Mehersir.in Sita Rutu Re Dhaana Bilara Drushya ( ଶୀତଋତୁରେ ଧାନବିଲର ଦୃଶ୍ୟ ) Sita rutu re palli ra drushya odia essay | sita rutu re sandhya ra drushya | Sita rutu rachana | Sita rutu odia essay | ଶୀତ ଋତୁ ରଚନା | sita rutu rachana 20 line.
ଶୀତଋତୁରେ ଧାନବିଲର ଦୃଶ୍ୟ
ଉପକ୍ରମ
ଧାନ ହେଉଛି ଓଡ଼ିଶାବାସୀଙ୍କର ପ୍ରଧାନ ଫସଲ। ଶୀତଋତୁରେ ଧାନ ଅମଳ ହୁଏ ; ତେଣୁ ଓଡ଼ିଶାର ଗାଁଗହଳିରେ ଧାନକ୍ଷେତ ଓ ଖଳାବାଡ଼ିରେ କାମଦାମ ଲାଗିଯାଏ। ଶୀତଋତୁରେ ଧାନବିଲର ଦୃଶ୍ୟ ବଡ଼ ମନୋରମ ଓ ଆନନ୍ଦଦାୟକ ହୋଇଥାଏ; ତେଣୁ ଏ ଦୃଶ୍ୟ ସମସ୍ତଙ୍କର ଉପଭୋଗର ସାମଗ୍ରୀ ।
ପ୍ରଭାତକାଳୀନ ଦୃଶ୍ୟ
ପ୍ରଭାତ କାଳରେ ଧାନକ୍ଷେତରେ କାକର ପଡ଼ିଥାଏ। ସେହି କାକର ଟୋପାଗୁଡ଼ିକ ମୁକ୍ତାପରି ସୁନ୍ଦର ଦେଖାଯାଉଥାଏ। ସୂର୍ଯ୍ୟ ଉଇଁଲେ କାକର ଦେହରେ କିରଣ ପଡ଼ି ସେଥିରେ ସୁନେଲି ରଙ୍ଗ ବୋଳିଦିଏ। ଧାନ କ୍ଷେତରେ ହିଡ଼ ଉପରେ ଥିବା ଗଛ ବୁଦାରେ ବୁଢ଼ିଆଣୀ ତା’ର ନୂଆ ଜାଲ ବୁଣିଥାଏ। ସେଥିରେ ଶିଶିରଛିଟା ଲାଗି ତାହା ସଜଳ ଦିଶୁଥାଏ। ସେଥିରେ ସକାଳ ସୂର୍ଯ୍ୟଙ୍କର କୋମଳ କିରଣ ପଡ଼ି ଇନ୍ଦ୍ରଧନୁର ଶୋଭା ଆଙ୍କିଦିଏ। କ୍ଷେତଗୁଡ଼ିକ ଧାନଗଛରେ ପୂର୍ଣ୍ଣ ହୋଇଥାଏ। ସେଥିରେ ପାଚିଲା ଧାନକେଣ୍ଡାଗୁଡ଼ିକ ବଡ଼ ସୁନ୍ଦର ଦେଖାଯାଉଥା’ନ୍ତି। ଏହି ସମୟରେ ଚାଷୀ ଦା’ ଧରି ବିଲକୁ ଯାଏ। ସେ ଧାନ କାଟିବ ଏବଂ ଫସଲ ଅମଳ କରିବ–ଏହି ଭାବନାରେ ତା’ ମନ ବଡ଼ ଖୁସି। ସେତେବେଳେ ଆକାଶରେ ପଞ୍ଝାକୁପଞ୍ଝା ଗେଣ୍ଡାଳିଆ ଛୋଟ ବଡ଼ ନାନା ଜାତିର ଚଢ଼େଇ ଉଡ଼ିଯାଉଥା’ନ୍ତି। ସେମାନଙ୍କ କଳରବରେ ଆକାଶ ଫାଟିପଡ଼େ । ଧାନକ୍ଷେତରେ କାଣ୍ଟିଆବଗ ତା’ର ଲମ୍ବା ଲମ୍ବା ପାଦ ଟେକି ଧୀରେ ଧୀରେ ଆହାର ଖୋଜୁଥାଏ। ଚାଷୀକୁ ଦେଖି ସେ ତା’ର ଧବଳ ଡେଣା ଦୁଇଟି ମେଲାଇ ଉଡ଼ିଯାଏ ଏବଂ ଦୂର ହିଡ଼ରେ ଡେଣା ଜାକି ବସିପଡ଼େ। ପଞ୍ଝା ପଞ୍ଝା ଶୁଆ ଧାନକ୍ଷେତରେ ପଡ଼ି କେଁ-କା କରୁଥା’ନ୍ତି। କୋକିଶିଆଳିଗୁଡ଼ିକ ଗାତରୁ ବାହାରି ଏଣେତେଣେ ଧାଁ ଦଉଡ଼ କରୁଥାନ୍ତି । ଗୋଟିଏ ଗୋଟିଏ କାଳିଆ କୁକୁର ଏଠିସେଠି ବୁଲି ଠେକୁଆ ଛୁଆ ଖୋଜିବାରେ ଲାଗିଥାଆନ୍ତି। ଧାନଫସଲରେ ଧାନକ୍ଷେତ ପୂରି ରହିଥାଏ। ଆପଣା କ୍ଷେତରେ ଫସଲ ଦେଖି କୃଷକର ମନ ଓ ପ୍ରାଣ ଆନନ୍ଦରେ ପୂରିଉଠେ। ତା’ର ପ୍ରାଣ ପୁଲକିତ ହୁଏ । ତା’ ଦେହରେ ଖେଳିଯାଏ ଉତ୍ସାହ। ଦା’ ଧରି ସେ ଆନନ୍ଦମନରେ ଧାନ କାଟିବାରେ ଲାଗିଯାଏ ।
ଅପରାହ୍ଣର ଦୃଶ୍ୟ ଶୀତଦିନେ ମଧ୍ୟାହ୍ନ ବେଶି ବେଳ ରହିପାରେ ନାହିଁ। ସୂର୍ଯ୍ୟ ହଠାତ୍ ଗଡ଼ିପଡ଼ଛି। ଛାଇ ଲେଉଟିପଡ଼େ। ଅପରାହ୍ଣ ଆସିଯାଏ। ଏଇଟା
ଶୀତଦିନର ପ୍ରକୃତି
ଶୀତଦିନର ସୁଲୁସୁଲିଆ ପବନ ଧାନକ୍ଷେତର ଗହଳିଆ ଧାନଗଛ ଭିତରେ ସିରିସିରି ହୋଇ ବହିଯାଏ। ଧାନଗଛର କାନେକାନେ ପବନ କହେ ସୁଭ-ଉ-ଉ। ଧାନଗଛଗୁଡ଼ିକ ଶୋଇଯା’ନ୍ତି। ପବନ ବହିଯାଏ। ଧାନଗଛସବୁ ପୁଣି ଉଠିପଡ଼ନ୍ତି। ପୁଣି ଆସେ ପବନର ଆଉ ଏକ ଢେଉ। ଏହିପରି ତୁହାକୁତୁହା ଲାଗିଥାଏ ଧାନଗଛ ସହିତ ପବନର ଖେଳ। ଧାନଖିଆ ଚଢ଼େଇସବୁ ଧାନବିଲରେ ପଡ଼ି କେଁ-କା କରୁଥା’ନ୍ତି। କଟାଳିମାନେ ଦା’ଧରି ଫସଲ କାଟିବାରେ ଲାଗିଥା’ନ୍ତି। କଣ୍ଠରେ ସେମାନଙ୍କର ଫସଲକଟା ସଙ୍ଗୀତ। କେତେକ ଚାଷୀ ସକାଳକଟା ଧାନ-ହଳାମାନ ଖଳାକୁ ବୋହିବାରେ ଲାଗିଥା’ନ୍ତି।
ସନ୍ଧ୍ୟାକାଳୀନ ଦୃଶ୍ଯ ଧାନକ୍ଷେତଗୁଡ଼ିକରେ କେତେକ ସ୍ଥାନରେ ଧାନକଟା ସରିଯାଇଥାଏ। ହଳାଗୁଡ଼ିକ ଖଳାକୁ ଚାଲିଯାଇଥିବାରୁ ଧାନବୁଦାମାନଙ୍କର ମୂଳଗୁଡ଼ିକ ରହିଯାଇଥାଏ। କାକର ପଡ଼ି ସେଗୁଡ଼ିକୁ ଓଦା କରିଦିଏ। ତେଣୁ ଜହ୍ନ ଆଲୁଅ ପଡ଼ିଲେ ତାହା ଚିକ୍ଚିକ୍ କରିଉଠେ। ଅନେକ ବିଲରେ ଧାନ କଟାହୋଇ ଧାନହଳା ପଡ଼ିରହିଥାଏ। ହଳାକୁ ଜଗିବା ପାଇଁ ଚାଷୀମାନେ ହୁଳା ଜାଳି ରାତିଯାକ ଅନିଦ୍ରା ହୋଇ ଧାନକ୍ଷେତରେ ଜଗିରହିଥାନ୍ତି ; ମଝିରେ ମଝିରେ କୁହାଟ ଛାଡୁଥା’ନ୍ତି। "ନାନା ପ୍ରକାରର ଗୀତ ଗାଉଥାଆନ୍ତି। ଧାନହଳାକୁ ଦେଖି ସେମାନଙ୍କର ପେଟ ପୂରିଉଠୁଥାଏ ।
ଶେଷ କଥା
ଶୀତଋତୁରେ ଧାନବିଲର ଦୃଶ୍ୟ ଦେଖିଲେ ମନରେ ଅପୂର୍ବ ଆନନ୍ଦ ଜାତହୁଏ। ଏ ଦୃଶ୍ୟ ବାସ୍ତବିକ ଦେବତାମାନଙ୍କର ମଧ୍ୟ ଉପଭୋଗ୍ୟ ମନେହୁଏ, ସତେ ଯେପରି ଲକ୍ଷ୍ମୀଦେବୀ ତାଙ୍କର ସମସ୍ତ ଶୋଭାସମ୍ଭାର ଘେନି ଧାନବିଲରେ ଉଭା ହୋଇଛନ୍ତି । ସତେ ଅବା ଲକ୍ଷ୍ମୀଦେବୀଙ୍କୁ କନକ-କାନ୍ତି ଧାନବିଲଯାକ ବ୍ୟାପିରହିଛି।
No comments:
Post a Comment