – ‘ବେଶ’ର ବିଶେଷଣ ହୋଇଥିବା ବେଶ ସଂପୃକ୍ତ କଳାଗୁଡ଼ିକ ଗ୍ରହଣ କରିବାକୁ ହେବ 

ତୀର୍ଥଚୟ ପୂର୍ଣ୍ଣ -ତୀର୍ଥସ୍ଥାନସମୂହରେ ପରିପୂର୍ଣ


ପାଠ୍ୟ ପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର

ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ପ୍ରତ୍ୟେକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ । ପୟୋଧ, ତଟିନୀ, ସମୀର, ଭୂଧର, ଉଟଜ, ଅରି

ଶବ୍ଦ           ପ୍ରତିଶବ୍ଦ

ପୟୋଧ୍         ସମୁଦ୍ର, ସାଗର

ସମୀର      ପବନ, ବାୟୁ

ଉଟଜ        କୁଟୀର, କୁଡ଼ିଆ

ତଟିନୀ        ନଦୀ, ସରିତ

ଭୂଧର          ପର୍ବତ, ଅଚଳ

ଅରି          ଶତ୍ରୁ, ଅରାତି, ବୈରୀ


୨। ନିମ୍ନଲିଖତ ଶବ୍ଦଗୁଡ଼ିକର ବିପରୀତାର୍ଥବୋଧକ ଶବ୍ଦ ଲେଖ ।


ଶବ୍ଦ             ବିପରୀତାର୍ଥବୋଧକ ଶବ୍ଦ

ଶୁଭ୍ର          ମଳିନ|କୃଷ୍ଣ

ଘନ        ତରଳ

ସୁନ୍ଦର        ଅସୁନ୍ଦର

ପୁଣ୍ଯ           ପାପ

ପବିତ୍ର        ଅପବିତ୍ର

ଦର୍ପିତ         ବିନୀତ



୩। ନିମ୍ନଲିଖ୍ ଶବ୍ଦମାନଙ୍କୁ ନେଇ ସାର୍ଥକ ବାକ୍ୟ ରଚନା କର । ବିଧୌତ, ସୁଶୋଭିତ, ରାଜିତ, କଳକଳ, ଜ୍ଞାନବିଜ୍ଞାନ, ଉଟଜ


ବିଧୌତ - ଜ୍ୟୋତ୍ସ୍ନା ବିଧୌତ ରାତ୍ରି ଭାବୁକକୁ ବିମୋହିତ କରେ ।

ସୁଶୋଭିତ  - ରାମଚନ୍ଦ୍ରଙ୍କ ସୁଶୋଭିତ ରୂପ ଦେଖ୍ ମୁନିମାନେ ବିମୋହିତ ହୋଇଥିଲେ ।  

କଳକଳ - ଚିଲିକାରେ ପକ୍ଷୀମାନଙ୍କର କଳକଳ ଧ୍ଵନି ସବୁବେଳେ ଶୁଣିବାକୁ ମିଳିଥାଏ ।

ଜ୍ଞାନବିଜ୍ଞାନ -  ବର୍ତ୍ତମାନ ଓଡ଼ିଶା ଜ୍ଞାନବିଜ୍ଞାନରେ ଯଥେଷ୍ଟ ଅଗ୍ରଗତି କରିସାରିଛି ।

ଊଟଜ ଘନ ଅରଣ୍ୟରେ ମୁନିମାନେ ଉଟଜ ତିଆରି କରି ବାସ କରନ୍ତି ।

ରାଜିତ - ଆଶ୍ରମର ପୁଷ୍ପରାଜିତ ବୃକ୍ଷସମୂହର ଦୃଶ୍ୟ ଚିତ୍ତ ହରଣ କରେ ।


୪। ‘କଳକଳ’ ଭଳି ଆଉ ପାଞ୍ଚଗୋଟି ଧ୍ଵନ୍ୟାତ୍ମକ ଯୁଗ୍ମଶବ୍ଦ ଲେଖ ।


ଉ– ଧ୍ଵନ୍ୟାତ୍ମକ ଯୁଗ୍ମଶବ୍ଦ – ଧଡ଼ଧଡ଼, ଫଡ଼ପଡ଼, ଘଡ଼ଘଡ଼, ମଡ଼ମଡ଼, ସରସର, ଝରଝର ।


ପଠିତ କବିତା ଅବଲମ୍ବନରେ ଶୂନ୍ୟସ୍ଥାନ ପୂରଣ କର । (ପ୍ରଶ୍ନ ସହିତ ଉତ୍ତର)


(କ) ପୂତ ପୟୋଧ ବିଧୌତ ଶରୀରା

(ଖ) ତାଳତମାଳ ସୁଶୋଭିତ ତୀରା,

(ଗ) ଶୁଭ୍ର ତଟିନୀ କୂଳ – ଶୀକର-ସମୀରା

(ଘ) ଘନଘନ ବନଭୂମି ରାଜିତ ଅଙ୍ଗେ,

(ଙ) ନୀଳ ଭୂଧରମାଳା ସାଜେ ତରଙ୍ଗେ

(ଚ) କଳକଳ ମୁଖରିତ ଚାରୁ ବିହଙ୍ଗେ

(ଛ) ସୁନ୍ଦର ଶାଳି ସୁଶୋଭିତ କ୍ଷେତ୍ରା,

(ଜ) ଜ୍ଞାନବିଜ୍ଞାନ ପ୍ରଦର୍ଶିତ - ନେତ୍ରା,

(ଝ) ଯୋଗୀ ଋଷିଗଣ ଉଟଜ ପବିତ୍ରା ଅର୍ଥଗତ ପାର୍ଥକ୍ୟ ଦର୍ଶାଅ ।

(ଞ) ସୁନ୍ଦର ମନ୍ଦିର ମଣ୍ଡିତ ଦେଶ,


୬ | ଅର୍ଥଗତ ପାର୍ଥକ୍ୟ ଦର୍ଶାଅ ।

ସୁର - ଶୂର, ପୂତ - ପୁତ, ଶାଳି - ଶାଳୀ, ବଳି - ବଳୀ, କୂଳ- କୁଳ

-

ସୁର – ଦେବତା

ଶୂର – ବୀର

ପୂତ – ପବିତ୍ର

ପୁତ – ପୁଅ, ସନ୍ତାନ

ଶାଳି – ଧାନ୍ୟ ବିଶେଷ

ଶାଳୀ – ସ୍ତ୍ରୀର ସାନଭଉଣୀ

ବଳି – ପୂଜାସାମଗ୍ରୀ, ଦୈତରାଜ ବିରୋଚନଙ୍କ ପୁତ୍ର

 ବଳୀ – ବଳବାନ୍

କୂଳ – ନଦୀ, ସମୁଦ୍ର ପ୍ରଭୃତିର ତଟ

କୁଳ — ବଂଶ


କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର


୭। ଚାରୁହାସମୟୀ ଚାରୁଭାଷମୟୀ କାହାକୁ କୁହାଯାଇଛି ?

ଉ– ଉତ୍କଳ ଜନନୀକୁ ଚାରୁହାସମୟୀ ଚାରୁଭାଷମୟୀ ବୋଲି କୁହାଯାଇଛି । ଚାରୁହାସମୟୀ କହିବାଦ୍ୱାରା ଉତ୍କଳର ଗୌରବମୟ ଅବସ୍ଥାକୁ ସୂଚାଇ ଦିଆଯାଇଛି । କାରଣ ସନ୍ତାନମାନଙ୍କର ଗୌରବରେ ଜନନୀ ମୁଖରେ ମଧୁର ହସ ଖେଳିଥାଏ । ପୁନଶ୍ଚ ଓଡ଼ିଆ ଭାଷାର ମୃଦୁତା ଓ ମଧୁରତା ହେତୁ ଉତ୍କଳ ଜନନୀକୁ ଚାରୁଭାଷମୟୀ ବୋଲି କୁହାଯାଇଛି ।

୮ | ଉତ୍କଳ ଜନନୀକୁ କିଏ ଧୋଇ ଦେଉଛି ?

ଉ—ଉତ୍କଳ ଜନନୀକୁ ପୂତ ମହୋଦଧୂ ଧୋଇ ଦେଉଛି । 


୯  ସମୁଦ୍ରକୂଳ କେଉଁ କେଉଁ ବୃକ୍ଷଦ୍ବାରା ସୁଶୋଭିତ ?

ଉ - ସମୁଦ୍ରକୂଳ ତାଳ ଓ ତମାଳ ବୃକ୍ଷଦ୍ବାରା ସୁଶୋଭିତ ।


୧୦ । ଉତ୍କଳର ଆକାଶ କାହାର କଳରବରେ ମୁଖରିତ ?

ଉ– ଉତ୍କଳର ଆକାଶ ସୁନ୍ଦର ସ୍ବନ କରୁଥିବା ବିହଙ୍ଗମାନଙ୍କ କଳରବରେ ମୁଖରିତ । 


୧୧ । ପର୍ବତମାଳାଗୁଡ଼ିକ ଉତ୍କଳ ଜନନୀଙ୍କ ଦେହରେ କିଭଳି ଭାବେ ଶୋଭାପାଉଛି ? 

ଭ– ପର୍ବତାମାଳାଗୁଡ଼ିକ ଉତ୍କଳ ଜନନୀଙ୍କ ଦେହରେ ତରଙ୍ଗାକାରରେ ସଜ୍ଜିତ ହେଲାଭଳି ଶୋଭାପାଉଛି ।


 ୧୨ । କେଉଁମାନଙ୍କ କୁଟୀରଦ୍ଵାରା ଉତ୍କଳ ପବିତ୍ର ହୋଇଛି ?

ଯୋଗୀ ଓ ଋଷିମାନଙ୍କ କୁଟୀରଦ୍ବାରା ଉତ୍କଳ ପବିତ୍ର ହୋଇଛି ।


୧୩ । ଶ୍ରେଷ୍ଠ କବିମାନେ କାହାର କୀର୍ତ୍ତି ବନ୍ଦନା କରୁଛନ୍ତି ?

ଶ୍ରେଷ୍ଠ କବିମାନେ ଉତ୍କଳ ଜନନୀଙ୍କର କୀର୍ତ୍ତି ବନ୍ଦନା କରୁଛନ୍ତି । 


ସପ୍ରସଙ୍ଗ ସରଳାର୍ଥ

୧୪ । ପୂତ-ପୟୋଧ-ବିଧୌତ-ଶରୀରା,

ତାଳତମାଳ-ସୁଶୋଭିତ-ତୀରା,

ଉ - 

ପୂତ-ପାୟୋଧୂ...............ସୁଶୋଭିତ-ତୀରା,

ଉକ୍ତ ପଦ୍ୟାଶଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବିରଚିତ ‘ବନ୍ଦେ ଉତ୍କଳ ଜନନୀ’ ଶୀର୍ଷକ ଜାତୀୟ ଭାବନା ପ୍ରଣୋଦିତ କବିତାରୁ ଗୃହୀତ ହୋଇଛି । ଏଠାରେ କବି ପ୍ରିୟ ଜନ୍ମଭୂମି ‘ଉତ୍କଳ ଜନନୀ’ ର ଭୌଗୋଳିକ ସ୍ଥିତି ବା ବାହ୍ୟ ଶୋଭାର ବର୍ଣ୍ଣନା ଦେଇଛନ୍ତି ।

ଆମର ଜନ୍ମଭୂମି ଉତ୍କଳର ପୂର୍ବ ଦିଗର ସୀମା ବଙ୍ଗୋପସାଗରଦ୍ଵାରା ବେଷ୍ଟିତ । ଏହି ବଙ୍ଗୋପସାଗରକୁ ପୁରାଣ ଶାସ୍ତ୍ରକାରମାନେ ପବିତ୍ର ମହୋଦଧୂ ଭାବେ ପରିଚିତ କରାଇଛନ୍ତି । କବିଙ୍କ ମତରେ ସେହି ମହୋଦଧୂ ପବିତ୍ର ଜଳ ଉତ୍କଳ ଜନନୀର ଶରୀରକୁ ବିଧୌତ କରୁଛି । ମହୋଦଧୂର ପବିତ୍ର ଜଳଦ୍ୱାରା ଉତ୍କଳ ଜନନୀର ଶରୀର ବିଧୌତ ହେବାଦ୍ୱାରା ସେ ସଦା ପବିତ୍ର ହେଉଛି । ପୁନଶ୍ଚ ଏହାର ତଟଦେଶରେ ଶୋଭାପାଇଥାଏ ମାଳମାଳ ତାଳ ଓ ତମାଳ ବୃକ୍ଷ । ସେହି ବୃକ୍ଷର ସବୁଜିମାରେ ଉତ୍କଳ ଜନନୀ ଅପୂର୍ବ ଶ୍ରୀ ଧାରଣ କରିଥାଏ । ଏଠାରେ କବି ଉତ୍କଳର ଭୌଗୋଳିକ ସ୍ଥିତିକୁ କାବ୍ୟକ ରୂପ ଦେଇଛନ୍ତି ।

କବିଙ୍କର ଏଭଳି ପରିକଳ୍ପନା ହୃଦୟସ୍ପର୍ଶୀ ହୋଇଛି । ଏଭଳି ବର୍ଣ୍ଣନାରେ କବିଙ୍କର ଜାତୀୟତାବୋଧ ମଧ୍ଯ ପ୍ରକାଶିତ ହୋଇଛି ।


୧୫ । ଘନଘନ ବନଭୂମି ରାଜିତ ଅଙ୍ଗେ,
ନୀଳ ଭୂଧରମାଳା ସାଜେ ତରଙ୍ଗେ,

-

ଉ – ଘନଘନ.................ସାଜେ ତରଙ୍ଗେ,

ଶଂସିତ ପଦ୍ୟାଶଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦେଶାତ୍ମବୋଧକ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ରୁ ଗୃହୀତ ହୋଇଛି । ଏଥ‌ିରେ କବି ଉତ୍କଳ ଜନନୀଙ୍କର ଅରଣ୍ୟ ଓ ପର୍ବତମାଳାର ଶୋଭାକୁ ଛନ୍ଦାୟିତ ଭାବରେ ପରିପ୍ରକାଶ କରିଛନ୍ତି ।

ଆମ ଉତ୍କଳ ପ୍ରଦେଶ ଉପକୂଳ ପ୍ରାକୃତିକ ପରିବେଶରେ ସୁଶୋଭିତ । ଏହାର ବିସ୍ତୀର୍ଣ୍ଣ ଅଞ୍ଚଳ ନିଘଞ୍ଚ ଅରଣ୍ୟାନୀଦ୍ଵାରା ଆଚ୍ଛାଦିତ । ଏହି ବନଭୂମି ଶାଳ, ପିଆଶାଳ, ଅସନ, କୁରୁମ, ଶିଶୁ, କେନ୍ଦୁ, ଆମ୍ବ, ଚାକୁଣ୍ଡା, ବର, ଓସ୍ତ, ଗମ୍ଭାରି, ନିମ ଆଦି ଦ୍ରୁମଦ୍ୱାରା ପରିପୂର୍ଣ୍ଣ । ପୁନଶ୍ଚ ଏହି ବନରେ ବାସ କରନ୍ତି ବାଘ, ଭାଲୁ, ହାତୀ, ହରିଣ, ଝିଙ୍କ, ଠେକୁଆ, ସମ୍ବର, କୁଟୁରା ଆଦି ପ୍ରାଣୀମାନେ । ନାନାଜାତିର ପଶୁ ସାଙ୍ଗକୁ ମୟୂର, କୋଇଲି, କେଚିଳାଖାଇ, ଶୁଆ, ସାରୀ ଆଦି ପକ୍ଷୀମାନେ ମଧ୍ୟ ବାସକରନ୍ତି ।

ବହଳ ଗଛ ସାଙ୍ଗକୁ ପଶୁପକ୍ଷୀଙ୍କର ଲୀଳାଖେଳା ଦର୍ଶକକୁ ବିମୋହିତ କରେ । ଉତ୍କଳର ସ୍ଥାନେ ସ୍ଥାନେ ଦେଖାଯାଏ ସବୁଜବୃକ୍ଷ ଆଚ୍ଛାଦିତ ତୁଙ୍ଗ ପର୍ବତମାଳା । ସେହି ପର୍ବତମାଳା ଦୂରରୁ ମନୋରମ ଦେଖାଯାଏ । ଛୋଟବଡ଼ ପାହାଡ଼ଗୁଡ଼ିକ ପାଖକୁ ପାଖ ସଜେଇ ହେଲାଭଳି ରହିଥା’ନ୍ତି । ସେଗୁଡ଼ିକ ସମୁଦ୍ର ମଧ୍ୟରେ ଉତ୍ତାଳ ତରଙ୍ଗ ଯେପରି ଦେଖାଯାଏ, ଏହି ନୀଳ ପର୍ବତଗୁଡ଼ିକ ସେହିପରି ଦେଖାଯା’ନ୍ତି । କବି ଉତ୍କଳର ଶୋଭାକୁ ଯଥାର୍ଥ ଭାବରେ ବର୍ଣ୍ଣନା କରିବାକୁ ଯାଇ ଏହାର ଅତି ଘଞ୍ଚ ବନପ୍ରଦେଶ ଓ ପର୍ବତମାଳାର ରୂପକୁ ଦେଖାଇବାକୁ ଚେଷ୍ଟା କରିଛନ୍ତି ।

କବିଙ୍କର ଉପସ୍ଥାପନା କାବ୍ୟକ ଓ ମନୋଜ୍ଞ ହୋଇପାରିଛି ।


୧୬ । ସୁନ୍ଦରଶାଳି -ସୁଶୋଭିତ-କ୍ଷେତ୍ରା,
ଜ୍ଞାନବିଜ୍ଞାନ-ପ୍ରଦର୍ଶିତ-ନେତ୍ରା,

ଉ – ସୁନ୍ଦରଶାଳି..............ପ୍ରଦର୍ଶିତ ନେତ୍ରା,

ଉକ୍ତ ପଦ୍ୟାଶଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବିରଚିତ ‘ବନ୍ଦେ ଉତ୍କଳ ଜନନୀ’ ଶୀର୍ଷକ ଜାତୀୟ ଭାବନା ପ୍ରଣୋଦିତ କବିତାରୁ ଗୃହୀତ ହୋଇଛି । ଏଠାରେ କବି ପ୍ରିୟ ଜନ୍ମଭୂମି ଉତ୍କଳ ଶସ୍ୟଶୋଭିତ ସୁନ୍ଦର କ୍ଷେତ୍ର ଏବଂ ଜ୍ଞାନବିଜ୍ଞାନରେ ମହିମାନ୍ବିତ ହୋଇଥିବା କଥା ଉଲ୍ଲେଖ କରିଛନ୍ତି ।

ଓଡ଼ିଆପୁଅର ମୂଳ ଖାଦ୍ୟ ହେଉଛି ଭାତ । କୃଷକ ପଖାଳ କଂସାରେ ତା’ର ଉଦର ପୂରଣ କରେ । କାରଣ ଧାନ ହେଉଛି ଉତ୍କଳର ପ୍ରଧାନ ଫସଲ । ଏଠାରେ ଦିଗସ୍ତବିସ୍ତାରି ଶସ୍ୟକ୍ଷେତ୍ର ଦେଖାଯାଏ । ଶରତ ଋତୁରେ ଚାରିଆଡ଼େ ଧାନକ୍ଷେତ୍ରର ସବୁଜିମା ନୟନ ମନକୁ ହରଣ କରିନିଏ । ପୁଣି ସେହି ସବୁଜକ୍ଷେତ୍ର ଶୀତଋତୁରେ ସୁବର୍ଷବର୍ଷ ଧାରଣ କରି କେବଳ କୃଷକକୁ କାହିଁକି ଯେକୌଣସି ଦର୍ଶକକୁ ପ୍ରାଣଭରା ଆନନ୍ଦ ଦିଏ । କବି ଏଠାରେ ଏକ ବିଶେଷ ଧରଣର ଶାଳିଧାନ କଥା ସୂଚାଇ ଅଛନ୍ତି । ଉତ୍କଳ ଭୂମିର ସନ୍ତାନମାନେ ଜ୍ଞାନ ଓ ବିଜ୍ଞାନରେ ଅଧିକ ପାରଙ୍ଗମ । ଏହାକୁ ବୁଝାଇବାକୁ ଯାଇ କବି କହିଛନ୍ତି, ଉତ୍କଳ ଜନନୀଙ୍କ ନେତ୍ରରୁ ପ୍ରକାଶିତ ହେଉଛି ଜ୍ଞାନାଲୋକ ଓ ବିଜ୍ଞାନର ଅପୂର୍ବ ଜ୍ୟୋତି । କବିଙ୍କର ଏଭଳି କହିବାର ଉଦ୍ଦେଶ୍ୟ ହେଉଛି, ଏହି ପବିତ୍ର ଉତ୍କଳ ମାଟିରେ ଜନ୍ମ ନେଇଛନ୍ତି ଅନେକ ଜ୍ଞାନୀ ଓ ବିଜ୍ଞାନୀ । ସେମାନେ ଜ୍ଞାନ ଓ ବିଜ୍ଞାନ ବଳରେ କାଳଜୟୀ କୃତିତ୍ଵ ହାସଲ କରିଛନ୍ତି ।

କବିଙ୍କର ଏଭଳି ବର୍ଣ୍ଣନା ଉତ୍କଳ ଜନନୀ ପାଇଁ ଯଥାର୍ଥ ମନେହୁଏ ।


୧୭ । ଉତ୍କଳ ଶୂରବର-ଦର୍ପିତ ଗେହା,
ଅରିକୂଳ-ଶୋଣିତ-ଚର୍ଚ୍ଚିତ-ଦେହା,

ଉ – ଉତ୍କଳ ଶୂରବର..................ଚର୍ଚ୍ଚିତ ଦେହା,

ଶଂସିତ ପଦ୍ୟାଶଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବିରଚିତ ‘ବନ୍ଦେ ଉତ୍କଳ ଜନନୀ’ ଶୀର୍ଷକ ଦେଶାତ୍ମବୋଧକ କବିତାରୁ ଗୃହୀତ ହୋଇଛି । ଏଠାରେ କବି ଉତ୍କଳ ଜନନୀକୁ ବୀର ପ୍ରସବିନୀ ଗୌରବରେ ଗୌରବାନ୍ବିତ କରିବାକୁ ଚାହିଁଛନ୍ତି ।.

ଉତ୍କଳ ହେଉଛି ବୀରମାଟି । ଏଠାରେ ଜନ୍ମ ନେଇଛନ୍ତି ଶୌର୍ଯ୍ୟବନ୍ତ ଓ ବୀର୍ଯ୍ୟବନ୍ତ ବୀରମାନେ । ସେମାନଙ୍କର ବୀରତ୍ଵ ଓ ଗରିମା ସମଗ୍ର ଭାରତବର୍ଷରେ ପରିଚିତ ଓ ପ୍ରଚାରିତ । ତେଣୁ କବି ଉତ୍କଳଭୂମିକୁ ବୀରଶ୍ରେଷ୍ଠମାନଙ୍କର ଗୃହ ବୋଲି କହିଛନ୍ତି । ସେହି ବୀରମାନଙ୍କୁ ନେଇ ସେ ଗୌରବବିମଣ୍ଡିତା । ଅସଂଖ୍ୟ ଶତ୍ରୁଙ୍କୁ ସେହି ବୀରସନ୍ତାନଗଣ ବିନାଶ କରିଛନ୍ତି । ଯେଉଁମାନେ ଉତ୍କଳକୁ ଶତ୍ରୁ ହିସାବରେ ଆସିଛନ୍ତି, ସେମାନଙ୍କ ତାଜାରକ୍ତରେ ଉତ୍କଳମାଟି ରଞ୍ଜିତ ହୋଇଛି । ଅର୍ଥାତ୍ ଉତ୍କଳୀୟ ବୀରମାନେ ଅତି ଦମ୍ଭର ସହିତ ଶତ୍ରୁମାନଙ୍କୁ ସମ୍ମୁଖୀନ ହୋଇଛନ୍ତି ଏବଂ ସେମାନଙ୍କୁ ବିନାଶ କରିଛନ୍ତି ।

ଏଠାରେ କବି ଉତ୍କଳର ଐତିହ୍ୟ ସୂଚିତ କରି, ଉତ୍କଳବାସୀଙ୍କ ମନରେ ଜାତୀୟତାବୋଧ ସୃଷ୍ଟି କରିବାକୁ ଚାହିଁଛନ୍ତି ।


ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧୮। ‘ବନ୍ଦେ ଉତ୍କଳ ଜନନୀ’’ କବିତାରୁ ଉତ୍କଳର ବୈଶିଷ୍ଟ୍ୟ ଉଲ୍ଲେଖ କର ।

ଉ – ‘ବନ୍ଦେ ଉତ୍କଳ ଜନନୀ’ କବିତାର କବି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର । ସେ ଏକାଧାରରେ ଥିଲେ କବି, ନାଟ୍ୟକାର, ଗାଳ୍ପିକ, ପ୍ରାବନ୍ଧିକ ଓ ପତ୍ରିକା ସମ୍ପାଦକ । ବ୍ୟଙ୍ଗକବି ଭାବରେ ଓଡ଼ିଆ ସାହିତ୍ୟରେ ସେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ସେ ସ୍ଵଚ୍ଛଳ ଜମିଦାର ପରିବାରର ଦାୟାଦ ହୋଇ ଉଚ୍ଚଶିକ୍ଷା ଲାଭ କରିଥିଲେ ବି ଆଜୀବନ ରୋଗବ୍ୟାଧ୍ ତାଙ୍କ ଜୀବନ ଦର୍ଶନକୁ ବଦଳାଇ ଦେଇଥିଲା । ଶେଷବେଳକୁ ସେ ଆର୍ଥିକ ଦୁର୍ଗତିର ଶିକାର ହୋଇ, ଜ୍ଞାତିକୁଟୁମ୍ବଙ୍କ ମାଲିମକଦ୍ଦମାରେ ଅତିଷ୍ଠ ହେବା କାରଣରୁ ନିଜକୁ ଅତି ଅସହାୟ ମନେକରିଥିଲେ । ତଥାପି ଜୀବନସାରା ସାହିତ୍ୟ ସାଧନରେ ନିଜକୁ ସେ ହଜାଇ ଦେବାକୁ ଚାହିଁଥିଲେ । ତାଙ୍କଦ୍ବାରା ରଚିତ ‘ଜାତୀୟ ସଙ୍ଗୀତ’, ‘ଜୀବନ ସଙ୍ଗୀତ’, ‘ଚଟକ ଚନ୍ଦ୍ରହାସ ଚମ୍ପୂ’ ତାଙ୍କ କବି ପ୍ରତିଭାର ବଳିଷ୍ଠ ସ୍ଵାକ୍ଷର । ସେ ‘ଶରଦ୍ରାସ’, ‘କର୍ଷ’, ‘କାଳୀୟ ଦଳନ’ ପ୍ରଭୃତି ଅନେକ ପୌରାଣିକ ନାଟକ ରଚନା କରିଥିଲେ । କଥାକାର ଭାବରେ ‘କଣାମାମୁ’ଉପନ୍ୟାସ ଓ ‘ବୁଢ଼ା ଶଙ୍ଖାରି’ଭଳି ଗଳ୍ପ ତାଙ୍କ ପ୍ରତିଭାର ଯଥାର୍ଥ ପ୍ରମାଣ । ତାଙ୍କର ଦେଶାତ୍ମବୋଧକ କବିତାଗୁଚ୍ଛ ‘ଜାତୀୟ ସଙ୍ଗୀତ’ର ପ୍ରଥମ କବିତା ‘ବନ୍ଦେ ଉତ୍କଳ ଜନନୀ’।

ସଂଗ୍ରାମୀ ପରିବାରର ଦାୟାଦ ଭାବରେ ସେ ମାତୃଭୂମିକୁ ଅତ୍ୟନ୍ତ ଭଲ ପାଉଥିଲେ । ତାଙ୍କ ଦୃଷ୍ଟିରେ ତାଙ୍କର ମାତୃଭୂମି ଅନନ୍ୟା ଓ ଅତୁଳନୀୟା । ଉତ୍କଳ ଜନନୀର ବିମୋହିତ ଛବିକୁ ସେ ସ୍ୱଚକ୍ଷୁରେ ଦେଖୁଛନ୍ତି । ତାଙ୍କ ମାନସପଟରେ ଭାସିଉଠିଛି, ମାତୃଭୂମିର ଅନିନ୍ଦ୍ୟ ରୂପ । ଉତ୍କଳ ଜନନୀର ଭୁବନମୋହିନୀ ରୂପଶୋଭା, ହୃଦୟସ୍ପର୍ଶୀ ଭୌଗୋଳିକ ସ୍ଥିତି କବିଙ୍କ ମନରେ ସୃଷ୍ଟି କରିଛି ଉଚ୍ଚାଟିତ ଭାବ । ତାଙ୍କର ସେହି ଭାବକୁ ପ୍ରୀତିଅର୍ଘ୍ୟ ଭାବରେ ସେ ଜଣାଇ ଦେଇଛନ୍ତି ।

କବିଙ୍କ ଦୃଷ୍ଟିରେ ଉତ୍କଳ ହେଉଛି ଚାରୁହାସ୍ୟମୟୀ ଅର୍ଥାତ୍ ଉତ୍କଳ ଜନନୀର ହସ ଖୁବ୍ ସୁନ୍ଦର । ତାଙ୍କର ବାଣୀ ମଧ୍ଯ ମଧୁର । ପବିତ୍ର ପୟୋଧ ତାଙ୍କର ଶରୀରକୁ ସଦାବିଧୌତ କରି ପବିତ୍ରୀକୃତ କରିଛି । ସାଗରର ତୀରେ ତୀରେ ଲମ୍ବିଯାଇଛି ତାଳ ଓ ତମାଳ ଭଳି ସୁଦୃଶ୍ୟ ବୃକ୍ଷଶ୍ରେଣୀ । କେତେ କେତେ ସୁନିର୍ମଳ ସ୍ରୋତସ୍ବିନୀ ପ୍ରବାହିତ ହେଉଛନ୍ତି ଉତ୍କଳ ଜନନୀ ଶରୀରରେ । ସେହି ତଟିନୀର ତରଙ୍ଗାୟିତ ଜଳରୁ ବାଷ୍ପ ଗ୍ରହଣ କରି ସମୀରଣ ହୋଇଛି ସୁଶୀତଳ । ଉତ୍କଳର ଏହି ପ୍ରାକୃତିକ ଶୋଭା ଦେଖାଇ କବି ଲେଖିଛନ୍ତି -


‘ପୂତ-ପୟୋଧ-ବିଧୌତ-ଶରୀରା, 

ତାଳତମାଳ-ସୁଶୋଭିତ-ତୀରା, 

ଶୁଭ୍ର-ତଟିନୀ-କୂଳ-ଶୀକର-ସମୀରା ଜନନୀ, ଜନନୀ, ଜନନୀ ।’’


ଉତ୍କଳ ଜନନୀ ଧାରଣ କରିଛି ଘନଘନ ବନରାଜି । ଘଞ୍ଚ ଅରଣ୍ୟରେ ସେ ସବୁଜଶ୍ରୀ ଧାରଣ କରିଛି । ସ୍ଥାନେ ସ୍ଥାନେ ରହିଛି ତରଙ୍ଗାୟିତ ନୀଳ ଭୂଧରମାଳା । ସୁନ୍ଦର ପକ୍ଷୀମାନଙ୍କର କାକଳି ବା କଳଧ୍ଵନିରୂପକ ସଙ୍ଗୀତରେ ଭୂଭାଗ ହେଉଛି ମୁଖରିତ । ଦିଗନ୍ତବିସ୍ତାରି ଶାଳିଧାନର କ୍ଷେତରେ ସୁଶୋଭିତ ଜନନୀ ଅନ୍ନପୂର୍ଣ୍ଣା ସଦୃଶ ଖାଦ୍ୟର ଭଣ୍ଡାର ଖୋଲିଦେଇଛି । ତା’କୋଳରେ ଜୀବନଧାରଣ କରିଥିବା ସନ୍ତାନମାନଙ୍କର ଉଦର ପ୍ରତିପୋଷଣର ସେ ହୋଇଛି କାରଣ । ଜନନୀର ଉନ୍ନୀଳିତ ନେତ୍ରରେ ରହିଛି ଜ୍ଞାନ ଓ ବିଜ୍ଞାନର ଦୃଷ୍ଟିଭଙ୍ଗୀ । ଏଠାରେ ରହିଛନ୍ତି ଉଟଜବାସୀ ଯୋଗୀଋଷି । ସେମାନଙ୍କ କଣ୍ଠରୁ ସ୍ଫୁରିତ ବେଦଧ୍ଵନିରେ ଏହି ମାଟି ହୋଇଛି ପବିତ୍ର ।

ଉତ୍କଳ ହେଉଛି କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିରମାଳିନୀ । ସେହି ମନ୍ଦିର ଗାତ୍ରରେ ଉତ୍କଳର ଶିଳ୍ପୀମାନଙ୍କର ବୈଶିଷ୍ଟ୍ୟ ପ୍ରତିଫଳିତ । ପାବନ ତୀର୍ଥଭୂମିରେ ଉତ୍କଳ ପରିପୂର୍ଣ୍ଣ । ଉତ୍କଳରେ ବହୁ ଶୂରବୀର ଜନ୍ମ ନେଇଛନ୍ତି । ସେମାନେ ଶତ୍ରୁକୁ ପଦାନତ କରି ଉତ୍କଳ ମାଟିକୁ କରିଛନ୍ତି ଗୌରବ ବିମଣ୍ଡିତା । ସମଗ୍ର ବିଶ୍ଵରେ ଉତ୍କଳ ବୀରମାନଙ୍କ ଶୌର୍ଯ୍ୟର ରହିଛି ପ୍ରମାଣ ।

କବିଙ୍କ ଭାଷାରେ –

‘ଉତ୍କଳ ଶୂରବର-ଦର୍ପିତ ଗେହା, ଅରିକୂଳ-ଶୋଣିତ-ଚର୍ଚ୍ଚିତ-ଦେହା, ବିଶ୍ବଭୂମଣ୍ଡଳ-କୃତବର-ସ୍ନେହା ଜନନୀ, ଜନନୀ, ଜନନୀ ।”’

ଉତ୍କଳ ଜନନୀ ଜନ୍ମ ଦେଇଛ ଅନେକ କାଳଜୟୀ କବିଙ୍କୁ । ସେହି କବିମାନେ ଜନନୀର ସୁଯୋଗ୍ୟ ସନ୍ତାନ ଭାବରେ ମାତୃଭୂମିର ବନ୍ଦନା ଗାନ କରିଛନ୍ତି । ତାଙ୍କର ସେହି କବିକୃତି ହୋଇଛି ଅନିନ୍ଦ୍ୟ କୀର୍ତ୍ତି । ତାଙ୍କୁ ଦେହରେ ଧାରଣ କରି ଉତ୍କଳ ଜନନୀ ହୋଇଛି ଧନ୍ୟା, ପୂଣ୍ୟା ଓ ଚରଶରଣା ।

କବିତାଟିରେ କବି ଉତ୍କଳ ଜନନୀର ଅନିନ୍ଦ୍ୟ ରୂପଶୋଭା, ଐତିହ୍ୟ ଓ ଐଶ୍ବର୍ଯ୍ୟକୁ ଯଥାର୍ଥଭାବରେ ବର୍ଣ୍ଣନା କରିଛନ୍ତି । 


୧୯ । ‘‘ବନ୍ଦେ ଉତ୍କଳ ଜନନୀ’ ଏକ ମାତୃଭୂମି ପ୍ରଶଂସାତ୍ମକ କବିତା— ଉକ୍ତିଟିର ଯଥାର୍ଥତା ପ୍ରତିପାଦନ କର ।

ଉ – ‘ବନ୍ଦେ ଉତ୍କଳ ଜନନୀ’ କବିତାର କବି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର । ସେ ତାଙ୍କର ସାରସ୍ବତ ସୃଷ୍ଟିରେ ଉତ୍କଳର ଜାତୀୟ ଜୀବନ, ସାମାଜିକ ରୀତିନୀତି ଓ ସାଂସ୍କୃତିକ ଅପରୂପକୁ ଯଥାର୍ଥ ଭାବରେ ଦେଖାଇଛନ୍ତି । ନିଜର କାନ୍ତକୋମଳ ପଦାବଳୀଦ୍ଵାରା ପାଠକକୁ ଆନନ୍ଦରୂପକ ଅମୃତ ପରିବେଷଣ କରିଛନ୍ତି । ତାଙ୍କ କବିତାର ଛନ୍ଦେ ଛନ୍ଦେ କାନ୍ତକବିର ମହିମାକୁ ବଜାୟ ରଖୁଛନ୍ତି । ତାଙ୍କଦ୍ୱାରା ରଚିତ ‘ଜୀବନ ସଙ୍ଗୀତରେ କବି ନିଜର ଦାର୍ଶନିକ ଓ ଭାର୍ତ୍ତିକ ଭାବକୁ ଉପସ୍ଥାପନ କରିଛନ୍ତି । ତାଙ୍କର ‘ଜାତୀୟ ସଙ୍ଗୀତ’କବିତାଗୁଚ୍ଛରେ ୩୩ଟି ମାତୃଭୂମି ପ୍ରଶଂସାତ୍ମକ କବିତା ରହିଛି । ସବୁଥରେ ଜନ୍ମଭୂମିର ବନ୍ଦନା ଗାନକରି କବି ଜନ୍ମଭୂମି ପ୍ରତି ତାଙ୍କ ହୃଦୟରେ ରହିଥ‌ିବା ଅନାବିଳ ଭାବକୁ ଦେଖାଇଛନ୍ତି । ‘ବନ୍ଦେ ଉତ୍କଳ ଜନନୀ’ ସେହି କବିତାଗୁଚ୍ଛର ପ୍ରଥମ କବିତା ଏବଂ କବିତାର ଛତ୍ରେ ଛତ୍ରେ କବି ଏହି ଉତ୍କଳ ଜନନୀର ବିଶେଷତ୍ଵକୁ ଦେଖାଇବାକୁ ଚେଷ୍ଟା କରିଛନ୍ତି ।

ଜନନୀ ଜନ୍ମଦିଏ, ମାତ୍ର ଜନ୍ମଭୂମି ସନ୍ତାନର ବଞ୍ଝାର କାରଣ ହୁଏ । ଜନନୀ ସ୍ଵଳ୍ପକାଳ ପାଇଁ ସନ୍ତାନକୁ କ୍ଷୀର ଦେଇ ଅପତ୍ୟ ସ୍ନେହରେ ଲାଳନ ପାଳନ କରେ; ମାତ୍ର ମାତୃଭୂମି ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସନ୍ତାନକୁ ତା’ର କୋଳରେ ଧରିରଖେ । ଜନ୍ମଭୂମିର ମାଟି, ପାଣି, ପବନରେ ସେ ବର୍ଦ୍ଧିତ ହୁଏ, ପରିପୁଷ୍ଟ ହୁଏ । ତୁଳନାତ୍ମକ ଭାବରେ ଦେଖୁଲେ ମାତାଠାରୁ ମାତୃଭୂମିର ମହତ୍ତ୍ଵ ଅଧିକ । ମାତାଠାରୁ ମାତୃଭୂମି ଗରୀୟସୀ । କବିଙ୍କ ମନରେ ମାତୃଭୂମି ପ୍ରତି ଏହି ଭାବ ବଳବତ୍ତର ହୋଇଛି । ତାଙ୍କର ବିଚାରରେ ମାତୃଭୂମି ତା’କୋଳରେ ଜନ୍ମନେଇ ବଢ଼ିଥିବା ସନ୍ତାନମାନଙ୍କ ପାଇଁ କେତେ ଯେ ମହାନ୍, ତାହା ପ୍ରକାଶ କରି ହେବ ନାହିଁ । ତେଣୁ କବିତାରେ କବି ମାତୃଭୂମିର ବନ୍ଦନା ଗାନକରି ତାହାର ଅସାମାନ୍ୟତାକୁ ସୂଚାଇ ଅଛନ୍ତି ।

କବି ମାତୃଭୂମିର ପ୍ରଶଂସା ଗାନ କରି କହିଛନ୍ତି, ଉତ୍କଳ ଜନନୀ ହେଉଛି ଚାରୁହାସ୍ୟମୟୀ । ତା’ର ନଭ, ଜଳ, ସ୍ଥଳରେ ହସ ହସ ମନୋମୁଗ୍ଧକର ଭାବ ଦେଖିବାକୁ ମିଳେ । ସେହି ହସ ହସ ଦୃଶ୍ୟକୁ ଦେଖୁ ଦର୍ଶକ ମନରେ ଅପାର ଆନନ୍ଦ ସୃଷ୍ଟି ହୁଏ । ସେ ମଧ୍ଯ ଚାରୁ ଭାଷମୟୀ । ତାହାର ଭାଷା ଅତ୍ୟନ୍ତ ମଧୁର । ସେହି ଭାଷା ଶ୍ରୋତା ମନରେ ଅମୃତମୟ ଭାବ ସୃଷ୍ଟି କରେ ।

ଉତ୍କଳର ଗାତ୍ର ହେଉଛି ପବିତ୍ର । ସେହି ପବିତ୍ର ଗାତ୍ରକୁ ଆହୁରି ପବିତ୍ର କରେ ମହୋଦଧୂର ଜଳରାଶି । ତାହାର ସାଗର ତୀରରେ ଶୋଭାପାଉଛି ତାଳ ତମାଳ ବୃକ୍ଷରାଜି । ଉତ୍କଳ ଭୂମିରେ ପ୍ରବାହିତ ହେଉଛି ନିର୍ମଳ ସ୍ରୋତ ବିଶିଷ୍ଟ ସ୍ରୋତସ୍ଵିନୀ । ସେହି ସ୍ରୋତସ୍ଵିନୀ ଜଳକୁ ସ୍ପର୍ଶକରି ପ୍ରବାହିତ ହେଉଥ‌ିବା ମୃଦୁସମୀର ଶୀତଳତାର ସ୍ପର୍ଶ ଦେଇଥାଏ । ଶୀତଳ ସମୀରରେ ପ୍ରାଣ ଶୀତଳ ହେଲାଭଳି ଅନୁଭବ ହୁଏ ।

କବିଙ୍କ ମାତୃଭୂମିର ଅଙ୍ଗେ ଅଙ୍ଗେ ଭରିରହିଛି ନିଘଞ୍ଚ ବନରାଜି । ନୀଳ ପର୍ବତମାଳା ସମତଳଭୂମି ଉପରେ ଏପରି ଭାବରେ ଦଣ୍ଡାୟମାନ ହୋଇଛି, ଯାହାକୁ ଦେଖ‌ିଲେ ସମୁଦ୍ରର ଜଳରାଶି ଉପରେ ଉତ୍‌ତ ନୀଳ ତରଙ୍ଗର ଭ୍ରମ ସୃଷ୍ଟି ହେଉଛି । ସେଥ‌ିରେ ପୁଣି ସୁନ୍ଦର ସୁନ୍ଦର ପକ୍ଷୀମାନଙ୍କର କଳରବରେ ଚତୁର୍ଦ୍ଦିଗ ମୁଖରିତ ହେଉଛି ।

କବିଙ୍କ ଭାଷାରେ –

‘‘ଘନଘନ ବନଭୂମି ରାଜିତ ଅଙ୍ଗେ,

ନୀଳ ଭୂଧରମାଳା ସାଜେ ତରଙ୍ଗେ, କଳକଳ ମୁଖରିତ ଚାରୁ ବିହଙ୍ଗେ

ଜନନୀ, ଜନନୀ, ଜନନୀ ।’’

ଜନ୍ମଭୂମିର ପ୍ରଶଂସା ଗାନକରି କବି କହିଛନ୍ତି, ଦିଗନ୍ତବିସ୍ତାରି କ୍ଷେତଗୁଡ଼ିକ ଶାଳିଧାନରେ ସୁଶୋଭିତ । ଉତ୍କଳ ଜନନୀ ଜ୍ଞାନବିଜ୍ଞାନ ନେତ୍ର ବିଶିଷ୍ଟ । ଅନେକ କୃତୀ ସନ୍ତାନଙ୍କର ସେ ଜନ୍ମଦାତ୍ରୀ । ସେଥ‌ିରେ ପୁଣି ରହିଛି ଯୋଗୀଋଷିଙ୍କର ଉଟଜ । ସେହି ଯୋଗୀଋଷିଙ୍କର ମନ୍ତ୍ରଧ୍ଵନିରେ ପରିବେଶ ହୋଇଛି ମୁଗ୍ଧ । ଉତ୍କଳଭୂମିର ବହୁସ୍ଥାନରେ ରହିଛି କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର । ସୂକ୍ଷ୍ମ କଳାସମୂହଦ୍ଵାରା ସେଗୁଡ଼ିକ ସୁଶୋଭିତ । ଏହି ଭୂମି ପୁଣ୍ୟତୀର୍ଥ ସମୂହରେ ପରିପୂର୍ଣ୍ଣ ।

ଉତ୍କଳ ଶୂରବୀରମାନଙ୍କ ଭୂଖଣ୍ଡ ଭାବରେ ସାରା ବିଶ୍ବରେ ପରିଚିତ । ଶତ୍ରୁକୁଳର ରକ୍ତରେ ଏହା ରଞ୍ଜିତ । ଏଥିରେ ଜନ୍ମ ନେଇଛନ୍ତି ଅନେକ ଯଶସ୍ବୀ କବି । ଯାହାଫଳରେ ଉତ୍କଳ ଜନନୀ ହୋଇଛି ଧନ୍ୟା, ପୁଣ୍ୟା ଓ ଚିରଶରଣ୍ୟା । କବି ଏଠାରେ ନିଜର ମାତୃଭୂମି ମହନୀୟତା ବଖାଣି ବସିବା ସହିତ ତାହାର ଜୟଗାନ ଓ ବନ୍ଦନା କରିବାକୁ ପ୍ରକାରାନ୍ତରେ ପ୍ରେରଣା ଦେଇଛନ୍ତି କବିଙ୍କର ଏଭଳି ଚିନ୍ତାଧାରା, ତାଙ୍କର ଜନ୍ମଭୂମି ପ୍ରୀତିର ପରିଚୟ ଦେଇଥାଏ

୨୦ । ‘‘ବନ୍ଦେ ଉତ୍କଳ ଜନନୀ’ ଏକ ଜାତୀୟତାବାଦୀ କବିତା – ବିଚାର କର ।

ଉ – କବି ସଦାସର୍ବଦା ନିଜର ମାଟି ଓ ମାତୃଭୂମି ପ୍ରତି ଅନୁରାଗୀ । ସାହିତ୍ୟ ସମାଜର ମୁକୁର । ସମାଜକୁ ଉପେକ୍ଷା କରି ସେ ସାହିତ୍ୟ ସୃଷ୍ଟି କରିପାରେନା । ପରିବେଶ, ପରିସର ଓ ପ୍ରକୃତି ତା’ ଚିନ୍ତା-ରାଜ୍ୟକୁ ସଦା ଆବୋରି ବସିଛି । ଫଳରେ ସେମାନଙ୍କୁ ନେଇ ଚିନ୍ତାକରିବା ତା’ ପକ୍ଷରେ ସ୍ଵାଭାବିକ ହୋଇପଡ଼େ । ଜନ୍ମଭୂମିର ରୂପ ତା’ପାଇଁ ହୁଏ ମନୋରମ ଭାବବିମୁଗ୍ଧ କାରକ । ମାତୃଭୂମି ପ୍ରତି ରହିଥିବା ଗଭୀର ଆନ୍ତରିକତା ଓ ମମତାବୋଧକୁ ସେ ଯଥାର୍ଥଭାବେ ସଂଯୋଜିତ କରିବସେ କବିତା ଆକାରରେ । ମାତୃଭୂମି, ଜନ୍ମମାଟି ତା’ର ଐତିହ୍ୟ ଓ ଅନାଗତ ଭବିଷ୍ୟତ ସ୍ରଷ୍ଟା ମାନସର ମସୃଣ ଫଳକରେ ପ୍ରତିବିମ୍ବିତ ହୁଏ । ଫଳସ୍ଵରୂପ ମାଟିର କଥା, ଜାତିର କଥାକୁ ସେ କେବଳ ଚିନ୍ତା କରେ ନାହିଁ ବରଂ ସେ ଜାତିର ଅତୀତ ଭବିଷ୍ୟତକୁ ନିରୀକ୍ଷଣ କରେ । ତା’କୁ ନେଇ ସେ ସୃଷ୍ଟିକରେ ଜାତୀୟତାବାଦୀ କବିତା ।

‘ବନ୍ଦେ ଉତ୍କଳ ଜନନୀ’ର କବି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର । ଉତ୍କଳର ଅତୀତ ଓ ତତ୍କାଳୀନ ସ୍ଥିତିକୁ ସେ ଭଲଭାବରେ ଅନୁଭବ କରିଥିଲେ । ପୁନଶ୍ଚ ତତ୍କାଳୀନ ରାଜନୈତିକ ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା । ଉତ୍କଳ ଗୌରବ ମଧୁସୂଦନ ଦାସ ସେ ସମୟରେ ଭାଷାଭିଭିକ ଉତ୍କଳ ପ୍ରଦେଶ ଗଠନ କରିବାପାଇଁ ଉତ୍କଳ ସମ୍ମିଳନୀ ମାଧ୍ୟମରେ ଉତ୍କଳୀୟଙ୍କ ମନରେ ଜାତୀୟତାବୋଧ ସୃଷ୍ଟି କରିବାକୁ ଚାହିଁଥିଲେ । କାନ୍ତକବି ଲକ୍ଷ୍ମୀକାନ୍ତ ୧୯୧୨ ମସିହାରେ ଏହି କବିତାଟିକୁ ରଚନା କରି ଉତ୍କଳ ସମ୍ମିଳନୀ ଅଧୂବେଶନରେ ଗାନ କରାଇବାର ଯୋଜନା କରିଥିଲେ । ଏହି କବିତା ଗାନ ପରେ କବିତାର ସମୟୋପଯୋଗୀ ଉପସ୍ଥାପନା ସମସ୍ତଙ୍କୁ ମୁଗ୍ଧ କରିଥିଲେ । ଏହାର ବିଶେଷତାକୁ ଅନୁଭବ କରି ପରବର୍ତ୍ତୀ ସମୟରେ ୨୦୨୦ ମସିହାରେ ଓଡ଼ିଶା ସରକାର ଏହାକୁ ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରଦାନ କରିଥିଲେ ।

କବିତାର ପ୍ରଥମ ପର୍ଯ୍ୟାୟରେ କବି ନିଜ ମାତୃଭୂମିର ବିଶେଷତାକୁ ବିଶେଷ ଭାବରେ ଦେଖାଇଛନ୍ତି । ତାଙ୍କ ବିଚାରରେ ଉତ୍କଳ ହେଉଛି ଚାରୁ ହାସମୟୀ ଓ ଚାରୁ ଭାଷମୟୀ । ଅର୍ଥାତ୍ ଏହାର ପ୍ରାକୃତିକ ଶୋଭା, ଐତିହ୍ୟ ଯେପରି ସମସ୍ତଙ୍କ ମନରେ ଉଲ୍ଲସିତ, ଉତ୍‌ଫୁଲ୍ଲିତ ଭାବ ସୃଷ୍ଟିକରେ । ଏହାକୁ ଯେକୌଣସି ଦୃଷ୍ଟିରୁ ଦେଖ‌ିଲେ ମନରେ ପୂରିଯାଏ ହସର ଉଲ୍ଲାସ । ମାତୃଭୂମିର ପ୍ରାକୃତିକ ରୂପ ଯେପରି ହସର କାରଣ ହୋଇଯାଏ । ପୁନଶ୍ଚ ଏହାର ଭାଷା ମଧ୍ୟ ଅତ୍ୟନ୍ତ ମଧୁର । କବି ଜନନୀକୁ ଏହିଭଳି ସମ୍ବୋଧନ କରି ନିଜର ମାତୃଭୂମିମନସ୍କ ବିଚାରବୋଧକୁ ସୂଚାଇ ଦେଇଛନ୍ତି ।

ଉତ୍କଳ ହେଉଛି ପବିତ୍ର ଭୂଖଣ୍ଡ । ପବିତ୍ର ମହୋଦଧୂ ଏହାକୁ ସଦାସର୍ବଦା ବିଧୌତ କରୁଛି । ତା’ର ତୀରବର୍ତ୍ତୀ ଅଞ୍ଚଳ ତାଳ ତମାଳ ବୃକ୍ଷରାଜିରେ ସୁଶୋଭିତ । ତା’ଦେହରେ ପ୍ରବାହିତ ହେଉଛି ନିର୍ମଳ ଜଳ ବିଶିଷ୍ଟ ସ୍ରୋତସ୍ବିନୀ । ସେହି ନଦୀଜଳର ସ୍ପର୍ଶରେ ମୃଦୁ ସମୀରଣ ହେଉଛି ସୁଶୀତଳ । ଏହି ମାଟିରେ ରହିଛି ଘନ ବନାନୀ ଓ ତରଙ୍ଗାୟିତ ଶୋଭା ଧାରଣ କରିଥିବା ନୀଳ ଭୂଧରମାଳା । ପୁନଶ୍ଚ ଏହାର ବିସ୍ତୃତ କ୍ଷେତଗୁଡ଼ିକ ଶାଳିଧାନରେ ସୁଶୋଭିତ । ଜ୍ଞାନ ଓ ବିଜ୍ଞାନଦ୍ୱାରା ସମୁଜ୍ଜ୍ବଳ ନେତ୍ର ବିଶିଷ୍ଟ ଅନେକ କୃତି ସନ୍ତାନ ଏଥ‌ିରେ ଜନ୍ମ ନେଇଛନ୍ତି । ଯୋଗୀଋଷିଙ୍କର ଯୋଗସାଧନା ଓ ମନ୍ତ୍ରଧ୍ଵନି ଏହି ମାଟିକୁ କରିଛି ମନ୍ତ୍ରମୁଗ୍ଧ । କବି ଏହାକୁ ବିଚାର କରି ଲେଖୁଛନ୍ତି –

‘‘ସୁନ୍ଦରଶାଳି-ସୁଶୋଭିତ-କ୍ଷେତ୍ରା, ଜ୍ଞାନବିଜ୍ଞାନ-ପ୍ରଦର୍ଶିତ-ନେତ୍ରା, ଯୋଗୀଋଷିଗଣ-ଊଟଜ-ପବିତ୍ରା, ଜନନୀ, ଜନନୀ, ଜନନୀ ।’’

ମାତୃଭୂମିର ମହନୀୟତା ପ୍ରମାଣ କରିବାକୁ ଯାଇ କବି କହିଛନ୍ତି, ଏଥୁରେ ରହିଛି ଅନେକ ମନ୍ଦିର । ସେହି ମନ୍ଦିରଗୁଡ଼ିକ ସୂକ୍ଷ୍ମ କଳାସମୂହଦ୍ଵାରା ସୁଶୋଭିତ । ଏଥ‌ିରେ ମଧ୍ୟ ରହିଛି ଅନେକ ତୀର୍ଥସ୍ଥାନ । କବି ଉତ୍କଳର ଐତିହ୍ୟ ସୂଚିତ କରିବାକୁ ଯାଇ କହିଛନ୍ତି, ଏହା ହେଉଛି ବୀରଯୋଦ୍ଧାମାନଙ୍କର ଦୃପ୍ତ ଗୃହ । ସେହି ବୀରମାନେ ଶତ୍ରୁକୁଳକୁ ରକ୍ତରଞ୍ଜିତ କରି ସମଗ୍ର ବିଶ୍ବରେ ସୁନାମ ଅର୍ଜନ କରିଛନ୍ତି । ଶେଷରେ କବି କହିଛନ୍ତି ଯେ କବିଶ୍ରେଷ୍ଠ ତଥା ସୁଯୋଗ୍ୟ ପୁତ୍ରମାନଙ୍କଦ୍ୱାରା ଉତ୍କଳ ପ୍ରଦେଶ ବନ୍ଦନୀୟା ହେବାର ସୁଯୋଗଲାଭ କରିଛି ।

ଏହିସବୁ ଦୃଷ୍ଟିରୁ ବିଚାର କରି ଦେଖ‌ିଲେ ଉକ୍ତ କବିତାଟି, କାନ୍ତ କବିଙ୍କର ଏକ ଜାତୀୟତାବାଦୀ କବିତା । ଏଥ‌ିରେ ଦ୍ବିମତ ନାହିଁ ।

ବାସ୍ତବରେ ଏହି କବିତାଟି ଏକ ଜାତୀୟତାବାଦୀ କବିତା ।


bande utkala janani OBJECTIVE QUESTION ANSWER 


1. ‘ବନ୍ଦେ ଉତ୍କଳ ଜନନୀ’ କବିତାରେ କବି କାହାର ବାରମ୍ବାର ବନ୍ଦନା କରିଛନ୍ତି ?

(A) ମହାଲକ୍ଷ୍ମୀଙ୍କର  (B) ସରସ୍ଵତୀଙ୍କର  (C) ଦୁର୍ଗାଙ୍କର  (D) ଉତ୍କଳ ଜନନୀଙ୍କର


2. ଉତ୍କଳ ଜନନୀଙ୍କ ଶରୀର କାହାଦ୍ଵାରା ଧୌତ ହେଉଛି ?

(A) ଶୁଭ୍ର ତଟିନୀ  (B) ପୁଣ୍ୟ ତୀର୍ଥ   (C) ସମୁଦ୍ର  (D) ଝରଣା


3. କବି ଉତ୍କଳ ଜନନୀଙ୍କୁ ‘ଚାରୁ ଭାଷମୟୀ’ କହି କାହାର ମହତ୍ତ୍ଵ ପ୍ରତିପାଦନ କରିଛନ୍ତି ?
[2021-22-SA-I

(A) ଉତ୍କଳୀୟ ଶିଳ୍ପକଳାର (B) ଉତ୍କଳୀୟ ପ୍ରକୃତିର (C) ଉତ୍କଳର ପୂର୍ବଗୌରବର (D) ଓଡ଼ିଆ ଭାଷାର


4. ତରଙ୍ଗ ପରି କିଏ ଶୋଭା ଧାରଣ କରିଥିବ| କବିତାରେ କୁହାଯାଇଛି ?
[2021-22-SA-I

 (A) ନୀଳ ପର୍ବତମାଳା (B) ନୀଳ ସମୁଦ୍ର (C) ଶୁଭ୍ର ତଟିନୀ (D) ବନଭୂମି


5. ଉତ୍କଳର ବନଭୂମି କିପରି ବୋଲି ପଠିତ କବିତାରେ କୁହାଯାଇଛି ?  [2022-SA-I

(A) ତାଳତମାଳ ବୃକ୍ଷପୂର୍ଣ (B) ଘଞ୍ଚ (C) ବନ୍ଯଜନ୍ତୁ ପୂର୍ଣ୍ଣ (D) ଯୋଗୀଋଷିଙ୍କର ବାସସ୍ଥଳୀ


6. ଯୋଗୀଋଷିଗଣ..................ପବିତ୍ରା ।
(A) ଉଟଜ (B) ଭୂଧର (C) ଶୂରବର (D) ତୀର୍ଥଚୟ 


7. ଅରିକୁଳ-ଶୋଣିତ ..............ଦେହା ।

(A) ଚର୍ଚ୍ଚିତ (B) ଦର୍ପିତ (C) ଶୋଭିତ (D) କୃତବର


8. ପୂତ............ବିଧୌତ ଶରୀରା ।

(A) କଳଧି   (B) ବାରିଧି   (C) ପୟୋଧ (D) ଉଦଧି  


୨. ଉତ୍କଳର ତଟ ପ୍ରଦେଶ କେଉଁ ବୃକ୍ଷରାଜି ରେ ସୁଶୋଭିତ ?

(A) ଆମ୍ବ ଓ ନଡ଼ିଆ (B) ନାରୀକେଳ ଓ ଗୁବାକ (C) ତାଳ ଓ ତମାଳ  (D) ପଣସ ଓ ବର


10. ସମୁଦ୍ରର ପବିତ୍ର ଜଳଧାରା କେଉଁଠିକୁ ଧୋଇଦିଏ ?

(A) ଶରୀର (B) ପାଦ (C) ମଥା (D) ହସ୍ତ


11. ଉତ୍କଳର କେଉଁ ଜଳ ଧାରଣ କରିଥିବା ନଦୀତଟରେ ଶୀତଳ ପବନ ପ୍ରବାହିତ ହୋଇଥାଏ ?

(A) ଆବିଳ (B) ସ୍ଵଚ୍ଛ (C) ନୀଳ (D) ଫେନିଳ


12. ଉତ୍କଳ ଜନନୀଙ୍କ ଉତ୍କଳ ଜନନୀଙ୍କ ଶରୀର କେଉଁଥିରେ  ପରିଶୋଭିତ ?

(A) ତାଳତମାଳ (B) ଘଞ୍ଚ ବନଭୂମି (C) ନଦୀନାଳ (D) ବନପର୍ବତ


13. ନୀଳ......ତରଙ୍ଗ ଆକାରରେ ପ୍ରକାଶ ପାଇଥାଏ ।

(A) ପର୍ବତମାଳା (B) ସମୁଦ୍ର (C) ନଦୀ (D) ଆକାଶ


14. ଉତ୍କଳ ଜନନୀଙ୍କ ସୁନ୍ଦର ଆକାଶ କାହାର କଳକଳ ରାବରେ ମୁଖରିତ ହୋଇଥାଏ ?

(A) ପଶୁମାନଙ୍କ (B) ଜୀବ ଜନ୍ତୁ ମାନ ଙ୍କ (C) ପକ୍ଷୀମାନଙ୍କ (D) ଝରଣାମାନଙ୍କ


15. କେଉଁଥ‌ିରେ ଉତ୍କଳର ଶସ୍ୟକ୍ଷେତ୍ର ପରିପୂର୍ଣ୍ଣ ?

(A) ଗହମରେ (B) ଫୁଲରେ (C) ଫଳରେ (D) ଧାନରେ


16. ଉତ୍କଳର ଚକ୍ଷୁ ନିମ୍ନୋକ୍ତ କେଉଁ ପ୍ରଦର୍ଶ ନରେ ଉଦ୍‌ଭାସିତ ?

(A) ଜ୍ଞାନବିଜ୍ଞାନ (B) ସୁଖଶ।ନ୍ତି (C) ଧନସମ୍ପଦ (D) ପ୍ରେମଆନନ୍ଦ


17. ବହୁ ଯୋଗୀଋଷିଙ୍କ...........ଦ୍ଵାରା ଉତ୍କଳ ଜନନୀ ପବିତ୍ର ।

(A) ଜ୍ଞାନ (B) ତପସ୍ୟା (C) କୁଟୀର (D) ଓଁକାର ଧ୍ବନି



18. କାହାଦ୍ଵାରା ଉତ୍କଳର ମନ୍ଦିର ସୁଶୋଭିତ ?

(A) କାରୁକଳା (B) ଚାରୁକଳା (C) ଶିଳ୍ପକଳା (D) ପ୍ରସ୍ତର କଳା


19. ଉତ୍କଳ ପ୍ରଦେଶ ଅନେକ........ରେ ପରିପୂର୍ଣ୍ଣ ।

(A) ନଦୀ (B) ସମୁଦ୍ର (C) ମନ୍ଦିର (D) ପୁଣ୍ୟ ତୀର୍ଥ


20. ବୀର ଯୋଦ୍ଧାଙ୍କର ଉତ୍କଳ ଭୂମି କେଉଁ ଭୂମି ସଦୃଶ ?

(A) ତୀର୍ଥ ଭୂମି (C) ରଣଭୂମି (B) ପୁଣ୍ୟଭୂମି (D) ବାସଭୂମି


21. କେଉଁମାନଙ୍କ ଶୋଣିତରେ ଉତ୍କଳ ଜନନୀଙ୍କ ଦେହ ଅନୁରଞ୍ଜିତ ହୋଇଛି ?

(A) ବୀରମାନଙ୍କ (C) ମିତ୍ରମାନଙ୍କ (B) ଶତ୍ରୁମାନଙ୍କ (D) ପଡୋଶୀଙ୍କ


22. ନୀଳ ଭୂ-ଧରମାଳା ଉତ୍କଳ ଜନନୀର ବକ୍ଷରେ କିପରି ଶୋଭା ପାଆନ୍ତି ?

(A) ଆକାଶ ସଦୃଶ (B) ସମୁଦ୍ର ସଦୃଶ (C) ତରଙ୍ଗ ସଦୃଶ (D) ତମାଳବୃକ୍ଷ ସଦୃଶ


23. କାହାର ପ୍ରଶଂସନୀୟ କୀର୍ତ୍ତି ସାରା ବିଶ୍ୱରେ ପ୍ରଚାରିତ ? 

(A) କବି ସୁପୁତ୍ର (B) ନରନାରୀ (C) ରାଜାମହାରାଜ (D) ରାଜାଜମିଦାର


24. କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପୈତୃକ ଗ୍ରାମ କେଉଁଠାରେ ଅବସ୍ଥିତ ?

(A) ପୁରୀ ଜିଲ୍ଲାର ସୁଆଣ୍ଡୋରେ (B) କଟକ ଜିଲ୍ଲାର ସତ୍ୟଭାମାପୁରରେ 

(C) ଭଦ୍ରକ ଜିଲ୍ଲାର ବାସୁଦେବପୁରରେ (D) ଭଦ୍ରକ ଜିଲ୍ଲାର ତାଳପଦା ଗ୍ରାମରେ 


25. ଲକ୍ଷ୍ମୀକାନ୍ତ ମହାପାତ୍ର ବାଲ୍ୟାବସ୍ଥାରୁ କେଉଁ ବିଷୟ ପ୍ରତି ବିଶେଷ ଆକୃଷ୍ଟ ଥିଲେ ?

(A) ସଙ୍ଗୀତ ଓ ନାଟକ (B) କଳା ଓ ସଙ୍ଗୀତ (C) ସାହିତ୍ୟ ଓ ସଙ୍ଗୀତ (D) ବିଜ୍ଞାନ ଓ ଗଣିତ 


26. ଲକ୍ଷ୍ମୀକାନ୍ତ ମହାପାତ୍ର କେଉଁ ବିଷୟରେ ଅନେକ ଉଚ୍ଚାଙ୍ଗ କବିତା ରଚନା କରିଛନ୍ତି ?

(A) ଭକ୍ତି ଓ ବାତ୍ସଲ୍ୟରସାତ୍ମକ (B) ସାମାଜିକ ଓ କାଳ୍ପନିକ

(C) ଆଧ୍ୟାତ୍ମିକ ଓ ଦେଶାତ୍ମବୋଧକ (D) ଚେତନାଧର୍ମୀ ଓ ବିପ୍ଳବାତ୍ମକ


27. ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲେଖନୀ ନିଃସୃତ କେଉଁ ଗଳ୍ପ ପାଠକଙ୍କୁ ଆନନ୍ଦ ଯୋଗାଇ ଆସୁଛି ?

(A) କଣାମାମୁ (B) ବୁଢ଼ା ଶଙ୍ଖାରି (C) ଅସହଯୋଗୀର ଆତ୍ମକଥା (D) ଜୀବନ ସଙ୍ଗୀତ 


28. କେଉଁ ମସିହାରେ କବି ଲକ୍ଷ୍ମୀକାନ୍ତ ମହାପାତ୍ର ଡଗର ପତ୍ରିକାର ପ୍ରକାଶନ ଆରମ୍ଭ କରିବା ସହ ସମ୍ପାଦନା

କରିଥିଲେ ?

(A) ୧୯୨୭ (B) ୧୯୩୭ (C) ୧୯୪୭  (D) ୧୯୫୭


29. ‘‘ଉତ୍କଳ’’ କହିଲେ କେଉଁ ପ୍ରଦେଶକୁ ବୁଝାଏ ?

(A) ଓଡ଼ିଶା (B) ବିହାର (C) ପଶ୍ଚିମବଙ୍ଗ (D) ଆନ୍ଧ୍ରପ୍ରଦେଶ


30. କାନ୍ତକବି କାହାର ପଦ ବନ୍ଦନା କରିଛନ୍ତି ?

(A) ଉତ୍କଳ ମାତାଙ୍କ (B) ଭାରତ ମାତାଙ୍କ (C) ନିଜ ମାତାଙ୍କ (D) ଜଗଜ୍ଜନନୀଙ୍କ


31. କବି ଉତ୍କଳ ଜନନୀଙ୍କୁ କିପରି ସମ୍ବୋଧନ କରିଛନ୍ତି ?

(A) ଚାରୁ ହାସ୍ୟମୟୀ ଚାରୁ ଲାସ୍ୟମୟୀ (B) ପୂତ-ପୟୋଧ-ବିଧୌତ ଶରୀରା (C) ଚାରୁ ଲାସ୍ୟମୟୀ ଚାରୁ ଭାଷମୟୀ (D) ଚାରୁ ହାସମୟୀ ଚାରୁ ଭାଷମୟୀ


32. କେଉଁମାନଙ୍କଦ୍ୱାରା ଉତ୍କଳ ଜନନୀ ବନ୍ଦନୀୟା ? 

(A) ମହାନ୍ କବି (B) ଯୋଗୀଋଷି (C) ବୀରଯୋଦ୍ଧା (D) ପର୍ବତମାଳା


33. ତାଳତମାଳ ବୃକ୍ଷ ଉତ୍କଳ ଭୂମିର କେଉଁଠାରେ ଶୋଭା ପାଇବା କଥା କବି ବର୍ଣ୍ଣନା କରିଛନ୍ତି ?

(A) ନଦୀ ତଟରେ (B) ବନଭୂମିରେ (C) ପୋଖରୀ କୂଳରେ (D) ସମୁଦ୍ର ତଟରେ 


34. ଅରିକୁଳ.......- ଚର୍ଚ୍ଚିତ ଦେହା । 

 (ପଦ୍ୟାନୁସାରେ ପଙ୍କ୍ତି ପୂରଣ କର)

(A) ଶୋଣିତ (B) ପୁଣ୍ଯ (C) ନଦୀ  (D) ଜନନୀ


ଉତ୍ତର

1.(D) 2. (C) 3. (D) 4. (A) 5. (B) 6. (A)  7. (A)  8. (C) 9. (C) 10. (A) 11. (B)  12. (B) 13. (A) 14.(C) 15. (D) 16.(A) 17. (C) 18. (B) 19. (D) 20. (D) 21. (B) 22. (C) 23. (A) 24. (D) 25. (B) 26. (C) 27. (B) 28. (B) 29. (A) 30. (A) 31. (D) 32. (A) 33. (D) 34. (A) 35. (D) 36. (B) 37. (D) 38. (B) 39. (D) 40. (D) .


 ୧ ‘ପୂତ’ ଶବ୍ଦଟିର ଅର୍ଥ ଲେଖ ।

ପବିତ୍ର


୨ ‘ପୟୋଧ’ ଶବ୍ଦର ଦୁଇଟି ପ୍ରତିଶବ୍ଦ ଲେଖ । 

 ସମୁଦ୍ର, ସାଗର


୩ । ‘ତଟିନୀ’ର ଦୁଇଟି ପ୍ରତିଶବ୍ଦ ଲେଖ । 

ନଦୀ, ସରିତ


୪ ‘ଶୂରବର’ ଶବ୍ଦର ଅର୍ଥ ଲେଖ ।

ବୀରଶ୍ରେଷ୍ଠ


୫ । ‘ଚାରୁକଳା’ କହିଲେ କାହାକୁ ବୁଝାଏ ?

 ନୃତ୍ୟ-ସଙ୍ଗୀତ-ଚିତ୍ରାଙ୍କନ ବିଦ୍ୟା


୬ ‘ପୁଣ୍ୟ’ର ବିପରୀତ ଅର୍ଥବୋଧକ ଶବ୍ଦ ଲେଖ । 

ପାପ


୭ ‘ଉଟଜ’ ଶବ୍ଦଟିର ଅର୍ଥ ଲେଖ ।

 ପତ୍ରକୁଡ଼ିଆ | ମୁନିଋଷିମାନଙ୍କ ବାସସ୍ଥାନ


୮। ‘ଚାରୁ’ ଶବ୍ଦର ଅର୍ଥ ଲେଖ ।

 ସୁନ୍ଦର


୯‘ସମୀର’ର ଦୁଇଟି ପ୍ରତିଶବ୍ଦ ଲେଖ ।

 ପବନ, ବାୟୁ

୧୦ । ‘ଶୁଭ୍ର’ର ବିପରୀତ ଶବ୍ଦ ଲେଖ ।

କୃଷ୍ଣ ମଳିନ            


 ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। କବି ଲକ୍ଷ୍ମୀକାନ୍ତ କେବେ ଜନ୍ମଗ୍ରହଣ କରିଥିଲେ ?

 ଉ– କବି ଲକ୍ଷ୍ମୀକାନ୍ତ ମହାପାତ୍ର ୧୮୮୮ ମସିହା ଡିସେମ୍ବର ମାସ ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । 


91 କବିଙ୍କର ପିତାମାତାଙ୍କ ନାମ କ’ଣ ଥିଲା ?

 ଉ– କବିଙ୍କର ପିତାଙ୍କ ନାମ ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ଓ ମାତାଙ୍କ ନାମ ରାଧାମଣିଦେବୀ ଥିଲେ ।


୩ । କବି କେଉଁଠାରେ ଜନ୍ମଗ୍ରହଣ କରିଥିଲେ ?

 ଉ– କବି ଭଦ୍ରକ ଜିଲ୍ଲାର ତାଳପଦା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।


୪। କବି ବାଲ୍ୟାବସ୍ଥାରୁ କେଉଁ ବିଷୟ ପ୍ରତି ବିଶେଷ ଆକୃଷ୍ଟ ଥିଲେ ?

ଉ– କବି ବାଲ୍ୟାବସ୍ଥାରୁ କଳା ଓ ସଙ୍ଗୀତ ପ୍ରତି ବିଶେଷ ଆକୃଷ୍ଟ ଥିଲେ ।


୫ । କବି କେଉଁ ବିଷୟରେ ଅନେକ ଉଚ୍ଚାଙ୍ଗ କବିତା ରଚନା କରି ଛନ୍ତି ?

କବି ଆଧ୍ୟାତ୍ମିକ ଓ ଦେଶାତ୍ମବୋଧକ ବିଷୟରେ ଅନେକ ଉଚ୍ଚାଙ୍ଗ କବିତା ରଚନା କରିଛନ୍ତି ।


 ୬ । କବିଙ୍କ ଲେଖନୀ ନିଃସୃତ କେଉଁ ୨ଟି କୃତି ପାଠକଙ୍କୁ ଆନନ୍ଦ ଯୋଗାଇ ଆସୁଛି ?

କବିଙ୍କ ରଚିତ ‘କଣାମାମୁ’ ଉପନ୍ୟାସ ଓ ‘ବୁଢ଼ା ଶଙ୍ଖାରି’ ଗଳ୍ପ ଆଜି ମଧ୍ୟ ପାଠକଙ୍କୁ ଆନନ୍ଦ ଯୋଗାଇ ଆସୁଛି ।


୭। କବି ୧୯୩୭ ମସିହାରେ କେଉଁ ପତ୍ରିକାର ପ୍ରତିଷ୍ଠା ଓ ସମ୍ପାଦନା କରିଥିଲେ ?

ଊ– କବି ୧୯୩୭ ମସିହାରେ ‘ଡଗର’ ପତ୍ରିକାର ପ୍ରତିଷ୍ଠା ଓ ସମ୍ପାଦନା କରିଥିଲେ ।


| କବିଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’’କବିତାକୁ କେବେ ଓଡ଼ିଶା ସରକାର ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ କରିଛନ୍ତି ?

ଊ– କବିଙ୍କ ରଚିତ‘ବନ୍ଦେ ଉତ୍କଳ ଜନନୀ’ କବିତାକୁ ୨୦୨୦ ମସିହା ଜୁନ୍ ୭ ତାରିଖରେ ଓଡ଼ିଶା ସରକାର ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ କରିଛନ୍ତି ।


୯ ‘ଉତ୍କଳ’ କହିଲେ କେଉଁ ପ୍ରଦେଶକୁ ବୁଝାଏ ? 

ଉ– ଉତ୍କଳ କହିଲେ ଆମ ଓଡ଼ିଶା ପ୍ରଦେଶକୁ ବୁଝାଇଥାଏ । 


୧୦ । କାନ୍ତକବି କାହାର ପଦବନ୍ଦନା କରିଛନ୍ତି ?

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଉତ୍କଳ ବା ଓଡ଼ିଶା, ମାତାଙ୍କର ପଦବନ୍ଦନା କରିଛନ୍ତି ।


୧୧ । କବି ଉତ୍କଳ ଜନନୀଙ୍କୁ କିପରି ସମ୍ବୋଧନ କରିଛନ୍ତି ? 

ଉ– କବି ଉତ୍କଳ ଜନନୀଙ୍କୁ ଚାରୁ ହାସମୟୀ ଓ ଚାରୁ ଭାଷମୟୀ ବୋଲି ସମ୍ବୋଧନ କରି ସ୍ଵଅଭିମତ ପ୍ରକାଶକରିଛନ୍ତି ।


୧୨ । ଉତ୍କଳ ଜନନୀ କୋଳରେ କେଉଁ କେଉଁ ତୀର୍ଥକ୍ଷେତ୍ର ବିରାଜିତ ହୋଇ ଆଧ୍ୟାତ୍ମିକ ଭାବ ସୃଷ୍ଟି କରୁଛନ୍ତି ? ଊ– ଉତ୍କଳ ଜନନୀଙ୍କ କୋଳରେ ଶ୍ରୀକ୍ଷେତ୍ର, ଅର୍କକ୍ଷେତ୍ର ଆଦି ତୀର୍ଥକ୍ଷେତ୍ର ବିରାଜିତ ହୋଇ ଜନମାନସରେ ଆଧ୍ୟାତ୍ମିକ ଭାବ ସୃଷ୍ଟି କରୁଛନ୍ତି ।


୧୩ । ମହୋଦଧୂର ତଟଦେଶ କିପରି ଶୋଭା ପାଉଅଛି ? 

ମହୋଦଧୂର ତଟଦେଶ ତାଳତମାଳ ବୃକ୍ଷସମୂହରେ ଶୋଭା ପାଉଅଛି ।


୧୪ । ଉତ୍କଳ ଜନନୀଙ୍କ ବକ୍ଷଦେଶରେ ସ୍ଥାନିତ ତଟିନୀ କୂଳରୁ କ’ଣ ପ୍ରବାହିତ ହେଉଛି ?

ଉ– ଉତ୍କଳ ଜନନୀଙ୍କ ବକ୍ଷଦେଶରେ ସ୍ଥାନିତ ତଟିନୀ କୂଳରୁ ମନ୍ଦ ମନ୍ଦ ଶୀତଳ ସମୀର ପ୍ରବାହିତ ହେଉଛି ।


୧୫ । ଉତ୍କଳ ଜନନୀର କଳେବରରେ ଆଉ କ’ଣ ଶୋଭା ପାଉଛି ?

ଉ– ଉତ୍କଳ ଜନନୀର କଳେବରରେ ନିଘଞ୍ଚ ବନରାଜି ଏବଂ ଉତ୍ତୁଙ୍ଗ ପର୍ବତମାଳା ଶୋଭା ପାଉଅଛି ।


୧୬ । କେଉଁମାନଙ୍କ କଳରବରେ ଉତ୍କଳର ଗଗନ ପବନ ମୁଖରିତ ହେଉଛି ?

ଉ– ବିବିଧ ଚାରୁ ବିହଙ୍ଗସମୂହଙ୍କ କଳରବରେ ଉତ୍କଳର ଗଗନ ପବନ ମୁଖରିତ ହେଉଛି ।


୧୭ । ଉତ୍କଳ ମାତାର ସମତଳ ଅଞ୍ଚଳ କାହାଦ୍ଵାରା ସୁଶୋଭିତା ହୋଇଛି ?

ଉ- ଉତ୍କଳମାତାର ସମତଳ ଅଞ୍ଚଳ ସୌନ୍ଦର୍ଯ୍ୟଶାଳିନୀ ସୁମନୋହାରିଣୀ ଶସ୍ୟକ୍ଷେତ୍ର ସମୂହଦ୍ବାରା ସୁଶୋଭିତ ହୋଇଛି ।


୧୮ । କେଉଁମାନେ ପବିତ୍ର କୁଟୀର ମଧ୍ୟରେ ଅବସ୍ଥାନ କରି ଅହରହ ତପସ୍ୟାରତ ଅଛନ୍ତି ?

ଊ– ମୁନି, ଯୋଗୀ, ଋଷିଗଣ ପବିତ୍ର କୁଟୀର ମଧ୍ୟରେ ଅବସ୍ଥାନ କରି ଅହରହ ତପସ୍ୟାରତ ଅଛନ୍ତି ।


୧୯ । ଉତ୍କଳ ଜନନୀଙ୍କ ସର୍ବାଙ୍ଗ କଳେବରକୁ କିଏ ଧୌତ କରୁ ଅଛି ?

ଉ– ଉତ୍କଳ ଜନନୀଙ୍କ ସର୍ବାଙ୍ଗ କଳେବରକୁ ମହୋଦଧୂର ପୂତ ବାରିରାଶି ଧୌତ କରୁଅଛି ।


୨୦ । ଉତ୍କଳ ଜନନୀ ଗୌରବମଣ୍ଡିତା କାହିଁକି ?

 ଉ– ଉତ୍କଳ ଜନନୀଙ୍କ ଅଗଣିତ ଶୂରବର ସନ୍ତାନମାନଙ୍କର ଗୌରବ ଗାଥା ଓ କବି ତଥା ଲେଖକମାନଙ୍କର ଅପୂର୍ବ ପାଣ୍ଡିତ୍ୟ ତଥା ଦକ୍ଷତା ଯୋଗୁ ଉତ୍କଳ ଜନନୀ ଚିରକାଳ ଗୌରବମଣ୍ଡିତା ।








No comments:

Post a Comment

Comments