web page for every book School , College , Engineering .

Wednesday, October 16, 2024

Sital Sasthi Rachana | Meher Sir

Mehersir.in ଶୀତଳ ଷଷ୍ଠି ରଚନା | sitala sasthi odia rachana | sitala sasthi essay in odia | Sital Sasthi Essay | Sital Sasthi Essay In Odia | Sital Sasthi 2024. 

Sitala Sasthi Rachana | Rajbooks.in

ଶୀତଳ ଷଷ୍ଠି ରଚନା | sitala sasthi odia rachana 


ଶୀତଳ ଷଷ୍ଠୀ

ଉପକ୍ରମ

କର୍ମ ମନୁଷ୍ୟର ଧର୍ମ। ଏହି କର୍ମକୁ ସୁଚାରୁରୂପେ ସାଧନ କରିବାକୁ ଯାଇ ମନୁଷ୍ୟ ହୁଏ ବ୍ୟସ୍ତ। ବ୍ୟସ୍ତତା ମଧ୍ୟରେ ରହି ସେ ସୁଖ ସ୍ଵାଚ୍ଛନ୍ଦ୍ୟରୁ ଦୂରେଇ ରହିବା ସ୍ଵଭାବିକ। ପୂର୍ବପୁରୁଷ ଜ୍ଞାନୀ ଜନମାନେ ଏହାକୁ ଭଲଭାବେ ଉପଲବ୍ଧ କରି ମନୁଷ୍ୟକୁ ବିଧ୍ବସମ୍ମତ ଆନନ୍ଦ ଯୋଗାଇଦେବା ପାଇଁ ପର୍ବପର୍ବାଣିର ସୃଷ୍ଟି କରିଯାଇଛନ୍ତି। ଯାହାଦ୍ବାରା କି କର୍ମାଭିମୁଖୀ ମନୁଷ୍ୟ ଏବେ ଆନନ୍ଦ ଉତ୍ସବର ମଜା ପାଇପାରିଛି। ଯେ କୌଣସି ଉତ୍ସବ ପାଳନ କରିବା ଏବେ କର୍ଭବ୍ୟରେ ପରିଣତ ହୋଇଯାଇଛି। କର୍ମକୁ ହେଳା ନ କରି ଆମେ ଏବେ ଉତ୍ସବଗୁଡିକୁ ବହୁ ଆନନ୍ଦ ସହକାରେ ପାଳନ କରୁଅଛୁ। ପର୍ବପର୍ବାଣିପୂର୍ଣ୍ଣ ଆମର ଏହି ଓଡ଼ିଶା। ଏଠାରେ ଜାତି ଧର୍ମ ନିର୍ବିଶେଷରେ ବହୁ ପର୍ବ ପାଳନ କରାଯାଏ। ସେମାନଙ୍କ ମଧ୍ୟରେ ଶୀତଳଷଷ୍ଠୀ ପର୍ବ ଅନ୍ୟତମ।

କେବେ ଓ କାହିଁକି ପାଳନ କରାଯାଏ

 ଜ୍ୟେଷ୍ଠ ଶୁକ୍ଳ ଷଷ୍ଠୀ ତିଥ୍ୟରେ ଶୀତଳ ଷଷ୍ଠୀ ଉତ୍ସବ ମହା ଆଡ଼ମ୍ବରରେ ପାଳନ କରାଯାଏ। ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ ତିଥ୍ୟରେ ଭଗବାନ୍ ଶିବଙ୍କର ପାର୍ବତୀଙ୍କ ସହିତ ବିବାହ ସମ୍ପନ୍ନ ହୋଇଥିଲା। ଏହି ବିବାହ ଉତ୍ସବ ନିମନ୍ତେ ଭଗବାନ ଶିବଙ୍କୁ କୈଳାସରୁ ଦକ୍ଷାଳୟ ଯିବାକୁ ପଡ଼ିଥିଲା ଏହା ପରଦିନ ଅର୍ଥାତ୍‌ ଷଷ୍ଠୀ ତିଥିରେ ସେ ପାର୍ବତୀଙ୍କ ସହିତ କୈଳାସକୁ ଫେରିଆସିଥିଲେ। ଏହିପରି ଭାବରେ ଶିବ ବିବାହ ଓ ଶୀତଳ ଷଷ୍ଠୀ ଉତ୍ସବ ସମ୍ପୃକ୍ତ। ସେହି ପୌରାଣିକ ସ୍ମୃତିକୁ ମନେପକାଇ ହିନ୍ଦୁମାନେ ଶୀତଳଷଷ୍ଠୀ ଉତ୍ସବକୁ ପାଳନ କରୁଛନ୍ତି।

ପାଳନ

 ସମାଜରେ ଚଳିତ ବିବାହୋତ୍ସବ ପରି ଶିବପାର୍ବତୀ ଙ୍କର ବିବାହ ସମ୍ପନ୍ନ ହୁଏ। ବିବାହ ପୂର୍ବରୁ ଗୁଆ ନିମନ୍ତ୍ରଣ ଓ ସାଧାରଣ ନିମନ୍ତ୍ରଣ ଦେବା କାର୍ଯ୍ୟ ଆରମ୍ଭ ହୋଇଯାଏ ! ଶିବ ବିବାହ ଦିନ ଭଗବାନ ଶିବ ଆମ ବିବାହର ପ୍ରଚଳିତ ପ୍ରଥାପରି ଶୋଭାଯାତ୍ରାରେ ଆସନ୍ତି। ପ୍ରଭୁ ଶିବ ବୃଷଭ ଉପରେ ଉପବିଷ୍ଟ ହୋଇଥାନ୍ତି ଏବଂ ତାଙ୍କ ସହିତ ବରଯାତ୍ରୀରେ ଦେବତାମାନେ ମଧ୍ୟ ଆସିଥା’ନ୍ତି। ଶ୍ଵଶୁର ଘରେ ପହଞ୍ଚିବା ପରେ ଦୁଇଜଣ ବ୍ରାହ୍ମଣ ବରପିତା ଓ କନ୍ୟାପିତା ରୂପେ ବିବାହକାର୍ଯ୍ୟ ତୁଲାଇଥା’ନ୍ତି। ଆଉ ଜଣେ ବ୍ରାହ୍ମଣ ପୁରୋହିତ କାର୍ଯ୍ୟ କରନ୍ତି। ପୁରୋହିତ ବିବାହ ପଦ୍ଧତି ଅନୁଯାୟୀ ବିବାହ କାର୍ଯ୍ୟ ସମ୍ପନ୍ନ କରନ୍ତି। ବିବାହ କାର୍ଯ୍ୟ ଶେଷ ହେଲାପରେ ଝିଅ ବିଦା କାର୍ଯ୍ୟ ଆରମ୍ଭ ହୁଏ। ଷଷ୍ଠୀ ତିଥିରେ ଶିବ ପାର୍ବତୀଙ୍କ ସହିତ କୈଳାସକୁ ଫେରନ୍ତି। ଆଜିକାଲି ଏହି ପ୍ରଥା ପ୍ରଚଳନ ଥିଲେ ମଧ୍ୟ ଦେବାଦେବୀ ଓ ଭଗବାନ ଶିବ ବା ପାର୍ବତୀଙ୍କ ପ୍ରତିମୂର୍ତ୍ତି ପୂଜକ ତଥା ଭକ୍ତମାନେ ବିଭିନ୍ନ ଉପାୟରେ ଶୋଭାଯାତ୍ରାରେ ନେଉଛନ୍ତି। ବର୍ତ୍ତମାନ ଏହି ଉତ୍ସବର ପ୍ରଧାନ ଆକର୍ଷଣ ହେଲା ବିଭିନ୍ନ ପ୍ରକାରର ବାଣ ଫୁଟା ଓ ନାଚଗୀତ।

ପ୍ରସିଦ୍ଧ ଶୀତଳଷଷ୍ଠୀ ଉତ୍ସବ

 ଶୀତଳଷଷ୍ଠୀ ଉତ୍ସବ ଓଡ଼ିଶାର ବେଶ୍ ଜଣାଶୁଣା; କିନ୍ତୁ ଏହି ଉତ୍ସବକୁ ସମ୍ବଲପୁରବାସୀ ମହା ଆଡମ୍ବର ସହକାରେ ତଥା ଉତ୍ସାହ ଉଦ୍ଦୀପନା ମଧ୍ୟରେ ପାଳନ କରନ୍ତି। ସମ୍ବଲପୁରର ଲୋକନାଥ ଓ ବାଲୁକେଶ୍ଵର ମହାଦେବଙ୍କର ବିବାହ ଉତ୍ସବ ଦେଖିବା ପାଇଁ ବହୁ ଜନସମାଗମ ହୁଏ। ଏହି ବିବାହ ଉତ୍ସବ ପାଇଁ ଏଠାକାର ବିଭିନ୍ନ ମନ୍ଦିରର ଦେବାଦେବୀଙ୍କୁ ଗୁଆ ଦେଇ ନିମନ୍ତ୍ରଣ କରାଯାଏ। ପଞ୍ଚମୀ ଓ ଷଷ୍ଠୀ ଏହି ଦୁଇଦିନ ବଡ଼ ଜାକଜମକରେ ଯାତ୍ରା ହୁଏ। ଶିବ ବୃଷଭ ଉପରେ ଓ ପାର୍ବତୀ ସିଂହ ଉପରେ ଉପବିଷ୍ଟ ହୋଇ ନଗର ପରିକ୍ରମା କରନ୍ତି। ଶୋଭାଯାତ୍ରାରେ ବିଭିନ୍ନ ଜିଲ୍ଲାର ଲୋକନୃତ୍ୟ, ଆଧୁନିକ ନୃତ୍ୟ, ଘୁମୁରା ନାଚ, ଡାଲଖାଇ ନାଚ ଆଦି ଚାଲିଥାଏ। ବାଣଫୁଟାର ଚମକ ସମସ୍ତଙ୍କୁ ଆକର୍ଷିତ କରିଥାଏ। ମେଳାରେ ଶାନ୍ତରକ୍ଷା ଓ ସ୍ୱାସ୍ଥ୍ୟରକ୍ଷା ପାଇଁ ସରକାରୀ ବନ୍ଦୋବସ୍ତ ହୋଇଥାଏ। ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନ ସେମାନଙ୍କର ସେବାଦାନର ବ୍ୟବସ୍ଥା କରିଥା’ନ୍ତି। ସମ୍ବଲପୁରର ବରପାଲୀରେ ମଧ୍ୟ ଏହି ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୁଏ। ଭୁବନେଶ୍ଵରର ଲିଙ୍ଗରାଜ ମହାପ୍ରଭୁ ମଧ୍ୟ ଏହି ଶୀତଳଷଷ୍ଠୀ ଦିନ କେଦାରଗୌରୀ ନିକଟରେ ଥିବା ମଣ୍ଡପରେ ଗୌରୀଙ୍କୁ ବିବାହ କରନ୍ତି। ସେହି ମଣ୍ଡପ ପାଖକୁ ଲିଙ୍ଗରାଜ ମହାପ୍ରଭୁ ବିରାଟ ଶୋଭାଯାତ୍ରାରେ ଯା’ନ୍ତି। ଏଠାରେ ବହୁ ଜନସମାଗମ ହୁଏ ।

ଶେଷ କଥା 

ଶୀତଳଷଷ୍ଠୀ ପ୍ରଭୁ ଶିବଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା ପାଇଁ ଉଦ୍ଦିଷ୍ଟ। ଏହି ପର୍ବ ସମାଜରେ ସୁସମ୍ପର୍କର ଚେତନା ଦେଇଥାଏ। ବନ୍ଧୁବାନ୍ଧବଙ୍କ ମଧ୍ୟରେ ଗୁଆ ପ୍ରଚଳନ ଏକ ସଦ୍‌ଭାବର ନିଦର୍ଶନ। ଏହି ସଦ୍‌ଭାବକୁ ବଞ୍ଚାଇ ରଖୁବା ପାଇଁ ପ୍ରଭୁ ଶିବଙ୍କ ଅଶେଷ କରୁଣା ରହିଥାଉ। ଭକ୍ତି ଓ ଧର୍ମଭାବ ଅତୁଟ ରହୁ।

No comments:

Post a Comment

Comments