web page for every book School , College , Engineering .

Wednesday, October 16, 2024

Sarata Rutu Rachana | Meher Sir

Mehersir.in ଶରତ ଋତୁ ରଚନା / Odia Essay on Autumn Season Sarata Rutu Odia Rachana Autumn Season Odia Essay | Odia Essay Sarata Rutu Sarata rutu essay in odia Odia essay ଶରତ ଋତୁ ଓଡ଼ିଆ ରଚନା | Odia Essay Autumn Season | Sarant Rutu Odia Rachana sarata rutu odia eassay. 


Sarata Rutu Rachana ( ଶରତ ଋତୁ ରଚନା ) - Rajbooks.in


ଶରତଋତୁ



ଉପକ୍ରମ 


ଭାଦ୍ରବ ଓ ଆଶ୍ୱିନ ମାସ ଦୁଇଟି ହେଉଛି ଶରତଋତୁର ସମୟ। ଏହି ଋତୁରେ ବର୍ଷାକାଳର ମଳିନତା ତୁଟିଯାଏ। ବାଟଘାଟ ଶୁଖି ପରିଷ୍କାର ହୋଇଯାଏ। ନଦୀ ପୁଷ୍କରିଣୀର ଜଳ ନିର୍ମଳ ହୁଏ, ତେଣୁ ଶରତଋତୁକୁ ଲକ୍ଷ୍ୟକରି କବି ମଧୁସୂଦନ ରାଓ ଲେଖିଛନ୍ତି—

 ‘ଭାଦ୍ର, ଆଶ୍ବିନ, ଶରତରେ ନିର୍ମଳ ଶୋଭା ଜଗତରେ ।”’

ଶରତଋତୁର ପ୍ରାକୃତିକ ଶୋଭା 


ଶରତଋତୁର ପ୍ରାକୃତିକ ଶୋଭା ବଡ଼ ମନୋହର । ( ଏହି ଋତୁରେ ବାଟଘାଟ ଶୁଖିଯିବାରୁ ବର୍ଷାକାଳର କାଦୁଅ ପଙ୍କ ଦୂର ହୋଇଯାଏ । କୌଣସି ସ୍ଥାନ ସନ୍ତସନ୍ତିଆ ନ ଥାଏ। ନଦୀ ଓ ପୁଷ୍କରିଣୀରେ ଆବିଳ ଜଳ ନିର୍ମଳ ହୋଇ ନେଳି କାଚପରି ସୁନ୍ଦର ଦେଖାଯାଏ କବି ମଧୁସୂଦନ ରାଓ ଲେଖିଛନ୍ତି—

 “‘ନଦୀ ପୁଷ୍କରିଣୀ ଜଳ ଏବେ ସୁନିର୍ମଳ

କ୍ରୀଡ଼ନ୍ତି ହରଷେ ତହିଁ ଦଳା ହଂସଦଳ।’’


ବାସ୍ତବିକ ଏହି ଋତୁରେ ହଜାର ହଜାର ମାଇଲ ଦୂରରୁ ନାନାଜାତିର ସୁନ୍ଦର ପକ୍ଷୀ ଜଳଭାଗକୁ ଉଡ଼ିଆସନ୍ତି। ଓଡ଼ିଶାର ଚିଲିକା, ଅଂଶୁପା ଓ ସରହ୍ରଦର ନୀଳ ଲହରୀରେ ଅସଂଖ୍ୟ ହଂସ ପହଁରୁଥାଆନ୍ତି। ଶରତଋତୁରେ ଆକାଶରୁ ମଳିନତା ଦୂର ହୋଇଯାଏ । କେତେବେଳେ କେମିତି ଖଣ୍ଡେ ଖଣ୍ଡେ ଧଳାମେଘ ଆକାଶବକ୍ଷରେ ଭାସିବୁଲେ। କବି ମଧୁସୂଦନ ରାଓ ଏହାକୁ ଲକ୍ଷ୍ୟକରି ଲେଖିଛନ୍ତି—

‘‘ଖଣ୍ଡ ଖଣ୍ଡ ଧଳାମେଘ ସୁନୀଳ ଅମ୍ବରେ,
ଭାସଇ ବୋଇତ ଯଥା ନୀଳ ସମୁଦ୍ରରେ।’’

ଶରତକାଳୀନ ଆକାଶର ନୀଳ ନିର୍ମଳ ଶୋଭା ଦେଖିଲେ ମନରେ ଅପୂର୍ବ ଆନନ୍ଦ ଜାତ ହୁଏ। ନିର୍ମଳ ଚନ୍ଦ୍ରମଣ୍ଡଳର ଶୋଭା କେବଳ ଶାରଦୀୟ ଗଗନରେ ସମ୍ଭବ ହୁଏ ; ତେଣୁ କବିସମ୍ରାଟ୍ ଉପେନ୍ଦ୍ର ଭଞ୍ଜ ଲେଖିଛନ୍ତି—

“‘ନିର୍ମଳ ଚନ୍ଦ୍ର ଶରଦେ ବିରାଜି
ଦିଶେ ଯଥା ଦର୍ପକ ଦର୍ପଣ ଥିଲେ ମାଜି।’’

ବାସ୍ତବିକ ସୁମନୋହର ଶରଚ୍ଛନ୍ଦ୍ର ଶୋଭା-ଜଗତର ରାଜା କାମଦେବଙ୍କର ମଜା ଦର୍ପଣପରି ସୁନ୍ଦର। ସେତେବେଳେ ଶରତ ଆକାଶରେ ଅସଂଖ୍ୟ ତାରକା ଶରତଚନ୍ଦ୍ରଙ୍କୁ ଫୁଲହାରପରି ବେଢ଼ି ରହିଥା’ନ୍ତି। ଏହାକୁ ଲକ୍ଷ୍ୟକରି କବି ମଧୁସୂଦନ ରାଓ ଲେଖିଛନ୍ତି—

‘‘ରଜନୀରେ ନୀଳାକାଶେ ଚନ୍ଦ୍ରମା ଉଜ୍ଜ୍ବଳ,
ବିରାଜଇ ଦଶ ଦଶ କିରଣ ଧବଳ। 
 ନକ୍ଷତ୍ରମାଳା ଚନ୍ଦ୍ର ସଙ୍ଗତରେ,
ଶୋଭନ୍ତି ପ୍ରଫୁଲ୍ଲ ପୁଷ୍ପ ପରାୟେ ଅମ୍ବରେ।’ 

ଶାରଦୀୟ ଗଗନର ଏହି ନକ୍ଷତ୍ରମାନ ଦେଖି ପଲ୍ଲୀ ବାଳିକାମାନେ ପୁଲକିତ ହୁଅନ୍ତି । କବି ମଧୁସୂଦନ ଏହାକୁ ଲକ୍ଷ୍ୟକରି ଲେଖିଛନ୍ତି—

‘‘ରଜନୀରେ କୁମାରୀଏ ମହାଆନନ୍ଦରେ
ମଣ୍ଡିଣ ସୁନୀଳ କେଶ ଶୁଭ୍ର କୁସୁମରେ। ତାରାବିମଣ୍ଡିତ ନୀଳ ଗଗନକୁ ଚାହିଁ,
ହରନ୍ତି ମାନସ ନାନାରଙ୍ଗେ ଗୀତ ଗାଇ।’’

ଶରତଋତୁରେ ନାନାଜାତିର ଫୁଲ ଫୁଟି ମନ ହରଣ କରେ। ଏହି ଫୁଲଗୁଡ଼ିକ, ମଧ୍ୟରେ କାଶତଣ୍ଡୀ, କଇଁ, ପଦ୍ମ, ମାଳତୀ, ଗଙ୍ଗଶିଉଳି, ଟଗର, ଅପରାଜିତା, ବଧୁଲି, ଅଗସ୍ତି ଫୁଲ ଓ ଜହ୍ନିଫୁଲ ହେଉଛି ପ୍ରଧାନ।  

ପଲ୍ଲିଭୂମିରେ ପାଚିଲା ଧାନକିଆରିର ଶୋଭାରେ ମୁଗ୍‌ଧହୋଇ କବି ମଧୁସୂଦନ ରାଓ ଲେଖିଛନ୍ତି—

“‘ଧାନ୍ୟକ୍ଷେତ୍ର ପକ୍ବଶାଳୀ ଦିଶଇ ସୁନ୍ଦର
ଦରଶନେ ଆନନ୍ଦିତ ମନ କୃଷକର ।’’

ଶରତଋତୁର ପ୍ରାକୃତିକ ଶୋଭା ବାସ୍ତବରେ ସୁନ୍ଦର ଓ ମନୋରମ। 

ପର୍ବପର୍ବାଣି 


ଶରତଋତୁର ପର୍ବପର୍ବାଣି ମଧ୍ଯରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ, ସୁନିଆଁ, ଦଶହରା, ଖୁଦୁରୁକୁଣୀ ପ୍ରଧାନ ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କର ଜନ୍ମ ଉତ୍ସବ ପାଳିତ ହୁଏ। ଠାକୁର ଦୋଳିରେ ଝୁଲନ୍ତି। ଗଣେଶ ଚତୁର୍ଥୀରେ ଛାତ୍ରମାନେ ବିଦ୍ୟାଳୟରେ ଗଣେଶପୂଜା କରନ୍ତି। ସୁନିଆଁ ଦିନ ଓଡ଼ିଶାରେ ନୂଆ ବର୍ଷର ଆରମ୍ଭ ହୁଏ। ଏହି ଦିନରୁ ପୁରୀର ଗଜପତି ଠାକୁରରାଜା ଦିବ୍ୟସିଂହ ଦେବଙ୍କ ନୂତନ ଅଙ୍କର ଗଣନା କରାଯାଏ। ଦଶହରା ଦିନ ନଗର ଓ ଗାଁଗହଳରେ ଦୁର୍ଗାପୂଜା ଅନୁଷ୍ଠିତ ହୁଏ । ଖୁଦୁରୁକୁଣୀ ଓ ଜହ୍ନିଓଷା ଝିଅମାନଙ୍କର ପର୍ବ। ଖୁଦୁରୁକୁଣୀରେ ସେମାନେ ମା' ମଙ୍ଗଳାଙ୍କୁ ପୂଜା କରନ୍ତି ଏବଂ ତଅପୋଇ ଗୀତ ବୋଲନ୍ତି। ଜହ୍ନିଓଷାରେ ଜହ୍ନିଫୁଲ ତୋଳି ଚାଳକୁ ଫୋପାଡ଼ନ୍ତି କହନ୍ତି—

“ ଜହ୍ନି ଫୁଲ ଠୋ—ଠା
ଗୁଣ୍ଡୁଚିମୂଷା କହିଯାଇଛି ଚାଉଳ ଗଣ୍ଡିଏ ରଖିଥା।’’

ଉପସଂହାର


 ଶରତଋତୁ ପ୍ରକୃତରେ ନିର୍ମଳ ଏବଂ ସୁନ୍ଦର। ଏହି ଋତୁରେ ସାମାନ୍ୟ କାଶ, ସର୍ଦି ଓ ଜ୍ଵରରୋଗର ଭୟ ଥାଏ ; ତେଣୁ ଶରତ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସଙ୍ଗେ ସଙ୍ଗେ ଥଣ୍ଡା ଆକ୍ରମଣ ପ୍ରତି ସାବଧାନ ରହିବା ଆବଶ୍ୟକ |


No comments:

Post a Comment

Comments