Mehersir.in ସ୍ୱାଧୀନତା ଦିବସ 15 August Speech 2024 Independence Day Speech in Odia August 15 odia bhasana || Swadhinata Dibas Bhasana 2024 || Independence Day speech in odia Independence Day Speech In Odia !! Swadhinata Dibas Bhasana 2024 bhasana Independence day odia essay swadhinata dibas song swadhinata diwas bhashan Swadhinata dibasa racchana August 15 bhasha Swadhinata Dibas Bhasana 2024 !! Independence Day Speech In Odia !! August 15 Bhashan INDEPENDENCE DAY SPEECH Swadhinata dibas in english Swadhinata dibas wikipedia Swadhinata dibas speech Swadhinata dibas speech in odia 15 August Independence Day 15 August 1947 Day and time india independence day (1947), india independence day (1947) time.
ଭାରତର ସ୍ଵାଧୀନତା ଦିବସ
ଉପକ୍ରମ
ଆମ ଜନ୍ମଭୂମି ଭାରତବର୍ଷ ବହୁକାଳଧରି ବିଦେଶୀମାନଙ୍କ ଅଧୀନରେ ରହିଥିଲା। ୧୯୪୭ ଖ୍ରୀଷ୍ଟାବ୍ଦ ଅଗଷ୍ଟ ୧୫ ତାରିଖରେ ଭାରତ ସ୍ଵାଧୀନ ହେଲା। ସେହିଦିନୁ ପ୍ରତିବର୍ଷ ଅଗଷ୍ଟ ମାସ ୧୫ ତାରିଖକୁ ଆମେ ଆମ ଦେଶର ସ୍ଵାଧୀନତା ଦିବସରୂପେ ପାଳନ କରିଆସୁଅଛୁ।
ଏହି ଦିନଟି କାହିଁକି ପାଳନ କରିବା ଉଚିତ
ସ୍ଵାଧୀନତା -ଦିବସଟି ଆମ ପାଇଁ ବଡ଼ ଶୁଭ ଓ ପବିତ୍ର ଦିନ ; କାରଣ ଏହି ଦିନ ଭାରତବର୍ଷ ବିଦେଶୀ ଶାସନରୁ ମୁକ୍ତିଲାଭ କରିଥିଲା। ସ୍ଵାଧୀନତା ପାଇଁ ଆମ ଦେଶବାସୀ ଏହା ପୂର୍ବରୁ ବହୁବର୍ଷଧରି ଆନ୍ଦୋଳନ କରିଥିଲେ। ଏହି ଦିନଟି ସେହି ଆନ୍ଦୋଳନ କଥା ଆମକୁ ମନେପକାଇଦିଏ। ଆମ ଦେଶବାସୀ କେତେ କଷ୍ଟ ସହି ସ୍ଵାଧୀନତା ଆଣିଛନ୍ତି ; ତେଣୁ ଆମ ସ୍ଵାଧୀନତାକୁ ଆମେ ଯେକୌଣସିମତେ ରକ୍ଷା କରିବୁ, ଏହି ଦିନଟି ଆମକୁ ସେହି ଉପଦେଶ ଦିଏ। ଗତ ବର୍ଷ ଆମେ ଦେଶ ପାଇଁ ଯାହା କରିଥାଉଁ, ଏହି ଦିନ ଆମେ ତାହା ହିସାବ କରୁ। ଆସନ୍ତା ବର୍ଷ ଆମେ ଦେଶ ପାଇଁ ଯାହା କରିବୁ ; ଏହି ଦିନ ଆମେ ତାହାର ତାଲିକା କରୁ। ଦେଶର ସେବା କରିବା ପାଇଁ ଆମେ ଏହି ଦିନ ଶପଥ ନେଉ ; ତେଣୁ ପ୍ରତିବର୍ଷ ଆମର ଏହି ସ୍ଵାଧୀନତା ଦିବସ ପାଳନ କରିବା ଉଚିତ ।
ସ୍ଵାଧୀନତା -ଦିବସ କିପରି ପାଳିତ ହୁଏ
ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ କଲିକତା ପ୍ରଭୃତି ବଡ଼ ବଡ଼ ସହରରେ ସ୍ଵାଧୀନତା ଦିବସ ଖୁବ୍ ଜାକଜମକରେ ପାଳିତ ହୁଏ। ସେହିଦିନ ପୋଲିସ୍ କର୍ମଚାରୀମାନେ ପାଦଗୁଡ଼ିକୁ ସମାନ ଭାବରେ ପକାଇ ତାଳ ଦେଇ ଚାଲନ୍ତି। ଏହାକୁ ପୋଲିସ୍ ପ୍ୟାରେଡ୍ ବୋଲି କୁହାଯାଏ। ନଗରର କେନ୍ଦ୍ରସ୍ଥାନରେ ଭାରତର ଜାତୀୟ ପତାକା ଉତ୍ତୋଳନ କରାଯାଏ। ଭାରତର ଦୁଇଟି ଜାତୀୟ ସଙ୍ଗୀତ ‘ଜନ-ଗଣ-ମନ-ଅଧିନାୟକ' ଏବଂ ‘ବନ୍ଦେ ମାତରମ୍ ବୋଲାଯାଏ । ଆମର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମାନେ ଦେଶବାସୀଙ୍କୁ ସେମାନଙ୍କର ବାଣୀ ଶୁଣାନ୍ତି। ସେମାନଙ୍କର ବାଣୀ ସବୁ ଖବରକାଗଜ ଓ ବେତାର ଯନ୍ତ୍ର ସାହାଯ୍ୟରେ ଦେଶ ସାରା ଜଣାଇଦିଆଯାଏ। ଏହି ଦିନ ବିଦ୍ୟାଳୟଗୁଡ଼ିକରେ ପ୍ରଭାତଫେରି ଓ ପତାକା ଉତ୍ତୋଳନ କରାଯାଏ। ପିଲାମାନଙ୍କ ମଧ୍ୟରେ ମିଠେଇ ବଣ୍ଟାଯାଏ। ପ୍ରତିଘର ଏବଂ ପ୍ରତି ସରକାରୀ କୋଠାରେ ସାଜସଜ୍ଜା କରାଯାଏ। ସନ୍ଧ୍ୟାବେଳେ ଠା'କୁ ଠା’ ବଡ଼ ବଡ଼ ସଭାମାନ ବସେ। ଯେଉଁ ଜାତୀୟ ବୀରମାନେ ସ୍ଵାଧୀନତା ଆନ୍ଦୋଳନରେ ପ୍ରାଣ ଦେଇଥିଲେ, ସେମାନଙ୍କ କଥା ଏହି ସଭାରେ ଆଲୋଚିତ ହୁଏ। ଦେଶର ସେବା କରିବା ପାଇଁ ଏବଂ ସ୍ଵାଧୀନତା ରକ୍ଷା କରିବା ପାଇଁ ଏହି ସଭାରେ ସମସ୍ତେ ଶପଥ କରନ୍ତି ।
ଏ ବର୍ଷ ମୁଁ କିପରି ଏହି ଦିବସଟି ପାଳିଥିଲି
ମୁଁ ଝୁନଝୁନ୍ଲା ମଧ୍ୟ-ଇଂରାଜୀ ବିଦ୍ୟାଳୟର ସପ୍ତମ ଶ୍ରେଣୀରେ ପଢ଼େ। ଏ ବର୍ଷ ଅଗଷ୍ଟ ମାସ ୧୫ ତାରିଖରେ ଆମ ବିଦ୍ୟାଳୟରେ ସ୍ଵାଧୀନତା ଦିବସ ପାଳିତ ହୋଇଥିଲା । ମୁଁ ମୋ ସାଙ୍ଗସାଥୀମାନଙ୍କ ସହିତ ଏହି ଦିବସଟି ବିଦ୍ୟାଳୟରେ ସବୁ ବର୍ଷଭଳି ପାଳନ କରିଥିଲି। ଦିନକ ଆଗରୁ ଆମ୍ଭେମାନେ ସ୍କୁଲ୍ ଘର, ସ୍କୁଲ୍ଫାଟକ ଓ ସ୍କୁଲ୍ ହତାକୁ ସଜାଇଦେଇଥିଲୁ। ରଙ୍ଗିନ୍ କାଗଜ, ଶାଗୁଆ ଦେବଦାରୁ ପତ୍ର, କଦଳୀ ଗଛ, ଫୁଲ ଓ ଚିତ୍ରଗୁଡ଼ିକର ସାଜସଜ୍ଜା ବଡ଼ ସୁନ୍ଦର ଦେଖାଯାଉଥିଲା। ଠା’କୁ ଠା’ ଆମ ଜାତୀୟ ବୀରମାନଙ୍କର ଚିତ୍ରମାନ ଟାଙ୍ଗି ଦେଇଥିଲୁ। ସ୍ଵାଧୀନତା ଦିବସରେ ସକାଳେ ଆମେ ବାରଙ୍ଗର ସବୁ ଅଞ୍ଚଳରେ ପ୍ରଭାତଫେରି କରିଥିଲୁ। ସେତେବେଳେ ଆମେ ଢୋଲ ଓ ତୂରୀ ବଜାଇଥିଲୁ। ସକାଳ ସାଢ଼େ ୭ଟାରେ ଆମେ ବିଦ୍ୟାଳୟକୁ ଫେରିଲୁ। ସକାଳ ୮ ଟାରେ ସ୍କୁଲପଡ଼ିଆରେ ଜାତୀୟ ପତାକା ଉତ୍ତୋଳନ କରାଗଲା। ଏହି ପତାକା ପାଖରେ ଛାତ୍ରଛାତ୍ରୀମାନେ ଅର୍ଦ୍ଧ-ବୃତ୍ତାକାରରେ ଠିଆ ହୋଇ ଜାତୀୟ ସଙ୍ଗୀତ ବୋଲିଥିଲେ। ଆମ ପ୍ରଧାନ ଶିକ୍ଷକ ଦଉଡ଼ିଟାଣି ପତାକା ଉତ୍ତୋଳନ କଲେ। ପତାକା ଦେହରୁ ରଙ୍ଗିନ ଫୁଲସବୁ ଖସି ପଡ଼ିଲା। ଚିତ୍ରଶୋଭିତ ତ୍ରିରଙ୍ଗ ଜାତୀୟ ପତାକା ସକାଳୁଆ ପବନରେ ଫରଫର ହୋଇ ଉଡ଼ିଲା। ଏହାପରେ ପ୍ରଧାନ ଶିକ୍ଷକ ଭାଷଣ ଦେଲେ ଓ ପିଲାମାନଙ୍କ ମଧ୍ୟରେ ମିଠେଇ ବଣ୍ଟାଗଲା। ସନ୍ଧ୍ୟାବେଳେ ସ୍କୁଲ୍ରେ ଗୋଟିଏ ସଭା ହୋଇଥିଲା। ଆମ ପ୍ରଧାନ ଶିକ୍ଷକ ଏହି ସଭାରେ ୧ ଭାପତି ହୋଇଥିଲେ। ଶିକ୍ଷକମାନେ ଏବଂ ସଭାପତି ସ୍ଵାଧୀନତା ବିଷୟରେ ବହୁତ କଥା କହିଥିଲେ। ଦେଶର ସ୍ଵାଧୀନତାକୁ ପ୍ରାଣଦେଇ ରକ୍ଷା କରିବାକୁ ଏବଂ ଦେଶର ସେବା କରିବାକୁ ସମସ୍ତେ ସେଠାରେ ଶପଥ ନେଇଥିଲୁ। ଏ ବର୍ଷ ଏହିଭଳି ଭାବରେ ମୁଁ ସ୍ଵାଧୀନତା ଦିବସଟି ପାଳନ କରିଥିଲି।
ଶେଷ କଥା
ସ୍ଵାଧୀନତା ଦିବସଟି ଭାରତର ପ୍ରତ୍ୟେକ ଲୋକ ନିକଟରେ ପବିତ୍ର। ଏହି ଦିବସଟି ପାଳନ କରିବା ଆମ୍ଭମାନଙ୍କର ଏକ ପବିତ୍ର କର୍ତ୍ତବ୍ୟ ଅଟେ। ଦେଶର ସ୍ଵାଧୀନତା ରକ୍ଷା କରିବା ପାଇଁ ଶପଥ ନେବା ସକାଶେ ଏହି ଦିବସଟି ଆମକୁ ସୁଯୋଗ ଦେଇଥାଏ । ଆମ ସ୍ଵାଧୀନତା \
No comments:
Post a Comment