web page for every book School , College , Engineering .

Tuesday, October 15, 2024

Jatiya Pataka odia rachana | Mehersir.in

Mehersir.in bharatiya jatiya pataka in odia || ଭାରତୀୟ ଜାତୀୟ ପତାକା ଓଡ଼ିଆ ରଚନା || jatiya pataka odia rachana | jatiya pataka essay in odia | jatiya pataka in odia | jatiya pataka |  bharatara jatiya pataka  || Jatiya pataka odia essay || our national flag || ama jatiya pataka odia rachana ||  our national flag ama jatiya pataka jatiya || National symbols of india gk questions in odia |

Jatiya Pataka odia rachana | Mehersir.in





ଭାରତୀୟ ଜାତୀୟ ପତାକା

ଉପକ୍ରମ 

 ପ୍ରତ୍ୟେକ ଦେଶ ତା’ର ଜାତୀୟ ପତାକାକୁ ଶ୍ରେଷ୍ଠ ସମ୍ମାନ ଦିଏ। ଭାରତର ମଧ୍ଯ ଜାତୀୟ ପତାକା ଅଛି। ଭାରତର ଏହି ଚିତ୍ର-ଶୋଭିତ ଆୟତାକାର ତ୍ରିରଙ୍ଗା ପତାକା ୧୯୪୭ ଖ୍ରୀଷ୍ଟାବ୍ଦ ଜୁଲାଇ ୨୨ ତାରିଖରେ ଭାରତର ଶାସନବିଧାୟକ ସଭାଦ୍ବାରା ଭାରତର ଜାତୀୟ ପତାକାରୂପେ ଗୃହୀତ ହୋଇଥିଲା।


ଭାରତୀୟ ଜାତୀୟ ପତାକାର ସ୍ବରୂପ 

ଭାରତର ଜାତୀୟ ପତାକା ହେଉଛି ଆଶୋକଚକ୍ର-ଶୋଭିତ ଆୟତାକାର ତ୍ରିରଙ୍ଗ ପତାକା। ପତାକାଟିର ଭାଗମାପ ହେଉଛି – ଲମ୍ବ ତିନି ଭାଗ ହେଲେ ଓସାର ଦୁଇଭାଗ। ଆଡ଼ ଦୀର୍ଘରେ ସମାନ୍ତର ଭାବରେ ତିନୋଟି ରଙ୍ଗର ସମବିସ୍ତାର ରହିଥିବାରୁ ପତାକାଟିକୁ ତ୍ରିରଙ୍ଗ ପତାକା ବୋଲି କୁହାଯାଏ। ପତାକାଟିର ସବା ଉପରେ ଅଂଶ ଗାଢ଼ କମଳା ରଙ୍ଗ, ମଝି ଅଂଶଟି ଧଳା ରଙ୍ଗ ଏବଂ ତଳ ଅଂଶଟି ଗାଢ଼ ଶାଗୁଆ ରଙ୍ଗ। ସମ୍ରାଟ୍ ଆଶୋକଙ୍କ ନିର୍ମିତ ଧର୍ମଚକ୍ରଭଳି ଗୋଟିଏ ଚକ୍ରଚିହ୍ନ ପତାକାର ଧଳା ଅଂଶର ମଝିରେ ଧଳା ଅଂଶର ଉପର ତଳ ସୀମାକୁ ଛୁଇଁ ରହିଅଛି। ଚକ୍ରଟିରେ ଚବିଶଟି ଅର ଅଛି। ଚକ୍ରଟିର ରଙ୍ଗ ଗାଢ଼ ନୀଳ।

( ଛାତ୍ରମାନେ ଖଣ୍ଡିଏ କାଗଜରେ ପତାକାଟି ଥରେ ଆଙ୍କିଲେ ମନେ ରଖିପାରିବେ ।)

ଭାରତୀୟ ଜାତୀୟ ପତାକାର ଭାବ

ଆମ ଜାତୀୟ ପତାକାର ଉପର ଅଂଶରେ ଥ‌ିବା ଗାଢ଼ କମଳା ରଙ୍ଗ ସାହସ ଓ ତ୍ୟାଗର ପ୍ରତୀକ ଅଟେ। ପତାକାର ମଝି ଅଂଶରେ ଥିବା ଧଳା ରଙ୍ଗ ସତ୍ୟ ଓ ଶାନ୍ତିର ପ୍ରତୀକ ଅଟେ। ପତାକାର ତଳ ଅଂଶରେ ଥ‌ିବା ଗାଢ଼ ଶାଗୁଆରଙ୍ଗ ବିଶ୍ଵାସ ଓ ବୀରତ୍ଵର ପ୍ରତୀକ ଅଟେ । ଚକ୍ରଚିହ୍ନଟି ଅଗ୍ରଗତି, ଉଦାରତା ଏବଂ ବିଶ୍ଵପ୍ରେମର ସୂଚନା ଦିଏ।

ଭାରତୀୟ ଜାତୀୟ ପତାକାର ବ୍ୟବହାର ବିଧ୍ଵ ଭାରତର ଜାତୀୟ ପତାକା ଯେପରି ବ୍ୟବହାର କରିବାକୁ ହେବ, ସେ ବିଷୟରେ ଭାରତ ସରକାର ଆଇନ୍ ବାନ୍ଧିଦେଇଛନ୍ତି। ଏହି ଆଇନ୍ ଭଙ୍ଗ କଲେ ବିଚାରାଳୟରେ ଦଣ୍ଡିତ ହେବାକୁ ପଡ଼େ। ଭାରତୀୟ ଜାତୀୟ ପତାକାର କେତୋଟି ପ୍ରଧାନ ପ୍ରଧାନ ବ୍ୟବହାର ବିଧ୍ ନିମ୍ନରେ ଦିଆଗଲା—

1 ଜାତୀୟ ପତାକାକୁ କେହି ନିଜ ଦେହରେ କିମ୍ବା କୌଣସି ଦ୍ରବ୍ୟରେ ଲଗାଇ ପାରିବେ ନାହିଁ।

2  ଅନ୍ୟ କୌଣସି ପତାକା ଜାତୀୟ ପତାକାର ଉପରେ କିମ୍ବା ଡାହାଣ ପାଖରେ ରହିପାରିବ ନାହିଁ। ପତାକାଗୁଡ଼ିକୁ ଯଦି ଏକାଧାଡ଼ିରେ ରହେ, ତେବେ ଅନ୍ୟ ପତାକାଗୁଡ଼ିକ ଜାତୀୟ ପତାକାର ବାମ ପାଖରେ ରହିବ ଏବଂ ଜାତୀୟ ପତାକାଟି ସେମାନଙ୍କଠାରୁ କିଛି ଊର୍ଦ୍ଧରେ ଉଡ଼ିବ।

3 ଜାତୀୟ ପତାକାକୁ ଯଦି ଝରକା ଫନ୍ଦରୁ ବା ଅନ୍ୟ କୌଣସି ସ୍ଥାନରୁ ତେରଛା ଭାବରେ ଉଡ଼ାଯାଏ, ତେବେ ପତାକାର ଗାଢ଼ କମଳାରଙ୍ଗ ଅଂଶଟି ପତାକାବାଡ଼ିର ଉପରିଭାଗକୁ ରହିବ।

4 ଶୋଭାଯାତ୍ରାରେ ଗଲାବେଳେ ଜାତୀୟ ପତାକାଟି ଶୋଭାଯାତ୍ରାର ଡାହାଣ ପଟକୁ ରହିବ। ଯଦି ଅନ୍ୟାନ୍ୟ ପତାକା ଏକଧାଡ଼ିରେ ରହନ୍ତି, ତେବେ ସେହି ଧାଡ଼ିର ମଝିରେ ଟିକିଏ ଆଗକୁ ଜାତୀୟ ପତାକା ରହିବ।

5 ସାଧାରଣତଃ ହାଇକୋର୍ଟ, ସେକ୍ରେଟେରିଏଟ୍, କମିଶନର୍ ଅଫିସ୍, କଲେକ୍‌ଟରେଟ୍, ଜେଲ୍ , ଜିଲ୍ଲାପରିଷଦ ଓ ମ୍ୟୁନିସିପାଲିଟି ଅଫିସ୍ କୋଠା ଉପରେ ଜାତୀୟ ପତାକା ଉଡ଼ାଯାଏ।

6 ସାଧାରଣତନ୍ତ୍ର ଦିବସ, ସ୍ଵାଧୀନତା ଦିବସ, ଗାନ୍ଧିଜୟନ୍ତୀ, ଜାତୀୟ ସପ୍ତାହ ଏବଂ ଜାତୀୟପର୍ବଗୁଡ଼ିକରେ ଜାତୀୟ ପତାକା ଉଡ଼ାଯାଏ। ସରକାରଙ୍କ ବିନା ଅନୁମତିରେ କୌଣସି ବ୍ୟବସାୟୀ ନିଜ ଜିନିଷର ଜାତୀୟ ପତାକାର ଚିହ୍ନ ଛାପିପାରିବେ ନାହିଁ।

ଏହାଛଡ଼ା ବିଦ୍ୟାଳୟରେ ଜାତୀୟ ପତାକାର ବ୍ୟବହାର ପାଇଁ କେତେକ ଅଧିକ ନିୟମ ଗ୍ରହଣ କରାଯାଇଛି।

ଶେଷ କଥା 

ଜାତୀୟ ପତାକାର ସମ୍ମାନରକ୍ଷା ପାଇଁ ନାନା ଦେଶର କେତେ କେତେ ବୀର ପ୍ରାଣବଳି ଦେଇଛନ୍ତି। ଆମ ଭାରତର ଜାତୀୟ ପତାକାର ସମ୍ମାନ ରକ୍ଷା ପାଇଁ ଆମ୍ଭମାନଙ୍କର ମଧ୍ୟ ପ୍ରାଣବଳି ଦେବାକୁ ପ୍ରସ୍ତୁତ ରହିବା ଉଚିତ। ଆମର ଜାତୀୟ ପତାକାର ଟେକ ବଜାୟ ରଖିବା ଦେଶର ପ୍ରତ୍ୟେକ ଲୋକ ଏବଂ ପ୍ରତ୍ୟେକ ଛାତ୍ରର କର୍ତ୍ତବ୍ୟ ଅଟେ । ଭାରତର ଉନ୍ମୁକ୍ତ ପତାକା ସମ୍ମୁଖରେ କୃତାଞ୍ଜଳିପୁଟରେ ଦଣ୍ଡାୟମାନ ହୋଇ ଆମ୍ଭେମାନେ ଏକତ୍ର ସମସ୍ତରରେ କହିବା —

“ ‘ ରାଷ୍ଟ୍ରୀୟ ପତାକା ପ୍ରତି ଏବଂ ଯେଉଁ ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ରର ଏହା ପ୍ରତୀକ, ସେହି ରାଷ୍ଟ୍ରପ୍ରତି ମୁଁ ଅନୁଗତ ରହିବି ବୋଲି ଶପଥ ଗ୍ରହଣ କରୁଅଛି।””



No comments:

Post a Comment

Comments