Mehersir.in Sadharana Tantra Divas Rachana || sadharana tantra divas odia rachana || ସାଧାରଣତନ୍ତ୍ର ଦିବସ || 10 Lines on Republic Day In Odia || 10 lines essay on republic day in odia || Sadharana Tantra Divas.
Sadharana Tantra Divas Rachana ( ସାଧାରଣତନ୍ତ୍ର ଦିବସ )
ଉପକ୍ରମ
ଭାରତ ୧୯୪୭ ମସିହା ଅଗଷ୍ଟମାସ ପନ୍ଦର ତାରିଖରେ ସ୍ଵାଧୀନତା ଲାଭ କଲା। ଏହାପରେ କେଉଁ ନୀତି ଅନୁସାରେ ଭାରତରେ ଶାସନ ଚାଲିବ ତାହା ସ୍ଥିର କରିବା ପାଇଁ ଗୋଟିଏ ଶାସନବିଧାୟକ ସଭା ଗଠିତ ହେଲା। ଭାରତ ପାଇଁ ଗୋଟିଏ ସମ୍ବିଧାନ ଗଠନ କରିବା ପାଇଁ ଏହି ଶାସନବିଧାୟକ ସଭାକୁ ଲାଗିଥିଲା ଦୁଇ ବର୍ଷ ଏଗାର ମାସ ଅଠର ଦିନ। ଏହି ଚିଠା ସମ୍ବିଧାନ (draft_constitution) ବିଚାର ବିମର୍ଷ ଦ୍ଵାରା ସ୍ଵୀକୃତ ହେବାପାଇଁ ଲାଗିଥିଲା ଶହେ ଚଉଦ ଦିନ। ୧୯୪୯ ମସିହା ନଭେମ୍ବର ମାସ ଛବିଶ ତାରିଖରେ ଶାସନ ବିଧାୟକ ସଭା ଏହି କାର୍ଯ୍ୟ ଶେଷ କରି ନୂତନ ସମ୍ବିଧାନଟିକୁ ଭାରତ ସରକାରଙ୍କ ହାତରେ ଅର୍ପଣ କଲା। ଭାରତ ପାର୍ଲିଆମେଣ୍ଟରେ ଏହି ସମ୍ବିଧାନ ଗୃହୀତ ହେଲାପରେ ଭାରତ ସରକାର ଏହି ସମ୍ବିଧାନ ଗୃହୀତ ହେଲାବୋଲି ୧୯୫୦ ମସିହା ଜାନୁଆରୀ ମାସ ୨୬ ତାରିଖରେ ଘୋଷଣା କଲେ। ଏହି ସମ୍ବିଧାନ ଅନୁସାରେ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ରରେ ପରିଣତ ହେଲା। ଏହି ସମ୍ବିଧାନ ଅନୁସାରେ ଶାସନ କ୍ଷମତାର ମୂଳଉତ୍ସ ଭାରତର ଜନସାଧାରଣଙ୍କ ହାତରେ ରହିଲା। ସେଥିପାଇଁ ସାଧାରଣତନ୍ତ୍ର ଦିବସଟି ଆମ୍ଭମାନଙ୍କ ପାଇଁ ଏକ ପବିତ୍ର ଦିବସ। ସେହି କାରଣରୁ ୧୯୫୦ ମସିହାରୁ ପ୍ରତ୍ୟେକ ବର୍ଷ ଏହି ଦିବସକୁ ଅର୍ଥାତ୍ ଜାନୁଆରୀ ମାସ ଛବିଶ ତାରିଖ ଦିନଟିକୁ ସାଧାରଣତନ୍ତ୍ର ଦିବସ ରୂପେ ଭାରତୀୟମାନଙ୍କଦ୍ଵାରା ପାଳିତ ହୋଇଆସୁଅଛି।
ସାଧାରଣତନ୍ତ୍ର ଦିବସ ଆମ୍ଭମାନଙ୍କୁ
ସାଧାରଣତନ୍ତ୍ର ଦିବସ ପାଳନର ତାତ୍ପର୍ଯ୍ୟ ମନେପକେଇଦିଏ ଯେ ସମ୍ବିଧାନକୁ ସର୍ବଦା ସୁରକ୍ଷାଦେବା ଆମ୍ଭମାନଙ୍କର ପ୍ରଧାନ କର୍ତ୍ତବ୍ୟ। ଚିର ସଜାଗ ଦୃଷ୍ଟି ହିଁ ସ୍ଵାଧୀନତାର ମୂଲ୍ୟ। ଆମ୍ଭେମାନେ ସେହି ମୂଲ୍ୟ ନ ଦେଲେ ଆମେ ଆମ ସ୍ଵାଧୀନତାକୁ ରକ୍ଷା କରିପାରିବା ନାହିଁ। ତେଣୁ ସର୍ବଦା ସଜାଗ ରହି ସମ୍ବିଧାନର ନିରାପତ୍ତା ପ୍ରତି ଦୃଷ୍ଟିରଖୁବା ଆମ ପକ୍ଷେ ନିତାନ୍ତ ଆବଶ୍ୟକ । ତା’ ନ ହେଲେ ଦେଶ ଗଣତନ୍ତ୍ର ହରାଇ ଏକଛତ୍ରବାଦ୍ ଆଡ଼କୁ ଧାଇଁବ; ଯେହେତୁ କ୍ଷମତା ଲୋଭୀ ବ୍ୟକ୍ତିମାନେ ଏକଛତ୍ରବାଦୀ ହେବାକୁ ଚାହାନ୍ତି ।
ଭାରତରେ ସାଧାରଣତନ୍ତ୍ର
ସାଧାରଣତନ୍ତ୍ର ଦିବସ କିପରି ପାଳନ କରାଯାଏ ଦିବସ ଖୁବ୍ ଜାକଜମକରେ ପାଳନ କରାଯାଏ। ଭାରତରେ ରାଜଧାନୀ ଦିଲ୍ଲୀ ଓ ରାଜ୍ୟମାନଙ୍କର ରାଜଧାନୀଗୁଡ଼ିକରେ ସରକାରୀ ସ୍ତରରେ ଏହି ଦିବସଟି ଯଥାବିଧ୍ ପାଳିତ ହୁଏ। ଏହି ଦିବସରେ ପୋଲିସ୍ ପ୍ୟାରେଡ୍ ଓ ମାର୍ଚ୍ଚପାଷ୍ଟ୍ ଦେଖୁର ବିଷୟ।
ଜନସାଧାରଣ ବିଭିନ୍ନ ସ୍ଥାନରେ ପତାକାତ୍ତୋଳନର ବ୍ୟବସ୍ଥା କରନ୍ତି। ଭାରତର ଜାତୀୟପତାକା ଯଥାବିଧ ଉତ୍ତୋଳିତ ହୁଏ। ଏହାର ତିନିପଟେ ଦଣ୍ଡାୟମାନ ହୋଇ ବିଦ୍ୟାର୍ଥୀ ତଥା ଜନସାଧାରଣ ଭାରତର ଜାତୀୟସଙ୍ଗୀତ ଗାନ କରନ୍ତି। ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟପାଳ ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟମନ୍ତ୍ରୀ ସାଧାରଣ ଦିବସ ଉପଲକ୍ଷେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସେମାନଙ୍କ ବାର୍ତ୍ତାମାନ ସମ୍ବାଦପତ୍ରରେ ପ୍ରକାଶ କରନ୍ତି। ସମସ୍ତ ଶିକ୍ଷାନୁଷ୍ଠାନରେ ସାଧାରଣତନ୍ତ୍ର ଦିବସ ପତାକାତ୍ତୋଳନ, ଜାତୀୟସଙ୍ଗୀତ ଗାନ, ପ୍ରଧାନ ଅତିଥ୍ୟ ଓ ସଭାପତିଙ୍କ ଭାଷଣ ତଥା ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନରେ ସମାପିତ ହୁଏ । ସେଦିନ ସମ୍ବାଦପତ୍ର ଗୁଡ଼ିକରେ ସାଧାରଣତନ୍ତ୍ର ଉପଲକ୍ଷେ ବହୁ ବାର୍ତ୍ତା ବହୁ ପ୍ରବନ୍ଧ ଓ କବିତା ପ୍ରକାଶିତ ହୁଏ। ଜାତୀୟ ପତାକାର ଚିତ୍ର ମଧ୍ୟ ସମ୍ବାଦପତ୍ର ପୃଷ୍ଠାରେ ଦେଖିବାକୁ ମିଳେ। ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବିଭିନ୍ନ ସଭାରେ ସମବେତ ଜନସାଧାରଣ ସମ୍ବିଧାନକୁ ରକ୍ଷା କରିବା ପାଇଁ ଶପଥ ନିଅନ୍ତି।
ଶେଷ କଥା
ସାଧାରଣତନ୍ତ୍ର ଦିବସରେ ଆମେ ସମସ୍ତେ ସମ୍ବିଧାନର ସୁରକ୍ଷା ପାଇଁ ନିଷ୍ଠାପର ଭାବରେ ଶପଥ ନେବା ଉଚିତ୍। ଏକଥା ମନେରଖୁବା ଉଚିତ୍ ଯେ ଆମ ସମ୍ବିଧାନର ନିରାପତ୍ତା ପ୍ରତି ଦୃଷ୍ଟି ହିଁ ସ୍ଵାଧୀନତା ମୂଲ୍ୟବୋଧର ପ୍ରତୀକ। ପ୍ରତ୍ୟେକ ଲୋକ ଆମର ଚିରସଜାଗ
No comments:
Post a Comment