web page for every book School , College , Engineering .

Wednesday, October 16, 2024

Rath yatra rachana | Meher Sir

Mehersir.in Odia Rachana | Rath yatra rachana | Ratha jatra rachana | Ratha yatra rachana odia | ରଥଯାତ୍ରା ଓଡ଼ିଆ ରଚନା | Rath Yatra Essay In Odia | Ratha Yatra Rachana Odia Re | car festival rachana | car festival in odia | Ratha yatra rachana | ରଥଯାତ୍ରା ରଚନା | ratha yatra essay in odia | Ratha Jatra essay in odia |  car festival essay in odia #rathyatra #rathayatraessay #odiaessay #rathajatra. 

Ratha Yatra Rachana | Rajbooks.in

Ratha Jatra Rachana

ରଥଯାତ୍ରା


ଉପକ୍ରମ 


ରଥଯାତ୍ରା ହିନ୍ଦୁମାନଙ୍କର ଏକ ପ୍ରଧାନ ପର୍ବ। ଏହି ପର୍ବ ନାନା ସ୍ଥାନରେ ପାଳିତ ହୁଏ ; କିନ୍ତୁ ପୁରୀ ଧାମର ରଥଯାତ୍ରା ସାରାଜଗତରେ ପ୍ରସିଦ୍ଧ ; ତେଣୁ ଏହି ପ୍ରବନ୍ଧରେ ପୁରୀଧାମର ରଥଯାତ୍ରାକଥା ବର୍ଣ୍ଣିତ ହେଉଅଛି।

ପାଳନ


ବିଧ ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ରଥଯାତ୍ରା ହୁଏ। ସେଦିନ ବଡ଼ଦେଉଳରୁ ଦିଅଁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ତିନିଗୋଟି ରଥ ଉପରେ ବିଜେ ହୁଅନ୍ତି । ଜଗନ୍ନାଥଙ୍କର ରଥର ନାମ ନନ୍ଦିଘୋଷ ବଳଭଦ୍ରଙ୍କ ରଥର ନାମ ତାଳଧ୍ଵଜ । ସୁଭଦ୍ରାଙ୍କ ରଥର ନାମ ଦର୍ପଦଳନ ବା ଦେବୀ ରଥ ଜଗନ୍ନାଥଙ୍କ ରଥର ପତାକାରେ ଗରୁଡ଼ ଚିହ୍ନ ଥାଏ ବଳଦେବଙ୍କ ରଥର ପତାକାରେ ଦର୍ପଣ ଚିହ୍ନ ଓ ସୁଭଦ୍ରାଙ୍କ ରଥର ପତାକାରେ ପଦ୍ମଚିହ୍ନ ଥାଏ ।
ଦଇତାମାନେ ଦିଅଁମାନଙ୍କୁ ସିଂହଦ୍ଵାରଯାଏ ଥୋଇ-ହୋଇକା ରଥ ନିକଟକୁ ନିଅନ୍ତି। ଏହାକୁ ଜଗନ୍ନାଥଙ୍କ ପହଣ୍ଡିବିଜେ ବୋଲି କୁହାଯାଏ ତତ୍ପରେ ଦିଅଁମାନଙ୍କୁ ରଥ ଉପରେ ନେଇ ସ୍ଥାପନ କରାଯାଏ। ରଥ ଉପରେ ଉପବିଷ୍ଟ ଚକାଡ଼ୋଳା ମହାବାହୁଙ୍କୁ ଦର୍ଶନ କରି ଲକ୍ଷ ଲକ୍ଷ ଜନତା ଜୟଜୟକାର କରିଉଠନ୍ତି। ଝାଞ୍ଜ, ମୃଦଙ୍ଗ ଓ କରତାଳି ଶବ୍ଦରେ ଆକାଶ ପ୍ରକମ୍ପିତ ହୁଏ। ହରିବୋଲ ଓ ହୁଳହୁଳି ଧ୍ଵନିରେ ବଡ଼ଦାଣ୍ଡ ଉଛୁଳି ପଡ଼ୁଥାଏ।

ତିନିଗୋଟି ରଥକୁ ଓଟାରି ଓଟାରି ନେବାପାଇଁ ସେଥ‌ିରେ ସୁଦୃଢ଼ ଦଉଡ଼ିସବୁ ଲଗାଯାଇଥାଏ। ଉପସ୍ଥିତ ଜନତା ସେହି ଦଉଡ଼ିସବୁକୁ ହାତ ସାହାଯ୍ୟରେ ବଳପୂର୍ବକ ଆକର୍ଷଣ କରନ୍ତି ; ଫଳରେ ରଥସବୁ ଗଡ଼ିଗଡ଼ି ଚାଲେ ବଡ଼ଦେଉଳରୁ ପ୍ରାୟ ଦେଢ଼ ମାଇଲ ଦୂରରେ ଗୁଣ୍ଡିଚା ମଣ୍ଡପ ଅବସ୍ଥିତ। ସେହି ମଣ୍ଡପ ନିକଟକୁ ରଥଗୁଡ଼ିକ ଯାତ୍ରା କରନ୍ତି। ରଥଗୁଡ଼ିକୁ ଗତିପଥରେ ଶରଧା ବାଲି ଅତିକ୍ରମ କରିବାକୁ ପଡ଼େ। ଗୁଣ୍ଡିଚା ମଣ୍ଡପ ନିକଟରେ ଉପସ୍ଥିତ ହୋଇ ରଥସବୁ ସେହିଠାରେ ରହନ୍ତି। ଦିଅଁମାନଙ୍କୁ ଯଥାବିଧ‌ିରେ ଗୁଣ୍ଡିଚା ମନ୍ଦିରକୁ ନିଆଯାଏ। ଦିଅଁମାନେ ସେଠାରେ ନଅ ଦିନଯାକ ଅବସ୍ଥାନ କରନ୍ତି। ନଅ ଦିନଯାକ ସେଠାରେ ଦିଅଁମାନଙ୍କୁ ଯଥାବିଧ୍ଵ ସେବାପୂଜା କରାଯାଏ। ଗୁଣ୍ଡିଚା ମନ୍ଦିର ନିକଟରେ ଇନ୍ଦ୍ରଦ୍ୟୁମ୍ନ ସରୋବର ରହିଅଛି। ଏହା ଏକ ସୁଗଭୀର ଜଳାଶୟ। ଏଥ‌ିରେ ବହୁ ପ୍ରାଚୀନ କୂର୍ମ (କଚ୍ଛପ) ରହିଛନ୍ତି। ଉପସ୍ଥିତ ଯାତ୍ରୀମାନେ ସେମାନଙ୍କୁ ଲିଆ(ଖଇ) ପ୍ରଦାନ କରନ୍ତି।

ବାହୁଡ଼ାଯାତ୍ରା ଏହି ପର୍ବର ଏକ ପ୍ରଧାନ ଅଂଶ । ବାହୁଡ଼ା ଦିନ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ନିଜ ନିଜ ରଥରେ ବସି ବଡ଼ଦେଉଳକୁ ଫେରିଆସନ୍ତି। ସେହି ଦିନଟିକୁ ‘ବାହୁଡ଼ା ଦଶମୀ’ ବୋଲି କୁହାଯାଏ ।) ସେଦିନ ମଧ୍ୟ ଅସଂଖ୍ୟ ଯାତ୍ରୀ ରଥଗୁଡ଼ିକୁ ରଜ୍ଜୁଦ୍ଵାରା ଟାଣି ଟାଣି ବଡ଼ଦେଉଳ ଆଡ଼କୁ ଗତିକରନ୍ତି। ଝାଞ୍ଜ, ମୃଦଙ୍ଗ ଓ କରତାଳି ଧ୍ଵନିରେ ବଡ଼ଦାଣ୍ଡ ପ୍ରକମ୍ପିତ ହୁଏ। ସ୍ତୁତି, ଜଣାଣ ଓ ସଂକୀ ର୍ଦ୍ଧନରେ ଶ୍ରୀକ୍ଷେତ୍ର ଉଛୁଳି ପଡୁଥାଏ । ରଥଉପରେ ପୂଜକମାନେ ଦିଅଁମାନଙ୍କୁ ଯଥାବିଧୂରେ ପୂଜା ନୈବେଦ୍ୟ ଅର୍ପଣ କରୁଥା’ନ୍ତି। ଶଙ୍ଖ ଓ ଘଣ୍ଟା ଧ୍ଵନିରେ ରଥଗୁଡ଼ିକ ନିନାଦିତ ହେଉଥାଏ  କ୍ରମେ ବଡ଼ଦେଉଳର ସିଂହଦ୍ଵାର ପାଖରେ ରଥଗୁଡ଼ିକ ଉପସ୍ଥିତ ହୁଅନ୍ତି। ପରବର୍ତୀ ଦିବସରେ ରଥଉପରେ ତିନି ଦିଅଁଙ୍କର ସୁନାବେଶ ହୁଏ । ଜଗନ୍ନାଥଙ୍କ ସୁନାବେଶ ଦେଖିବାପାଇଁ ଭାରତର ନାନା ସ୍ଥାନରୁ ‘ଅସଂଖ୍ୟ ଯାତ୍ରୀ ଆସି ଶ୍ରୀ କ୍ଷେତ୍ରରେ ରୁଣ୍ଡ ହୋଇଥା’ନ୍ତି। ରଥଯାତ୍ରା ପରେ ପରେ ଜଗନ୍ନାଥଙ୍କ ସୁଢାବେଶ ଦେଖି ଭକ୍ତ ଦର୍ଶକଗଣ ନିଜ ନିଜ ଜୀବନକୁ ସାର୍ଥକ ମନେକରନ୍ତି। ଏହିପରି ଭାବରେ ରଥାଯାତ୍ରାର ପରିସମାପ୍ତି ଘଟେ। ଏହାପରେ ଦିଅଁମାନଙ୍କୁ ପହଣ୍ଡିବିଜେ କରାଇ ବଡ଼ଦେଉଳକୁ ନିଆଯାଏ ।

ରଥଯାତ୍ରାକାଳୀନ ଅନ୍ୟାନ୍ୟ ଘଟଣା 

 ରଥଯାତ୍ରାକାଳରେ ସରକାରଙ୍କ ସ୍ଵାସ୍ଥ୍ୟବିଭାଗ ଓ ପୋଲିସ୍ ବିଭାଗର କର୍ମଚାରୀମାନେ ବଡ଼ ତତ୍ପର ହୋଇଉଠନ୍ତି । ବିସୂଚିକାରୋଗ ନିବାରଣ ପାଇଁ ଡାକ୍ତରମାନେ ପୁରୀ ରେଳଷ୍ଟେସନ ଓ ମୋଟରଷ୍ଟାଣ୍ଡ ପାଖରେ ବୁଲି ବୁଲି ଯାତ୍ରୀମାନଙ୍କୁ ହଇଜା ପ୍ରତିଷେଧକ ଇଞ୍ଜେକ୍‌ସନ ଦେବାରେ ଲାଗିଥା’ରି ଚୋରି, ଡକାୟତି ଓ ନାରୀହରଣ ଆଦି ଅସାମାଜିକ କାର୍ଯ୍ୟକଳାପ ବିରୋଧରେ ପୋଲିସ୍ କର୍ମଚାରୀମାନେ ଲାଗିପଡ଼ିଥାନ୍ତି। ଭିଡ଼ ଭିତରେ ହଜିଯାଇଥିବା ପିଲାମାନଙ୍କୁ ସେମାନଙ୍କ ପିତାମାତାଙ୍କ ନିକଟରେ ପହଞ୍ଚାଇଦେବା ପୋଲିସ୍ କର୍ମଚାରୀ ମାନଙ୍କର ଏକ ପ୍ରଧାନ କାର୍ଯ୍ୟ ହୋଇଥାଏ। ଗୁମାସ୍ତାମାନେ ରେଳଷ୍ଟେସନରୁ ଦଳଦଳ ଯାତ୍ରୀଙ୍କୁ ସାଥ୍‌ରେ ଆଣି ସେମାନଙ୍କ ପଣ୍ଡାମାନଙ୍କ ପାଖରେ ଦାଖଲ କରିବାରେ ଲାଗିଥା’ନି ଜଗନ୍ନାଥଙ୍କ ରଥ ସମ୍ମୁଖରେ ପୁରୀରାଜାଙ୍କର ‘ଛେରାପହଁରା’ର ଦୃଶ୍ୟ ଉପସ୍ଥିତ ସକଳ ଶ୍ରେଣୀର ଜନତାଙ୍କୁ ଏକ ମହାଭାବରେ ଅଭିଭୂତ କରେ କରେ । 

ଉପସଂହାର 

ବଡ଼ଠାକୁର, ବଡ଼ଦେଉଳ, ବଡ଼ଦାଣ୍ଡକୁ କୋଳରେ ଧାରଣ କରିଥିବା ପୁରୀ ନଗରୀରେ ରଥଯାତ୍ରା ହେଉଛି ଓଡ଼ିଆ ଜାତିର ଗୋଟିଏ ବଡ଼ ପର୍ବ ଏହି ମହାନ୍ ପର୍ବ ସମଗ୍ର ହିନ୍ଦୁ ଜଗତକୁ ପ୍ରଭାବିତ କରିପାରୁଥିବାରୁ ଓଡ଼ିଆ ଜାତି ଆଜି ଗର୍ବିତ।



No comments:

Post a Comment

Comments