web page for every book School , College , Engineering .

Thursday, October 17, 2024

Sarata nai kule question answer | Meher Sir

Sarata nai kule class 6 question answer | Sarat nai kule class 6 question answer ଷଷ୍ଠ ଶ୍ରେଣୀ ― ଆମ ସାହିତ୍ୟ  |  class 6 mil chapter 4 question answer | sarata nai kule class 6 | sastha sreni sahitya odia | sarat nai kule class 6 question answer | class 6 odia sarat nai kule question answer | 6 class odia sarata nai kule question answer | ଶରତ ନଈ କୂଳେ | sarata nai kule class 6 | sarata nai kule class 6 question answer | chapter 4 | ଶରତ ନଈ କୂଳେ |6 Class Sahitya Chapter 4 | Sarata Nai Kule | 6 Class Mil Chapter 4 | Meher Sir.


Sarata nai kule question answer | Rajbooks.in


Sarata nai kule question answer

ଆସ ଜାଣିବା କେତୋଟି ନୂତନ ଶବ୍ଦ ଓ ତା’ର ଅର୍ଥ


ଛଇଳ – ସୁନ୍ଦର

ଆମ୍ରତରୁ – ଆମ୍ବଗଛ

ମାଧୁରୀ – ସୁଷମା, ଶୋଭା

ସମୀର – ଧୀରପବନ

ଝାସିବା – ବୁଡ଼ିଯିବା

ଚପଳ – ଚଳଚଞ୍ଚଳ

ଅଭିଳାଷେ – ଆଶାରେ

ଭ୍ରମର – ଭଅଁର, ଅଳି

ଶେଫାଳୀ – ଗଙ୍ଗଶିଉଳି

ଶିରୀ – ସୌନ୍ଦର୍ଯ୍ୟ, ସମ୍ପଦ

ତରୁ – ଗଛ

ଆଦେଶ – ମୋହ, ଆକର୍ଷଣ

ଚିତ୍ତ – ମନ

ମହକ – ସୁବାସ, ସୁଗନ୍ଧ, ବାସ୍ନା

ମନୋହରା – ମନଲୋଭା, ଆକର୍ଷଣୀୟ

ଅତୁଳ – ଯାହାର ତୁଳନା ନାହିଁ, ଅଧିକ


ଅଭ୍ଯାସ ପ୍ରଶ୍ନ ଓ ଉତ୍ତର


୧। କବିତାର ଗୋଟିଏ ଲେଖାଏଁ ପଦ ଆବୃତ୍ତି କର । 

ଉ : ପାଠ୍ୟପୁସ୍ତକରୁ କବିତାର ପଦଗୁଡ଼ିକୁ ମନେରଖ୍ ଆବୃତ୍ତି କରିବାକୁ ଅଭ୍ୟାସ କରିବାକୁ ହେବ ।


୨। କବିତାର ଯେଉଁ ପଦରେ ଏକଥା କୁହାଯାଇଛି ସେହି ପଦକୁ ଆବୃତ୍ତି କର ।

(କ) ବଗ ଶିକାର ପାଇଁ ବସିଛି ।

ଉ : ‘ମଉନ ବକ ବସିଛି ତାର
ଶିକାର ଅଭିଳାଷେ ।
ପାଉଛି ଯାହା, ଅତୁଳ ସୁଖେ ଦେଉଚି ଭରି ଆପଣା ମୁଖେ ।’’

(ଖ) ଶଙ୍ଖଚିଲ ଆକାଶରେ ଉଡୁଛି 

ଉ : ସେତିକି ବେଳେ ତହିଁ
ଶଙ୍ଖଚିଲ ଉଠଇ ଡାକି
ଆକାଶେ ରହି ରହି ।


(ଗ) ଗୋପାଳ ପିଲା ବଂଶୀ ବଜାଉଛି ।


ଉ : ନଈର ଆର ପାରେ

ଦିଶୁଛି ଗାଈ ବାଛୁରୀ ପଲ ସବୁଜ ପଡ଼ିଆରେ ।

ଗୋପାଳ ପୁଅ ସେଇଠି କାହିଁ

ବଇଁଶୀ ସୁରେ ଦେଉଚି ଗାଇ ମୂର୍ଚ୍ଚନାଟି ଉଠୁଚି ମାତି

ସତେ କି ତାଳେ ତାଳେ ।’’


(ଘ) ଶରତ-ଆକାଶରେ ନୀଳ ମେଘ ଅତି ସୁନ୍ଦର ଦେଖାଯାଉଛି ।


ଉ : ଶରତ ଲଗନରେ

ସୁନୀଳ ଏକ ବଉଦ ଉଡ଼େ

ଧୂସର ଗଗନରେ ।

ଉପରେ ମେଘ, ତଳେ ଏ ନଈ

ମନରେ ମୋର ଦିଅଇ କହି

* ସୃଷ୍ଟି ଧାମେ

ସୁଷମା ଆମେ

ଭରୁଚୁ ଜୀବନରେ ।’


୩। ନିମ୍ନଲିଖତ ବାକ୍ୟଗୁଡ଼ିକୁ ଉତ୍ତର ମନେକରି ଏଗୁଡ଼ିକ ପାଇଁ କେତୋଟି ପ୍ରଶ୍ନ ପ୍ରସ୍ତୁତ କର |


(କ) କବି ଶରତ ଋତୁରେ ନଈକୂଳ ଆମ୍ବଗଛ ମୂଳେ ବସିଥିଲେ ।

ଉ:(i) କବି ଶରତ ଋତୁରେ ନଈ କୂଳରେ କେଉଁ ଗଛ ମୂଳେ . ବସିଥିଲେ ?

(ii) କବି କେଉଁ ଋତୁରେ ନଈକୂଳରେ ଆମ୍ବଗଛ ମୂଳେ ବସିଥିଲେ ?

(iii) କବି ଶରତ ଋତୁରେ କେଉଁଠାରେ ଆମ୍ବ ଗଛ ମୂଳେ ବସିଥିଲେ ?


(ଖ) ନଈର ଜଳଧାରା ମନୋହର ଦେଖାଯାଉଛି ।

 ଉ :(i) ନଈର ଜଳଧାରା କିପରି ଦେଖାଯାଉଛି ? 

(ii) କ’ଣ ମନୋହର ଦେଖାଯାଉଛି ?


(ଗ) ବଗ ନଈ ସୁଅର ଗୋଟିଏ ପଟେ ଶିକାର ପାଇଁ ବସିଛି ।

 ଉ :(i) ବଗ କେଉଁଠାରେ ଶିକାର ପାଇଁ ବସିଛି ?

(ii) ନଈ ସୁଅର ଗୋଟିଏ ପଟେ କିଏ ଶିକାର ପାଇଁ ବସିଛି ?

 (iii) ନଈ ସୁଅର ଗୋଟିଏ ପଟେ ବଗ କାହିଁକି ବସିଛି ? 


(ଘ) ନଈକୂଳରେ ଶେଫାଳୀ ଫୁଲ ଫୁଟିଛି ।

 ଉ :(i) ନଈକୂଳରେ କେଉଁ ଫୁଲ ଫୁଟିଛି ? 

(ii) ଶେଫାଳୀ ଫୁଲ କେଉଁଠାରେ ଫୁଟିଛି ?


୪। ସବୁଜ କୋଳ, ମଉନ ବକ, ଧୀର ସମୀର ଶବ୍ଦରେ ଥ‌ିବା ବିଶେଷ୍ୟ ପଦଗୁଡ଼ିକ ଲେଖ ।


ଉ : ଦିଆଯାଇଥବା ଶବ୍ଦ  ------ ବିଶେଷ୍ୟ ପଦ

ସବୁଜ କୋଳ --- କୋଳ

ମଉନ ବକ ----ବକ

ଧୀର ସମୀର --- ସମୀର


୫। ନିମ୍ନଲିଖତ ପ୍ରତ୍ୟେକ ଶବ୍ଦର ଅର୍ଥ ବୁଝାଉଥବା ଆଉ ଗୋଟିଏ ଶବ୍ଦ ଲେଖ ।

ଦିଆଯାଇଥବା ଶବ୍ଦ --- ଅର୍ଥବୁଝାଉଥ‌ିବା ଶବ୍ଦ

ନୟନ -- ନେତ୍ର

ଢେଉ --- ତରଙ୍ଗ 

ଗଛ---ବୃକ୍ଷ

ଭ୍ରମର --- ଅଳି

ଜଳ ---ପାଣି

ସମୀର---ପବନ

ଶେଫାଳୀ --- ଗଙ୍ଗଶିଉଳି


୬ । କବିତାରେ ଥିବା ପଦରୁ ଗୋଟିଏ ଧାଡ଼ି ଦିଆଯାଇଛି । ପରବର୍ତୀ ଧାଡ଼ିଟି ପୂରଣ କର ।


(କ) ମଧୁର ତାର ମହକ ରାଶି -

ଉ : ପବନ ସାଥେ ଆସୁଚି ଭାସି,


(ଖ) ଦୂରେ ଯେ ଥିଲେ ବାଳକ ଦଳ 

ଉ : ଭଳେ ମିଳି ତୋଳିଲେ ସ୍ଵର


(ଗ) ସୁଅର ଏକ ପାଶେ

ଉ : ମଉନ ବକ ବସିଛି ତାର ଶିକାର ଅଭିଳାଷେ ।


 (ଘ) ହଲାଇ ଗଛ ପତର ରାଶି -

ଉ : ସମୀର ଧୀରେ ପଡ଼ଇ ଝାସି


୭। ନିମ୍ନଲିଖ ଶବ୍ଦଗୁଡ଼ିକର ଗଦ୍ୟ ରୂପ ଲେଖ ।

ଦିଆଯାଇଥ‌ିବା ଶବ୍ଦ -------ଗଦ୍ଯରୂପ 


ଚକର---ଚକ୍ର

ଲଗନ--ଲଗ୍ନ

ମଉନ----ମୌନ

ମୂର୍ଚ୍ଚନା----ମୂରୁଛନା


୮। ‘ନୀଳ’ ଶବ୍ଦ ପୂର୍ବରୁ ‘ସୁ’ ଯୋଡ଼ିଲେ ‘ସୁନୀଳ’ ହୁଏ । ସେହିପରି ‘ସୁ’ ଲଗାଇ ଆଉ ତିନିଗୋଟି ଶବ୍ଦ ତିଆରି କର ।

: ସୁବୀର, ସୁଗତି, ସୁମିତ୍ର


୯ । ତଳେ ଦିଆଯାଇଥ‌ିବା ପଦଟିରୁ ସ୍ୱରବର୍ଣ୍ଣଗୁଡ଼ିକୁ ବାଛି ଲେଖ ।

“ ସୁଅର ଏକ ପାଶେ ମଉନ ବକ ବସିଛି ତା’ର ଶିକାର ଅଭିଳାଷେ ।’’

ଉ : ଅ, ଏ, ଆ, ଇ, ଉ ପ୍ରଭୃତି ସ୍ଵରବର୍ଷ ଏହି ପଦଟିରେ ରହିଛି । ଅ, ଏ, ଉ ସ୍ଵରବର୍ଣ ସ୍ଵତନ୍ତ୍ର ରୂପେ ବ୍ୟବହୃତ ହୋଇଥିବା ବେଳେ ଆ, ଇ, ଏ ସ୍ଵରବର୍ଣ୍ଣ ମଧ୍ୟ ମାତ୍ରା ରୂପରେ ବ୍ୟବହୃତ ହୋଇଛି ।


ନାତିଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର


୧ ବଗ ଓ ଗେଣ୍ଡାଳିଆ କିଭଳି କବିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ? କିମ୍ବା, ଶରତଋତୁରେ କବି କି କି ଦୃଶ୍ୟ ଉପଭୋଗ କରିଛନ୍ତି ?

[H-2015-16, A-2013-14

ଉ : ଏକଦା କବି ଶରତ ଋତୁରେ ନଈକୂଳର ଗୋଟିଏ ଛାୟାମଣ୍ଡିତ ଆମ୍ବଗଛ ମୂଳରେ ବସିଛନ୍ତି । ପ୍ରକୃତିର ସବୁଜ କୋଳରେ ତାଙ୍କର ମନ ଭୋଳ ହୋଇଯାଇଛି । କବି ଲକ୍ଷ୍ୟ କରିଛନ୍ତି ନଈର ଜଳଧାରା ଓ ଚପଳ ଢେଉମାଳାକୁ । ଏହି ଅବସରରେ କବିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବଗ ଓ ଗେଣ୍ଡାଳିଆ । ସୁଅର ଗୋଟିଏ ପାଖରେ ଶିକାରପାଇଁ ମଉନ ହୋଇ ବସିଥିବା ବଗ ଯାହା ପାଉଛି ଅତୁଳ ସୁଖରେ ତାହା ଖାଇଦେବାର କବି ଦେଖୁଛନ୍ତି । ଠିକ୍ ସେହିଭଳି ଗେଣ୍ଡାଳିଆ ମଧ୍ୟ ଝାମ୍ପ ମାରି ଶିକାର ଧରି ନୀଳ ଆକାଶକୁ ଉଠିଯିବାର କବିଙ୍କ ଦୃଷ୍ଟି ଆକର୍ଷିତ ହୋଇଛି ।


No comments:

Post a Comment

Comments