class 6 odia chapter 2 question answer Class 6 Odia Prabhata Abakasha Question Answer | prabhata abakasa 6 class odia | class 6 mil chapter 2 | 6th class prabhata abakasa poem, Prabhata Abakasha question answer class 6 | Class 6 Odia chapter 2 prabhata abakash।। prabhata abakash question Answer Odia Medium।।#class6 #class6chapter2 #prabhataabakashclass6 | Class 6 odia chapter 2 prabhata abakasa question answer || prabhata abakasha question answer || odia prabhata abakasa prabhata abakasa .
Chapter 2 Prabhata Abakasha Question Answer
୧। ଉତ୍ତର କୁହ ।
(କ) ସକାଳ ହେବାରୁ କେଉଁ କେଉଁ ପକ୍ଷୀ ଭାବିଲେ ?
[H-2014-15
ଉ : ସକାଳ ହେବାରୁ ଶୂକ, ବାଜ, ମୟୂର ଓ କୁକୁଡ଼ା ଇତ୍ୟାଦି ପକ୍ଷୀ ଭାବିଲେ ।
(ଖ) ମାତା ଯଶୋବନ୍ତୀ ଶ୍ରୀକୃଷ୍ଣଙ୍କୁ କେଉଁସବୁ ଖାଦ୍ୟ ଖୁଆଇବେ ବୋଲି କହିଛନ୍ତି ?
|H-2015-16
ଉ : ମାତା ଯଶୋବନ୍ତୀ ଶ୍ରୀକୃଷ୍ଣଙ୍କୁ ଅମୃତପାଣି କଦଳୀ, ଲବଣି, ଅଧାମ ଗୋଟିକା ପୁଳି, ଖଣ୍ଡଶାକର ଏବଂ ସର ଇତ୍ୟାଦି ଖାଦ୍ୟ ଖୁଆଇବେ ବୋଲି କହିଛନ୍ତି ।
(ଗ) ଶ୍ରୀକୃଷ୍ଣ କେଉଁ କାରଣରୁ ପଞ୍ଚଶ୍ରମ ପାଇ ଅଧିକ ସମୟ ଶୋଇଯାଇଛନ୍ତି ?
ଉ : ଶ୍ରୀକୃଷ୍ଣ ବାଛୁରୀ ବଢାଇବାକୁ ଯାଇ ପଥଶ୍ରମ ପାଇ ଅଧିକ ସମୟ ଶୋଇଛନ୍ତି ।
(ଘ) କେଉଁମାନେ ସିଂହଦ୍ୱାର ନିକଟରେ ଥାଇ ଶ୍ରୀକୃଷ୍ଣଙ୍କୁ ଢାକୁଛନ୍ତି ?
ଇ : ଗୋପବାଳକମାନେ ସିଂହଦ୍ୱାର ନିକଟରେ ଥାଇ ଶ୍ରୀକୃଷ୍ଣଙ୍କୁ ଡାକୁଛନ୍ତି ।
୨ । ଉତ୍ତର ଲେଖ ।
(କ) କେଉଁ କେଉଁ ପକ୍ଷୀ ଶ୍ରୀକୃଷ୍ଣଙ୍କୁ ରାତି ପାହିଯିବାର ସୂଚନା ଦେଇଛନ୍ତି ?
[H-2016-17, 2018-19
ଇ : ଶୁକ, କାକ, ପିକ ଓ କୁକୁଟ ଆଦି ପକ୍ଷୀମାନେ ଶ୍ରୀକୃଷ୍ଣଙ୍କୁ ରାତି ପାହିଯିବାର ସୂଚନା ଦେଉଛନ୍ତି ।
(ଖ) ଶ୍ରୀକୃଷ୍ଣ ନିଦରୁ ଉଠିବା ପରେ ମା’ ଯଶୋଦା କ’ଣ କରିବେ କହୁଛନ୍ତି ?
[2017-18 (ସମିତି)
ଉ :: ଶ୍ରୀକୃଷ୍ଣ ନିଦରୁ ଉଠିବା ପରେ ମା' ଯଶୋଦା ସୁବାସିତ ପାଣିରେ ତାଙ୍କ ମୁହଁ ଧୁଆଇଦେଇ ଅମୃତପାଣି କଦଳୀ, ଲଟଣି, ଅଧାମ ଗୋଟିକା ପୁଳି, ଖଣ୍ଡ ଓ ସର ଗୁଞ୍ଜାଇବେ ବୋଲି କହୁଛନ୍ତି ।
(ଗ) ଶ୍ରୀକୃଷ୍ଣ କାହିଁକି ଏତେବେଳ ପର୍ଯ୍ୟନ୍ତ ଶୋଇଛନ୍ତି ବୋଲି ମାତା ଯଶୋଦା ଭାବୁଛନ୍ତି ?
ଉ : ଶ୍ରୀକୃଷ୍ଣ ବାଛୁରୀ ବଢାଇବାକୁ ଯାଇ ପଞ୍ଚଶ୍ରମ ହେତୁ ଅଶକତରେ ଅଳସରେ ଶୋଇଛନ୍ତି ବୋଲି ମାତା ଯଶୋଦା ଭାବୁଛନ୍ତି |
(ଘ) ଏହି କବିତାଟିରେ ଯଶୋଦାଙ୍କର ମାତୃସ୍ନେହ କିପରି ଫୁଟିଉଠିଛି ?
ଉ : ଏହି କବିତାଟିରେ ଯଶୋଦାଙ୍କର ଅନାବିଳ ମାତୃସ୍ନେହ ଫୁଟି ଉଠିଛି । ପୁତ୍ର କୃଷ୍ଣଙ୍କୁ ସବୁ ପ୍ରକାରର ସେବା କରି ଯଶୋଦା ତାଙ୍କର ମା’ ମନର ଅବସୋସକୁ ମେଣ୍ଟାଇଛନ୍ତି |
() ଗୋପାଳ ବାଳକମାନେ କ’ଣ କହି ଶ୍ରୀକୃଷ୍ଣଙ୍କୁ ନିଦରୁ ଉଠାଉଛନ୍ତି ?
ଉ : ସିଂହଦ୍ଵାରରେ ପହଞ୍ଚି ଗୋପାଳ ବାଳକମାନେ କୃଷ୍ଣଙ୍କୁ ଉଠ ଅଚ୍ୟୁତ ବୋଲି କହି ନିଦରୁ ଉଠାଉଛନ୍ତି । ଆକାଶରେ ସୂର୍ଯ୍ୟ ଉଦୟ ହୋଇଥିବାରୁ ଅଧିକ ଶୋଇବା ଉଚିତ ନୁହେଁ ବୋଲି ସେମାନେ କହିଛନ୍ତି ।
୩ । ସରଳ ଭାଷାରେ ବୁଝାଇ ଲେଖ :
(କ) ‘‘ଅମୃତ ପାଣି କଦଳୀ, ଲବଣି ସଙ୍ଗତେ ଗୋଳି ଅଧାମ ଗୋଟିକା ପୁଳି, ଖଣ୍ଡ ସଙ୍ଗେ ଭୂଞ୍ଜାଇବି ସର ହେ ।””
ଉ : ‘ଅମୃତ ...... .. ସର ହେ ।’’
[2017-18 (ସମିତି)
ଉକ୍ତ ପଦ୍ୟାଶଟି ‘ଆମ ସାହିତ୍ୟ’ ବହିର ‘ପ୍ରଭାତ ଅବକାଶ’ କବିତାରୁ ଆନୀତ । ଏହି ପ୍ରସଙ୍ଗରେ କବି ବନମାଳୀ ଦାସ ଯଶୋଦାଙ୍କର ମାତୃସ୍ନେହର ପରିଚୟ ଦେଇଛନ୍ତି |
ପ୍ରଭାତ କାଳ ହୋଇଛି । ଶ୍ରୀକୃଷ୍ଣ ନିଦରୁ ଉଠିନାହାନ୍ତି । ଶୁକ, କାକ, ପିକ ଓ କୁକୁଟ ଆଦି ପକ୍ଷୀମାନେ ନାନା ରାବକରି ପ୍ରଭାତ କାଳର ସୂଚନା ଦେଇଛନ୍ତି । ଯଶୋଦା ପୁତ୍ରସ୍ନେହରେ ବ୍ୟସ୍ତ ହୋଇପଡ଼ିଛନ୍ତି । ସେ କୃଷ୍ଣଙ୍କୁ ବଂଶୀଧର ବୋଲି ସମ୍ବୋଧନ କରି ନିଦରୁ ଉଠିବାକୁ କହିଛନ୍ତି । ସୁବାସିତ ଜଳରେ ତାଙ୍କର ମୁହଁ ଧୁଆଇ ଦେଇ ଅମୃତ ପାଣି କଦଳୀ, ଲବଣି, ଅଧାମ ଗୋଟିକା ପୁଳି, ଖଣ୍ଡସାକର ଓ ସର ଭୁଞ୍ଜାଇବେ ବୋଲି କହିଛନ୍ତି ।
ପ୍ରସଙ୍ଗଟି ଯଶୋଦାଙ୍କର ମାତୃସ୍ନେହରେ ପରିପୂର୍ଣ୍ଣ ।
(ଖ) ‘‘ବାଛୁରୀ ଚରାଇ ଯାଇ, କାଲି ପଥଶ୍ରମ ପାଇ, ଅଳସରେ ଅଛୁ ଶୋଇ, ଅଶକତ ହୁଏ କି ଶରୀର ହେ ।””
ଉ : ‘ବାଛୁରୀ ............. ଶରୀର ହେ ।’’
|H-2015-16
ଉକ୍ତ ପଦ୍ୟାଶଟି ‘ଆମ ସାହିତ୍ୟ’ ବହିର ‘ପ୍ରଭାତ ଅବକାଶ’ କବିତାରୁ ଆନୀତ । ଏହି ପ୍ରସଙ୍ଗରେ କବି ବନମାଳୀ ଦାସ ଯଶୋଦାଙ୍କର ମାତୃସ୍ନେହର ବର୍ଣ୍ଣନା କରିଛନ୍ତି ।
ପ୍ରଭାତ କାଳର ଆଗମନ ହୋଇଥିଲେ ମଧ୍ୟ କୃଷ୍ଣ ନିଦରୁ ଉଠିନାହାନ୍ତି । ଶୁକ, ପିକ, କାକ ଓ କୁକୁଟ ଆଦି ପକ୍ଷୀମାନେ ରାବ କରିଛନ୍ତି । ଯଶୋଦା କୃଷ୍ଣଙ୍କୁ ନିଦରୁ ଉଠିବା ପାଇଁ ଡାକିଛନ୍ତି । ନାନା ଖାଦ୍ୟ ଖୁଆଇବା କଥା କହିଛନ୍ତି । ହେତୁ ଅଶକତ ହୋଇ ଅଳସରେ ଶୋଇ ପଡ଼ିଛନ୍ତିକି ବୋଲି ଯଶୋଦା ମନରେ ବିଚାର କରିଛନ୍ତି ।
ପ୍ରସଙ୍ଗଟିରେ ଯଶୋଦାଙ୍କର ମାତୃ ସ୍ନେହର ବର୍ଣ୍ଣନା
ପ୍ରଶଂସନୀୟ ।
୪। ମାଆ ଯଶୋଦା ଶ୍ରୀକୃଷ୍ଣଙ୍କୁ ନିଦରୁ ଉଠାଇବା ପାଇଁ ବ୍ୟସ୍ତ ହୋଇ ପଡ଼ିଛନ୍ତି । ଯେଉଁ ପଦଟିରୁ ଏହାର ସୂଚନା ମିଳୁଛି, ସେହି ପଦଟି ଲେଖ ।
ଉ : ‘ ଡାକେ ଯଶୋବନ୍ତୀ ଭାଳି,
ଉଠ ମୋର ବନମାଳୀ
ଶ୍ରୀମୁଖ ଦେବି ପଖାଳି,
ଝରିରେ ରଖୁଛି ବାସ ନୀର ହେ ।’’
୫। ଶ୍ରୀକୃଷ୍ଣଙ୍କୁ କିଏ, କେଉଁ ନାମ ଧରି ଡାକିଛନ୍ତି, ସେହି ନାମଗୁଡ଼ିକ ଲେଖ ।
ଉ : ଶ୍ରୀକୃଷ୍ଣଙ୍କୁ ଯଶୋଦା ବଂଶୀଧର, ବନମାଳୀ, ବାସୁଦେବ ଇତ୍ୟାଦି ନାମରେ ଡାକିଛନ୍ତି । ଗୋପବାଳକମାନେ ଅଚ୍ୟୁତ ଏବଂ ଚକ୍ରଧର ବୋଲି ଡାକିଛନ୍ତି ।
୬। ବଂଶୀ ଧରନ୍ତି ଯେ, ସେ ‘ବଂଶୀଧର’ ; ଏହିଭଳି ଆଉ କେତୋଟି ଶବ୍ଦ ଲେଖ ।
ଉ : ଚକ୍ରଧର, ବେଣୁଧର, ସୂତ୍ରଧର, ହଳଧର ।
୭। ଅସଜଡ଼ା ପଦଟିକୁ ସଜାଡ଼ି ଲେଖ ।
(କ) ବାସୁଦେବ ଉଛୁର ଗୋ-ଗୋଷ୍ଠୀ ହେବ ରାମ ଉଠ ।
ଉ : ଉଠ ରାମ ବାସୁଦେବ, ଗୋ-ଗୋଷ୍ଠୀ ଉଛୁର ହେବ ।
(ଖ) ଆହାର ନଦୀକୂଳେ ଦଧୂ ସାଥେ ଅନ୍ନ ନେବ କରିବ ହେ ।
ଉ : ଦଧି ଅନ୍ନ ସାଥେ ନେବ, ନଦୀକୂଳେ କରିବ ଆହାର ହେ ।
ନାତିଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧ କବି କବିତାର ନାମ ‘ପ୍ରଭାତ ଅବକାଶ’ କାହିଁକି ରଖୁଛନ୍ତି ?
(H-2014-15
ଉ : କବିମାନେ କାବ୍ୟ କବିତାର ପ୍ରସଙ୍ଗ ଭିତ୍ତିକ ନାମକରଣ କରି ପାଠକମାନଙ୍କର ହୃଦୟକୁ ଆକର୍ଷଣ କରନ୍ତି । ଅଷ୍ଟାଦଶ ଶତାବ୍ଦୀର ଜଣେ ପ୍ରଖ୍ୟାତକବି ବନମାଳୀ ଦାସ ଆପଣାର କବିତାରେ ପ୍ରଭାତ କାଳର ମନୋରମ ବର୍ଣ୍ଣନା ପ୍ରଦାନ କରିଛନ୍ତି । ରାତି ପାହି ପ୍ରଭାତର ଆଗମନ ହେବା ପରେ ଶୁକ, ପିକ ଓ କାକମାନଙ୍କର କଳରବ ଧ୍ବନି ସହିତ କୁକୁଟମାନଙ୍କର ରାବ ବିଷୟରେ ବର୍ଣ୍ଣନା କରିଛନ୍ତି । ତେଣୁ କବିତାଟିର ନାମ ‘ପ୍ରଭାତ ଅବକାଶ’ ରଖୁଛନ୍ତି ।
୨। ‘ପ୍ରଭାତ ଅବକାଶ’ କବିତାରେ କିଭଳି ପ୍ରଭାତର 5 ସୂଚନା ଦେଇଛନ୍ତି ବର୍ଣ୍ଣନା କର ।
H-2016-17
ଉ: ଅଷ୍ଟାଦଶ ଶତାବ୍ଦୀର ଜଣେ ପ୍ରଖ୍ୟାତ କବି ଭାବେ ବନମାଳୀଙ୍କ ନାମ ଉଲ୍ଲେଖଯୋଗ୍ୟ । କୃଷ୍ଣ କଥାକୁ ନେଇ ସେ ଅନେକ ଭଜନ ଓ ଜଣାଣ ରଚନା କରିଛନ୍ତି । କବିଙ୍କ ରଚନା ଶୈଳୀରେ ବିଭିନ୍ନ ବର୍ଣ୍ଣନା ଦେଖୁବାକୁ ମିଳେ । ପ୍ରଭାତ ଅବକାଶ କବିତାରେ କବି ପ୍ରଭାତର ସୂଚନା ଦେଇ ସୁନ୍ଦର ବର୍ଣ୍ଣନା କରିଛନ୍ତି । ରାତି ପାହି ପ୍ରଭାତର ଆଗମନ ହୋଇଛି । ପ୍ରଭାତ କାଳକୁ ଅତ୍ୟନ୍ତ = | ଆକର୍ଷଣୀୟ କରି ମନ୍ଦିରରେ ଶୁକପକ୍ଷୀମାନେ ରାବି ଉଠିଛନ୍ତି । ବୃକ୍ଷମାନଙ୍କରେ କାକ ଓ ପିକ ଧ୍ବନି କରିଛନ୍ତି । ଏହି ପ୍ରଭାତ ଅବକାଶରେ କୁକୁଟମାନଙ୍କର ରାବ ଶୁଣିବାକୁ ମିଳିଛି ।
୩। ଶ୍ରୀକୃଷ୍ଣ ନିଦରୁ ଉଠିବା ପରେ ମା’ ଯଶୋଦା କ’ଣ କରିବେ କହୁଛନ୍ତି ?
ଉ : କୃଷ୍ଣ ଥିଲେ ମା’ ଯଶୋଦାଙ୍କର ଅତ୍ୟନ୍ତ ଅଲିଅଳ ପୁତ୍ର । କୃଷ୍ଣଙ୍କ ବ୍ୟତୀତ ତାଙ୍କୁ ସମଗ୍ର ଜଗତ ଅନ୍ଧକାର ଦିଶୁଥୁଲା ତେଣୁ ସେ ସଦାସର୍ବଦା କୃଷ୍ଣଙ୍କର ନାନା ସେବାଯତ୍ନରେ ଲାଗି ରହୁଥିଲେ । ରାତି ପାହିବା ପରେ ଯଶୋଦା ଶ୍ରୀକୃଷ୍ଣଙ୍କୁ ‘ବଂଶୀଧର ଉଠ ବୋଲି’ ସ୍ନେହରେ ସମ୍ବୋଧନ କରି ଶଯ୍ୟାତ୍ୟାଗ କରିବାକୁ ସୂଚନା ଦେଇଥିଲେ । କୃଷ୍ଣ ନିଦରୁ ଉଠିବା ପରେ ମା’ ଯଶୋଦା ସୁବାସିତ ଜଳରେ ତାଙ୍କର ମୁହଁ ଧୁଆଇ ଦେଇ ଅମୃତ ପାଣି କଦଳୀକୁ ଲବଣି ସହିତ ଗୋଳି ଅଧାମ ଗୋଟିକା ପୁଳି ଆଦିକୁ ଖଣ୍ଡଶାକର ସହିତ ଭୁଞ୍ଜାଇବେ ବୋଲି କହୁଛନ୍ତି ।
୪। କେଉଁ କେଉଁ ପକ୍ଷୀ ଶ୍ରୀକୃଷ୍ଣଙ୍କୁ ରାତି ପାହିଯି ବାର ସୂଚନା ଦେଉଛନ୍ତି ?
ଉ : କବି ବନମାଳୀ ଥିଲେ କୃଷ୍ଣଭକ୍ତ । ସେ ଜଗନ୍ନାଥ ଓ କୃଷ୍ଣଙ୍କୁ ନେଇ ଅନେକ ପଦାବଳୀ ରଚନା କରିଥିଲେ । ଯଶୋଦାଙ୍କ ହୃଦୟରେ କୃଷ୍ଣଙ୍କ ପ୍ରତି କିଭଳି ସ୍ନେହଭାବ ଥିଲା ତାହା ବିଭିନ୍ନ କବିତା ଗୁଡ଼ିକରେ ସେ ବର୍ଣନା କରିଥିଲେ । କବିଙ୍କ ବର୍ଣ୍ଣନାରେ ରାତି ପାହିଯିବା ପରେ ମା’ ଯଶୋଦା ଅଲିଅଳ ପୁତ୍ର କୃଷ୍ଣଙ୍କୁ ଶଯ୍ୟାତ୍ୟାଗ କରି ଉଠିବାକୁ ସ୍ନେହର ସହିତ କହିଛନ୍ତି । ଏଥି ସହିତ ମନ୍ଦିରରେ ଶୁକ, ବୃକ୍ଷରେ କାକ, ପିକ ଓ କୁକୁଟ ଡାକଦେଇ ରାତି ପାହିଯିବାର ସୂଚନା ଦେଉଥିବାର ଉଲ୍ଲେଖ କରିଛନ୍ତି ।
୫। ଶ୍ରୀକୃଷ୍ଣ କାହିଁକି ଏତେବେଳ ପର୍ଯ୍ୟନ୍ତ ଶୋଇଛନ୍ତି ବୋଲି ମାତା ଯଶୋଦା ଭାବୁଛନ୍ତି ?
ଉ : ମାଆର ହୃଦୟ ମମତାର ଗନ୍ତାଘର । ମାଆ ଯଶୋଦା ଥିଲେ କୃଷ୍ଣଙ୍କ ପାଇଁ ସଦାସର୍ବଦା ଚିନ୍ତତା । ଅଲିଅଳ ପୁତ୍ର କୃଷ୍ଣଙ୍କୁ ଦଣ୍ଡେ ନ ଦେଖିଲେ ସେ ଧୈର୍ଯ୍ୟଧରି ରହିପାରୁ ନଥିଲେ । କୃଷ୍ଣଙ୍କ ଦୁଃଖ ସୁଖ ସତେ ଯେଭଳି ଯଶୋଦାଙ୍କ ଦେହ ଓ ମନସାରା ଭରି ରହିଥିଲା । ରାତି ପାହିଯାଇଥିଲେ ମଧ୍ୟ କୃଷ୍ଣ ଶଯ୍ୟାତ୍ୟାଗ କରି ନ ଉଠିବାରୁ ଯଶୋଦା ଭାଳି ହୋଇଥିଲେ । ପୂର୍ବଦିନ ଗୋରୁ ଚରାଇବାକୁ ଯାଇ କୃଷ୍ଣ ପଥଶ୍ରମ ପାଇ ଏତେବେଳଧରି ଶୋଇ ପଡ଼ିଥିବାର ସେ ଭାବୁଥିଲେ । ପଥଶ୍ରମରୁ କୃଷ୍ଣଙ୍କ ଶରୀର ଅଶକତ ଲାଗୁଥିବାର ଭାବନା ଯଶୋଦାଙ୍କୁ ବାଧୁଥିଲା ।
୬। ‘ପ୍ରଭାତ ଅବକାଶ’ କବିତାଟିରେ ଯଶୋଦାଙ୍କର ମାତୃସ୍ନେହ କିପରି ଫୁଟି ଉଠିଛି ?
[H-2015-1. H-2013-14, |2017-18 (ସମିତି)
ଉ : ମାଆ ଯଶୋଦାଙ୍କ ପାଇଁ କୃଷ୍ଣ ଥିଲେ ସର୍ବସ୍ୱ । କୃଷ୍ଣଙ୍କ ବ୍ୟତୀତ ଗୋଟିଏ ମୁହୂର୍ଭ ମଧ୍ଯ ଯଶୋଦା ନିଜକୁ ସ୍ଥିର ରଖୁପାରୁ ନଥିଲେ । କୃଷ୍ଣଙ୍କ ପ୍ରତି ଯଶୋଦାଙ୍କ ମାତୃ ହୃଦୟରେ ଭରି ରହିଥୁଲା ଅତ୍ୟନ୍ତ ଗଭୀର ସ୍ନେହ ଭାବ । ତେଣୁ ରାତି ପାହିବା ମାତ୍ରେ ଯଶୋଦା ପୁତ୍ର କୃଷ୍ଣଙ୍କୁ ଶଯ୍ୟାତ୍ୟାଗ କରି ଉଠିବାକୁ କହିଛନ୍ତି | ବଂଶୀଧର, ବନମାଳୀ, ବାସୁଦେବ ବୋଲି ମଧୁର ସମ୍ବୋଧନ କରିଛନ୍ତି । ସୁବାସିତ ଜଳରେ ମୁଖ ଧୁଆଇ ଅମୃତ ପାଣି କଦଳୀ, ଲବଣି, ଅଧାମ, ଗୋଟିକା, ପୁଳି ଓ ଖଣ୍ଡଶାକର ଖୁଆଇ ଦେବାକୁ କହିଛନ୍ତି । ବିଗତ ଦିନର ଗୋଚାରଣ ହେତୁ ପଥଶ୍ରମ ପାଇ ଶୋଇ ପଡ଼ିଥିବା କୃଷ୍ଣଙ୍କ ଅଶକତ ଶରୀର ବ୍ୟଥା ନେଇ ମନେ ମନେ ଭାଜି ହୋଇଛନ୍ତି । ଏହା ହିଁ ଯଶୋଦାଙ୍କର ମାତୃସ୍ନେହର ପ୍ରମାଣ ।
୭। ଗୋ-ଗୋଷ୍ଠୀକୁ କେଉଁମାନେ ଯାଆନ୍ତି ବୋଲି କବି ବର୍ଣ୍ଣନା କରିଛନ୍ତି ?
ଉ : କବି ବନମାଳୀ ଥିଲେ କୃଷ୍ଣଭକ୍ତ । ସେ ଜଗନ୍ନାଥ ଓ କୃଷ୍ଣଙ୍କୁ ନେଇ ଅନେକ ପଦାବଳୀ ରଚନା କରି ନିଜର ଭକ୍ତି ଭାବନାର ପରିଚୟ ଦେଇଛନ୍ତି । କବିଙ୍କ ଲେଖନୀରେ କୃଷ୍ଣଙ୍କ ଲୀଳାର ବିଭିନ୍ନ ପ୍ରସଙ୍ଗ ବର୍ଣ୍ଣିତ । ‘ପ୍ରଭାତ ଅବକାଶ’ କବିତାରେ କବି ବଳରାମ ଓ କୃଷ୍ଣଙ୍କର ଗୋ-ଗୋଷ୍ଠକୁ ଯିବା ବିଷୟରେ ବର୍ଣ୍ଣନା କରିଛନ୍ତି । ପ୍ରଭାତ ହୁଅନ୍ତେ ସନ୍ତାନ ବତ୍ସଳା ଜନନୀ ଯଶୋଦା ରାମକୃଷ୍ଣଙ୍କୁ ଶଯ୍ୟା ତ୍ୟାଗ କରି ଉଠିବାକୁ କହିଛନ୍ତି । ଏଥୁ ସହିତ ସେମାନେ ଗୋ-ଗୋଷ୍ଠକୁ ଯିବା ସମୟରେ ସାଥୀରେ ଦଧୂଅନ୍ନ ନେଇ ଯମୁନା ନଦୀକୂଳରେ ଆହାର କରିବା ବିଷୟରେ କହିଛନ୍ତି ।
୮ । ଗୋପ ବାଳକମାନେ କୃଷ୍ଣଙ୍କୁ କାହିଁକି ଡାକିଛନ୍ତି ?
ଉ : ପ୍ରଭାତ କାଳ ହୋଇଛି । ମାଆ ଯଶୋଦା ସ୍ନେହର ପୁତ୍ର କୃଷ୍ଣଙ୍କୁ ଶଯ୍ୟାରୁ ଉଠିବାକୁ କହିଛନ୍ତି । ପୁତ୍ରର ଯାବତୀୟ ଦାୟିତ୍ଵ ତୁଟାଇବେ ବୋଲି ବ୍ୟଗ୍ର ହୋଇଛନ୍ତି । ବିଗତ ଦିନର ଗୋରୁ ଚରାଇବାର କ୍ଳାନ୍ତି ହେତୁ ସେ ହୁଏତ ଅଧିକ ନିଦ୍ରାରେ ଶୋଇଥାଇ ପାରନ୍ତି ବୋଲି ଯଶୋଦା ସନ୍ଦେହ ପ୍ରକାଶ କରିଛନ୍ତି; କିନ୍ତୁ ଗୋପ ବାଳକମାନେ ସିଂହଦ୍ଵାରରେ ପହଞ୍ଚି କୃଷ୍ଣଙ୍କୁ ନିଦରୁ ଉଠିବାକୁ ଡାକିଛନ୍ତି । ସୂର୍ଯ୍ୟ ଉଦୟ ହୋଇଥିବାରୁ ଅଧିକ ଶୋଇବା ଉଚିତ ନୁହେଁ ବୋଲି ସେମାନେ କହିଛନ୍ତି ।
୯ । କବି ବନମାଳୀ ନିଜକୁ କାହାର ଚରଣ କିଙ୍କର ବୋଲି ବର୍ଣ୍ଣନା କରିଛନ୍ତି ଉଲ୍ଲେଖ କର ।
ଉ : ଅଷ୍ଟାଦଶ ଶତାବ୍ଦୀର ଜଣେ ଭକ୍ତକବି ଭାବେ ବନମାଳୀ ଦାସ ଥିଲେ ପ୍ରସିଦ୍ଧ । ତାଙ୍କ ଲେଖନୀରୁ ଅନେକ କୃଷ୍ଣ ଲୀଳାତ୍ମକ ଭଜନ, ଜଣାଣ ତଥା ପଦାବଳୀ ସୃଷ୍ଟିଲାଭ କରିଥିଲା । ସେ କୃଷ୍ଣଙ୍କର ବିଭିନ୍ନ ଲୀଳା ବର୍ଣ୍ଣନାରେ ଏଭଳି ମଜ୍ଜି ଯାଉଥିଲେ ଯେ ସମଗ୍ର ଜଗତ ତାଙ୍କୁ କୃଷ୍ଣମୟ ଦେଖାଯାଉଥିଲା । କୃଷ୍ଣଙ୍କ ସହିତ ନିଜର ସେବକ ପଣକୁ ସେ ସ୍ବୀକାର କରିବାକୁ କୁଣ୍ଠାବୋଧ କରୁ ନଥିଲେ । ତେଣୁ ‘ପ୍ରଭାତ ଅବକାଶ’ କବିତାରେ ସେ ନିଜକୁ ଭଗବାନ କୃଷ୍ଣଙ୍କର ଚରଣ କିଙ୍କର ବୋଲି ବର୍ଣ୍ଣନା କରିଛନ୍ତି ।
୧୦। ‘ପ୍ରଭାତ ଅବକାଶ’ କବିତାଟିରେ କବି ବନମାଳୀ କୃଷ୍ଣଙ୍କର କେଉଁ କେଉଁ ନାମ ଉଚ୍ଚାରଣ କରିଛନ୍ତି ବର୍ଣ୍ଣନା କର ।
ଉ : ଭକ୍ତକବି ବନମାଳୀ ଦାସ ଥିଲେ କୃଷ୍ଣପ୍ରାଣ । ତାଙ୍କର ଅନେକ ଭଜନ ଓ ଜଣାଣରେ ସେ କୃଷ୍ଣଙ୍କ ଲୀଳାମାନ ବର୍ଣ୍ଣନା କରିଛନ୍ତି । ଭଗବାନଙ୍କ ପ୍ରତି ଭକ୍ତର ଭଲ ପାଇବାର ଯେଉଁ ପ୍ରମାଣ ଥାଏ ତାହା ‘ପ୍ରଭାତ ଅବକାଶ’ କବିତାରେ କବି ବନମାଳୀଙ୍କ ଲେଖନୀରେ ପ୍ରକାଶିତ ହୋଇଛି । ବିଭିନ୍ନ ଭାବରେ ଭଗବାନଙ୍କ ନାମ ଉଚ୍ଚାରଣ କରି କବି ନିଜର ଭକ୍ତିଭାବନାର ପରିଚୟ ଦେଇଛନ୍ତି । ବଂଶୀଧର, ବନମାଳୀ, ବାସୁଦେବ, ଅଚ୍ୟୁତ ଓ ଚକ୍ରଧର ରୂପେ କବି କୃଷ୍ଣଙ୍କର ବିଭିନ୍ନ ନାମ ଉଚ୍ଚାରଣ କରିଛନ୍ତି ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧। ଆକାଶରେ ଦିନକର ଉଦୟ ହେଲେଣି ବୋଲି କିଏ କାହାକୁ କହିଥିଲେ ?
ଉ: କୃଷ୍ଣ ଥିଲେ ଯଶୋଦାଙ୍କର ଅଲିଅଳ ପୁତ୍ର । ରାତି ପାହିଥିଲେ ମଧ୍ୟ ସେ ନିଦରୁ ଉଠି ନଥୁଲେ । ଗୋପାଳ ବାଳକମାନେ ଆକାଶରେ ଦିନକର ଉଦୟ ହେଲେଣି ବୋଲି କୃଷ୍ଣଙ୍କୁ କହିଥିଲେ ।
୨। ଯଶୋଦା କୃଷ୍ଣଙ୍କୁ କ’ଣ ଖୁଆଇବେ ବୋଲି କହିଛନ୍ତି ?
|H-2013-14
ଉ : ରାତି ପାହି ଯାଇଛି । ମମତାମୟୀ ମାତା ଯଶୋଦା କୃଷ୍ଣଙ୍କୁ ଶଯ୍ୟା ତ୍ୟାଗ କରି ଉଠିବାକୁ କହିଛନ୍ତି । ସ୍ନେହରେ କୃଷ୍ଣଙ୍କ ପାଇଁ ସାଇତି ରଖୁଥିବା ଅମୃତ ପାଣି କଦଳୀ, ଲବଣି, ଅଧାମ, ଗୋଟିକା ଓ ପୁଳି ଆଦି ତାଙ୍କୁ ଖୁଆଇବେ ବୋଲି କହିଛନ୍ତି ।
୩। ଅଚ୍ୟୁତ ବୋଲି କିଏ କାହାକୁ ସମ୍ବୋଧନ କରିଛନ୍ତି ?
ଉ : ଗୋପାଳ ବାଳକମାନେ କୃଷ୍ଣଙ୍କୁ ଅଚ୍ୟୁତ ବୋଲି ସମ୍ବୋଧନ କରିଛନ୍ତି । କାରଣ କୃଷ୍ଣଙ୍କର ଅନ୍ୟ ଏକ ନାମ ହେଉଛି ଅଚ୍ୟୁତ ।
୪। କବି କାହା ଚରଣରେ ନିଜକୁ କିଙ୍କର ବୋଲି କହିଛନ୍ତି ?
ଇ: କବି ବନମାଳୀ ଥିଲେ କୃଷ୍ଣଭକ୍ତ । ସେ କୃଷ୍ଣଙ୍କ ଲୀଳାକୁ ନେଇ ଅନେକ ପଦାବଳୀ ରଚନା କରିଥିଲେ । ତେଣୁ ନିଜକୁ କୃଷ୍ଣଙ୍କ ଚରଣରେ କିଙ୍କର ବୋଲି କହିଛନ୍ତି ।
୫। ପକ୍ଷୀମାନେ କେତେବେଳେ କେଉଁଠାରେ ରାବିଛନ୍ତି ?
ଇ: ପ୍ରଭାତର ଶୁଭ ଆଗମନ ଘଟିଛି । ଶୁକ, ପିକ, କାକ ଓ କୁକୁଟ ଆଦି ପକ୍ଷୀମାନେ ବୃକ୍ଷରେ ବସି ରାବିଛନ୍ତି ।
୬। ଗୋଗୋଷ୍ଠରେ ରାମ ଓ ବାସୁଦେବ କ’ଣ ଖାଇବେ ବୋଲି ଯଶୋଦା କହିଛନ୍ତି ?
ଉ : ରାମ ଓ କୃଷ୍ଣଙ୍କ ଗୋଗୋଷ୍ଠକୁ ଯିବା ଏକ ଦୈନନ୍ଦିନ କାର୍ଯ୍ୟ । ଗୋଗୋଷ୍ଠୀରେ ସେମାନେ ସାଥୀରେ ନେଇଥିବା ଦଧି ଅନ୍ନ ଖାଇବେ ବୋଲି ଯଶୋଦା କହିଛନ୍ତି ।
୭। କୃଷ୍ଣଙ୍କ ଶରୀର କାହିଁକି ଅଶକତ ହୋଇଥ୍ ବାର ଯଶୋଦା ଅନୁଭବ କଲେ ?
ଉ : କୃଷ୍ଣ ଗୋରୁ ଚରାଇବା ପାଇଁ ବଣକୁ ଯାଇଥିଲେ । ବଣରେ ବୁଲି ପଥଶ୍ରମ ପାଇ କୃଷ୍ଣଙ୍କ ଶରୀର ଅଶକତ ହୋଇଥିବାର ଯଶୋଦା ଅନୁଭବ କଲେ ।
୮। କିଏ କାହାକୁ ଚକ୍ରଧର ବୋଲି କହିଛନ୍ତି ?
ଉ : ଭକ୍ତକବି ବନମାଳୀ ଥିଲେ କୃଷ୍ଣଭକ୍ତ । ସେ ଭଗବାନ ଶ୍ରୀକୃଷ୍ଣଙ୍କୁ ଚକ୍ରଧର ବୋଲି କହିଛନ୍ତି ।
୯ ଯଶୋଦା କିପରି କୃଷ୍ଣଙ୍କ ମୁଖପଖାଳିବେ ବୋଲି କହିଛନ୍ତି ?
ଉ: ରାତି ପାହି ବାରୁ ଯଶୋଦା କୃଷ୍ଣଙ୍କୁ ଶଯ୍ୟା ତ୍ୟାଗ କରିଉଠିବାକୁ କହିଛନ୍ତି । କୃଷ୍ଣପ୍ରାଣା ଏହି ଜନନୀ ଝରିରେ ରଖୁଥିବା ସୁବାସିତ ପାଣିରେ କୃଷ୍ଣଙ୍କ ମୁଖ ପଖାଳିବେ ବୋଲି କହିଛନ୍ତି ।
୧୦ । ଉଠ ରାମ ବାସୁଦେବ ବୋଲି କିଏ କାହା ଉଦ୍ଦେଶ୍ୟରେ କହିଛନ୍ତି ?
ଉ : ଉଠ ରାମ ବାସୁଦେବ ବୋଲି ସ୍ନେହମୟୀ ମାତା ଯଶୋଦା ବଳରାମ ଓ କୃଷ୍ଣଙ୍କ ଉଦ୍ଦେଶ୍ୟରେ କହିଛନ୍ତି ।
ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧। ‘ପ୍ରଭାତ ଅବକାଶ’ କବିତାର କବି କିଏ ?
ଉ : ପ୍ରଭାତ ଅବକାଶ କବିତାର କବି ବନମାଳୀ ଦାସ ।
୨ଗୋପସୁତମାନେ କେଉଁଠାରେ ଡାକିଛନ୍ତି ?
ଉ : ଗୋପସୁତମାନେ ସିଂହଦ୍ଵାରରେ ଡାକିଛନ୍ତି ।
୩ । ତୁମ ପଠିତ କବିତାରେ କୃଷ୍ଣଙ୍କର ଅନ୍ୟ କେଉଁ ନାମଟି ଉଲ୍ଲେଖ ଅଛି ?
ଉ : କୃଷ୍ଣଙ୍କର ଅନ୍ୟନାମ ବାସୁଦେବ ବୋଲି ପଠିତ କବିତାରେ ଲେଖା ଅଛି ।
୪ଗୋ-ଗୋଷ୍ଠୀକୁ କ’ଣ ଆହାର ନେବାକୁ ଯଶୋଦା କହିଛନ୍ତି ?
ଉ : ଗୋ-ଗୋଷ୍ଠୀକୁ ଦଧୂ-ଅନ୍ନ ଆହାର ନେବାକୁ ଯଶୋଦା କହିଛନ୍ତି ।
୫। ବନମାଳୀ ଦାସ କେଉଁ ସମୟର କବି ?
ଉ: ବନମାଳୀ ଦାସ ଅଷ୍ଟାଦଶ ଶତାବ୍ଦୀର କବି ।
୬| କିଏ ଅଳସରେ ଶୋଇଛନ୍ତି ବୋଲି ଯଶୋଦା କହିଛନ୍ତି ?
ଉ: କୃଷ୍ଣ ଅଳସରେ ଶୋଇଛନ୍ତି ବୋଲି ଯଶୋଦା କହିଛନ୍ତି ।
୭| ବଂଶୀଧର କିଏ ?
ଉ: କୃଷ୍ଣଙ୍କୁ ବଂଶୀଧର ବୋଲି କୁହାଯାଇଛି ।
୮। ମନ୍ଦିରରେ କେଉଁ ପକ୍ଷୀ ଡାକନ୍ତି ?
ଉ : ମନ୍ଦିରରେ ଶୁକ ପକ୍ଷୀ ଡାକନ୍ତି ।
୯ବୃକ୍ଷରେ କିଏ ରାବିଛି ?
ଉ: ବୃକ୍ଷରେ କାକ ଓ ପିକ ରାବିଛନ୍ତି ।
୧୦। ପିକ କିଭଳି ଭାବ କରିଛି ?
ଉ: ପିକ କୁହୁ କୁହୁ ଭାବ କରିଛି ।
୧୧। ଆକାଶରେ କିଏ ଉଦୟ ହୋଇଛନ୍ତି ?
ଉ: ଆକାଶରେ ସୂର୍ଯ୍ୟ ଉଦୟ ହୋଇଛନ୍ତି ।
୧୨। ଗୋପ ବାଳକମାନେ କୃଷ୍ଣଙ୍କୁ କେଉଁ ନାମରେ ଡାକିଛନ୍ତି ?
ଇ: ଗୋପ ବାଳକମାନେ କୃଷ୍ଣଙ୍କୁ ଅଚ୍ୟୁତ ନାମରେ ଡାକିଛନ୍ତି ।
୧୩। ଯଶୋଦା କେଉଁଠାରେ ବାସ ନୀର ରଖୁଥିଲେ ?
ଉ: ଯଶୋଦା ଝରିରେ ବାସ ନୀର ରଖିଥିଲେ ।
୧୪। ଦିନକର କେଉଁଠାରେ ଉଦୟ ହେଲେ ?
ଉ : ଦିନକର ଆକାଶରେ ଉଦୟ ହେଲେ ।
୧୫। ‘ଉଠ ବନମାଳୀ’ ବୋଲି କିଏ କହିଛନ୍ତି ?
ଉ : ‘ଉଠ ବନମାଳୀ’ ବୋଲି ଯଶୋଦା କହିଛନ୍ତି |
୧୬। ଅଚ୍ୟୁତ କିଏ ?
ଉ : କୃଷ୍ଣ ହିଁ ଅଚ୍ୟୁତ ।
୧। “ ମନ୍ଦିରେ ଡାକିଲେ ଶୁକ ବୃକ୍ଷରେ ରାବିଲେ କାକ
କୁହୁ କୁହୁ ରଟେ ପିକ
କୁକୁଟ ଡାକିଲେ ପରଖର ହେ’’ ।
ଉ : “ ମନ୍ଦିରେ ... ... ... ... ପରଖର ହେ’’ ।
ଶଂସିତ ପଦ୍ୟାଶଟି ‘ପ୍ରଭାତ ଅବକାଶ’ ଶୀର୍ଷକ କବିତାରୁ ଗୃହୀତ । ଏଠାରେ କବି ବନମାଳୀ ଦାସ ବିଭିନ୍ନ ପ୍ରକାର ପକ୍ଷୀ କିଭଳି ପ୍ରଭାତ ଆଗମନର ସୂଚନା ଦେଇଛନ୍ତି ତାହା ଯଶୋଦାଙ୍କ କଣ୍ଠରେ ବର୍ଣ୍ଣନା କରିଛନ୍ତି |
ନନ୍ଦରାଣୀ ଯଶୋଦାଙ୍କ ପାଇଁ କୃଷ୍ଣ ଥିଲେ ଅମୂଲ୍ୟ ସମ୍ପଦ । କୃଷ୍ଣଙ୍କ ବ୍ୟତିରେକେ ତାଙ୍କ ହୃଦୟରେ ଅନ୍ୟ କୌଣସି ଭାବନା ନଥିଲା । ପ୍ରଭାତ ଆଗମନ ହୋଇଥିଲେ ମଧ୍ୟ କୃଷ୍ଣ ଶଯ୍ୟା ତ୍ୟାଗ କରି ଉଠିନାହାନ୍ତି । ବାତ୍ସଲ୍ୟମୟୀ ଜନନୀ ଯଶୋଦା ସ୍ନେହରେ କୃଷ୍ଣଙ୍କୁ ବଂଶୀଧର ବୋଲି ସମ୍ବୋଧନ କରି ଉଠିବା ପାଇଁ କହିଛନ୍ତି । ଏଥୁ ସହିତ ପ୍ରଭାତର ସୂଚନା ଦେବାପାଇଁ ମନ୍ଦିରରେ ଶୁକ, ବୃକ୍ଷରେ କାକ, ପିକ ଓ କୁକୁଟ ଆଦି ଭାବ କରୁଥିବାର କୃଷ୍ଣଙ୍କୁ କହିଛନ୍ତି । ପ୍ରସଙ୍ଗଟି ମାତୃସ୍ନେହର ପରିଚୟ ଦିଏ ।
‘2 ଉଠ ରାମ ବାସୁଦେବ,
ଗୋ-ଗୋଧେ ଇଛୁର ହେବ
ଦଧୂଅନ୍ତି ସାଥେ ନେବ
ନଦୀକୂଳେ କରିବ ଆହାର ହେ ।”’........ ଆହାର ହେ ।””
ଉକ୍ତ ପଦ୍ୟାଶଟି ‘ପ୍ରଭାତ ଅବକାଶ’ କବିତାରୁ ଆନୀତ । ଏଠାରେ କବି ବନମାଳୀ ଦାସ ମାତା ଯଶୋଦା କିପରି ପ୍ରଭାତରେ ରାମକୃଷ୍ଣଙ୍କୁ ଗୋ-ଗୋଷ୍ଠୀଙ୍କୁ ଯିବା ପାଇଁ ତତ୍ପର କରିଛନ୍ତି ତାହା ବର୍ଣ୍ଣନା କରିଛନ୍ତି ।
ଯଶୋଦାଙ୍କ ମନ ପ୍ରାଣ ଓ ହୃଦୟରେ ସଦାସର୍ବଦା କୃଷ୍ଣଙ୍କ ଭାବନା ରହୁଥିଲା । ଅଝଟିଆ କୃଷ୍ଣଙ୍କୁ ନାନା ବାଗରେ ସନ୍ତୁଷ୍ଟ କରାଇ ସେ ପରମତୃପ୍ତି ପାଉଥିଲେ । ପ୍ରଭାତ ଆଗମନ ହୋଇଥିଲେ ମଧ୍ୟ କୃଷ୍ଣ ନିଦ ଭାଙ୍ଗି ଉଠି ନଥିବାରୁ ଯଶୋଦା ନାନା କଥା କହି କୃଷ୍ଣଙ୍କୁ ଶଯ୍ୟାତ୍ୟାଗ କରିବାକୁ କହୁଥିଲେ । ଶୀଘ୍ରଉଠି ଗୋ ଗୋଷ୍ଠୀକୁ ଯିବା ପାଇଁ ଯଶୋଦା କହିବା ସହିତ ସାଥ୍ରେ ଦଧୂ ଅନୁ ନେଇ ନଦୀକୂଳରେ ଆହାର କରିବେ ବୋଲି ଜଣାଇଥିଲେ । ପ୍ରସଙ୍ଗଟି ଯଶୋଦାଙ୍କ ମାତୃସ୍ନେହର ପରିଚୟ ଦିଏ ।
୩। “ ସିଂହଦ୍ୱାରେ ଗୋପସ୍ଥିତ, ଡାକନ୍ତି ଇଠି ଅଚ୍ୟୁତ
କେତେ ନିଦ୍ରା ଯାଇ ତୁ ତ, ଆକାଶେ ଉଦୟ ଦିନକର ହେ ।”
ଉ : “ ସିଂହଦ୍ୱାରେ ... --- --- --- --- --- ଦିନକର ହେ ।
ଶଂସିତ ପଦ୍ୟାଶଟି ‘ପ୍ରଭାତ ଅବକାଶ’ କବିତାରୁ ଆନୀତ । ଏହି ପ୍ରସଙ୍ଗରେ କବି ବନମାଳୀ ଗୋପ ବାଳକମାନେ କିପରି କୃଷ୍ଣଙ୍କୁ ନିଦ୍ରାରୁ ଉଠାଇଛନ୍ତି ତାହା ବର୍ଣ୍ଣିତ ।
କୃଷ୍ଣ ଥିଲେ ଗୋପପୁରର ସମସ୍ତଙ୍କର ଅତ୍ୟନ୍ତ ପ୍ରିୟ । ସେ ନନ୍ଦ ଓ ଯଶୋଦାଙ୍କର ସ୍ନେହର ପୁତ୍ର ହୋଇଥିଲେ ମଧ୍ୟ ଗୋପାଳ ବାଳକମାନଙ୍କ ସହିତ କ୍ରୀଡ଼ା କରନ୍ତି । ଗୋରୁ ପଲ ନେଇ ସେମାନଙ୍କ ସହିତ ଗୋରୁ ଚରାଇବାକୁ ସାଆନ୍ତି । ପ୍ରଭାତ କାଳ ହୋଇ ସୂର୍ଯ୍ୟ ଉଦୟ ହୋଇଥିଲେ ମଧ୍ଯ କୃଷ୍ଣ ନିଦ୍ରା ତ୍ୟାଗକରି ଉଠି ନଥୁବାରୁ ଗୋପାଳ ବାଳକମାନେ ସିଂହଦ୍ଵାରରେ ପହଞ୍ଚି ତାଙ୍କୁ ସୂର୍ଯ୍ୟୋଦୟ ହେବାର କଥା କହି ଉଠାଇବାକୁ ଚେଷ୍ଟା କରିଛନ୍ତି । ପ୍ରସଙ୍ଗଟି ଅତ୍ୟନ୍ତ ହୃଦୟସ୍ପର୍ଶୀ ।
No comments:
Post a Comment