Sahitya Dipti Mathura mangala question answer pdf | Mathura mangala question answer 1st year | mathura mangala all questions answer +2 1st year optional odia | ସାହିତ୍ୟ ଦୀପ୍ତି (+2 1st year optional) | MATHURA MANGALA QUESTION AND ANSWER | Mathura mangala question answer | MATHURA MANGALA LONG QUESTION ANSWER | Mathura mangala long questions answer.
Mathura mangala question answer
ଜଳଦତନୁ – ମେଘବର୍ଣ୍ଣର ଶରୀର
ଧ୍ବଜ – ପତାକା
ବାତ – ବାୟୁ
ଅଙ୍କୁଶ - ଆଙ୍କୁଡ଼ି
ରାଜ୍ୟ – କୃପଣ
ଦ୍ରହାସେ – ମନ୍ଦହାସରେ
ରଦନ – ଦାନ୍ତ
ରୁଚି – କାନ୍ତି
ଦାମ – ମାଳ
କାମ – କନ୍ଦର୍ପ
ଅଙ୍ଗିର – ବିଜୁଳି
ରୋହିଣୀବଳା – ବଳରାମ
ଅଳକା – ଚୂର୍ଣ୍ଣକୁନ୍ତଳ
-
ତାତ – ବ୍ରହ୍ମା ଅଷ୍ଟଭୁଜ — ବ୍ରହ୍ମା
ଶିରୀଷ କୁସୁମ – ଶିରୀଷ ଫୁଲ ପରିଜନ – ଭୃତ୍ୟ
ନ ସାୟକପୂଜା – ଧନୁ ପୂଜା
ଗୋଈ – ଗୋପୀ
ଏଣୀଦୃଶା - ମୃଗନୟନୀ କୁମୁଦ ରମଣ –ଚନ୍ଦ୍ର
କରୀନ୍ଦ୍ରଗମନା –ଗଜଗମନୀ, ଗୋପୀ
ବ୍ରଜଗୋଈ – ବ୍ରଜପୁରର ଗୋପୀମାନେ
Mathura mangala question answer 1 Mark
ପାଠ୍ୟ ପୁସ୍ତକ ଅନ୍ତର୍ଭୁକ୍ତ ପ୍ରଶ୍ନୋତ୍ତର
କ. ୧ ନମ୍ବର ବିଶିଷ୍ଟ ସମ୍ଭାବ୍ୟ ଉତ୍ତରମୂଳକ ପ୍ରଶ୍ନବଳୀ |
୧. ଶ୍ରୀକୃଷ୍ଣଙ୍କ ଖଡ଼ଗର ନାମ କ’ଣ ?
ଊ. (ଖ) ନନ୍ଦକ
9. ଦୁର୍ମିଳା ନନ୍ଦନ କାହାକୁ କୁହାଯାଇଛି ?
ଊ. (ଘ) କଂସ
୩.କଂସର ମାତାଙ୍କ ନାମ କ'ଣ ?
ଊ. (ଖ) ଇନ୍ଦୁମତୀ
୪.ଉଗ୍ରସେନ କେଉଁ ରାଜ୍ୟର ରାଜା ଥିଲେ ?
ଊ. (କ) ମଥୁରା
୫.କାରଣ-ସଲିଳ-ବିହାରୀ ବୋଲି କାହାକୁ କୁହାଯାଇଛି ?
ଊ. (କ) ଶ୍ରୀକୃଷ୍ଣଙ୍କୁ
୬. ବିଶ୍ଵକର୍ମା କିଏ ?
ଊ. (ଖ) ଦେବଶିଳ୍ପୀ
୭.ବିରଞ୍ଚି କିଏ ?
ଊ. (ଖ) ବ୍ରହ୍ମା
୮.କବିଙ୍କର ଦରିଦ୍ରଜୀବନ କାହିଁକି ହୋଇଛି ?
ଊ. (ଖ) ଭକ୍ତିବିନେ
୯.ପାପଅନଳ କ’ଣ ଦହନ କରେ ?
ଊ. (ଗ) ପିଣ୍ଡ-କାଷ୍ଠ
୧୦. ଶୁକମୁନି କେଉଁ ରାଜାଙ୍କୁ କୃଷ୍ଣଚରିତ ଭାଗବତ ଶୁଣାଇଥିଲେ ?
ଊ. (ଗ) ପରୀକ୍ଷିତ
୧୧. ମହୀକୁ ରକ୍ଷା କରିବା ପାଇଁ ବ୍ରହ୍ମାଙ୍କ ସମେତ ସର୍ବଦେବତା କେଉଁଠାରେ ଭଗବାନଙ୍କୁ ଗୁହାରି ଜଣାଇଥିଲେ ?
ଊ. (କ) କ୍ଷୀର ସାଗର ତଟେ
୧୨. ଶ୍ରୀକୃଷ୍ଣ ଜନ୍ମ ହୋଇ କେତେ ଦିନ ପରେ ପୁତନାକୁ ମାରିଥିଲେ ?
ଊ. (ଖ) ସାତ ଦିନରେ
୧୩. ନନ୍ଦରାଜାଙ୍କୁ କିଏ ହରଣ କରିନେଇଥିଲେ ?
ଊ. (ଖ) ବରୁଣ
୧୪. ଇନ୍ଦ୍ର ସହିତ ବିବାଦ ବେଳେ ଶ୍ରୀକୃଷ୍ଣ କେଉଁ ପର୍ବତ ତୋଳି ଧରିଥିଲେ ?
ଊ. (ଗ) ଗୋବର୍ଦ୍ଧନ
୧୫. କଂସର ମନ୍ତ୍ରୀ କିଏ ?
ଊ. (ଖ) ଅକ୍ରୂର
୧୬. କଂସର ବଇରୀ ନନ୍ଦନନ୍ଦନ ବୋଲି କିଏ କହିଯାଇଥିଲେ ?
ଊ. (କ) ମୁନିବର ନାରଦ
୧୭. କେଉଁଠାରେ ଥିବା ଅଗ୍ନିକଣା ମନ୍ଦ ପବନରେ ବଳିଷ୍ଠ ହୋଇଉଠେ ?
ଊ. (ଗ) ଭସ୍ମକୁଢ଼ରେ
୧୮. ସ୍ଵପ୍ନ ସତ୍ୟ ନୋହେ ବୋଲି କଂସ କେଉଁପରି ଜାଣିଲା ?
ଊ. (କ) ଏହା ବେଦ ଭାଷଇ
୧୯. ସଫଳସୁତ କିଏ ?
ଊ. (ଗ) ଅକ୍ରୂର
୨୦. ଜଳଦତନୁ କାହାକୁ କୁହାଯାଇଛି ?
ଊ. (କ) ମେଘ ପରି ଦେହ ଯାହାଙ୍କର
୨୧. ରାମ କୃଷ୍ଣ ଗୋପୁରରେ ଅକ୍ଟରଙ୍କୁ ଦେଖୁ କ’ଣ ପଚାରିବେ ?
ଊ. (କ) ବିଶ୍ଵାସକଥା
୨୨. ଶ୍ରୀପତିଙ୍କୁ ଦେଖିଲେ ଅକୃରଙ୍କର କ'ଣ ଛିନ୍ନ ହେବ ?
ଊ. (ଘ) ଭବବନ୍ଧ
୨୩. ଆକୂଳ ହୋଇ ଶୂନ୍ୟକୁ କିଏ କୋଳ କରୁଥିଲେ ?
ଊ. (ଖ) ଅକ୍ରୁର
୨୪. ଅକ୍ରୂର ଗୋପସୀମାନ୍ତରେ ଶ୍ରୀକୃଷ୍ଣ କ'ଣ କରୁଥିବାର ଦେଖିଲେ ?
ଊ. (କ) ଗାବ ଦୋହନ
୨୫, ରୋହିଣୀବଳା କିଏ ?
ଊ. (ଖ) ବଳରାମ
୨୬. ହଂସ ଲେଖୁଥିବା ପତ୍ରକୁ ମନ୍ତ୍ରୀ କେଉଁଠି ଧାରଣ କଲେ ?
ଊ. (କ) ଗଳାରେ ଲମ୍ବାଇଲେ
୨୭. କଂସ କେଉଁ ଅବସ୍ଥାରେ ପତ୍ର ଲେଖୁଥିଲା ?
ଊ.(କ) ମହାରୋଷ ହୋଇ
୨୮. କଂସର ଆଦେଶରେ ନନ୍ଦରାଜା ମଥୁରାକୁ କେବେ ଆସିବେ ?
ଊ. (କ) ତତକାଳେ
୨୯. ବିଧାଘାତରେ କଂସ କ’ଣ ଚୂନା କରିପାରେ ?
ଊ. (କ) ଚିତ୍ରକୂଟ କୁଧର
୩୦, କଂସର ଦାନୀପଣ ସହିତ କିଏ ସମକକ୍ଷ ?
ଊ. (କ)ସୁନାସୀର
୩୧, କଂସର ଧାର୍ମିକପଣ ସହିତ କିଏ ସମାନ ?
ଊ. (ଖ) କେହି ନୁହେଁ
୩୨, କଂସର ଶିଶୁରଙ୍କ ନାମ କ'ଣ ?
ଊ. (ଖ) ଜରାସନ୍ଧ
୩୩. କିଏ କଂସର ସଖା ଥିଲା ?
ଊ. (କ) ବୀରକେଶୀ
୩୪. ନନ୍ଦ ଯଦି ଶିରୀଷ କୁସୁମ ହୁଏ ତେବେ କଂସର ଭୂମିକା କ'ଣ ହେବ ?
ଊ. (କ) ମହାପ୍ରଳୟ ବରଷା
୩୫. ଅକ୍ରୂର କାହାକୁ ନେବାପାଇଁ ଗୋପପୁର ଆସିଥିଲେ ?
ଭ. (କ) ରାମକୃଷ୍ଣ
୩୬. ସାୟକ ପୂଜା କିଏ କରିଥିଲା ?
ଊ. (ଗ) କଂସ
୩୭. କଂସ କାହାକୁ ଚିଟାଉ ଲେଖୁଥିଲା ?
ଢ. (ଗ) ନନ୍ଦ
୩୮. କଂସର ଆଜ୍ଞା ପ୍ରମାଣେ ନନ୍ଦ ନଆସିଲେ କଂସ କ'ଣ କରିବ ?
ଊ. (ଗ) କାନ୍ଧ ଛେଦନ କରିବ
୩୯. କଂସର ବଳବୀର୍ଯ୍ୟ ଅଇରି କୁଳକୁ କିଭଳି ଥୁଲା ?
ଊ. (କ) କେତୁ
୪୦. କଂସର କୋପରେ ମହୀର ଅବସ୍ଥା କ'ଣ ହୁଏ ?
ଊ. (କ) ଦୋହଲି ଉଠଇ
୪୧. କଂସର କୋପରେ କିଏ ଥରହର ହୁଏ ?
ଊ. (କ) ମେରୁ
୪୨, ଅଇରି ଭରସଲ-ବାନା ବହନ କରୁଥିଲା ?
ଊ. (ଘ) କଂସ
୪୩. କଂସର ପାଣ୍ଡିତ୍ୟରେ କିଏ ହାରିଯାଏ ?
ଊ. (ଗ) ଦେବଗୁରୁ
୪୪, କଂସର ‘ରଡ଼ିଗୋଟାକେ’ର ପରିଣତି କ'ଣ ?
ଊ. (କ) ତିଳପୁରର ସର୍ବଜନ୍ତୁ ମରିବେ
୪୫. ଶ୍ରୀକୃଷ୍ଣଙ୍କ ମଥୁରା ଯିବା କଥା ଶୁଣି ଗୋପୀମାନେ କେତେ ସଂଖ୍ୟାରେ ମେଳି ହୋଇ ବିଚାର କରୁଥିଲେ ?
ଢ. (କ) ପାଞ୍ଚ ସାତ
୪୬. ଏଣୀଦୃଶା କହିଲେ କ'ଣ ବୁଝାଏ ?
ଊ. (ଖ) ହରିଣ ନୟନା
୪୭. ଶ୍ରୀକୃଷ୍ଣ ମଥୁରା ଚାଲିଲେ ଗୋପୀମାନେ ସ୍ତିରୀହତ୍ୟା ଦୋଷ କାହାକୁ ଦେବେ ?
ଊ. (କ) ଶ୍ରୀକୃଷ୍ଣଙ୍କୁ
୪୮. ଭୋଳପତି କିଏ ?
ଊ. (ଘ) କଂସ
୪୯. ଶ୍ରୀକୃଷ୍ଣ ମଥୁରା ଚାଲିଗଲେ ଭୂମିର ଅବସ୍ଥା କ'ଣ ହେବ ?
ଊ. (କ) ଅଙ୍ଗ ଅଶୋଭା ଦିଶିବ
୫୦, ମଥୁରାରେ ଧନୁ ଭତ୍ସବ ଦେଖୁ କେତେଦିନ ପରେ ଶ୍ରୀକୃଷ୍ଣ ଲେଉଟି ଆସିବେ ବୋଲି ଗୋପୀମାନଙ୍କୁ କହିଲେ ?
ଊ. (ଖ) ଦୁଇ ଚାରି ଦିନ
୫୧. ପ୍ରଭୁ ଚକ୍ରପାଣି କାହାଘରେ ଜନ୍ମ ହେବେ ବୋଲି ଦେବତାମାନଙ୍କୁ କହିଥିଲେ ?
ଊ. (ଖ) ବସୁଦେବ ଘରେ
୫୨, ପୃଥୀ ହିତରେ ଭଗବାନ କେଉଁ ଶୟନ ତେଳି ଥିଲେ ?
ଊ.(କ) ନାଗଶୟନ
୫୩. କଳି-କଳୁଷ-ରୋଗକୁ କ’ଣ ଔଷଧ ବୋଲି କୁହାଯାଇଛି ?
ଊ. (କ) କୃଷ୍ଣ ଚରିତ
୫୪, କୃଷ୍ଣ ଚରିତ ଭାଗବତ ଶୁଣି କିଏ ଉଷତ ହୋଇଥିଲେ ?
ଊ.. (ଖ) ପରୀକ୍ଷିତ ରାଜା
୫୫. ଗୋରୁ ବ୍ରାହ୍ମଣଙ୍କୁ କିଏ କଷଣ ଦେଇଥିଲା ?
ଊ. (ଗ) କଂସ
୫୬. ପିତାମହ କିଏ ?
ଊ. (କ) ବ୍ରହ୍ମା
୫୭, କେଉଁ ସାଗରରେ ଭଗବାନ ଅନନ୍ତଶୟନ କରିଥିଲେ ?
ଊ. (କ) କ୍ଷୀର ସାଗରରେ
୫୮. ବେଦବର କିଏ ?
ଊ. (କ) ବ୍ରହ୍ମା
୫୯. କୁବେର କୁମାରଙ୍କୁ କିଏ ତାରଣ କରିଥିଲେ ?
ଊ. (ଘ) ଶ୍ରୀକୃଷ୍ଣ
୬୦, ନନ୍ଦରାଜାଙ୍କୁ କିଏ ହରଣ କରିନେଇଥିଲା ?
ଊ. (ଖ) ଇନ୍ଦ୍ର
୬୧, ଇନ୍ଦ୍ର ବିବାଦରେ ଶ୍ରୀକୃଷ୍ଣ କେଉଁ ପର୍ବତକୁ ତୋଳି ଧରିଥିଲେ ?
ଊ. (ଖ) ଗୋବର୍ଦ୍ଧନ
୬୨, ଗୋରୁ ବ୍ରାହ୍ମଣ ରକ୍ଷଣେ କିଏ ଜାତ ହୁଅନ୍ତି ?
ଊ (ଖ) ଭଗବାନ ଶ୍ରୀକୃଷ୍ଣ
୬୩. ଶ୍ରୁତି ସ୍ମୃତିକୁ କିଏ ଗୋଚର ନୁହଁନ୍ତି ?
ଊ (ଗ) ଭଗବାନ
୬୪, ‘କୃଷ୍ଣଙ୍କୁ ଭଳିଲେ ତରିବା’ କଥା କବି କେଉଁଠାରୁ ଶୁଣିଲେ ?
ଊ. (କ) ସୁଜନଙ୍କ ମୁଖରୁ
୬୫, କଂସ ଜନ୍ମ, ମରଣ ଭାଗବତର କେଉଁ ସ୍କନ୍ଧରେ ବର୍ଣ୍ଣିତ ହୋଇଛି ?
ଊ. (ଘ) ୧୦ମ
୬୬, କାଳୀୟ ନାଗକୁ ଶ୍ରୀକୃଷ୍ଣ କେଉଁଠାରେ ଦଳନ କରିଥିଲେ ?
ଊ. (କ) କାଳିନ୍ଦୀ ହ୍ରଦରେ
୬୭, କଂସର ମନ୍ତ୍ରୀ କିଏ ଥୁଲା ?
ଊ (କ) ଅକ୍ରୂର
୬୮. କୃଷ୍ଣଙ୍କୁ ମାରିବା ପାଇଁ ପୂତନା କେଉଁଠାରେ ବିଷ ଭରିଥିଲା ?
ଊ . (କ) ସ୍ତନରେ
୬୯. ବ୍ୟାଧକୁ ହେଳା କଲେ କ’ଣ ହୁଏ ?
ଊ . (କ) ପରାଣେ ମାରଇ
୭୦, ଭସ୍ମକୁଢ଼ରେ କ'ଣ ଥାଇ ମନ୍ଦ ପବନରେ ବଳିଷ୍ଠ ହୋଇଥାଏ ?
ଊ (ଖ) ଅଗ୍ନିକଣା
୭୧, କଂସରାଜା କେଇଁଥରେ ପଡ଼ି ମୋହ ହୋଇଲା ?
ଊ. (ଖ) କାଳ ଚକ୍ରରେ
୭୨, କଂସକୁ କ'ଣ ସବୁ ବିଶ ସମାନ ଲାଗୁଥିଲା ।
ଊ (ଗ) ସ୍ନାନ ମାର୍ଜନ ଶୟନ ଭୋଜନ
୭୩, କଂସ ଡଗର ବୋଲି କାହାକୁ କୁହାଯାଇଛି ?
ଊ (ଖ) ଅକ୍ରୂର
୭୪. ‘ଜଳଦତନୁ’ ବୋଲି କାହାକୁ କୁହାଯାଇଛି ?
ଊ. (କ) ଶ୍ରୀକୃଷ୍ଣଙ୍କୁ
୭୫. ଶତପତ୍ର କହିଲେ କ’ଣ ବୁଝାଏ ?
ଊ. (ଖ) ପଦ୍ମ
୭୬. ଶ୍ରୀକୃଷ୍ଣଙ୍କର ପରିଧାପନ କ’ଣ ଥିଲା ?
ଊ. (ଖ) ପୀତବସନ
୭୭, ଶ୍ରୀକୃଷ୍ଣଙ୍କ ନାସାର ସୁଷମା କାହା ସହିତ ତୁଳନୀୟ ?
ଊ.. (କ) ତିଳ କୁସୁମ
୭୮. ଶ୍ରୀକୃଷ୍ଣଙ୍କ ଅଧର ରଙ୍ଗର ତୁଳନା କିଏ ?
ଊ..(ଖ) ପାରିଜାତ
୭୯. ଶ୍ରୀକୃଷ୍ଣଙ୍କ ଦନ୍ତଶ୍ରେଣୀର ଉପମା କିଏ ?
ଊ... (କ) ଡାଳିମ୍ବବୀଜ
୮୦, ‘ଘନେ ଅଙ୍ଗିର’ କହିଲେ କ'ଣ ବୁଝାଯାଏ ?
ଊ.. (କ) ମେଘରେ ବିଜୁଳି
୮୧. ଅକୃରଙ୍କ ବିଚାରରେ ଶ୍ରୀକୃଷ୍ଣଙ୍କ ରୋମମୂଳରେ କ'ଣ ସବୁ ନିବାସ କରିଛନ୍ତି ?
ଊ.. (କ) ବ୍ରହ୍ମାଣ୍ଡମାଳ
୮୨. ନନ୍ଦରାଜା ପାଖକୁ କିଏ ଚିଟାଉ ଲେଖୁଥିଲା ?
ଊ... (ଖ) କଂସ
୮୩. କଂସ ରାଣ ଦେଲେ କିଏ ଭୟ କରେ ?
ଊ. (ଖ) ଜନ୍ତୁପତି
୮୪, ପଣ୍ଡିତ ପଣେ ଦେବଗୁରୁ କାହାଠାରୁ ହାରିଯାଏ ବୋଲି ଚିଟାଉରେ ଲେଖାଥିଲା ?
ଊ. (କ) କଂସ
୮୫. ପ୍ରଜାପାଳନରେ କଂସର ଭୂମିକା କିଭଳି ଥିଲା ବୋଲି ଚିଟାଉରେ ଉଲ୍ଲେଖ ଥିଲା ?
ଊ. (କ) ତାତ
୮୬. ଅଷ୍ଟଭୁଜ କିଏ ?
ଊ (ଖ) ବ୍ରହ୍ମା
୮୭. କିଏ କଂସର ହନ୍ତକାର ନୁହେଁ ?
ଊ. (ଘ) ଉଗ୍ରସେନ
୮୮. ଅକ୍ରୁର କେଉଁଭଳି କୃଷ୍ଣପ୍ରେମରେ ମଜି ଯାଇଥିଲା ?
ଊ. (କ) ଜଳେ ଲବଣ
୮୯. ‘ତ୍ରିଯାଦବେ’ ବୋଲି କାହାଙ୍କୁ କୁହାଯାଇଛି ?
ଊ. (ଗ) ବଳରାମ, କୃଷ୍ଣ, ଅକ୍ରୂର
୯୦. ଅକ୍ରୁରଙ୍କ ଭାବନାରେ ଯାଦବକୁଳ କାଳଅନଳ କିଏ ?
ଊ. (କ) ଶ୍ରୀକୃଷ୍ଣ
୯୧. ‘ଶାରଙ୍ଗପାଣି’ ବୋଲି କାହାକୁ କୁହାଯାଇଛି ?
ଊ. (ଖ) ଶ୍ରୀକୃଷ୍ଣ
୯୨, ‘ସାୟକ ପୂଜା’ର ଅର୍ଥ କ'ଣ ?
ଊ (କ) ଧନୁଯାତ୍ରା
୯୩. ‘ଏଣୀଦୃଶା’ କହିଲେ କାହାକୁ ବୁଝାଯାଏ ?
ଊ (ଘ) ଗୋପୀ
୯୪. ‘ଅକ୍ରୁର ହସ୍ତରେ ଯେଣୁ ବେନି ଚକ୍ଷୁ ଦେବା’ । ଏଠାରେ ବେନି ଚକ୍ଷୁର ତାତ୍ପର୍ଯ୍ୟ କ’ଣ ?
ଊ (ଖ) କୃଷ୍ଣ, ବଳରାମ
୯୫. ‘ମଧୁପୁର’ କେଉଁଟି ?
ଊ. (ଖ) ମଥୁରାପୁର
୯୬. ଶ୍ରୀକୃଷ୍ଣ ମଥୁରାପୁର ଯିବା କଥା ଶୁଣି ଗୋପୀଙ୍କର ମନ ମୀନ କେଉଁଠାରେ ବୁଡ଼ିଗଲା ?
ଊ. (କ) ଚିନ୍ତା-ରତ୍ନାକରରେ
୯୭. ଶ୍ରୀକୃଷ୍ଣ ମଥୁରା ଚାଲିଗଲେ ଗୋପୀମାନେ କେଉଁଠାରେ ଜୀବନ ହାରିବେ ବୋଲି କହିଛନ୍ତି ?
ଊ. . (କ) ଯମୁନା ଗଣ୍ଡେ
୯୮. କରୀନ୍ଦ୍ର ଗମନା କାହାକୁ କୁହାଯାଇଛି ?
ଊ. . (ଗ) ଗୋପୀ
୯୯. କଂସ ନାମରେ ଗୋପୀମାନେ ଯଦି ପ୍ରାଣ ହରାଇବେ ତେବେ କଂସ କେଉଁ ଦୋଷ ପାଇବ ?
ଊ. (ଗ) ସ୍ତିରୀହତ୍ଯା
୧୦୦, କେଉଁଟି ଭକ୍ତଚରଣ ଦାସଙ୍କ ରଚନା ?
ଊ. (କ) ମନବୋଧ ଚଉତିଶା
ଖ. ୧ ନମ୍ବର ବିଶିଷ୍ଟ ଏକ ବାକ୍ୟରେ ଉତ୍ତର ମୂଳକ ପ୍ରଶ୍ନବଳୀ
୧ ‘ମିଥ୍ୟା ନୁହଇ ପ୍ରମାଣ ବଚନ’ ବୋଲି କେଉଁଠି ଲେଖାଯାଇଛି ?
ଊ. ‘ ମିଥ୍ୟା ନୁହଇ ପ୍ରମାଣ ବଚନ’ ବୋଲି ପୁରାଣରେ ଲେଖା ହୋଇଛି |
9. ନରକ ଅସୁରକୁ କିଏ ବିନାଶ କରିଥିଲେ ?
ଊ. ନରକ ଅସୁରକୁ ଶ୍ରୀକୃଷ୍ଣ ବିନାଶ କରିଥିଲେ ।
୩.ଶ୍ରୁତି ସ୍ମୃତିକୁ କିଏ ଗୋଚର ନୁହନ୍ତି ?
ଉ. ଶ୍ରୁତି ସ୍ମୃତିକୁ ଆଦି ଅନାଦି ନିରାକାରଙ୍କ ସଂପର୍କରେ ଗୋଚର ନାହିଁ ।
୪. ଶ୍ରୀକୃଷ୍ଣ ଭଗବାନଙ୍କ ଆଜ୍ଞାରେ ବ୍ରହ୍ମା କେତେଗୋଟି ଭୁବନ ରଚନା କରିଛନ୍ତି ?
ଊ. ଶ୍ରୀକୃଷ୍ଣ ଭଗବାନଙ୍କ ଆଜ୍ଞାରେ ବ୍ରହ୍ମା ଚତୁର୍ଦ୍ଦଶ ଭୁବନ ରଚନା କରିଛନ୍ତି |
8.କ’ଣ ବିନା କବିଙ୍କର ଦରିଦ୍ର ଜୀବନ ହୋଇଛି ?
ଊ. ଭକ୍ତି ବିନା କବିଙ୍କର ଦରିଦ୍ର ଜୀବନ ।
୬.ନିଶିଦିବସେ ଯେ ହରି ଭଜନ୍ତି ତାଙ୍କର କ'ଣ ହୁଏ ?
ଊ. ନିଶିଦିବସ ଯେ ହରି ଉଚ୍ଚନ୍ତି ତାଙ୍କର ଭବ କଳୁଷ ସନ୍ତାପ ନାଶ ହୁଏ ।
୭. କଳି-କଳୁଷ-ରୋଗକୁ ଔଷଧ ବୋଲି କାହାକୁ କୁହାଯାଇଛି ?
ଉ. କଳି କଳୁଷ ରୋଗକୁ ଔଷଧ ବୋଲି କୃଷ୍ଣ ଚରିତକୁ କୁହାଯାଇଛି ।
୮.ବଛା ବାଳକମାନଙ୍କୁ ବିଧାତା ହରିନେଲା ପରେ ଶ୍ରୀକୃଷ୍ଣ କ'ଣ କଲେ ?
ଊ. ବଚ୍ଛା ବାଳକମାନଙ୍କୁ ବିଧାତା ହରିନେଲା ପରେ ଶ୍ରୀକୃଷ୍ଣ ନିଜ ଅଙ୍ଗରୁ ସମସ୍ତଙ୍କୁ ଜାତ କଲେ ।
୯ . କୃଷ୍ଣଙ୍କୁ ମାରିବା ପାଇଁ ପୂତନା କେଉଁ ଉପାୟ କରିଥିଲା ?
ଉ. କୃଷ୍ଣଙ୍କୁ ମାରିବାପାଇଁ ପୂତନା ସ୍ତନରେ ବିଷ ବୋଳି କ୍ଷୀର ପାନ କରାଇ ମାରିବାକୁ ଯାଇଥିଲା ।
୧୦. ବ୍ୟାଧୂକୁ ହେଳା କଲେ କ’ଣ ହୁଏ ?
ଊ. ବ୍ୟାଧ୍ବକୁ ହେଳା କଲେ ପ୍ରାଣ ନାଶ ହୁଏ ।
୧୧. ଭସ୍ମକୁଢ଼ରେ ଥିବା ଅଗ୍ନିକଣା କିପରି ବଳିଷ୍ଠ ହୁଏ ?
ଊ. ଭସ୍ମକୁଢ଼ରେ ଅଗ୍ନିକଣା ଧୀର ପବନରେ ବଳିଷ୍ଠ ହୁଏ |
୧୨. ଅକ୍ରୂରଙ୍କର ନାସା ଦ୍ବାର କିପରି ଆନନ୍ଦ ଲାଭ କରିବେ ?
ଊ. ଅକ୍ରୂରଙ୍କର ନାସା ଦ୍ଵାର ଶ୍ରୀକୃଷ୍ଣଙ୍କ ଶରୀର ଗନ୍ଧ ପାଇ ଆନନ୍ଦ ହୋଇବ ।
୧୩. କଂସ ଯଦି କୋପ କରେ ତେବେ କ’ଣ ହୁଏ ?
ଊ. କଂସ କୋପ କଲେ ମହୀ ଦୋହଲି ଉଠଇ ।
୧.ମଥୁରା ମଙ୍ଗଳର ପ୍ରଥମ ଛନ୍ଦରେ କେତେପଦଯାଏ ଶ୍ରୀକୃଷ୍ଣଙ୍କର ଜୟଗାନ କରାଯାଇଛି ?
ଊ. ୧ମ ପଦଠାରୁ ୭ମ ପଦ ପର୍ଯ୍ୟନ୍ତ କବି ଶ୍ରୀକୃଷ୍ଣଙ୍କର ଜୟଗାନ କରିଛନ୍ତି |
9.ଜୟ ଶବ୍ଦ କେଉଁ ଅର୍ଥରେ ପ୍ରଯୁକ୍ତ ?
ଉ. ଜୟ ଶବ୍ଦ ଉତ୍କର୍ଷ ପ୍ରକାଶ ବା ନମସ୍କାର ଅର୍ଥରେ ପ୍ରଯୁକ୍ତ ।
୩. କଂସାରିର ଅର୍ଥ କ'ଣ ?
ଊ. କଂସାରିର ଅର୍ଥ ଶତ୍ରୁ ।
୪.ନନ୍ଦକ କାହାର ନାମ ?
ଉ. ନନ୍ଦକ ଶ୍ରୀକୃଷ୍ଣଙ୍କ ଖଡ଼ଗର ନାମ ।
୫.ମୁରାରି ଶ୍ରୀକୃଷ୍ଣଙ୍କୁ କାହିଁକି କୁହାଯାଇଛି ?
ଊ. ମୁର ଅସୁରକୁ ମାରିଥିବାରୁ ଶ୍ରୀକୃଷ୍ଣଙ୍କୁ ମୁରାରି କୁହାଯାଏ ।
୬. କାରଣ ସଲିଳ ବିହାରୀ କାହିଁକି କୁହାଯାଇଛି ?
ଊ. ସଙ୍କର୍ଷଣ ରୂପରେ କାରଣାର୍ଶ୍ଵବରେ ଯେ ଶୟନ କରନ୍ତି ତାଙ୍କୁ କାରଣ ସଲିଳ ବିହାରୀ ବୋଲି କୁହାଯାଇଛି ।
9.କିଏ ହିରଣ୍ୟ ଧ୍ବଂସନ ?
ଊ. ନୃସିଂହ ଅବତାରରେ ହିରଣ୍ୟକୁ ଧ୍ୱଂସ କରିଥିବାରୁ ବିଷ୍ଣୁଙ୍କ ଅନ୍ୟ ନାମ ନୃସିଂହ ।
୮.ବିଶ୍ୱକର୍ମା କିଏ ?
.ବିଶ୍ୱକର୍ମା ହଉଛନ୍ତି ଦେବ ଶିଳ୍ପୀ ।
ଗ. ୨ ନମ୍ବର ବିଶିଷ୍ଟ ଦୁଇଟି ବାକ୍ୟରେ ଉତ୍ତରମୂଳକ ପ୍ରଶ୍ନବଳୀ ।
୧. ଲେଖା ଓ ଲେଖକଙ୍କ ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୧ ନମ୍ବର । କଂସ କିପରି ବ୍ରହ୍ମାଣ୍ଡକୁ ମୋର କରିପାରିଥିଲା ?
ଊ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ ମହାପ୍ରତାପୀ ଦୁର୍ମିଳାର ନନ୍ଦନ । ସେ ବାହୁ ବଳରେ ବ୍ରହ୍ମାଣ୍ଡକୁ ଅକ୍ତିଆର କରିପାରିଥିଲା |
୨. କଂସର ହନ୍ତକାରମାନଙ୍କ ନାମ କ’ଣ ?
ଊ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ କୃଷ୍ଣଙ୍କୁ ମାରିବା ପାଇଁ ବହୁ ହନ୍ତକାରଙ୍କୁ ପ୍ରେରଣ କରିଥିଲା । କଂସର ହନ୍ତକାରମାନେ ହେଲେ - ଶୂର, ନାରକା, ବ୍ୟୋମା, ଅଘା, ପ୍ରଳମ୍ବା, କଦମ୍ବା, ଦୃବିନ୍ଦ, ଚାଣୁର, ମୁଷ୍ଟିକ, ଶଲ୍ୟ ପ୍ରଭୃତି ।
୩. ଶିରୀଷ-କୁସୁମ-ପ୍ରସଙ୍ଗରେ କ'ଣ କୁହାଯାଇଛି ?
ଊ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଶିରୀଷ ଫୁଲ ଅତ୍ୟନ୍ତ କୋମଳ । ଏହା ଶିଶିର ପାତରେ ବିନଷ୍ଟ ହୋଇଯାଏ । ମହାପ୍ରଳୟ ବର୍ଷାରେ ନଷ୍ଟ ହେବା ସୁଚିତ । ଏଠାରେ ଶିରୀଷ ଫୁଲ ହେଉଛି ନନ୍ଦ । ମହାପ୍ରଳୟ ବର୍ଷା ହେଉଛି କଂସ ।
୪, କଂସର ଆଜ୍ଞା ପ୍ରମାଣେ ନନ୍ଦ ନ ଆସିଲେ କଂସ କ'ଣ କରିବ ?
ଉ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ ମହାପ୍ରତାପୀ । କଂସର ଆଜ୍ଞା ପ୍ରମାଣେ ନନ୍ଦ ନ ଆସିଲେ ସ୍କନ୍ଧଚ୍ୟୁତ କରିବ ବୋଲି କହିଛି ।
୫. କଂସର ବଳବୀର୍ଯ୍ୟ କିପରି ବର୍ଣ୍ଣିତ ହୋଇଛି ?
ଉ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ '
କଂସ ଅତ୍ୟନ୍ତ କ୍ରୋଧୀ ଓ ବଳଶାଳୀ । ସେ ଅଇରି କୁଳକୁ ବିନାଶ କରିବା ପାଇଁ ଧୂମକେତୁ ସଦୃଶ ।
୬. କଂସ କୋପକଲେ ମହୀର ଅବସ୍ଥା କିପରି ହୁଏ ?
ଉ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଉ. କଂସ କୋପକଲେ ମହୀ ଦୋହଲି ଉଠେ ।
9.ମେରୁ କେତେବେଳେ ଥରହର ହୁଏ ?
ଊ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ ଯେତେବେଳେ କୋପକରେ ମହୀ ଦୋହଲି ଉଠେ ଓ ମେରୁ ଥରହର ହୁଏ ।
୮.ବିଧାଘାତରେ କଂସ କ’ଣ କରିପାରେ ?
ଉ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ ଅତ୍ୟନ୍ତ ବଳଶାଳୀ । ବିଧାଘାତେ ଚିତ୍ରକୂଟ ପର୍ବତକୁ ଚୂନା କରିଦେଇପାରେ ।
୯. କଂସ ବିଧାଘାତର ଭୟାବହତା କିଭଳି ?
ଊ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ ମହାପ୍ରତାପୀ, ସେ କ୍ରୋଧୀ ଅସୁର । କଂସ ବିଧାଘାତରେ ଚିତ୍ରକୂଟ ପର୍ବତ ଚୂନା ହୋଇଯାଏ । ତେଣୁ ଭୟାବହତା
୧୦. ଅଇରି ଉରସଲ-ବାନାର ପ୍ରାସଙ୍ଗିକତା କ’ଣ ?
ଉ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଅଇରି ଭରସଲ ବାନାର ପ୍ରାସଙ୍ଗିକତା ହେଉଛି ଶତ୍ରୁମାନଙ୍କର ବକ୍ଷକୁ କୁନ୍ତ ବୋଲି କୁହାଯାଇଛି ।
୧୧. କଂସ ତା’ ଚିଟାଉରେ ନିଜ ପଣ୍ଡିତ ପଣ ସଂପର୍କରେ କ'ଣ ଲେଖୁଥିଲା ?
ଉ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ ତା’ ଚିଟାଉରେ ନିଜ ପଣ୍ଡିତ ପଣ ସଂପର୍କରେ ଲେଖୁଛି ଯେ, ସେ ପଣ୍ଡିତ ପଣରେ ବୃହସ୍ପତିଙ୍କୁ ହରାଇ ଦେଇପାରେ ।
୧୨, କଂସର ରଡ଼ି ଗୋଟାକେ କେଉଁ ଅବସ୍ଥା ସୃଷ୍ଟି ହେବ ?
ଉ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସର ରଡ଼ି ଗୋଟାକେ ତିନିପୁରରେ ସର୍ବ ଜୀବଜନ୍ତୁ ମରିଯାଆନ୍ତି । କିନ୍ତୁ ଦୟାକରି ଥିବାରୁ ସବୁ ବଞ୍ଚିଛନ୍ତି ।
ଘ. ୩ ନମ୍ବର ବିଶିଷ୍ଟ ଉତ୍ତର ମୂଳକ ପ୍ରଶ୍ନବଳୀ (୩୦ଟି ଶବ୍ଦ ମଧ୍ୟରେ)। ଲେଖା ଓ ଲେଖକଙ୍କ ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ।
କଂସକୁ କ’ଣ ଓ କାହିଁକି ବିଷ ସମାନ ଲାଗୁଥିଲା ?
ଉ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ ଥିଲା ମହାପ୍ରତାପୀ । କୃଷ୍ଣ ହାତରେ ତାହାର ମରଣ ହେବ ବୋଲି ନାରଦ କହିଯିବା ପରେ ସେ ବିବ୍ରତ ହୋଇ ପଡ଼ିଥିଲା । ଜନ୍ମରୁ ମାରିବା ପାଇଁ ସେ ପୁତନା, ତୃଣା, ଶକଟା, ଅଘା, ବ୍ୟୋମା, ବଛା, କେଶୀ, କଦମ୍ବା, ଧେନୁକାଙ୍କୁ ପଠାଇଥିଲା । ସମସ୍ତେ କୃଷ୍ଣ ହାତରେ ମରିଥିଲେ । ସେଥିପାଇଁ ତାକୁ ସ୍ନାନ, ମାର୍ଜନ, ଭୋଜନ, ଶୟନ ବିଷ ସମାନ ଲାଗୁଥିଲା ।
୨. ସ୍ଵପ୍ନ ସତୀ ନୁହେଁ ବୋଲି କଂସ କେତେବେଳେ ଓ କାହିଁକି ମନେକଲା ?
ଊ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସର ମୃତ୍ୟୁ ଭୟ ଘୋଟି ଆସିଥିଲା । ସେ ଯେଉଁ ଆଡ଼କୁ ଚାହୁଁଥିଲା ସେହି ଦିଗରେ କୃଷ୍ଣ ଦେଖୁଥିଲା । ସ୍ଵପ୍ନ ଦେଖୁ ଚମକି ପଡୁଥିଲା । ସ୍ଵପ୍ନରେ ନିଜ କଟାମୁଣ୍ଡ ବି ଦେଖୁଥିଲା । ଶଙ୍ଖ ଶବ୍ଦପରି ନିଶ୍ବାସ ପବନ ଛାଡ଼ୁଥିଲା । କଣ୍ଠରେ ମନ୍ଦାରମାଳା, ମଇଁଷି ଆରୋହଣ, ଚାରିଦିଗରେ ଶୃଗାଳ, ଗୃଧ୍ର ଓ ବିଲେଇ ଧ୍ଵନି ସ୍ଵପ୍ନରେ ଦେଖୁଥିଲା ଓ ଶୁଣୁଥିଲା । ନିଦ ଭାଙ୍ଗିବାପରେ ସ୍ଵପ୍ନ ସତ୍ୟ ନୁହେଁ ବୋଲି କଂସ ମନେ କରିଥିଲା ।
୩. ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ କଂସ କେଉଁମାନଙ୍କୁ ପଠାଇଥିଲା ?
ଊ, କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ କଂସ ବହୁ ଅସୁର ପଠାଇଥିଲା । ପୂତନା ସ୍ତନରେ ବିଷ ଭରି ଯାଇଥିଲା । ତା’ ବ୍ୟତୀତ ତୃଣା, ଶକଟା, ବକା, ଅଘା, ବ୍ୟୋମା, ବଛା, କେଶୀ, କଦମ୍ବା, ଧେନୁକା ପ୍ରଭୃତି ଯାଇଥିଲା । ଏହା ବ୍ୟତୀତ ଶୂର, ନାରକା, ପ୍ରଳମ୍ବା, ଦୃବିନ୍ଦ ପ୍ରଭୃତି ହନ୍ତକାରମାନେ ଥିଲେ ।
୪. କୃଷ୍ଣଙ୍କୁ ମାରିବା ପାଇଁ ଅକ୍ରୂର ପାଖରେ କଂସ କେଉଁ ଉପାୟ ବାଢ଼ିଥିଲା ?
ଉ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କୃଷ୍ଣଙ୍କୁ ମାରିବା ପାଇଁ କଂସ ବହୁ ଉପାୟ କରିଥିଲା । ପୂତନା ଠାରୁ ଆରମ୍ଭ କରି ତୃଣାସୁର, ଶକଟାସୁର, ବକା, ଅଘ, ବ୍ୟୋମା, ବକାସୁର, କେଶୀ, କଦମ୍ବା ଧେନୁକାଙ୍କୁ ପ୍ରେରଣ କରିଥିଲା । ମାତ୍ର ସମସ୍ତେ କୃଷ୍ଣ ହାତରେ ମରିଥିଲେ । ଶେଷରେ ମନ୍ତ୍ରୀପ୍ରବର ଅକ୍ରୂରଙ୍କୁ ଗୋପପୁର ପ୍ରେରଣ କରିଥିଲା । ହସ୍ତରେ ଲେଖୁଥିଲା ଚିଟାଉ । ଧନୁ ଉତ୍ସବ ଦେଖିବା ପାଇଁ କୃଷ୍ଣ ବଳରାମଙ୍କୁ ଘେନି ଆସିବା ପାଇଁ ଉପାୟ ବାଢ଼ିଥିଲା ।
୫. କଂସ ସ୍ଵପ୍ନରେ କ'ଣ ଦେଖିଲା ?
ଉ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ ସ୍ଵପ୍ନରେ ଅନେକ ଦୁଃସ୍ଵପ୍ନ ଦେଖୁଛି । ସେ ତା’ର ହସ୍ତକ କୃଷ୍ଣଙ୍କୁ ଚଉଦିଗରୁ ଦେଖିବାକୁ ପାଇଛି । ସ୍ଵପ୍ନରେ ନିଜର କଟାମୁଣ୍ଡ ଦେଖୁଛି । ଶଙ୍ଖ ଶବ୍ଦ ପରି ବହୁଥିବା ନିଶ୍ଵାସ ପବନ, କଣ୍ଠରେ ମନ୍ଦାର ମାଳ ବିଭୂଷଣ, ମଇଁଷିଯାନ ଆରୋହଣ, ପିଠିରେ ଉନ୍ମୁକ୍ତ କବରୀ, ଚାରିଦିଗରେ ଶୃଗାଳ, ଶ୍ଵାନ, ପେଚା, ଗୁଅ, ସାପ, ବିରାଡ଼ି ଧ୍ଵନି କରୁଥିବାର ଦେଖୁଛି । ଯାହା ଦେଖିଲେ ପ୍ରାଣ ରହେ ନାହିଁ, ସେ ତାହା ଦେଖୁଛି ।
୬. ଅକ୍ରୂର ଗୋପକୁ ଯିବା ପାଇଁ କିପରି ପ୍ରସ୍ତୁତ ହେଲା ?
ଊ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଅକ୍ରୂର ହେଉଛନ୍ତି କଂସର ବିଶ୍ଵସ୍ତ ମନ୍ତ୍ରୀ । ଧନୁ ଉତ୍ସବ ଦେଖିବା ପାଇଁ କୃଷ୍ଣ ବଳରାମଙ୍କୁ ଧରି ଆଣିବା ପାଇଁ କଂସ ଆଦେଶ କରିଛି । ଏହି ଆଦେଶ ପାଇବା ପରେ ଅକ୍ରୂରଙ୍କ ମନରେ ଶ୍ରୀକୃଷ୍ଣ ବଳରାମଙ୍କୁ ଦର୍ଶନ ପାଇଁ ବ୍ୟାକୁଳ ହୋଇ ଉଠିଛି । କଂସ ହାତରେ ମରିବା ଅପେକ୍ଷା କୃଷ୍ଣ ବଳରାମଙ୍କୁ ଦେଖିବାର ଲୋଭ ସମ୍ବରଣ କରିପାରିନାହିଁ । ତେଣୁ ସେ ରଥ ପ୍ରସ୍ତୁତ କରିଛି । ଗୋପଯିବାର ପଥ ସ୍ମରଣ କରିଛି । ରଥର ବାଗ ଦଉଡି଼ ଧରି ରଥ ଚାଳନା କରିଛି । ଆଖୁପିଛୁଳାକେ ମଥୁରା ସୀମା ପାର ହୋଇଯାଇଛି ।
୭. କଂସ ଡଗର ନିଜ ପିତାମାତାଙ୍କୁ କାହିଁକି ଧନ୍ୟ ଧନ୍ୟ ବୋଲି କହିଲା ?
ଉ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ ଡଗର ଅକ୍ରୂର ଜାଣିଥୁଲା ଭଗବାନ ଅବତାର ଗ୍ରହଣ କରିଛନ୍ତି । କୃଷ୍ଣ ବଳରାମ ଭାବରେ ଗୋପରେ ନନ୍ଦ ମନ୍ଦିରରେ ବଢୁଛନ୍ତି | କଂସର ଚକ୍ରାନ୍ତ ଥିଲା କୃଷ୍ଣଙ୍କୁ ମାରିବା ପାଇଁ, ତେଣୁ ସେ ଧନୁ ଉତ୍ସବକୁ ଅକ୍ରୂର ହାତରେ ଡକାଇଛି । ଏହି ସୁଯୋଗ ଥିଲା ଅମୃତମୟ । ତେଣୁ ଅକ୍ରୂର ନିଜକୁ ଓ ନିଜ ପିତା ମାତାଙ୍କୁ ଧନ୍ୟ ଧନ୍ୟ କହିଛି । କାରଣ ଅଚିରେ ଶ୍ରୀକୃଷ୍ଣ ଓ ବଳରାମଙ୍କ ଦର୍ଶନ ମିଳିଯିବ ।
୮. ଅକ୍ରୂରଙ୍କ ବେନିଶ୍ରବଣ କିପରି ସର୍ବଦୋଷ ତେଜିବେ ?
ଊ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ମହାମନ୍ତ୍ରୀ ଅକ୍ରୂର କଂସର ଡଗର ଭାବରେ ରଥରେ ଗୋପରେ ପହଞ୍ଚିଛି । ଶ୍ରୀକୃଷ୍ଣ ଓ ବଳରାମଙ୍କୁ ଦର୍ଶନ କରିବାର ସୁଯୋଗ ପାଇଛନ୍ତି । ତାଙ୍କୁ ଦେଖ୍ ନେତ୍ର ପବିତ୍ର ହୋଇଛି । ଯେତେବେଳେ ଗୋପାଳ ପୁଅଙ୍କ ମେଳରେ ବସି କାହ୍ନୁ ଦୂରରୁ ଅକ୍ରୂର ଆସ ବୋଲି କହି ଡାକିବେ ସେତେବେଳେ ବେନି ଶ୍ରବଣ ପବିତ୍ର ହୋଇଯିବ ଓ ସର୍ବଦୋଷ ଖଣ୍ଡିତ ହୋଇଯିବ ।
୯. ଅକ୍ରୁରଙ୍କ ଅଙ୍ଗ କିପରି ନିର୍ମଳ ହେବ ବୋଲି ସେ ମନେ କରିଛନ୍ତି ?
ଉ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଶ୍ରୀକୃଷ୍ଣଙ୍କୁ ଦର୍ଶନ କରି ଅକ୍ରୁରଙ୍କର ଚକ୍ଷୁ ପବିତ୍ର ହୋଇଛି । ତାଙ୍କ କଥା ଶୁଣି କଣ୍ଠ ପବିତ୍ର ହୋଇଛି । ଶରୀର ଗନ୍ଧ ପାଇ ନାସା ପବିତ୍ର ହୋଇଛି । କୃଷ୍ଣ ବଳରାମ ଯେତେବେଳେ ଅକ୍ରୂରଙ୍କୁ କୋଳାଗ୍ରତ କରିଛନ୍ତି ସେତେବେଳେ ଅକ୍ରୂରଙ୍କର ଅଙ୍ଗ ପବିତ୍ର ହୋଇଛି । ଏହା ଅକୁରଙ୍କର ଭାବନା ।
୧୦. ଅକ୍ରୂର କଂସ ରାଜାଙ୍କୁ କାହିଁକି ଧନ୍ୟବାଦ ଦେଉଥିଲେ ?
ଊ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଅକ୍ରୂର କଂସରାଜାଙ୍କୁ ଧନ୍ୟବାଦ ଦେବାର କାରଣ ହେଲା, ଅନ୍ତତଃ ଭଗବାନ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ଦର୍ଶନ କରିବାର ସୁଯୋଗ ମିଳିଲା । ଭଗବାନଙ୍କ କଥା, ଅଙ୍ଗସୁଖ, ଶରୀର ଗନ୍ଧ ଆଦି ପାଇବାର ସୁଯୋଗ ମିଳିଛି । ଏଥିରେ ଜୀବନର ଗତିମୁକ୍ତି । କଂସ ହାତରେ ମଲେ ନର୍କଗତି କିନ୍ତୁ ଭଗବାନଙ୍କୁ ଦର୍ଶନ କଲେ ମୁକ୍ତି ।
୧୧. ଅକ୍ରୂର ଗୋପଯିବା ବାଟରେ ଥିବା ବାଲିକୁଦାରେ କ’ଣ ସବୁ ଦେଖୁଲା ?
ଊ. କାବ୍ଯ ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ମନ୍ତ୍ରୀ ଅକ୍ରୂର କଂସର ଡଗର ଭାବରେ ରଥ ନେଇ ଯେତେବେଳେ ଗୋପପୁର ଆସିଛି ସେତେବେଳେ ପ୍ରଥମେ ବାଲିକୁଦରେ ପହଞ୍ଚିଛି । ବାଲିକୁଦରେ ଧ୍ଵଜ, ଅଙ୍କୁଶ, ଚକ୍ର ଚିହ୍ନ ଓ ପଦ୍ମପାଦ ଚିହ୍ନ ଦେଖିବାର ସୁଯୋଗ ପାଇଛି । ଆନନ୍ଦରେ ରଥରୁ ଓହ୍ଲାଇ ବାଲିରେ ଗଡ଼ି ଯାଇଛନ୍ତି ।
୧୨. କିଏ କାହାକୁ ଓ କାହିଁକି, ମୁଁ ହୀନ ମୂଢ଼ ପାପିଷ୍ଠ ରାଢ଼’ ବୋଲି କହିଛି ?
ଊ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ ରାଜା ରାମକୃଷ୍ଣଙ୍କ ମଥୁରା ନନ୍ଦ ଉତ୍ସବ ଦେଖିବା ଚକ୍ରାନ୍ତରେ ଅକୁରଙ୍କୁ ପଠାଇଛନ୍ତି । ଅକ୍ରୂର ରଥବାହି ଗୋପପୁର ଯାଇଛନ୍ତି । ଗୋପରେ ରାମକୃଷ୍ଣଙ୍କୁ ଦର୍ଶନ କରିବାର ପ୍ରବଳ ଇଚ୍ଛା ବଳବତ୍ତର ହୋଇଛି । ମନେ ମନେ ଭାବିଛି ସତରେ କ’ଣ ରାମକୃଷ୍ଣଙ୍କ ଦର୍ଶନ ମିଳିବ ? ମୁଁ ହୀନ, ମୂଢ଼, ପାପିଷ୍ଠ ଓ ରାଢ଼ ବୋଲି ଅକ୍ରୂର ନିଜକୁ ସମ୍ବୋଧନ କରିଛି । କାରଣ ଭଗବାନଙ୍କ ଦର୍ଶନ ପାଇବାର ଭାଗ୍ୟ ଏତେ ସହଜ ନୁହେଁ ।
୧୩. ବେନି ଭାଇ ଅକ୍ରୁରଙ୍କ ଅଙ୍ଗରେ କ'ଣ ଲେପନ କରୁଥିଲେ ?
ଊ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଅକ୍ରୂର ଥିଲେ ଭକ୍ତ । ସେ ଗୋପପୁର ଯାଇ ଭଗବାନ କୃଷ୍ଣ ବଳରାମଙ୍କ ଦର୍ଶନ ପାଇଛନ୍ତି । ବାହୁ ପ୍ରସାରି କୃଷ୍ଣ କୋଳାଗ୍ରତ କରିଛନ୍ତି । ଅଙ୍ଗରୁ ଧୂଳି ଛାଡ଼ି ଦେଇଛନ୍ତି । ପାଦ ଧୋଇ ଦେଇଛନ୍ତି । ପୁର ଦିଆ ପିଠା, ଲବଣୀ ଖାଇବାକୁ ଦେଇଛନ୍ତି । କର୍ପୁର ଦିଆ ପାନ ଖାଇବାକୁ ଦେଇଛନ୍ତି । ବାସ ଚନ୍ଦନ ଅଙ୍ଗରେ ଲେପନ କରିଛନ୍ତି ।
୧୪: କଂସ କାହା ପ୍ରତି ନିଶାମଣି ବୋଲି ଚିଟାଉରେ ଲେଖିଥିଲା ?
ଭ୍. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ ଅକ୍ରୂର ହସ୍ତରେ ନନ୍ଦରାଜାଙ୍କ ପାଖକୁ ଏକ ଚିଟାଉ ପଠାଇଛନ୍ତି । ସେଥିରେ ସେ ରାମକୃଷ୍ଣଙ୍କୁ ସଙ୍ଗରେ ଘେନି ବେଭାର ସହ ଆସିବା ପାଇଁ ନିର୍ଦ୍ଦେଶ କରିଛନ୍ତି । ନ ହେଲେ ସ୍କନ୍ଧଚ୍ୟୁତ ହେବ ବୋଲି ଡରାଇଛି । ସେ ନିଜର ପରାକ୍ରମ ଦେଖାଇ କହିଛି ଯାଦବ କୁଳ କୁମୁଦ ବନ ହେଲେ ମୁଁ (କଂସ) ନିଶାମଣି ।
୧୫. କଂସ କିପରି ଯୋଦ୍ଧାମାନ ଜିଣିଥିଲା ବୋଲି କହିଛି ?
ଊ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ ଚିଟାଉରେ ନନ୍ଦ ରାଜାକୁ ଡରାଇବା ପାଇଁ ବହୁ କଥା ଉଲ୍ଲେଖ କରିଛି । ସେ କୋପ କଲେ ମହୀ ଦୋହଲି ଉଠେ, ମେରୁ ଥରହର ହୁଏ, ରାଣ ଦେଲେ ଯମ ଭୟକରେ, ବିଧାଘାତେ ଚିତ୍ରକୂଟ ପର୍ବତ ଚୂନା ହୁଏ, ପ୍ରତିଜ୍ଞା କଲେ ରଣରେ ରାଜପୁତ୍ରମାନେ ମୃତ୍ୟୁ ଲଭନ୍ତି । ଏହା ବ୍ୟତୀତ ସେ ଲେଖୁଛି ଯୁଦ୍ଧ ନ କରି ଯୋଦ୍ଧାମାନ ଜିଣିଛି । ବ୍ରହ୍ମାଣ୍ଡକୁ କରାୟତ କରିଛି ।
୧୬. କଂସର ରଡ଼ି ଗୋଟାକେ କି ଅବସ୍ଥା ହେବ ?
ଉ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ,
କଂସ ଚିଟାଉରେ ନିଜର ବୀରତ୍ଵ ଓ ଦୂରତାର ସ୍ଵରୂପ ଉଲ୍ଲେଖ କରିଛି । ସେ ରଡ଼ି କଲେ ତିନିପୁରର ସର୍ବ ଯନ୍ତୁ ମରିଯାଆନ୍ତି ବୋଲି କହିଛି ।
୧୭. ରାମକୃଷ୍ଣଙ୍କୁ ଅକ୍ରୁର ସହିତ ପଠାଇଦେବା ପାଇଁ କଂସ କାହିଁକି ଲେଖିଥିଲା ?
ଊ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ ଡରିଯାଇଥୁଲା ମୃତ୍ୟୁକୁ । ଦେବକୀର ଅଷ୍ଟମ ଗର୍ଭର ସନ୍ତାନ କୃଷ୍ଣ ତାକୁ ମାରିବେ । ତେଣୁ କୃଷ୍ଣଙ୍କୁ ମାରିବା ପାଇଁ ବହୁ ଉପାୟ କଲା ପରେ ସବୁ ବିଫଳ ହୋଇଥିଲା । ଶେଷରେ ଧନୁ ଉତ୍ସବର ଉପାୟ ଅବଲମ୍ବନ କରିଛି । ସେଥିପାଇଁ ଅନୁରଙ୍କୁ ଗୋପପୁର ପଠାଇଛି । ରାମକୃଷ୍ଣଙ୍କୁ ଅକ୍ରୁର ସହିତ ଧନୁ ଉତ୍ସବ ଦେଖିବା ପାଇଁ ପଠାଇବାକୁ କଂସ ଚିଟାଉରେ ଲେଖିଛି ।
୧୮. ଯେତେବେଳେ ଗୋପ ତେଜି ଯିବେ ନାରାୟଣ, ସେତେବେଳେ କ’ଣ ହେବ ?
ଡ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କୃଷ୍ଣ ଚନ୍ଦ୍ର ଥିଲେ ଗୋପପୁରର ଜୀବନ । ସେ ଗୋପୀନାଥ ଭାବରେ ଗୋପୀମାନଙ୍କର ପ୍ରାଣଧନ । କୃଷ୍ଣ ବିନୁ ସେମାନଙ୍କ ଜୀବନ ହୀନ । ଅକ୍ରୂର ଯେତେବେଳେ କୃଷ୍ଣ ବଳରାମଙ୍କୁ ମଥୁରା ଘେନି ଯିବାକୁ ବସିଥିଲେ ସେତେବେଳେ ପାଞ୍ଚସାତ ଗୋପୀ ମେଳ ହୋଇ କହିଛନ୍ତି ଗୋପ ତେଜି ନାରାୟଣ ମଥୁରା ଗଲେ ମରଣ ନିଶ୍ଚୟ ହେବ ।
୧୯. କାଲିଠାରୁ ଅନ୍ଧ ହୋଇଯିବା ବୋଲି ଗୋପୀ ଜଣକ କାହିଁକି କହିଛି ?
ଉ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଅକ୍ରୂର ସହିତ ରାମକୃଷ୍ଣ ମଥୁରା ଚାଲିଗଲେ କାଲିଠାରୁ ଆଖ୍ ଫୁଟିଯିବ; କାରଣ କୃଷ୍ଣ ବଳରାମ ଥଲେ ବେନି ନୟନ । ଅକ୍ରୂର ହସ୍ତରେ ବେନି ନୟନ କୃଷ୍ଣ ବଳରାମଙ୍କୁ ଦେବା ଅର୍ଥ ବେନି ଚକ୍ଷୁ ଦେବା ଓ ଅନ୍ଧ ହୋଇ ବସିବା ।
୨୦. କାଲିଠାରୁ କୁମୁଦ ମରିବେ ବୋଲି କହିବାର ତାତ୍ପର୍ଯ୍ୟ କ’ଣ ?
ଊ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କୁମୁଦ କହିଲେ କଇଁଫୁଲ | କୁମୁଦ ମରିବେ କହିଲେ ଗୋପୀମାନେ ମରିଯିବେ । କୁମୁଦ ରମଣ କହିଲେ କୃଷ୍ଣ ଚନ୍ଦ୍ର | କୁମୁଦଚନ୍ଦ୍ର ଯଦି ଗୋପରୁ ମଥୁରାକୁ ଯିବେ ତେବେ ଗୋପପୁରରେ ଅନ୍ଧକାର ଘୋଟିଯିବ । କୃଷ୍ଣଚନ୍ଦ୍ରଙ୍କ ବିନା ଗୋପୀମାନେ ମୃତ୍ୟୁବରଣ କରିବେ ।
ଦୀର୍ଘଧର୍ମୀ ପ୍ରଶ୍ନୋତ୍ତର (୧୫୦ ଶବ୍ଦର ଉତ୍ତର) ୫ ନମ୍ବର ବିଶିଷ୍ଟ ଦୀର୍ଘ ଉତ୍ତର ମୂଳକ ପ୍ରଶ୍ନବଳୀ ।
୧. ‘ମଥୁରାମଙ୍ଗଳ’ କାବ୍ୟର ନାମକରଣର ଯଥାର୍ଥତା ଦର୍ଶାଅ ।
କିମ୍ବା, ନାମକରଣ ଦୃଷ୍ଟିରୁ ‘ମଥୁରାମଙ୍ଗଳ’ ଏକ ସାର୍ଥକ କାବ୍ୟ ବିଚାର କର ।
ଉ. ସୃଷ୍ଟି ସ୍ରଷ୍ଟାର ମାନସ ସନ୍ତାନ । କଳାକାରର କଳା କଳ୍ପନାର କାଉଁରୀ ସ୍ପର୍ଶରେ ହୁଏ ମୂର୍ତିମନ୍ତ । ଏହାକୁ ସରସ ସୁନ୍ଦର ମଧୁମୟ କରି ଗଢ଼ି ତୋଳିବାରେ ଶିଳ୍ପୀର ଆନ୍ତରିକତା ଥାଏ । ସାହିତ୍ୟର ନାମକରଣ କେତେବେଳେ ଭାବଗତ ତ କେତେବେଳେ ବିସ୍ତୁଗତ । ଯେତେବେଳେ ଘଟଣାପ୍ରାଧାନ୍ୟ ବିସ୍ତାର କରେ ସେତେବେଳେ ଏହି ପରମ୍ପରା ସୃଷ୍ଟି ହୁଏ । ଚରିତ୍ରର ପ୍ରାଧାନ୍ୟକୁ ନେଇ ସ୍ଥଳ ବିଶେଷରେ ତାହାରି ମଧ୍ଯ ନାମକରଣ ସଂଶୋଧୃତ ହୋଇଥାଏ । ନାମକରଣ ନାମରେ କବିର ସମୃଦ୍ଧ ଚେତନାର ଭାବ ପରିବହନ କରେ । ସାହିତ୍ୟର ନାମକରଣ ସୃଷ୍ଟିର ପୂର୍ଣ୍ଣବିକାଶ ପରେ ହିଁ ଗଢ଼ି ଉଠିଥାଏ । ମନେହୁଏ ‘ ମଥୁରାମଙ୍ଗଳ’ କାବ୍ୟ ନାମକରଣରେ କବି ବିଷୟବସ୍ତୁ ପ୍ରତି ଅଧିକ ଧ୍ୟାନ ଦେଇଅଛନ୍ତି ।
ଦୁଷ୍ଟରାକ୍ଷସ କଂସର ଅତ୍ୟାଚାରରେ ପୃଥିବୀ ଉପୀଡ଼ିତ ହେଉଥିଲା । ପୃଥିବୀର ଭାରା ନିବାରଣ କରିବା ପାଇଁ ପ୍ରଭୁ ମଥୁରାରେ ଶ୍ରୀକୃଷ୍ଣ ରୂପରେ ଅବତୀର୍ଣ୍ଣ ହେଲେ ଏବଂ ଦୃଷ୍ଟ କଂସାସୁର ସହିତ ତାହାର ରାକ୍ଷସ ଅନୁଚରମାନଙ୍କୁ ମଧ୍ଯ ନିପାତ କଲେ । ଏହିପରି ମଥୁରାରେ ମଙ୍ଗଳ ବିଧାନ ହେବାରୁ କାବ୍ୟର ନାମ ‘ମଥୁରାମଙ୍ଗଳ’ ହୋଇଛି ।
ଶ୍ରୀକୃଷ୍ଣଙ୍କର ମଥୁରା ଲୀଳା ବର୍ଣ୍ଣନା କରିଥିବାରୁ କବି କାବ୍ୟର ନାମ ‘ମଥୁରାମଙ୍ଗଳ’ ଦେଇଥିବା ସମୀଚୀନ । ଗୋପ, ମଥୁରା ଏବଂ ଦ୍ଵାରକା ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କର ତିନୋଟି ପ୍ରଧାନ ପୀଠ । ତାଙ୍କର ବାଲ୍ୟ, ପୌଗଣ୍ଡ ଏବଂ କୈଶୋର କାଳରେ ସେ ମଥୁରା ଏବଂ ଗୋପପୁରରେ ଲୀଳା ସାଧନ କରିଥିଲେ । ପରେ ଦ୍ଵାରକାରେ ନିଜର ଅଷ୍ଟପାଟବଂ ଶୀମାନଙ୍କ ସହିତ ଶ୍ରୀକୃଷ୍ଣଙ୍କର ଲୀଳା ସମ୍ଭବ ହୋଇଥିଲା । ଏହି ନାୟିକାମାନଙ୍କ ମଧ୍ୟରେ ଗୋପାଙ୍ଗନାଗଣ ସମର୍ଥା ନାୟିକା ଏବଂ ନାୟିକାମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ । ମଥୁରାବାସିନୀ ନାୟିକାଗଣ ସାଧାରଣ ଏବଂ ଦ୍ଵାରକାର ରାଣୀଗଣ ସାମଞ୍ଜସ୍ୟ ନାୟିକା ଭାବରେ ପରିଗଣିତ । ଭଗବାନ ଶ୍ରୀକୃଷ୍ଣଙ୍କର ଗୋପାଙ୍ଗନାମାନେ ଅତ୍ୟନ୍ତ ପ୍ରିୟ । ଗୋପୀମାନଙ୍କର ପ୍ରେମରେ ବିହ୍ବଳ ଶ୍ରୀକୃଷ୍ଣ ଜଗତର ମଙ୍ଗଳ ସାଧନ ପାଇଁ ଯୁଗେ ଯୁଗେ ଅବତାର ଗ୍ରହଣ କରନ୍ତି ।
ଆଲୋଚ୍ୟ ‘ ମଥୁରାମଙ୍ଗଳ’ କାବ୍ୟରେ ମଥୁରାର ଲୀଳାଖେଳା ବର୍ଣ୍ଣିତ ହୋଇଥିଲେ ହେଁ ଗୋପାଙ୍ଗନାମାନଙ୍କର ପ୍ରାଧାନ୍ୟ ସ୍ଵୀକୃତ ହୋଇଅଛି । ପୁନଶ୍ଚ ଅନେକ ଅସୁର ଅସୁରିଣୀ ନିଧନ, ଇନ୍ଦ୍ରଙ୍କର ଗର୍ବ ଖର୍ବ, କାଳୀୟ ଦଳନ, ବନ ଅଗ୍ନି ଭକ୍ଷଣ ଇତ୍ୟାଦି କାର୍ଯ୍ୟଦ୍ଵାରା ଶ୍ରୀକୃଷ୍ଣ ଗୋପପୁରର ମଙ୍ଗଳ ବିଧାନ କରିଛନ୍ତି । ତେଣୁ କାବ୍ୟର ନାମକରଣ ଗୋପମଙ୍ଗଳ ହେବା ଉଚିତ୍ ବୋଲି ମନରେ ପ୍ରଶ୍ନ ଉଠିଥାଏ ।
ମାତ୍ର ଅନ୍ୟ ଏକ ଦୃଷ୍ଟିରୁ ମଥୁରାରେ ମଙ୍ଗଳକର୍ତ୍ତା ହେଉଛନ୍ତି ସ୍ୱୟଂ ଶ୍ରୀକୃଷ୍ଣ | ଏହି କାବ୍ୟର ନାୟକ ଶ୍ରୀକୃଷ୍ଣ ହୋଇଥିବାରୁ ସେହି ମଙ୍ଗଳମୟ ଭଗବାନଙ୍କ ଉଦ୍ଦେଶ୍ୟରେ ଭକ୍ତକବି ଭକ୍ତଚରଣ ‘ମଥୁରାମଙ୍ଗଳ’ ନାମକରଣ କରିବା ସ୍ଵାଭାବିକ । ଏହି କାବ୍ୟର ପ୍ରଥମ ଛାନ୍ଦରେ ଅନନ୍ତ, ଅସୀମ, ଅବ୍ଯକ୍ତ, ନିରାକାର ପୁରୁଷ ଶ୍ରୀକୃଷ୍ଣଚନ୍ଦ୍ରଙ୍କୁ ଦୁଷ୍ଟ କଂସାସୁର ଏହିପରି ଦେଖୁଅଛି– ଯେଉଁ ଦିଗକୁ ଦିଅଇ ଅନାଇଁ ସେ ଦିଗେ ଦିଶେ ନନ୍ଦ କହ୍ନାଇ ।
ସେହି କୃଷ୍ଣଚନ୍ଦ୍ର ପୃଥିବୀର ଭାରା ନିବାରଣ ପାଇଁ ବସୁଦେବ ଔରସରେ ଦେବକୀଙ୍କ ଗର୍ଭରେ ମଥୁରାରେ ଜନ୍ମଗ୍ରହଣ କଲେ । ମାତ୍ର ଗୋପର ଲୀଳା ସାଙ୍ଗ କରିବା ପାଇଁ ଦିନେ ନିଶାର୍ଦ୍ଧରେ ବସୁଦେବ ଶ୍ରୀକୃଷ୍ଣଙ୍କୁ ଗୋପପୁରରେ ଛାଡ଼ି ଆସିଲେ ।
ଅକୂରର ଅନୁରୋଧରେ ଦୁଇଭାଇ କୃଷ୍ଣଚନ୍ଦ୍ର ଓ ବଳରାମ ମଥୁରା ଆଗମନ କରିଛନ୍ତି । ମଥୁରା ନଗରୀରେ ରଜକର ବଧ, ଧନୁଭଙ୍ଗ, କୁବଳୟା ହସ୍ତୀ ନିଧନ, ମଲ୍ଲବୀର ଚାଣୂର ଓ ମୁଷ୍ଟିକଙ୍କର ହତ୍ୟା, ମଥୁରା ନାୟିକାମାନଙ୍କର ବ୍ୟାକୁଳତା ଏବଂ ସର୍ବୋପରି କଂସ ରାକ୍ଷସର ବଧ ପ୍ରଭୃତି ଘଟଣାରେ ନାୟକ ଶ୍ରେଷ୍ଠ ପ୍ରଧାନ ନାୟକ ହୋଇଅଛନ୍ତି । ଅତଏବ କାବ୍ୟର ନାମକରଣ ‘ମଥୁରା ମଙ୍ଗଳ’ ହେବା ଯଥାର୍ଥ ହୋଇଛି ।
କେହି କେହି ଆଲୋଚକଙ୍କ ମତରେ ମଥୁରା ହେଉଛି ପୃଥିବୀର ପ୍ରତୀକ । ଗୀତାରେ କୁହାଯାଇଛି–
ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାଂ ।
ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ ।।
ସାଧୁଲୋକମାନଙ୍କୁ ପରିତ୍ରାଣ କରିବାପାଇଁ ଯୁଗେ ଯୁଗେ ଭଗବାନ ଅବତାର ଗ୍ରହଣ କରନ୍ତି । ଦୁଷ୍ଟ ଲୋକଙ୍କୁ ନିପାତ କରି ପୃଥିବୀରେ ଧର୍ମରାଜ୍ୟ ପ୍ରତିଷ୍ଠା କରିବା ହେଲା ତାଙ୍କର ଲକ୍ଷ୍ୟ । ଏହି କାବ୍ୟରେ ଦୁଷ୍ଟ ରାକ୍ଷସମାନଙ୍କୁ ହତ୍ୟା କରି ମଥୁରା ସ୍ଵରୂପ ପୃଥିବୀ କଲ୍ୟାଣ ସାଧନ କରାଯାଇଥିବାରୁ ‘ମଥୁରାମଙ୍ଗଳ’ ନାମକରଣପାଇଁ କବି ଆଗ୍ରହୀ ହେବା ସ୍ଵାଭାବିକ । କାରଣ ଏହି ପୃଥିବୀରେ ଅସୁରମାନଙ୍କ ଅତ୍ୟାଚାର ସହ୍ୟ ନ ପାରି ଦେବତାମାନେ ବିଚଳିତ ହୋଇପଡ଼ିଲେ ।
୨, ଅକ୍ରୁରଙ୍କ ଗୋପଯାତ୍ରାକାଳୀନ ଦୃଶ୍ୟ ବର୍ଣ୍ଣନା କର ।
କିମ୍ବା, ମଥୁରାମଙ୍ଗଳ କାବ୍ୟରେ ‘ଦ୍ବିତୀୟ ଛାନ୍ଦ’ର ବିଶେଷତ୍ଵ ସଂପର୍କରେ ଆଲୋଚନା କର ।
କିମ୍ବା, ଦ୍ଵିତୀୟ ଛାନ୍ଦରୁ ଅକ୍ରୁରଙ୍କ ଭାବାବେଗ ସଂପର୍କରେ ବିଚାର କର ।
ଊ. କଂସର ନିର୍ଦ୍ଦେଶରେ ଅକ୍ରୂର ମଥୁରାପୁରରୁ ରଥବାହୀ ଗୋପଗମନ କରିଛନ୍ତି । ଅକ୍ରୂର କଂସର ବିଶ୍ବସ୍ତ ଓ ବିଚକ୍ଷଣ ମନ୍ତ୍ରୀ ଓ ଡଗର । ଅକ୍ରୂର କଂସର ଯେପରି ବିଶ୍ୱସ୍ତ ସେହିପରି କୃଷ୍ଣଭକ୍ତ । କଂସର ପ୍ରତାପରେ ସେ ରାଜଭକ୍ତି ଭାବରେ ଥିଲେ ମଧ୍ୟ ସେ ଜାଣିଥିଲେ ଭଗବାନ ଦୁଷ୍ଟ ଦଳନ ପାଇଁ ଅବତାର ଗ୍ରହଣ କରିଛନ୍ତି । ସେ ମଥୁରାପୁରର ବନ୍ଦୀ ଗୃହରେ ଜନ୍ମନେଇ ଗୋପପୁରରେ ବଢୁଛନ୍ତି । ତାଙ୍କୁ ଆଣିବା ପାଇଁ ଏକ କଠିନ କାର୍ଯ୍ୟ କଂସ ତାଙ୍କ ଉପରେ ନ୍ୟସ୍ତ କରିଛି । ଏହା ତାଙ୍କ ମନରେ ଯେତିକି ଭାରାକ୍ରାନ୍ତ କରିଛି, ସେତିକି କୃଷ୍ଣ ଦର୍ଶନ ଭାବାବେଗ ବିହ୍ବଳିତ କରିଛି ।
ଚକ୍ଷୁ ବୁଜଇ ମନେ ଭେଦଇ ଗୋବିନ୍ଦ ଲୀଳାମାନ ଉଚ୍ଚ ଗର୍ଜଇ ବାତୁଳ ହୋଇ କ୍ଷଣକେ ଅଚେତନ ।
ଗୋପରେ ପହଞ୍ଚି ଅକ୍ରୂର ଶ୍ରୀକୃଷ୍ଣ ଏବଂ ବଳରାମଙ୍କୁ ଗୋଦହନ କରୁଥିବାର ଦେଖିଲେ । ଏହି ଅବସରରେ କବି ବଳରାମ ଓ ଶ୍ରୀକୃଷ୍ଣଙ୍କର ବେଶଭୂଷାଦି ବର୍ଣ୍ଣନା କରିଅଛନ୍ତି । ଅକ୍ରୂର ପ୍ରଥମେ ଗୋପ ବାଳକମାନଙ୍କ ମେଳରେ ବଳରାମ ଓ ଶ୍ରୀକୃଷ୍ଣଙ୍କୁ ଚିହ୍ନିପାରିଲେ ନାହିଁ । ତା’ପରେ ଶ୍ରୀକୃଷ୍ଣ ମାୟା ଅପହରଣ କରିବାରୁ ଅକ୍ରୂର ଶ୍ରୀକୃଷ୍ଣ ବଳାରାମଙ୍କୁ ଚିହ୍ନିପାରିଲେ ।
ଶ୍ରୀକୃଷ୍ଣ ଅକୃରଙ୍କୁ ସ୍ନେହରେ ଆଲିଙ୍ଗନ କଲେ ଏବଂ ତାଙ୍କୁ ସାଙ୍ଗରେ ଘେନି ଗୃହକୁ ଗଲେ । ଗୃହରେ ଶ୍ରୀକୃଷ୍ଣ ଅକୃରଙ୍କର ଚର୍ଚ୍ଚା କରିବା ପରେ ମଥୁରାର କୁଶଳ ସମାଚାର ପଚାରିଲେ ଏବଂ ଅକ୍ରୁରଙ୍କୁ ଗୋପପୁରକୁ ଆଗମନର କାରଣ ଜିଜ୍ଞାସା କଲେ । ଅକ୍ରୂର ଗୋପପୁରକୁ ଆସିବାର କାରଣ କହିଲେ ଓ ଶ୍ରୀକୃଷ୍ଣଙ୍କ ଆଦେଶରେ ଅକ୍ରୂର ନନ୍ଦଙ୍କୁ କଂସ ପ୍ରେରିତ ପତ୍ର ପ୍ରଦାନ କଲେ ।
କୃଷ୍ଣଙ୍କ କର୍ଷରେ କୁଣ୍ଡଳ, ତିଳ କୁସୁମପରି ନାସା, ଆକର୍ଶ ବିସ୍ତୃତ ଚକ୍ଷୁ, ଶିରରେ ମୟୂର ପୁଚ୍ଛ, ନୀଳଜୀମୂତ ବର୍ଷ, ପୀତ ବସନ, ଦ୍ରହାସ ବଦନ, ଡାଳିମ୍ବ ବୀଜ ପରି ଦାନ୍ତ, କଣ୍ଠରେ ନାନା ଆଭୂଷଣ, ବାହୁରେ ମଣିକଙ୍କଣ, ପାଦରେ ନୂପୁର, ମଣି ମୁକୁଟ, ଅଧର ସୁରଙ୍ଗ, ନାସାରେ ହେମ ବସଣୀ, କଟୀରେ ନୀଳପଟ, ଚରଣରେ ମଞ୍ଜୁର ପ୍ରଭୃତି ଆଭୂଷଣ ଓ ଦିବ୍ୟକାନ୍ତର ବର୍ଣ୍ଣନା ହୃଦୟସ୍ପର୍ଶୀ ।
ଏହା ବ୍ୟତୀତ ଅକ୍ରୂରଙ୍କୁ ଶ୍ରୀକୃଷ୍ଣଙ୍କର କୋଳାଗ୍ରତ, ଦାସବସ୍ଥଳ ଭାବର ପରିପ୍ରକାଶ, ଆତିଥ୍ୟ ଅତୀବ ମୁଗ୍ଧକର । ମଥୁରାମଙ୍ଗଳର ଦ୍ଵିତୀୟ ଛନ୍ଦର ବର୍ଣ୍ଣନା ହୃଦୟସ୍ପର୍ଶୀ ହୋଇଛି ।
No comments:
Post a Comment