Mehersir.in +2 First Year Bhalu Upadraba All Question Answer || bhalu upadraba odia story question answer | Bhalu Upadraba question answer | Plus Two first year odia Sahitya Jyoti | Plus Two first year odia bhalu upadraba question answer | Bhalu upadraba 5 marks long questions answer | Bhalu Upadraba Long Question Answer | Meher Sir.
ପ୍ରଶ୍ନବଳୀ
Bhalu Upadraba All Question Answer
Bhalu Upadraba 1 mark Question Answer | Bhalu Upadraba Short Question Answer
୧ । ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ପ୍ରଶ୍ନର ମୂଲ୍ୟ ୧ ନମ୍ବର । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
( ପଥର, ମୁଗୁର, ଇଟା, ହାତୁଡ଼ି)
ଉ ମୁଗୁର
(ଦେବକାନ୍ତ, ନିଶାକର, ଗୋପୀ, ମନମୋହନ)
ଉ ମନମୋହନ
( ସକାଳ, ମଧ୍ୟାହ୍ନ, ଅପରାହ୍ନ, ସନ୍ଧ୍ୟା)
ଉ ସକାଳ
( ଓଡ଼ିଆ, ହିନ୍ଦୀ, ତେଲୁଗୁ, ତାମିଲ)
ଉ.ତେଲୁଗୁ
(ଭାଲୁ କାମୁଡ଼ା, ଭାଲୁର ଜିଭଚଟା, ଭାଲୁ ଆମ୍ପୁଡ଼ା, ତାଳୁ ଘୋଷରା)
ଉ. ଭାଲୁ ଆମ୍ପୁଡ଼ା
( ବଣ୍ଡରେ, ମେଡ଼ିକାଲରେ, ରେଡ଼ିଓ ଷ୍ଟେସନରେ, ଷ୍ଟେସନରେ)
ଉ. ଷ୍ଟେସନ୍ରେ
(କଳାଚାଦର, କଳାବେଡ଼ସିଟ୍, କଳାକମ୍ବଳ, କଳାରେଜେଇ)
ଉ. କଳାକମ୍ବଳ
(ସୁରେଶ, ଦେବକାନ୍ତ, ଗୋପୀ, ମନମୋହନ)
ଉ. ଗୋପୀ
(ଅନ୍ଧାର, ଆଲୁଅ, ଦ୍ବି ପ୍ରହର, ସକାଳ)
ଊ. ଆଲୁଅ
( ସହରୀ ଭାଲୁ, ଭୟାନକ ଭାଲୁ, କବିତାର ଭାଲୁ, ଗପର ଭାଲୁ)
ଉ. ଗପର ଭାଲୁ
(ମନମୋହନ, ନିଶାକର, ସୁରେଶ, ଗୋପୀ)
ଉ. ନିଶାକର ।
(ଢ଼) କେଉଁ କଥା ବରଖାସ୍ତ କରି ପାରିବେନି ବୋଲି ସୁରେଶ କହିଛନ୍ତି ?
(ଭାଲୁ, ବଳ, ଅପମାନ, ଭୟ)
ଊ. ବଳ।
(ଶ) ଦରକାର ପଡ଼ିଲେ କିଏ ଭାଲୁଠୁ ଆହୁରି ବେଶି ହିଂସ୍ର ହୋଇପାରେ ?
(ସିଂହ, ବାଘ, ଗୟଳ, ମଣିଷ)
ଉ. ମଣିଷ ।
(ତ) ଇଚ୍ଛା କଲେ ମଣିଷ ବି କ’ଣ ହୋଇପାରେ ବୋଲି ମନମୋହନ କହିଛନ୍ତି ?
(ହତ୍ୟାକାରୀ, ପଶୁ, ପ୍ରତିଶୋଧପରାୟଣ, କ୍ଷମାଶୀଳ)
ଉ. ପଶୁ
(ଥ) ଗୋପୀକୁ କିଏ ପିଟିଲା ବୋଲି ସେ କହିଥିଲା ?
(ଭୂତ, ଭାଲୁ, ପୋଲିସ, କିଏ ଜଣେ)
ଊ. ଭାଲୁ
(ଦ) କୈଳାସ କ’ଣ ବଜେଇ ବଜେଇ ଭିତରକୁ ଆସିଥୁଲା ?
(ବଂଶୀ, କେନ୍ଦରା, ଖଞ୍ଜଣୀ, ମୃଦଙ୍ଗ)
ଊ. ମୃଦଙ୍ଗ
(ଧ) କୈଳାସ କ’ଣ ହୋଇଗଲା ବୋଲି ସୁରେଶ କହିଛନ୍ତି ?
(କଳାକାର, ଯୋଗୀ, ପାଗଳ, ପଣ୍ଡିତ)
ଊ. ପାଗଳ
(ନ) ଏ ଭାଲୁର ପୂର୍ବ ପୁରୁଷ କିଏ ବୋଲି କୈଳାସ କହିଛି ?
(ହନୁମାନ, ଜାମ୍ବବାନ, ସୁଗ୍ରୀବ, ଅଙ୍ଗଦ)
ଉ. ଜାମ୍ବବାନ
(ପ) ଭାଲୁକୁ ମାରିଲେ ଏହା କେଉଁଭଳି ଏକ ଇସ୍ୟୁ ହୋଇଯିବ ବୋଲି କୁହାଯାଇଛି ?
(ଅଯୋଧ୍ୟା, ଲଙ୍କା, କିସ୍କିନ୍ଦ୍ୟ, କାଶ୍ମୀର)
ଡ. ଅଯୋଧ୍ୟା
(ଫ) କିଏ ଗୋପୀକୁ ନିଶାକରର ଜିମାରେ ଛାଡ଼ି ଦେଇ ଯାଇଥିଲେ ?
(ତା’ମାଆ, ତା’ ବୁଢ଼ୀମା, ତା’ ବାପା, ତା’ ବୁଢ଼ାବାପା)
ଉ. ତା’ ବୁଢ଼ୀମା
(ବ) ମୁଗୁର କିଏ ଭାଙ୍ଗୁଥୁଲା ?
(ଗୋପୀ, ମନମୋହନ, ଦେବକାନ୍ତ, ସୁରେଶ)
ଉ. ସୁରେଶ
(ଭ) ସକାଳ ଖବର ସତ ହୋଇଯାଏ ବୋଲି କିଏ କହିଛି ?
(ରେଡ଼ିଓ, ଟି.ଭି., ନିଶାକର, ଗୋପୀ)
ଉ. ନିଶାକର
(ମ) ସଂସ୍କୃତ ଶ୍ଳୋକ ଶୁଣି ତାହା ତେଲୁଗୁ ଭାଷାର ବୋଲି କିଏ କହିଛନ୍ତି ?
(ନିଶାକର, ଦେବକାନ୍ତ, ସୁରେଶ, ଗୋପୀ)
ଉ. ସୁରେଶ
(ଯ) ବିଶ୍ଵାସଘାତକତା ଆଦୌ କିଏ ସହିପାରେ ନାହିଁ ?
(ମଣିଷ, ବାଘ, ଭାଲୁ, ହାତୀ)
ଉ. ଭାଲୁ
(ର) ଦଶଟାରେ କାହାର ଇଣ୍ଟରଭିଉ ଥିଲା ?
(ମନମୋହନ ଭାଇ, ସୁରେଶର ଭାଇ, ଦେବକାନ୍ତଙ୍କ ଭାଇ, ଗୋପୀର ଭାଇ)
ଉ. ମନମୋହନଙ୍କ ଭାଇ
(ଳ) ଗୋପୀ କ’ଣ ଘୋଡେଇ ହୋଇ ଶୋଇଥିଲା ?
(ସାଲ, ଚାଦର, କମ୍ବଳ, ରେଜେଇ)
ଉ. କମ୍ବଳ
(ୱ) ଆପଣ ଗୋଟେ .............ଏମିତି କହି ବଜାର ଯିବା ବନ୍ଦ କରିଦେବେ ।
(ଜିଦ୍ର, ପ୍ରକୃତହୀନ, ମହାଗାଲୁ, ଗାଲୁଆ)
ଉ. ମହାଗାଲୁ ।
.........–ବଜାର ଦର, ପାଣିପାଖ, ବନ୍ୟା ମରୁଡ଼ି ଏସବୁ ମିଛ କହେ ?
(ଟି.ଭି., ରେଡ଼ିଓ, ଏଫ୍.ଏମ୍., ସମ୍ବାଦ, ସମାଜ)
ଉ. ରେଡ଼ିଓ
(ସ) ଭାଲୁ ଆମ୍ପୁଡ଼ା ଗୋଟେ —
(ରୋଗ, ଆକ୍ରମଣ, ଭୟାନକ, କାମୁଡ଼ା)
ଊ. ଭୟାନକ
(ଷ) ଭାଲୁ ସାଙ୍ଗରେ ............ସମ୍ପର୍କ କ’ଣ ?
(ମଣିଷ, ପଶୁ, ସଂସ୍କୃତ, ତେଲୁଗୁ)
ଉ. ସଂସ୍କୃତ
(ହ) .................ଥିଲେ ବୋଲି ସିନା ତାକୁ କଲେ।
(ବାଣଭଟ୍ଟ, ହର୍ଷ, କାଳିଦାସ, ବରାହମିହିର)
ଉ. କାଳିଦାସ
(କ୍ଷ) ସସେମିରାର ଅର୍ଥ କ’ଣ ?
(ହୃଦୟଘାତ, ମରଣାତ୍ମକ, ବିଶ୍ଵାସଘାତକ, ଦୃଢ଼ବିଶ୍ଵାସୀ)
ଉ. ବିଶ୍ଵାସଘାତକ
(ୟ) ମେସ୍ରେ ଛୋଟବଡ଼ ବିଶ୍ଵାସଘାତକତା ନ କଲେ ମେସ୍ ଚଳାଇବା କଠିନ ?
(ସୁରେଶ, ମନମୋହନ, ନିଶାକର, ଗୋପୀ)
ଉ. ନିଶାକର ।
(ଲ) ଭାଲୁ ଆସିଲା ! ଯଦିବା ଆସିଲା ଯିବ କେତେବେଳେ ~~~ କହିଛନ୍ତି ?
(ମନମୋହନ, ଗୋପୀ, କୈଳାସ, ସୁରେଶ)
ଉ. କୈଳାସ
(i) ............ପାଇଁ ଏ ଦେଶକୁ ତ ଗୋଟିଏ ବନ୍ଦ ଡାକରା ଦେଇଦେବ ।
(ହାତୀ, ଭାଲୁ, ସିଂହ, ବାଘ)
ଉ. ହାତୀ
(ii) ଏଇ — ଆଜି ତତେ ପଠେଇବି ସମନ ସଦନେ ?
(ଶରାଘାତେ, ଧନୁଘାଚେ, ଗଦାଘାତେ, ତୀରଘାତେ)
ଉ. ଗଦାଘାତେ
(iii) ଭିତରେ ଭାଲୁ ଉପଦ୍ରବ ଆରମ୍ଭ ହେଇଯାଇଛି ?
(ସହର, ଜଙ୍ଗଲ, ମେସ୍, ଘର)
ଊ. ମେସ୍
(iv) ନିଶାକର ବାବୁ ଭୟରେ..........କରି ଉଠିଲେ ?
(ପାଟି, ଗାଳି, ମାଡ଼, ଚିତ୍କାର)
ଉ. ଚିତ୍କାର
(v) ଆଜି ରାତି.........ରେ ଭାଲୁପରେ ବୃତ୍ତଚିତ୍ର ପ୍ରଦର୍ଶିତ ହେବ ?
(୭ଟା ୫୦, ୮ଟା ୫୦, ୯ଟା ୫୦, ୧୦ଟା ୫୦)
ଊ. ୯ଟା ୫୦
(vi) ସରକାର ଭାଲୁ ଧରିବା ପାଇଁ........ଗୋଟେ ଗଢ଼ି ସାରିଲେଣି ।
(ଟିମ୍, ଫୋର୍ସ, ସ୍କାର୍ଡ଼, ଦଳ)
ଉ. ସ୍କାର୍ଡ଼ |
୨. ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।
(କ) ରେଡ଼ିଓର ଜରୁରୀ ଘୋଷଣା ଶୁଣି କୈଳାସର ଅବସ୍ଥା କ’ଣ ହୋଇଚି ?
ଉ : ରେଡ଼ିଓର ଜରୁରୀ ଘୋଷଣା ଶୁଣି କୈଳାସ ଶୀର୍ଷାସନରେ ଥିବାରୁ ଗୋଡ଼ ଦୁଇଟା ତଳକୁ ଓହ୍ଲେଇ ଆସିଚି ଏବଂ ପ୍ରାୟ ଫୁଟ୍ ହୋଇଯାଇଛି ।
(ଖ) ସହର ଭିତରକୁ ଭାଲୁଟିଏ ପଶି ଆସିଥିବାର ଶୁଣି ସୁରେଶର ଅବସ୍ଥା କ’ଣ ହୋଇଛି ?
ଉ : ସହର ଭିତରକୁ ଭାଲୁଟିଏ ପଶି ଆସିଥିବାର ଶୁଣି ସୁରେଶ ମୁଗୁର ଭାଙ୍ଗୁଥିବାରୁ ମହିଷାସୁର ମର୍ଦ୍ଦିନୀ ପରି ଭଙ୍ଗୀରେ ସ୍ଥିର ହୋଇଯାଇଛି ।
(ଗ) ରେଡ଼ିଓ କେଉଁସବୁ ବିଷୟରେ ମିଛ କହେ ବୋଲି କୈଳାସ କହିଛି ?
ଉ : ରେଡ଼ିଓ ବଜାର ଦର, ପାଣିପାଗ, ବନ୍ୟା, ମରୁଡ଼ି ବିଷୟରେ ମିଛ କହେ ବୋଲି କୈଳାସ କହିଛି ।
(ଘ) ସସେମିରା ପ୍ରସଙ୍ଗରେ କିଏ ସଂସ୍କୃତ ଶ୍ଳୋକଟିଏ କହିଛି ।
ଉ : ସସେମିରା ପ୍ରସଙ୍ଗରେ କୈଳାସ ସଂସ୍କୃତ ଶ୍ଳୋକଟିଏ କହିଛି ।
(ଙ) କୌଣସି ଏକ ଭାଲୁ କାହା ଜିଭରେ ସସେମିରା ଲେଖୁ ଦେଇଥିଲା ?.
ଉ : କୌଣସି ଏକ ଭାଲୁ ବିଶ୍ଵାସଘାତକ ବନ୍ଧୁର ଜିଭରେ ସସେମିରା ଲେଖ୍ ଦେଇଥିଲା ।
(ଚ) ଆଜି ଆଉ ବଜାର ଯିବା ସମ୍ଭବ ନୁହେଁ ବୋଲି ନିଶାକର କାହିଁକି କହିଛି ?
ଉ : ଭାଲୁ ସହାରାଭିମୁଖେ ପଳାଇ ଆସିଥିବାରୁ ଆଜି ଆଉ ବଜାର ଯିବା ସମ୍ଭବ ନୁହେଁ ବୋଲି ନିଶାକର କହିଛି ।
(ଛ) ଭାଲୁ କେଉଁବାଟ ଦେଇ ବାଥରୁମକୁ ପଶି ଆସିଲା ।
ଉ : ଭାଲୁ ପଛ ଦରଜା ଖୋଲାଥିବାରୁ ସେଇ ବାଟ ଦେଇ ବାଥରୁମକୁ ପଶି ଆସିଲା ।
(ଜ) ଭାଲୁ ବେଡ଼ରୁମ୍ରେ ଢୁକିଥିଲେ କ’ଣ ହୋଇଥାନ୍ତା ?
ଉ : ଭାଲୁ ବେଡ଼ରୁମ୍ରେ ଢୁକିଥିଲେ, ପିଣ୍ଡାରେ ମଣିଷ ଶୋଇ ପଡ଼ିଥାନ୍ତା ।
(ଝ) ଭାଲୁ କେଉଁଠିଥିଲେ ବାହାରିବାର ଉପାୟ ନାହିଁ ବୋଲି ମନମୋହନ କହିଛି ?
ଉ : ଭାଲୁ ବାହାରେ ଥଲେ ଯେମିତି ବାହାରିବାର ଉପାୟ ନାହିଁ, ଭିତରେ ଥିଲେ ବି ସେମିତି ବାହାରିବାର ଉପାୟ ନାହିଁ ।
(ଞ) କେଉଁ ଭାଲୁ ଉପଦ୍ରବ ଆରମ୍ଭ ହୋଇଯାଇଛି ବୋଲି ନିଶାକର କହିଲେ ?
ଉ : ଆମର ଏ ମେସ୍ ଭିତରେ ଭାଲୁ ଉପଦ୍ରବ ଆରମ୍ଭ ହୋଇଯାଇଛି ।
(ଟ) ନିଶାକରବାବୁ ଗୋପୀକୁ ଠେଲିଦେଇ କ’ଣ କହିଥିଲେ ?
ଉ : ନିଶାକର ବାବୁ ଗୋପୀକୁ ଠେଲିଦେଇ ଏଇଟା ପରା ସେମିତିଆ, ଏବଂ ଭାଲୁ ଖବର ବିଷୟରେ ବୁଝିଛନ୍ତି ।
(୦) ମନମୋହନ ଭାଲୁକୁ ଶୋଇଥିବାର ଦେଖିବାବେଳେ ଭାଲୁ କେଉଁ ଅବସ୍ଥାରେ ଥିଲା ବୋଲି ନିଶାକର କହିଲେ ?
ଉ : ମନମୋହନ ଭାଲୁକୁ ଶୋଇଥିବାର ଦେଖିବାବେଳେ ଭାଲୁ ଜରରେ କମ୍ପୁଥିଲା, ସେହି ଅବସ୍ଥାରେ ଥିଲା ବୋଲି ନିଶାକର କହିଲେ ।
() ମନମୋହନ ଓ ନିଶାକର ଭାଲୁ ସଂପର୍କରେ କଥା ହେଲାବେଳେ ସୁରେଶ ହାତରେ କ’ଣ ସବୁ ଧରି ଆସିଥିଲେ ?
ଉ : ମନମୋହନ ଓ ନିଶାକର ଭାଲୁ ସଂପର୍କରେ କଥା ହେଲାବେଳେ ସୁରେଶ ଗୋଟାଏ ବଲ୍ବ ହୋଲଡ଼ର ସହିତ କିଛି ତାର ଓ ହାତୁଡ଼ି ନେଇ ଆସିଥିଲେ ।
(ଢ) କେଉଁ କଥା ପ୍ରମାଣ ମାଗିଲେ ଦବା କଷ୍ଟକର ବୋଲି ନିଶାକର କହିଛି ?
ଉ : ଜଗତଟା ବିଶ୍ଵାସରେ ଚାଲିଛି– ଏକଥା ପ୍ରମାଣ ମାଗିଲେ ଦବା କଷ୍ଟକର ବୋଲି ନିଶାକର କହିଛି ।
(ଣ) ଆଲୁଅ ନ ଜାଳିବାକୁ ନିଶାକର କାହିଁକି କହିଛି ?
ଉ : ଭାଲୁର ବିଶ୍ବାସ ପ୍ରତି ଆସ୍ଥା ରଖାଯାଉ ସେଥିପାଇଁ ଆଲୁଅ ନ ଜାଳିବାକୁ ନିଶାକର କହିଛି ।
(ତ) ଭାଲୁର କେଉଁ କଥା ପ୍ରତି ଆଶା ରଖାଯାଉ ବୋଲି ନିଶାକର କହିଛି ?
ଉ : ଭାଲୁର ବିଶ୍ବାସ ପ୍ରତି ଆଶା ରଖାଯାଉ ବୋଲି ନିଶାକର କହିଛି ।
(ଥ) କେଉଁ କଥା ସବୁ ବନ୍ଦ ବୋଲି ସୁରେଶ କହିଛି ?
ଉ : ଖାଇବା ବନ୍ଦ, ଶୋଇବା ବନ୍ଦ, ଝାଡ଼ା ପରିସ୍ରା ବନ୍ଦ, ସବୁ ବନ୍ଦ ବୋଲି ସୁରେଶ କହିଛି ।
(ଦ) ଭାଲୁ ବିଷୟରେ କାହାକୁ ଖବର ଦେବେ ବୋଲି ମନମୋହନ କହିଛି ?
ଉ : ଭାଲୁ ବିଷୟରେ anti ଭାଲୁ squard କୁ ଖବର ଦେବେ ବୋଲି ମନମୋହନ କହିଛି ।
(ଧ) ସ୍କାର୍ଡ଼ ଫୁଆଡ଼୍ କଥା ରଖ୍ କ’ଣ ଦରକାର ବୋଲି ମନମୋହନ କହିଛି ?
ଉ : ସ୍କାର୍ଡ଼ ଫୁଆଡ଼ କଥା ରଖ୍ ଘରବାଲା ଚୂନ ଦେବା ପାଇଁ ଯେଉଁ ବାଉଁଶ ରଖୁଥିଲା, ସେଇଥରୁ ଗୋଟାଏ ଦରକାର ବୋଲି ମନମୋହନ କହିଛି ।
(ନ) ବହିରେ କ’ଣ ଲେଖାଅଛି ବୋଲି ଦେବକାନ୍ତ କହିଛି ?
ଉ : ବହିରେ ଲେଖାଅଛି ଭାଲୁ ଗୋଟାଏ ହିଂସ୍ରପ୍ରାଣୀ ବୋଲି ଦେବକାନ୍ତ କହିଛି ।
(ପ) ଭାଲୁଟାର କେଉଁ ଜ୍ଞାନ ନାହିଁ ବୋଲି ନିଶାକର କହିଛି ?
ଉ : ଭାଲୁଟାର ବଡ଼ସାନ ଜ୍ଞାନ ନାହିଁ ବୋଲି ନିଶାକର କହିଛି ।
(ଫ) ରାତିଟାର କଥା ବୋଲି ନିଶାକର କାହିଁକି କହିଛି ?
ଉ : ରାତି ପାହିଗଲେ ଭାଲୁ ଭାଲୁ ବାଟରେ ଚାଲିଯିବ ସେଥିପାଇଁ ନିଶାକର ରାତିଟାର କଥା ବୋଲି କହିଛି ।
(ବ) ମହାତ୍ମାଗାନ୍ଧି ମଣିଷମାନଙ୍କ ଉଦ୍ଦେଶ୍ୟରେ କ’ଣ କହିଛନ୍ତି ବୋଲି କୁହାଯାଇଛି ?
ଉ : ମହାତ୍ମାଗାନ୍ଧି ମଣିଷମାନଙ୍କ ଉଦ୍ଦେଶ୍ୟରେ ଗୋଟାଏ ଗାଲରେ ଚାପୁଡ଼ା ମାରିଲେ ଆର ଗାଲଟି ଦେଖେଇ ଦିଅ ବୋଲି କହିଛନ୍ତି ।
(ଭ) ଗଭର୍ଣ୍ଣମେଣ୍ଟ କେଉଁ ବିଷୟରେ ଅର୍ଡ଼ର ଦେଇନି ବୋଲି ନିଶାକର କହିଛି ?
ଉ : ଗଭର୍ଣ୍ଣମେଣ୍ଟ ଭାଲୁକୁ ମାରିବାକୁ ଅର୍ଡ଼ର ଦେଇନି ବୋଲି ନିଶାକର କହିଛି ।
(ମ) କୈଳାଶ ଘର ଭିତରେ ବସି ବସି କ’ଣ କରିଚି ଓ ସମସ୍ତେ କ’ଣ କରିବାକୁ ହେବ ବୋଲି ସେ କହିବ ?
ଉ : କୈଳାଶ ଘର ଭିତରେ ବସି ବସି ଜଣାଣଟିଏ ଲେଖୁଚି ଓ ସମସ୍ତେ ମିଶି ସେଇ ଜଣାଣ ଗାଇବା ପାଇଁ ନିଶାକର କହିଛି ।
(ଯ) ଓଡ଼ିଆ ସାହିତ୍ୟରେ କେଉଁ ଜଣାଣ ଥିଲା ଏବଂ କେଉଁ ଜଣାଣ ନ ଥିଲା ବୋଲି କୁହାଯାଇଛି ?
ଉ : ଓଡ଼ିଆ ସାହିତ୍ୟରେ ସର୍ପଜଣାଣ, ମୃଗୁଣୀ ସ୍ତୁତି ଥିଲା ଏବଂ ଭାଲୁ ଜଣାଣ ନ ଥିଲା ବୋଲି କୁହାଯାଇଛି ।
(ର) ଯଦି ସମସ୍ତେ ମିଶି ଭାଲୁକୁ ଆକ୍ରମଣ କରନ୍ତି ତେବେ ଭାଲୁ କ’ଣ କରିବ ?
ଉ : ଯଦି ସମସ୍ତେ ମିଶି ଭାଲୁକୁ ଆକ୍ରମଣ କରନ୍ତି ତେବେ ଭାଲୁ ପ୍ରତି ଆକ୍ରମଣ କରିବାକୁ ଛାଡ଼ିବ ନାହିଁ ।
(ଳ) ଭାଲୁ ଭୀଷଣ ବିରକ୍ତ ବୋଲି କେଉଁଥରୁ ଜଣା ପଡୁଥିଲା ?
ଉ : ଭାଲୁର ବାରମ୍ବାର ଗର୍ଜନରୁ ଭାଲୁ ଭୀଷଣ ବିରକ୍ତ ବୋଲି ଜଣା ପଡୁଥିଲା ।
(ବ) କୈଳାସ କବାଟର ଜଞ୍ଜିର ଖୋଲିବାକୁ କାହିଁକି ନାହିଁ କଲା ?
ଉ : କୈଳାସର ଗୋଡ଼ କୀର୍ତନ କରୁ କରୁ ମକଚି ହୋଇଯାଇଥିବାରୁ କବାଟର ଜଞ୍ଜିର ଖୋଲିବାକୁ ନାହିଁ କଲା ।
ଶ) ଗୋପୀ ନ ଗଲେ କିଏ କବାଟ ଖୋଲିବାକୁ ଯିବ ବୋଲି କୁହାଗଲା ?
ଉ : ଗୋପୀ ନ ଗଲେ ମ୍ୟାନେଜର ହିସାବରେ ନିଶାକର ଯିବ ବୋଲି କୁହାଗଲା ।
() ସମସ୍ତେ ମିଶି ତାକୁ କ’ଣ କରୁଛନ୍ତି ବୋଲି ଗୋପୀ କହିଥିଲା ?
ଉ : ସମସ୍ତେ ମିଶି ତାକୁ ମରଣ ମୁହଁକୁ ଠେଲି ଦେଉଛନ୍ତି ବୋଲି ଗୋପୀ କହିଥିଲା ।
() ଗୋପୀଟା ନ ଯାଇଥିଲେ କ’ଣ ହୋଇଥାନ୍ତା ବୋଲି ମନମୋହନ କହିଲେ ?
ଉ : ଗୋପୀଟା ନ ଯାଇଥିଲେ ବଡ଼ problem ହୋଇଥାନ୍ତା ବୋଲି ମନମୋହନ କହିଲେ ।
(ହ) ଗୋପୀର ବୁଢ଼ୀମା କ’ଣ ଜାଣି ନଥିଲା ବୋଲି ସେ କହିଲା ?
ଉ : ଗୋପୀର ବୁଢ଼ୀମା’ ଜାଣି ନ ଥିଲା, ବିପଦରୁ ମୁକୁଳିବା ଲାଗି ଦରକାର ପଡ଼ିଲେ ଯାହାକୁ ନାଇ ତାକୁ ମଝି ଦରିଆକୁ ଠେଲି ଦେଇପାର ବୋଲି ସେ କହିଲା ।
୩. ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଏବଂ ଉତ୍ତର ପାଇଁ ୧ ନମ୍ବର ରହିବ ।
(କ) ସହର ଭିତରକୁ ଭାଲୁଟାଏ ପଶି ଆସିଥିବାର ନିଶାକର ଠାରୁ ଶୁଣି ମନମୋହନ କ’ଣ କହିଛି ?
ଉ : ନାଟକ – ଭାଲୁ ଉପଦ୍ରବ
ନାଟ୍ୟକାର – ବିଜୟ ମିଶ୍ର
ସହର ଭିତରକୁ ଭାଲୁଟାଏ ପଶି ଆସିଥିବାର କଥା ନିଶାକରଠାରୁ ଶୁଣି ମନମୋହନ ତାକୁ ଗୋଟିଏ ମହାଗାଲୁ ବୋଲି କହିଛନ୍ତି ଏବଂ ଏଇ ବାହାନାରେ ବଜାର ଯିବା ବନ୍ଦ କରି ପୋକରା ପଚା ଯାହା ଅଛି, ତାକୁ ମେଣ୍ଟେଇ ଦେବେ |
(ଖ) ରେଡ଼ିଓର ସକାଳ ଖବରଟା ବେଳେବେଳେ ସତ ହୋଇଯାଏ ଶୁଣି ମନମୋହନ କ’ଣ କହିଛି ?
ଉ :ନାଟକ – ଭାଲୁ ଉପଦ୍ରବ
ନାଟ୍ୟକାର – ବିଜୟ ମିଶ୍ର
ରେଡ଼ିଓର ସକାଳ ଖବରଟା ବେଳେବେଳେ ସତ ହୋଇଯାଏ ଶୁଣି ମନମୋହନ କହିଛନ୍ତି ହେଲା, ଭାଲୁ ନାମକ ଜୀବଟିଏ ସହର ଭିତରକୁ ପଶି ଆସିବ, ସେଥୁରେ ଆମର କ’ଣ ହୋଇଯିବ ।
(ଗ) କେଉଁ କଥା ମନମୋହନ ଜାଣିପାରିବନି ବୋଲି ଗୋପୀ ମନମୋହନଙ୍କୁ କହିଛି ?
ଉ :ନାଟକ – ଭାଲୁ ଉପଦ୍ରବ
ନାଟ୍ୟକାର – ବିଜୟ ମିଶ୍ର
ଭାଲୁ ଆମ୍ପୁଡ଼ା କି ଭୟାନକ ଏହି କଥା ମନମୋହନ ଜାଣିପାରିବେନି ବୋଲି ଗୋପୀ ମନମୋହନଙ୍କୁ କହିଛି ।
(ଘ) “ ଆପଣ ଯାହା ଭାବିପାରନ୍ତି".....ଏହା କିଏ କେଉଁ ପ୍ରସଙ୍ଗରେ କହିଛି ?
ଉ :ନାଟକ – ଭାଲୁ ଉପଦ୍ରବ ନାଟ୍ୟକାର – ବିଜୟ ମିଶ୍ର
“ ଆପଣ ଯାହା ଭାବିପାରନ୍ତି ”. ଏହା ନିଶାକର– କୈଳାସକୁ କହିଛନ୍ତି କାରଣ ନିଶାକର ରୋଷେଇ ବନ୍ଦ କରିବାରୁ କୈଳାସ ତାକୁ ଭାଲୁ ଆସିବାର ଭୟରେ ନା ଆନନ୍ଦରେ ରୋଷେଇ ବନ୍ଦ, ପଚାରିବାରୁ ନିଶାକର ଏହା କହିଛି |
(ଙ) ଭାଲୁର ଯିବା ଆସିବା ସମ୍ପର୍କରେ ମନମୋହନ କ’ଣ କହିଛନ୍ତି ?
ଉ :
ନାଟକ – ଭାଲୁ ଉପଦ୍ରବ
ନାଟ୍ୟକାର – ବିଜୟ ମିଶ୍ର
ଭାଲୁର ଯିବା ଅସିବା ସମ୍ପର୍କରେ ମନମୋହନ କହିଛନ୍ତି– ଭାଲୁ କ’ଣ ଟୁର୍ ପ୍ରୋଗ୍ରାମ ନେଇ ସହରକୁ ଗସ୍ତ କରିବାକୁ ଆସିଛି ଯେ ତା’ ଯିବା ଆସିବା କଥା ଜଣାପଡ଼ିବ ।
(ଚ) ସୁରେଶର ସେଦିନ କ’ଣ କାମ ଥିଲା ବୋଲି ସେ କହିଛି ?
ଉ : ନାଟକ – ଭାଲୁ ଉପଦ୍ରବ
ନାଟ୍ୟକାର – ବିଜୟ ମିଶ୍ର
ସୁରେଶର ସେଦିନ ଅଫିସରେ ଗୋଟିଏ ଜରୁରୀ ଫାଇଲ୍ dispose କରିବାର ଥିଲା ବୋଲି ସେ କହିଛି ।
(ଛ) ସରକାର ସମସ୍ତଙ୍କୁ କେଉଁ ବିଷୟରେ ଜଣାଇବାକୁ ଅନୁରୋଧ କରିଥିଲେ ?
ଉ : ନାଟକ – ଭାଲୁ ଉପଦ୍ରବ
ନାଟ୍ୟକାର – ବିଜୟ ମିଶ୍ର
ସରକାର ସମସ୍ତଙ୍କୁ ଜଣାଇବାକୁ ଚାହିଁଛନ୍ତି ଯେ- ସହରର ପୋଲିସ୍ ବାହିନୀ ଏବଂ ଅନ୍ୟାନ୍ୟ ଅନୁସନ୍ଧାନକାରୀଦଳ ଛୋଟ ବଡ଼ ଶିକାରୀ ଏବଂ ଉତ୍ସାହୀ ଯୁବକମାନଙ୍କୁ ନେଇ ସରକାର ଗୋଟିଏ ଅନୁସନ୍ଧାନ ସ୍କାର୍ଡ଼ ଖୋଲିଛନ୍ତି । ଯିଏ ବା ଯେଉଁମାନେ ଭାଲୁର ସନ୍ଧାନ ପାଇବେ, ତୁରନ୍ତ ସେହି ସ୍କାର୍ଡ଼କୁ ଜଣାଇବାକୁ ଅନୁରୋଧ, ଏହି କଥା ସରକାର ଅନୁରୋଧ କରିଥିଲେ ।
(ଜ) ସର୍ବଶେଷ ଖବରରୁ କ’ଣ ଜଣାଯାଇଛି ବୋଲି ଆନାଉନ୍ସ ହୋଇଛି ?
ଉ : ନାଟକ – ଭାଲୁ ଉପଦ୍ରବ
ନାଟ୍ୟକାର – ବିଜୟ ମିଶ୍ର
ସର୍ବଶେଷ ଖବରରୁ ଜଣାଯାଇଛି ଯେ, ଆଜି ସହରରେ ହେବାକୁ ଥିବା ଇଣ୍ଟରଭ୍ୟୁ, କ୍ରିକେଟ୍ ଖେଳ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ସବୁ ଏଇ ଭାଲୁ ଉପଦ୍ରବ ପାଇଁ ବନ୍ଦ ରହିଛି ବୋଲି ଆନାଉନ୍ସ ହୋଇଛି ।
(ଝ) ଗୋପୀ ଆଖୁ ବନ୍ଦ କରିବା ଦେଖୁ ନିଶାକର ବାବୁ କ’ଣ କଲେ ?
ଉ :ନାଟକ – ଭାଲୁ ଉପଦ୍ରବ
ନାଟ୍ୟକାର – ବିଜୟ ମିଶ୍ର
ଗୋପୀ ଆଖୁ ବନ୍ଦ କରି ଚିତ୍କାର କରିବାରୁ, ଭାଲୁ ଶୋଇପଡ଼ିଛି, ଉଠି ପଡ଼ିବ, ତେଣୁ ଏତେ ବଡ, ପାର୍ଟି ନ କରିବାକୁ ନିଶାକର ଗୋପୀକୁ କହିଛନ୍ତି ।
() ମନମୋହନ ବାବୁ ଭାଲୁକୁ କେଉଁଠି ଶୋଇଥବାର ଦେଖିଲେ ?
ଉ :ନାଟକ – ଭାଲୁ ଉପଦ୍ରବ
ନାଟ୍ୟକାର – ବିଜୟ ମିଶ୍ର
ମନମୋହନ ବାବୁ ଭାଲୁକୁ ପାଇଖାନା ଭିତରେ ଶୋଇଥିବାର ଦେଖିଲେ ।
(ଟ) ଶକ୍ତି ଆଉ ବଳ ମାପିବା ପାଇଁ କ’ଣ ଦରକାର ହୁଏ ବୋଲି ମନମୋହନ ନିଶାକରକୁ କହିଛି ?
ଉ :ନାଟକ – ଭାଲୁ ଉପଦ୍ରବ
ନାଟ୍ୟକାର – ବିଜୟ ମିଶ୍ର
ଶକ୍ତି ଆଉ ବଳ ମାପିବା ପାଇଁ ଘୋଡ଼ା ଆଉ ସିଂହର ୟୁନିଟ୍ ଦରକାର ହୁଏ ବୋଲି ମନମୋହନ ନିଶାକରକୁ କହିଛି ।
(୦) ସୁରେଶ ଗୋପୀକୁ ଡାକି କେଉଁଠି ଆଲୁଅ ଜାଳିବାକୁ କହିଛି ଓ କାହିଁକି ?
ଉ :ନାଟକ– ଭାଲୁ ଉପଦ୍ରବ
ନାଟ୍ୟକାର– ବିଜୟ ମିଶ୍ର
ସୁରେଶ ଗୋପୀକୁ ଡ଼ାକି Bathroom ବାହାରେ କେଉଁଠି ଆଲୁଅ ଜାଳିବାକୁ କହିଛି କାରଣ ଆଲୁଅକୁ ଭାଲୁର ଭାରି allergy
(ଡ଼) ଭାଲୁ କେଉଁ ଦଣ୍ଡ ଦେବ ବୋଲି ସୁରେଶକୁ ଜଣାନଥୁଲା ?
ଉ : ନାଟକ– ଭାଲୁ ଉପଦ୍ରବ
ନାଟ୍ୟକାର– ବିଜୟ ମିଶ୍ର
ଦିନଟା ସାରା ଉପାସ, ରାତିରେ ଖାଇବା କଥା କିଛି ଜଣା ପଡୁନାହିଁ, ସେଥିରେ ପୁଣି Bathroom ଯିବା ମନା, ଭାଲୁ ଏଭଳି ଦଣ୍ଡ ଦେବ ବୋଲି ସୁରେଶକୁ ଜଣା ନଥିଲା ।
(କ) ସୁରେଶ ସ୍କାର୍ଡ଼ କଥା କାହିଁକି କହୁଥିଲା ବୋଲି ମନମୋହନକୁ କହିଛି ?
ଉ : ନାଟକ– ଭାଲୁ ଉପଦ୍ରବ
ନାଟ୍ୟକାର– ବିଜୟ ମିଶ୍ର
ଭାଲୁଟା ଏ ଘରୁ ବିଦା ନ ହେଲା ଯାଏଁ, ଏଘରେ କାହାରି କିଛି Freedom ନାହିଁ ବୋଲି ସୁରେଶ ସ୍କାର୍ଡ଼ କଥା ମନମୋହନକୁ କହିଛି |
(ଶ) “ଠିକ୍ କହିଛୁ ମନମୋହନ” – ଏଠାରେ ମନମୋହନର କେଉଁ କଥାଟି ଠିକ୍ ବୋଲି କୁହାଯାଇଛି ?
ଉ :ନାଟକ– ଭାଲୁ ଉପଦ୍ରବ
ନାଟ୍ୟକାର– ବିଜୟ ମିଶ୍ର
“ ଠିକ୍ କହିଛୁ ମନମୋହନ”- ପଶୁ ମଣିଷକୁ ମାରିଦିଏ, ମଣିଷ ବି ପଶୁ ମାଂସ ଖାଏ, ମନମୋହନଙ୍କର ଏକଥା ଠିକ୍ ବୋଲି କୁହାଯାଇଛି ।
(ତ) ଭାଲୁ କ’ଣ କରିପାରେ ବୋଲି ଦେବକାନ୍ତ କହିଛି ?
ଉ :ନାଟକ– ଭାଲୁ ଉପଦ୍ରବ
ନାଟ୍ୟକାର— ବିଜୟ ମିଶ୍ର
ଭାଲୁ ଉଚ୍ଚ ଜାଗାକୁ ଚଢ଼ିପାରେ, ଆମ୍ପୁଡ଼ା କାମୁଡ଼ା ପରି ଜାବୁଡ଼ା ବି ଲଗେଇ ପାରେ– ଏହି କଥା ଦେବକାନ୍ତ କହିଛି ।
(ଥ) “ଟିଟ୍ ଫର୍ ଟ୍ୟାଗ୍” ପ୍ରସଙ୍ଗରେ କ’ଣ କୁହଯାଇଛି ?
ଉ :ନାଟକ – ଭାଲୁ ଉପଦ୍ରବ
ନାଟ୍ୟକାର – ବିଜୟ ମିଶ୍ର
ଭାଲୁକୁ ଡରି ଘର ଭିତରେ କାକୁସ୍ଥ ହୋଇ ରହିବା ଅପେକ୍ଷା ତା’ ସାମନା କରିବା ଅତ୍ୟନ୍ତ ଭଲ, Tit for tat I ଦାନ୍ତ ବଦଳରେ ଦାନ୍ତ, ଆଖୁ ବଦଳରେ ଆଖ୍– ଏହି କଥା ମନମୋହନ ନିଶାକରକୁ କହିଛନ୍ତି ।
(ଦ) ମନମୋହନର ଉଦ୍ବୋଧନ ଶୁଣି ଗୋପୀ କ’ଣ କହିଥିଲା ?
ଉ :ନାଟକ – ଭାଲୁ ଉପଦ୍ରବ
ନାଟ୍ୟକାର – ବିଜୟ ମିଶ୍ର
ଉ: ମନମୋହନର ଉଦ୍ବୋଧନ ଶୁଣି ଗୋପୀ ବାଉଁଶଟା ଆଣିଦେବି ଆଜ୍ଞା, ପଛ ଦରଜାଟା ଖୋଲା ଅଛି । ଏ ପଟରୁ ଦି’ଟା ଖେଞ୍ଚା ମାରିଦେଲେ ଖୋଲା ଦରଜା ଦେଇ ପଳେଇବାକୁ ଭାଜୁ ବାଟ ପାଇବନି ବୋଲି ଗୋପୀ କହିଥିଲା ।
(୪) ଉଣେଇଶ ଶହ ଏକାନବେ ମସିହା ଆଇ.ଏ.ଏସ୍ ପରୀକ୍ଷାରେ ଜାମ୍ବବାନ ବିଷୟରେ କେଉଁ
ପ୍ରଶ୍ନ ପଡ଼ିଥିଲା ?
ଉ : ନାଟକ– ଭାଲୁ ଉପଦ୍ରବ
ନାଟ୍ୟକାର– ବିଜୟ ମିଶ୍ର
ଉଣେଇଶ ଶହ ଏକାନବେ ମସିହା ଆଇ.ଏ.ଏସ୍. ପରୀକ୍ଷାରେ ଜାମ୍ବବାନ ବିଷୟରେ Write a short note on Jambaban was a bear who served ରାମ like Hanuman ପ୍ରଶ୍ନ ପଡ଼ିଥିଲା ।
(ନ) କୈଳାସ ଘର ଭିତରେ ବସି କ’ଣ କରିଛି ?
ଉ :ନାଟକ– ଭାଲୁ ଉପଦ୍ରବ
ନାଟ୍ୟକାର– ବିଜୟ ମିଶ୍ର
କୈଳାସ ଘର ଭିତରେ ବସି ବସି ଜଣାଣଟିଏ ଲେଖ୍, ସମସ୍ତଙ୍କୁ ମିଶି ସେହି ଜଣାଣଟିକୁ ଗାଇବାକୁ କହି ଜୟ ଶ୍ରୀରମ କହିଛି ।
(ପ) କୈଳାସ ତା’ ମନଟାକୁ କିପରି ବୁଝେଇ ସାରିଛି ?
ଉ :ନାଟକ– ଭାଲୁ ଉପଦ୍ରବ
ନାଟ୍ୟକାର– ବିଜୟ ମିଶ୍ର
ଉ: କୈଳାସ ତା’ ମନଟାକୁ ମନ ଶୋଇଯା ଶୋଇଯା କହି ବୁଝାଇଛି କାରଣ ଏଠି ପଡ଼ିଆ ନାହିଁ, ପୋଖରୀ ନାହିଁ, ପାଇଖାନା ଦଖଲ ହୋଇଛି । ତେଣୁ ମନକୁ କୈଳାସ ବୁଝେଇ ଦେଇଛି ।
(ଫ) କ’ଣ କଲେ ଭାଲୁ ଚାଲିଯିବ ବୋଲି ଦେବକାନ୍ତ ପ୍ରସ୍ତାବ ଦେଇଛି ?
ଉ :ନାଟକ– ଭାଲୁ ଉପଦ୍ରବ
ନାଟ୍ୟକାର– ବିଜୟ ମିଶ୍ର
ଯଦି ପାଇଖାନାର ପଛପଟ ଦରଜାଟା ଖୋଲି ଦିଆଯାଏ, ତେବେ ଭାଲୁ ଚାଲିଯିବ ବୋଲି ଦେବକାନ୍ତ ପ୍ରସ୍ତାବ ଦେଇଛି ।
(ବି) ଭାଲୁ ତା’ ନିରାପଦ ଜାଗା କାହିଁକି ଛାଡ଼ିଯିବ ନାହିଁ ବୋଲି ନିଶାକର କହିଛି ?
ଉ : ନାଟକ– ଭାଲୁ ଉପଦ୍ରବ
ନାଟ୍ୟକାର– ବିଜୟ ମିଶ୍ର
ଭାଲୁର ଜର ଆସିବା ବେଳ ହେବାରୁ, ସେହି ଅବସ୍ଥାରେ ସେ ନିରାପଦ ଜାଗା ଛାଡ଼ିଯିବ ନାହିଁ ବୋଲି ନିଶାକର କହିଛି ।
(ଭ) ପାଇଖାନା ଭିତରେ ଭାଲୁ କ’ଣ ଜାଣିପାରିଥୁବ ଏବଂ ଦରଜା ଖୋଲା ଦେଖୁଲେ କ’ଣ କରିବ ବୋଲି କୁହାଯାଇଛି ?
ଉ :ନାଟକ– ଭାଲୁ ଉପଦ୍ରବ
ନାଟ୍ୟକାର– ବିଜୟ ମିଶ୍ର
ପାଇଖାନା ଭିତରେ ରହି ଭାଲୁ ନିଶ୍ଚୟ ଜାଣିପାରିଥବ ତା'ର ମୁକ୍ତି ଦରକାର ଏବଂ ଦରଜା ଖୋଲା ଦେଖିଲେ ତା’ର ଜର ଫର ଛାଡ଼ି ପଳେଇବ ବୋଲି କୁହାଯାଇଛି ।
ମ) ଶୋଇଯାଇଥିବା ଗୋପୀ ଖୁଲି ଖୁଲି ହସି କ’ଣ କହୁଥିଲା ?
ଉ :ନାଟକ– ଭାଲୁ ଉପଦ୍ରବ
ନାଟ୍ୟକାର -ବିଜୟ ମିଶ୍ର
ଶୋଇଯାଇଥିବା ଗୋପୀ ଖୁଲି ଖୁଲି ହସି କହୁଥିଲା ଏ ଛାଡ଼-ଭାଲୁ-ଛାଡ଼ ମ! ତୁ କୁତୁକୁତୁ କଲେ ମୁଁ ତତେ କୁତୁକୁତୁ କରିଦେବି .... ଚୁପ୍ ହେଇ ବସିଲୁ ଖେଳିବା...
(ଯ) ଗୋପୀ କବାଟର ଜଞ୍ଜିରଟା ଖୋଲିଦେବା ପ୍ରସ୍ତାବ ଶୁଣି କୈଳାସ କ’ଣ କହିଛି ?
ଉ :
ନାଟକ– ଭାଲୁ ଉପଦ୍ରବ
ନାଟ୍ୟକାର— ବିଜୟ ମିଶ୍ର
ଗୋପୀ କବାଟର ଜଞ୍ଜିରଟା ଖୋଲିଦେବା ପ୍ରସ୍ତାବ ଶୁଣି କୈଳାସ କହିଛି-ଭାଲୁ ଜାମ୍ବବାନର ବଂଶଧର, ତାକୁ ମୁକ୍ତି ଦେଲେ ଇହକାଳ ପରକାଳ ସବୁ କାଳରୁ ଗୋପୀକୁ ମୁକ୍ତି ମିଳିଯିବ ।
(ର) ରାତିସାରା ଭାଲୁ କ’ଣ କଲା ବୋଲି ଗୋପୀ କହିଛି ?
ଉ : ନାଟକ– ଭାଲୁ ଉପଦ୍ରବ
ନାଟ୍ୟକାର– ବିଜୟ ମିଶ୍ର
ରାତିସାରା ଭାଲୁ ଖାଲି ତାକୁ କୁତୁ କୁତୁ କଲା– ସତରେ ନୁହେଁ, ସପନରେ ଏହିକଥା ଗୋପୀ କହିଲା ।
(ଳ) ପଛ ଦରଜାଟା ଖୋଲିଦେବାକୁ ଗୋପୀ କାହିଁକି ନାହିଁ କରିଥିଲା ?
ଉ :
ନାଟକ– ଭାଲୁ ଉପଦ୍ରବ
ନାଟ୍ୟକାର– ବିଜୟ ମିଶ୍ର
ପଛ ଦରଜାଟା ଖୋଲିଦେବାକୁ ଗୋପୀ ନାହିଁ କରିଥିଲା କାରଣ ଭାଲୁଟା ରାଗି ଯାଇଥବ, ଦରଜା ଖୋଲିବା କ୍ଷତି ଗୋପୀ ଉପରକୁ ଝାମ୍ପି ପଡ଼ିବ ।
(ବ) ଗୋପୀ ଶେଷରେ କ’ଣ କାନ୍ଦି କାନ୍ଦି ଚାଲିଗଲା ?
ଉ :
ନାଟକ– ଭାଲୁ ଉପଦ୍ରବ
ନାଟ୍ୟକାର– ବିଜୟ ମିଶ୍ର
ଗୋପୀ ଶେଷରେ ବାବୁମାନଙ୍କୁ ଅନୁରୋଧ କରିଛି, ତାକୁ ଆଉ ନ ମାରିବା ପାଇଁ ସେ ନିଶ୍ଚେ ଯିବ, ବାବୁମାନେ ଭାଲୁକୁ ଡରିକି ଗଲେ ନାହିଁ ଆଉ ସେ ଭାଲୁକୁ ଡରିବ ନାହିଁ ଏହା କହି କାନ୍ଦି କାନ୍ଦି ଗୋପୀ ଚାଲିଗଲା ।
(ଶ) ଗୋପୀ ତା’ ଘରକୁ ଚାଲିଯିବାବେଳେ ଭାଲୁ ଏବଂ ଅନ୍ୟ ସମସ୍ତଙ୍କ ମଧ୍ୟରେ କ’ଣ ପ୍ରଭେଦ ଥିବାର କହିଥିଲା ?
ଉ : ନାଟକ– ଭାଲୁ ଉପଦ୍ରବ
ନାଟ୍ୟକାର– ବିଜୟ ମିଶ୍ର
ଗୋପୀ କହିଛି ଭାଲୁ ପାଖକୁ ଯିବା ଆଗରୁ ବାବୁମାନଙ୍କ ଚେହେରା ଦେଖ୍ ସାରିବା ପରେ ଭାଲୁକୁ ଦେଖିବା ବେଳେ ମନେହେଲା, ଭାଲୁ ବାବୁମାନଙ୍କ ଠାରୁ ଢ଼େର ନିରୀହ, ଭାଲୁ ହାତମୁଠାରେ ପାଇ ତାକୁ ଛାଡ଼ିଦେଲା, ହେଲେ ବାବୁମାନଙ୍କ କଥା ମାନି ନ ଥଲେ, ସମସ୍ତେ ମିଶି ପିଟି ପିଟି ମାରିଦେଇଥାନ୍ତେ ।
୪. ପ୍ରାୟ ତିରିଶଗୋଟି ଶବ୍ଦରେ ଉତ୍ତର ଦିଅ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ରହିବ ।
(କ) ‘ଭାଲୁ ଉପଦ୍ରବ’ ଏକାଙ୍କିକାଟିର ମଞ୍ଚସଜ୍ଜା କିପରି ହୋଇଛି ?
ଉ :
ନାଟକ– ଭାଲୁ ଉପଦ୍ରବ
ନାଟ୍ୟକାର– ବିଜୟ ମିଶ୍ର
‘ ଭାଲୁ ଉପଦ୍ରବ’ ଏକାଙ୍କିକାଟିର ମଞ୍ଚରେ ଗୋଟିଏ ବସାଉଠା ଘରେ ଖଟିଆଟିଏ ଅଛି ଏବଂ ଗୋଟିଏ କୋଣରେ ଛୋଟ ଟି' ପୟଟିଏ, ତା’ ଉପରେ ଟି.ଭି. ଓ ରେଡ଼ିଓଟିଏ । ସେଇ ଘର କାନ୍ଥରେ ବୃସ୍ଲିଠାରୁ ଆରମ୍ଭକରି ବିଭିନ୍ନ ଅଭିନେତା ଓ ଅଭିନେତ୍ରୀଙ୍କ ବିଜ୍ଞାପନ କାଗଜ ମରାଯାଇଛି । ଗୋଟିଏ ଯୋଡ଼ିଏ ଚେୟାର ଏବଂ ଗୋଟିଏ ପାଖରେ କୁସ୍ତି ସରଞ୍ଜାମ, ଏହିପରି ଭାବରେ ମଞ୍ଚସଜ୍ଜା ହୋଇଛି ।
(ଖ) କେଉଁ ଅପ୍ରତ୍ୟାଶିତ ସମ୍ବାଦଟି ରେଡ଼ିଓ ଘୋଷଣା କରିଛି ?
ଉ :
ନାଟକ– ଭାଲୁ ଉପଦ୍ରବ
ନାଟ୍ୟକାର– ବିଜୟ ମିଶ୍ର
ମେସ୍ରେ ଅନ୍ତେବାସୀ ନିଜର ନିଜର କାମ ସକାଳୁ ସକାଳୁ ସାରିବାରେ ବ୍ୟସ୍ତ ଥିବାବେଳେ ଏକ ଅପ୍ରତ୍ୟାଶିତ ଜରୁରୀକାଳୀନ ସମ୍ବାଦଟି ଘୋଷଣା କରିଛି । ସେ ଘଟଣାଟି ହେଲା– ଗୋଟିଏ ଭାଲୁ, ହଠାତ୍ ଉତ୍କ୍ଷିପ୍ତ ହୋଇ ଜଙ୍ଗଲ ଭିତରୁ ପଳେଇ ଆସି ସହର ଭିତରେ ଢୁକି ପଡ଼ିଛି । ସେ ଯେକୌଣସି ଜାଗାରେ ଥାଇପାରେ । ଯେକୌଣସି ଲୋକର ଯେକୌଣସି ମୁହୂରରେ ଯେକୌଣସି କ୍ଷତି କରିପାରେ ।
(ଗ) ଭାଲୁ ସହ ସଂସ୍କୃତିର ସମ୍ପର୍କ ବିଷୟରେ କୈଳାସ କ’ଣ କହିଛି ?
ଉ :: ନାଟକ– ଭାଲୁ ଉପଦ୍ରବ
ନାଟ୍ୟକାର– ବିଜୟ ମିଶ୍ର
ଭାଲୁ ସହ ସଂସ୍କୃତର ବହୁତ ଘନିଷ୍ଠ ସମ୍ପର୍କ । ଭାଲୁ ଜାତିଟା ନିଶ୍ଚୟ ସଂସ୍କୃତରେ ପଣ୍ଡିତ । ନ ହେଲେ ଗଛରେ ଚଢ଼ିଥିବା ମଣିଷ ଜିଭ ଭିତରେ ସସେମିରା ଲେଖୁଦେଲା କାହିଁକି । କାଳିଦାସ ଥିଲେ ବୋଲି ସିନା ତାକୁ decypher କଲେ– ନ ହେଲେ ପୁଅକୁ ଭଲ କରିବା ପାଇଁ ରାଜାଙ୍କୁ ସେଇ ଭାଲୁର ଆଶ୍ରୟ ନବାକୁ ପଡ଼ିଥାନ୍ତା |
(ଘ) ସାଧାରଣ ଇକ୍ୟୁଏସନ୍ରେ ମନମୋହନ କେଉଁ ସିଦ୍ଧାନ୍ତରେ ପହଞ୍ଚି ପାରୁଥିବାର କହିଲା ?
ଉ : ନାଟକ– ଭାଲୁ ଉପଦ୍ରବ
ନାଟ୍ୟକାର– ବିଜୟ ମିଶ୍ର
ଭାଲୁକୁ ମେସ୍ର ସମସ୍ତ ଅନ୍ତେବାସୀ ଡରୁଥିବାର ଅନୁମାନ କରିଛନ୍ତି ମନମୋହନ । ତେଣୁ କହୁଛନ୍ତି ଆପଣମାନେ କୌଣସି ନା କୌଣସି କାରଣରୁ ଭାଲୁକୁ ଡରୁଛନ୍ତି । ସଂସ୍କୃତ ଶ୍ଳୋକରୁ ଏକଥା ଜଣାଗଲା ଯେ ଭାଲୁ ବିଶ୍ଵାସଘାତକମାନଙ୍କୁ ଘୃଣା କରେ । ତେଣୁ ସାଧାରଣ ଇକ୍ୟୁଏସନ୍ରେ ଏଇ ସିଦ୍ଧାନ୍ତରେ ପହଞ୍ଚିପାରିଛନ୍ତି ।
“ ରାଗୁଛନ୍ତି କାହିଁକି ସାର” – ଏହା କିଏ କେଉଁ ପ୍ରସଙ୍ଗରେ କହିଛି ?
ଉ : ନାଟକ– ଭାଲୁ ଉପଦ୍ରବ
ନାଟ୍ୟକାର– ବିଜୟ ମିଶ୍ର
ସୁରେଶ, ନିଶାକରକୁ ଜଣେ ବିଶ୍ଵାସଘାତକ ବୋଲି କହିଛନ୍ତି । ନିଶାକର ଏହା ଶୁଣି ବିରକ୍ତ ହେବାରୁ ମନମୋହନ ତାଙ୍କୁ କାହିଁକି ରାଗୁଛନ୍ତି ସାର୍ – ମେସ୍ରେ ଆପଣ ଛୋଟ ବଡ଼ ବିଶ୍ଵାସଘାତକତା ନ କଲେ ମେସ୍ ଚଳେଇବାର ଭାରି କଠିନ । ଏହି କଥା ମନମୋହନ ନିଶାକର ପ୍ରସଙ୍ଗରେ କହିଛି ।
(ଚ) ହାତୀପାଇଁ ଏ ଦେଶରେ ବନ୍ଦ ଡାକରା ଦେବେ ବୋଲି ସୁରେଶ କାହିଁକି କହିଛି ?
ଉ : ନାଟକ– ଭାଲୁ ଉପଦ୍ରବ
ନାଟ୍ୟକାର– ବିଜୟ ମିଶ୍ର
ନିଶାକର ବାବୁ ଭାଲୁକୁ ଡରିଯାଇ ମେସ୍ ବନ୍ଦ ହେବାରୁ ଅନ୍ତେବାସୀ ସେଥୁରେ ଅସନ୍ତୁଷ୍ଟ ହୋଇଛନ୍ତି । ଭାଲୁଟା ପାଇଁ ଖାଦ୍ୟ, ପାନୀୟ ବନ୍ଦ କରିଦେଲେ, ହାତୀ ପାଇଁ ଏ ଦେଶକୁ ତ ଗୋଟାଏ ବନ୍ଦ ଡାକରା ଦେଇଦେବ ବୋଲି ସୁରେଶ ନିଶାକରକୁ କହିଛନ୍ତି । ତେଣୁ ଭାଲୁଟା ପାଇଁ ସେମାନଙ୍କ ମେସ୍ ବନ୍ଦ କରିବାକୁ ସୁରେଶ ପ୍ରବର୍ତ୍ତାଇଛନ୍ତି ।
(ଛ) ‘କହ କହ କେଉଁଠାରେ ତୁହି’ ବୋଲି ସୁରେଶ କାହିଁକି କହିଛି ?
ଉ : ନାଟକ– ଭାଲୁ ଉପଦ୍ରବ
ନାଟ୍ୟକାର– ବିଜୟ ମିଶ୍ର
ଗୋପୀ ଚିତ୍କାର କରି ଭିତରକୁ ଦୌଡ଼ି ଆସିବାରୁ ମନମୋହନ ଦେବକାନ୍ତ, କୈଳାଶ ଭାଲୁ କୋଉଠି କାହିଁ କହିବାରୁ ସୁରେଶ, ଭାଲୁର ଦିନେ କି ତା’ର ଦିନେ କହି ଗଦା ବୁଲେଇ ବୁଲେଇ କହିଲେ – କୋଉଠି – ରେ ଭଲୁକ' ଏଇ ଗଦାଘାତେ ଆଜି ତତେ ପଠେଇବି ସମନ ସଦନେ .. କହ କହ କେଉଁଠାରେ ତୁହି.... ବୋଲି ସୁରେଶ କହିଛି ।
ଜ) ଭାଲୁକୁ ସମନ ସଦନ ପଠଇବା କାହିଁକି ସମ୍ଭବ ହେଲାନି ବୋଲି ସୁରେଶ କହିଛି ?
ଉ : ନାଟକ ଭାଲୁ ଉପଦ୍ରବ
ନାଟ୍ୟକାର– ବିଜୟ ମିଶ୍ର
ବାଥ୍ ରୁମ୍ରେ ଭାଲୁ ପଶିଛି ମାନେ ରୁମ୍ଟା ଛୋଟ ତ, Fight କରି ହେବନି, ବାହାରେ ବୁଲୁଥିଲେ ଭାଲୁକୁ ଗଦାର କରାମତି ଦେଖେଇ ଦେଇଥାନ୍ତେ । ତେଣୁ ସୁରେଶ କୈଳାଶକୁ କହିଛି ଭାଲୁକୁ ସମନ ସଦନ ପଠାଇବା ସମ୍ଭବ ହୋଇନି କାରଣ ସେ ବାଥରୁମରେ ପଶିଯାଇଛି |
(ଝ) ସରକାର କେଉଁମାନଙ୍କୁ ନେଇ ଗୋଟିଏ ଅନୁସନ୍ଧାନ ସ୍କାର୍ଡ଼ ଖୋଲିଥିଲେ ଓ କାହିଁକି ?
ଉ : ନାଟକ– ଭାଲୁ ଉପଦ୍ରବ
ନାଟ୍ୟକାର– ବିଜୟ ମିଶ୍ର
ସହରର ପୋଲିସ୍ ବାହିନୀ ଏବଂ ଅନ୍ୟାନ୍ୟ ଅନୁସନ୍ଧାନକାରୀ ଦଳ ଛୋଟ ବଡ଼ ଶିକାରୀ ଏବଂ ଉତ୍ସାହୀ ଯୁବକମାନଙ୍କୁ ନେଇ ସରକାର ଗୋଟିଏ ଅନୁସନ୍ଧାନ ସ୍କାର୍ଡ଼ ଖୋଲିଛନ୍ତି । ଯିଏ ବା ଯେଉଁମାନେ ଭାଲୁର ସନ୍ଧାନ ପାଇବେ, ତୁରନ୍ତ ସେହି ସ୍କାର୍ଡ଼କୁ ଜଣାଇବାକୁ ଅନୁରୋଧ କରାଯାଇଛି ।
(ଞ) ଟି. ଭି.ର ଦର୍ଶକମାନଙ୍କୁ କ’ଣ ଜଣାଇ ଦେଉଛୁ ବୋଲି କିଏ କାହିଁକି କହିଛି ?
ଉ : ନାଟକ– ଭାଲୁ ଉପଦ୍ରବ
ନାଟ୍ୟକାର– ବିଜୟ ମିଶ୍ର
ଟି.ଭି.ର ଦର୍ଶକମାନଙ୍କୁ ଜଣେ ମହିଳା announce କରି କହିଛନ୍ତି – ଦର୍ଶକମାନଙ୍କୁ ଆମେ ଜଣାଇ ଦେଉଛୁ ଯେ ଆଜି ରାତି ୯ଟା ୫୦ରେ ଭାଲୁ ଉପରେ ଏକ ବୃତ୍ତଚିତ୍ର ପ୍ରଦର୍ଶନ କରିବୁ । ତା’ର ସ୍ଵଭାବ, ଚରିତ୍ର ଏବଂ ଅନ୍ୟାନ୍ୟ ବିଷୟକୁ ନେଇ ଏଇ ଚିତ୍ରଟି ପ୍ରସ୍ତୁତ କରାଯାଇଛି ।
(ଟ) ନିଶାକାରବାବୁ ଅନ୍ଧାର ଭିତରେ ଟି. ଭି – ସୁଇଚ୍ ଅଫ୍ କରି କ’ଣ କହିଲା ?
ଉ : ନାଟକ– ଭାଲୁ ଉପଦ୍ରବ
ନାଟ୍ୟକାର– ବିଜୟ ମିଶ୍ର
ନିଶାକରବାବୁ ଅନ୍ଧାର ଭିତରେ ଟି.ଭି ସୁଇଚ୍ ଅଫ କରି ଗଜର ଗଜର ହୋଇ କହୁଥିଲେ – ଭାଲୁ ଅନୁସନ୍ଧାନକାରୀ ଷ୍ଟାର୍ଡ଼କୁ କ’ଣ କହିବେ ? ବିରକ୍ତ ହୋଇ ଭାଲୁ ଯେ ସେମାନଙ୍କର ଝାଡ଼ା ପରିସ୍ରା ବନ୍ଦ କରି ସାରିଲାଣି ଏହି କଥା ମନେ ମନେ କହି ଚାଲିଥିଲେ ।
(୦) ଗୋପୀ ଭାଲୁ ବିଷୟରେ କ’ଣ ସ୍ବପ୍ନ ଦେଖୁଥିଲା ?
ଉ :
ନାଟକ– ଭାଲୁ ଉପଦ୍ରବ
ନାଟ୍ୟକାର– ବିଜୟ ମିଶ୍ର
ଗୋପୀ ଭାଲୁ ବିଷୟରେ ସ୍ଵପ୍ନ ଦେଖୁଛି – ଭାଲୁଟା ପାଇଖାନା ଭିତରୁ ଆସି, ଖଟ ଉପରକୁ ଉଠିଲା, କମ୍ବଳ ଟେକି ତା’ରି ପାଖରେ ଜାକି ଜୁକି ହୋଇ ଶୋଇ ପଡ଼ିଲା, ଠିକ୍ ସେତିକିବେଳୁ ବାବୁ ଭାଲୁ ଭାଲୁ ଡାକ ଛାଡ଼ିଲେ ।
(ଡ) ସ୍କାର୍ଡ଼କୁ ସୁରେଶ ଭାଲୁର ଖବର ଦେବାକୁ ଯିବାବେଳେ ନିଶାକର ତାଙ୍କୁ କାହିଁକି ବାରଣ କରିଛି ?
ଉ : ନାଟକ– ଭାଲୁ ଉପଦ୍ରବ
ନାଟ୍ୟକାର– ବିଜୟ ମିଶ୍ର
ସୁରେଶ ସ୍କାର୍ଡ଼କୁ ଡାକିବାକୁ ଯିବାବେଳେ ହଠାତ୍ ନିଶାକର ସୁରେଶକୁ ପାଗଳ ହୋଇଗଲେ କି ବୋଲି ପଚାରିଛି କାରଣ ସେମାନେ ଭଲଭାବେ ଜାଣିଛନ୍ତି ଯେ ଭାଲୁ ବିଶ୍ବାସଘାତକକୁ ଜମା କ୍ଷମା ଦେବ ନାହିଁ। ସମସ୍ତଙ୍କ ଜିଭ ଟାଣି ଦେଇ ତା’ ଉପରେ ‘ସସେମିରା’ ଲେଖିଦେବ ।
() ଭୟଟାକୁ ଆମେ ଆଖି ସାମ୍ନାରେ ରଖୁଛୁ ବୋଲି ନିଶାକର କାହିଁକି କହିଛି ?
ଉ : ନାଟକ– ଭାଲୁ ଉପଦ୍ରବ
ନାଟ୍ୟକାର— ବିଜୟ ମିଶ୍ର
ସହର ପୂରାପୂରି ଭାଲୁ ଭୟରେ ଆତଙ୍କିତ । ଭାଲୁ ଭୟରେ Interview ବନ୍ଦ। T. V ରେ announce କରିଛି ନିଶାକର ମନମୋହନଙ୍କୁ କହିଛି ଭାଲୁ ଆମ ପ୍ରତି କେମିତି ଦୟା କରିଛି । ସମସ୍ତେ ଯେତେବେଳେ ଏକ ଅଜଣା ବିପଦକୁ ଡରି କବାଟ କିଳି ଘରେ ପଶିଛନ୍ତି ସେଠାକାର ଅନ୍ତେବାସୀ ଭାଲୁର ଭୟଟାକୁ ଆଖ୍ ଆଗରେ ଦେଖୁଛନ୍ତି |
(ଣ) କ’ଣ ତାକୁ ମିଳିଗଲା ବୋଲି ଦେବକାନ୍ତ କହିଛି ?
ଉ :
ନାଟକ– ଭାଲୁ ଉପଦ୍ରବ
ନାଟ୍ୟକାର– ବିଜୟ ମିଶ୍ର
ଦେବକାନ୍ତ Interview ପାଇଁ ଆଣିଥିବା General knowledge ବହି ଖଣ୍ଡକ ମିଳିଯାଇଛି ବୋଲି କହିଛି । ସେଥିରେ ଭାଲୁ ବିଷୟରେ ଗୋଟାଏ ରଚନା ଅଛି । ଆଜି କାଲି ପରିବେଶ ଆଉ ବନ୍ୟଜନ୍ତୁ ସୁରକ୍ଷା ଗୋଟାଏ ଗୋଟାଏ ବଡ଼ topic ହୋଇଛି ବୋଲି ଦେବକାନ୍ତ କହିଛି ।
(ତ) ଦେବକାନ୍ତଠାରୁ ମିଳିଗଲା ଶୁଣି ଏବଂ ଭାଲୁ ବିଷୟରେ ରଚନା ଥୁବାର ଜାଣି ନିଶାକର ଓ ମନମୋହନ କ’ଣ କହିଛନ୍ତି ?
ଉ :
ନାଟକ– ଭାଲୁ ଉପଦ୍ରବ
ନାଟ୍ୟକାର– ବିଜୟ ମିଶ୍ର
ଦେବକାନ୍ତଠାରୁ ଭାଲୁ ବିଷୟରେ ରଚନା ଲେଖାଥିବା ଶୁଣି ନିଶାକର ଦେଖୁଛନ୍ତି - ଭାଲୁ ଏକ ସ୍ତନ୍ୟପାୟୀ ପ୍ରାଣୀ କି ନୁହେଁ ? ଅଣ୍ଡା ଦିଏ ନା ପିଲା ଜନ୍ମ କରେ ..... କ’ଣ ଖାଏ ଏବଂ କେଉଁଠି ଶୁଏ, ସେହିପରି ମନମୋହନ ପଚାରି ବୁଝିଛନ୍ତି ଭାଲୁ breakfast, lunch, dinner ସବୁ ଖାଏ, Dunlop bed ରେ ଶୁଏ - ଆଉ Lavender ସାବୁନରେ ଗାଧାଏ, ଏହିପରି ଗୋଟିଏ ଦିନରେ ଭାଲୁ ପାଇଁ ଅଣନିଃଶ୍ୱାସୀ ହୋଇ ଦେବକାନ୍ତ ଠାରୁ ବହି ଟାଣି ଫିଙ୍ଗି ଦେଇଛନ୍ତି ।
(ଥ) ଗୋପୀର ଗାଲରେ କିଏ ଠାଏ କିନା ଚାପୁଡ଼ାଟେ ବସାଇ ଦେଲା ବୋଲି କହିଛି ?
ଉ : ନାଟକ– ଭାଲୁ ଉପଦ୍ରବ
ନାଟ୍ୟକାର– ବିଜୟ ମିଶ୍ର
ଗୋପୀ ମରିଗଲି, ମରିଗଲି, ମୋତେ ମାରି ପକେଇଲା, ପିଟିଲା କହି ଚିତ୍କାର କରିଛି, ତାକୁ ଦେଖୁ ସମସ୍ତେ ଘେରି ଯାଇଛନ୍ତି ଏବଂ କିଏ ପିଟିଲା ପଚାରିବାରୁ ସେ ନିଶାକରକୁ କହିଛି ଭାଲୁ ତା’ ଗାଲରେ ଠାଏ କିନା ଚାପୁଡ଼ାଟେ ବସାଇ ଦେଲା । ସିଏ ପାଇଖାନା ସ୍କାଇଲାଇଟ୍ ଉପରେ ଚଢ଼ି ତାକୁ ଦେଖୁଥିବା ବେଳେ ସେ ମଣିଷ ବାସ୍ନା ପାଇ ଉଙ୍କି ଆସି ଠାଏ କିନା ଜାବୁଡ଼ାଟେବସେଇ ଦେଲା ।
(ଦ) ମନମୋହନ ନିଶାକର ବାବୁଙ୍କୁ ଚୁପ୍ ରହିବାକୁ କାହିଁକି କହିଛି ?
ଉ : ନାଟକ– ଭାଲୁ ଉପଦ୍ରବ
ନାଟ୍ୟକାର– ବିଜୟ ମିଶ୍ର
ଗୋପୀକୁ ଭାଲୁ ଚଟକଣି ମାରିଥିବାରୁ ସମସ୍ତେ ବ୍ୟସ୍ତ ହୋଇଛନ୍ତି ବୋଲି ନିଶାକର ବାବୁ ଭାଲୁ ରାତି ପାହିଲେ ପଳାଇବ ବୋଲି ଅନୁମାନ କରିଛନ୍ତି ଏବଂ ମହାତ୍ମାଗାନ୍ଧିଙ୍କ କଥା କହି କଥାଟାକୁ ନରମେଇ ଦେଇଛନ୍ତି; ହେଲେ ମନମୋହନ ବାବୁ ତାଙ୍କୁ ଚୁପ୍ କରାଇ କହିଛନ୍ତି – ଗୋଟାଏ ହିଂସ୍ର ଜନ୍ତୁକୁ ଘର ଭିତରେ ପୂରେଇ, ତା’ ଭୟରେ କାକୁସ୍ଥ ହେବା ଅପେକ୍ଷା ତା’ର ସାମନା କରିବା ଆବଶ୍ୟକ ।
(ଧ) ମନମୋହନ ଉଦ୍ବୋଧନ ଦେବା ଭଙ୍ଗୀରେ କ’ଣ କହିଥିଲେ ?
ଉ : ନାଟକ– ଭାଲୁ ଉପଦ୍ରବ
ନାଟ୍ୟକାର– ବିଜୟ ମିଶ୍ର
ନିଶାକରବାବୁ ଭାଲୁ ପ୍ରତି ହିଂସ୍ରଭାବ ନ ହେବାକୁ ସମସ୍ତ ଅନ୍ତେବାସୀଙ୍କୁ କହିଛନ୍ତି । କିନ୍ତୁ ମନମୋହନ ବାବୁ ଏଥରେ ଏକମତ ହୋଇ ନାହାଁନ୍ତି । ହିଂସ୍ରଜନ୍ତୁକୁ ଡରି ଘରେ ଲୁଚି ବସିବା ଅପେକ୍ଷା ତା’ର ସାମନା କରିବା ଅତ୍ୟନ୍ତ ଭଲ ଏବଂ Tit for tat ବା ଦାନ୍ତ ବଦଳରେ ଦାନ୍ତ, ଆଖୁ ବଦଳରେ ଆଖୁ ଏହିପରି ଉଦ୍ବୋଧନ ଦେଇ ଏହା ମନମୋହନ କହିଛନ୍ତି ।
(ନ) ତୁ ଗଲୁବେ କୈଳାଶ ବୋଲି ସୁରେଶ କାହିଁକି କହିଛି ?
ଉ :
ନାଟକ– ଭାଲୁ ଉପଦ୍ରବ
ନାଟ୍ୟକାର– ବିଜୟ ମିଶ୍ର
ଭାଲୁ ମେସ୍ରେ ପାଇଖାନାରେ ପଶିଯାଇଥିବାରୁ ସମସ୍ତ ଅନ୍ତେବାସୀଙ୍କ ଝାଡ଼ା ପରିସ୍ରା ବନ୍ଦ ହୋଇଯାଇଛି । ୨୪ ଘଣ୍ଟା ତିବାକୁ ବସିଲାଣି, ନିଶାକର ପାଖରେ କେଉଁଠି ପଡ଼ିଆଟେ ବି ନଜର ପଡ଼ୁନାହିଁ, ମନମୋହନ ବିରକ୍ତ ହୋଇ ଭାଲୁଟାକୁ... କହିବାରୁ, କୈଳାଶ ଜାମ୍ବବାନ ଆମକୁ ଉଦ୍ଧାର କରିବାକୁ ଆସିଛନ୍ତି କହିଛି । ଏହା ଶୁଣି ସୁରେଶ ତୁ ଗଲୁବେ କୈଳାଶ, ଭାଲୁ ଯୋଗୁ ସେମାନଙ୍କ ପେଟ ସିନା ଗୋଳମାଳ ହୋଇଚି, ହେଲେ କୈଳାଶର ମୁଣ୍ଡ ଗୋଳମାଳ ହବାକୁ ବସିଲାଣି ବୋଲି ସୁରେଶ କହିଛନ୍ତି |
(ପ) ସ୍କାର୍ଡ଼କୁ ଖବର ଦେଲେ ସ୍କାର୍ଡ଼ କି କି ପ୍ରଶ୍ନ କରିବ ବୋଲି କୁହାଯାଇଛି ?
ଉ :
ନାଟକ– ଭାଲୁ ଉପଦ୍ରବ
ନାଟ୍ୟକାର– ବିଜୟ ମିଶ୍ର
ସ୍ଫୁର୍ଡ଼କୁ ଖବର ଦେଲେ ବହୁତ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ ଯେପରିକି – ଏ ଭାଲୁ କେତେବେଳରୁ ଆପଣଙ୍କ ପାଇଖାନା ଦଖଲ କରିଚ ? କାଲି ସକାଳଠୁଁ ଆଜି ସକାଳ ଯାଏ ଚବିଶ ଘଣ୍ଟା ବିତି ଯାଇଥିଲେ ବି ସ୍କାର୍ଡ଼କୁ କାହିଁକି ଖବର କରି ନାହାଁନ୍ତି । ଏହିପରି ଅନେକ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ ବୋଲି ନିଶାକର କହିଛି ।
(ଫ) କେଉଁ ସମ୍ଭାବନାକୁ ଆଦୌ ଏଡ଼େଇ ଦିଆଯାଇ ପାରେନା ବୋଲି ଦେବକାନ୍ତ କହିଛି ?
ଉ :
ନାଟକ– ଭାଲୁ ଉପଦ୍ରବ
ନାଟ୍ୟକାର– ବିଜୟ ମିଶ୍ର
ଭାଲୁର ମୁକ୍ତି ପାଇଁ ପାଇଖାନାର ପଛ ଦରଜାକୁ ଖୋଲିଦେଲେ ସବୁ ପ୍ରକାର ସମସ୍ୟାର ସମାଧାନ ହୋଇଯିବ; ହେଲେ ଦରଜାଟା ଖୋଲିଦେଲେ ସେ ଭଦ୍ରଲୋକ ପରି ଚାଲିଯିବ ସେକଥା ଦେବକାନ୍ତ କହିଚି । ହେଲେ ନିଶାକର ଏଥରେ କିଛି guarantee ଦେବକାନ୍ତ ଦେବେ କି ପଚାରିବାରୁ, କଳଙ୍କି ଲାଗିଥିବା ଦରଜା ଖୋଲିଲା ବେଳକୁ କେଁ-କଟର ଶବ୍ଦରେ ଭାଲୁ ବିରକ୍ତ ହୋଇ ଯଦି ଲୋକକୁ ଆକ୍ରମଣ କରେ ସେ ସମ୍ଭାବନାକୁ ଆଦୌ ଏଡ଼େଇ ଦିଆଯାଇ ନ ପାରେ ବୋଲି ଦେବକାନ୍ତ କହିଛନ୍ତି |
(ବ) “ ବିରାଡ଼ି ବେକରେ ଘଣ୍ଟି ବାନ୍ଧିବ କିଏ” – ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି ?
ଉ : ନାଟକ– ଭାଲୁ ଉପଦ୍ରବ
ନାଟ୍ୟକାର– ବିଜୟ ମିଶ୍ର
ଭାଲୁର ମୁକ୍ତି ପାଇଁ ଏବଂ ଭାଲୁ କବଳରୁ ଅନ୍ତେବାସୀ ମୁକ୍ତି ପାଇବା ପାଇଁ ପାଇଖାନାର ପଛପଟ ଦରଜାକୁ ଖୋଲିବା ଚିନ୍ତାକରି କିଏ କବାଟ ଖୋଲିବାକୁ ଯିବ ବୋଲି ସମସ୍ତେ ଚିନ୍ତା କରିଛନ୍ତି, ବିରାଡ଼ି ବେକରେ ଘଣ୍ଟି ବାନ୍ଧିବ କିଏ ଅର୍ଥାତ୍ ଭାଲୁ ଏଇ ଗର୍ଜନକୁ ନ ଡରି କିଏ ଯିବ ସେକଥା ସମସ୍ତେ ଏକାଠି ହୋଇ ଆଲୋଚନା କରିଛନ୍ତି |
(ଭ) ଦରଜା ଖୋଲିବା ସମ୍ପର୍କରେ ଗୋପୀ ନିଶାକର ବାବୁଙ୍କୁ କ’ଣ କହିଥିଲା ?
ଉ :
ନାଟକ– ଭାଲୁ ଉପଦ୍ରବ ନାଟ୍ୟକାର– ବିଜୟ ମିଶ୍ର
ଉ. ସମସ୍ତ ଅନ୍ତେବାସୀ ବଳ ପ୍ରୟୋଗ କରି ଗୋପୀକୁ ଭାଲୁ ଥିବା ପାଇଖାନାର ଦରଜା ଖୋଲିବାକୁ ପ୍ରସ୍ତାବ ଦେଇଛନ୍ତି ହେଲେ ଗୋପୀ ପାରିବନି ବୋଲି କହିଛି କାରଣ ଭାଲୁଟା ରାଗି ଯାଇ ଗର୍ଜନ କରୁଛି । ଦରଜା ଖୋଲିବା କ୍ଷଣି ଭାଲୁ ତା’ ଉପରକୁ ଝାମ୍ପି ପଡ଼ିବ ବୋଲି କହି ନ ଯିବା ପାଇଁ କାକୃତି ମିନତି ହୋଇ କହିଛି ।
(ମ) ଗୋପୀ ଦରଜା ଖୋଲିବାକୁ ନାହିଁ କରିବାରୁ ଅନ୍ୟମାନଙ୍କ ପ୍ରତିକ୍ରିୟା କ’ଣ ଥିଲା ?
ଉ :
ନାଟକ– ଭାଲୁ ଉପଦ୍ରବ
ନାଟ୍ୟକାର– ବିଜୟ ମିଶ୍ର
ଗୋପୀ ଦରଜା ଖୋଲିବାକୁ ମନା କରିବାରୁ ମେସ୍ର ସମସ୍ତ ଅନ୍ତେବାସୀ ତା’ ପ୍ରତି ଶକ୍ତ ବ୍ୟବହାର ପ୍ରଦର୍ଶନ କରି ନିଶାକର ତା’ର ଦରମା ବଢ଼େଇ ଦେବ, କୈଳାଶ ଗୋପୀ ଯିବାକୁ ବିଧୂ ନିଦ୍ଦିଷ୍ଟ ଏବଂ ଅନ୍ୟ ସମସ୍ତେ ତାକୁ ଘେରି ବିଧା, ଚାପୁଡ଼ା, ଗୋଇଠା ମାରୁଥାନ୍ତି ଏବଂ ଯା’ ଯା’ କହୁଥାନ୍ତି । ସେ ନା, ନା କହୁ କହୁ ତଳେ ପଡ଼ିଗଲା ତା’ ପରେ ଉଠିଲା
(ଯ) ଗୋପୀର ବୁଢ଼ୀ ମା’ ମେସ୍ର ସମସ୍ତଙ୍କୁ ନେହୁରା ହୋଇ କ’ଣ କହିଯାଇଥିଲା ?
ଜ : ନାଟକ- ଭାଲୁ ଉପଦ୍ରବ
ନାଟ୍ୟକାର— ବିଜୟ ମିଶ୍ର
ଗୋପୀକୁ ନିଶାକର ପାଖରେ ଛାଡ଼ି ଦେଇ ଗଲାବେଳେ ମେସ୍ର ସମସ୍ତ ଅନ୍ତେବାସୀ ବାବୁମାନଙ୍କର ହାତ ଧରି କେତେ ନେହୁରା ହେଇ କହିଥିଲା, ବିପଦ ଆପଦକୁ ଗୋପୀପ୍ରତି ସାହାପକ୍ଷ ହେବ, ତା’ର ଅଳି ଅର୍ଦ୍ଧଳି ସମ୍ଭାଳିବ । ଗୋପୀପ୍ରତି ଭାବ ପ୍ରଦର୍ଶନ କରିବାକୁ ବୁଢ଼ୀ ମା’ କହିଯାଇଥିଲା ।
(ର) ଭାଲୁ ପାଖକୁ ଯିବା ଆଗରୁ ଗୋପୀ ବାବୁମାନଙ୍କ ଠାରେ କ’ଣ ଦେଖୁଚି ବୋଲି କହିଲା ?
ଉ :
ନାଟକ– ଭାଲୁ ଉପଦ୍ରବ
ନାଟ୍ୟକାର– ବିଜୟ ମିଶ୍ର କରୁଣ
ଗୋପୀ ଭାଲୁ ପାଖକୁ ଯିବା ଆଗରୁ ବାବୁମାନଙ୍କର ପ୍ରକୃତ ରୂପ ଦେଖୁଚି । ବାବୁମାନଙ୍କର ଉଗ୍ର ଏବଂ ହିଂସ୍ର ଚେହେରା ଦେଖୁ ସାରିଲା ପରେ ଭାଲୁକୁ ଦେଖିଲା ବେଳେ ମନେହେଲା ସିଏ ବାବୁମାନଙ୍କ ଠାରୁ ଢ଼େର ନିରୀହ । ଭାଲୁ ତା’ ହାତମୁଠାରେ ଗୋପୀକୁ ପାଇ ଛାଡ଼ି ହେଲା, ହେଲେ ଏଇ ବାବୁମାନଙ୍କ କଥା ମାନି ନ ଥିଲେ ସେମାନେ କେବେ ତା’କୁ ଛାଡ଼ି ନ’ଥାନ୍ତେ ବରଂ ନ ଯିବାକୁ କହିବାରୁ ପିଟି ପିଟି ମାରିଦେଇଥା’ନ୍ତେ ।
(ଳ) ‘ସସେମିରା’ ଗପ କଥା ମନେପକାଇ ଗୋପୀ ଗଲାବେଳେ ବାବୁମାନଙ୍କୁ କ’ଣ କହିଯାଇଥିଲା ?
ଉ : ନାଟକ– ଭାଲୁ ଉପଦ୍ରବ
ନାଟ୍ୟକାର– ବିଜୟ ମିଶ୍ର
ଗୋପୀକୁ ତା’ ବୁଢ଼ୀମା ଯେଉଁ ବିଶ୍ଵାସରେ ସମସ୍ତଙ୍କୁ ନେହୁରା ହୋଇ କହି ମେସ୍ରେ ଛାଡ଼ିଥିଲା ସେହି ବିଶ୍ୱାସକୁ ସମସ୍ତେ ଭାଙ୍ଗିଦେଲେ । ଗୋପୀ ଭାଲୁ ଠାରୁ ବଞ୍ଚିଯାଇ ନୂତନ ଜୀବନ ପାଇଛି; ହେଲେ ମେସ୍ରେ ଆଉ ରହିପାରିବନି କହି ପଳେଇଯାଉଛି | ଗଲାବେଳେ ସମସ୍ତଙ୍କୁ କହିଯାଇଛି ବାବୁମାନେ ମୁଁ ଗରିବ ଏବଂ ଆପଣମାନଙ୍କ ଠାରୁ ଖୁବ୍ ସାନ, ମୋ’ ବୁଢ଼ୀମା ବିଶ୍ଵାସରେ ଆପଣମାନେ ବିଶ୍ଵାସଘାତ କରିଥିବାରୁ ଆପଣମାନେ ସମସ୍ତେ ନିଜ ଜିଭ ଟାଣି ନିଜ ହାତରେ ସସେମିରା ବୋଲି ଲେଖୁଦେବ । ଏହା କହି ଗୋପୀ ଆଖରୁ ଲୁହ ପୋଛି ଚାଲିଗଲା ।
୫.ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । ପ୍ରଶ୍ନର ମୂଲ୍ୟ ୫ ନମ୍ବର । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୧୫୦ ଶବ୍ଦ ମଧ୍ୟରେ ଦେବାକୁ ହେବ ।
(କ) ‘ଭାଲୁ ଉପଦ୍ରବ’ ଏକାଙ୍କିକା ନାମକରଣର ସାର୍ଥକତା ପ୍ରଦାନ କର ।
ଉ. ନାମକରଣ ମଣିଷର ଆଦିମ ପ୍ରବୃତ୍ତି । ପ୍ରତ୍ୟେକ ସୃଷ୍ଟିର ନାମକରଣ ବିଭିନ୍ନ ଦୃଷ୍ଟିରୁ ହୋଇଥାଏ । ନାମକରଣର ମୁଖ୍ୟ କାରଣ ସ୍ଵତନ୍ତ୍ର ପରିଚୟ । ଯେହେତୁ ଚିହ୍ନିବା ଓ ଚିହ୍ନେଇବା ପାଇଁ ଏହି ନାମକରଣ ଆବଶ୍ୟକତା ସର୍ବତ୍ର ଓ ସର୍ବଦା ଗୁରୁତ୍ଵପୂର୍ଣ୍ଣ । ତେଣୁ ଏହାକୁ ବିଶେଷ ଧ୍ୟାନ ଦିଆଯାଏ । ତେବେ ସାଧାରଣ ନାମକରଣ ଓ ସାହିତ୍ୟ କ୍ଷେତ୍ରରେ ନାମକରଣ ଦିଇଟା ଭିନ୍ନ କଥା । ସୃଷ୍ଟି ସ୍ରଷ୍ଟାଙ୍କ ମାନସ ସନ୍ତାନ । ତେଣୁ ଏହାର ନାମକରଣକୁ ସ୍ରଷ୍ଟା ବିଶେଷ ଗୁରୁତ୍ଵ ପ୍ରଦାନ କରିଥାଏ। ସ୍ରଷ୍ଟାର କଳାକଳ୍ପନାର କାଉଁରୀ ସ୍ପର୍ଶରେ ହୁଏ ମୂର୍ତିମନ୍ତ । ଶିଳ୍ପୀ ଆନ୍ତରିକତାର ସ୍ପର୍ଶ ନେଇ ସୃଷ୍ଟି ହୁଏ ସୁନ୍ଦରରୁ ସୁନ୍ଦରତର । ନାମକରଣ କେଉଁଠାରେ ଘଟଣାଭିଭିକ ତ ଆଉ କେଉଁଠି ବିଷୟବସ୍ତୁଭିଭିକ ପୁଣି ଆଉ କେଉଁଠି ଚରିତ୍ରଭିଭିକ । ତେବେ ‘ଭାଲୁ ଉପଦ୍ରବ’ ଏକାଙ୍କିକାର ନାମକରଣକୁ ବିଚାର କଲେ ଏହା ସମାଜଭିଭିକ ପରି ଅନୁମେୟ କରାଯାଇପାରେ ।
କଥାବସ୍ତୁ ସଂପୂର୍ଣ୍ଣ ସାମାଜିକ ପୃଷ୍ଠଭୂମିରେ ଦଣ୍ଡାୟମାନ । ସମାଜରେ ଯେଉଁପରି ସବୁ ଘଟଣା ଘଟୁଛି ଉକ୍ତ ଏକାଙ୍କିକା ମାଧ୍ୟମରେ ନାଟକର ରୂପ ଦେଇ ତାହାର ଯଥାର୍ଥ ମୂଲ୍ୟାୟନ କରାଯାଇଛି । ନାଟ୍ୟକାର ବିଜୟ ମିଶ୍ରଙ୍କ ଏକ ଅପୂର୍ବ ସଫଳ ସୃଷ୍ଟି ହେଉଛି ଉକ୍ତ ନାଟକ ‘ ଭାଲୁ ଉପଦ୍ରବ’ । ଜଙ୍ଗଲରେ ବାସକରୁଥିବା ହିଂସ୍ରପ୍ରାଣୀ ଭାଲୁ ସହରାଭିମୁଖ ହୋଇଛି। ସହରରେ ପ୍ରତ୍ୟେକ ଲୋକଙ୍କ ମନରେ ଭୟ ଏବଂ ଆତଙ୍କର ଛାୟା ଖେଳି ଯାଇଛି । ଭାଲୁ ଶେଷରେ ଏକ ମେସ୍ର ପାଇଖାନାରେ ପଶିଯାଇଛି | ସହରର ପ୍ରଶାସନଠାରୁ ଆରମ୍ଭ କରି ପ୍ରତ୍ୟେକ ଦୂରଦର୍ଶନ ଓ ବେତାର ବିଭାଗ ତତ୍ପରତା ଦେଖାଇଛନ୍ତି । ଏପରିକି ଭାଲୁକୁ କାବୁ କରିବା ପାଇଁ ଏକ ସ୍ଵତନ୍ତ୍ର ସ୍କାର୍ଡ଼ ଗଠନ କରାଯାଇଛି ।
ମେସ୍ର ଅନ୍ତେବାସୀଙ୍କ ଅବସ୍ଥା ଅସମ୍ଭାଳ, ନିଶାକରବାକୁ ମେସ୍ରେ ରୋଷେଇବାସ ବନ୍ଦ କରିଦେଇଛନ୍ତି ଭାଲୁକୁ ଡରି । ମନମୋହନ, ସୁରେଶ, ଗୋପୀ, କୈଳାଶ, ଦେବକାନ୍ତ ପ୍ରତ୍ୟେକ ଅନ୍ତେବାସୀ ଖାଇବା ଓ ପାଇଖାନା ଯିବା ପାଇଁ ଏକପ୍ରକାର ଅସ୍ତବ୍ୟସ୍ତ ହୋଇଯାଇଛନ୍ତି । ଭାଲୁ ଠାରୁ ସମସ୍ତେ ବର୍ତିବା ପାଇଁ ଅନେକ ପ୍ରକାର ଉପାୟ ଚିନ୍ତା କରିଛନ୍ତି । ହେଲେ ଭାଲୁ ଆମ୍ପୁଡ଼ା ଯେ ଭୟାନକ ଓ ସସେମିରା ଅର୍ଥାତ୍ ଭାଲୁ ବିଶ୍ଵାସଘାତକତା ଆଦୌ ସହ୍ୟ କରିପାରେ ନାହିଁ, ଯେପରି ଗଛରେ ଚଢ଼ିଥିବା ମଣିଷ ଜିଭ ଭିତରେ ସସେମିରା ଲେଖ୍ ଦେଇଥିଲା। ଏହି କଥାକୁ ମନେପକାଇ ନିଜର ନିତିଦିନିଆ କର୍ମମୟ ଜୀବନ ଅସମ୍ଭାଳ ହେବାରୁ ନାନାପ୍ରକାର ଚିନ୍ତାକରି ଏକ ଦୃଢ଼ ସିଦ୍ଧାନ୍ତରେ ପହଞ୍ଚିଲେ । ପାଇଖାନାର ପଛପଟ ଦରଜା ଖୋଲିଦେଲେ ଭାଲୁଟି ନିଜକୁ ମୁକ୍ତି ପାଇ ଚାଲିଯିବ ଏବଂ ସମସ୍ତ ଅନ୍ତେବାସୀ ମୁକ୍ତି ପାଇଯିବେ ଏହିକଥା ଚିନ୍ତାକରି ଶେଷରେ ନାନା ତର୍କ ବିତର୍କ ପରେ ‘ ବିରାଡ଼ି ବେକରେ ଘଣ୍ଟି ବାନ୍ଧିବ କିଏ’, ଶେଷରେ ଗୋପୀକୁ ଧାର୍ଯ୍ୟ କରିଛନ୍ତି ଦରଜା ଖୋଲିବା ପାଇଁ । ଭାଲୁର ଭୟଙ୍କର ଗର୍ଜନକୁ ଡରି ଗୋପୀ ଯିବାକୁ ମନା କରିବାରୁ ଅନ୍ତେବାସୀମାନେ ତା’ ଉପରେ ନିର୍ମମ ଅତ୍ୟାଚାର କରିଛନ୍ତି । ଗୋପୀର ବୁଢ଼ୀମା’ ଅନେକ ବିଶ୍ଵାସ କରି ବାବୁମାନଙ୍କ ପାଖରେ ତା’କୁ ଛାଡ଼ିଥିଲା । ଗୋପୀର ଭଲମନ୍ଦ ହାନିଲାଭ ସେମାନଙ୍କ ହାତରେ ଛାଡ଼ିଦେଇ ଅନେକ ନେହୁରା ହୋଇ କହିଯାଇଥୁଲା । ହେଲେ ସେହି ବାବୁମାନେ ନିଜର ସ୍ଵାର୍ଥ ଦେଖୁ ଆଜି ବିପଦ ମୁହୂର୍ଭରୁ ମୁକୁଳିବା ଲାଗି ଗୋପୀକୁ ମଝି ଦରିଆକୁ ଠେଲି ଦେଇଛନ୍ତି । ଗୋପୀକୁ ଭାଲୁ ପାଖକୁ ଯାଇ ଦରଜା ଖୋଲିବା ପାଇଁ ବାଧ୍ୟ କରି ସମସ୍ତେ ମାଡ଼, ଗାଳି, ଗୋଇଠା, ବିଧା ମାରିଛନ୍ତି । ଭାଲୁ ଠାରୁ ସେମାନଙ୍କ ବ୍ୟବହାର ଆହୁରି ହିଂସ୍ର ପରି ମନେକରି ଗୋପୀ ଭାଲୁ ଆଗକୁ ଯାଇ ଦରଜା ଖୋଲିଛି ହେଲେ ଭାଲୁ ବାବୁମାନଙ୍କଠାରୁ ଢେର ନିରୀହ କାରଣ ସିଏ, ଗୋପୀକୁ ହାତମୁଠାରେ ପାଇ ଛାଡ଼ି ଦେଇଛି । ଗୋପୀ ମେସ୍ରେ ଆଉ ନ ରହି ସମସ୍ତଙ୍କ ପାଖରୁ ବିଦାୟ ନେଇଛି । ଗଲାବେଳେ କହି ଦେଇ ଯାଇଛି ମୋ’ ବୁଢ଼ୀ ମା’ ପ୍ରତି ସମସ୍ତେ ବିଶ୍ଵାସଘାତ କରିଥିବାରୁ ସମସ୍ତେ ନିଜ ଜିଭ ଟାଣି ସସେମରା ନିଜ ହାତରେ ଲେଖିଦିଅନ୍ତୁ । ଏହିପରି ଭାବେ ନାଟକର ପରିସମାପ୍ତି ଘଟିଛି ।
ନାଟ୍ୟକାରଙ୍କ ରଚନା ଚିରନ୍ତନ ସତ୍ୟ ଓ ହୃଦୟସ୍ପର୍ଶୀ ହୋଇପାରିଛି ।
(ଖ) ‘ଭାଲୁ ଉପଦ୍ରବ’ ଏକାଙ୍କିକାରୁ ମନମୋହନଙ୍କ ଚରିତ୍ର ଚିତ୍ରଣ କର ।
ଉ. ଦ୍ବନ୍ଦ୍ବ ବିନା ନାଟକ ନାଟକ ନୁହେଁ, ନାଟକ ସମଗ୍ର ଜୀବନପ୍ରବାହର ଭାଷ୍ୟକାର ନୁହେଁ । ଏହାର ଲକ୍ଷ୍ୟ ଗୁରୁତ୍ଵପୂର୍ଣ ଖଣ୍ଡାଶ ଯାହା ମଧ୍ୟରୁ ଜୀବନ ପ୍ରବାହର ଇଙ୍ଗିତ ମିଳିପାରେ । ଏହି ଅଂଶଟି ସଂଘର୍ଷଶୀଳ ହେବା ଆବଶ୍ୟକ ।
‘ଭାଲୁ ଉପଦ୍ରବ’ ଏକାଙ୍କିକାଟି ନାଟ୍ୟକାର ବିଜୟ ମିଶ୍ରଙ୍କ ଏକ ସଫଳ ସୃଷ୍ଟି । ଉକ୍ତ ନାଟକରେ ଅନେକ ଚରିତ୍ର ଅଛନ୍ତି; ତନ୍ମଧ୍ୟରୁ ମନମୋହନଙ୍କ ଚରିତ୍ରକୁ ନାଟ୍ୟକାର ଏକ ବୁଦ୍ଧିମନ୍ତ, ବିଚାରଶୀଳ ପରିଶେଷରେ ସ୍ଵାର୍ଥପରତା ଭାବେ ଦର୍ଶାଇଛନ୍ତି | ମନମୋହନ, ମେସର ଜନୈକ ଅନ୍ତେବାସୀ, ଜଙ୍ଗଲରୁ ହିଂସ୍ରଜନ୍ତୁ ଭାଲୁ ସହର ଆଡ଼କୁ ପଳେଇ ଆସିଥିବାର ଖବର ପାଇ ପ୍ରଥମେ ବିଶ୍ଵାସ କରି ନାହାଁନ୍ତି । ରେଡ଼ିଓ ଯେ ସବୁବେଳେ ଠିକ୍ ଖବର ଦିଏ ସେଥୁପ୍ରତି ଭୃକ୍ଷେପ କରିନାହାଁନ୍ତି କି ଭାଲୁ ସହରକୁ ଆସିଲେ ସେମାନଙ୍କର କ’ଣ ହେବ ଏକଥା ଭାବି ହେୟଜ୍ଞାନ କରିଛନ୍ତି । ମେସ୍ର ସମସ୍ତ ଅନ୍ତେବାସୀ ଯେପରିକି ରୋଷେୟା ନିଶକାର, ଗୋପୀ ଏବଂ କୈଳାସ, ଦେବକାନ୍ତ, ସୁରେଶ ସମସ୍ତଙ୍କୁ ଭାଲୁକୁ ନ ଡରିବା ପାଇଁ କହିଛନ୍ତି । କାରଣ ସେ ନିଜେ ଭାଲୁ କଥାରେ ଭୟଭୀତ ହୋଇନାହାଁନ୍ତି କି କାହା ମନରେ ଭୟଜାତ ହେଉ ତାହା ଚାହିଁନାହାଁନ୍ତି । ଭାଲୁ ପାଇଁ ନିଶାକର ରୋଷେଇ ବନ୍ଦ କରିବାକୁ ବସିବାରୁ ତାକୁ ଅନେକ ବୁଝାଇଛି । ଶେଷରେ ଭାଲୁ ଆସି ସେହି ମେସ୍ର ପାଇଖାନାରେ ପଶିଯାଇଛି । ଭାଲୁ ବାହାରେ ଥିଲେ ଯେମିତି ବାହରିଯିବାର ଉପାୟ ନାହିଁ, ଭିତରେ ଥିଲେ ବି ‘ସେମିତି ବାହାରିବାର ଉପାୟ ନାହିଁ– ଏହି କଥା ମନେ ମନେ ଭାବି ଭାଲୁକୁ କିପରି ସେ ସ୍ଥାନରୁ ବାହାର କରାଯିବ ତା’ ପାଇଁ ଅନେକ ଉପାୟ ଚିନ୍ତା କରିଛନ୍ତି । ପ୍ରତ୍ୟେକ କଥାରେ ଥଟ୍ଟା ଏବଂ ବ୍ୟଙ୍ଗଛଳରେ କଥାକୁ ଏଡ଼ାଇ ଦିଅନ୍ତି । ଯେପରିକି ଗପର ଭାଲୁ ଜଙ୍ଗଲରୁ ଆସି ପାଇଖାନାରେ ଲୁଚି ନାହିଁ । ପିଲାପିଲିଙ୍କ ଉପରେ ଅଭିମାନ କରି ଭାଲୁ ଜଙ୍ଗଲରୁ ପଳାଇ ଆସିଛି ।
ଭାଲୁ କଥାକୁ ସେତେ ଗୁରୁତ୍ବର ସହ ନେଇନାହାନ୍ତି ମନମୋହନ । Anti Squard କୁ ଡାକି ଭାଲୁକୁ କାବୁ କରିବା ପାଇଁ ଚାହିଁଛନ୍ତି, ହେଲେ ସସେମିରା କହି ତାଙ୍କୁ ଅନ୍ୟ ଅନ୍ତେବାସୀ ରୋକି ଦିଅନ୍ତି । ମନମୋହନ ଭାଲୁ ଯୋଗୁ ଗୋଟିଏ ଦିନରେ ଅଣନିଶ୍ୱାସୀ ହୋଇଯାଇଛନ୍ତି । ଭାଲୁ ଯୋଗୁ ଅତୀଷ୍ଠ ହୋଇ ମନମୋହନ ସ୍କାର୍ଡ଼ ଫୋର୍ଡ଼ କଥାକୁ ଗୁରୁତ୍ଵ ନ ଦେଇ ଘରବାଲା ଚୂନ ଦେବା ପାଇଁ ଯେଉଁ ବାଉଁଶ ଆଣିଥିଲା ସେଇଥରୁ ଗୋଟାଏ ଆଣି ଭାଲୁକୁ ପିଟିବା ପାଇଁ ଗଲାବେଳେ ଦେବକାନ୍ତ ତାକୁ ଭାଲୁର ହିଂସ୍ରତା ବିଷୟରେ କହିଛନ୍ତି । ହେଲେ ମନମୋହନ ସେଥୁପ୍ରତି କର୍ଣ୍ଣପାତ ନ କରି ମଣିଷ ଦରକାର ପଡ଼ିଲେ ପଶୁ ଠାରୁ ଅଧିକ ହିଂସ୍ର ହୋଇପାରେ ସେହି କଥା କହିଛନ୍ତି । ଗୋପୀକୁ ଭାଲୁ ପିଟିବାରୁ ମନମୋହନ ରାଗିଯାଇ ସମସ୍ତଙ୍କୁ Cowards କହିଛନ୍ତି । ଗୋଟାଏ ହିଂସ୍ରଜନ୍ତୁକୁ ଘର ଭିତରେ ପୂରେଇ ତା’ ଭୟରେ କାକୁସ୍ଥ ହୋଇ ରହିବା ଅପେକ୍ଷା, ତା’ ସାମନା କରିବା ଅତ୍ୟନ୍ତ ଭଲ । ଭାଲୁ ଗୋପୀକୁ ଚଟକଣା ଦେବାରୁ Tit for tat। ଦାନ୍ତ ବଦଳରେ ଦାନ୍ତ – ଆଖୁ ବଦଳରେ ଆଖୁ ... ଏଭଳି ଉକ୍ତି ଦେଇଛନ୍ତି । ଭାଲୁକୁ ସାମନା କରିବାର ଶକ୍ତି ତାଙ୍କର ଅଛି । ତାଙ୍କ ମନରେ ଭୟ ନ ଥିଲା କି ଅନ୍ୟ କାହା ମନରେ ଭାଲୁ ପତ୍ର ଭୟ ଆସିଲେ ତାହାକୁ ଦୂର କରିବାପାଇଁ ଲାଗିପଡୁଥିଲେ |
ଭାଲୁକୁ ସମସ୍ତେ ଏକଜୁଟ ହୋଇ ଆକ୍ରମଣ କରିବା ଚିନ୍ତା ମନମୋହନ କହିବାରୁ ପ୍ରତି ଆକ୍ରମଣ କରିବାକୁ ଭାଲୁ ଛାଡ଼ିବ ନାହିଁ ବୋଲି ସୁରେଶ କହିଛି । ମନମୋହନ ସମସ୍ତଙ୍କ ମନରେ ଦୃଢ଼ ଆତ୍ମବିଶ୍ଵାସ ଓ ଶକ୍ତି ଜାଗ୍ରତ କରାଇବାରେ ଲାଗିଛି ଭାଲୁକୁ ଯେ କୌଣସି ଉପାୟରେ, କେହି ଜଣେ ହେଲେ ଚେଷ୍ଟା କରି ବାହାର କରିଦେବା ପାଇଁ ପଦକ୍ଷେପ ନିଅନ୍ତେ ତାହା ମନମୋହନ ଚାହିଁଛନ୍ତି । ଶେଷରେ ଗୋପୀକୁ ପାଇଖାନା ଦରଜା ପଛପଟ ଖୋଲିଦେବା ପାଇଁ ବାଧ୍ୟ କରି ମାଡ଼ ଗାଳି ଦେଇଛ ଏବଂ ଗୋପୀ ପାଇଖାନା ଦରଜା ଖୋଲି ଦେବାରୁ ଭାଲୁ ତାକୁ ନିରୀହ ଭାବି ଛାଡ଼ି ଦେଇଛି ।
ନିଜ ଜୀବନକୁ ଭାଲୁଠୁ ବଞ୍ଚେଇବା ପାଇଁ ସ୍ବାର୍ଥର ମନମୋହନ ଗୋପୀକୁ ଗୋଇଠା ବିଧା ମାରିଛନ୍ତି । ଏଠାରେ ନାଟ୍ୟକାର ମନମୋହନଙ୍କ ଚରିତ୍ରକୁ ଏକ ଚତୁର, ଚାଲାଖ ଏବଂ ପ୍ରତ୍ୟେକ କାମରେ ଆଗଭର ତାହା ଦେଖାଇଛନ୍ତି ।
(ଗ) ପଠିତ ଏକାଙ୍କିକାରୁ ‘ଗୋପୀ’ ଚରିତ୍ରର ଆବଶ୍ୟକତା ବୁଝାଅ ।
ଡ. ସମାଜ ମଣିଷର – ଏକ ବିଧ୍ଵବଦ୍ଧ ଯୋଜନାର ଫଳଶ୍ରୁତି । ଗୋଷ୍ଠୀଗତ ଜୀବନଯାପନର ଏହା ଏକ ନିର୍ଦ୍ଦିଷ୍ଟ ନିୟାମକ । ତେଣୁ ମଣିଷ ଏକ ସାମାଜିକ ଓ ଶୃଙ୍ଖଳିତ ପ୍ରାଣୀ । ସମାଜ ବିହୀନ ହୋଇ ଯେତେବେଳେ ମଣିଷ ନିଃସଙ୍ଗ ଭାବେ ବୁଲୁଥିଲା ସେତେବେଳେ ତା’ ଠାରେ ଦୟା, ସ୍ନେହ, ମୋହ, କ୍ଷମା, ଆକର୍ଷଣ, ସୌନ୍ଦର୍ଯ୍ୟ ଆଦି ସାମାଜିକ ସୁଲଭ ଗୁଣର ଯଥେଷ୍ଟ ଅଭାବ ଥିଲା । ସେ ଥିଲା ସେ ସମୟର ଏକ ଜାଙ୍ଗଲିକ ପ୍ରବୃତ୍ତିର ପରିଚ୍ଛନ୍ନ ପ୍ରତିମୂର୍ତ୍ତିଟିଏ । ଯେଉଁ ସାହିତ୍ୟରେ ସମାଜରେ ନିଖୁଣ ଚିତ୍ର ପ୍ରତିଫଳିତ ହୋଇଥାଏ ତାହାକୁ ସାମାଜିକ ସାହିତ୍ୟ ବା ସାହିତ୍ୟର ବିଭିନ୍ନ ଦିଗରୁ ସାମାଜିକ ନାଟକ ଆଦି କୁହାଯାଇଥାଏ ।
ଗୋପୀ ଚରିତ୍ରଟି ଖୁବ୍ ସରଳ ଓ ନିରୀହ ଭାବେ ନାଟ୍ୟକାର ଦେଖାଇଛନ୍ତି । ମେସ୍ର ଅନ୍ତେବାସୀଙ୍କ ରକ୍ଷଣାବେକ୍ଷଣ ଦାୟିତ୍ଵ ନିଶାକର ସହିତ ମିଶି ସେ ସମସ୍ତ କାର୍ଯ୍ୟ ତୁଲାଇଥାଏ। ଗୋପୀର ବୁଢ଼ୀ ମା’ ନିଶାକର ଉପରେ ଗୋପୀର ଜିମା ଦେଇ ଯାଇଛି । ଗୋଟିଏ ଶାନ୍ତ ସରଳ ସ୍ଵଭାବ ସମସ୍ତଙ୍କ ମନ ନେଇଛି । ଗୋପୀକୁ ନାଟ୍ୟକାର ଜଣେ, ନିରୀହ ପ୍ରକୃତି ସ୍ଵଭାବ ଭାବେ ଦେଖାଇଛନ୍ତି । ଭାଲୁ ଜଙ୍ଗଲରୁ ସହରାଭିମୁଖେ ଆସିଥିବା କଥା ଶୁଣି ଗେପୀ ମନରେ ଭୟ ସଞ୍ଚାର ହୋଇଛି । ଗାଁ ଲୋକ
ହୋଇଥିବାରୁ ଭାଲୁ ଆମ୍ପୁଡ଼ା ଯେ କେଡ଼େ ଭୟାନକ ତାହା ସେ ଭଲଭାବରେ ଜାଣିଛି । ସେଥିପାଇଁ ଭାଲୁ ଜଙ୍ଗଲରୁ ପଳେଇ ଆସିଥିବାରୁ ଆତଙ୍କିତ ହୋଇଛି । ଗୋପୀ ପ୍ରଥମେ ଭାଲୁକୁ ତାଙ୍କ ମେସ୍ରେ ଥିବା ପାଇଖାନା ଭିତରେ ଦେଖ୍ ଚିତ୍କାର କରିଥିଲା । ଭାଲୁ ଦ୍ବାରା ମେସ୍ର ରୋଷେଇ ବନ୍ଦ କରିବାକୁ ଗୋପୀକୁ ନିଶାକର କହିଛନ୍ତି । ଖାଲି ଖାଇବା ବନ୍ଦ ନୁହେଁ; ସମସ୍ତଙ୍କର ଝାଡ଼ା ପରିସ୍ରା ମଧ୍ୟ ବନ୍ଦ ବୋଲି ଗୋପୀ କହି ହସିଉଠିଛି ।
ନାଟ୍ୟକାର ଗୋପୀ ମାଧ୍ୟମରେ କେତେକ ସ୍ଥାନରେ ମନୋରଞ୍ଜନର ବାତାବରଣ ସୃଷ୍ଟି କରିଛନ୍ତି । ଗୋପୀ କମ୍ବଳ ଘୋଡ଼ାଇ ଶୋଇଥୁବାରୁ ତାକୁ ଦେଖୁ ସମସ୍ତେ ଭାଲୁ ଭାଲୁ ବୋଲି ଚିତ୍କାର କରିବାରୁ ସେ ମଧ୍ୟ ନିଦରୁ ଉଠି ନିଶାକରଙ୍କ ଛାତିକୁ ଆଉଜି ଠିଆ ହୋଇଛି, ନିଦରେ ଭାଲୁକୁ ସ୍ଵପ୍ନ ଦେଖୁଛନ୍ତି ଭାଲୁ କିପରି ପାଇଖାନା ଭିତରୁ ଆସି ଖଟ ଉପରକୁ ଉଠିଲା, କମ୍ବଳ ଟେକି ତା’ ପାଖରେ ଜାକିଜୁକି, ହୋଇ ଶୋଇ ପଡ଼ିଲା । ଗୋପୀ ଭାଲୁକୁ ମନେ ମନେ ଡରୁଥିବାର ତା’ର ସ୍ଵପ୍ନ ଖାଲି ଦେଖୁଚି । ଗୋପୀ ଭାଲୁର କାର୍ଯ୍ୟକଳାପ ଦେଖିବା ପାଇଁ ଲୁଚିଛପି ପାଇଖାନାକୁ ଅନେଇବାରୁ ଭାଲୁ ତା’ ଗାଲରେ ଏକ ବ୍ରହ୍ମ ଚାପୁଡ଼ାଟିଏ ଥୋଇଛି । ମନମୋହନ ରାଗିଯାଇ ଭାଲୁକୁ ବାଉଁଶରେ ପିଟିବା ପାଇଁ ସ୍ଥିର କରିଛନ୍ତି । ଭାଲୁର ଉପଦ୍ରବରୁ ରକ୍ଷା ପାଇବା ପାଇ, ଅନ୍ତେବାସୀଙ୍କ, ଖିଆପିଆ ଝାଡ଼ା ପରିସ୍ରା ବନ୍ଦର ନିରାକରଣ ପାଇଁ ସମସ୍ତେ ଚିନ୍ତାକରି ଶେଷରେ ଗୋପୀ ଭାଲୁ ଥୁବା ପାଇଖାନାର ପଛପଟ ଦରଜା ଖୋଲିବା ପାଇଁ ମନୋନୀତ କରାଇ ବଳପୂର୍ବକ ତା’ ଉପରେ ଏତେବଡ଼ ଭାର ଲଦି ଦେଇଛନ୍ତି । ଗୋପୀ ସେତେବେଳେ ନିଦରେ ଭାଲୁ ସହ କୁତୁକୁତୁ ହେଉଥିଲା ଏବଂ ଚୁପ୍ ହୋଇ ଦୁହେଁ ବସି ଖେଳୁଥିବା ଦୃଶ୍ୟ ସ୍ଵପ୍ନରେ ଦେଖିଛି ।
ଶେଷରେ ଭାଲୁର ଜଞ୍ଜିର ଫିଟାଇବାକୁ ଗୋପୀ ଅନିଚ୍ଛା ସତ୍ତ୍ଵେ ସମସ୍ତଙ୍କ ମାଡ଼, ଗାଳି, ବିଧା ଖାଇ ଭାଲୁର ସମ୍ମୁଖୀନ ହୋଇଛି କିନ୍ତୁ ଭାଲୁ ତାକୁ ନିରୀହ ଭାବି ଛାଡ଼ି ଦେଇଛି, ହେଲେ ସେ ଆଉ ମେସ୍ରେ ରହିବ ନାହିଁ ଚିନ୍ତା କରି ପଳେଇଛି । ଗଲାବେଳେ କହିଛି – ତା’ର ବୁଢ଼ୀମା’ଙ୍କ କଥା, ସେମାନଙ୍କ ପାଖରେ ତା’କୁ ଛାଡ଼ିଦେଇ ଯାଇଥିବା କଥା ମନେପକାଇ ସମସ୍ତଙ୍କ ଜିଭରେ ‘ସସେମିରା’ ଅର୍ଥାତ୍ ବିଶ୍ଵାସଘାତକ ଲେଖିବା ପାଇଁ କହି ନାଟକଟିର ପରିସମାପ୍ତି ଘଟାଇଛନ୍ତି ।
ନାଟ୍ୟକାରଙ୍କ ରଚନା ବେଶ୍ ମନୋରମ ଓ ଚିତ୍ତାକର୍ଷକ ହୋଇପାରିଛି ।
(ଘ) ‘ସସେମିରା’ ଉପାଖ୍ୟାନଟି କ’ଣ ? ଭାଲୁ ଉପଦ୍ରବ ଏକାଙ୍କିକାରେ ଏହାର ସଂଯୋଜନା କିପରି ଫଳପ୍ରଦ ହୋଇଛି ଆଲୋଚନା କର ।
ଭ. ସମାଜର ଚାଲିଚଳଣ, ଢଙ୍ଗରଙ୍ଗ ଓ ପାରିପାର୍ଶ୍ଵକ ଅବସ୍ଥାକୁ ନେଇ ନାଟ୍ୟକାର ନାଟକକୁ ଜୀବନ୍ତ କରିପାରିଲେ ନାଟକ ସାର୍ଥକତା ଲାଭ କରିଥାଏ । ନାଟ୍ୟକାର ବିଜୟ ମିଶ୍ର ମଣିଷ ଭିତରେ ଥିବା ବିଶ୍ୱାସଘାତକତା ପ୍ରକୃତିକୁ ବନ୍ୟଜନ୍ତୁ ଭାଲୁ ମାଧ୍ୟମରେ ଦେଖାଇଛନ୍ତି ।
ବନ୍ୟ ହିଂସ୍ରଜନ୍ତୁ ଭାଲୁ ସହରକୁ ପଳାଇ ଆସିବା କଥା ଟି.ଭି ଓ ରେଡ଼ିଓ ମାଧ୍ୟମରେ ଶୁଣି ପ୍ରାୟ ସମସ୍ତ ସହରବାସୀ ଆତଙ୍କିତ ହୋଇଛନ୍ତି । ସେଠାରେ ଥିବା ଏକ ମେସ୍ରେ କେତେକ ଅନ୍ତେବାସୀ ଭାଲୁ କଥା ଶୁଣି ତାଙ୍କର ନିତିଦିନିଆ କାର୍ଯ୍ୟକଳାପରେ ବ୍ୟତିକ୍ରମ ଆସିଛି । ତାଙ୍କ ଭିତରୁ କୈଳାସ ପ୍ରଥମେ ସମେମିରା, ସମେମିରା କହିଛି । ସଂସ୍କୃତରେ ଏହି ସସେମିରା ଶବ୍ଦର ଅର୍ଥ ବିଶ୍ଵାସଘାତକ । ଗଛରେ ଚଢ଼ିଥିବା ମଣିଷ ଜିଭ୍ ଭିତରେ ମିସେମିରା ଲେଖୁଥିଲା ବୋଲି ସଂସ୍କୃତରେ ବର୍ଣ୍ଣନା କରାଯାଇଛି । ମନମୋହନ ଏକଥାକୁ ଆଦୌ ବିଶ୍ଵାସ କରିନାହିଁ । ଭାଲୁକୁ ସମସ୍ତେ ଡରିଯାଇ ଏପରି ସଂସ୍କୃତ ଶ୍ଳୋକ କଥା କହୁଛନ୍ତି ବୋଲି ମନମୋହନ ଜାଣିପାରିଛନ୍ତି । ଭାଲୁ ବିଶ୍ଵାସଘାତକମାନଙ୍କୁ ଘୃଣା କରେ। ତେଣୁ ସମସ୍ତ ଅନ୍ତେବାସୀ ଏ ସିଦ୍ଧାନ୍ତରେ ପହଞ୍ଚିଲେ ଯେ ଭାଲୁ ବିଶ୍ବାସଘାତକର ପ୍ରବଳ ବିରୋଧୀ ।
ସସେମିରା ଉପାଖ୍ୟାନଟି ଭାଲୁ ପାଇଁ ପ୍ରଯୁଜ୍ୟ ହେଲେ ମଧ୍ୟ ମଣିଷର ପ୍ରତ୍ୟେକ ସ୍ଥାନ କାଳ ପାତ୍ରରେ ଏହି ସସେମିରା ବା ବିଶ୍ବାସଘାତକତାର ସମ୍ମୁଖୀନ ହୋଇଥାଏ ତାହା ନାଟ୍ୟକାର ଦେଖାଇଛନ୍ତି । ସସେମିରା ଅର୍ଥ ବିଶ୍ଵାସଘାତକ । ଭାଲୁକୁ ଦେଖୁ ଯିଏ ବିଶ୍ବାସଘାତକତା ଆଣିଥାଏ ଭାଲୁ ସହଜରେ ତାକୁ ଛାଡ଼ି ନଥାଏ ବରଂ ଉପଯୁକ୍ତ ଦଣ୍ଡ ଦେବା ଉଦ୍ଦେଶ୍ୟରେ ମଣିଷର ଜିଭକାଢ଼ି ସେଥରେ ସସେମିରା ଲେଖୁଦେଇ ଯାଇଛି । ନିଜର କ୍ଷଣକ ସ୍ଵାର୍ଥପାଇଁ ମଣିଷ ନିଜର ଆସିଲା ବୋଲି ଯାହାକୁ ଭାବୁଥାଏ, ତାହାର ମଧ୍ୟ ବିରୁଦ୍ଧ କରିଥାଏ । ପଶୁର ବିଶ୍ଵାସ ଓ ମଣିଷର ବିଶ୍ଵାସହୀନତାର ଏକ ଚିରାଚରିତ କାହାଣୀକୁ ନେଇ ଲିଖତ ହୋଇଥିବାରୁ ଏକାକିଙ୍କାଟି ଅଧିକ ପ୍ରଭାବଶାଳୀ ହୋଇପାରିଛି |
ଚରିତ୍ର ଗୋପୀ ମାଧ୍ୟମରେ ନାଟ୍ୟକାର ସସେମିରାର ଅର୍ଥ ଖୁବ୍ ଚମତ୍କାର ଭାବେ ବର୍ଣ୍ଣନା କରିଛନ୍ତି । ଗୋପୀ ସରଳ ଓ ଶାନ୍ତ ସ୍ୱଭାବର ଗାଁ ପିଲାକୁ ତା’ର ବୁଢ଼ୀମା, ନିଶାକର ରୋଷେୟା ପାଖରେ ଛାଡ଼ିବା ବେଳେ ପ୍ରତ୍ୟେକ ଅନ୍ତେବାସୀଙ୍କୁ ନିଜ ଜାତିର ଭଲମନ୍ଦ କଥା ବୁଝିବା ପାଇଁ କହି ଅନେକ ନେହୁରା ହୋଇଛନ୍ତି । ହେଲେ ଏବେ ଭାଲୁକୁ ପାଇଖାନାରୁ ବାହାର କରିବା ପାଇଁ ହେଲେ ବିଲେଇ ବେକରେ ଘଣ୍ଟି ପରି ଗୋପୀକୁ ସମସ୍ତଙ୍କ ବଳପ୍ରୟୋଗ ଦ୍ଵାରା ଭାଲୁ ପାଖକୁ ପଠାଯାଇଛି । ଭାଲୁ ଏକ ନିରୀହ ପ୍ରାଣୀ ମନେ କରିଛି ଗୋପୀ । କାରଣ ସେ ମଣିଷମାନଙ୍କଠାରୁ ଅଧିକ ନିରୀହ । ଗୋପୀକୁ ଆଜି ବିପଦମୁହଁକୁ ଠେଲି ଦେଇଛନ୍ତି ପ୍ରତ୍ୟେକ ଅନ୍ତେବାସୀ । ସେମାନଙ୍କ ଜୀବନଟା ବିପଦମୁକ୍ତ ହେବାପାଇଁ ଗୋପୀକୁ ମାଡ଼, ଗାଳି, ଗୋଇଠା, ବିଧା ମାରି ବଳପୂର୍ବକ ଭାଲୁ ପାଖକୁ ପଠେଇ ଥିଲେ ।
ଏଠାରେ ନାଟ୍ୟକାରଙ୍କ କହିବା କଥା ବୁଢ଼ୀ ମା’ ମେସ୍ରେ ଛାଡ଼ିଲାବେଳେ ଗୋପୀ ପ୍ରତି ସମସ୍ତେ ସାହାହେବେ; ବିପଦ ଆପଦକୁ ସେମାନେ ଟିକେ ସାହାପକ୍ଷ ହେବେ, ନାତିର ଅଳି ଅର୍ଦ୍ଧଳି ସମ୍ଭାଳିବାକୁ ଅନୁରୋଧ କରିଛି । କିନ୍ତୁ ଆଜି ଭାଲୁ ଠାରେ ସେମାନେ ହିଂସ୍ର ପାଲଟିଛନ୍ତି । ନିଜ ବୁଢ଼ୀମା ପ୍ରତି ବିଶ୍ୱାସଘାତକତା ବା ସସେମିରା କରିଛନ୍ତି ।
ଗୋପୀ କୈଳାସ ବାବୁଙ୍କର ସେଇ ସସେମିରା ଗପକଥା ମନେପକାଇ କହିଛି – ମୋ’ ବୁଢ଼ୀମା’ର କଥା ସେମାନେ ରଖ୍ ପାରିଲେ ନାହିଁ । ତେଣୁ ସମସ୍ତେ ନିଜ ଜିଭ ଟାଣି ନିଜ ହାତରେ ସସେମିରା ଲେଖୁଦେବାକୁ କହିଛି ।
ଏହିପରି ଭାବେ ନାଟ୍ୟକାର ଏକାଙ୍କିକାଟିର ସମାପ୍ତ ଘଟାଇଛନ୍ତି | ଏହା ଅତ୍ୟନ୍ତ ଜୀବନ୍ତ ଓ ଏଥିରେ ସତ୍ୟତାର ଛଟା ବେଶ୍ ଉପଲବ୍ଧ ।
(ଙ) ‘ଭାଲୁ ସମ୍ପର୍କରେ ଉପସ୍ଥିତ ବନ୍ଧୁମାନେ ଯେଉଁସବୁ ମନ୍ତବ୍ୟ ଦେଇଥିଲେ ତା’ର ଆକଳନ କର ।
ଉ. ଏକାଙ୍କିକାର କଥାବସ୍ତୁ ସମାଜର ଏକ ବାସ୍ତବବାଦୀ ଚିନ୍ତାକୁ ଉପଜୀବ୍ୟ କରି ରଚିତ ହୋଇଛି । ମଣିଷ ହୋଇଛି ନାଟ୍ୟକାର ବିଜୟ ମିଶ୍ରଙ୍କ ନାଟକର କେନ୍ଦ୍ରବିନ୍ଦୁ । ସେମାନଙ୍କର ହସ, କାନ୍ଦ, ଦୁଃଖ, ଆଶା, ନିରାଶା, ଅହଂକାର, ଯୁକ୍ତସର୍ବସ୍ଵ ଜୀବନ, ବୃଥା ଆସ୍ଫାଳନ, ଅପ୍ରାପ୍ତଜନିତ ଅବସୋସ ଓ ସର୍ବୋପରି ମାନବିକ ସମ୍ବେଦନଶୀଳତା ତାଙ୍କ ନାଟକର ପ୍ରାଣ ।
ଉକ୍ତ ଏକାଙ୍କିକା ‘ ଭାଲୁ ଉପଦ୍ରବ’ ନାଟ୍ୟକାର ବିଜୟ ମିଶ୍ରଙ୍କ ଏକ ଅମୂଲ୍ୟ ସୃଷ୍ଟି । ଜଙ୍ଗଲରୁ ଛାଡ଼ି ସହରକୁ ଏକ ହିଂସ୍ରଭାଲୁ ପଳେଇ ଆସିଥିବାର କଥା ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ଲୋକଙ୍କ ମନରେ ଏକ କୋକୁଆ ଭୟ ଓ ଆତଙ୍କ ସୃଷ୍ଟି ହୋଇଛି । ପ୍ରଶାସନଠାରୁ ଆରମ୍ଭ କରି ଟି.ଭି ଓ ରେଡ଼ିଓ ମାଧ୍ଯମରେ ସହରବାସୀଙ୍କୁ ସଚେତନ କରେଇଛନ୍ତି । ସହରର ଏକ ମେସ୍ରେ କେତେକ ଅନ୍ତେବାସୀ ଭାଲୁ ବିଷୟରେ ଜାଣିପାରି ଭୟଭୀତ ହୋଇଛନ୍ତି, ପୁଣି କେତେକ ଭାଲୁ ବିଷୟରେ ‘ସସେମିରା’ କଥା ହୋଇଛନ୍ତି ।
ଗୋପୀ ପ୍ରଥମେ ଭାଲୁର ଆମ୍ପୁଡ଼ା ଭୟାନକ ବୋଲି କହିଛି । ମେସ୍ର ଉପସ୍ଥିତ ବନ୍ଧୁମାନେ ଭାଲୁ ସମ୍ପର୍କରେ ନିଜ ନିଜ ମନ୍ତବ୍ୟ ପ୍ରଦାନ କରିଥିଲେ । କୈଳାସ ଭାଲୁ ବିଷୟରେ ସସେମିରା କଥା କହିଲେ। ଭାଲୁ ସାଙ୍ଗରେ ସଂସ୍କୃତର ବହୁତ ଘନିଷ୍ଠ ସମ୍ପର୍କ । ଭାଲୁ ଜାତିଟା ନିଶ୍ଚୟ ସଂସ୍କୃତରେ ପଣ୍ଡିତ । ନ ହେଲେ ଗଛରେ ଚଢ଼ିଥିବା ମଣିଷ ଜିଭ ଭିତରେ ସସେମିରା ଲେଖିଦେଲା । କୈଳାସ ଆହୁରି ମଧ୍ୟ କହିଛନ୍ତି କେତେକ ସଂସ୍କୃତରେ ଥିବା ଗପ ଭାଲୁ ବିଷୟରେ । ସେହି କଥାକୁ ସମର୍ଥନ ଦେଇ ଦେବକାନ୍ତ କହିଛନ୍ତି – “ କୌଣସି ଏକ ଭାଲୁ ବିଶ୍ଵାସଘାତକ ବନ୍ଧୁର ଜିଭରେ ସସେମିରା ଲେଖିଦେଇଥିଲା .... । ନିଶାକର ଏହି କଥା ଶୁଣି କହିଛନ୍ତି “ଭାଲୁ ବିଶ୍ଵାସଘାତକା ଆଦୌ ସହିପାରେ ନାହିଁ ।” ଭାଲୁକୁ ମନମୋହନ ଜମାରୁ ଡରିନାହିଁ କି କାହାର ଡର ଭାଲୁ ପ୍ରତି ରହୁ ତାହା ବିଲକୁଲ ସେ ଚାହିଁନାହାଁନ୍ତି ।
ନିଶାକର ମେସ୍ର ରୋଷେଇ ବନ୍ଦ କରିଦେବାରୁ ସେଠାରେ ଅନ୍ତେବାସୀ ଭାଲୁ ଆସିବା ଭୟରେ ବା ଆନନ୍ଦରେ ରୋଷେଇ ବନ୍ଦ କରିଛନ୍ତି ବୋଲି ମନମୋହନ ଓ କୈଳାସ ପଚାରିଛନ୍ତି | ସୁରେଶ ଚିଡ଼ିଯାଇ କହିଛନ୍ତି – “ଭଲ ଭାଲୁ ଆସିଲା ମେସ୍ରେ ସମସ୍ତଙ୍କର ଝାଡ଼ା ପରିସ୍ରା ବନ୍ଦ ସାଙ୍ଗକୁ ଖାଇବା ପିଇବା ଏକରକମ ବନ୍ଦ ହୋଇଯାଇଛି । ସୁରେଶ ଭାଲୁକୁ କାବୁ କରିବା ପାଇଁ ଗଦାର ଆଶ୍ରୟ ନେଇଛି । ସୁରେଶ ଏପରି କହିଛନ୍ତି ଭାଲୁ ବାହାରେ ବୁଲୁଥିଲେ ସିଏ ତାଙ୍କର କରାମତି ଦେଖେଇ ପାରିଥାନ୍ତେ କିନ୍ତୁ ବାଥରୁମଟା ଛୋଟ ଥିବାରୁ ଭାଲୁ ସହ ଲଢ଼ିବା ସମ୍ଭବ ହେବନାହିଁ । ମନମୋହନ କହିଛନ୍ତି – ଭାଲୁ ବାହାରେ ଯେମିତି ବହାରିବାର ଉପାୟ ନାହିଁ, ଭିତରେ ଥିଲେ ବି ସେମିତି ବାହାରିବାର ଉପାୟ ନାହିଁ । ନିଶାକର କହିଛି – “ ଭାଲୁ ବିଶ୍ବାସଘାତକକୁ କ୍ଷମା କରେ ନାହିଁ.....ଆମ ସମସ୍ତଙ୍କ ଜିଭ ଟାଣି ତା’ ଉପରେ ଯଦି ସସେମିରା ଲେଖୁଦେଲା ....... ।” ସୁରେଶ କହିଛି ଆମେ କେହି ବିଶ୍ୱାସଘାତକତା କରିବୁ ନାହିଁ । ନିଶାକର କହିଛି ଜଗତଟା ବିଶ୍ୱାସରେ ଚାଲିଛି । ଏହିପରି ଭାବେ ଭାଲୁ ଏକେ ସ୍ତନ୍ୟପାୟୀ ପ୍ରାଣୀ କି ନୁହେଁ ସେ ବିଷୟରେ ନିଶାକର, ଦେବକାନ୍ତ ଓ ମନମୋହନ ଆଲୋନା କରିଛନ୍ତି |
ଭାଲୁ ବିଷୟରେ ଉପସ୍ଥିତ ବନ୍ଧୁମାନେ ଏହିପରି ମନ୍ତବ୍ୟ ଦେଇଛନ୍ତି ଯାହାର ଅତ୍ୟନ୍ତ ସତ୍ୟତାର ଅନୁଭବ ହୃଦୟଙ୍ଗମ ହୋଇଛି।
(ଚ) ‘ଭାଲୁ ଉପଦ୍ରବ’ ଏକାଙ୍କିକାରୁ ସୁରେଶର ଚରିତ୍ର ଚିତ୍ରଣ କର ।
ଉ. ଚରିତ୍ର ଦୃଷ୍ଟିରୁ ବିଚାର କଲେ ସମାଜର ନାନାସ୍ଥାନୀୟ ଚରିତ୍ରକୁ ନେଇ ନାଟ୍ୟକାର ‘ଭାଲୁ ଉପଦ୍ରବ’ ଏକାଙ୍କିକା ଚିତ୍ରିତ କରାଯାଇଛି ।
‘ସୁରେଶ’ ଚରିତ୍ରଟି ଏକାଙ୍କିକାର ପ୍ରାରମ୍ଭରୁ ହାତରେ ଦୁଇଟା ମୁଗୁରା ଭାଙ୍ଗୁ ଭାଙ୍ଗୁ ବାରମ୍ବାର ଗୋଟିଏ ଦିଗରୁ ଅନ୍ୟ ଦିଗରେ ପ୍ରବେଶ ଓ ପ୍ରସ୍ଥାନ କରିଛି । ରେଡ଼ିଓରୁ ଭାଲୁ ଜଙ୍ଗଲରୁ ଆସି ସହରଆଡ଼କୁ ଆସିଛି ବୋଲି ସୁରେଶ ଖବରଟା ଶୁଣି ଏକ ପ୍ରକାର ମହିଷାସୁର ମର୍ଦ୍ଦିନୀ ପରି ଭଙ୍ଗୀରେ ସ୍ଥିର ହୋଇଯାଇଛନ୍ତି | ସୁରେଶ ଚରିତ୍ରଟି ଭାଲୁକୁ କେବେ ଡରିନାହିଁ ବରଂ ଭାଲୁକୁ କିପରି ମୁକ୍ତ କରାଯିବ ସେ ବିଷୟରେ ଚିନ୍ତା କରିଛନ୍ତି । ଭାଲୁ ସାଙ୍ଗରେ ସଂସ୍କୃତର ସମ୍ପର୍କ କେଉଁ ଅନାଦି କାଳରୁ ରହିଛି ତାହା ସୁରେଶ ଚିନ୍ତା କରିଛି । ସୁରେଶ ନିଶାକରକୁ ବିଶ୍ଵାସଘାତକ କହିଛି ଏବଂ ସଂସ୍କୃତ ଶ୍ଳୋକରୁ ଏକଥା ଜାଣିଛି ଭାଲୁ ବିଶ୍ବାସଘାତକମାନଙ୍କୁ ଘୃଣା କରେ । ଭାଲୁ ଆସିବାରୁ କର୍ମମୟ ଜୀବନରେ ସବୁ କାମ ଏପଟ ସେପଟ ଗୋଳମାଳ ହୋଇଯାଉଛି ।
ଭାଲୁ ପାଇଁ ମେସ୍ରେ ରୋଷେଇ ‘ବନ୍ଦ’ ଏ କଥାକୁ ସୁରେଶ ସହଜରେ ଗ୍ରହଣ କରିଲାନି । କାରଣ ଭାଲୁ ପାଇଁ ମେସ୍ ବନ୍ଦ ହେଲେ ହାତୀ ପାଇଁ ଏ ଦେଶରେ ଗୋଟେ ବଡ଼ଧରଣର ବନ୍ଦ ଡାକରା ହେବ କହି କଳ୍ପନା କରିଛନ୍ତି । ହଠାତ୍ ଭାଲୁ ଖବର ମେସ୍ ପାଇଖାନା ଘରେ ପଶିଥିବାର ଶୁଣି ସୁରେଶ ନିଜର ମୁଗୁରକୁ ଗଦା ପରି ବୁଲେଇ ବୁଲେଇ ଭାଲୁକୁ ମାରିଦେବ ବୋଲି କହିଛି । ଭାଲୁ ବାହାରେ ବୁଲୁଥିଲେ ତାକୁ ମଜା ଚଖେଇ ଦେଇଥାନ୍ତେ ହେଲେ ବାଥରୁମରେ ପଶିଯାଇଥିବା ଛୋଟ ରୁମରେ fight କରି ହେବନି ବୋଲି ସୁରେଶ କହିଛନ୍ତି । ଭାଲୁ ଯୋଗୁ ଅଫିସରେ ଗୋଟିଏ ଜରୁରୀ ଫାଇଲ୍ dispose କରିବାର ଥିଲା । ତେଣୁ ସମସ୍ତ ପ୍ରକାର କାର୍ଯ୍ୟର ବ୍ୟତିକ୍ରମ ହୋଇଛି । ସୁରେଶ ଭାଲୁଥିବା ବାଥରୁମ୍ ପାଖରେ ଗୋଟେ ଲାଇଟ ଲଗାଇବାକୁ ଚେଷ୍ଟା କରିଛି କାରଣ ଭାଲୁର ଆଲୁଅକୁ allergy ଅଛି । ତେଣୁ ଆଲୁଅକୁ ଦେଖି ଭାଲୁ କାଳେ ପଳେଇବ, ସେ କଥା ସୁରେଶ ଚିନ୍ତା କରିଛି ।
ଭାଲୁ ପ୍ରତି ଅତୀଷ୍ଠ ହୋଇ ସୁରେଶ ତା’ ଠାରୁ ମୁକ୍ତି ପାଇବା ପାଇଁ ଅନେକ ଚେଷ୍ଟା ଚଳାଇଛନ୍ତି । ଭାଲୁଟା ଏପରି ଦଣ୍ଡ ଦେବ ବୋଲି ସେ ଭାବି ବିବ୍ରତ ହୋଇଛନ୍ତି । ଖାଇବା ପିଇବା ବନ୍ଦ ସାଙ୍ଗକୁ Bathroom ଯିବା ମନା ଏଭଳି ଦୟନୀୟ ଅବସ୍ଥା ଆସିଛି । ଭାଲୁଟା ଏ ଘରୁ ବିଦା ନ ହେବାଯାଏ ମେସ୍ରେ କାହାରି କିଛି freedom ନାହିଁ । ତେଣୁ ସ୍କାର୍ଡ଼ କଥା କହିଛନ୍ତି । ଶେଷରେ ମଣିଷ ହିଂସ୍ର ହେଲେ ପଶୁକୁ ମାରି ଦେଇପାରେ ପ୍ରତିଶୋଧପ୍ରବଣ ହୋଇ । କୈଳାସ ଭାଲୁ ଡରରୁ ରକ୍ଷାପାଇବା ପାଇଁ ଶ୍ରୀରାମଙ୍କ ଭଜନ ଗାଇବାରୁ ତାକୁ ପାଗଳ ହୋଇଗଲା ବୋଲି ସୁରେଶ କହିଛି । ସୁରେଶ ଭାଲୁ ଯିବା କଥା ଚିନ୍ତା କରି ପାଇଖାନାର ପଛ ଦରଜା ଖୋଲିଦେଲେ ଭାଲୁ ରାସ୍ତା ସଫା ଜାଣିପାରି ପଳାଇବ । ତେବେ ଗୋପୀକୁ ଶରର ତୀର ଭାବେ ପ୍ରସ୍ତୁତ କରି ହିଂସ୍ର ଭାଲୁ ପାଖକୁ ପଠାଇଛନ୍ତି । ଶେଷରେ ଏକାଙ୍କିକାର ସମାପ୍ତି ଘଟିଛି ।
ସୁରେଶର ଚରିତ୍ରକୁ ନାଟ୍ୟକାର ଜଣେ ବିଚକ୍ଷଣ ବୁଦ୍ଧି ଓ ଚିନ୍ତାଶୀଳ ବ୍ୟକ୍ତି ଭାବେ ପରିଗଣିତ କରିଛନ୍ତି ।
No comments:
Post a Comment