web page for every book School , College , Engineering .

Wednesday, October 16, 2024

Maharam Rachana | Meher Sir

Mehersir.in Maharam odia essay | maharam odia Rachana | maharam essay in odia | ମହରମ ଓଡ଼ିଆ ରଚନ | maharam | odia Rachana | ମହରମ || maharam odia essay | maharam odia rachana | odia rachana | maharam odia essay maharam odia rachana ମହରମ odia | Maharam rachana | Maharam odia essay / maharam odia Rachana / maharam essay in odia / ମହରମ ଓଡ଼ିଆ ରଚନ / maharam / odia.


Maharam Rachana In Odia | Rajbooks.in


Maharam Odia Rachana | ମହରମ୍


ଉପକ୍ରମ 


ମହରମ୍ ଏକ ମୁସଲ୍‌ମାନ୍ ପର୍ବ। ଏହି ପର୍ବ ସାଧାରଣତଃ ମାର୍ଚ୍ଚ ମାସରେ ପଡ଼େ। ଏହି ପର୍ବ 'ଏକ ଶୋକସୂତିର ପର୍ବ। ମୁସଲମାନ୍‌ମାନେ ଏହି ପର୍ବ ପାଳନ କଲାବେଳେ ସେହି ଶୋକମୟ ସୂତିକୁ ଜାଗ୍ରତ କରି ଶୋକାର୍ଡ ହୋଇପଡ଼ନ୍ତି ।

ମହରମର ଉଦ୍ଭବ 


ଇସ୍ଲାମ୍ ଧର୍ମର ପ୍ରତିଷ୍ଠାତା ହଜରତ୍ ମହମ୍ମଦଙ୍କର ହାସାନ୍ ଓ ହୁସେନ୍ ନାମରେ ଦୁଇଜଣ ନାତି ଥିଲେ। ମହମ୍ମଦଙ୍କ ମୃତ୍ୟୁ ପରେ ହୁସେନ୍ ଓ ହାସାନ୍ ହଜରତ୍ ମହମ୍ମଦ୍‌ଙ୍କ ଉତ୍ତରାଧିକାରୀରୂପେ ମୁସଲ୍‌ମାନ୍ ଜଗତର ଖଲିଫା (ଧର୍ମଗୁରୁ) ହେଲେ। କିନ୍ତୁ ଡାମାସ୍କସ୍‌ର ଶାସକ ଅଜିଜ୍ ହଜରତ୍, ମହମ୍ମଦଙ୍କ ଏହି ଦୁଇ ନାତି ହାସାନ୍ ଓ ହୁସେନ୍‌ଙ୍କର ଏହି ଅଧିକାରକୁ ସ୍ଵୀକାର କଲେ ନାହିଁ। ଅଜିଜ୍ ଚକ୍ରାନ୍ତ କରି ହାସାନ୍‌ଙ୍କର ପ୍ରାଣ ନାଶ କଲେ। ହୁସେନ୍ ଥିଲେ ବଡ଼ ଧର୍ମ ପରାୟଣ। ସେ ଥିଲେ ଅତି ଉତ୍ତମ ବ୍ୟକ୍ତି। ତେଣୁ ସମସ୍ତେ ତାଙ୍କୁ ଶ୍ରଦ୍ଧା କରୁଥିଲେ। ହୁସେନ୍‌ଙ୍କୁ ହତ୍ୟା କରିବା ପାଇଁ ଅଜିକ୍ ବହୁ ବର୍ଷ ଧରି ହୁସେନ୍‌ଙ୍କ ବିରୋଧରେ ସଂଗ୍ରାମ କଲେ। ଅବଶେଷରେ ପରାଜିତ ହୋଇ ହୁସେନ୍ ପଳାୟନ କଲେ। ଅଜିଜ୍ ସୈନ୍ୟ ନେଇ ହୁସେନ୍‌ଙ୍କ ପଛରେ ଧାଇଁବାରେ ଲାଗିଲେ। ଅଜିକ୍‌ଙ୍କଦ୍ଵାରା ହୁସେନ୍ ବନ୍ଦୀ ହେଲେ। ଏହାର ଦଶ ଦିନ ପରେ ଅଜିଜ୍ ହୁସେନ୍‌ଙ୍କୁ ହତ୍ୟା କଲେ। ସେତେବେଳେ ମୁସଲ୍‌ମାନ୍‌ମାନଙ୍କ ପାଇଁ ଏହା ଥିଲା ମର୍ମାନ୍ତକ ବେଦନାର କାରଣ। ହୁସେନ୍‌ଙ୍କ ହତ୍ୟାରେ ସେମାନଙ୍କ ହୃଦୟ ଶୋକାଚ୍ଛନ୍ନ ହେଲା ଓ ଚକ୍ଷୁ ଲୋତକାର୍ଦ୍ର ହେଲା। ସେମାନେ ହୃଦୟ ବିକଳରେ କାନ୍ଦିବାରେ ଲାଗିଲେ। ସେହି ଶୋକର ସ୍ମୃତି ସ୍ଵରୂପ ମୁସଲମାନ୍‌ମାନେ ପ୍ରତ୍ୟେକ ବର୍ଷ ମହରମ ପର୍ବ ପାଳନ କରିଆସୁଛନ୍ତି।

ପାଳନ


ମହରମ ପର୍ବ ଦଶ ଦିନ ଧରି ପାଳିତ ହୁଏ। ଏହି ସମୟରେ ମୁସଲମାନ୍‌ମାନେ ଉପବାସ କରନ୍ତି ଓ ସେହି ଶୋକସ୍କୃତିକୁ ମନ ମଧ୍ୟରେ ଜାଗରୁକ୍ କରି ଶୋକାର୍ଦ୍ଧ ହୋଇପଡ଼ନ୍ତି। ଏହି ଦଶ ଦିନ ସେମାନେ ହୁସେନ୍‌ଙ୍କୁ ମନେପକେଇବା ସଙ୍ଗେ ସଙ୍ଗେ ଆଲ୍ଲାଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରନ୍ତି। ମହରମ୍ ପର୍ବ ବଡ଼ ପବିତ୍ର ମନୋଭାବରେ ପାଳିତ ହୁଏ । ହୁସେନ୍‌ଙ୍କ କବର ଉପରେ ଗୋଟିଏ ସ୍ମୃତିସୌଧ ନିର୍ମିତ ହୋଇଛି। ସେହି ସୋଧର ପ୍ରତୀକ ସ୍ଵରୂପ ସେମାନେ ତାଜିଆ ନିର୍ମାଣ କରନ୍ତି ଓ ସମବେତ ଭାବରେ ତାଜିଆ ନେଇ ସାହି ସାହି ବୁଲନ୍ତି। ସେଥ୍ ସହିତ ବାଡ଼ିଖେଳ ଓ ଶାରୀରିକ କୌଶଳମାନ ପ୍ରଦର୍ଶନ କରନ୍ତି। ପୂର୍ବେ ଜମିଦାରୀ ପ୍ରଥା ଥିଲାବେଳେ ମହରମ୍ଭରେ ମୁସଲମାନ୍‌ମାନେ ତାଜିଆ ନେଇ ସେମାନଙ୍କ ଜମିଦାରଙ୍କ ଗୃହ ସମ୍ମୁଖକୁ ଯାଉଥିଲେ ଓ ସେଠାରେ ବାଡ଼ିଖେଳ ଓ ଅଙ୍ଗକୌଶଳ ଦେଖାଉଥିଲେ। ମହରମପର୍ବ ଦଶ ଦିନରେ ଶେଷ ହୁଏ। ଦଶମ ଦିନ ସେମାନେ ତାଜିଆକୁ ବହନ କରିନେଇ ନଦୀ, ହ୍ରଦ ବା ପୁଷ୍କରିଣୀ ଆଦିରେ ଉକେଇଁ
ଦିଅନ୍ତି ।

ଏବେ ମହରମ୍ଭର ଏହି ଚିରାଚରିତ ପାଳନ ବିଧୂରେ ସ୍ଥାନ ବିଶେଷରେ କେତେକ ପରିବର୍ତ୍ତନ ଘଟିଛି। କଟକରେ ମହରମ୍ଭରେ ଏବେ ଆଉ ତାଜିଆ ବାହାରୁ ନାହିଁ କି ବାଡ଼ିଖେଳ ହେଉ ନାହିଁ। ଅଙ୍ଗକୌଶଳ ମଧ୍ୟ ପ୍ରଦର୍ଶିତ ହେଉ ନାହିଁ। କାରଣ କଟକର ମୁସଲମାନ ସମ୍ପ୍ରଦାୟ କହନ୍ତି ଯେ ଡାକିଆ ଓ ବାଡ଼ିଖେଳ ଆଦି ପ୍ରକୃତରେ ମହରମ୍ ପାଳନର ବିଧ୍ଵ ମଧ୍ଯରେ ନାହିଁ। କଟକରେ ଏହା ଦଶ ଦିନ ପାଳିତ ନ ହୋଇ ତିନି ଦିନରେ ପରିସମାପ୍ତ ହୁଏ।

ଶେଷ କଥା 


ମହରମ୍ ଏକ ପର୍ବ ହୋଇଥିଲେ ମଧ୍ୟ ଏଥିରେ ଆନନ୍ଦ ଉତ୍ସବ ପାଇଁ କ୍ଷେତ୍ର ନାହିଁ। ଧର୍ମଗୁରୁ ହୁସେନ୍‌ଙ୍କ ହତ୍ୟା ପାଇଁ ମୁସ୍‌ଲିମ୍ ଲୋକମାନଙ୍କ ହୃଦୟ କାନ୍ଦିଉଠେ ଓ ଆଖୁ ଅଶ୍ରୁଧାରା ବହିଯାଏ। ଧର୍ମଗୁରୁ ଖଲିଫା ଇମାମ୍ ହୁସେନ୍‌ଙ୍କୁ ଝୁରୁ ଝୁରୁ ସେମାନଙ୍କ ହୃଦୟ ଦରଦରେ ଭରିଯାଏ ।

No comments:

Post a Comment

Comments