Mehersir.in Plus Two First Year Optional Odia rajahansa question and answer. +2 1st year optional odia | Rajahansa(ରାଜହଂସ) Questions answer | Rajahansa long questions answer | Rajahansa long questions answer | +2 1st year optional odia | Rajahansa question answer 1st year .
Rajahansa questions answer
ପାଠ୍ୟ ପୁସ୍ତକ ଅନ୍ତର୍ଭୁକ୍ତ ପ୍ରଶ୍ନୋତ୍ତର
Rajahansa 1 Mark questions answer | Rajahansa Short questions answer | Rajahansa MCQ questions answer | Rajahansa MCQ.
୧ ନମ୍ବର ବିଶିଷ୍ଟ ସମ୍ଭାବ୍ୟ ଉତ୍ତରମୂଳକ ପ୍ରଶ୍ନବଳୀ ।
୧, ଡାକ୍ତର ଅତନୁଙ୍କର ମାନସିକ ଚିକିତ୍ସାକେନ୍ଦ୍ର କେଉଁଠି ଅବସ୍ଥିତ ?
ଊ. (ଖ) ଦଣ୍ଡକାରଣ୍ୟ
9. ଡାକ୍ତରଖାନାରେ ମଦ ଆଣି ପିନାକୀକୁ କିଏ ଦେଇଥିଲେ ?
ଊ. (ଗ) ହରି
୩. ମଦଖାଇ ମୁଁ ନିଜକୁ ଜଳାଇବାକୁ ଆରମ୍ଭ କରିଥିଲି । ସେଇ ମଦରେ ଜଳିପୋଡ଼ି ଶେଷରେ ମୁଁ ଧ୍ୱଂସ ହୋଇଯିବାକୁ
ଚାହେଁ – କିଏ କହିଛନ୍ତି ?
ଊ. (କ) ପିନାକୀ
୪. ଯେଉଁଠି ବିଜ୍ଞାନୀ ତା’ର ନିଜର ସତ୍ତା ହରାଇ ବସେ, ସେଇଠି ସେ କାହାକୁ ଖୋଜେ ?
ଊ. (ଖ) ଈଶ୍ବରଙ୍କୁ
୫.ପୃଥିବୀ ବଜାରରେ ପରିବା କେଉଁଠି ଯାଇ ରନ୍ଧା ହେବ ବୋଲି ପ୍ରଫେସର କହିଛନ୍ତି ?
ଊ. (ଗ) ଚନ୍ଦ୍ରରେ
୬. ଗୁଡ଼ାଏ ଭୋକିଲା ମଣିଷ ଗୋଟାଏ – କୁ ନଷ୍ଟ କରିଦେଇ ପାରନ୍ତି ?
ଊ. (ଘ) ସଭ୍ୟତା
୭. କେତେ ବର୍ଷ ଭିତରେ ଚନ୍ଦ୍ର ସହିତ ସମସ୍ତ ବାଣିଜ୍ୟିକ ସର୍ମକ ସ୍ଥାପିତ ହୋଇ ସାରିଥିବ ବୋଲି ପ୍ରଫେସର କହିଥିଲେ ?
ଊ. (ଖ) ଦଶବର୍ଷ
୮. ଗୀତା, ବାଇବେଲ ଆଉ କୋରାନ୍ରୁ ବିଶ୍ବାସହୀନ ମଣିଷ କ’ଣ ଖୋଜେ ବୋଲି ପ୍ରଫେସର କହିଛନ୍ତି ?
ଉ. (ଘ) ବିଶ୍ଵାସଘାତକତାର ବାଣୀ
୯. କବିର ମନ ବିଷାକ୍ତ ନ ହୋଇ ସବୁବେଳେ କ’ଣ ହେବା ଦରକାର ବୋଲି ଅତନୁ କହିଛି ?
ଊ. (କ) ପ୍ରଫୁଲ୍ଲ
୧୦. ଭୀମ ଡାକ୍ତରଖାନାରେ କାହାକୁ ଦେଖି ନୟନା ବୋଲି ଭାବୁଥୁଲା ?
ଊ. (ଗ) ସିଷ୍ଟର
୧୧. ଅତୀତରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମର ଭୂମିକା କେଉଁ ଗତିରେ ଚାଲିବା ଉଚିତ୍ ବୋଲି ଜୟନ୍ତ ଅତନୁକୁ କହିଛି ?
ଊ. (ଗ) ସମାନ୍ତରାଳ
୧୨, ନୟନା କେଉଁଠି ଲୁଚିଲେ ମଧ୍ୟ ଭୀମ ତାକୁ ଛାଡ଼ିବ ନାହିଁ ?
ଉ. (ଘ) ଜଳେ ସ୍ଥଳେ କି ଅବା ଅନଳେ
୧୩. ପିନାକୀ ବାବୁ କେଉଁଥିରେ ବିଫଳ ହୋଇ ମଦ ପିଇବା ଆରମ୍ଭ କରିଥିଲେ ?
ଉ. (ଘ) ବ୍ୟବସାୟରେ
୧୪. ବିଜ୍ଞାନ ଗବେଷଣା ଭ୍ରଷ୍ଟ ହୋଇ କିଏ ପାଗଳ ହୋଇଗଲା ?
ଉ. (କ) ପ୍ରଫେସର ପରିଜା
୧୫. ଆଶାରେ ମଣିଷ ବଞ୍ଚେ । ଆଦିମ ଯୁଗରୁ ମଣିଷ ଆଶାବାଦୀ – କିଏ କହିଛି ?
ଊ. (ଘ) ଅତନୁ
୧୬. ମୁଁ ଛୁରୀ କଇଁଚି ଚଳାଇଲି ବୋଲି କ’ଣ ମୋ ମନରୁ ମରିଯିବ ବୋଲି ଅତନୁ କହିଛି ?
ଊ. (କ) ପ୍ରେମ
୧୭. ଜଣେ ଦରଦୀ ଲୋକ ପାଖରେ ନିଜ ମନରେ ବୋଝ ଅଜାଡ଼ି ଦେଲେ ମନଟା ବହୁପରିମାଣରେ କ’ଣ
ହୋଇଯାଏ ?
ଊ. (କ) ହାଲୁକା
୧୮. କ’ଣ ଦେଖାଇବା ଡାକ୍ତର ଓ ସେବିକାଙ୍କର ଧର୍ମ ?
ଊ. (ଘ) ସେବା ସହାନୁଭୂତି
୧୯. ଜୟନ୍ତବାବୁ କାହାର ସ୍ଵାମୀ ଅଟନ୍ତି ?
ଊ. (କ) ରୀତା
୨୦. କାହାର ସ୍ଵରରେ ରହିଛି ରୀତାଦେବୀଙ୍କର ଜୀବନତନ୍ତ୍ରୀର ଅଜସ୍ର ବ୍ୟାକୁଳତା ?
ଊ.(ଘ) ଭାଓଲିନ୍
୨୧. ରୀତା ଭାଓଲିନ୍ର ଛନ୍ଦେ ଛନ୍ଦେ କାହାକୁ ଖୋଜେ ?
ଊ. (କ) କବିତା
୨୨. ଆଦର୍ଶଟା କାହାଦ୍ଵାରା ପରିଚାଳିତ ହୁଏ ବୋଲି ବୀରବାବୁ କହିଛନ୍ତି ?
ଊ. ଖ) ଧର୍ମ
୨୩. ଯୁଦ୍ଧଭୂମିରେ ଦିନେ ବୋମାମାଡ଼ର ଶିକାର କିଏ ହୋଇଥିଲେ ?
ଊ. (ଗ) ବୀର
୨୪. ମନସ୍ତାତ୍ତ୍ଵିକ ଚିକିତ୍ସାର ଗବେଷଣା ପାଇଁ ଡକ୍ଟର ଅତନୁ କେଉଁଠାକୁ ଯାଇଥିଲେ ?
ଊ. (ଗ) ଆମେରିକା
୨୫. ସର୍ବଗ୍ରାସୀ ନିଶା ତାକୁ ଯେମିତି କ’ଣ କରିଦେଇଛି ବୋଲି ପିନାକୀ କହିଛି ?
ଉ. (ଗ) ଗୋଟିଏ ମାଟିର କଣ୍ଢେଇ
୨୬. ବ୍ୟବସାୟ ଓ ଗୋଟିଏ ଜୁଆଖେଳ - ଏକଥା କିଏ କାହାକୁ କହିଛନ୍ତି ?
ଊ. (ଖ) ଅତନୁ ପିନାକୀକୁ
୨୭. କାହାର ଅପରେସନ୍ ପାଇଁ ଡକ୍ଟର ସେନ୍କୁ ଡକା ହୋଇଥିଲା ?
ଊ. (କ) ପିନାକୀ
୨୮. ସମସ୍ତେ କେଉଁଠିକି ଆସନ୍ତି କାନ୍ଦି କାନ୍ଦି କିନ୍ତୁ ଗଲାବେଳେ ଯାଆନ୍ତି ହସିହସି ?
ଊ.. (ଘ) ଅତନୁଙ୍କ ଚିକିତ୍ସା କେନ୍ଦ୍ରକୁ
୨୯. ଅତନୁଙ୍କ ଚାପୁଡ଼ା ମାଡ଼କୁ କିଏ ଆଗାମୀ ସକାଳ ପାଇଁ ପ୍ରାପ୍ୟ ବୋଲି ଧରିନେବ ?
ଊ. (କ) ରୀତା
୩୦. ଟିକେ ନିରୋଳାରେ ବସି ପଡ଼ିଲେ କାହାକୁ ରୀତାର ବଡ଼ କଳା କଳା ଆଖୁଗୁଡ଼ାକ ଭୟ ଦେଖାନ୍ତି ?
ଊ. (ଘ) ଜୟନ୍ତକୁ
୩୧. ମୋର ଯଦି କିଛି ଗୋଟିଏ ହୋଇଯାଏ, ତେବେ ବେବିର ଦାୟିତ୍ଵ କିଏ ବହନ କରିବେ ବୋଲି ପିନାକୀ
କହିଛନ୍ତି ?
ଊ. (ଖ) ଅତନୁ
୩୨. ପ୍ରଫେସର କହିଛନ୍ତି ଡକ୍ଟର ! ମୋ ଜୀବନଟା ନେଇ ତମେ -- ଦେହରେ ଭର୍ତ୍ତି କରି ଦେଇପାରିବ ?
ଉ. (ଗ) ବେବିର ଡାଢ଼ୀ
୩୩. ‘ଅମାବାସ୍ୟାର ଚନ୍ଦ୍ର’ ଏକ କେଉଁ ଗ୍ରନ୍ଥ ?
ଉ. (ଖ) ଉପନ୍ୟାସ
୩୪. ବେବି କାହାର ଝିଅ ?
ଊ. (କ) ପିନାକୀ
୩୫. ପିନାକୀ ବାବୁ ଜଣେ କ’ଣ ଥିଲେ ?
ଉ. (ଗ) ଗବେଷକ
୩୬. ଫୁଟନ୍ତା ଫୁଲର ଓଠରେ କ’ଣ ଶୋଭା ପାଏନା ?
ଊ. (ଖ) ଦାରୁଣ ଲୁହର ଧାର
୩୭. କିଏ ଚାହିଁଲେ ରୀତାର କଣ୍ଠରେ ଲଲିତ ଛନ୍ଦ ଫୁଟାଇ ପାରିବେ ?
ଊ. (ଘ) ଅତନୁ
୩୮. ଦେବଭୋଗ୍ୟ କଦଳୀକୁ କିଏ ଖାଇଦେଲା ?
ଊ. (ଘ) ଅତନୁ
୩୯. ଭୀମ କାହା ପାଇଁ ପାଗଳ ହେଇଚି ?
ଊ. (ଖ) ନୟନା
୪୦. କିଏ ମିଥ୍ୟାର ଗୋଟିଏ ପ୍ରତିମୂର୍ତ୍ତି ବୋଲି ରୀତା କହିଛନ୍ତି ?
ଊ. (ଗ) ଡାକ୍ତର ଅତନୁ
୪୧. କବିତା ‘ଶତଦଳ’ କେଉଁ ପୁରସ୍କାର ପାଇଁ ମନୋନୀତ ହୋଇଥିଲା ?
ଊ. (ଗ) ବାଣୀପୀଠ
୪୨, କବିତା ‘ଶତଦଳ’ ପୁରସ୍କାର ରାଶି କେତେ ଟଙ୍କା ଥିଲା ?
ଊ. (କ) ଏକଲକ୍ଷ
୪୩. କେଉଁ କମିଟି ତରଫରୁ କବି ଜୟନ୍ତକୁ ସମ୍ବର୍ଦ୍ଧନା ଦିଆଯିବ ?
ଊ. (କ) ନାଗରିକ କମିଟି
୪୪. ମୋତେ ବିଦାୟ ଦେବା ପୂର୍ବରୁ ତମେ ନିଜେ ବିଦାୟ ନେଇ ଚାଲିଗଲ – କିଏ କହିଛନ୍ତି ?
ଉ. (କ) ପ୍ରଫେସର
୪୫. କବିତା ‘ଶତଦଳ’ କେଉଁ ଭାଷାରେ ଅନୁବାଦ ହୋଇଥିଲା ?
ଊ. (କ) ହିନ୍ଦୀ
୪୬. ପାଞ୍ଚ ନମ୍ବର କୋଠରିରେ କେଉଁ ପେସେଣ୍ଟ ରହୁଥିଲେ ?
ଉ. (ଘ) ପ୍ରଫେସର ପରିଜା
୪୭. ରୋଗ ଉପରେ କ’ଣ ବେଶୀ ପ୍ରଭାବ ପକାଏ ବୋଲି ଅତନୁ କହିଛି ?
ଊ. (ଘ) ମାନସିକ ଚିନ୍ତା
୪୮. ଚିକିତ୍ସା କେନ୍ଦ୍ରରୂପୀ ସରୋବରର ରାଜହଂସ କିଏ ?
ଊ. (ଖ) ଡକ୍ଟର ଅତନୁ
୪୯. ବେବିର ସଙ୍ଗୀତଟି ନାଟକର କେଉଁ ସ୍ଥାନରେ ସଂଯୋଜିତ ହୋଇଛି ?
ଉ. (ଖ) ମଧ୍ୟଭାଗରେ
୫୦. ମଣିଷ ଜୀବନପାଇଁ ହସ ଯେତିକି ଦରକାର ଆଉ କ’ଣ ସେତିକି ଦରକାର ?
ଊ. (କ) ଲୁହ
୫୧. କିଏ ପୁରାତନକୁ ଧରି ବସି ରହେନା ?
ଊ. (ଗ) ବିଜ୍ଞାନୀ
୫୨. ମଦ୍ୟପର୍ସି ନିଶା ଥିବା ପର୍ଯ୍ୟନ୍ତ ସେ ନିଜକୁ କିପରି ମନେକରେ ?
ଊ. (ଖ) ଶକ୍ତିମାନ
୫୩. ମଦ୍ୟପଠୁଁ ନିଶା ଛାଡ଼ିଗଲା ପରେ ସେ କ’ଣ ଅନୁଭବ କରେ ?
ଊ. (ଗ) ଦୁର୍ବଳ
୫୪. କ'ଣ ଦେଖୁ ନହ୍ନ ରାଇଜର ଲୋକ ଚକିତ ହେବେ ବୋଲି କୁହାଯାଇଛି ?
ଊ (କ) ଆମ ବୁଦ୍ଧିବଳ ତାକତ
ଅତିରିକ୍ତ ପ୍ରଶ୍ନୋତ୍ତର
ସଠିକ୍ ଉତ୍ତର ବାଛି ଲେଖ ।
1. କାହା ପାଖରେ କବିତ୍ଵ ଟିକେ ନାହିଁ ?
ଉ : (ଘ) ଜୟନ୍ତ
୨. ରାଜହଂସ ନାଟକ ଏକ କି ପ୍ରକାର ନାଟକ ?
ଉ : (ଗ) ମନସ୍ତାତ୍ତ୍ଵିକ
୩. ମଦ୍ୟପ ବ୍ୟବସାୟୀଙ୍କ ନାମ କ’ଣ ?
ଉ : (ଖ) ପିନାକୀ
୪. ଭୀମର ବୃତ୍ତି କ’ଣ ?
ଉ : (କ) କଳାକାର
୫. କବି ଧୂର୍ଜଟୀ ପ୍ରକୃତରେ କିଏ ଥିଲେ ?
ଊ : (ଘ) ଅତନୁ
୬. ନୟନାର ପରିଚୟ କ’ଣ ?
ଉ : (ଘ) ଭୀମର ପ୍ରେମିକା
୭. ଅଇଁଠା କିଏ ?
ଉ : (ଖ) ରୋଷେୟା
8. ସିଷ୍ଟର ସାବିତ୍ରୀ କାହାର ପତ୍ନୀ ଥିଲେ ?
ଉ : (ଖ) କଳାକାର ଭୀମ
୯. ପ୍ରଫେସର ପରିଜା କ’ଣ କରୁଥିଲେ ?
ଉ : (ଖ) ଚନ୍ଦ୍ରଯାତ୍ରା ପାଇଁ ଗବେଷଣା
୧୦. କବିତା କାହାର ଭଉଣୀ ?
ଉ : (ଘ) ରୀତା
୧୧. ମଦ୍ୟପ ପିନାକୀଙ୍କର କେଉଁ ବ୍ୟବସାୟ ଥିଲା ?
ଉ : (ଗ) ମଦ
୧୨. ବେବୀ ରୀତାକୁ କ’ଣ କହି ସମ୍ବୋଧନ କରିଛି ?
ଉ : ଖ) ଦିଦି
୧୩. ରୀତାର ଭାଓଲିନ୍ରୁ କେଉଁ ସ୍ବର ବାହାରେ ?
ଉ : (ଗ) ଯନ୍ତ୍ରଣା
୧୪. ବେବୀ କାହାର ଝିଅ ?
ଉ : (ଗ) ମଦ୍ୟପ ପିନାକୀ
୧୫. ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ମିଲିଟାରୀ ଅଫିସରର ନାମ କ’ଣ ?
ଉ : (ଖ) ବୀର
୧୬. ଡାକ୍ତର ଅତନୁଙ୍କର ମାନସିକ ଚିକିତ୍ସା କେନ୍ଦ୍ର କେଉଁଠାରେ ଅବସ୍ଥିତ ?
ଉ : (ଖ) ଦଣ୍ଡକାରଣ୍ୟ
୧୭. ହରି କାହାର ଠାର କଥା ବୁଝିନପାରି ବିରକ୍ତ ହୋଇଛି ?
ଉ : (ଗ) ବୀର
୧୮. ‘ରାଜହଂସ’ ନାଟକର ମୁଖ୍ୟ ନାୟିକା କିଏ ?
ଉ : (ଗ) ରୀତା
୧୯. କବିତା ‘ଶତଦଳ’ କେଉଁ ପୁରସ୍କାର ପାଇଛି ?
ଉ : (ଗ) ବାଣୀପୀଠ ପୁରସ୍କାର
୨୦. ମୁଁ ହାରିଯାଇଛି – ଏହା କିଏ କହିଛନ୍ତି ?
ଉ : (ଖ) ଅତନୁ
୨୧. ଅତନୁଙ୍କର ଘନିଷ୍ଠ ବନ୍ଧୁ କିଏ ଥିଲେ ?
ଉ : (ଖ) ଜୟନ୍ତ
୨୨. ରୀତା କାହାକୁ ଭଲ ପାଉଥିଲେ ଏବଂ ତାଙ୍କୁ ବିବାହ କରିବା ଲାଗି ମନପ୍ରାଣ ଉତ୍ସର୍ଗ କରିଥିଲେ ?
ଉ : (ଖ) କବି ଧୂର୍ଜଟି
୧ ନମ୍ବର ବିଶିଷ୍ଟ ଏକ ବାକ୍ୟରେ ଉତ୍ତରମୂଳକ ପ୍ରଶ୍ନବଳୀ ।
୧. ରାଜହଂସ କେଉଁ ଧରଣର ନାଟକ ?
ଊ. ରାଜହଂସ ଏକ ମନସ୍ତାତ୍ତ୍ଵିକ ଧରଣର ନାଟକ ।
୨. କେଉଁ ଚିନ୍ତା ରୋଗ ଉପରେ ବେଶୀ ପ୍ରଭାବ ପକାଏ ?
ଊ. ମାନସିକ ଚିନ୍ତା ରୋଗ ଉପରେ ବେଶୀ ପ୍ରଭାବ ପକାଏ ।
୩. ନଅ ନମ୍ବର କୋଠରିରେ କେଉଁ ପେସେଣ୍ଟ ରହୁଥିଲେ ?
ଉ. ନଅ ନମ୍ବର କୋଠରିରେ ବାକ୍ ଶକ୍ତି ହୀନ ମିଲେଟାରୀ ଅଫିସର ପେସେଣ୍ଟ ବୀର ରହୁଥିଲେ ।
୪. ଯେଉଁଠି ବିଜ୍ଞାନୀ ତା’ର ନିଜ ସତ୍ତା ହରାଇ ବସେ, ସେଇଠି ସେ ଖୋଜେ କାହାକୁ ?
ଊ. ଯେଉଁଠି ବିଜ୍ଞାନୀ ତା’ର ନିଜ ସଭା ହରାଇ ବସେ, ସେଇଠି ସେ ଖୋଜେ ଈଶ୍ବରଙ୍କୁ । ଜ୍ଵଳନ୍ତା ଧୂପକାଠି ଯେମିତି ସାରା
5. କୋଠରିରୁ ଦୁର୍ବାସନା ଦୂର କରିଦିଏ- ସଙ୍ଗୀତ ସେମିତି ମଣିଷ ମନରୁ କ’ଣ ଦୂର କରେ ?
ଊ. ଜ୍ଵଳନ୍ତ ଧୂପକାଠି ଯେମିତି ସାରା କୋଠରିରୁ ଦୁର୍ବାସନା ଦୂର କରିଦିଏ – ସଙ୍ଗୀତ ସେମିତି ମଣିଷ ମନରୁ ରାଗ, ହିଂସା, ବିଦ୍ବେଷ ଦୂର କରେ ।
'୬. ପାହାଡ଼ଟା ଦେଖିବାକୁ କିଭଳି ?
ଉ. ପାହାଡ଼ଟା ଦେଖିବାକୁ ଓଟକୁଜ ଭଳି ।
7. କବିତା ‘ଶତଦଳ’ ପୁରସ୍କାର ପାଇଁ ମନୋନୀତ ହେବାର ଖବର ପ୍ରଥମେ ଡକ୍ଟର ଅତନୁ କେଉଁଠୁ ପାଇଥିଲେ ? ଉ. କବିତା ‘ଶତଦଳ’ ପୁରସ୍କାର ପାଇଁ ମନୋନୀତ ହେବାର ଖବର ପ୍ରଥମେ ଡକ୍ଟର ଅତନୁ ରେଡ଼ିଓ ଠୁ ପାଇଥିଲେ ।
୮. ବାକ୍ -ଶକ୍ତିହୀନ ମିଲେଟାରୀ ଅଫିସରଙ୍କ ନାଁ କ’ଣ ?
ଊ. ବାକ୍- ଶକ୍ତିହୀନ ମିଲେଟାରୀ ଅଫିସରଙ୍କ ନାଁ ବୀର ।
୯. ମଦ୍ୟପାନ ଜନିତ ବିକାର ପିନାକୀ ବାବୁଙ୍କର କେଉଁ ସ୍ଥିତିକୁ ଇତସ୍ତତଃ କରିଦେଇଛି ?
ଉ. ମଦ୍ୟପାନ ଜନିତ ବିକାର ପିନାକୀ ବାବୁଙ୍କର ମାନସିକ ସ୍ଥିତିକୁ ଇତସ୍ତତଃ କରିଦେଇଛି |
୧୦. କାହାର ବନ୍ଧେଇ ଫଟୋଧରି ଜୟନ୍ତ ମାନସିକ ଚିକିତ୍ସା କେନ୍ଦ୍ର ଆସିଥୁଲା ?
ଉ. ଅତନୁର ବନ୍ଧେଇ ଫଟୋଧରି ଜୟନ୍ତ ମାନସିକ ଚିକିତ୍ସା କେନ୍ଦ୍ର ଆସିଥିଲା ।
୧୧. ଦେହ ସରୋବର ଛାଡ଼ି କିଏ ଉଡ଼ିଯାଇଛି ?
ଉ. ଦେହ ସରୋବର ଛାଡ଼ି ହଂସ ଉଡ଼ିଯାଇଛି |
୧୨. ଗୋଟିଏ ସଭ୍ୟତାକୁ କେଉଁମାନେ ଧ୍ୱଂସ କରିଦେଇ ପାରନ୍ତେ ?
ଉ. ଗୋଟାଏ ସଭ୍ୟତାକୁ ଗୁଡ଼ାଏ ଭୋକିଲା ମଣିଷ ଧ୍ୱଂସ କରିଦେଇପାରନ୍ତି |
୧୩. ପିନାକୀବାବୁଙ୍କ ଅପରେସନ୍ ପାଇଁ ଡକ୍ଟର ଅତନୁ କେଉଁ ଅଭିଜ୍ଞ ଡାକ୍ତରଙ୍କୁ ଡାକିଥିଲେ ?
ଉ. ପିନାକୀବାବୁଙ୍କ ଅପରେସନ୍ ପାଇଁ ଡକ୍ଟର ଅତନୁ ଅଭିଜ୍ଞ ଡାକ୍ତର ଡକ୍ଟର ସେନ୍ଙ୍କୁ ଡାକିଥିଲେ ।
୧୪. ପ୍ରକୃତ କବି ଧୂର୍ଜଟୀ କିଏ ?
ଉ. ଡକ୍ଟର ଅତନୁ ପ୍ରକୃତ କବି ଧୂର୍ଜଟୀ ।
୧୫. କ’ଣ ସମ୍ବଳ କରି ଜୟନ୍ତ ରୀତାର ହୃଦୟକୁ ଜୟ କରିବାକୁ ଚେଷ୍ଟା କରିଥିଲା ?
ଉ. ଅମାପଧନ ଆଉ ଆଭିଜାତ୍ୟକୁ ସମ୍ବଳ କରି ଜୟନ୍ତ ରୀତାର ହୃଦୟକୁ ଜୟ କରିବାକୁ ଚେଷ୍ଟା କରିଥିଲା ।
୧୬. ତିନି ନମ୍ବର କୋଠରିର ପେସେଣ୍ଟ କିଏ ?
ଉ. ଭାଓଲିନ୍ ବାଦିକା ରୀତା ତିନି ନମ୍ବର କୋଠରିର ପେସେଣ୍ଟ ଥିଲେ ।
ଗ. ୨ନମ୍ବର ବିଶିଷ୍ଟ ଦୁଇଟି ବାକ୍ୟରେ ଉତ୍ତରମୂଳକ ପ୍ରଶ୍ନବଳୀ । ଲେଖା ଓ ଲେଖକଙ୍କ ପାଇଁ- ୧ ନମ୍ବର ଓ ଉତ୍ତର ପାଇଁ –୧ ନମ୍ବର ।
୧. ଛୁରୀ କଇଁଚି ସହିତ କାହାର ସଂପର୍କକୁ ଲୋକସମାଜ ଆଗରେ ଡକ୍ଟର ଅତନୁ ପ୍ରକାଶ କରିବାକୁ ଚାହୁଁନଥିଲେ ?
ଉ. ନାଟକ –ରାଜହଂସ
ନାଟ୍ୟକର – ଡଃ ରତ୍ନାକର ଚଇନି
ଛୁରୀ କଇଁଚି ସହିତ କାଗଜ କଲମ ସଂପର୍କକୁ ଲୋକସମାଜ ଆଗରେ ଡ଼କ୍ଟର ଅତନୁ ପ୍ରକାଶ କରିବାକୁ ଚାହୁଁ ନଥିଲେ ।
୨. କବି ହିସାବରେ ଆପଣ ବଡ ହୋଇଛନ୍ତି ନା ଡାକ୍ତର ହିସାବରେ ଏହାର ତାତ୍ପର୍ଯ୍ୟ କ’ଣ ?
ଉ. ନାଟକ – ରାଜହଂସ
ନାଟ୍ୟକାର – ଡଃ ରତ୍ନାକର ଚଇନି
ଡାକ୍ତର ଅତନୁ ଯେ ପ୍ରକୃତରେ କବି ଧୂର୍ଜଟୀ ଏହା ଜାଣିପାରି ରୀତା ଡାକ୍ତରଙ୍କୁ ପ୍ରଶ୍ନ କରିଛି କବି ହିସାବରେ ଆପଣ ବଡ଼ ହୋଇଛନ୍ତି ନା ଡକ୍ତର ହିସାବରେ ।
୩. ଅତନୁର ବନ୍ଧେଇଫଟୋ ଧରି ଚିକିତ୍ସାକେନ୍ଦ୍ରକୁ ଜୟନ୍ତ ଆସିଥୁଲା କାହିଁକି ?
ଉ. ନାଟକ – ରାଜହଂସ
ନାଟ୍ୟକାର – ଡଃ ରତ୍ନାକର ଚଇନି
ଅତନୁ ଯେ ପ୍ରକୃତରେ କବି ‘ଧୂର୍ଜଟୀ’ ଜୟନ୍ତ ନୁହେଁ, ଏହାକୁ ଲୋକ ଲୋଚନ କରିବାପାଇଁ ଜୟନ୍ତ, ଅତନୁଙ୍କର ଏକ ଫଟୋ ବନ୍ଧେଇ କରି ଜନତାଙ୍କ ଆଗରେ ଡଃ ଅତନୁଙ୍କର ପ୍ରକୃତ ରହସ୍ୟ ଜଣାଇଦେବେ ବୋଲି ଚିକିତ୍ସାକେନ୍ଦ୍ରକୁ ଆସିଛନ୍ତି ।
୪. . ମାନସିକ ଦୁଶ୍ଚିନ୍ତାରେ ମଣିଷର ହିତାହିତ ଜ୍ଞାନ ରହେନା କାହିଁକି ?
ଉ. ନାଟକ – ରାଜହଂସ
ନାଟ୍ୟକାର – ଡଃ ରତ୍ନାକର ଚଇନି
ମାନସିକ ଦୁଶ୍ଚିନ୍ତା ହେଉଛି ଗୋଟାଏ ନିଶା। ସେ ଯେତେବେଳେ ମନ ଉପରେ ସବାର ହୁଏ- ସେତେବେଳେ ହିତାହିତ ଜ୍ଞାନ ମଧ୍ୟ ରହେନା । ରୀତା ନିଜକୁ ଦୁର୍ବଳ ଅନୁଭବ କରୁଥିବାରୁ ଡଃ ଅତନୁ ତାଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି ।
5. କାହା ପାଖରେ ନିଜ ମନର ବୋଝ ଅଜାଡ଼ି ଦେଲେ ମନଟା ବହୁତ ପରିମାଣରେ ହାଲୁକା ହୋଇଯାଏ ?
ଊ. ନାଟକ – ରାଜହଂସ
ନାଟ୍ୟକାର – ଡଃ ରତ୍ନାକର ଚଇନି
ଜଣେ ଦରଦୀ ଲୋକ ପାଖରେ ନିଜ ମନର ବୋଝ ଅଜାଡ଼ି ଦେଲେ ମନଟା ବହୁତ ପରିମାଣରେ ହାଲୁକା ହୋଇଯାଏ ।
୬. ନାରୀ ତା’ର ପୁରୁଷଠାରୁ ନିର୍ଯାତନା ସହିପାରେ କିନ୍ତୁ ଯେତେବେଳେ ସେ ତା’ ମଥାରୁ ସିନ୍ଦୂର ଯିବାର ଦୁଃସ୍ବପ୍ନ ଦେଖେ- ସେ କ'ଣ କେବେ ସହିପାରିବ ? କିଏ କେଉଁ ପ୍ରସଙ୍ଗରେ କହିଛି ?
ଉ. ନାଟକ – ରାଜହଂସ
ନାଟ୍ୟକାର – ଡଃ ରତ୍ନାକର ଚଇନି
ସିଷ୍ଟର ଏବଂ ହରି ଭିତରେ ଏହି ଆଲୋଚନାର ସୂତ୍ରପାତ ହୋଇଥିଲା । ସିଷ୍ଟର ଯେ ଭୀମର ପତ୍ନୀ ତାହା ହରି ଜାଣିପାରିଛି । ତେଣୁ ସିଷ୍ଟର କହିଛନ୍ତି- ନାରୀ ତା’ର ପୁରୁଷଠାରୁ ସମସ୍ତ କଷ୍ଟ ନିର୍ଯାତନା ସହିପାରେ; ହେଲେ ତା’ ମଥାର ସିନ୍ଦୂର ଯେ ଦୂରେଇ ଯିବାର ଦୁଃଖ ଦେଖେ ତେବେ ସେ କ’ଣ କେବେ ସହିପାରିବ । ଏହି ପ୍ରସଙ୍ଗରେ କୁହାଯାଇଛି ।
୭. କଅଁଳ ଫୁଲ ଓଠରେ ହସ ଦେଖିବାକୁ ଏ ସଂସାର ଚାହେଁନା । କିଏ କେଉଁ ପ୍ରସଙ୍ଗରେ କହିଛି ?
ଉ. ନାଟକ – ରାଜହଂସ
ନାଟ୍ୟକାର – ଡଃ ରତ୍ନାକର ଚଇନି
ବେବିର ଡାଡ଼ି ପିନାକୀବାବୁ ଜୀବନ ସଂଗ୍ରାମ ସହ ଲଢ଼େଇ କରି ଶେଷରେ ହାରି ଯାଇଛନ୍ତି ଅର୍ଥାତ୍ ଅପରେସନରେ ତାଙ୍କୁ ଡାକ୍ତର ବଞ୍ଚେଇ ପାରିନଥିବାରୁ ବେବି କାନ୍ଦିଉଠିଛି । ରୀତା ତା’ର କାନ୍ଦ ଦେଖୁ ଏହି କଥା କହିଛନ୍ତିଯେ କଅଁଳ ଫୁଲ ଓଠରେ ହସ ଦେଖିବାକୁ ଏ ସଂସାର ଋହେଁନା ।
୮. ଜୀବନ ଆଉ ଜୀବିକା ଏକ ଏକ ପଲାରେ ତଉଲା ଯାଏନା । ଜୀବନ ନେଇ ଖେଳ ଖେଳିବା ଆମର ଧର୍ମ – କିଏ କାହାକୁ କହିଛି ?
ଉ. ନାଟକ – ରାଜହଂସ
ନାଟ୍ୟକାର – ଡଃ ରତ୍ନାକର ଚଇନି
ଏକଥା ପ୍ରଫେସର, ହରିକୁ କହିଛନ୍ତି । ଗବେଷଣା ତାଙ୍କର ଜୀବନ । ତେଣୁ ଜୀବନ ଆଉ ଜୀବିକା ଏକ ପଲାରେ ତଉଲା ଯାଏନା । ଜୀବନ ନେଇ ଖେଳ ଖେଳିବା ଆମର ଧର୍ମ ବୋଲି ସେ କହିଛନ୍ତି ।
୯. ତ୍ୟାଗ ଅନ୍ତରାଳରୁ ମାନସିକ ଅଶାନ୍ତି ସମସ୍ତ ମନକୁ ସଂକ୍ରମିତ ହୁଏ ? କିଏ କେଉଁ ପ୍ରସଙ୍ଗରେ କହିଛି ?
ଉ. ନାଟକ – ରାଜହଂସ
ନାଟ୍ୟକାର – ଡଃ ରତ୍ନାକର ଚଇନି
ଜୟନ୍ତ ଡାକ୍ତର ଅତନୁକୁ ଏହି ପ୍ରସଙ୍ଗ କହିଛନ୍ତି । କାରଣ ଡାକ୍ତର ଅତନୁଙ୍କ ଯଶ, ସମ୍ମାନ ଆଉ ସ୍ଵାର୍ଥ ଉପରେ ଅନ୍ୟଜଣେ ପ୍ରଭୁତ୍ଵ ବିସ୍ତାର କରିଥିବାରୁ ସେ କିପରି ଏହା ସ୍ଵୀକାର କରିବେ ? ତେଣୁ ତ୍ୟାଗ ଅନ୍ତରାଳରୁ ମାନସିକ ଅଶାନ୍ତି ସମସ୍ତ ମନକୁ ସଂକ୍ରମିତ ହୁଏ ବୋଲି ଜୟନ୍ତ ଡାକ୍ତରଙ୍କ ଉଦ୍ଦେଶ୍ୟରେ କହିଛନ୍ତି |
୧୦. କବିର ମନ ବିଷାକ୍ତ ନ ହୋଇ ସବୁବେଳେ ପ୍ରଫୁଲ୍ଲ ହେବା ଦରକାର- କିଏ କାହାକୁ କହିଛି ?
ଊ. ନାଟକ – ରାଜହଂସ
ନାଟ୍ୟକାର – ଡଃ ରତ୍ନାକର ଚଇନି
ଡାକ୍ତର ଅତନୁ, ବନ୍ଧୁ ଜୟନ୍ତକୁ କବିର ମନ ବିଷାକ୍ତ ନ ହୋଇ ସବୁବେଳେ ପ୍ରଫୁଲ୍ଲ ହେବା ଦରକାର ବୋଲି କହିଛନ୍ତି ।
୧୧. ସେବା ସହାନୁଭୂତି ଦେଖାଇବା ତ ଡାକ୍ତର ଏବଂ ସେବିକାଙ୍କର ଧର୍ମ – କେଉଁ ପ୍ରସଙ୍ଗରେ କୁହାଯାଇଛି ?
ଉ.. ନାଟକ– ରାଜହଂସ
ନାଟ୍ୟକାର – ଡଃ ରତ୍ନାକାର ଚଇନି
ବୀର, ଅତନୁଙ୍କ ମନସ୍ତାତ୍ତ୍ଵିକ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ଭଲ ହୋଇଛି । ସେଥୁପାଇଁ ଡାକ୍ତର ଏବଂ ସିଷ୍ଟର ସହାନୁଭୂତିକୁ କୃତଜ୍ଞତା ଜଣାଇଥିବାରୁ ସିଷ୍ଟର ସେବା ସହାନୁଭୂତି ଦେଖାଇବା ତ ଡାକ୍ତର ଏବଂ ସେବିକାଙ୍କର ଧର୍ମବୋଲି ବୀରକୁ କହିଛନ୍ତି ।
୧୨. ମନସ୍ତାତ୍ତ୍ଵିକ ଡାକ୍ତରଙ୍କର ବେଳେବେଳେ ଏମିତି ମାନସିକ ବିପ୍ଳବ ଦେଖାଯାଏ, ଯାହା ଅନ୍ୟମାନଙ୍କ ପ୍ରତି କଠୋର ହୋଇପଡ଼େ – କିଏ କାହାକୁ କହିଛି ?
ଉ. ନାଟକ – ରାଜହଂସ
ନାଟ୍ୟକାର – ଡଃ ରତ୍ନାକର ଚଇନି
ମନସ୍ତାତ୍ତ୍ଵିକ ଡାକ୍ତରଙ୍କର ବେଳେବେଳେ ଏମିତି ମାନସିକ ବିପ୍ଳବ ଦେଖାଯାଏ, ଯାହା ଅନ୍ୟମାନଙ୍କ ପ୍ରତି କଠୋର ହୋଇପଡ଼େ । ଏହା ଜୟନ୍ତ ଡାକ୍ତର ଅତନୁଙ୍କ ଉଦ୍ଦେଶ୍ୟରେ କହିଛନ୍ତି |
୧୩. ମୋ ଜୀବନଟା ନେଇ ତମେ ବେବିର ଡାଡ଼ି ଦେହରେ ଭର୍ତ୍ତି କରିଦେଇ ପାରିବ ? କେଉଁ ପ୍ରସଙ୍ଗରେ କୁହାଯାଇଛି ?
ଉ. ନାଟକ – ରାଜହଂସ
ନାଟ୍ୟକାର – ଡଃ ରତ୍ନାକର ଚଇନି
ଡାକ୍ତର ଅତନୁଙ୍କ ଆପ୍ରାଣ ଉଦ୍ୟମ ସତ୍ତ୍ଵେ ମଦ୍ୟପ ପିନାକୀକୁ ବଞ୍ଚାଇବାରେ ଅସମର୍ଥ ହୋଇଛନ୍ତି । ପିନାକୀଙ୍କ ମୃତ୍ୟୁରେ ଝିଅ ବେବିର ଅସହାୟ ଅବସ୍ଥା ଦେଖୁ ପ୍ରଫେସର ପରିଜା ଡାକ୍ତରଙ୍କୁ କହିଛନ୍ତି, ମୋ ଜୀବନଟା ନେଇ ତମେ ବେବିର ଡାଡ଼ୀ ଦେହରେ ଭର୍ତ୍ତି କରିଦେଇ ପାରିବ ?
୧୪. ‘ ରାଜହଂସ’ର ନାଟ୍ୟକାରଙ୍କ ନାଁ କ’ଣ ? ତାଙ୍କର ଦୁଇଟି ‘ନାଟକ’ନାମ ଲେଖ ।
ଉ. ନାଟକ – ରାଜହଂସ
ନାଟ୍ୟକାର – ଡଃ ରତ୍ନାକର ଚଇନି
‘ ରାଜହଂସ’ର ନାଟ୍ୟକାରଙ୍କ ନାଁ ଡଃ ରତ୍ନାକର ଚଇନି । ତାଙ୍କର ଦୁଇଟି ‘ନାଟକ’ ନାମ ‘ଶେଷଅଶ୍ରୁ’ ଏବଂ ‘କଳଙ୍କିତ ସୂର୍ଯ୍ୟ’ ।
ଘ. ୩ ନମ୍ବର ବିଶିଷ୍ଟ ଉତ୍ତରମୂଳକ ପ୍ରଶ୍ନବଳୀ । (୩୦ଟି ଶବ୍ଦ ମଧ୍ୟରେ)
ଲେଖା ଓ ଲେଖକଙ୍କ ପାଇଁ – ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ।
୧. ‘ବସନ୍ତର ଶେଷ ପତ୍ରଧରି ଦୂତ ତା’ର ଚାଲିଯାଇଛି । ତମେ ତାକୁ ହସି ହସି ବିଦାୟ ଦିଅ ବନ୍ଧୁ’- ଏ ଉକ୍ତିର ତାତ୍ପର୍ଯ୍ୟ କ’ଣ ?
ଉ. ନାଟକ–ରାଜହଂସ
ନାଟ୍ୟକାର – ଡଃ ରତ୍ନାକର ଚଇନି
ନାଟକର ଶେଷରେ ପ୍ରଫେସର ପରିଜା ଏହା କହିଛନ୍ତି । ଗଭୀର ଦୁଃଖ ଆଉ ମାନସିକ ଯନ୍ତ୍ରଣାରେ ଚିକିତ୍ସାଳୟର ବୈଠକଖାନାରେ ଡଃ ଅତନୁ ସମସ୍ତଙ୍କ ଅନୁପସ୍ଥିତିରେ ପ୍ରାଣବାୟୁ ଉଡ଼ିଯାଇଛି । ଚିକିତ୍ସାଳୟର ଶ୍ରେଷ୍ଠ ହଂସ ତଥା ରାଜହଂସ ଅତନୁଙ୍କ ମୃତଦେହ ଦେଖି ପ୍ରଫେସର କହିଛନ୍ତି – ବସନ୍ତର ଶେଷ ପତ୍ରଧରି ଦୂତ ତା’ର ଚାଲିଯାଇଛି । ତମେ ତାକୁ ହସି ହସି ବିଦାୟ ଦିଅ ବନ୍ଧୁ । ତାଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କର ବୋଲି କହିଛନ୍ତି ।
୨. କାଲି ଯଦି ଦୁନିଆ ଜାଣିବ ମୁଁ ପ୍ରକୃତରେ କବି ନୁହେଁ – ତେବେ ସମାଜରେ ମୋର ଅବସ୍ଥା କ’ଣ ହେବ ? ଏ କଥା କିଏ , କାହାକୁ କାହିଁକି କହିଛି ?
ଉ. ନାଟକ – ରାଜହଂସ
ନାଟ୍ୟକାର – ଡଃ ରତ୍ନାକର ଚଇନି
ଡାକ୍ତର ଅତନୁ ଉଚ୍ଚଶିକ୍ଷା ପାଇଁ ଆମେରିକା ଯାତ୍ରା କଲାବେଳେ ବନ୍ଧୁ ଜୟନ୍ତ ସମସ୍ତ ଆର୍ଥିକ ସହାୟତା କରିବା ସହ ପ୍ରତିବାଦରେ ଅତନୁଙ୍କ ରଚିତ କବିତାଗୁଡ଼ିକୁ ନିଜ ନାମରେ କବି ଧୂର୍ଜଟୀ ଛଦ୍ମନାମ ଦେଇ ପ୍ରକାଶ କରିବାର ବୁଝାମଣା ହୋଇଥିଲା । ‘ଶତଦଳ’ କବିତା ବାଣୀପୀଠ ପୁରସ୍କାର ପାଉଥୁବାର ଜାଣି ଅତନୁ ଭାବାନ୍ତର ହୋଇ ଜୟନ୍ତକୁ ଚିଡ଼ିବାରୁ ଜୟନ୍ତ ବୁଝିପାରିଛି ଅତନୁ ନିଜ କବିତା ପଛରେ ନିଜର ନାଁ ରହିବା କଥା ଚିନ୍ତାକରୁଛି, ସେଥିପାଇଁ ଜୟନ୍ତ କହିଛି, କାଲି ଯଦି ଦୁନିଆ ଜାଣିବ ମୁଁ ପ୍ରକୃତରେ କବି ନୁହେଁ - ତେବେ ସମାଜରେ ମୋର ଅବସ୍ଥା କ’ଣ ହେବ ?
୩. ଆପଣ ନିଜେ ମିଥ୍ୟାର ଗୋଟାଏ ପ୍ରତିମୂର୍ତ୍ତି | ସତ୍ୟର ଅପଳାପ ପାଇଁ ଆପଣ ମିଥ୍ୟାର ଆଶ୍ରୟ ନେଇଛନ୍ତି । କିଏ କାହାକୁ କେଉଁ ପ୍ରସଙ୍ଗରେ କହିଥିଲେ ?
ଉ. ନାଟକ – ରାଜହଂସ
ନାଟ୍ୟକାର – ଡଃ ରତ୍ନାକର ଚଇନି
ରୀତା, ଡାକ୍ତର ଅତନୁଙ୍କ ଚିକିତ୍ସାଳୟର ଜଣେ ମାନସିକ ରୋଗୀ । ଅତନୁ ଯେ ପ୍ରକୃତରେ କବି ଧୂର୍ଜଟୀ ଏବଂ ଶତଦଳ, କବିତାର ଲେଖକ ଏକଥା– ହଠାତ୍ ରୀତା ଜାଣିପାରିଛି । ଡାକ୍ତର ଅତନୁ ଯେ ତା’ର ମାନସିକ ବିକୃତି ପାଇଁ ଦାୟୀ ଏହା ସେ ଦୃଢ଼ କଣ୍ଠରେ ଘୋଷଣା କରିଛି । ସେ କବି ଧୂର୍ଜଟୀଙ୍କୁ ମନେ ମନେ ଭଲପାଇ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ହେଲେ ପ୍ରକୃତି କବିଙ୍କ ନାଁ ନେଇ ଜୟନ୍ତ, ରୀତାକୁ ବିବାହ କରିଛି । ତେଣୁ ରୀତା ଅତନୁଙ୍କୁ କହିଛି– ଆପଣ ନିଜେ ମିଥ୍ୟାର ଗୋଟାଏ ପ୍ରତିମୂର୍ତ୍ତି । ସତ୍ୟର ଅପଳାପ ପାଇଁ ଆପଣ ମିଥ୍ୟାର ଆଶ୍ରୟ ନେଇଛନ୍ତି ।
୪. ମୋ ଜୀବନ ବିନିମୟରେ ମୁଁ ଚାହେଁ ଏକ କୋମଳ କଳିକା ମୁହଁରେ ଚେନାଏ ହସ - କିଏ କାହାକୁ କେଉଁ ପରିପ୍ରେକ୍ଷୀରେ କହିଥିଲେ ?
ଉ. ନାଟକ – ରାଜହଂସ
ନାଟ୍ୟକାର – ଡଃ ରତ୍ନାକର ଚଇନି
‘ ରାଜହଂସ’ ନାଟକରେ ପିନାକୀ ଜଣେ ମଦ୍ୟପ ବ୍ୟବସାୟୀ ଏବଂ ଅତନୁଙ୍କ ମାନସିକ ଚିକିତ୍ସାଳୟର ରୋଗୀ । ଅପରେସନରେ ତାଙ୍କର ମୃତ୍ୟୁ ହୋଇଛି । ପିନାକୀଙ୍କ ମୃତ୍ୟୁରେ ଅଧୀର ହୋଇ ପ୍ରଫେସର ପରିଜା କହିଛନ୍ତି- ଡକ୍ଟର ! ମୋ ଜୀବନଟା ନେଇ ତମେ ଦେବୀର ଡାଡୀ ଦେହରେ ଭର୍ତ୍ତି କରି ଦେଇପାରିବ ? ନିଜ ଜୀବନ ବିନିମୟରେ ସେ ପିନାକୀଙ୍କର ଝିଅ ବେବୀ ମୁହଁରେ ହସ ଫୁଟାଇବାକୁ ଇଚ୍ଛା କରନ୍ତି । ଏହି କଥା ପ୍ରଫେସର ପରିଜା, ଡ଼ାକ୍ତର ଅତନୁଙ୍କୁ କହିଛନ୍ତି ।
୫. ମଦ୍ୟପର୍ସି ନିଶାଥିବା ପର୍ଯ୍ୟନ୍ତ ସେ ନିଜକୁ ଶକ୍ତିମାନ ମନେକରେ । କିନ୍ତୁ ନିଶା ଛାଡ଼ିଗଲା ପରେ ସେ ଭାରି Week feel କରେ – ଏହାର ତାତ୍ପର୍ଯ୍ୟ ଉଲ୍ଲେଖ କର ।
ଉ. ନାଟକ – ରାଜହଂସ
ନାଟ୍ୟକାର – ଡଃ ରତ୍ନାକର ଚଇନି
ରୀତା, ଡାକ୍ତର ଅତନୁଙ୍କ ମାନସିକ ଚିକିତ୍ସାଳୟର ଜଣେ ମନସ୍ତାତ୍ତ୍ଵିକ ରୋଗୀ । ନିଜର ମନର କରୁଣ କାହାଣୀକୁ ସେ ଭାଓଲୀନ୍ର ସୂକ୍ଷ୍ମତନ୍ତ୍ରୀରେ କରୁଣ ମୂହଁନା ଦେଇ ପ୍ରକାଶ କରୁଥିଲେ । ଡାକ୍ତର ଅତନୁକୁ ନିଜ ଶରୀର ଦୁର୍ବଳ ଅନୁଭବ କରୁଥିବା କଥା କହିବାରୁ ଡାକ୍ତର ଏହି ଅନୁଭବ ସ୍ଵାଭାବିକ ଏବଂ ମଦ୍ୟପଠି ନିଶା ଥିବା ପର୍ଯ୍ୟନ୍ତ ସେ ନିଜକୁ ଶକ୍ତିମାନ ମନେକରେ, କିନ୍ତୁ ନିଶା ଛାଡ଼ିଗଲାପରେ ସେ ଭାରି Week feel କରେ । ମାନସିକ ଦୁଶ୍ଚିନ୍ତା ଗୋଟିଏ ନିଶା, ସେ ଯେତେବେଳେ ମନ ଉପରେ ସବାର ହୁଏ ସେତେବେଳେ ହିତାହିତ ଜ୍ଞାନ ମଧ୍ୟ ରହେନା ଏହି କଥା ଡାକ୍ତର ରୀତାକୁ କହିଛନ୍ତି |
୬. ‘ସରଳ ବନ୍ଧୁତାରେ ତମେ ଦେଖ ଗରଳର ସ୍ବପ୍ନ । ଗୀତା, ବାଇବେଲ ଆଉ କୋରାନ୍ରୁ ତୁମେ ଖୋଳ ବିଶ୍ବାସ ଘାତକତାର ବାଣୀ’– ଏ ଉକ୍ତି କାହାର, ଏହାର ତାତ୍ପର୍ଯ୍ୟ ଦର୍ଶାଅ |
ଉ. ନାଟକ – ରାଜହଂସ
ନାଟ୍ୟକାର – ଡଃ ରତ୍ନାକର ଚଇନି
ଜଣେ ମାନସିକ ରୋଗୀ ଭାବରେ ପ୍ରଫେସର ପରିଜା ଚିକିତ୍ସିତ ହେଉଥିଲାବେଳେ ଚିକିତ୍ସାଳୟର କର୍ମଚାରୀ ହରି ସହିତ ଯୁକ୍ତିତର୍କ କରିଛନ୍ତି । ପ୍ରଫେସର ନିଜ ବନ୍ଧୁଙ୍କ ଦ୍ଵାରା ପ୍ରତାରିତ ହୋଇ ଗବେଷଣାରେ ବିଫଳ ହେଲା ପରେ ଚନ୍ଦ୍ରଯାତ୍ରାଜନିତ ବିଭିନ୍ନ ଉଦ୍ଭଟ ପ୍ରଳାପ ମାଧ୍ୟମରେ ସେ ମନର ବାସନାକୁ ପ୍ରକାଶ କରିଛନ୍ତି | ସାଂପ୍ରତିକ ମନୁଷ୍ୟର ପ୍ରକୃତ ରୂପ ଦେଖାଇବାକୁ ଯାଇ ପ୍ରଫେସର ପରିଜା ସଂଳାପରେ ପ୍ରକାଶ କରିଛନ୍ତି– ସରଳ ବନ୍ଧୁତାରେ ତମେ ଦେଖ ଗରଳର ସ୍ଵପ୍ନ । ଗୀତା, ବାଇବେଲ୍ ଆଉ କୋରାନ୍ରୁ ତମେ ଖୋଜ ବିଶ୍ଵାସଘାତକାର ବାଣୀ ।
7. ‘ନାରୀ’ ମାତ୍ରେ ହିଁ ମମତାମୟୀ । ସେମାନେ ଖୁବ୍ ଶୀଘ୍ର ଗୋଟାଏ ଜିନିଷକୁ ଆପଣାର କରି ନିଅନ୍ତି’ - କିଏ କାହାକୁ କେଉଁ ପ୍ରସଙ୍ଗରେ କହିଛି ?ହରିକୁ
ଉ. ନାଟକ – ରାଜହଂସ
ନାଟ୍ୟକାର – ଡଃ ରତ୍ନାକର ଚଇନି
ରୀତା ହେଉଛି ଜଣେ ମାନସିକ ରୋଗୀ । ତା’ର ମାନସିକ ଯନ୍ତ୍ରଣା ଟିକେ ଉପଶମ ହେବାରୁ ଡାକ୍ତର ଅତନୁ ତାକୁ ଏହି କଥା କହିଛନ୍ତି । ଡାକ୍ତର ଅତନୁଙ୍କ ଉକ୍ତି ଅନୁଯାୟୀ ମାନସିକ ଦୁଶ୍ଚିନ୍ତା ଗୋଟିଏ ନିଶା । ନିଶା ପ୍ରଭାବରେ ମନୁଷ୍ୟର ହିତାହିତ ଜ୍ଞାନ ରହେନା । ରୀତା ନିଜ ମନର ବୋଝକୁ ଅତନୁଙ୍କ ଆଗରେ ପ୍ରକାଶ କରିବା ପାଇଁ ଚାହିଁଛି କାରଣ ଅତନୁଙ୍କୁ ସିଏ ଜଣେ ଦରଦୀଲୋକ ମନେ କରି ନିଜର ମନର ବୋଝ ଅଜାଡ଼ି ଦେଇ ମନଟାକୁ ହାଲୁକା କରିବାକୁ ଚାହିଁବାରୁ ଡାକ୍ତର ଅତନୁ କହିଛନ୍ତି ନାରୀ ମାତ୍ରେ ହିଁ ମମତାମୟୀ । ସେମାନେ ଖୁବ୍ ଶୀଘ୍ର ଗୋଟାଏ ଜିନିଷକୁ ଆପଣାର କରି ନିଅନ୍ତି ।
୮.ମୁଁ ଇହ ଜନ୍ମରେ ଆଉ ପର ଜନ୍ମରେ ବି ଆପଣଙ୍କର ଋଣୀ ହୋଇ ରହିବି- କିଏ କାହାକୁ କେଉଁ ଉଦ୍ଦେଶ୍ୟରେ କହିଛି ?
ଉ. ନାଟକ – ରାଜହଂସ
ନାଟ୍ୟକାର – ଡଃ ରତ୍ନାକର ଚଇନି
ପିନାକୀ ହେଉଛନ୍ତି ଜଣେ ମଦ୍ୟପ ବ୍ୟବସାୟୀ । ଅଧିକମାତ୍ରାର ମଦ୍ୟପାନ କରିବାରୁ ତାଙ୍କର ପେଟମରା ଯନ୍ତ୍ରଣା ଆରମ୍ଭ ହୋଇଛି । ଏକମାତ୍ର ଝିଅ ବେବୀ ବ୍ୟତୀତ ତାଙ୍କର ଆଉ କେହି ନ ଥିଲେ । ନିଜ ଦେହର ପ୍ରବଳ ଅସୁସ୍ଥତା ହେତୁ ବେବୀ ପାଇଁ ଚିନ୍ତିତ ହୋଇ ପିନାକୀ ଡାକ୍ତରଙ୍କ ଆଗରେ ନିଜର ବିଫଳତା ଜିନିତ କାହାଣୀ କହିଥିଲେ ଓ ଭବିଷ୍ୟତ ପାଇଁ ବେବୀର ଦାୟିତ୍ଵ ଡାକ୍ତର ବୁଝିବେ ବୋଲି କହିଥିଲେ । ଡାକ୍ତର ଅତନୁଙ୍କ ଠାରୁ ପ୍ରତିଶ୍ରୁତି ପାଇ ପିନାକୀ କୃତଜ୍ଞତା ଜ୍ଞାପନ କରି ମୁଁ ଇହ ଜନ୍ମରେ ଆଉ ପର ଜନ୍ମରେ ବି ଆପଣଙ୍କର ଋଣୀ ହୋଇ ରହିବି ବୋଲି କହିଛନ୍ତି ।
୯. ‘ଭୁଲ ଆଡ଼କୁ ଟାଣି ହୋଇଯାଇଛୁ ତୁ ? ମାନସିକ ରୋଗର ଡାକ୍ତର ହୋଇ ନିଜେ ମାନସିକ ବିପ୍ଳବର ଶିକାର ହେଇଛୁ’ – ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି ?
ଊ. ନାଟକ – ରାଜହଂସ
ନାଟ୍ୟକାର – ଡଃ ରତ୍ନାକର ଚଇନି
ଡାକ୍ତର ଅତନୁ ଉଚ୍ଚଶିକ୍ଷା ପ୍ରାପ୍ତପାଇଁ ଆମେରିକାକୁ ଗଲାବେଳେ ବନ୍ଧୁ ଜୟନ୍ତଙ୍କର ଆର୍ଥିକ ସାହାଯ୍ୟ ନେଇଥିଲେ । ପ୍ରତିଦାନ ସ୍ଵରୂପ ନିଜ କବିତାଗୁଡ଼ିକୁ କବି ଧୂର୍ଜଟୀ ଛଦ୍ମ ନାମରେ ପ୍ରକାଶ ପାଇବ । ସେଥିରେ ଉଭୟେ ସମ୍ମତି ପ୍ରକାଶ କରିଛନ୍ତି । ହେଲେ ‘ଶତଦଳ’ ପୁସ୍ତକଟି ପୁରସ୍କାର ପାଉଥିବାରୁ ନିଜ କୃତିତ୍ଵ ଉପରେ ଅନ୍ୟଜଣଙ୍କର ପ୍ରସ୍ତୁତ୍ଵକୁ ସେ ସ୍ଵୀକାର କରି ପାରିନାହାନ୍ତି । ଏହି ପକ୍ଷରେ ଜୟନ୍ତ ଡ଼ାକ୍ତରଙ୍କୁ କହିଛନ୍ତି – ଭୁଲ ଆଡ଼କୁ ଟାଣି ହୋଇଯାଇଛୁ ତୁ! ମାନସିକ ରୋଗର – ଡାକ୍ତର ମାନସିକ ବିପ୍ଳବର ଶିକାର ହେଇଛୁ ଏହା ଜୟନ୍ତ ଡଃ ଅତନୁକୁ କହିଛନ୍ତି ।
୧୦. ‘ଲୁହ ନ ଥିଲେ ହସର ମୂଲ୍ୟ କେହି ବୁଝନ୍ତିନି ବନ୍ଧୁ ! ମଣିଷ ଜୀବନ ପାଇଁ ହସ ଯେତିକି ଦରକାର ଲୁହ ମଧ୍ଯ ସେତିକି ଦରକାର’ - କିଏ କାହାକୁ କେଉଁ ପ୍ରସଙ୍ଗରେ କୁହାଯାଇଛି ?’
ଉ. ନାଟକ – ରାଜହଂସ
ନାଟ୍ୟକାର – ଡଃ ରତ୍ନାକର ଚଇନି
ଜଣେ ପ୍ରତିଷ୍ଠିତ ଡାକ୍ତର ହିସାବରେ ଡାକ୍ତର ଅତନୁଙ୍କର ଯେତିକି ନାଁ ଥୁଲା, ଜଣେ କବି ହିସାବରେ ମଧ୍ୟ ତାଙ୍କର ସେତିକି ଦକ୍ଷତା ଥିଲା । ହେଲେ ଜୟନ୍ତ ଓ ଅତନୁଙ୍କ ବୁଝାମଣା ଭିତରେ ଅତନୁଙ୍କ କବିତାଗୁଡ଼ିକ ଜୟନ୍ତ-କବି ଧୂର୍ଜଟୀ ନାମରେ ପ୍ରକାଶିତ ହୋଇଛି । କବିତା ଶତଦଳ ବାଣୀପୀଠ ପୁରସ୍କାର ସହିତ ଏକଲକ୍ଷ ଟଙ୍କା ପୁରସ୍କାର ପାଇବାକୁ ଥୁବାର ଜାଣି ଅତନୁର ମନ ଗଭୀର ଆନନ୍ଦରେ ଜର୍ଜରିତ ହୋଇଛି । ମନୁଷ୍ୟର ରକ୍ତମାଂସ ଦେହ ନେଇ ସ୍ଵାଭାବିକ ପ୍ରକୃତିର ବଶବର୍ତୀ ହୋଇଛନ୍ତି ସେ । ନିଜର କୃତୀ ଉପରେ ଅନ୍ୟଜଣଙ୍କ ପ୍ରଭୁତ୍ଵକୁ ସେ ସହ୍ୟ କରିପାରି ନାହାନ୍ତି । ଦୁଇବନ୍ଧୁଙ୍କ ପରସ୍ପର ଭିତରେ ଯୁକ୍ତିତର୍କ ଲାଗିବାରୁ ଜୟନ୍ତଙ୍କ ବାକ୍ୟବାଣରେ ଅତନୁ ବେଶୀ ଆହତ ବୋଲି ଜୟନ୍ତଙ୍କୁ କ୍ଷମ, ମାଗି କହିଛନ୍ତି – ଲୁହ ନ ଥିଲେ ହସର ମୂଲ୍ୟ କେହି ବୁଝନ୍ତିନି ବନ୍ଧୁ । ମଣିଷ ଜୀବନପାଇଁ ହସ ଯେତିକି ଦରକାର ଲୁହ ମଧ୍ୟ ସେତିକି ଦରକାର ।
୧୧. ‘ ବିଜ୍ଞାନୀ ପୁରାତନକୁ ଧରିବସି ରହେନା । ସେ ଗହେଁ ନୂତନର ଆବିଷ୍କାର’ – ଏ ଉକ୍ତି କିଏ କାହାକୁ ଓ କାହିଁକି
କହିଛି ?
ଊ. ନାଟକ-ରାଜହଂସ
ନାଟ୍ୟକାର - ଡଃ ରତ୍ନାକର ଚଇନି
ଜଣେ ମାନସିକ ରୋଗୀ ଭାବରେ ପ୍ରଫେସର ପରିଜା ଚିକିତ୍ସିତ ହୋଇଛନ୍ତି ଡାକ୍ତର ଅତନୁଙ୍କ ତତ୍ତ୍ୱାବଧାନରେ । ସେ ବୈଜ୍ଞାନିକ ଗବେଷଣା ବିଫଳ, ଚନ୍ଦ୍ରଯାତ୍ରା ଓ ରକେଟ୍ ସମ୍ପର୍କରେ ଅନେକ ପାଗଳ ପ୍ରଳାପ କରିଛନ୍ତି । ସେ ନିଜେ ଚନ୍ଦ୍ରଯାତ୍ରା ପାଇଁ ରକେଟ୍କୁ କଣ୍ଟ୍ରୋଲ କରୁଛନ୍ତି, ଏହିପରି ଅନେକଗୁଡ଼ିଏ ପ୍ରଳାପ କଲାପରେ ‘ହରି’ ତାଙ୍କୁ ନିଜ ରୁମ୍କୁ ଯିବାପାଇଁ ଅନୁରୋଧ କରିବାରୁ ପ୍ରଫେସର ପରିଜା ତା’ରି ଆଡ଼କୁ ଆଗେଇ ଆସୁଥିବାର ଦେଖି ଭୟରେ ସିଷ୍ଟରଙ୍କ ପାଖରେ ପହଞ୍ଚିଛି । ସିଷ୍ଟର ତାଙ୍କୁ ରୁମ୍ରେ ରେଷ୍ଟ ନେବାକୁ କହିବାରୁ ପ୍ରଫେସର ପରିଜା ଖାଲି ବେଡ଼୍ ବେଡ଼, ବିରକ୍ତ ହୋଇ କହିଛନ୍ତି- ଖାଲି ଶିଶୁଟିଏ ହୋଇ ବେଡ଼ରେ ଶୋଇ ନ ରହି ବିପ୍ଳବ କରିବାକୁ ପଡ଼ିବ । ବିଜ୍ଞାନୀ ପୁରାତନକୁ ଧରି ବସି ରହେନା । ସେ ଚାହେଁ ନୂତନର ଆବିଷ୍କାର ।
୧୨. କିଏ କହିଲା ତମେ ନିଃସ୍ୱୀ ? ଲକ୍ଷପତିର କନ୍ୟା -ପୁଣି କୋଟିପତିର ବଧୂ ? କିଏ କାହାକୁ କେଉଁ ପ୍ରସଙ୍ଗରେ କୁହାଯାଇଛି ?
ଊ. ନାଟକ – ରାଜହଂସ
ନାଟ୍ୟକାର – ଡଃ ରତ୍ନାକର ଚଇନି
ଡାକ୍ତର ଅତନୁଙ୍କ ମାନସିକ ଚିକିତ୍ସାଳୟରେ ରୀତା ଚିକିତ୍ସିତ ହୋଇଛନ୍ତି । ତିନିନମ୍ବର କୋଠରିରେ ରୀତା କେବଳ କବିତା କବିତା କହି ପ୍ରଳାପ କରେ । ଦିନେ ରୀତାର ଏହି ପ୍ରଳାପ ବେଳେ ଡାକ୍ତର ସେ ରୁମକୁ ପଶିଆସି ରୋଗିଣୀକୁ ତାଙ୍କ କବିତାର କ’ଣ ହେଲା ବୋଲି ପ୍ରଶ୍ନ କରିଛନ୍ତି । ରୀତା କହିଛି ସେ କେବଳ ଭାଓଲିନ୍ର କରୁଣ ଛନ୍ଦେ ଛନ୍ଦେ ତାକୁହିଁ ଖୋଜୁଛି, ତାକୁ ନ ପାଇଲେ ପାଗଳ ହୋଇଯିବ । ରୀତାର କରୁଣ ଅବସ୍ଥା ଦେଖି ଅତନୁ ତାଙ୍କୁ ସାନ୍ତନା ଦେଇ କହିଛନ୍ତି ଯେ ସେ ନିଃସ୍ଵ ନୁହନ୍ତି, ସେ ଲକ୍ଷପତିର କନ୍ୟା ପୁଣି କୋଟିପତିର ବଧୂ ।
୧୩. ମୋର ମନେହୁଏ ଏମିତି ଗୋଟିଏ ସମୟ ଆସିବ ଯେତେବେଳେ ତୋ ପାଖକୁ ଆଉ ମୋ ହାତ ପାଇବନି | ଏ ଭକ୍ତି କାହାର କେଉଁ ପ୍ରସଙ୍ଗରେ କୁହାଯାଇଛି ?
ଉ. ନାଟକ – ରାଜହଂସ
ନାଟ୍ୟକାର – ଡଃ ରତ୍ନାକର ଚଇନି
ଡାକ୍ତର ଅତନୁଙ୍କ ବନ୍ଧୁ ଜୟନ୍ତ, ଭାଓଲିନ୍ ବାଦିକା ରୀତାର ସ୍ଵାମୀ, ଜୟନ୍ତ ଡାକ୍ତର ଅତୁନଙ୍କୁ ମନସ୍ତାତ୍ତ୍ଵିକ ଗବେଷଣା ପାଇଁ ସମସ୍ତ ଆର୍ଥିକ ସାହାଯ୍ୟ କରିଛନ୍ତି । ବନ୍ଧୁତ୍ଵର ଆଳାପ ଆଲୋଚନା ଭିତରେ ଡାକ୍ତର ଅତନୁ ଜୟନ୍ତଙ୍କୁ କହିଛନ୍ତି କବି ମନ ବାସ୍ତବାଭିମୁଖୀ ହେବା ଉଚିତ୍ କାରଣ ପ୍ରତିଶ୍ରୁତି ଅନୁଯାୟୀ ଡାକ୍ତର ଅତନୁଙ୍କ କବିତା କବି ଧୂର୍ଜଟୀ(ଜୟନ୍ତ)ଙ୍କ ନାମରେ ପ୍ରକାଶ ପାଉଥିଲା । ବନ୍ଧୁତ୍ଵର ମଧୁର ସମ୍ପର୍କକୁ ଆଖି ଆଗରେ ରଖୁ ଅତୀତ କଥାକୁ ଭୁଲିଯିବା ପାଇଁ ଜୟନ୍ତ କହିଛନ୍ତି । ଅତନୁ କୃତଜ୍ଞତାବଶତଃ ଜୟନ୍ତଙ୍କ ଆର୍ଥିକ ସାହାଯ୍ୟ କରିଥିବା କଥା କହି ତାଙ୍କର ତ୍ୟାଗ ଆଦର୍ଶକୁ ପ୍ରଶଂସା କରିଛନ୍ତି ଏବଂ ତାଙ୍କ ତ୍ୟାଗ ଆଦର୍ଶ ଆଗରେ ଅତନୁ କହିଛିନ୍ତି ଏପରି ଗୋଟିଏ ସମୟ ଆସିବ, ଯେତେବେଳେ ତୋ ପାଖକୁ ମୋ ହାତପାଇବନି ।
୧୪. କବିଙ୍କର କା’ ଯାଇଛି ...... କିନ୍ତୁ କବି ନୁହନ୍ତି – କିଏ କାହା ଉଦ୍ଦେଶ୍ୟରେ କାହିଁକି କହିଛି ?
ଉ. ନାଟକ – ରାଜହଂସ
ନାଟ୍ୟକାର – ଡଃ ରତ୍ନାକର ଚଇନି
ଡାକ୍ତର ଅତନୁ ଏବଂ ବନ୍ଧୁ ଜୟନ୍ତଙ୍କ ଯୁକ୍ତିତର୍କ ଭିତରେ ମ୍ରିୟମାଣ ହୋଇ ଅତନୁ କ୍ଷମା ମାଗିଛନ୍ତି ଏବଂ ଜୟନ୍ତର ସେଠାରୁ ବିଦାୟ ପରେ କୋଠରିକୁ ରୀତା ପ୍ରବେଶ କରି ଡାକ୍ତର ଅତନୁଙ୍କୁ କବି ବୋଲି ସମ୍ବୋଧନ କରିଛି । ଅତନୁ ଚମକି ପଡ଼ି ରୀତାଙ୍କୁ କହିଛନ୍ତି ତମର କବି ଏଠୁ ଚାଲିଗଲେଣି । କବି ନଯାଇ ତାଙ୍କର କା’ ଯାଇଛି ଆଉ କେତେଦିନ ଦୁନିଆରେ ଅନ୍ଧପୁଟୁଳି ଅତନୁ ବାନ୍ଧିପାରିବେ ବୋଲି ରୀତା ଅତନୁଙ୍କୁ ପ୍ରଶ୍ନ କରିଛି । ରୀତା ପାଖରେ ଯିଏ ଅନ୍ୟର କା’ ନେଇ ଅଭିନୟ କରିଛି । ତାକୁ ହିଂସ୍ର କରିଛି, ତା’ର ପ୍ରକୃତ ରୂପ ଦୁନିଆ ଆଗରେ ଧରାପକାଇବାକୁ ରୀତା ଋହେଁ ।
୧୫. ଆଶାରେ ହିଁ ମଣିଷ ବଞ୍ଚେ । ଆଦିମ ଯୁଗରୁ ମଣିଷ ଆଶାବାଦୀ । ଏହାର ତାତ୍ପର୍ଯ୍ୟ ଉଲ୍ଲେଖ କର ।
ଊ. ନାଟକ – ରାଜହଂସ
ନାଟ୍ୟକାର – ଡଃ ରତ୍ନାକର ଚଇନି
ବନ୍ଧୁତ୍ଵର ମଧୁର ସମ୍ପର୍କକୁ ଆଖି ଆଗରେ ରଖ୍ ଅତୀତର କଥାକୁ ଭୁଲିଯିବାପାଇଁ ଡାକ୍ତର ଅତନୁଙ୍କୁ ଜୟନ୍ତ କହିଛନ୍ତି । ସେ ନିଜେ ପ୍ରଚୁର ଟଙ୍କା ରୋଜଗାର କଲେ ବି ଏହି ଅମାପ ଟଙ୍କା ଓ ଆଭିଜାତ୍ୟକୁ ନେଇ ସ୍ତ୍ରୀ ରୀତାକୁ ନିଜର କରିପାରି ନାହାନ୍ତି । ସେ ରୀତାର ହୃଦୟକୁ ଜୟ କରିପାରି ନାହାନ୍ତି । ରୀତାର ମାନସିକ ବିକୃତି ଦେଖାଦେଇଛି । ଡାକ୍ତର ଅତନୁଙ୍କୁ ଜୟନ୍ତ, ରୀତାର ଚିକିତ୍ସାଭାର ନ୍ୟସ୍ତ କରିଥିଲେ ମଧ୍ୟ ରୀତା ଭଲ ହେବାର ଆଶା ସତେଯେପରି ଜୟନ୍ତଙ୍କ ମନରୁ ମରି ମରି ଯାଉଛି । ତେଣୁ ଡାକ୍ତର ଅତନୁ ତାଙ୍କୁ ସାନ୍ତନା ଦେଇ କହିଛନ୍ତି- ଆଶାରେ ହିଁ ମଣିଷ ବଞ୍ଚେ, ଆଦିମ ଯୁଗରୁ ମଣିଷ ଆଶାବାଦୀ ।
୧୬, ଦେହ ସରୋବର ଛାଡ଼ି ହଂସ ଉଡ଼ିଯାଇଛି ବନ୍ଧୁ । କାହାର ସେ ଅପେକ୍ଷା କରିନି । ଏହାର ତାତ୍ପର୍ଯ୍ୟ କ’ଣ ?
ଉ. ନାଟକ – ରାଜହଂସ
ନାଟ୍ୟକାର – ଡଃ ରତ୍ନାକର ଚଇନି
ରୀତାର କଟୁକ୍ତିଗୁଡ଼ିକ ଡାକ୍ତର ଅତନୁଙ୍କ ମନରେ ବାରମ୍ବାର ପ୍ରତିଧ୍ଵନିତ ହେଉଥିଲା । ଶେଷରେ ଚିତ୍କାର କରି ଟେବୁଲ ଉପରେ କଚାଡ଼ି ହୋଇ ପଡ଼ିଲେ ଡାକ୍ତର ଅତନୁ । ସକାଳୁ ଜୟନ୍ତ ହାତରେ ବନ୍ଧେଇ ଫଟୋ ଧରି ଅତନୁ ଅତନୁ ଡାକି ପ୍ରବେଶ କରନ୍ତେ, ଡାକ୍ତର ଅତନୁଙ୍କ ଏ ଅବସ୍ଥା ଦେଖୁ କାନ୍ଦି ଉଠିଛନ୍ତି । ଡାକ୍ତରଙ୍କର ଅବସ୍ଥାକୁ ଲକ୍ଷ୍ୟ କରି ଜୟନ୍ତଙ୍କୁ ପ୍ରଫେସର ପରିଜା କହିଛନ୍ତି ଡାକ୍ତରଙ୍କ ଦେହ ସରୋବର ଛାଡ଼ି ମାନସହଂସ ଉଡ଼ିଯାଇଛି ।
୫ ନମ୍ବର ବିଶିଷ୍ଟ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନବଳୀ ।(୧୫୦ଟି ଶବ୍ଦ ମଧ୍ଯରେ ଉତ୍ତର)
୧. ଏକ ମନସ୍ତାତ୍ତ୍ଵିକ ନାଟକ ଭାବରେ ‘ରାଜହଂସ’ର ମୂଲ୍ୟାୟନ କର ।
ଉ. ଏକ ମନୋବୈଜ୍ଞାନିକ ବା ମନସ୍ତାତ୍ତ୍ଵିକ ପରୀକ୍ଷାମୂଳକ ନାଟକ ଭାବେ ‘ରାଜହଂସ’ ପରିଚିତ । ମଣିଷ ଜୀବନରେ ଯନ୍ତ୍ରଣାବିଦଗ୍ଧ କେତେଗୁଡ଼ିଏ ଚରିତ୍ରର ଜୀବନକୁ କେନ୍ଦ୍ରକରି ନାଟକଟି ଗଢ଼ି ଉଠିଛି । ସାଂପ୍ରତିକ କାଳର ଆଧୁନିକ ଜୀବନର ଖଣ୍ଡିତାଂଶ ତଥା ଖଣ୍ଡ ଖଣ୍ଡ ଅନୁଭୂତିର ଚିତ୍ର ଉପସ୍ଥାପନ କରେ । ଏହି ପରିପ୍ରେକ୍ଷୀରେ ରାଜହଂସ ନାଟକର ଚରିତ୍ରଗୁଡ଼ିକର ଜୀବନର ଖଣ୍ଡିତାଂଶରେ ଚିତ୍ର ଉପସ୍ଥାପନ କରାଯାଇ ମନୋବୈଜ୍ଞାନିକ ପଦ୍ଧତିରେ ଏହାର ସୂକ୍ଷ୍ମ ଅନୁଶୀଳନ ଓ ପର୍ଯ୍ୟବେକ୍ଷଣ କରାଯାଇଛି । ଏହାଦ୍ଵାରା ଜୀବନ-ଯନ୍ତ୍ରଣାରେ ଦଗ୍ଧ ହେଉଥିବା ଏହି ଚରିତ୍ରଗୁଡ଼ିକର ହତାଶାର ମୂଳକାରଣ ବାହାର କରାଯାଇଛି । ରାଜହଂସରେ ବର୍ଣ୍ଣିତ ଚରିତ୍ରମାନଙ୍କ ମଧ୍ୟରେ ଜଣେ ସର୍ବହରା ମଦ୍ୟପ ବ୍ୟବସାୟୀ, ଜଣେ ଗବେଷଣାଭ୍ରଷ୍ଟ ଅର୍ଦ୍ଧପାଗଳ ପ୍ରଫେସର, ଜଣେ ବାକ୍ଶକ୍ତିହୀନ ମିଲିଟାରୀ ଅଫିସର, ଜଣେ ପ୍ରେମପରିତ୍ୟକ୍ତ ପାଗଳ ଅଭିନେତା ଏବଂ ଜଣେ ପ୍ରେମପାଗଳିନୀ ଭାଓଲୀନବାଦିକା ନାରୀ । ମନସ୍ତାତ୍ତ୍ଵିକ ଡାକ୍ତର ଅତନୁ ତାଙ୍କର ଦଣ୍ଡକାରଣ୍ୟସ୍ଥ ମାନସିକ ଚିକିତ୍ସାଳୟରେ ସେବକ ସେବିକା, ବିଭିନ୍ନ ଆସବାବପତ୍ର ଭିତରେ ମନସ୍ତାତ୍ତ୍ଵିକ ରୀତିରେ ଚରିତ୍ରଗୁଡ଼ିକର କାର୍ଯ୍ୟକଳାପକୁ ଅନୁଧ୍ୟାନ କରିଛି । ସବୁ ଚରିତ୍ରଗୁଡ଼ିକର ମାନସିକ ବିକୃତିର ମୂଳ କାରଣ ଜଣାପଡ଼ିଛି । ମୁଖ୍ୟତଃ ନାଟକର ମୁଖ୍ୟ ନାରୀଚରିତ୍ର ରୀତାର ମାନସିକ ବିକୃତି ପାଇଁ ଯେ ଡାକ୍ତର ଅତନୁ ନିଜେ ଦାୟୀ ଏହା ପ୍ରମାଣିତ ହୋଇଛି । ଅତୀତରେ ଉଚ୍ଚଶିକ୍ଷା ପାଇଁ ବନ୍ଧୁ ଜୟନ୍ତ ଡାକ୍ତର ଅତନୁଙ୍କୁ ସାହାଯ୍ୟ ଦେଇଥିବାରୁ ସେ ନିଜ ରଚିତ କବିତାଗୁଡ଼ିକୁ ବନ୍ଧୁଙ୍କ ନାମରେ କବି ଧୂର୍ଜଟି ଛଦ୍ମନାମ ଦେଇ ପ୍ରକାଶ କରୁଥିଲେ । ପତ୍ରପତ୍ରିକାରୁ କବି ଧୂର୍ଜଟିଙ୍କ ନାମରେ ପ୍ରକାଶିତ କବିତାଗୁଡ଼ିକୁ ପଢ଼ି ରୀତା ତାଙ୍କୁ ଭଲପାଇ ବସିଲା ଓ ଛଦ୍ମନାମଧାରୀ ଜୟନ୍ତଙ୍କୁ ବିବାହ କଲା । ବନ୍ଧୁର ବନ୍ଧୁକୁ ଦାନ ଆଉ ତା’ର ପ୍ରତିଦାନ ପାଇଁ ଜୟନ୍ତ ନାମରେ କବିତା ପ୍ରକାଶିତ ହେବା ଫଳରେ ରୀତା ତା’ର ଈପସିତ୍ ବ୍ୟକ୍ତିଙ୍କୁ ସ୍ଵାମୀରୂପେ ପାଇଲା ନାହିଁ । ଫଳରେ ତା’ର ମାନସିକ ବିକୃତି ଘଟିଲା । ଡାକ୍ତର ଅତନୁଙ୍କ ଚିକିତ୍ସା ସମୟରେ ଏହି ରହସ୍ୟ ଉଦ୍ଘାଟିତ ହେଲା ।
ଠିକ୍ ସେହି ସମୟରେ ଡାକ୍ତର ଅତନୁଙ୍କ କବିତା ‘ଶତଦଳ' ବାଣୀପୀଠ ପୁରସ୍କାର ପାଇଲା ଓ ନାଗରିକ କମିଟି ତରଫରୁ ଜୟନ୍ତକୁ ସମ୍ବର୍ଶନା ଦିଆଯିବା ସ୍ଥିର ହେଲା । ଏକ ପକ୍ଷରେ ନିଜ ପାଇଁ ରୀତାର ମାନସିକ ବିକୃତି ଓ ନିଜର କୃତିତ୍ଵ ଉପରେ ଅନ୍ୟଜଣଙ୍କର ପ୍ରଭୁତ୍ଵକୁ ସହ୍ୟ କରି ନ ପାରି ମାନସିକ ଚିକିତ୍ସାଳୟରେ ମଧ୍ୟ ମାନସିକ ଯନ୍ତ୍ରଣାର ଶିକାର ହୋଇଛନ୍ତି । ନାଟ୍ୟକାର ନାନା ପରୀକ୍ଷଣ ନିରୀକ୍ଷଣ ଭିତରେ ଚିକିତ୍ସାଳୟର ରୋଗୀ, ଡ଼ାକ୍ତର, ସିଷ୍ଟର ପ୍ରଭୃତିଙ୍କ ଜୀବନର ବିଫଳତାଜନିତ ମାନସିକ ବ୍ୟାଧୂର ମୂଳକାରଣ ଖୋଜି ବାହାର କରିଛନ୍ତି । ଗୋଟିଏ ସେଟ୍ରେ ଏକ ମାନସିକ ଚିକିତ୍ସାଳୟ ଭିତରେ ମାନସିକ ରୋଗୀ ହିସାବରେ ଚରିତ୍ରଗୁଡ଼ିକୁ ପାଠକ ବା ଦର୍ଶକ ସମ୍ମୁଖକୁ ଆଣିଛନ୍ତି । ରୋଗୀମାନଙ୍କ ପ୍ରଳାପ କାର୍ଯ୍ୟକଳାପଗୁଡ଼ିକୁ ଅନ୍ୟ ଚରିତ୍ରମାନଙ୍କ ଦ୍ଵାରା ମନସ୍ତାତ୍ତ୍ଵିକ ବିଶ୍ଳେଷଣ କରାଇ ଏହାର ମୂଳକାରଣ ପାଠକ ନିକଟରେ ଉପସ୍ଥାପନ କରିଛନ୍ତି | ତେଣୁ ଯଥାର୍ଥରେ ‘ରାଜହଂସ’ ଏକ ସଫଳ ମନସ୍ତାତ୍ତ୍ଵିକ ପରୀକ୍ଷାମୂଳକ ନାଟକ ।
୨. ‘ ରାଜହଂସ’ ନାଟକର ନାମକରଣର ସାର୍ଥକତା ପ୍ରତିପାଦନ କର ।
ଉ. ସାହିତ୍ୟକୃତି ହେଉଛି ଯେକୌଣସି ସ୍ରଷ୍ଟାର ମାନସ ସନ୍ତାନ । ପିତାମାତା ନିଜ ପୁତ୍ରକନ୍ୟାଙ୍କର ନାଁ ଦେବାପରି ସ୍ରଷ୍ଟା ତା’ର ସୃଷ୍ଟିର ନାମକରଣ ଭାବି ବିଚାରି ଦେଇଥାଏ । ତେଣୁ ନାମ ସହିତ ବ୍ୟକ୍ତିବିଶେଷର କାର୍ଯ୍ୟକଳାପ ବା ପ୍ରକୃତିର କିଛି ସାମଞ୍ଜସ୍ୟ ନ ଥାଏ । କିନ୍ତୁ ସାହିତ୍ୟିକର ମାନରସ ସନ୍ତାନ ସାହିତ୍ୟକୃତିଗୁଡ଼ିକରେ ଏହାର ନାମକରଣର ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ସ୍ରଷ୍ଟା ଏହାର ଆଙ୍ଗିକ ତଥା ଆର୍ଥିକ ରୂପକୁ ନେଇ ନାମକରଣ କରେ । ବେଳେବେଳେ ନାମକରଣରୁ ହିଁ ଏହାର ପ୍ରକୃତ ରୂପ ଓ ମୂଲ୍ୟ ପାଠକ ଜାଣିପାରିଥାଏ । ତେଣୁ ସୃଷ୍ଟିର ନାମକରଣ ମୂଳରେ ସ୍ରଷ୍ଟାର ଚିନ୍ତନଶୀଳତା ବିଦ୍ୟମାନ ।
ଆଲୋଚ୍ୟ ‘ ରାଜହଂସ’ ନାଟକକୁ ବିଚାର କଲେ ଏହାର ନାମକରଣର ଯଥାର୍ଥତା ପ୍ରମାଣିତ ହୋଇପାରିବ । ପାରମ୍ପରିକ କାଳରେ ମୁଖ୍ୟ ନାୟକ ବା ମୁଖ୍ୟ ନାୟିକାଙ୍କ ନାମାନୁସାରେ ନାଟକର ନାମକରଣ ହୋଇଥାଏ । ସାଂପ୍ରତିକ କାଳରେ ପାରମ୍ପରିକତାର ଗଣ୍ଡି ଭିତରୁ ଯେତେବେଳେ ଆଧୁନିକ ନାଟକ ଜନ୍ମ ନେଇଛି ସେତେବେଳେ ଏହାର ବିଷୟବସ୍ତୁ ନିର୍ବାଚନ ପରି ମଧ୍ୟ ନାମକରଣକୁ ସ୍ରଷ୍ଟା ଅନୁରୂପ କରି ଥୋଇଛି ପାଠକ ବା ଦର୍ଶକ ନିକଟରେ ।
‘ ରାଜହଂସ ’ ନାଟକରେ ନାଟ୍ୟକାର ଏଗାରଟି ଚରିତ୍ରର ସମାବେଶ କରିଛନ୍ତି । ପୁଣି ଏହାର ନାମକରଣ ବିଷୟବସ୍ତୁର ଭାବ ସୃଷ୍ଟି କରିଛନ୍ତି । ଉକ୍ତ ଏଗାରଟି ଚରିତ୍ର ଭିତରୁ ପ୍ରାୟ ଆଠଟି ଚରିତ୍ରଙ୍କର ଜୀବନରେ ପ୍ରଶାନ୍ତ ମନ ଭିତରେ ଅଶାନ୍ତ ଝଡ଼ଝଞ୍ଜା ଅବିଶ୍ରାନ୍ତ ଭାବରେ ବହିଚାଲିଛି । ଏହି ଅଶାନ୍ତି ଝଡ଼ଝଞ୍ଜାକୁ ନେଇ ଚରିତ୍ରଗୁଡ଼ିକର ଯେଉଁ ମାନସିକ ପ୍ରତିକ୍ରିୟା ସୃଷ୍ଟି ହୋଇଛି ତାହାହିଁ ନାଟକର ବିଷୟବସ୍ତୁ ।
ପୁରାଣଶାସ୍ତ୍ରବିତ୍ ଯୋଗୀଋଷିମାନେ ମଣିଷର ମନକୁ ହଂସ ବା ଶ୍ରେଷ୍ଠହଂସ ବା ରାଜହଂସ ନାମରେ ନାମିତ କରିଛନ୍ତି । ଏହି ମନ ହେଉଛି ସବୁରି ଉପରେ ରାଜା । ମନକୁ ନିୟନ୍ତ୍ରଣ କରିବାର ଶକ୍ତି ସବୁ ସ୍ଥଳରେ ମନୁଷ୍ୟର ନଥାଏ । ଡାକ୍ତର ଅତନୁଙ୍କର ଚିକିତ୍ସାଳୟ ହେଉଛି ଏହି ଆଠଟି ଚରିତ୍ରଙ୍କର କ୍ରୀଡ଼ା ସରୋବର । ସେମାନେ ହେଉଛନ୍ତି ଜଣେ ଭାଓଲିନ୍ବାଦିକା, ପ୍ରେମପାଗଳିନୀ ନାରୀ, ଜଣେ ବ୍ୟବସାୟରେ ବିଫଳ ହୋଇଥିବା ମଦ୍ୟପ ବ୍ୟବସାୟୀ, ଜଣେ ପ୍ରେମପରିତ୍ୟକ୍ତ କଳାକାର, ଜଣେ ମୂକ ମିଲିଟାରୀ ଅଫିସର । ଜୀବନରେ ସବୁ ସ୍ଵପ୍ନ ସଫଳ ହୁଏନା, ହେଲେ ଏହି ବିଫଳତାକୁ ସମସ୍ତେ ଜୀବନରେ ବରଦାସ୍ତ କରିପାରନ୍ତି ନାହିଁ । ଭାଓଲିନ୍ବାଦିକା ନାରୀ ରୀତା ଜୀବନରେ ତାହା ହିଁ ଘଟିଛି । ସେ ଭଲପାଇଥିବା ପ୍ରକୃତ କବି ଧୂର୍ଜଟୀଙ୍କୁ ବିବାହ କରି ନ ପାରି ମାନସିକ ଯନ୍ତ୍ରଣାର ଶିକାର ହୋଇଛି । ବିଫଳତାକୁ କେନ୍ଦ୍ରକରି ମାନସ ହଂସ ତା’ର ବିଳପି ଉଠିଛି, ଜୀବନର ଏହି ଚରମ ବିଫଳତାକୁ ସେ ଭାଓଲିନ୍ର କରୁଣ ମୂହଁନା ଦେଇ ପ୍ରକାଶ କରିଛି ।
ପିନାକୀ ଜଣେ ବ୍ୟବସାୟୀ । ବ୍ୟବସାୟରେ ବିଫଳ ହୋଇ ମଦ୍ୟପାନ କରି ଶେଷରେ ଶାରୀରିକ ଯନ୍ତ୍ରଣା ଭୋଗ କରିଛନ୍ତି | ଗବେଷଣାରେ ବିଫଳ ବୈଜ୍ଞାନିକ ପ୍ରଫେସର ପରିଜା ସହକର୍ମୀ ବନ୍ଧୁଙ୍କଠାରେ ବିଶ୍ଵାସଘାତକତା ଲକ୍ଷ୍ୟ କରି ତାଙ୍କର ଗବେଷଣା ବିଫଳ ହୋଇଛି । ପ୍ରେମପରିତ୍ୟକ୍ତା କଳାକାର ଭୀମ ପ୍ରେମିକାଠାରୁ ଆଘାତ ପାଇଛନ୍ତି । ଫଳରେ ଜୀବନ ହୋଇଛି ଅନୁତାପରେ ହାହାକାରମୟ । ଏହି ଚରିତ୍ରମାନଙ୍କର ମାନସରୂପୀ ହଂସମାନଙ୍କର କ୍ରୀଡ଼ା ସରୋବର ହୋଇଛି ଡାକ୍ତର ଅତନୁଙ୍କ ଚିକିତ୍ସାକେନ୍ଦ୍ର । ମାନସିକ ବ୍ୟାଧୂ ସଂପର୍କୀୟ ସମସ୍ତକାରଣକୁ ଯେଉଁ ଦୁଇଜଣ ଖୋଜି ବାହାର କରୁଥିଲେ ସେମାନଙ୍କର ମାନସହଂସ ବି ଯନ୍ତ୍ରଣାରେ କବଳିତ ହୋଇଛି । ସେହି ଦୁଇଜଣ ହେଉଛନ୍ତି ଡ଼କ୍ତର ଅତନୁ ଆଉ ସିଷ୍ଟର ସାବିତ୍ରୀ । ସାବିତ୍ରୀ ସ୍ଵାମୀ ଭୀମଙ୍କର ଅବସ୍ଥା ଦେଖୁ ବିଚଳିତ ହୋଇପଡ଼ିଛି ।
ଡାକ୍ତର ଅତନୁ ସମସ୍ତଙ୍କ ମାନସିକ କ୍ରିୟାକଳାପକୁ ଲକ୍ଷ୍ୟ କରୁ କରୁ ନିଜେ ମାନସିକ ଯନ୍ତ୍ରଣା ଭୋଗ କରିଛନ୍ତି | ନିଜକୁ ଗୋପନୀୟ ରଖୁ ବନ୍ଧୁତ୍ଵର ଋଣ ସୁଝିବାକୁ ଯାଇ ସେ ବନ୍ଧୁ ଜୟନ୍ତକୁ କବି ଧୂର୍ଜଟି ବୋଲି ସମାଜରେ ପରିଚିତ କରାଇଛନ୍ତି । ନିଜର ଲେଖା କବିତାଗୁଡିକ କବି ଧୂର୍ଜଟି ନାମରେ ପ୍ରକାଶ ପାଇଛି । କବି ଧୂର୍ଜଟିଙ୍କ କବିତାକୁ ଭଲପାଇ ଛଦ୍ମନାମଧାରୀ ଜୟନ୍ତଙ୍କୁ ଭଲପାଇ ବିବାହ କରିଛି ରୀତା । ପ୍ରକୃତ କବି ଧୂର୍ଜଟି ନୁହେଁ ଜାଣିପାରି (ଜୟନ୍ତ)ଙ୍କୁ ସଫା ସଫା କହିଛି ତା’ର ମାନସିକ ବିକୃତିପାଇଁ ଡାକ୍ତର ଅତନୁ ହିଁ ଦାୟୀ । ନିଜର କବିତା ‘ଶତଦଳ’ ବାଣୀପୀଠ ପୁରସ୍କାର ପାଇଁ ବନ୍ଧୁ ଜୟନ୍ତ ନାଗରିକ କମିଟି ତରଫରୁ ସମ୍ମାନିତ ହେବା ଜାଣିପାରି ଅତନୁ ଗୌରବକୁ ସହ୍ୟ କରିପାରି ନାହିଁ । ଫଳରେ ଡାକ୍ତର ମଧ୍ୟ ମାନସିକ ଯନ୍ତ୍ରଣା ଭୋଗିଛନ୍ତି । ଚିକିତ୍ସାଳୟର ସମସ୍ତ ମାନସ ହଂସଗୁଡ଼ିକର ନିୟନ୍ତ୍ରଣ କରୁ କରୁ ତାଙ୍କର ମାନସହଂସ ଯନ୍ତ୍ରଣା ଭୋଗ କରିଛି । ଏହି ମାନସିକ ଯନ୍ତ୍ରଣାର ଶିକାର ହୋଇ ଡ଼ାକ୍ତର ଅତନୁ ମର ସଂସାରରୁ ବିଦାୟ ନେଇଛନ୍ତି । ନାଟକର ସବୁ ମାନସହଂସକୁ ନିୟନ୍ତ୍ରଣ କରୁଥିବା ଶ୍ରେଷ୍ଠହଂସ ବା ରାଜହଂସ ଦେହ ସରୋବର ଛାଡ଼ି ଉଡ଼ିଯାଇଛି ଅନ୍ୟ କେଉଁ ଅଜଣା ସ୍ଥାନକୁ ।
ପୁରାଣଶାସ୍ତ୍ରରେ ବର୍ଣନା କରାଯାଇଥିବା ମନକୁ ରାଜହଂସ କୁହାଯିବାର ରୂପ ଚେତନାକୁ ନେଇ ନାଟକଟିର ନାମକରଣ ସାର୍ଥକ ଓ ଯଥାର୍ଥ ହୋଇଛି ।
୩. ଓଡ଼ିଆ ନାଟ୍ୟ ସାହିତ୍ୟରେ ‘ରାଜହଂସ’ ନାଟକର ସ୍ଥାନ ନିରୂପଣ କର ।
ଉ. ଓଡ଼ିଆ ନାଟ୍ୟସାହିତ୍ୟର ଭୂୟୋବିକାଶ ସାଧ୍ଵତ ହୋଇଛି ୧୮୭୬ରୁ ଆରମ୍ଭ କରି ସାଂପ୍ରତିକ କାଳ ପର୍ଯ୍ୟନ୍ତ ଏକ ସୁଦୀର୍ଘ ସମୟ । ଏହି ସମୟ ମଧ୍ୟରେ ବହୁ ଐତିହାସିକ, ପୌରାଣିକ, ରାଜନୈତିକ, ମନସ୍ତାତ୍ତ୍ଵିକ ଓ ସାମାଜିକ ନାଟକମାନ ଆତ୍ମପ୍ରକାଶ କରିଛି । ଯୁଗେ ଯୁଗେ ମନୁଷ୍ୟ ପୁରାତନକୁ ତ୍ୟାଗ କରି ନୂତନକୁ ସ୍ଵାଗତ କରେ । ୧୯୫୦ ପରେ ଆମ ଦେଶରେ ନାଟ୍ୟ ସାହିତ୍ୟର ମୋଡ଼ କିଞ୍ଚିତ ପରିବର୍ତ୍ତନ ହେଲା । ଆନ୍ତର୍ଜାତିକ କ୍ଷେତ୍ରରେ ନାଟକର ଯେଉଁ ପରିବର୍ତ୍ତନ ହେଲା ତାହାର ପ୍ରଭାବ ଓଡ଼ିଆ ନାଟ୍ୟଜଗତରେ ପରିଦୃଷ୍ଟ ହେଲା । ମାନବିକ ଚିନ୍ତା ରାଜ୍ୟରେ ଫ୍ରଏଡ଼, ମାର୍କସ, ଡ଼ାରଉଇନ୍ଙ୍କ ଦର୍ଶନ ଗଭୀର ରେଖାପାତ କଲା ।
୧୯୫୦ ମସିହାଠାରୁ ମଧ୍ୟ ଓଡ଼ିଆ ନାଟ୍ୟଜଗତରେ ‘ନଟନାଟ୍ୟ’ ଆନ୍ଦୋଳନର ସୂତ୍ରପାତ ହେଲା । ଏହାର ମୁଖ୍ୟ ପୁରୋଧା ହେଉଛନ୍ତି ମନୋରଞ୍ଜନ ଦାସ । ସେ ‘ଆଗାମୀ’ ନାଟକ ରଚନା କରି ଏହି ସ୍ଵର ଉତ୍ତୋଲନ କରିଥିଲେ । ସମୟଠାରୁ ସାଂପ୍ରତିକ କାଳ ପର୍ଯ୍ୟନ୍ତ ନାନା ପରୀକ୍ଷା, ନିରୀକ୍ଷା, ଆଲୋଚନା ସମାଲୋଚନା ମଧ୍ୟରେ ତରୁଣ ପ୍ରଗତିବାଦୀ ନାଟ୍ୟକାରଗଣ ନାଟକ ରଚନାରେ ବ୍ରତୀ ଅଟନ୍ତି । ଏହି ନାଟକ ରଚନାର ପ୍ରାଥମିକ ସ୍ତରରେ ସମାଲୋଚକମାନେ ଏହାକୁ ଉଦ୍ଭଟ ଆଖ୍ୟାଦେଇ ଘୃଣା ବା ଅବହେଳା କରୁଥିଲେ । ମାତ୍ର ନାଟ୍ୟକାର ଶ୍ରୀଯୁକ୍ତ ଚଇନିଙ୍କ ଭାଷାରେ “ଉଦ୍ଭଟ ମଞ୍ଚ ଉପରେ ନାଟକ ଏକ ଅଭୂତପୂର୍ବ ଶୈଳୀର ପ୍ରୟୋଗ ହୋଇ ନାହିଁ ।”
ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ସାଂପ୍ରତିକ କାଳରେ ମନୁଷ୍ୟ ଜୀବନ ଯେତେବେଳେ ନିହାତି କ୍ଷଣିକ ଓ ଅଳୀଳ ହୋଇପଡ଼ିଛି । ସେତେବେଳେ ତା’ ଜୀବନ ଦୁର୍ବିସହ ହୋଇ ଉଠିଛି ଆଉ ଚିନ୍ତାଧାରା ହୋଇଛି ଉଦ୍ଭଟ । ସେ ଯାହା ହେଉନା କାହିଁକି, ନାନା ପରୀକ୍ଷା ନିରୀକ୍ଷା, ଉତ୍ଥାନପତନ ଭିତରେ ଉଦ୍ଭଟ ନାଟ୍ୟଶୈଳୀ ପ୍ରାଚୀନକୁ ଅନୁସରଣ ଓ ଅନୁକରଣ କରି ନିଜର ସ୍ଥିତି ଦୃଢ କରିପାରିଛି । ଉଦ୍ଭଟତାର ପୃଷ୍ଠଭୂମି ଉପରେ ସାଂପ୍ରତିକ କାଳରେ ଯେଉଁ ନାଟକ ରଚନା କରାଯାଉଛି ତାହା (କ) ମନୁଷ୍ୟ ମନର ଅନ୍ତଃରାଜ୍ୟରେ ସଂଘଟିତ ହେଉଥିବା ଅତିବାସ୍ତବ ଚିତ୍ରକୁ ଉନ୍ମୋଚନ କରେ । (ଖ) ପୁରାତନ ନାଟକ ପରି ଏହାର ଗତି ସରଳରେଖକ ନ ହୋଇ ବୃତ୍ତାକାର ହୁଏ । (ଗ) ଏହା କୌଣସି ବୌଦ୍ଧିକ ସମସ୍ୟାର ଉଦ୍ଘାଟନ କରେନା । (ଘ) ଏଥିରେ ଦର୍ଶକ ଓ ପାଠକ ପାଇଁ ଗୁଡ଼ାଏ ଅନୁଭୂତି ଛାଡ଼ି ଦିଆଯାଏ । (ଙ) ମଣିଷର ସମସାମୟିକ ମାନସିକ ସ୍ଥିତି ମଧ୍ୟରୁ ଅସମାଧୂତ ସାଧୁତା ଓ ନିରୀକ ଆତ୍ମପ୍ରକାଶ ଭାବ ପ୍ରୟାସୀ ସତ୍ୟକୁ ଉଦ୍ଘାଟନ କରେ । (ଚ) ଗୋଟିଏ ଦୃଶ୍ୟପଟ୍ଟ ଉପରେ ନାଟକଟି ରଚିତ ହୋଇଥାଏ । ଉପରୋକ୍ତ ବିଭାବଗୁଡ଼ିକୁ ନେଇ ଆଧୁନିକ ଓଡ଼ିଆ ନାଟ୍ୟ ଜଗତରେ ‘ରାଜହଂସ’ର ସ୍ଥାନ ସ୍ଵତନ୍ତ୍ର । ସାଂପ୍ରତିକ କାଳରେ ସ୍ଥିତିହୀନ ବର୍ତ୍ତମାନକୁ ନେଇ ଓ ଅକୃତକାର୍ଯ୍ୟ ମାନବର ଅତିନ୍ଦ୍ରିୟ ରାଜ୍ୟରେ ନିଜର ଅସଫଳତାକୁ ନେଇ ଯେଉଁ ଆଲୋଡନ ସୃଷ୍ଟି ହେଉଛି ତାହାର ମନୋବୈଜ୍ଞାନିକ ବିଶ୍ଳେଷଣ ହେଉଛି ନାଟକ ‘ରାଜହଂସ’ । ବିଭିନ୍ନ ଚରିତ୍ରର ମନୋବୈଜ୍ଞାନିକ ବିଶ୍ଳେଷଣ ଦ୍ବାରା ଅତିନ୍ଦ୍ରିୟ ରାଜ୍ୟର ନିରାଟ ସତ୍ୟ ଘଟଣାକୁ ଉପସ୍ଥାପନ କରିବାରେ ନାଟ୍ୟକାର ସମର୍ଥ ହୋଇପାରିଛନ୍ତି ।
ବ୍ୟବସାୟରେ ବିଫଳ ହେବାପରେ ଜଣେ ବ୍ୟବସାୟୀ ମନର ପ୍ରତିକ୍ରିୟା, ଗବେଷଣାରୁ ବିଫଳ ହେବାପରେ ଜଣେ ବୈଜ୍ଞାନିକଙ୍କର ପ୍ରତିକ୍ରିୟା, ପ୍ରେମର ବିଫଳ ହୋଇ ଜଣେ କଳାକାରଙ୍କ ପ୍ରତିକ୍ରିୟା, ପୁଣି ଈପସିଡ୍ ବ୍ୟକ୍ତିଙ୍କୁ ନପାଇ ଜଣେ ପ୍ରେମପାଗଳିନୀ ନାରୀ ମନର ପ୍ରତିକ୍ରିୟା ଓ ସର୍ବୋପରରି ନିଜର କୃତିତ୍ଵ ଉପରେ ବନ୍ଧୁ ଜୟନ୍ତର ପ୍ରଭୁତ୍ଵନେଇ ଡାକ୍ତର ଅତନୁଙ୍କ ମାନସିକ ପ୍ରତିକ୍ରିୟାର ନିଚ୍ଛଳ ଚିତ୍ର ଓ ଏହାର ଭୟାବହ ପରିଣତ ଚିତ୍ର ଏଥରେ ସଫଳ ଭାବରେ ରୂପାୟନ କରାଯାଇଛି ।
ମନସ୍ତାତ୍ତ୍ଵିକ ସତ୍ୟର ଉଦ୍ଘାଟନରେ ‘ରାଜହଂସ’ ଶ୍ରୀଯୁକ୍ତ ଚଇନିଙ୍କର ଏକ ସଫଳ ସୃଷ୍ଟି । ତତ୍କାଳୀନ ଓଡ଼ିଆ ନାଟ୍ୟ ସାହିତ୍ୟରେ ‘ରାଜହଂସ’ ନାଟକ ଯେ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ଅଧିକାର କରିଥିଲା ତାହା ସମସାମୟିକ ପତ୍ରପତ୍ରିକା ଓ ବିଭିନ୍ନ ନାଟ୍ୟାମୋଦୀ ଦର୍ଶକଙ୍କ ମତାମତରୁ ମଧ୍ୟ ଦେଖିବାକୁ ମିଳେ। “ମନ ହେଉଛି ସବୁରି ଉପରେ ରାଜା । ଯୋଗାଚାରୀ ସାଧକର ସାଧନାରେ ସେଇ ହେଉଛି ହଂସ । ସେହି ହଂସକୁ ଅକ୍ତିଆର କରି ପାରିଲେ ଏବଂ ଚିହ୍ନି ପାରିଲେ ସବୁଠି ସଫଳତା ସୁନିଶ୍ଚିତ । ସେଇ ହଂସର କାହାଣୀ କହିଛି ନାଟକ ‘ରାଜହଂସ ।'”
4. ‘ରାଜହଂସ’ ନାଟକରୁ ନାଟ୍ୟକାରଙ୍କ ସୃଷ୍ଟି ଆଭିମୁଖ୍ୟ ଆଲୋଚନା କର ।
ଊ. ମନୁଷ୍ୟର ମାନସିକ ରାଜ୍ୟରେ ସଂଘଟିତ ହେଉଥିବା ପ୍ରତିକ୍ରିୟାକୁ ଆଧୁନିକ ନାଟ୍ୟକାର ନାଟକରେ ରୂପାୟନ କରିଥାଏ । ପ୍ରତି ମୁହୂର୍ତ୍ତରେ ମନୁଷ୍ୟ ମନର ଅନ୍ତଃରାଜ୍ୟରେ କିଛି ନା କିଛି ଚିନ୍ତା ବା ଭାବନା ସୃଷ୍ଟି ହେଉଥାଏ । ବୋଧହୁଏ ଏମିତି ମୁହୂର୍ଭଟିଏ ଯାଏନା ଯେତେବେଳେ ମନୁଷ୍ୟର ମନ ଭାବନାମୁକ୍ତ । ସାଧାରଣତଃ ଯାହାକୁ ବାହ୍ୟତଃ ବାସ୍ତବ ବୋଲି ମନେ କରାଯାଏ ତାହା ପ୍ରକୃତ ବାସ୍ତବ ନୁହେଁ । ଆଧୁନିକ ନାଟକ ତା’ର ଅତ୍ୟାଧୁନିକ ଶୈଳୀ ମଧ୍ୟରେ ପ୍ରକୃତ ବାସ୍ତବତାର ସନ୍ଧାନ ପାଇଛି । ବାହ୍ୟ ବାସ୍ତବତା ଅପେକ୍ଷା ଅନ୍ତରର ବାସ୍ତବତା ହେଉଛି ବେଶୀ ସତ୍ୟ । ଆଧୁନିକ ଯୁଗରେ ମନୁଷ୍ୟ ମନର ପୁଞ୍ଜିଭୂତ ବିଫଳତାକୁ ପ୍ରକାଶ କରିବାରେ ଅନ୍ତରର ବାସ୍ତବତା ମୁଖ୍ୟ ଅଂଶ ଗ୍ରହଣ କରେ । ବାହାରେ ଆମେ ଯେଉଁ ଜିନିଷର ସତ୍ୟତା ଉପଲବ୍ଧ କରୁଥାଇଁ ମାନସ-ରାଜ୍ୟରେ ସେଇ ଜିନିଷ ପ୍ରତି ଦୃଷ୍ଟିକୋଣ ଆହୁରି ବେଶୀ। ସତ୍ୟତାର ଏବଂ ବେଶୀ ବାସ୍ତବ ମନୁଷ୍ୟ ମନର ଅନ୍ତର୍ନିହିତ ଦୃଷ୍ଟିକୋଣରୁ ନେଇ କୌଣସି ଜିନିଷର ସୂକ୍ଷ୍ମ ଅନୁଶୀଳନ କଲେ ଏଥିରେ ଥିବା ନିଚ୍ଛକ ସତ୍ୟ ଜଣାପଡ଼ିଥାଏ ।
ସାଂପ୍ରତିକ କାଳରେ ବିଜ୍ଞାନର ବସ୍ତୁବାଦୀ ଚିନ୍ତାଧାରାକୁ ନେଇ ଯେତେ ନୂଆ ନୂଆ ଜିନିଷ ସୃଷ୍ଟି କରାଯାଇ ପାରୁଛି, ମନୁଷ୍ୟର ଜୀବନଧାରଣର ମାନ ଉନ୍ନତି ଲାଭ କରିଛି ବୋଲି ଯେତେ ବିଶ୍ଵାସ କରାଯାଉଛି, ତା’ର ଜୀବନ ସେତେବେଶୀ ସ୍ଥିତିହୀନ ହୋଇ ପଡ଼ିଛି ଓ ଜୀବନର ମୂଲ୍ୟବୋଧ ସେତେ କମିଯାଇଛି । ସାଂପ୍ରତିକ କାଳରେ ମନୁଷ୍ୟ ଜୀବନ ହୋଇଛି ସମସ୍ୟାବହୁଳ | ଏହି ହତାଶା, ନିରାଶା, ଆତ୍ମପ୍ରବଞ୍ଚନା, ଆତ୍ମନି ଓ ଚରମ ବିଫଳତାକୁ ନେଇ ମନୁଷ୍ୟର ଅନ୍ତଃରାଜ୍ୟରେ ଯେଉଁ ପ୍ରତିକ୍ରିୟା ସୃଷ୍ଟିହୁଏ ତାହାର ବାସ୍ତବ ରୂପ ନାଟ୍ୟକାର ଶ୍ରୀଯୁକ୍ତ ଚଇନି ଆଲୋଚ୍ୟ ନାଟକ ‘ରାଜହଂସ’ ରେ ଦର୍ଶାଇଛନ୍ତି । ଚରିତ୍ରଗୁଡ଼ିକର କାର୍ଯ୍ୟକଳାପ ଓ ଗତିବିଧିକୁ ଲକ୍ଷ୍ୟକଲେ ମାନସିକ ରାଜ୍ୟରେ ସୃଷ୍ଟି ହେଉଥିବା ପ୍ରତିକ୍ରିୟା ଯାହା ବାସ୍ତବ ସତ୍ୟଠାରୁ ଆହୁରି ନିରାଟ ସତ୍ୟ ତାହା ସହଜରେ ଜଣାପଡ଼େ ।
‘ ରାଜହଂସ’ ନାଟକରେ ନାଟ୍ୟକାର ଦଣ୍ଡକାରଣ୍ୟର ପ୍ରାକୃତିକ ପରିବେଶ ମଧ୍ୟରେ ଏକ ମାନସିକ ଚିକିତ୍ସା କେନ୍ଦ୍ରରେ ଚରିତ୍ରଗୁଡ଼ିକର ମାନସିକ ପ୍ରତିକ୍ରିୟା ସମ୍ବନ୍ଧରେ ପରୀକ୍ଷା ନିରୀକ୍ଷା କରିଛନ୍ତି । ଏହି ପରୀକ୍ଷା ନିରୀକ୍ଷା ଦ୍ଵାରା ମାନସରାଜ୍ୟରେ ସୃଷ୍ଟି ହେଉଥିବା ନାନା ପ୍ରତିକ୍ରିୟା ବାସ୍ତବ ସତ୍ୟଠାରୁ କିପରି ଆହୁରି ସତ୍ୟ ତାହାର ନିଖୁଣ ଚିତ୍ର ପ୍ରଦତ୍ତ ହୋଇଛି | ନାଟକର ମୁଖ୍ୟ ନାୟିକା ରୀତା ଜୀବନରେ ବାଞ୍ଛିତ ବସ୍ତୁକୁ ପାଇନାହିଁ । ଫଳରେ ବାସ୍ତବ ଜୀବନରେ ସେ ସ୍ଵାମୀ ସହ ସୁଖର ସଂସାର ନ ଗଢ଼ି ବରଂ ମାନସିକ ବିକୃତର ଶିକାର ହୋଇଛି । ଯଦି ଜୀବନର ଯାତ୍ରାପଥରେ ପୁରୁଷ ହେଉ ବା ନାରୀ ହେଉ ତା’ର ମନଲାଖି ସାଥୀଟିଏ ନ ପାଇଥାଏ ତେବେ ଜୀବନ ହୁଏ ଦୁଃଖପୂର୍ଣ୍ଣ ଓ ହାହାକାରମୟ । ରୀତାର ମନ ପସନ୍ଦର ସାଥୀ କବି ଧୂର୍ଜଟିକୁ ସେ ବାସ୍ତବ ଜୀବନରେ ପାଇପାରିନାହିଁ । ଦାମ୍ପତ୍ୟଜୀବନର ଏହି ଅଶାନ୍ତିକୁ କେହି ସ୍ଥଳବିଶେଷରେ ଦୁଃଖ କଷ୍ଟରେ ମଥାପତି ସହି ନେଇଯାଏ, ହେଲେ ମାନସିକ ରାଜ୍ୟରେ ଏହାର ପ୍ରତିକ୍ରିୟା ଭୟାବହ ଏହାର ନିଖୁଣ ଚିତ୍ର ହୋଉଛି ରୀତାର କରୁଣ ଭଓଲିନ୍ ବାଦନ ଓ ମାନସିକ ବିକୃତି । ଏ
ନାଟ୍ୟକାର ମଣିଷ ଜୀବନରେ ଘଟିଥିବା ସତ୍ୟ ଘଟଣା ସହ ମୁକାବିଲା କରି ଶେଷରେ ହାରିଯାଇଥିବା କେତେକଙ୍କ ଉଦାହରଣ ମାଧ୍ୟମରେ ‘ରାଜହଂସ’ ନାଟକରେ ଉପସ୍ଥାପନା କରିଛନ୍ତି । ସେମାନଙ୍କ ମଧ୍ୟରୁ ମୁଖ୍ୟ ଚରିତ୍ର ହେଉଛନ୍ତି ଡାକ୍ତର ଅତନୁ । ଯାହାକୁ କେନ୍ଦ୍ରକରି ସବୁଗୁଡ଼ିକ ଚରିତ୍ରର ମାନସିକ ପ୍ରତିକ୍ରିୟା ପ୍ରକାଶ ପାଇଛି । ନିଜେ ଜଣେ ମନସ୍ତାତ୍ତ୍ଵିକ ଡାକ୍ତର ହୋଇ ମାନସିକ ଯନ୍ତ୍ରଣାର ଶିକାର ହୋଇଛନ୍ତି । ବନ୍ଧୁ ଜୟନ୍ତଙ୍କ ଆର୍ଥିକ ସହାୟତା ଯୋଗୁଁ ଡ଼ାକ୍ତର ଅତନୁ ଉଚ୍ଚଶିକ୍ଷା ଲାଗି ଆମେରିକା ଯାତ୍ରା କରିଛନ୍ତି । ପ୍ରତିବଦଳରେ ନିଜ ରଚିତ କବିତାଗୁଡ଼ିକ ଜୟନ୍ତ (କବି ଧୂର୍ଜଟି) ନାମରେ କବିତାଗୁଡ଼ିକ ପ୍ରକାଶ ପାଇଛି । ହେଲେ ନିଜ କବିତା ‘ଶତଦଳ’ ବାଣୀପୀଠ ପୁରସ୍କାର ଏବଂ ସମ୍ମାନ ପାଇବାକୁ ଥିବାବେଳେ ତାଙ୍କର ଜୟନ୍ତ ପ୍ରତି ଈର୍ଷା ହୋଇଛି | ସତେଯେପରି ଏତେ ବଡ଼ ତ୍ୟାଗ କରି ସେ ମସ୍ତବଡ଼ ଭୁଲ କରିଛନ୍ତି । ତେଣୁ ଜୟନ୍ତ, ଅତନୁଙ୍କ ମଧ୍ୟରେ ମତାନ୍ତର ହେବାରୁ ଅତନୁ ନିଜର ଭୁଲ ପାଇଁ କ୍ଷମା ମାଗିଛନ୍ତି । ରୀତା ଡାକ୍ତର ଯେ ପ୍ରକୃତରେ କବି ଧୂର୍ଜଟି ଯାହାକୁ କି ସିଏ ଭଲପାଇବସିଥିଲା ତାହା ଜାଣିପାରି ଅନେକ ଭର୍ତ୍ସନା କରିଛି ଏବଂ ବାଣୀପୀଠ ପୁରସ୍କାର ପ୍ରାପ୍ତି ଦିନ ସମସ୍ତଙ୍କ ଆଗରେ ସତ କହିଦେବ ଯେ ଜୟନ୍ତ ପ୍ରକୃତରେ କବି ଧୂର୍ଜଟି ନୁହେଁ ଡ଼ାକ୍ତର ଅତନୁ ପ୍ରକୃତରେ କବି ଧୂର୍ଜଟି, ନିଜ ଜୀବନ ସହ ଅତନୁ କାହିଁ ଖେଳିଲେ ମାତ୍ର କିଛି ଟଙ୍କା ପାଇଁ ଏପରି ଅନେକ ଆତ୍ମାକୁ ବାଧଲା ପରି ବାଣୀ ଶୁଣାଇଛି, ଶେଷରେ ଡାକ୍ତର ମାନସିକ ଭାରସାମ୍ୟ ହରାଇ ଚିରଦିନପାଇଁ ବିଦାୟ ନେଇଛନ୍ତି ।
ରାଜହଂସ ଯେ ମନୁଷ୍ୟର ମନରୂପକ ଅନ୍ତଃରାଜ୍ୟର ଏକ ନିଖୁଣ ପଟ୍ଟଚିତ୍ର । ନାଟ୍ୟକାରଙ୍କ ଓଡ଼ିଆ ନାଟ୍ୟଜଗତରେ ‘ ରାଜହଂସ’ ନାଟକ ଏକ ସ୍ଵତନ୍ତ୍ର ସ୍ଥାନ ପ୍ରଦାନ କରିଛି ।
୫. ‘ରାଜହଂସ’ ନାଟକର ମଞ୍ଚମୂଲ୍ୟ ବିଚାର କର ।-
ଉ. ଆଳଙ୍କାରିକମାନଙ୍କ ମତରେ ନାଟକ ହେଉଛି ଏକ ଦୃଶ୍ୟ କାବ୍ୟ । ସମଗ୍ର ସାହିତ୍ୟ ଜଗତରେ ନାଟକର ସ୍ଵତନ୍ତ୍ରତା ଅନସ୍ବୀକାର୍ଯ୍ୟ । ନାଟକର ସଫଳତା ଓ ବିଫଳତା ରଙ୍ଗମଞ୍ଚ ଉପରେ ଓ ଏହାର କଳା-କୌଶଳ ଉପରେ ନିର୍ଭର କରେ । ଯେତେ ଉଚ୍ଚକୋଟୀର ବିଷୟବସ୍ତୁକୁ ନେଇ ନାଟକ ରଚନା କରାଯାଇଥିଲେ ମଧ୍ୟ ତାହା ଯଦି ରଙ୍ଗମଞ୍ଚରେ ସଫଳ ଭାବରେ ଅଭିନୟ କରାଯାଇପାରିବ ନାହିଁ ତେବେ ତାହା ପ୍ରକୃତ ନାଟକ ପଦବାଚ୍ୟ ହୋଇପାରେ ନାହିଁ । ବିଷୟବସ୍ତୁ, ଚରିତ୍ର, ଅଭିନୟ, ସ୍ଥାନ କାଳ ବାତାବରଣ, ଭାଷା ଓ ପରିବେଷଶ କଳା- କୌଶଳ ଦୃଷ୍ଟିରୁ ନାଟକର ମଞ୍ଚମୂଲ୍ୟ ବା ନାଟକୀୟ ମୂଲ୍ୟ ନିର୍ଣ୍ଣୟ କରାଯାଏ ।
ରାଜହଂସ ନାଟକର ବିଷୟବସ୍ତୁ ସାମାଜିକ ପରିସର ମଧ୍ୟରେ ମନୁଷ୍ୟର ଜୀବନର ଏକ ଅତିବାସ୍ତବ କାହାଣୀ । ମଣିଷ ମନର ଅନ୍ତଃରାଜ୍ୟରେ ଏମିତି ଅନେକ କାମନା ବାସନା ଥାଏ । ନିଜର ଈପସିତ ବସ୍ତୁ ବା ଲକ୍ଷ୍ୟ ହାସଲ ଦିଗରେ ସେ ସବୁବେଳେ ଚିନ୍ତିତ ଥାଏ । ନିଜର ସମସ୍ତ ପ୍ରକାର ବୁଦ୍ଧି କୌଶଳ ଖଟାଇ ଅତି ଯତ୍ନର ସହିତ ସେ ଲକ୍ଷ୍ୟ ହାସଲ କରିବାକୁ ପ୍ରୟାସୀ ହୁଏ । ଯଦି ମନୁଷ୍ୟ ତା’ର ଲକ୍ଷ୍ୟ ହାସଲ କରି ନା ପାରେ କିମ୍ବା ଈପ୍ସିତ ବସ୍ତୁ ପାଇପାରେ ନାହିଁ ତେବେ ତା'ର ଯେଉଁ ମାନସିକ ପ୍ରତିକ୍ରିୟା ଘଟେ ତାହାର ପରିଣତି ବାସ୍ତବ ଜୀବନରେ ଭୟାବହ ହୋଇପଡ଼େ । ଅନ୍ୟପକ୍ଷରେ ମନୁଷ୍ୟ ନିଜର କୃତିତ୍ଵ ଉପରେ ଅନ୍ୟ ଜଣଙ୍କର ପ୍ରଭୁତ୍ଵକୁ ସ୍ଵୀକାର କରିପାରେ ନାହିଁ । ଆଲୋଚ୍ୟ ନାଟକରେ ବ୍ୟବସାୟୀ ପିନାକୀ, ସାଧନାଭ୍ରଷ୍ଟ ବୈଜ୍ଞାନିକ ପ୍ରଫେସର ପରିଜା, ପ୍ରେମପରିତ୍ୟକ୍ତ କଳାକାର ଭୀମ ଓ ସର୍ବୋପରି ମୁଖ୍ୟନାୟିକା ରୀତା ପ୍ରଭୃତି ଚରିତ୍ରମାନଙ୍କ ନିଜର ଲକ୍ଷ୍ୟସ୍ଥଳ ବା ଈପ୍ସିତ ବସ୍ତୁକୁ ନ ପାଇ ପାଗଳ ହୋଇଛନ୍ତି ।
ମନସ୍ତାତ୍ତ୍ଵିକ ଚିକିତ୍ସାକେନ୍ଦ୍ରର ମୁଖ୍ୟ ଡାକ୍ତର ଅତନୁ । ଲକ୍ଷ୍ୟଭ୍ରଷ୍ଟର ଚରିତ୍ରଗୁଡ଼ିକର କାର୍ଯ୍ୟକଳାପକୁ ଉପଯୁକ୍ତ ଭାବରେ ନିରୀକ୍ଷଣ କରିଛନ୍ତି । ଶେଷରେ ନିଜର କୃତିତ୍ଵ କବିତା ‘ଶତଦଳ’ ବାଣୀ ପୁରସ୍କାର ତଥା ନାଗରିକ କମିଟି ତରଫରୁ ଜୟନ୍ତର ସମ୍ବର୍ଦ୍ଧନା ଡାକ୍ତର ଅତନୁ ସହ୍ୟ କରିନପାରି ମାନସିକ ଯନ୍ତ୍ରଣାରେ ମୃତ୍ୟୁବରଣ କରିଛନ୍ତି । ଆଧୁନିକ ନାଟକର ଲକ୍ଷ୍ୟ ହେଉଛି ବ୍ୟକ୍ତିର ବାସନା ଓ ଆବେଗକୁ ଚେତନ ବା ଅବଚେତନ ମନରୁ କାଢ଼ିନେଇ ନାଟକୀୟ ଘଟଣାରୂପେ ଉପସ୍ଥାପିତ କରିବା । ଏହି ଦୃଷ୍ଟିରୁ ରାଜହଂସ ନାଟକରେ ନାଟ୍ୟକାର ମାନସିକ ବିଶ୍ଳେଷଣ ଦ୍ଵାରା ଡ଼ାକ୍ତର ଅତନୁଙ୍କ ମନସ୍ତାତ୍ତ୍ଵିକ ଚିକିତ୍ସାକେନ୍ଦ୍ରରେ ଚରିତ୍ରଗୁଡ଼କିର ଅବଚେତନ ମନର କାହାଣୀ ଉପସ୍ଥାପନ କରିଛନ୍ତି ।
ଉପଯୁକ୍ତ ଳକ୍ଷ୍ୟନେଇ ନାଟକଟି ସ୍ଥାନ, କାଳ, ପରିବେଶ ଭେଦରେ ରଚନା କରାଯାଇଛି । ପୁଣି ଚରିତ୍ରଗୁଡ଼ିକ ସ୍ଵ ସ୍ଵ ଅଭିନୟ ଜୀବନ୍ତ ଭାବରେ ସମାହିତ କରିଛନ୍ତି । ତେଣୁ ରାଜହଂସ ନାଟକ ରଙ୍ଗମଞ୍ଚରେ ଅଭିନୀତ ହେବାର ଗୌରବ ଲାଭକରି ଉଚ୍ଚ ପ୍ରଶଂସିତ ହେବାର ସୁଯୋଗ ପାଇଛି । ଡ଼ାକ୍ତର ଅତନୁଙ୍କ ଚିକିତ୍ସାଳୟର ବୈଠକଖାନା ଭିତରୁ ନାଟକଟିକୁ ନାଟକୀୟ ଭାବରେ ଆରମ୍ଭ କରାଯାଇଛି । ବ୍ୟବସାୟୀ ପିନାକୀ, କଳାକାର ଭୀମ, ମିଲିଟାରୀ ଅଫିସର, ଗବେଷକ ପ୍ରଫେସର ପରିଜା, ରୀତା, ସିଷ୍ଟର, ହରି ଅଇଁଠା, ଏବଂ ବୀର ଇତ୍ୟାଦି ଚରିତ୍ରକୁ ନେଇ ନାଟକଟି ଅଗ୍ରଗତି କରିଛି । ଅତନୁଙ୍କ ଲିଖିତ କବିତା ‘ଶତଦଳ’ ଯାହାକି ଜୟନ୍ତ(ଧୂର୍ଜଟି) କବି ନାମରେ ପ୍ରକାଶ କରୁଥିଲେ ତାହା ବାଣୀପୀଠ ପୁରସ୍କାର ପାଇବାର ସମ୍ବାଦ ଶୁଣି ଡ଼ାକ୍ତର ଅତନୁଙ୍କର ମାନସିକ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ନାଟକର ମୁଖ୍ୟ ନାୟିକା ରୀତା, ସ୍ଵାମୀ ଜୟନ୍ତ ଯେ ପ୍ରକୃତରେ କବି ଧୂର୍ଜଟି ନୁହଁନ୍ତି ଜାଣିପାରି ପ୍ରକୃତକବି ଡ଼ାକ୍ତର ଅତନୁଙ୍କୁ ନିଜ ମାନସିକ ଅବସ୍ଥା ପାଇଁ ଦାୟୀ କରିଛି କାରଣ ବିବାହ ସିଏ କବି ଧୂର୍ଜଟିକୁ ମନେ ମନେ ଭଲପାଇ ବିବାହ କରିବାର ସ୍ଵପ୍ନ ଦେଖ୍ ଜୟନ୍ତକୁ ବାହା ହୋଇଥିଲା ହେଲେ ନିଜର ଅବସ୍ଥା ପାଇଁ ସେ ଡ଼ାକ୍ତରଙ୍କୁ ଦାୟୀ କରି ସାମାନ୍ୟ କେତେଟା ଟଙ୍କା ପାଇଁ ଡାକ୍ତରଙ୍କ ଏପରି କାର୍ଯ୍ୟକୁ ସେ ନିନ୍ଦା କରିଛି । ଶେଷରେ ନିଜକୁ ଦୋଷୀ ମନେକରି ଗଭୀର ଚିନ୍ତାରେ ରହି ଡ଼ାକ୍ତର ମୃତ୍ୟୁବରଣ କରିଛନ୍ତି । ଏହା ମଧ୍ୟ ପାଠକ ଓ ଦର୍ଶକ ସମ୍ମୁଖରେ ଏକ ନାଟକୀୟ ଘଟଣା । ଏହିଭଳି ଭାବରେ ରାଜହଂସ ନାଟକକୁ ବିଶ୍ଳେଷଣ କଲେ ଜଣାଯାଏ ଯେ ଏହାର ନାଟକୀୟ ମୂଲ୍ୟ ଉଚ୍ଚକୋଟୀର ।
ନାଟକଟିକୁ ଗୋଟିଏ ସେଟ୍ରେ ଦୁଇ ଅଂଶରେ ବିଭକ୍ତ କରି ରଚନା କରାଯାଇଛି । ପ୍ରଥମାର୍ଦ୍ଧରେ ବିଷୟବସ୍ତୁ ଓ ଚରିତ୍ରଗୁଡ଼ିକର ସୂଚନା ଦିଆଯାଇଛି । ଦ୍ଵିତୀୟାର୍ଦ୍ଧରେ ଚରିତ୍ରଗୁଡ଼ିକର ମାନସିକ ବିକୃତିର ମୂଳବୀଜ ଆବିଷ୍କାର କରାଯାଇଛି । ସବୁଗୁଡ଼ିକର ଚରିତ୍ରର ମନସ୍ତାତ୍ତ୍ଵିକ ବିଶ୍ଳେଷଣ ଦ୍ଵାରା ମାନସିକ ବିକୃତିଜନିତ କାରଣର ଉଦ୍ଘାଟନ ସଙ୍ଗେ ନାଟକର ପରିସମାପ୍ତି 'ନାଟକଟିକୁ ସଫଳ କରିଛି । ଆଧୁନିକ ନାଟକରେ ମନସ୍ତାତ୍ତ୍ଵିକ ବ୍ୟାଖ୍ୟା କଲାବେଳେ ଚରିତ୍ର ମୁହଁରେ ନାଟ୍ୟକାର ସଂଳାପ ଛୋଟ କରିଦିଅନ୍ତି । ରାଜହଂସ ନାଟକର ନାଟ୍ୟକାର ଅନୁରୂପ ସଂଳାପ ସୃଷ୍ଟି କରିବାରେ ମଧ୍ୟ ସଫଳ ହୋଇଛନ୍ତି । ଦ୍ବନ୍ଦ୍ବ, ଉତ୍କଣ୍ଠା, ଆବେଗ, ନାଟ୍ୟଶ୍ଳେଷ, ହାସ୍ୟରସ ଓ ସଙ୍ଗୀତ ନାଟକଟିକୁ ସରସ ସୁନ୍ଦର କରିଛି | ନାଟକଟି ମୂଳରୁ ଅନେକଗୁଡ଼ିଏ ବିଫଳତାକୁ ନେଇ ରଚନା କରାଯାଇଥିବାରୁ ଏହା ଏକ ଦୁଃଖାନ୍ତ ନାଟକ ହୋଇଛି । ସେଥିପାଇଁ ନାଟ୍ୟକାର ଗୋଟିଏ ଦୁଇଟି ଗୌଣଚରିତ୍ର ମୁହଁରେ ହାସ୍ୟରସ ସୃଷ୍ଟି କରିଛନ୍ତି ।
ଦୁଇଟି ସଙ୍ଗୀତ ନାଟ୍ୟକାର ଉପସ୍ଥାପନା କରିଛନ୍ତି । ଆଦିବାସୀ ସଙ୍ଗୀତଟିର ଭାଷା ଓ ଭାବ ଖୁବ୍ ଚମତ୍କାର ହୋଇଛି । ତହିଁ ସଙ୍ଗେସଙ୍ଗେ ଦେବୀର ଗୀତ ଖୁବ୍ ଶିଶୁସୁଲଭ ହୋଇଛି । ଯେକୌଣସି ନାଟକକୁ ବିଚାର କଲାବେଳେ ଦୁଇଟି ଦିଗପ୍ରତି ଦୃଷ୍ଟି ଦିଆଯାଇଥାଏ । ପ୍ରଥମତଃ ନାଟକର ପାଠ୍ୟ, ଦ୍ଵିତୀୟତଃ ନାଟକର ମଞ୍ଚମୂଲ୍ୟ । ସାଧାରଣତଃ ଯେଉଁଗୁଡ଼ିକ ସୁଖପାଠ୍ୟ, ସେଇ ନାଟକଗୁଡ଼ିକର ମଞ୍ଚମୂଲ୍ୟର ଅଭାବ ପରିଲକ୍ଷିତ ହୁଏ । ଯେଉଁ ନାଟକ ମଞ୍ଚମୂଲ୍ୟ ଦୃଷ୍ଟିରୁ ଯେତିକି ଦୁର୍ବଳ ସେ ନାଟକ ସେତିକି ଅସଫଳ । ତେଣୁ ନାଟକର ମୂଲ୍ୟାଙ୍କର ଉଭୟ ପାଠ୍ୟ ଓ ମଞ୍ଚ ଦୃଷ୍ଟିରୁ କରାଯାଇଥାଏ । ସର୍ବୋପରି ‘ ରାଜହଂସ’ ନାଟକର ବଳିଷ୍ଠ ସଂଳାପ, ଉନ୍ନତ ଭାଷା ପରିପାଟୀ, କଥାବସ୍ତୁଗତ ପରିକଳ୍ପନାର ନୂତନତ୍ଵ ଘଟଣା ପ୍ରବାହ ଦ୍ଵନ୍ଦ ଓ ଉତ୍କଣ୍ଠା, ମନସ୍ତାତ୍ତ୍ଵିକ ଚରିତ୍ର ଚିତ୍ରଣ, ମନୁଷ୍ୟର ଅତିନ୍ଦ୍ରିୟ ଚେତନା ରାଜ୍ୟର ବାସ୍ତବ ଚିତ୍ର ଉନ୍ମୋଚନ କରିବା ଦିଗରେ ରାଜହଂସ ନାଟକ ସଫଳ ହୋଇଛି ।
ସର୍ବୋପରି ବିଚାର କଲେ ‘ ରାଜହଂସ’ ନାଟକର ମଞ୍ଚମୂଲ୍ୟ ଉଚ୍ଚକୋଟୀର । ନାଟକର ପାଠ୍ୟର ମୂଲ୍ୟ ବିଚାର କଲେ ‘ରାଜହଂସ’ ଏକ ସଫଳ ନାଟକ । ଏହାର ପାଠ୍ୟସହ ମଞ୍ଚକୌଶଳ ବା ଅଭିନୟ ଏହାକୁ ଓଡ଼ିଆ ନାଟ୍ୟସାହିତ୍ୟ ଜଗତରେ ପ୍ରଗତିଶୀଳ ନାଟକ ହିସାବରେ ଏକ ସ୍ଵତନ୍ତ୍ର ସ୍ଥାନ ପ୍ରଦାନ କରିଛି |
୬. ରାଜହଂସ ନାଟକରୁ ଡକ୍ଟର ଅତନୁଙ୍କ ଚରିତ୍ରର ବୈଶିଷ୍ଟ୍ୟ ଦର୍ଶାଅ ।
ଉ.‘ ରାଜହଂସ’ ନାଟକର ମୁଖ୍ୟ ଚରିତ୍ର ହେଉଛନ୍ତି ଡାକ୍ତର ଅତନୁ । ନାଟକର ସବୁଗୁଡ଼ିକ ଚରିତ୍ର ଏହି ଚରିତ୍ର ଦ୍ଵାରା ନିୟନ୍ତ୍ରିତ ହୋଇଛନ୍ତି । ଡାକ୍ତର ଅତନୁଙ୍କ ଦ୍ବାରା ସବୁଗୁଡିକ ଚରିତ୍ର ନାଟକ ଭିତରକୁ ଆଣିଛନ୍ତି ନାଟ୍ୟକାର । ସବୁଗୁଡ଼ିକ ଚରିତ୍ରର ମନସ୍ତାତ୍ତ୍ଵିକ ବିଶ୍ଳେଷଣ ହେଉଛି ନାଟକର ବିଷୟବସ୍ତୁ । ଏହି ମନସ୍ତାତ୍ତ୍ଵିକ ବିଶ୍ଳେଷଣ କରିବାରେ ଡ଼ାକ୍ତର ଅତନୁ ମୁଖ୍ୟ ଅଂଶ ଗ୍ରହଣ କରିଥିବାରୁ ରାଜହଂସ ନାଟକରେ ଏହି ଚରିତ୍ର ଏକ ଅପରିହାର୍ଯ୍ୟ ଚରିତ୍ର । ଏହି ଚରିତ୍ରକୁ ବାଦ୍ ଦେଲେ ରାଜହଂସ ନାଟକର ପରିକଳ୍ପନା, ବିଭିନ୍ନ ଚରିତ୍ରର ସମାବେଶ, ଏମାନଙ୍କ ସମସ୍ୟାର ଉପସ୍ଥାପନା ଓ ବିଶେଷତଃ ନାଟକ ରଚନା ଅସମ୍ଭବ ।
ଜଣେ ମନସ୍ତାତ୍ତ୍ଵିକ ଡାକ୍ତର ଭାବେ ଅତନୁ ନାଟକରେ ପରିଚିତ । ବନ୍ଧୁ ଜୟନ୍ତଙ୍କର ଆର୍ଥିକ ସହାୟତା ଯୋଗୁଁ ଗବେଷଣା ପାଇଁ ଆମେରିକା ଯାଇଛନ୍ତି ଡାକ୍ତର ଅତନୁ ଏବଂ ଜଣେ ମନସ୍ତାତ୍ତ୍ଵିକ ଡ଼ାକ୍ତର ହେବାର ଗୌରବ ଅର୍ଜନ କରିଛନ୍ତି । ବିଦେଶରୁ ଫେରି ଦଣ୍ଡକାରଣ୍ୟର ଛବିଳ ପ୍ରକୃତି କୋଳରେ ଏକ ମାନସିକ ଚିକିତ୍ସାକେନ୍ଦ୍ର ସ୍ଥାପନ କରି ରୋଗୀମାନଙ୍କ ସେବାରେ ନିଜକୁ ନିୟୋଜିତ କରନ୍ତି । ଚିକିତ୍ସା ସମୟରେ ନିଜର ଉଦାରତା ଗୁଣରେ ସମସ୍ତଙ୍କୁ ଆଶା, ଆଶ୍ଵାସନାର ବାଣୀ ଶୁଣାଇଛନ୍ତି । ବିଫଳତା ବିରୁଦ୍ଧରେ ସଂଗ୍ରାମ କରି ଭବିଷ୍ୟତରେ ସଫଳତା ପାଇଁ ପ୍ରେରଣା ଯୋଗାଇଛନ୍ତି । ଏହି ପରିପ୍ରେକ୍ଷୀର ବ୍ୟବସାୟୀ ପିନାକୀକୁ ସେ ଆଶା ଭରସା ଦେଇଛନ୍ତି ଯେ ସେ ନିଶ୍ଚୟ ଭୟଙ୍କର ଉଦର ଯନ୍ତ୍ରଣାଠାରୁ ମୁକ୍ତ ହେବେ ଆଉ ସେଠାରୁ ଫେରି ବ୍ୟବସାୟ କରି ନିଶ୍ଚୟ ଲକ୍ଷପତି ହେବାର ସ୍ଵପ୍ନ ତାଙ୍କର ସାର୍ଥକ ହେବ । ପିନାକୀ ଯେତେବେଳେ ତାଙ୍କର ଏକମାତ୍ର ଝିଅ ବେବିର ଭବିଷ୍ୟତ ପାଇଁ ବ୍ୟାକୁଳ ହୋଇ ପଡ଼ିଛନ୍ତି ଡାକ୍ତର ଅତନୁ ଭବିଷ୍ୟତରେ ବେବିର ଦାୟିତ୍ଵ ନେବାକୁ କଥା ଦେଇଛନ୍ତି । ଏଥିରୁ ଡାକ୍ତର ଅତନୁଙ୍କର ଉଦାହରତା ସମ୍ବେଦନଶୀଳତା ଓ ପରୋପକାରିତାର ପରିଚୟ ମିଳେ ।
ମୂକ ମିଲିଟାରୀ ଅଫିସର ବୀର ଭାରତର ବିଭିନ୍ନ ଚିକିତ୍ସାଳୟରେ ବୁଲି ବୁଲି ଆରୋଗ୍ୟଲାଭ କରିପାରିନାହିଁ; କିନ୍ତୁ ଡାକ୍ତର ଅତନୁଙ୍କ ହାତରେ ଆରୋଗ୍ୟଲାଭ କରିଛନ୍ତି । ତେଣୁ ମିଲିଟାରୀ ଅଫିସରଙ୍କ ଭାଷାରେ ଡାକ୍ତର ଅତନୁ ତାଙ୍କର ନବଜନ୍ମଦାତା, ପୁଣି ମଣିଷ ନୁହନ୍ତି– ଦେବତା । ଏହିଭଳି ଗୁରୁତ୍ଵପୂର୍ଣ୍ଣ କେଶରେ ସଫଳତା ହାସଲ କରିପାରୁଥିବା ଡାକ୍ତର ଅତନୁଙ୍କର ଜୀବନରେ ବିଫଳତା ସହ୍ୟ କରିବାର ଧୈର୍ଯ୍ୟ ନଥିଲା । ମଦ୍ୟପ ପିନାକୀର ଅପରେସନ୍ରେ ବିଫଳ ହେବାରୁ ମୃତ୍ୟୁବରଣ କରିଛନ୍ତି ପିନାକୀ, ଡାକ୍ତର ଅତନୁଙ୍କର ଧୈର୍ଯ୍ୟଚ୍ୟୁତି ଘଟିଛି । ଗଭୀର ଦୁଃଖରେ ସେ ଭାଙ୍ଗିପଡ଼ି ପିନାକୀଙ୍କର ଝିଅ ବେବୀକୁ କହିଛନ୍ତି- “ ମା ମୋର ! ତୁ ମୋତେ ଅଭିଶାପ ଦେ ।” ଜଣେ ପ୍ରତିଷ୍ଠିତ ଡାକ୍ତର ହିସାବରେ ଡାକ୍ତର ଅତନୁଙ୍କର ଯେତିକି ନାଁ ଥୁଲା, ଜଣେ କବି ହିସାବରେ ମଧ୍ୟ ତାଙ୍କର ସେତିକି ଦକ୍ଷତା ଥିଲା । ଡାକ୍ତର ଅତନୁଙ୍କ ଦ୍ଵାରା ରଚିତ କବିତା ‘ଶତଦଳ’ ‘ବାଣୀପୀଠ’ ପୁରସ୍କାର ଲାଭ କରିବାର ଗୌରବ ଅର୍ଜନ କରିଥିଲା । ହେଲେ ଛୁରୀ କଇଁଚିର ସମ୍ପର୍କ ସହିତ କାଗଜ କାଳିର ସଂପର୍କକୁ ଡ଼ାକ୍ତର ଅତନୁ ପସନ୍ଦ କରୁନଥିଲେ । ସେଥିପାଇଁ ତାଙ୍କ ଚରିତ କବିତାଗୁଡ଼ିକ ସେ ବନ୍ଧୁ ଜୟନ୍ତ ନାମରେ ହିଁ ପ୍ରକାଶିତ କରୁଥିଲେ । କବି ଧୂର୍ଜଟି ନାମଧାରଣ କରି ଜୟନ୍ତ ହୋଇଥିଲା ଦୁନିଆ ଲୋକଙ୍କ ଆଗରେ ଡ଼ାକ୍ତର ଅତନୁଙ୍କର କବିତାର ଅଧିକାରୀ । ଅନ୍ୟପକ୍ଷରେ ବନ୍ଧୁ ଜୟନ୍ତକୁ କୃତଜ୍ଞତା ଜଣାଇ ଡ଼ାକ୍ତର ଅତନୁ ନିଜର କବିତାଗୁଡ଼ିକୁ ଜୟନ୍ତ ନାମରେ ହିଁ ପ୍ରକାଶିତ କରୁଥିଲେ । ଅତନୁଙ୍କ ରଚିତ ‘ଶତଦଳ’ କବିତା ବାଣୀପୀଠ ପୁରସ୍କାର ଏବଂ ଏକଲକ୍ଷଟଙ୍କା ସମ୍ମାନ ପାଇବାର ଥିବା କଥା ଜାଣି ଅତନୁଙ୍କ ମନ ଗଭୀର ସନ୍ତାପରେ ଜର୍ଜରିତ ହୋଇଥିଲା । ଜୟନ୍ତ ଉପରେ ବିରକ୍ତ ହୋଇ ଯୁକ୍ତିତର୍କର ସୂତ୍ରପାତ୍ର ହୋଇଛି, ପଛରେ ଡାକ୍ତର ନିଜର ଭୁଲ୍ ବୁଝିପାରିଛନ୍ତି ।
ଦୁଇବନ୍ଧୁଙ୍କ ମନୋମାଳିନ୍ୟ ଭିତରେ ଜୟନ୍ତଙ୍କ ପତ୍ନୀ ରୀତା ତଥା ଅତନୁଙ୍କ ଚିକିତ୍ସାଳୟରେ ମାନସିକ ରୋଗୀ ଭାବରେ ପରିଚିତ । ସେ ଉପସ୍ଥିତ ହୋଇ ଦୁଇଜଣଙ୍କ ଆଲୋଚନା ଶୁଣିପାରି ଡାକ୍ତର ଅତନୁ ଯେ କବି ଧୂର୍ଜଟି ତାହା ଜାଣିପାରି ତା’ର ମାନସିକ୍ ବିକୃତିପାଇଁ ଡାକ୍ତର ଅତନୁ ଯେ ଦାୟୀ ଏହି କଥା ସେ ଡାକ୍ତରଙ୍କୁ କହିଛନ୍ତି । କାରଣ ସେ କବି ଧୂର୍ଜଟୀଙ୍କୁ ଭଲ ପାଇ ବସିଥିଲେ, ଜୟନ୍ତ କବି ଧୂର୍ଜଟି ଭାବି ତାଙ୍କୁ ବିବାହ କରିଥିଲେ କିନ୍ତୁ ଜୟନ୍ତଯେ କବି ଧୂର୍ଜଟି ନାମ ଧାରୀ । ରୀତାର ବାକ୍ୟବାଣରେ ଡାକ୍ତର ଅତିଷ୍ଠ ହୋଇପଡ଼ିଛନ୍ତି । ଜଣେ ମନସ୍ତାତ୍ତ୍ଵିକ ଡାକ୍ତର ହୋଇ ନିଜେ ମାନସିକ ଯନ୍ତ୍ରଣାର ଶିକାର ହୋଇଛନ୍ତି | ବନ୍ଧୁ ଜୟନ୍ତର ତ୍ୟାଗ ଆଦର୍ଶ ଓ ବନ୍ଧୁତ୍ଵର ମହତ୍ତ୍ଵ ଦେଖିବାଯାଏ ନିଜକୁ ସମ୍ଭାଳିପାରି ନାହାନ୍ତି । ଡ଼ାକ୍ତର ଅତନୁ ବିଷମ ଝଡ଼ଝଞ୍ଜା ଭିତରେ ନିଜର ପ୍ରାଣ ପବନକୁ ମିଶାଇ ଦେଇଛନ୍ତି |
ରାଜହଂସ ନଟକର ମୁଖ୍ୟ ଅଂଶ ଗ୍ରହଣ କରିଥିବା ଡାକ୍ତର ଅତନୁଙ୍କ ଚରିତ୍ର ମୁଖ୍ୟତଃ ଏକ କର୍ତ୍ତବ୍ୟନିଷ୍ଠ, ଲବ୍ଧ ପ୍ରତିଷ୍ଠ, ସମ୍ବେଦନଶୀଳ, ମିଷ୍ଟଭାଷୀ ଉଦାର, ପରୋପକାରୀ, ସୁନାମଧନ୍ୟ ଡାକ୍ତର ଭାବରେ ଦେଖା ଦେଇଛନ୍ତି। ଅନ୍ୟ ପକ୍ଷରେ ଜଣେ ଆଦର୍ଶବାଦୀ, କୃତଜ୍ଞ, ପ୍ରକୃତିପ୍ରେମୀ, ସୁନାମଧନ୍ୟ କବି ହିସାବରେ ମଧ୍ୟ ତାଙ୍କର କୃତିତ୍ଵ କମ୍ ନୁହେଁ । ମୋଟାମୋଟି ଭାବରେ କହିବାକୁ ଗଲେ ରାଜହଂସ ନାଟକର ଏହି ମୁଖ୍ୟଚରିତ୍ର ଡାକ୍ତର ଅତନୁ ହେଉଛନ୍ତି ଜଣେ ଆଦର୍ଶ ଚରିତ୍ର।
୭. ରାଜହଂସ ନାଟକରୁ ଜୟନ୍ତ ଚରିତ୍ରର ମହତ୍ତ୍ଵ ପ୍ରକାଶ କର ।
ଊ. ଜୟନ୍ତ ‘ରାଜହଂସ’ ନାଟକର ଅନ୍ୟତମ ମୁଖ୍ୟ ଚରିତ୍ର । ସେ ଜଣେ ନାମଜାଦା ବ୍ୟବସାୟୀ, ଜଣେ ନିଃସ୍ୱାର୍ଥପର ପରୋପକାରୀ, ପୁଣି ଜଣେ ମିଷ୍ଟଭାଷୀ, ସ୍ନେହୀ ବନ୍ଧୁ । ଡାକ୍ତର ଅତନୁ ଉଚ୍ଚଶିକ୍ଷା ପାଇଁ ଆମେରିକା ଯାତ୍ରା କଲାବେଳେ ସେ ଜଣେ ପ୍ରକୃତ ବନ୍ଧୁ ହିସାବରେ ସମସ୍ତ ପ୍ରକାର ଆର୍ଥିକ ସାହାଯ୍ୟ ତାଙ୍କୁ ଦେଇଥିଲା । ଏହାର ପ୍ରତିଦାନ ସ୍ଵରୂପ ଡ଼ାକ୍ତର ଅତନୁ ନିଜ ରଚିତ କବିତାଗୁଡ଼ିକ ଜୟନ୍ତଙ୍କ ନାମରେ କବି ଧୂର୍ଜଟି ଛଦ୍ମନାମ ଦେଇ ପ୍ରକାଶ କରୁଥିଲେ । ବନ୍ଧୁ ଅତନୁ ସମସ୍ତ ପ୍ରକାର ଆର୍ଥିକ ସାହାଯ୍ୟ ଦେଇ ମଧ୍ଯ ତା’ ମନରେ କୌଣସି ପ୍ରକାର ଗର୍ବ କି ଅହଂକାର ନ ଥିଲା । ବରଂ ସେ ଡ଼ାକ୍ତର ଅତନୁଙ୍କୁ କହୁଥୁଲା; ସେ ବି ତା’ ସ୍ଥାନରେ ଥିଲେ ସେଇଆ କରିଥାନ୍ତେ । ବିବାହ ପରେ ପତ୍ନୀ ରୀତାର ମାନସିକ ବିକୃତି ଦେଖାଦେଇଛି । ତା’ର ଚିକିତ୍ସା ପାଇଁ ସେ ତାକୁ ଡାକ୍ତର ଅତନୁଙ୍କ ଚିକିତ୍ସାଳୟରେ ଅତନୁଙ୍କ ଚିକିତ୍ସାଧୀନରେ ଛାଡ଼ିଛନ୍ତି । ରୀତାର ଆରୋଗ୍ୟ ପାଇଁ ସେ ବାରମ୍ବାର ବନ୍ଧୁ ଅତନୁଙ୍କ ନିକଟକୁ ଆସି ସବୁ ଭଲମନ୍ଦ ବୁଝିଛନ୍ତି । ବନ୍ଧୁତାର ମଧୁର ପ୍ରଲେପ ଦେଇ ଡାକ୍ତର ଅତନୁଙ୍କ ନିକଟରେ ନିଜର ମନ କଥା କହି ବସନ୍ତି । ଯେତେବେଳେ ଡ଼ାକ୍ତର ଅତନୁଙ୍କର କବିତା ହିନ୍ଦୀ ଅନୁବାଦ ହୋଇଛି ଓ ବାଣୀପୀଠ ପୁରସ୍କାର ପାଇଛି ସେତେବେଳେ ଆସି ଅତନୁଙ୍କୁ ଜଣାଇଛି । ଏଥିରେ ଡ଼ାକ୍ତରଙ୍କର ଭାବାନ୍ତର ସୃଷ୍ଟି ହୋଇଛି । ସେ ଜୟନ୍ତଙ୍କୁ ତାଙ୍କ ନିକଟରୁ ଚାଲିଯିବା ପାଇଁ ଅନୁରୋଧ କରିଛନ୍ତି । ଏଥିରେ ଜୟନ୍ତ ବ୍ୟଥିତ ହୋଇ ଅତୀତର ଦୁଇ ବନ୍ଧୁଙ୍କ ଭିତରେ ଥିବା ସୁସଂପର୍କ କଥା ଉଲ୍ଲେଖ କରିଛନ୍ତି ।
ବନ୍ଧୁ ଜୟନ୍ତକୁ କବିତା ‘ଶତଦଳ’ କବି ହିସାବରେ ପରିଚୟ କରାଇ ନିଜର କୃତିତ୍ଵ ଉପରେ ଅନ୍ୟର ପ୍ରଭୁତ୍ବକୁ ଡାକ୍ତର ଅତନୁ ସହ୍ୟ କରିପାରି ନାହାନ୍ତି | ଏହାକୁ କେନ୍ଦ୍ରକରି ତାଙ୍କ ମନରେ ଯେଉଁ ଭାବାନ୍ତର ସୃଷ୍ଟି ହୋଇଥିଲା ସେଥିପାଇଁ ସେ ନିଜର ଭୁଲ୍ ସ୍ଵୀକାର କରିଛନ୍ତି ଓ ସେ ଅନୁତାପ କରିଛନ୍ତି । ଜୀବନର ଯାତ୍ରାପଥରେ ଗତି କଲାବେଳେ ଜୟନ୍ତ କିନ୍ତୁ ବନ୍ଧୁତା କ୍ଷେତ୍ରରେ କେତେବେଳେ ଦୁର୍ବଳ ହୋଇନାହନ୍ତି କିମ୍ବା ହାରିଯାଇ ନାହାନ୍ତି ।
ବନ୍ଧୁ ଅତନୁ ପାଇଁ ଅନେକ କିଛି ତ୍ୟାଗକରି ଜୟନ୍ତ ବନ୍ଧୁତ୍ଵର ମହତ୍ତ୍ଵ ପ୍ରତିପାଦିତ କରିଛନ୍ତି । ତ୍ୟାଗରେ ଯେ କୌଣସି ଜିନିଷର ମହତ୍ତ୍ଵ ପ୍ରତିପାଦିତ ହୁଏ । ସେ ତ୍ୟାଗର ଆଦର୍ଶ ଦେଖାଇବାକୁ ଯାଇ ସମ୍ବର୍ଦ୍ଧନା ସଭାରେ କବିତା ‘ଶତଦଳ’ର ପ୍ରକୃତ କବି ଅତନୁ ବୋଲି ପ୍ରକାଶ କରିଛନ୍ତି । ଅତନୁଙ୍କ ଫଟୋଧରି ଉକ୍ତ ସଭାରେ ତାଙ୍କୁ ସମ୍ମାନିତ କରି ଅତନୁଙ୍କ ନିକଟକୁ ଆସିଛନ୍ତି । ଅତନୁଙ୍କ ପାଖରୁ ଜୟନ୍ତ ଆସିବାବେଳେ ଅତନୁଙ୍କ ପ୍ରାଣବାୟୁ ଉଡ଼ିଯାଇଥିବାର ଦେଖୁଛନ୍ତି । ଆଶ୍ଚର୍ଯ୍ୟ ଓ ଦୁଃଖରେ ଅଧୁର ହୋଇଛତି ଜୟନ୍ତ ।
ଜଣେ ଉଦାର, ପରୋପକାରୀ, ସ୍ନେହପ୍ରବଣ, ଆଦର୍ଶବାଦୀ ତଥା ବନ୍ଧୁତ୍ଵର ତ୍ୟାଗକୁ ନେଇ ଜୟନ୍ତର ଚରିତ୍ର ସରସ୍ଵ ସୁନ୍ଦର ହୋଇଛି । ଅତନୁ ଆଉ ଦୁଇବନ୍ଧୁଙ୍କ ଚରିତ୍ରକୁ ମୁଖ୍ୟ କରି ନାଟକ ଗଢ଼ି ଉଠିଛି । ନାଟକ ଗତିଶୀଳତା ତଥା ଅନ୍ତିମ ପରିଣତି ପାଇଁ ଜୟନ୍ତ ଚରିତ୍ରର ଆବଶ୍ୟକତା ନାଟକର ଏକ ଅପରିହାର୍ଯ୍ୟ ଉପାଦାନ ।
୮. ‘ରାଜହଂସ’ ନାଟକରୁ ରୀତା ଚରିତ୍ରର ଆକଳନ କର ।
ଉ. ରୀତା ‘ରାଜହଂସ’ ନାଟକର ମୁଖ୍ୟ ନାୟିକା । ସେ ଜୟନ୍ତର ପତ୍ନୀ। ନାଟକରେ ଯେତେଗୁଡ଼ିଏ ଚରିତ୍ରର ମନସ୍ତାତ୍ତ୍ଵିକ ବିଶ୍ଳେଷଣ କରାଯାଇଛି, ସେଥିରେ ରୀତାର ମନସ୍ତାତ୍ତ୍ଵିକ ବିଶ୍ଳେଷଣ ମୁଖ୍ୟ ଅଂଶ ଗ୍ରହଣ କରିଛି । ନାଟକରେ ସେ ଜଣେ ପ୍ରେମ-ପାଗଳିନୀ ଭାଓଲୀନବାଦିକା ନାରୀଭାବରେ ଦେଖା ଦେଇଛନ୍ତି । ନିଜର ମନର କରୁଣ କାହାଣୀକୁ ସେ ଭାଓଲୀନ୍ର ସୂକ୍ଷ୍ମତନ୍ତ୍ରୀରେ କରୁଣ ମୂହଁନା ଦେଇ ପ୍ରକାଶ କରୁଥିଲେ । ଏପରିକି ଏହି କରୁଣ ରାଗିଣୀ ସମଗ୍ର ଚିକିତ୍ସାଳୟଟି ବେଦନାପ୍ଳୁତପରି ମନେ ହେଉଥିଲା । ତାଙ୍କର ସ୍ନେହ ପରିପାଳିତା ଭଉଣୀ କବିତାକୁ ହରାଇ ସେ ଗଭୀର ଦୁଃଖରେ ଭାଙ୍ଗିପଡ଼ିଥିଲେ । ଏହି ଦୁଃଖରୁ ଅପସରି ଯିବା ପାଇଁ ସେ ପତ୍ରପତ୍ରିକାରୁ କବିତା ପଢ଼ିବା ଆରମ୍ଭ କରିଥିଲେ । ପତ୍ରିକାରୁ ରୀତା ଯାହାକୁ ଆବିଷ୍କାର କରିଥିଲେ ତାଙ୍କୁ ହିଁ ବିବାହ କରିବାକୁ ବାପାଙ୍କ ପାଖରେ ନିଜର ନିଷ୍ପଭି ଜଣାଇଥିଲେ । ତା’ ପସନ୍ଦର କବିତାଗୁଡ଼ିକର କବି ଧୂର୍ଜଟି ବା ଜୟନ୍ତଙ୍କୁ ସେ ବିବାହ କରିଥିଲେ । ମାତ୍ର ଦାମ୍ପତ୍ୟ ଜୀବନରେ ସେ ଅନୁଭବ କରିଛନ୍ତି ଜୟନ୍ତଙ୍କଠାରେ ଜଣେ କବିର କୋମଳଭାବବିହ୍ବଳ ମନ ବଦଳରେ ଅଛି ଜଣେ ସଫଳ ବ୍ୟବସାୟୀର ପଇସାଖୋର ମନୋବୃତ୍ତି । ନିଜର ଈପ୍ସିତ ବ୍ୟକ୍ତିଙ୍କୁ ସ୍ଵାମୀ ରୂପେ ନପାଇ ସେ ପାଗଳ ହେଲେ । ଏହି ମନସ୍ତାପର କରୁଣ କାହାଣୀକୁ ଭାଓଲିନ୍ର କରୁଣ ମୂହଁନା ଦେଇ ପ୍ରକାଶ କରିବା ତାଙ୍କର ଦୈନନ୍ଦିନର କାମଥିଲା । ମନସ୍ତାପଜନିତ ଗ୍ଳାନିକୁ ନେଇ ସେ ହୋଇଥିଲେ ପାଗଳ ।
ଜୀବନରେ ସେ ବିବାହ କ୍ଷେତ୍ରରେ ଯେଉଁ ବିଫଳତା ଲାଭକଲେ ସେହି ମାନସିକ ଦୁଃଖକୁ ଅପନୋଦନ କରିବା ପାଇଁ ଭାଓଲିନ୍ ବଜାଇ ନିଜକୁ ନିଜେ ଭୁଲି ଯାଉଥିଲେ ମୁହୂର୍ଭକ ପାଇଁ । ଲକ୍ଷପତିର ଝିଅ, କୋଟିପତିର ସ୍ତ୍ରୀ ହୋଇ ଧନ ଲୋଭ ତାଙ୍କୁ ପ୍ରତାରିତ କରିପାରିନଥିଲା । ରୀତାଠାରେ ପ୍ରକୃତିପ୍ରାଣତା ମଧ୍ୟ ଯଥେଷ୍ଟ ପରିମାଣରେ ଥିଲା । ଦଣ୍ଡକାରଣ୍ୟର ଛବିଳ ପ୍ରକୃତି କୋଳରୁ ସେ ଉପଭୋଗ କରୁଥିଲେ ପ୍ରକୃତିର ଅନୁପମ ଶୋଭା ସମ୍ଭାର । ସେ ମଧ୍ୟ ଥିଲେ ଜଣେ ସ୍ନେହପ୍ରବଣ ନାରୀ ।
ଚିକିତ୍ସାଳୟରେ ପିନାକୀଙ୍କର ଏକମାତ୍ର କନ୍ୟା ଦେବୀକୁ ସେ ଖୁବ୍ ଭଲ ପାଉଥିଲେ ଏବଂ ତା’ଠାରୁ ସଙ୍ଗୀତ ଶୁଣିବାକୁ ଖୁବ୍ ଆଗ୍ରହୀ ଥିଲେ । ସେ ଥିଲେ ଯେପରି ସ୍ନେହପ୍ରବଣା, ସେହିପରି ପରଦୁଃଖ କାତରା । ପିନାକୀଙ୍କର ଅପରେସନ ପରେ ସେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ବେବୀର ହୃଦୟବିଦାରକ କରୁଣ କାନ୍ଦଣାରେ ସେ ଆହୁରି ବିଚଳିତ ହୋଇପଡ଼ିଛନ୍ତି । ବହୁଦିନରୁ ଚିକିତ୍ସାଳୟରେ ବନ୍ଦ ହୋଇଯାଇଥିବା ଭାଓଲିନ୍ରେ ସେ ପୁଣି କରୁଣ ମୂହଁନା ତୋଳିଛନ୍ତି ।
ମାନସିକ ଚିକିତ୍ସାଳୟରେ ଡାକ୍ତର ଅତନୁ ବା ମନସ୍ତାପର ମୂଳକାରଣ ଖୋଜି ବାହାର କରିଛନ୍ତି । ସେହିପରି ମଧ୍ୟ ସେ ଡାକ୍ତର ଅତନୁଙ୍କ ଟେବୁଲ ଉପରୁ ‘କବିତା’ ଓ ଡାକ୍ତର ଅତନୁ ଯେ କବି ଧୂର୍ଜଟି ଏହା ଆବିଷ୍କାର କରିଥିଲେ । ଡାକ୍ତର ଅତନୁ ଯେ ତା’ର ମାନସିକ ବିକୃତି ପାଇଁ ଦାୟୀ ଏହା ସେ ଦୃଢ଼ କଣ୍ଠରେ ଘୋଷଣା କରିଛି । ତା’ ଜୀବନର ଦାରୁଣ ପରିଣତି ପାଇଁ ସେ ଡାକ୍ତର ଅତନୁଙ୍କୁ ଦାୟୀ କରିଛି । ଏଇଠାରେ ତା’ର ଚାରିତ୍ରିକ ଦୃଢ଼ତା କିଭଳି ଭାବେ ପ୍ରକାଶ ପାଇଛି ତାହା ଡାକ୍ତର ଅତନୁ ଏବଂ ରୀତାଙ୍କ ଭିତରେ କଥୋପକଥନ ମାଧ୍ୟମରେ ପ୍ରକାଶ ପାଇଛି । ରୀତା ପ୍ରତିହିଂସାରେ ଜର୍ଜରିତ ହୋଇ ପଡ଼ିଛି । ଡାକ୍ତର ଅତନୁଙ୍କର ଶତ ବାରଣ ସତ୍ତ୍ବେ ମଧ୍ୟ ସେ ନିଜକୁ ସମ୍ଭାଳି ନ ପାରି ବାରମ୍ବାର ପ୍ରଶ୍ନ କରିଛି ଯେ କାହିଁକି ଡାକ୍ତର ଅତନୁ ସାମାନ୍ୟ ଟଙ୍କା କେତେଟା ସକାଶେ ନିଜସ୍ଵ ତଥା କବିତ୍ଵକୁ ଅନ୍ୟ ହାତକୁ ଟେକିଦେଲେ । ଡ଼ାକ୍ତର ଅତନୁ ରୀତାର ଏତାଦୃଶ ଧୃଷ୍ଟତାକୁ ସହ୍ୟ କରି ନ ପାରି ଠୋ କିନା ତା’ ଗାଲରେ ଚାପୁଡ଼ାଏ ଦେଇଛନ୍ତି । ଏଥିରେ ରୀତା ବ୍ୟର୍ଥତା ହୋଇଛନ୍ତି, ମାତ୍ର ଦୃଢକଣ୍ଠରେ କହିଛନ୍ତି “ ମାଡ଼ମାରି ଏଣିକି ମୋ ମୁହଁକୁ ବନ୍ଦ ରଖ୍ ପାରିବେନି କବି । ବରଂ ମୁଁ ଏହାକୁ ମୋର ପ୍ରାପ୍ୟ ବୋଲି ଧରିନେବି ।” ତାଙ୍କର ମାନସିକ ବିକୃତି ଅଧ୍ଵକମାତ୍ରାରେ ବଢ଼ିଯାଇଛି । ପୁଣି ସେ ଆରମ୍ଭ କରିଛନ୍ତି ଭାଓଲିନ୍ରେ କରୁଣ ମୂର୍ଚ୍ଚନା ।
ଜୀବନ ସଂଗ୍ରାମରେ କ୍ଷତ ବିକ୍ଷତ ହୋଇ ରାଜହଂସ ନାଟକର ଏହି ମୁଖ୍ୟ ନାରୀ ଚରିତ୍ରଟି ଶେଷରେ ମଧ୍ୟ ଚରମ ପରିଣତି ଭୋଗ କରିଛନ୍ତି । ଜୀବନରେ ଈପସିତ୍ ବସ୍ତୁକୁ ନପାଇ ସେ ପାଗଳ ହୋଇଛନ୍ତି | ସମସ୍ତ ନାରୀସୁଲଭ ଗୁଣ ପରିପୂର୍ଣ୍ଣ ଥାଇ ମଧ୍ୟ ଜୀବନର ଏହି ବିଫଳତା ତାଙ୍କୁ କ୍ଷତାକ୍ତ କରିଛି । ନିଜର ଏହି ଚରମ ପରିଣତି ପାଇଁ ସେ ଡାକ୍ତର ଅତନୁ ଓ ଜୟନ୍ତ ଦାୟୀ ତାହା ଅନୁଭବ କରି ଶେଷରେ ନାଟ୍ୟକାର ତାକୁ ପ୍ରତିହିଂସାପରାୟଣ କରିଛନ୍ତି । ମାତ୍ର ଅତନୁଙ୍କର ମୃତ୍ୟୁରେ ସେ ଆହୁରି ବିଚଳିତ ହୋଇଛନ୍ତି । ସର୍ବୋପରି ଦେଖିବାକୁ ଗଲେ ଜୀବନଯାତ୍ରାରେ ଜୀବନ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିଫଳ ହୋଇଥିବା ଏହି ନାରୀ ଚରିତ୍ରଟି ଗୋଟିଏ ଦୁଃଖାନ୍ତ ନାରୀ ଚରିତ୍ର ।
No comments:
Post a Comment