Mehersir.in Sita rutu rachana | ଶୀତ ଋତୁ ରଚନା | winter season essay in odia | Sita rutu rachana | ଶୀତ ଋତୁ ରଚନା | Sita rutu Sita rutu rachana ଶୀତ ଋତୁ ରଚନା Sita rutu odia rachana Sita rutu essay Sita rutu essay | Sita rutu Rachana || ଶୀତ ଋତୁ || Winter Season Odia Essay || Sita Rutu Odia Rachana || ଶୀତ ଋତୁ ରଚନା ( Sita Rutu Essay in Odia ) || sita rutu rachana sita rutu odia rachana odia rachana sita rutu sita rutu rachana sita rutu sita rutu odia essay odia essay sita rutu sita rutu.
Sita Rutu Rachana ( ଶୀତ ଋତୁ )
ଉପକ୍ରମ
ବର୍ଷକ ବାର ମାସ ଓ ଛଅ ଋତୁ। ପୌଷ ଓ ମାଘ ମାସରେ ଶୀତଋତୁ ଦେଖାଯାଏ। ପୌଷ ମାସର ସୁଲୁସୁଲିଆ ଶୀତଳ ବାଆରେ ଶୀତଋତୁର ଜନ୍ମ ଏହି ଶୀତ ବଢ଼ି ବଢ଼ି ମାଘ ମାସରେ ବାଘପରି ଭୟଙ୍କର ହୁଏ। ଶୀତର ପ୍ରକୋପ ମାଘ ମାସର ଶେଷ ସମୟକୁ କମିଯାଇ ଫାଲ୍ଗୁନ୍ ମାସ ଆରମ୍ଭ ବେଳକୁ ଅଦୃଶ୍ୟ ହୋଇଯାଏ।
କବି ମଧୁସୂଦନ ରାଓ ଲେଖିଛନ୍ତି—
‘‘ଶୀତରେ ପୌଷ, ମାଘ ମାସ ଦେହରେ ରଖ ଶୀତବାସ।”
ଶୀତଋତୁରେ ଭୀଷଣ
ଶୀତଋତୁର ଅପକାରିତା ଶୀତ ହେବାରୁ ଗରିବ ଲୋକମାନେ ବଡ଼ କଷ୍ଟ ପାଆନ୍ତି। କାରଣ ଶୀତଲୁଗା କିଣିବା ପାଇଁ ସେମାନଙ୍କ ପାଖରେ ପଇସା ନ ଥାଏ। ଶୀତରେ ଥଣ୍ଡା ପାଣିରେ ଗାଧୋଇବା ବଡ଼ କଷ୍ଟକର। ଏହି ସମୟରେ କାଶ, ସର୍ଦି, ଜର, ନିମୋନିଆ ଓ ଟାଇଫଏଡ଼ ରୋଗ ଲୋକମାନଙ୍କୁ ଆକ୍ରମଣ କରେ। ଏହି ଋତୁରେ ରାତି ବଡ଼ ହୁଏ ଓ ଦିନ ଖୁବ୍ ଛୋଟ ହୋଇଯାଏ ; ତେଣୁ ଲୋକମାନେ କାମଦାମ କରିବାକୁ ବେଶି ସମୟ ପାଆନ୍ତି ନାହିଁ। ସ୍କୁଲଛୁଟି ପରେ ପିଲାମାନେ ମଧ୍ୟ ଖେଳିବାକୁ ବେଶି ସମୟ ପାଆନ୍ତି ନାହିଁ । ଦିନେ ଦିନେ ସକାଳେ କୁହୁଡ଼ି ଉଠିବାରୁ ଲୋକମାନେ କାମକୁ ଯିବାରେ ବିଳମ୍ବ କରନ୍ତି।
ଶୀତଋତୁର ଉପକାରିତା
ଶୀତଋତୁରେ ଆକାଶରୁ ମେଘ ଦୂର ହୋଇଯାଏ ; ତେଣୁ ଏହି ଋତୁରେ ଆକାଶ ନିର୍ମଳ ଓ ଉତ୍କଳ ଥାଏ। ବାଟଘାଟ ଶୁଖିଲା ଥାଏ। କୂଅ ଓ ପୋଖରୀର ଜଳ ନିର୍ମଳ ଓ ଶୀତଳ ଥାଏ। ଶୀତଋତୁରେ ସୂର୍ଯ୍ୟକିରଣ ବଡ଼ କୋମଳ ଓ ନରମ ହୁଏ। ଏହି ଋତୁରେ କୌଣସି ପ୍ରକାର ସଂକ୍ରାମକ ରୋଗ ଦେଖାଯାଏ ନାହିଁ। ଶୀତଋତୁ ହେଉଛି ଫସଲ ଅମଳର ସମୟ ; ତେଣୁ ଚାଷୀମାନେ ଧାନ ଆଦି ଫସଲ ଅମଳକରି ଆନନ୍ଦିତ ହୁଅନ୍ତି। ନଦୀପଠା ଓ ନଦୀକୂଳରେ ଶୀତଦିନିଆ ରବିଫସଲମାନ ହୋଇଥାଏ। ଏହି ଋତୁରେ ବହୁତ ଫଳ ମଧ୍ୟ ମିଳେ। ସେଗୁଡ଼ିକ ମଧ୍ୟରୁ କମଳା ଓ ଅଙ୍ଗୁର ହେଉଛି ପ୍ରଧାନ। ଶୀତଋତୁରେ ହାଟବଜାରରେ ଫୁଲକୋବି, ଓଲକୋବି, ବନ୍ଧାକୋବି, ଶାଲଗମ୍, ବିଲାତିଆଳୁ ଓ ମଟରଛୁଇଁ ଭର୍ତ୍ତି ହୋଇଯାଏ ; ତେଣୁ ଲୋକମାନେ ବହୁତ ଖାଦ୍ୟ ଖାଇବାକୁ ପାଆନ୍ତି। ମନଆନନ୍ଦରେ ସେମାନେ ବହୁତ ପର୍ବପର୍ବାଣି ପାଳନ କରନ୍ତି । ଏହି ଋତୁରେ ଆଖୁ ଅମଳ ହୁଏ। ପିଲାମାନେ ଖୁସିରେ ଆଖୁକ୍ଷେତକୁ ଯାଇ ଆଖୁ ଭାଙ୍ଗି ରସ ପିଅନ୍ତି।
ଶୀତଋତୁର ପ୍ରାକୃତିକ ଦୃଶ୍ୟ
ଶୀତକାଳରେ ପ୍ରଭାତରେ କାକରପଡ଼ି ଗଗନ, ପବନ, ଗଛ, ଲତା ଓ ଘାସବୁଦାଗୁଡ଼ିକ ଶୀତଳ ସ୍ନାନ କଲାପରି ବୋଧ ହେଉଥା’ନ୍ତି। ଦୂବଘାସ ଉପରେ ଶିଶିରବିନ୍ଦୁ ପଡ଼ି ମୁକ୍ତାପରି ଶୋଭା ପାଉଥାଏ। ଶିଶିରମନ୍ଦା ଉପରେ ସୂର୍ଯ୍ୟକିରଣ ପଡ଼ି, ସେଥିରେ ସୁନାର ଲହରୀ ଛୁଟାଇଦିଏ। ଏହି ଋତୁରେ ଗେଣ୍ଡୁଫୁଲ, କୁସୁମଫୁଲ, କେଳିକୁସୁମ, ତରାଟ, ସୋରିଷ, ଶତବର୍ଗ ଓ ସୋମଫୁଲ ଫୁଟି ବଡ଼ ସୁନ୍ଦର ଦେଖାଯାଏ। ମନ୍ଦିରଗୁଡ଼ିକରେ ସକାଳର ଆରତି ଦେଖିବାକୁ ବୁଢ଼ାବୁଢ଼ୀ ଓ ଝିଅବୋହୂମାନେ ଗାଧୁଆସାରି ଏକାଠି ହୋଇଥାଆନ୍ତି। ସ୍କୁଲ୍ପିଲାମାନେ ନାନା ରଙ୍ଗର ଶୀତଚାଦର ଘୋଡ଼ାଇହୋଇ ବିଭିନ୍ନ ରଙ୍ଗ ପ୍ରକାଶ କରୁଥାନ୍ତି। ସକାଳେ ବୁଢ଼ାବୁଢ଼ୀମାନେ ଗାଁ ଦାଣ୍ଡରେ ଧୁନି ଜାଳି ନିଆଁ ପୁଆଉଁଥା’ନ୍ତି। ଗୁହାଳର ଗାଈବଳଦ ଫିଟା ହୋଇ ଗାଁ ଦାଣ୍ଡଯାକ ବନ୍ଧା ହୋଇଥା’ନ୍ତି। ନଦୀକୂଳ ଓ ନଦୀପଠାରେ ଚାଷୀମାନେ କୋବିକିଆରିକୁ ତେଣ୍ଡାରେ ପାଣି ବୋହୁଥିବାର ଦେଖାଯାଏ । ଦିନ ଗଡ଼ିଗଲେ ସୂର୍ଯ୍ୟ ପଶ୍ଚିମ ଆକାଶକୁ ଝୁଲିପଡ଼ନ୍ତି। ଶୀତଦିନର ସୁଲୁସୁଲିଆ ପବନ ଚହଳିଆ ଧାନଗଛ ଭିତରେ ସିରିସିରି ହୋଇ ବହିଯାଏ। ଧାନଖିଆ ଚଢ଼େଇସବୁ ଧାନବିଲରେ ପଡ଼ି କେଁକଟର କରୁଥା’ନ୍ତି। ଚାଷୀମାନେ ଦା’ ଧରି ଗୀତ ବୋଲି ଫସଲକଟାରେ ଲାଗିଥା’ନ୍ତି। ଏହି ସମୟରେ ଚାଷୀମାନେ ଖଳାରେ ମେରିଖୁଣ୍ଟ ପୋତି ବଳଦ ସାହାଯ୍ୟରେ ଧାନ ଅମଳ କରୁଥାଆନ୍ତି।
ଶୀତଋତୁର ପର୍ବପର୍ବାଣି
ଶୀତଋତୁରେ ଧନୁସଂକ୍ରାନ୍ତି, ମକର ସଂକ୍ରାନ୍ତି, ଅଗିରା ବା ଅଭ୍ୟୁତ୍ସବ ପୂର୍ଣ୍ଣିମା ଓ ସରସ୍ଵତୀ ପୂଜା ହେଉଛି ପ୍ରଧାନ ହିନ୍ଦୁପର୍ବ। ଛାତ୍ରମାନେ ବିଦ୍ୟାଳୟରେ ମହାସମାରୋହରେ ସରସ୍ଵତୀ ପୂଜା ପାଳନ କରନ୍ତି।
ଶେଷ କଥା
ଶୀତଋତୁ ବଡ଼ ଆନନ୍ଦଦାୟକ ; କାରଣ ଶୀତଋତୁରେ ସଂକ୍ରାମକ ରୋଗର ଭୟ ନ ଥାଏ। ଫସଲ ଅମଳଯୋଗୁଁ ଲୋକମାନଙ୍କର ଅଭାବ ନ ଥାଏ ; ତେଣୁ ଲୋକମାନେ ଶୀତକଷ୍ଟକୁ ଭୁଲିଯାଇ ଶୀତଦିନର ଆନନ୍ଦ ପ୍ରାଣଭରି ଉପଭୋଗ କରନ୍ତି। ସେଥିଯୋଗୁଁ ଶୀତ ଋତୁକୁ ଏକ ସୁଖମୟ ଋତୁରୂପେ ଗଣନା କରାଯାଏ ।
No comments:
Post a Comment