web page for every book School , College , Engineering .

Wednesday, October 16, 2024

Raja Parba Rachana | Meher Sir

Mehersir.in Raja (festival) | Raja Parba | Raja Parba Festival 2024 | Raja Sankranti  | Raja Parba 2024 | Raja Parba Rachana | Raja Rachana | Raja Parba Essay in odia | Odia Rachana Raja Parba | Raja Parba Raja Parba Rachana | Raja Rachana |Raja Parba Rachana | Raja Rachana | Raja Parba Essay in odia | Odia Rachana Raja Parba | Raja Parba | ରଜ ପର୍ବ ରଚନା Essay writing Essay writing in odia Essay writing on Raja Parva 10-lines essay writing 10-lines essay writing in odia .

Raja Parba Rachana | Rajbooks.in

| Raja Rachana | Raja Parba Essay in odia |

ରଜପର୍ବ


ଉପକ୍ରମ 

କଥାରେ ଅଛି ବାର ମାସରେ ତେର ପର୍ବ; ଅର୍ଥାତ୍ ଆମ ସମାଜରେ ବହୁବିଧ ପର୍ବ ପାଳିତ ହୁଏ। ସେଗୁଡ଼ିକ ମଧ୍ୟରେ ରଜପର୍ବ ହେଉଛି ଅନ୍ୟତମ। ରଜପର୍ବ ପ୍ରଧାନତଃ ଝିଅମାନଙ୍କର ପର୍ବ। ରଜପର୍ବ ପ୍ରତିବର୍ଷ ଜୁନ୍ - ମାସର ମଧ୍ୟ ଭାଗରେ ହୁଏ। ପାଞ୍ଜି ଦେଖ‌ିଲେ ଦିନ ଜଣାଯାଏ। ରଜପର୍ବ ତିନିଦିନ ଧରି ଚାଲେ। ପ୍ରଥମ ଦିନଟିକୁ ପହିଲି ରଜ ବୋଲି କୁହାଯାଏ। ଦ୍ଵିତୀୟ ଦିନଟି ରଜ ସଂକ୍ରାନ୍ତି। ତୃତୀୟ ଦିନଟି ଭୂଇଁ ନଅଣ ।


ସଜବାଜ

ରଜପର୍ବରେ ଝିଅମାନଙ୍କର ସଜବାଜ ଗୋଟିଏ ବଡ଼ କଥା। ପ୍ରଥମ ଦିନ ପାହାନ୍ତାରେ ଝିଅମାନେ ଗାଧୋଇପାଧୋଇ ସଜବାଜ ହୁଅନ୍ତି। ସେମାନଙ୍କ ମାଆମାନେ ସେମାନଙ୍କୁ ଚନ୍ଦନ ଓ ସିନ୍ଦୂରରେ ସୁସଜ୍ଜିତ କରିଦିଅନ୍ତି। ସିନ୍ଦୂରର ଦୁଇପାଖରୁ କାନ ପର୍ଯ୍ୟନ୍ତ ଚନ୍ଦନ ବୋଳିଦିଆଯାଏ। ଏହାକୁ ଚନ୍ଦନପାଟି କହନ୍ତି। ପାଦରେ ଅଳତା ଓ ନିଖରେ ନେଲ୍‌ଲିସ୍ ଲଗାନ୍ତି। ମୁଣ୍ଡବାଳକୁ ଖୁବ୍ ଚମତ୍କାର ଭାବରେ କୁଣ୍ଢେଇଥା’ନ୍ତି। ସେଦିନ ଝିଅମାନେ ନୂଆ ଶାଢୀ ପିନ୍ଧିଥା’ନ୍ତି। ଛୋଟ ଛୋଟ ଝିଅମାନଙ୍କ ମୁଣ୍ଡ ଉପରେ ଥ‌ିବା ରିବନ୍ ଗଣ୍ଠି ଗୋଲାପ ଫୁଲ ପରି ଦେଖାଯାଏ।

ବିଧିବିଧାନ ରଜ ତିନି ଦିନ ଝିଅମାନେ ଖାଲିପାଦରେ ଭୂମି ଉପରେ ଚାଲିବା ନିଷିଦ୍ଧ। ତେଣୁ ଝିଅମାନେ ରଜ ତିନି ଦିନ ପାଦରେ ଚପଲ ପିନ୍ଧିଥା’ନ୍ତି। ଏହି ସମୟରେ ପୃଥ‌ିବୀ ରଜସ୍ଵଳା ହୋଇଥାଏ। ତେଣୁ ସେମାନେ ଭୂଇଁ ଉପରେ ଖାଲି ପାଦରେ ଚାଲନ୍ତି ନାହିଁ। ଝିଅମାନେ ସାଙ୍ଗସୁଙ୍ଗା ହୋଇ ସର୍ପ ଉପରେ ବସି ପରସ୍ପର ମଧ୍ୟରେ ଖୁସିଗପ କରନ୍ତି। ତାସ ଖେଳନ୍ତି। ରଜପର୍ବର ପୋଡ଼ପିଠା ଓ ଘାଣ୍ଟ ତରକାରୀ ରନ୍ଧା ହେବାର ପରମ୍ପରା ଅଛି। ତେଣୁ ସେହି ତିନି ଦିନ ସମସ୍ତଙ୍କ ଘରେ ପୋଡ଼ପିଠା ଓ ଘାଣ୍ଟତରକାରୀ ରନ୍ଧା ହୁଏ। ସାଇ ସାଇ ମଧ୍ୟରେ ପୋଡ଼ପିଠା ଓ ଘାଣ୍ଟତରକାରୀ ବଣ୍ଟାଯାଏ ।

ପୁଅମାନଙ୍କ ଭୂମିକା ରଜ ତିନି ଦିନ ପୁଅମାନେ ବାଗୁଡ଼ି ଖେଳରେ ମାତିଯା’ନ୍ତି। ବାଗୁଡ଼ି ଖେଳ ପାଖରେ ଢୋଲ୍ ବାଜୁଥାଏ। ଗାଁ ଗାଁ ମଧ୍ୟରେ ବାଗୁଡ଼ି ଖେଳ ହୁଏ। ଗ୍ରାମର ବହୁତ ଲୋକ ଛିଡ଼ା ହୋଇ ଏହି ଖେଳ ଦେଖନ୍ତି। ସନ୍ଧ୍ୟାବେଳେ ଠା’କୁ ଠା ଦାଣ୍ଡ ପିଣ୍ଡା ଉପରେ ବସି ପୁଅପିଲାମାନେ ତାସ୍ ଖେଳନ୍ତି।

ପାଗଯୋଗ

ରଜ ପର୍ବରେ ପାଗ ମେଘୁଆ ହୋଇଥାଏ। ଲୋକମାନେ ଏହାକୁ ରଜପାଗ ବୋଲି କହନ୍ତି। ଅନ୍ୟ କୌଣସି ସମୟରେ ଦୈବାତ୍ ଏହିଭଳି ପାଗ ହେଲେ ଲୋକେ କହନ୍ତି ‘ଆଜି ରଜପାଗ ପରି ଲାଗୁଛି।’’ ରଜ ସମୟରେ ରଜପାଗ କୁହାଯାଉଥିବା ଏହି ମେଘୁଆ ପାଗ ବଡ଼ ଉପଭୋଗ୍ୟ ହୋଇଥାଏ । ଝିଅପୁଅମାନେ ଏହି ପାଗକୁ ଉପଭୋଗ କରି ଆନନ୍ଦିତ ହୁଅନ୍ତି। କିନ୍ତୁ ସମୟ ସମୟେ ଝିପିଝିପି ବର୍ଷା ହୋଇ ପୁଅଝିଅମାନଙ୍କୁ ନିରାନନ୍ଦ କରିଦିଏ। ରଜପାଗରେ ଏଭଳି ବର୍ଷା ହେଲେ କେହି କେହି ଆଉଡ଼ାନ୍ତି।

‘‘ରଜ ସଜବାଜ ମଉଜକୁ ଝିପିଝିପି ବର୍ଷା ସାରି ଦେଲାରେ।’’

ଶେଷ କଥା

ରଜପର୍ବ ଝିଅ ଓ ପୁଅ ଉଭୟଙ୍କ ପାଇଁ ଉପଭୋଗ୍ୟ ହୋଇଥାଏ । ରଜପର୍ବ ଓଡ଼ିଆମାନଙ୍କର ଜାତୀୟ ପର୍ବ। ରଜପର୍ବ ଓଡ଼ିଆମାନଙ୍କ ବ୍ୟତୀତ ଅନ୍ୟ କୌଣସି ସମାଜରେ ପ୍ରଚଳିତ ନାହିଁ। ରଜପର୍ବ ପାଳନ କରି ଆମେ ଯେତି ଆନନ୍ଦିତ ସେତିକି ଗୌରବାନ୍ବିତ।

No comments:

Post a Comment

Comments