web page for every book School , College , Engineering .

Wednesday, October 16, 2024

Nuakhai Rachana | Meher Sir

Mehersir.in  Nuakhai Rachana | nuakhai rachana in odia | Nuakhai ( ନୂଆଖାଇ )  | Nuakhai essay in odia || ନୂଆଖାଇ ରଚନା || Nuakhai parba odia rachana || Nuakhai Rachana || Nuakhai || ନୂଆଖାଇ  ||  Nuakhai essay in odia | ନୂଆଖାଇ ଓଡ଼ିଆ ରଚନା | nuakhai rachana odia | Nuakhai rachana odia re | Nuakhai essay in odia | ନୂଆଖାଇ ରଚନା | Nuakhai rachana | Nuakhai odia essay | Nuakhai Festival | Nuakhai odia essay | ନୂଆଖାଇ ବିଷୟ ରେ ୧୦ ଧାଡ଼ି ରଚନା | Nuakhai rachana | 10 line on nuakhai. 

Nuakhai Rachana | ନୂଆଖାଇ ରଚନା | Rajbooks.in

Nuakhai essay | ନୂଆଖାଇ ରଚନା

କଥାରେ କୁହନ୍ତି  - ଓଡ଼ିଶାରେ ବାରମାସରେ ତେର ପର୍ବ | ସତରେ ଆମ  ପର୍ବପର୍ବାଣି ଖାଲି ତେର ସଂଖ୍ୟା ଭିତରେ ସୀମିତ ନୁହେଁ । ଆମ ରାଜ୍ୟ ଓଡ଼ିଶା  ପର୍ବପର୍ବାଣିର ଗନ୍ତାଘର । ଏହା ବ୍ୟତୀତ ଆହୁରି ଅନେକ ପର୍ବ ଆନନ୍ଦ ଉତ୍ସାହର  ସହ ଆମେ ପାଳନ କରିଥାଉ । ମାନବ ଜୀବନ ଜଞ୍ଜାଳମୟ ଓ ବିଷାଦଗ୍ରସ୍ତ | ଜୀବନରୁ ନୀରସତା ଓ ମନରୁ କ୍ଳାନ୍ତି ଦୂର କରି ଜୀବନକୁ ସରସ ସୁନ୍ଦର ଓ କର୍ମଚଞ୍ଚଳ କରିବାରେ ପର୍ବପର୍ବାଣିର ମୁଖ୍ୟ ଭୂମିକା ରହିଛି । ପର୍ବପର୍ବାଣି ଗୁଡ଼ିକ ମଧ୍ୟରେ ‘ନୂଆଖାଇ’ ଖୁବ୍ ପ୍ରସିଦ୍ଧ ।

ଇଷ୍ଟଦେବୀଙ୍କୁ ବର୍ଷର ପ୍ରଥମ ଅନ୍ନ ସମର୍ପଣ କରି ଖାଇବାର ପର୍ବ ହେଉଛି ‘ନୂଆଖାଇ’ । ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଏହି ପର୍ବ ପାଳନ କରାଯାଏ । ତା ପୂର୍ବଦିନ ବିଦ୍ୟାଦାତା ଓ ବିଘ୍ନବିନାଶକ ଶ୍ରୀ ଗଣେଶଙ୍କ ପୂଜା ଉତ୍ସବ ପାଳନ ହୋଇସାରିଥାଏ । ‘ନୂଆଖାଇ’ରେ ମା ବସୁମତୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସ୍ଵରୂପ ବର୍ଷର ପ୍ରଥମ ଫସଲର ନୂଆ ଧାନକେଣ୍ଡା ଓ ନୂଆ ଚୁଡ଼ାକୁ ଏକ ନୂଆ ହାଣ୍ଡିରେ ଭୋଗ କରାଯାଇ ଘରର ଇଷ୍ଟଦେବୀ ଓ ମହାଲକ୍ଷ୍ମୀଙ୍କୁ ପୂଜା କରାଯାଏ ।


Nuakhai Rachana | ନୂଆଖାଇ ରଚନା | Rajbooks.in


ନୂଆଖାଇ ବା ନବାନ୍ନଭକ୍ଷଣ ଉପଲକ୍ଷେ କି ଧନୀ କି ଦରିଦ୍ର ସମସ୍ତେ ଘର ସଜାସଜି କାମରେ ଲାଗି ପଡ଼ନ୍ତି । ଘରର ମାଆ, ଝିଅ ଓ ବୋହୂମାନେ ଠାକୁରଘରଠାରୁ ଆରମ୍ଭ କରି ସମସ୍ତ ଘରଦ୍ଵାର, ଦାଣ୍ଡପିଣ୍ଡାକୁ ଲିପାପୋଛା କରନ୍ତି । ଘରେ ବ୍ୟବହୃତ ଖଟ, ପିଢ଼ା, ଡାଲାକୁଲା, ଲୁଗାପଟା, ବିଛଣାପତ୍ର, ଡବାଡବି ଆଦିକୁ ସଫା କରି ସଜାଇ ରଖନ୍ତି । ପୁରପଲ୍ଲୀଠାରୁ ଆରମ୍ଭ କରି ସହର ଯାଏ ନରନାରୀମାନେ ଦୋକାନ ବଜାରରେ ବିକାକିଣା କରିବାରେ ଲାଗିପଡ଼ନ୍ତି । ମିଠା ଓ ପିଠାପଣା ପାଇଁ ଚାଉଳ, ନଡ଼ିଆ, ଘିଅ, ଗୁଡ଼ ଯୋଗାଡ଼ କରାଯାଏ । ପୂଜାପାଇଁ ଧୂପ, ଦୀପ, କର୍ପୂର, ବସ୍ତ୍ର ଓ ପରିଧାନ ପାଇଁ ନୂଆଲୁଗା କିଣାକିଣିରେ ଗହଳି ଚହଳି ଜମିଉଠେ । ପରିବାପତ୍ର ହାଟରେ ଲୋକଭିଡ଼ ହୁଏ । ନୂଆଖାଇ ପୂର୍ବରୁ ଲୋକମାନଙ୍କ ଭିତରେ ଆନନ୍ଦ ଓ ଉଲ୍ଲାସ ଭରି ରହିଥାଏ ।

Nuakhai Rachana | ନୂଆଖାଇ ରଚନା | Rajbooks.in


ପ୍ରସ୍ତୁତି ଭିତରେ ସମସ୍ତେ ବ୍ୟସ୍ତ ଥ‌ିବାବେଳେ ସେହି ଆନନ୍ଦର ଦିନ ‘ନୂଆଖାଇ’ ଆସି ପହଞ୍ଚିଯାଏ । ସେଦିନ ସୂର୍ଯ୍ୟୋଦୟ ପୂର୍ବରୁ ସମସ୍ତ ନରନାରୀ ଶଯ୍ୟା ତ୍ୟାଗ କରି ନିତ୍ୟକର୍ମ ସାରନ୍ତି । ସଫା ଲୁଗା ପିନ୍ଧି ପୂଜା ସାମଗ୍ରୀ ସଜାଡ଼ି ରଖନ୍ତି । ଘରର ମୁଖ୍ୟ ନୂଆ ଲୁଗା ପରିଧାନ କରି ପୂଜାପାଠରେ ବସନ୍ତି । ସମସ୍ତେ ନୂଆ ଲୁଗା ପିନ୍ଧନ୍ତି । ପିତୃପୁରୁଷଙ୍କୁ ପିଣ୍ଡଦାନ ପରେ ନୂଆ ଧାନକେଣ୍ଡା ଓ ଚୁଡ଼ା, ପିଠାପଣା ଦେବଦେବୀଙ୍କୁ ସମର୍ପଣ କରି ପୂଜା କରାଯାଏ । ଧୂପ, ଦୀପ, ଚନ୍ଦନ ଓ କର୍ପୂରର ବାସ୍ନାରେ ଘର ମହକି ଉଠୁଥାଏ । ଶଙ୍ଖ, ହୁଳହୁଳି, ଘଣ୍ଟ, ଘଣ୍ଟା ନାଦରେ ଘର ଓ ଅଗଣା ଦୁଲୁକି ଉଠେ । ପୂଜା ଶେଷରେ ଘରର ସମସ୍ତେ ଗୋଟିଏ ସ୍ଥାନରେ ବସନ୍ତି । 

Nuakhai Rachana | ନୂଆଖାଇ ରଚନା | Rajbooks.in


ଦେବୀ ଦେବତାଙ୍କ ପାଖରେ ଲଗାଯାଇଥିବା ଭୋଗରେ ନୂଆଚୁଡ଼ା, ଘିଅ, ମହୁ, ଗୋରସ, ଗୁଡ଼ ଓ କଦଳୀ ମିଶାଇ ପ୍ରସାଦପ୍ରସ୍ତୁତ କରାଯାଏ । ସମସ୍ତେ ପୂର୍ବଦିଗକୁ ମୁହଁକରି ବସି ପତ୍ରର ଚଉତିରେ ବଢ଼ା ହୋଇଥବା ଏହି ପ୍ରସାଦକୁ ସେବନ କରନ୍ତି । ତା’ପରେ ସାନମାନେ ବଡ଼ମାନଙ୍କୁ ମୁଣ୍ଡିଆ ମାରି ଜୁହାର ହୁଅନ୍ତି । ଏହାକୁ ‘ନୂଆଖାଇ ଜୁହାର’ କୁହାଯାଏ । ତା’ ପରେ ବଡ଼ମାନେ ଖାଇବା ପାଇଁ ବସନ୍ତି । ଘରେ ତିଆରି ହୋଇଥିବା ପିଠାପଣା, ଖିରିପୁରି, ମିଠା ତଥା ଭଳିକିଭଳି ଡାଲି, ତରକାରି ପ୍ରସାଦରୂପେ ସେବନ କରି ସମସ୍ତେ ଆନନ୍ଦ ଉପଭୋଗ କରନ୍ତି ।


ନୂଆ ଖାଇସାରି ଘରର ଝିଅବୋହୂମାନେ ରଙ୍ଗବେରଙ୍ଗ ପୋଷାକ ପିନ୍ଧି ବାହାରି ପଡ଼ନ୍ତି ‘ନୂଆଖାଇ ଭେଟ୍ ଘାଟ୍’ ପାଇଁ । ଘରଘର ସାହି ସାହି ବୁଲି ଗୁରୁଜନମାନଙ୍କୁ ମୁଣ୍ଡିଆ ମାରି ଜୁହାର ହୁଅନ୍ତି । ବୁଢ଼ାବୁଢ଼ୀମାନେ ହସଖୁସିରେ କହନ୍ତି “ ବଞ୍ଚୁଥିଲେ ଆର ବରଗ୍‌ ଦେଖା ହେର୍ମା” । ଏହି ପର୍ବରେ ବୁଢ଼ାବୁଢ଼ୀଙ୍କଠାରୁ ଆରମ୍ଭ କରି ପିଲାମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଗାଁର ମନ୍ଦିରକୁ ଯାଇ ଦେବଦର୍ଶନ କରିବାର ବିଧି ରହିଛି । “ ଖରିଫ୍ ଓ ରବିଫସଲର ଉତ୍ପାଦନ ବଢ଼ୁ ଏବଂ ସଂସାରରୁ ଅନ୍ନ କଷ୍ଟ ଦୂର ହେଉ” ବୋଲି ଠାକୁରଙ୍କ ପାଖରେ ପ୍ରାର୍ଥନା କରାଯାଏ । ସଞ୍ଜ ନଇଁଆସିଲେ ଖେଳକୁଦ, ମଉଜମଲିସ୍‌ରେ ସମସ୍ତେ ମଜ୍ଜିଯାଆନ୍ତି । ଘୁମୁରା ନାଚ, ଭଜନ, କୀର୍ତ୍ତନ, ନାଟତାମସା ଓ ଖିଆପିଆରେ ଲୋକେ ନିଜକୁ ହଜାଇ ଦିଅନ୍ତି । ବିଶେଷକରି ଆଦିବାସୀ ସଂପ୍ରଦାୟ ଲୋକଙ୍କ ନାଚଗୀତ ଓ ବାଦ୍ୟ ବେଶ୍ ଆନନ୍ଦଦାୟକ ହୋଇଥାଏ । ସେମାନେ ଏହି ପର୍ବକୁ ଉତ୍ସାହ ଓ ଉଦ୍ଦୀପନା ମଧ୍ଯରେ ପାଳନ କରିଥାନ୍ତି ।


ନୂଆଖାଇ ଏକ ସାମାଜିକ ଓ କୃଷିଭିତ୍ତିକ ପର୍ବ । ଏହି ପର୍ବ ପାଳନ ଫଳରେ ନୂଆ ଫସଲ ଅମଳ ପାଇଁ କୃଷକ ମନରେ ଆନନ୍ଦ ଓ ଉତ୍ସାହ ବଢ଼ିଯାଏ । ଏ ପର୍ବ ଉପଲକ୍ଷେ ଯିଏ ଯେଉଁଠି ଥାଆନ୍ତୁ ନା କାହିଁକି ଆଗରୁ ଆସି ଘରେ ପହଞ୍ଚିଥାନ୍ତି । ଏହି ପର୍ବର ବିଶେଷତ୍ଵ ହେଲା ଏହା ଜନସାଧାରଣଙ୍କୁ ସାମାଜିକ ବନ୍ଧନର ଗୁରୁତ୍ଵ ଶିଖାଇଥାଏ । ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ମାନବିକତା ଓ ଭ୍ରାତୃତ୍ୱ ଭାବନା ସୃଷ୍ଟି କରିଥାଏ । ଏଥରେ ଜାତି ଅଜାତି, ଉଚ୍ଚନୀଚ ଭେଦଭାବ ନ ଥାଏ । ସମସ୍ତଙ୍କ ମନରୁ ବାଦ-ବିବାଦ, ମାନ-ଅଭିମାନ, ରାଗ-ରୁଷା ଅପସରି ଯାଇଥାଏ । ଆମର ବ୍ୟକ୍ତିଗତ ଓ ସାମାଜିକ ଜୀବନ ସଦ୍‌ଭାବନାରେ ପୂରିଉଠେ । ଆମର ଧର୍ମ, ସଂସ୍କୃତି ଓ ପରମ୍ପରାକୁ ଠିକ୍ ବାଟରେ ପରିଚାଳିତ କରିବାରେ ଏହା ବିଶେଷ ସହାୟକ ହୁଏ ।

No comments:

Post a Comment

Comments