Class 6 janma bhumi question and answer | Janmabhumi question answer Class 6 | ଜନ୍ମଭୂମି ପ୍ରଶ୍ନ ଉତ୍ତର ପାଠ ୩ | class 6 odia chapter 3 janma bhumi question answer | 6 class mil odia chapter 3 question answer | janmabhumi question answer class 6th odia | mil poem 3 6 class poem 3 janmabhumi question answer | class 6 odia chapter 3 question answer | Class 6 odia book question answer | Class 6 Odia MBD | Mbd books for Class 6 Odia pdf free download | Class 6 Odia book PDF | Ama Sahitya class 6 odia book question answer | Class 6 odia book chapter 1 question answer | Class 6 odia chapter 1 question answer pdf | Class 6 odia chapter 2 question answer.
Class 6 janma bhumi question and answer
ଆସ ଜାଣିବା କେତୋଟି ନୂତନ ଶବ୍ଦ ଓ ତା’ର ଅର୍ଥ
ତୃଷା - ଶୋଷ
କାନନ - ଅରଣ୍ୟ, ବଣ
ପୃଷ୍ଠା - କାମନା
ସ୍ନିଗ୍ଧ - କୋମଳ, ଶାନ୍ତିଦାୟକ
ତୋରା – ସୁନ୍ଦର, ଉଜ୍ଜ୍ବଳ
ବିହଙ୍ଗମ – ପକ୍ଷୀ
ଯେହ୍ନେ – ଯେପରି
ଉଦୟ – ଆବିର୍ଭାବ, ଜାତ
ମେଣ୍ଟାଇବା - ପରିପୂରଣ କରିବା
ସ୍ଵଚ୍ଛ - ନିର୍ମଳ ସୌଦାମିନୀ - ବିଜୁଳି
ପିତୁଳା – ପ୍ରତିମା, କଣ୍ଢେଇ
ଅକ୍ଷୟ – ଯାହା କ୍ଷୟ ହୁଏ ନାହିଁ, ଶେଷ ହୁଏ ନାହିଁ
କୃତଘ୍ନ – ଯେ କୃତଜ୍ଞତା ସ୍ଵୀକାର କରେ ନାହିଁ, ଯେ ଉପକାର ମାନେ ନାହିଁ ।
୧ ଉତ୍ତର କୁହ :
(କ) ଆମେ ଯେଉଁ ଦେଶରେ ଜନ୍ମଲାଭ କରିଛୁ ତାହାକୁ କ'ଣ ବୋଲି କହିବା ?
ଉ: ଆମେ ଯେଉଁ ଦେଶରେ ଜନ୍ମ ଲାଭ କରିଛୁ ତାହାକୁ ଜନ୍ମଭୂମି ବୋଲି କହିବା ।
(ଖ) ଜୀବନ ଧାରଣ କରିବା ପାଇଁ ଜନ୍ମଭୂମି ଆମକୁ କ'ଣ ଦିଏ ?
ଉ: ଜୀବନ ଧାରଣ କରିବା ପାଇଁ ଜନ୍ମଭୂମି ଆମକୁ ଫଳ ଓ ଶସ୍ୟ ଦିଏ ।
(ଗ) ଜନ୍ମଭୂମି କାହା ସହିତ ତୁଳନୀୟ ?
ଉ : ଜନ୍ମଭୂମି ଜନନୀ ସହ ତୁଳନୀୟ ।
(ଘ) ପରିବାରରେ ଫୁଟିଲା ଫୁଲମାନେ କିଏ ?
ଉ : ପରିବାରରେ ଫୁଟିଲା ଫୁଲମାନେ ହେଉଛନ୍ତି ପିତା, ମାତା ଓ ଭାଇରଉଣୀମାନେ ।
() ମଣି ଓ ମୁକୁତା କେଉଁଠି ସାଇତା ହୋଇ ରହିଛି ?
(H-2014-15, 12017-18 (5)
ଉ : ଖଣିରେ ମଣି ଓ ସାଗରରେ ମୁକୁତା ସାଇତା ହୋଇ ରହିଛି ।
(ବ) ଜନ୍ମଭୂମି ପ୍ରତି ଆମର କି କର୍ତ୍ତବ୍ୟ ରହିଛି ?
JA-2015-16
ଉ : ଜନ୍ମଭୂମି ପ୍ରତି ଆମର ଆତ୍ମବଳିଦାନ ଦେବା ଭଳି ମହାନ କର୍ତ୍ତବ୍ୟ ରହିଛି । ଅର୍ଥାତ୍ ଜନ୍ମଭୂମି ଲାଗି ଶରୀରର ରକ୍ତବିନ୍ଦୁ ଦେବାର କର୍ରବ୍ୟ ରହିଛି ।
(ଛ) କେଉଁମାନଙ୍କ ନାମ ଲୋକମୁଖରେ କାଳେ କାଳେ ରହେ ?
[2017-18 (ସମିତି) ଉ: ଯେଉଁମାନେ ସ୍ବଦେଶ ମଙ୍ଗଳ ତଥା ଲୋକମାନଙ୍କର ହିତପାଇଁ ନିଜର ସୁଖ, ଶାନ୍ତି, ଘର ଓ ପରିବାର ଭୂଇଁ ତ୍ୟାଗ ସ୍ଵୀକାର କରନ୍ତି, ସେମାନଙ୍କ ନାମ ଲୋକମୁଖରେ କାଳେ କାଳେ ରହେ ।
୨। ତିନୋଟି ଏକ ଜାତୀୟ ଶବ୍ଦ ସହିତ ଯେଉଁ ଭିନ୍ନ ଜାତୀୟ ଶବ୍ଦଟି ଅଛି, ତାକୁ ବାଛି ଅଲଗା କର ।
(କ) ବାୟୁ, ପବନ, ଆନନ୍ଦ, ଅନିତ ।
ଉ: ଆନନ୍ଦ
(ଖ) ଜନନୀ, ମାତା, ମାଆ, ପିତା ।
ଉ : ପିତା
(ଗ) ରବି, କବି, ସୂର୍ଯ୍ୟ, ତପନ ।
ଉ : କବି
(ଘ) ବିହଗ, ନକ୍ଷତ୍ର, ବିହଙ୍ଗମ, ପକ୍ଷୀ ।
ଉ : ନକ୍ଷତ୍ର
() ବଣ, ଜଙ୍ଗଲ, ପର୍ବତ, କାନନ ।
ଉ : ପର୍ବତ
୩ ।ମନେପକାଇ କବିତାଂଶକୁ ପୂରଣ କର :
(କ) ସେ ହି ମୋର ଜନ୍ମଭୂମି ............. ସମାନ ।
ଉ : ଜନନୀ
(ଖ) ଯେ ଦେଶେ ଅଛନ୍ତି ମୋର ପ୍ରିୟ ........... |
ଉ : ପରିବାର
(ଗ) ସ୍ନେହର ପିତୁଳା ....... .... ସକଳେ ।
ଉ : ଭାଇ ଭଉଣୀ
(ଘ) ଅସଂଖ୍ୟ ନକ୍ଷତ୍ର ଶୋଭେ ସୁନୀଳ ...-------
ଉ : ଆକାଶେ
(ଙ) ଯେ ଦେଶ କାନନେ ଶୋଭେ ............
ଉ : କେତେ ତୋରା ଫୁଲ ।
୪। ସରଳ ଭାବରେ ଅର୍ଥ ବୁଝାଇ ଲେଖ :
(କ) ‘‘ସେହି ମୋର ଜନ୍ମଭୂମି ଜନନୀ ସମାନ ଧରାତଳେ କାହିଁ ଅଛି ତା ସମାନ ସ୍ଥାନ !”
“
ଉ : ସେହି ...... ସ୍ଥାନ ।’’
ଉକ୍ତ ପଦ୍ୟାଶଟି ‘ଆମ ସାହିତ୍ୟ’ ପୁସ୍ତକର ‘ଜନ୍ମଭୂମି’ କବିତାରୁ ଗୃହୀତ । ଏହି ପ୍ରସଙ୍ଗରେ କବି ପଦ୍ମଚରଣ ପଟ୍ଟନାୟକ ଜନ୍ମଭୂମିର ମହତ୍ତ୍ବ ବର୍ଣ୍ଣନା କରିଛନ୍ତି ।
କବି ପଦ୍ମଚରଣଙ୍କ ହୃଦୟରେ ଜନ୍ମଭୂମି ପ୍ରତି ସମ୍ମାନବୋଧ ଜାଗ୍ରତ ହୋଇଛି । ଯେଉଁ ଦେଶରେ ସେ ଜନ୍ମ ହୋଇଛନ୍ତି, ଯେଉଁ ଦେଶର ବାୟୁକୁ ସେ ତାଙ୍କର ନିଃଶ୍ବାସ ପ୍ରଶ୍ବାସରେ ଗ୍ରହଣ କରିଛନ୍ତି, ଯାହାର ସ୍ଵଚ୍ଛଜଳରେ ଶୋଷ ମେଣ୍ଟାଇଛନ୍ତି, ଯାହାର ଶସ୍ୟରେ ଜୀବନ ଧାରଣ କରିଛନ୍ତି, ଯାହାର ଛାତିରେ ସୁଖରେ ଖେଳି ବୁଲିଛନ୍ତି, ତାହାକୁ ସେ ନିଜର ଜନ୍ମଭୂମି ବୋଲି ଗ୍ରହଣ କରିଛନ୍ତି । ସେହି ଜନ୍ମଭୂମି ଓ ଜନନୀ ଉଭୟ ସମାନ । ସାରା ପୃଥିବୀରେ ତାହା ଭଳି କୌଣସି ସ୍ଥାନ ନାହିଁ ।
କବିଙ୍କର ବର୍ଣ୍ଣନାରେ ପ୍ରସଙ୍ଗଟି ପ୍ରଶଂସନୀୟ ।
(ଖ) ‘ତାହା ଲାଗି ଶରୀରର ରକ୍ତବିନ୍ଦୁ ଦାନ ଯେ ନକରେ କୃତଘ୍ନ ସେ ପଶୁର ସମାନ ।’’
ଉ : ‘‘ତାହା ଲାଗି............ ସମାନ ।’’
[2017-18 (ସମିତି), H-2013-14
ଉକ୍ତ କବିତାଂଶଟି ‘ଆମ ସାହିତ୍ୟ’ ବହିର ‘ଜନ୍ମଭୂମି’ ପଦ୍ୟରୁ ଗୃହୀତ । ଏହି ପ୍ରସଙ୍ଗରେ କବି ପଦ୍ମଚରଣ ପଟ୍ଟନାୟକ ଜନ୍ମଭୂମି ପ୍ରତି ବ୍ୟକ୍ତିର କର୍ତ୍ତବ୍ୟ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ।
ମନୁଷ୍ୟ ଯେଉଁ ଦେଶରେ ଜନ୍ମ ଗ୍ରହଣ କରେ, ଯାହାର ଅନୁଜଳ ଖାଇ ବଞ୍ଚିରହେ, ଯାହାର ନାମ ନେଇ ଧରାରେ ପରିଚିତ ହୁଏ, ଯାହାର ଗୌରବରେ ସୁଖ ପାଏ ଏବଂ ପତନରେ ଦୁଃଖ ପାଏ ସେ ହେଉଛି ତା’ର ଜନ୍ମଭୂମି । ଏହି ଜନ୍ମଭୂମି ହିଁ ଜନନୀ ସହିତ ସମାନ । ଦୂର ଦେଶରେ ଥାଇ ତାହାକୁ ସ୍ମରଣ କଲେ ଦୁଃଖରେ ମନ ଘାଣ୍ଟି ହୁଏ । ସେହି ଜନ୍ମଭୂମି ଲାଗି ଶରୀରର ରକ୍ତବିନ୍ଦୁ ଦାନ କରିବା ହେଉଛି ବ୍ୟକ୍ତିର କର୍ତ୍ତବ୍ୟ । ଏହା ଯେ ନକରେ ସେ କୃତଘ୍ନ ଏବଂ ପଶୁ ସହିତ ସମାନ ।
ପ୍ରସଙ୍ଗଟି ପ୍ରଶଂସନୀୟ ।
(ଗ) ‘‘ମୁଣ୍ଡଝାଳ ଗୋଡ଼େ ମାରି ସ୍ଵଦେଶ ମଙ୍ଗଳେ ଲେଖୁ ଯାଇଛନ୍ତି ନାମ ଅକ୍ଷୟ ଅକ୍ଷରେ ।’’
ଉ : ‘ମୁଣ୍ଡ ... ଅକ୍ଷରେ ।’’
[A-2015-16, 2018-19
ଉକ୍ତ ପଦ୍ୟାଶଟି ‘ଆମ ସାହିତ୍ୟ’ ବହିର ‘ଜନ୍ମଭୂମି’ କବିତାରୁ ଆନୀତ । ଏହି ପ୍ରସଙ୍ଗରେ କବି ପଦ୍ମଚରଣ ପଟ୍ଟନାୟକ ଦେଶର ମଙ୍ଗଳକାରୀ ମହାତ୍ମାମାନଙ୍କର ଅକ୍ଷୟ ଯଶ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ।
ଆମ ଦେଶର ଇତିହାସ ଦେଖିଲେ ଜଣାପଡ଼େ କେତେ କେତେ ବୀର ମହାବୀରମାନେ ଦେଶର ମଙ୍ଗଳ ଲାଗି ନିଜକୁ ଉତ୍ସର୍ଗ କରିଯାଇଛନ୍ତି । ସେମାନେ ନିଜର ସୁଖ, ଶାନ୍ତି, ଘର ଓ ପରିବାର ଭୁଲି ଲୋକମାନଙ୍କ ମଙ୍ଗଳପାଇଁ ଦ୍ବାରେ ଦ୍ବାରେ ବୁଲି ଭିକ୍ଷା ମାଗି ମୁଣ୍ଡ ଝାଳକୁ ଗୋଡ଼ରେ ମାରିଛନ୍ତି । ସେମାନଙ୍କର ତ୍ୟାଗ ଇତିହାସରେ ଅକ୍ଷୟ ଅକ୍ଷରରେ ଲେଖା ହୋଇ ରହିଛି । ସେହିମାନେ ହିଁ ଧନ୍ୟ ।
ପ୍ରସଙ୍ଗଟି ଶିକ୍ଷାମୂଳକ ।
୫। ବିଶେଷଣ ପଦଗୁଡ଼ିକ ଚିହ୍ନାଇ ଦିଅ :
ଦିଆଯାଇଥିବା ଶବ୍ଦ - ବିଶେଷଣ ପଦ
ସ୍ୱଚ୍ଛ ଜଳ - ସ୍ୱଚ୍ଛ
ପ୍ରିୟ ପରିବାର - ପ୍ରିୟ
ଦୟାମୟ ପିତା - ଦୟାମୟ
ଫୁଟିଲା ଫୁଲ - ଫୁଟିଲା
ସୁନୀଳ ଆକାଶ - ସୁନୀଳ
ନବ ଜଳଧର - ନବ
ତୋରା ଫୁଲ - ତୋରା
୬ । ଉତ୍ତର ଲେଖ :
(କ) ଜୀବନ ଧାରଣ ପାଇଁ କେଉଁ କେଉଁ ଜିନିଷ ଆମର ଅତି ତାର ଆବଶ୍ୟକ ?
ଉ : ଜୀବନ ଧାରଣ ପାଇଁ ଆମର ବାୟୁ, ତାପ, ଜଳ, ଫଳ ଓ ଶସ୍ୟ ଆବଶ୍ୟକ ।
(ଖ) ଜନ୍ମଭୂମି ଜନନୀ ସହିତ ସମାନ କାହିଁକି ?
ଉ : ଜନ୍ମଭୂମି ଜନନୀ ଭଳି ଆହାର ଓ ତା’ର ବକ୍ଷରେ ସ୍ନେହପୂର୍ଣ ସ୍ଥାନ ଦେଉଥିବାରୁ ସେ ଜନନୀ ସହିତ ସମାନ ।
(ଗ) ପରିବାରର କେଉଁମାନେ ଆମର ପ୍ରିୟ ?
ଉ : ପରିବାରର ପିତା, ମାତା, ଭାଇ ଓ ଭଉଣୀମାନେ ଆମର ପ୍ରିୟ ।
(ଘ) କାହାକୁ କବି କୃତଘ୍ନ ଓ ପଶୁର ସମାନ ବୋଲି କହିଛନ୍ତି ?
[2018-19
ଉ : ଯେଉଁ ବ୍ୟକ୍ତି ଦେଶ ତଥା ଜନ୍ମଭୂମି ଲାଗି ଶରୀରର ରକ୍ତବିନ୍ଦୁ ଦାନ କରେ ନାହିଁ, ତାହାକୁ କବି କୃତଘ୍ନ ଓ ପଶୁର ସମାନ ବୋଲି କହିଛନ୍ତି ।
(ଙ) ମହାପୁରୁଷମାନଙ୍କ ଜୀବନୀରୁ ଆମେ କି ଶିକ୍ଷା ପାଇ ?
[H-2013-14
ଉ : ମହାପୁରୁଷମାନଙ୍କ ଜୀବନୀରୁ ଆମେମାନେ ନିଜର ସ୍ଵାର୍ଥ ମୁଁ ତ ତ୍ୟାଗ କରି ସ୍ଵଦେଶ ମଙ୍ଗଳ ଲାଗି ଆତ୍ମବଳି ଦେବା ନିମିତ୍ତ ଶିକ୍ଷା ପାଉ ।
୭। ‘ସ୍ନେହର ପିତୁଳା’ ଭଳି ‘ପିତୁଳା’ ଶବ୍ଦ ପୂର୍ବରୁ ଆଉ କେଉଁ ଶବ୍ଦଟି ବ୍ୟବହାର କରି ହେବ ଭାବି ଲେଖ ।
ଉ : ‘ନୟନ ପିତୁଳା’ ।
୮। ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନରେ ଲେଖ :
(କ) ରବି ତାପ......
(ଶୋଭା ଧରେ, କିରଣ ବିତରେ, ବିଚରଣ କରେ)
ଉ : କିରଣ ବିତରେ
(ଖ) କାନନେ ଶୋଭେ କେତେ.........
(ବିହଙ୍ଗମ କୁଳ, ନବ ଜଳଧର, ତୋରା ଫୁଲ)
ଉ : ତୋରା ଫୁଲ
(ଗ) ଯାହାର ଗୌରବେ କେତେ
(ଶରୀର ଜୀବିତ, ପତନ ନିଶ୍ଚୟ, ସୁଖର ଉଦୟ)
ଉ : ସୁଖର ଉଦୟ
୯ ନିମ୍ନଲିଖୁତ ଶବ୍ଦଗୁଡ଼ିକର ଅର୍ଥ ପ୍ରକାଶ କରୁଥିବା କେଉଁ କେଉଁ ଶବ୍ଦ କବିତାରେ ବ୍ୟବହାର କରାଯାଇଛି ଖୋଜିକରି ଲେଖ :
ଦିଆଯାଇଥିବା ଶବ୍ଦ
କବିତାରେ ବ୍ୟବହାର - ହୋଇଥିବା ଶବ୍ଦ
ମେଘ - ଜଳଧର
ବିଜୁଳି - ସୌଦାମିନୀ
ଚଢ଼େଇ - ବିହଙ୍ଗମ
ତାରା - ନକ୍ଷତ୍ର
ପୃଥିବୀ - ଧରା
ନାତିଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧ କାହାକୁ କବି କୃତଘ୍ନ ଓ ପଶୁର ସମାନ ବୋଲି କହିଛନ୍ତି ?
(H-2014-15, 1A-2015-16
ଇ: ପ୍ରତ୍ୟେକ ମନୁଷ୍ୟ ପାଇଁ ତା’ର ଜନ୍ମଭୂମି ହେଉଛି ଜନନୀ ସହିତ ସମାନ । ଜନନୀ ଓ ଜନ୍ମଭୂମି ମଧ୍ୟରେ କୌଣସି ପାର୍ଥକ୍ୟ ଉପଲବ୍ଧି କରିହୁଏ ନାହିଁ । ତେଣୁ ସମସ୍ତେ ଜନ୍ମଭୂମି ନିକଟରେ କୃତଜ୍ଞତା ଜ୍ଞାପନ କରିବା ଉଚିତ । ଜନ୍ମଭୂମିର ଅନ୍ନଜଳ ଖାଇ ଆମର ଶରୀର ଜୀବିତ ରହିଛି । ଜନ୍ମଭୂମି ପାଇଁ ଆମେ ଧରଣୀରେ ନିଜର ପରିଚୟ ରଖୁଛୁ । ଜନ୍ମଭୂମିର ଗୌରବରେ ଆମର ଗୌରବ ଏବଂ ତା’ର ପତନରେ ଆମର ପତନ ହୁଏ । ଯେଉଁଠି ଯେତେ ଦୂରରେ ଥିଲେ ମଧ୍ୟ ଆମେ ଜନ୍ମଭୂମିକୁ ସ୍ମରଣ କରିବା ତାହା ଲାଗି ରକ୍ତଦାନ କରିବାକୁ ପ୍ରସ୍ତୁତ ରହିବା ଆବଶ୍ୟକ । ଯିଏ ଏହା ନକରେ ସେ କୃତଘ୍ନ ଏବଂ ପଶୁର ସମାନ ବୋଲି କବି କହିଛନ୍ତି ।
୨| ଜୀବନଧାରଣ ପାଇଁ କେଉଁ କେଉଁ ଜିନିଷ ଆମର ଅତି ଆବଶ୍ୟକ ?
ଉ : ମନୁଷ୍ୟ ଜନ୍ମ ଅତ୍ୟନ୍ତ ଦୁର୍ଲଭ ଜନ୍ମ । ଏହି ପବିତ୍ର ଜନ୍ମଭୂମିରେ ଆମେ ଜନ୍ମ ଲାଭକରି ନିଜକୁ ଧନ୍ୟ ମନେ କରିଥାଉ । ତେବେ ଏଠାରେ ଆମର ଜୀବନଧାରଣ ପାଇଁ କେତେଗୁଡ଼ିଏ ଜିନିଷ ଅତି ଆବଶ୍ୟକ । ଆମେ ନିଃଶ୍ବାସ ପ୍ରଶ୍ଵାସ ପାଇଁ ବାୟୁ ଆବଶ୍ୟକ କରୁ । ନଚେତ୍ ଜୀବନ ଧାରଣ ସମ୍ଭବ ହେବ ନାହିଁ । ନାନା ରୋଗ ପୀଡ଼ାରୁ ରକ୍ଷା ପାଇବା ପାଇଁ ସୂର୍ଯ୍ୟତାପ ଓ ତୃଷ୍ଣା ମେଣ୍ଟାଇବା ପାଇଁ ସ୍ୱଚ୍ଛ ଜଳ ଆବଶ୍ୟକ କରୁ । ସର୍ବୋପରି ଜୀବନଧାରଣ ପାଇଁ ଆମେ ଆବଶ୍ୟକ କରୁଥିବା ଫଳଶସ୍ୟ ଆମର ଏହି ଜନ୍ମଭୂମିରୁ ଆମେ ପାଇଥାଉ । ବାସ୍ତବିକ ବାୟୁ, ଜଳ, ତାପ ଓ ଶସ୍ୟ ଆମର ଜୀବନଧାରଣ ପାଇଁ ଏକାନ୍ତ ଆବଶ୍ୟକ ।
୩। ଜନ୍ମଭୂମି କବିତାରେ କବି ସାଥୀ ଓ ବନ୍ଧୁ ମାନଙ୍କ ସମ୍ପର୍କରେ କ'ଣ କହିଛନ୍ତି ?
ଉ : ଜାତୀୟବାଦୀ କବି ପଦ୍ମଚରଣଙ୍କ ମତରେ ଜନ୍ମଭୂମିର ମହତ୍ତ୍ଵ ସବୁଠାରୁ ଅଧିକ ଅଟେ । ଜନନୀ ଓ ଜନ୍ମଭୂମି ସମାନ । ଜନନୀର ସ୍ନେହ, ସରାଗ, ଆନନ୍ଦ ଓ ଅନୁରାଗ ଜନ୍ମଭୂମିଠାରୁ ମିଳିଥାଏ । ଜନ୍ମଭୂମିର ପବିତ୍ର କୋଳରେ ପରିବାରର ସମସ୍ତ ସୁଖ ମିଳିବା ସହିତ ସାଥୀ ଓ ବନ୍ଧୁମାନଙ୍କ ଆଦର ଲାଭ ହୋଇଥାଏ । ନନ୍ଦନକାନନରେ ନାନା ଜାତିର ଫୁଲ, ଫଳ, ବୃକ୍ଷଲତାଙ୍କର ଏକତ୍ର ବାସ ଭଳି ଏହି ଦେଶରେ ତଥା ଜନ୍ମଭୂମିରେ ଖେଳର ସାଥୀ ଓ ପ୍ରିୟ ବନ୍ଧୁଗଣଙ୍କର ସମାବେଶ ଘଟିଛି ।
୪। ‘ଜନ୍ମଭୂମି’ କବିତାରେ କବି କିପରି ଜନ୍ମଭୂମିର ମହତ୍ତ୍ବ ବର୍ଣ୍ଣନା କରିଛନ୍ତି ?
ଉ: କବି ପଦ୍ମଚରଣ ପଟ୍ଟନାୟକ ଜଣେ ଜାତୀୟବାଦୀ କବି ଭାବରେ ସୁପରିଚିତ । ଜନ୍ମଭୂମି ପ୍ରତି କବିଙ୍କର ମମତା ଅତୁଳନୀୟ । ତେଣୁ ସେ ଜନ୍ମଭୂମି କବିତାରେ ଜନ୍ମଭୂମିର ମହତ୍ତ୍ଵ ବର୍ଣ୍ଣନା କରିଛନ୍ତି ।
କବିଙ୍କ ବିଚାରରେ ଜନନୀ ଓ ଜନ୍ମଭୂମି ସମାନ । ଜନନୀ ଭଳି ଜନ୍ମଭୂମିର ଲାଳନ ପାଳନ ପୋଷଣର ତୁଳନା ନାହିଁ । ଜନ୍ମଭୂମିର ବାୟୁ ନିଃଶ୍ବାସ ପ୍ରଶ୍ଵାସ ରୂପେ ପ୍ରାଣରେ ପ୍ରବାହିତ । ଜନ୍ମଭୂମିର ସ୍ୱଚ୍ଛଜଳ ତୃଷ୍ଣା ମେଣ୍ଟାଏ, ଫଳ ଓ ଶସ୍ୟ ଜୀବନଧାରଣ କରିବାରେ ସହାୟକ ହୁଏ । ଗିରିବନ, ନଦ-ନଦୀ, ଅପୂର୍ବ ଶୋଭା ପ୍ରକାଶ କରେ । ଜନ୍ମଭୂମିର ଅମ୍ଳଜଳରେ ଜୀବିତ ପ୍ରତ୍ୟେକ ମନୁଷ୍ୟ ତା’ ପ୍ରତି କୃତଜ୍ଞତା ଜ୍ଞାପନ କରିବା ଉଚିତ ।
୫। ମହାପୁରୁଷମାନଙ୍କ ଜୀବନୀରୁ ଆମେ କି ଶିକ୍ଷାପାଇ ?
[2017-18 (ସମିତି)
ଉ : ମହାପୁରୁଷମାନେ ଏ ଜାତିର କର୍ଣ୍ଣଧାର । ସେମାନଙ୍କର ତ୍ୟାଗର କାହାଣୀ ଏ ଦେଶର ଇତିହାସରେ ଲିପିବଦ୍ଧ ହୋଇ ରହିଛି । ସେମାନେ ସ୍ଵଦେଶର ମଙ୍ଗଳପାଇଁ ନିଜକୁ ଉତ୍ସର୍ଗ କରି ଯାଇଛନ୍ତି । ନିଜର ସୁଖ ଶାନ୍ତି ଓ ପରିବାରକୁ ଭୁଲି ଭିକ୍ଷା ଝୁଲିଧରି ଦ୍ବାରେ ଦ୍ଵାରେ ବୁଲି ଭିକ୍ଷା ମାଗି ଲୋକମାନଙ୍କ ମଙ୍ଗଳ ସାଧନ କରିଯାଇଛନ୍ତି । ଆମ୍ଭେମାନେ ସେମାନଙ୍କ ଜୀବନୀରୁ ଏହିଭଳି ଦେଶପ୍ରେମ ଓ ଜାତିର ମଙ୍ଗଳ ପାଇଁ ଜୀବନ ଉତ୍ସର୍ଗ କରିବାର ଶିକ୍ଷାପାଉ ।
୬। ଆମ ଦେଶର ପରିବାରର ସୁଖ ସମୃଦ୍ଧି କିଭଳି ?
ଉ : ଆମ ଦେଶ ମହାନ । ଆମର ସଂସ୍କୃତି ସମୃଦ୍ଧ । ଆମର ପରିବାରର ସୁଖ ସମୃଦ୍ଧି ଅତୁଳନୀୟ । ଆମର ପ୍ରିୟ ପରିବାରରେ ପିତାମାତାଙ୍କର ଅମାପ ଦୟା ଓ ସ୍ନେହ ପ୍ରକାଶିତ ହୁଏ । ଭାଇଭଉଣୀଙ୍କର ଅନାବିଳ ସ୍ନେହ ଓ ମମତା ଝରିପଡ଼େ । ସମସ୍ତେ ସୁଶୋଭିତ ଉଦ୍ୟାନର ଫୁଟିଲା ଫୁଲପରି ପରିବାରରେ ଫୁଟି ଉଠୁଥାନ୍ତି । ସ୍ନେହ, ଶାନ୍ତି ଓ ସରାଗରେ ପରିବାର ପାଲଟିଯାଏ ବୈକୁଣ୍ଠପରି । ବାସ୍ତବିକ ଆମ ଦେଶର ପରିବାରର ସୁଖ ଓ ସମୃଦ୍ଧି ଅତ୍ୟନ୍ତ ମହାନ ।
୭। କେଉଁମାନଙ୍କ ନାମ ଅକ୍ଷୟ ଅକ୍ଷରରେ ଲିଖୁଡ ହୋଇଛି ?
ଉ : ଆମର ଏହି ପବିତ୍ର ଜନ୍ମଭୂମିରେ ମହା ମହାବୀରମାନେ ଜନ୍ମଗ୍ରହଣ କରି ଅସୀମ ତ୍ୟାଗ ସ୍ୱୀକାର କରିଯାଇଛନ୍ତି । ସେମାନେ ଯାବତୀୟ ଦୁଃଖକଷ୍ଟ ବରଣ କରି ସ୍ଵଦେଶ ମଙ୍ଗଳପାଇଁ ଆତ୍ମବଳି | ଦେଇଯାଇଛନ୍ତି । ସେମାନେ ଦ୍ଵାରେ ଦ୍ଵାରେ ବୁଲି ମୁଣ୍ଡଝାଳ ଗୋଡ଼ରେ ମାରି ଭିକ୍ଷାକରି ଲୋକମାନଙ୍କ ମଙ୍ଗଳ କରିଛନ୍ତି । ସେହିମାନଙ୍କ ନାମ ହିଁ ଇତିହାସରେ ଅକ୍ଷୟ ଅକ୍ଷରରେ ଲିଖୁତ ହୋଇଛି ।
୮। ଜନ୍ମଭୂମି ଜନନୀ ସହିତ ସମାନ କାହିଁକି ?
[H-2013-14, A-2015-16, 2018-19
ଉ : ଆମେ ଜନ୍ମଗ୍ରହଣ କରିଥିବା ଏହି ପବିତ୍ର ଜନ୍ମଭୂମିକୁ ଜନନୀ ସହିତ ସମାନ ବୋଲି ବିଚାର କରାଯାଇଛି । କାରଣ ଜନନୀର ସମସ୍ତ ସ୍ନେହ, ଲାଳିତ୍ୟ, ବାତ୍ସଲ୍ୟ ଓ ଜୀବନଧାରଣର ଉପାଦାନ ଆମେ ଜନ୍ମଭୂମି ନିକଟରୁ ପାଇଥାଉ । ପବିତ୍ର ଜନ୍ମଭୂମିର ବାୟୁ ଆମର ନିଃଶ୍ବାସ ପ୍ରଶ୍ବାସ ରୂପେ ଶରୀରରେ ପ୍ରବାହିତ ହୁଏ । ଜନ୍ମଭୂମିର ସ୍ଵଚ୍ଛ ଜଳଧାରା ଆମର ତୃଷ୍ଣା ମେଣ୍ଟାଏ । ଜନ୍ମଭୂମିର ଫଳ ଓ ଶସ୍ୟ ଆମର କ୍ଷୁଧା ନିବାରଣ କରେ । ଜନ୍ମଭୂମିର କୋମଳ କୋଳରେ ଆମେ ମହାଆନନ୍ଦରେ ବିଚରଣ କରୁ । ଜନନୀ ନିକଟରୁ ପାଉଥିବା ସମସ୍ତ ସମ୍ପଦ ଆମେ ଜନ୍ମଭୂମିରୁ ପାଉଥିବାରୁ ଜନ୍ମଭୂମି ଜନନୀ ସହିତ ସମାନ ।
୯ ଆମ ଦେଶର ଶ୍ରୀ ଓ ଶୋଭା କିପରି ପ୍ରକାଶିତ ହୋଇଥାଏ ?
ଉ : ଆମ ଦେଶ ମହାନ୍ତି । ଏହାର ନଦନଦୀ, ଗିରି, ବନ, ନିର୍ଝର ଅମ୍ବର ସବୁଠାରେ ଶ୍ରୀ ଓ ଶୋଭା ପରି ପ୍ରକାଶିତ ହୁଏ । ଆମ ଦେଶର ଗିରି ଓ ନଦୀରେ ଶୋଭା ପ୍ରକାଶିତ ହୁଏ । ଖଣି ମଧ୍ୟରେ ମଣି, ସାଗରରେ ମୁକ୍ତା, ସୁନୀଳ ଗଗନରେ ଅସଂଖ୍ୟ ନକ୍ଷତ୍ର ଶୋଭାପାଆନ୍ତି । ନୂଆ ମେଘ କୋଳରେ ବିଜୁଳିର ଝଟକ ଆମ ଦେଶର ଶୋଭା ପ୍ରକଟ କରେ । କାନନରେ ବିକଶିତ କୁସୁମ, ବିହଙ୍ଗମକୁଳଙ୍କ କଳରବ ଅପୂର୍ବ ଶ୍ରୀ ଓ ଶୋଭାରେ ଆମ ଦେଶକୁ ସମୃଦ୍ଧ କରେ ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧” କବି କାହାକୁ କୃତଘ୍ନ ବୋଲି କହିଛନ୍ତି ?
ଉ: ପ୍ରତ୍ୟେକ ମଣିଷ ଜନ୍ମଭୂମି ପ୍ରତି କୃତଜ୍ଞ ରହିବା ଉଚିତ । ଜନ୍ମଭୂମି ପାଇଁ ଶରୀରର ରକ୍ତବିନ୍ଦୁ ଦେବା ଲାଗି ପ୍ରସ୍ତୁତ ରହିବା ଉଚିତ । ଏହା ଯେଉଁ ଲୋକ ନ କରେ କବି ତାକୁ କୃତଘ୍ନ ବୋଲି କହିଛନ୍ତି ।
୨। କବି କାହାକୁ ଜନନୀ ସହିତ ସମାନ ବୋଲି କହିଛନ୍ତି ?
[2017-18 (0)
ଉ:: କବିଙ୍କ ହୃଦୟରେ ଜନ୍ମଭୂମି ପ୍ରତି ଅହେତୁକ ମମତା ରହିଛି । ତେଣୁ ସେ ଜନ୍ମଭୂମିକୁ ଜନନୀ ସହିତ ସମାନ ବୋଲି କହିଛନ୍ତି ।
୩। କବି କାହାକୁ ଦୟାମୟ ବୋଲି କହିଛନ୍ତି ?
ଉ: କବିଙ୍କ ପାଇଁ ପରିବାର ଅତ୍ୟନ୍ତ ପ୍ରିୟ ଅଟେ । ତେଣୁ ସେ ତାଙ୍କର ପିତା ଓ ମାତାଙ୍କୁ ଦୟାମୟ ବୋଲି କହିଛନ୍ତି ।
୪। କବିଙ୍କ ନିଃଶ୍ବାସ ପ୍ରଶ୍ବାସରେ କେଉଁ ଦେଶର ବାୟୁ ବହିବା କଥା ସେ କହିଛନ୍ତି ?
ଉ: କବି ଜଣେ ଜାତୀୟବାଦୀ । ସେ ଯେଉଁ ଦେଶରେ ଜନ୍ମଗ୍ରହଣ କରିଛନ୍ତି ଓ ବାସକରିଛନ୍ତି ସେହି ଦେଶର ବାୟୁ ତାଙ୍କର ନିଃଶ୍ବାସ ପ୍ରଶ୍ବାସରେ ବହିବା କଥା କବି କହିଛନ୍ତି ।
5. କବି କେଉଁଠାରେ ବିଚରଣ କରନ୍ତି ବୋଲି କହିଛନ୍ତି ?
ଉ : ଜନ୍ମଭୂମିର ପବିତ୍ର କୋଳ ଜନନୀର କୋଳ ଭଳି ଅତି ଆଦରର ସ୍ଥାନ । ତେଣୁ କବି ଜନ୍ମଭୂମିର ବକ୍ଷରେ ସର୍ବଦା ସୁଖରେ ବିଚରଣ କରନ୍ତି ବୋଲି କହିଛନ୍ତି ।
୬। କେଉଁମାନେ କଳ କଣ୍ଠରେ ଗୀତ ଗାଆନ୍ତି ?
ଉ: ଆମର ପବିତ୍ର ଜନ୍ମଭୂମିର କାନନର ଶୋଭା ଅତ୍ୟନ୍ତ ଚମତ୍କାର । ସେଠାରେ ବିହଙ୍ଗମକୁଳ ଜଳକଣ୍ଠରେ ଗୀତ ଗାଆନ୍ତି ।
7. କାହା ପାଇଁ ମନ ଘାଣ୍ଟି ହୁଏ ଏବଂ ଦୁଇନୟନ ଝୁରେ ?
ଉ: ମନୁଷ୍ୟର ଅତି ଆପଣାର ଓ ପ୍ରିୟତମ ହେଉଛି ତାହାର ଜନ୍ମଭୂମି | ଦୂର ଦେଶରେ ଥାଇ ତାହା କଥା ସ୍ମରଣ କଲେ ମନଘାଣ୍ଟି ହୁଏ ଏବଂ ଦୁଇନୟନ ଝୁରେ ।
8. କାହାର ଗୌରବରେ ସୁଖର ଉଦୟ ହୁଏ ?
ଉ: ଜନନୀ ଓ ଜନ୍ମଭୂମି ସମସ୍ତଙ୍କର ପ୍ରିୟ । ଜନ୍ମଭୂମିର ଅନ୍ନ ଜଳରେ ଶରୀର ଜୀବିତ ରହେ । ତାହାରି ଗୌରବରେ ସୁଖର ଉଦୟ ହୁଏ ।
୯। ପରିବାରର କେଉଁମାନେ ଆମର ପ୍ରିୟ ?
ଉ: ସମସ୍ତଙ୍କ ପାଇଁ ଅତି ଆପଣାର ହେଉଛି ପ୍ରିୟ ପରିବାର । ଏହି ପରିବାରରେ ଦୟାମୟ ପିତାମାତା ଓ ସ୍ନେହର ପିତୁଳା ଭାଇ ଭଉଣୀ ଆମର ପ୍ରିୟ ।
୧୦। ଫୁଟିଲା ଫୁଲ ପରି କେଉଁମାନେ ଶୋଭା ପାଆନ୍ତି ?
ଉ: ଆମର ପରିବାର ଅତ୍ୟନ୍ତ ସୁଖର ସ୍ଥଳ । ଏହି ପରିବାର ରୂପକ ଉଦ୍ୟାନରେ ଫୁଟିଲା ଫୁଲ ପରି ବାପା, ମା’ ଓ ଭାଇ ଭଉଣୀ ଶୋଭା ପାଆନ୍ତି |
୧୧। କେଉଁଥରେ ତୃଷା ମେଣ୍ଟେ ବୋଲି କବି କହିଛନ୍ତି ?
ଉ : ଜନ୍ମଭୂମି ଅତ୍ୟନ୍ତ ପବିତ୍ର ଓ ଜନନୀ ସହିତ ସମାନ । ତେଣୁ ଜନ୍ମଭୂମିର ସ୍ନିଗ୍ଧ ସ୍ଵଚ୍ଛ ଜଳରେ ତୃଷା ମେଣ୍ଟେ ବୋଲି କବି କହିଛନ୍ତି ।
- ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
1. କେଉଁମାନଙ୍କର ପିତାମାତା ଧନ୍ୟ ?
ଉ: ସ୍ବଦେଶ ମଙ୍ଗଳ ପାଇଁ ତ୍ୟାଗ ସ୍ଵୀକାର କରିଥିବା ମହାବୀରମାନଙ୍କର ପିତାମାତା ଧନ୍ୟ ।
2. କିପରି ତୃଷା ମେଣ୍ଟେ ?
ଉ : ଜନ୍ମଭୂମିର ସ୍ନିଗ୍ଧ ସ୍ଵଚ୍ଛ ଜଳରେ ତୃଷା ମେଣ୍ଟେ ।
୩ ଆମେ କାହାକୁ ଜନ୍ମଭୂମି ବୋଲି କହିବା ?
ଉ : ଆମେ ଯେଉଁ ଦେଶରେ ଜନ୍ମଲାଭ କରିଛୁ ତାହାକୁ ଜନ୍ମଭୂମି ବୋଲି କହିବା ।
୪। ଇତିହାସ ଖୋଲିଲେ କ’ଣ ଦେଖ୍ ହେବ ?
ଉ: ଇତିହାସ ଖୋଲିଲେ ମହାବୀରମାନଙ୍କର ସ୍ଵଦେଶ ମଙ୍ଗଳ ପାଇଁ ଆତୋତ୍ସର୍ଗର କାହାଣୀ ଦେଖୁହେବ ।
୫। କବି କେଉଁମାନଙ୍କୁ ସ୍ନେହର ପିତୁଳା ବୋଲି କହିଛନ୍ତି ?
ଉ: କବି ଭାଇ ଭଉଣୀମାନଙ୍କୁ ସ୍ନେହର ପିତୁଳା ବୋଲି କହିଛନ୍ତି ।
୬। ସୌଦାମିନୀ କାହା ସଙ୍ଗରେ ଭାସେ ?
ଉ: ନୂଆ ମେଘ ସଙ୍ଗରେ ସୌଦାମିନୀ ଭାସେ ।
୭। ଧରାତଳେ କାହା ସମାନ ସ୍ଥାନ ନାହିଁ ?
ଉ: ଧରାତଳେ ଜନ୍ମଭୂମି ସମାନ ସ୍ଥାନ ନାହିଁ ।
୮। ପଦ୍ମଚରଣ କିଭଳି କବି ଥିଲେ ?
ଉ: ପଦ୍ମଚରଣ ଜାତୀୟବାଦୀ କବି ଥିଲେ ।
୯। କେଉଁଠାରେ ଅସଂଖ୍ୟ ନକ୍ଷତ୍ର ଶୋଭାପାଏ ?
ଉ : ସୁନୀଳ ଆକାଶରେ ଅସଂଖ୍ୟ ନକ୍ଷତ୍ର ଶୋଭାପାଏ ।
୧୦। କବି କେଉଁଠାରେ ସୁଖରେ ବିଚରଣ କରନ୍ତି ?
ଉ: କବି ଜନ୍ମଭୂମିର ବକ୍ଷରେ ସର୍ବଦା ସୁଖରେ ବିଚରଣ କରନ୍ତି ।
୧୧। ଜନ୍ମଭୂମି କବିତାର କବି କିଏ ?
ଉ : ଜନ୍ମଭୂମି କବିତାର କବି ପଦ୍ମଚରଣ ପଟ୍ଟନାୟକ ।
୧୨। ପଦ୍ମଚରଣଙ୍କ ଦୁଇଖଣ୍ଡ ଗ୍ରନ୍ଥର ନାମ ଲେଖ ।
ଉ : ପଦ୍ମଚରଣଙ୍କ ଦୁଇଖଣ୍ଡ ଗ୍ରନ୍ଥ ହେଉଛି– ପଦ୍ମପାଖୁଡ଼ା, ଆଶାମଞ୍ଜରୀ ।
ସରଳାର୍ଥ
୧। ‘କାଳେ-କାଳେ ଲୋକମୁଖ ଘୋଷେ ତାଙ୍କ ନାମ, ଧନ୍ୟ ତାଙ୍କ ପିତାମାତା ଧନ୍ୟ ଜନ୍ମସ୍ଥାନ ।’’
ଉ : ‘‘କାଳେ-କାଳେ ... ... ... . ଜନ୍ମସ୍ଥାନ ।””
ଉକ୍ତ ପଦ୍ୟାଶଟି ‘ଜନ୍ମଭୂମି’ କବିତାରୁ ଆନୀତ । ଏଠାରେ କବି ପଦ୍ମଚରଣ ପଟ୍ଟନାୟକ ସ୍ଵଦେଶ ପ୍ରେମୀମାନେ କିଭଳି ଲୋକମୁଖରେ ଅମର ହୋଇଛନ୍ତି ତାହା ବର୍ଣ୍ଣନା କରିଛନ୍ତି ।
ଆମର ଏହି ପବିତ୍ର ଜନ୍ମଭୂମି ଜନନୀ ସହିତ ସମାନ । ଏହାର ଅତୀତ ଇତିହାସ ମହାନ । ଏହି ଜନ୍ମମାଟିରେ ଜନ୍ମଗ୍ରହଣ କରିଥିବା କେତେ କେତେ ମହାବୀର ଦେଶର ମଙ୍ଗଳ ପାଇଁ ଅସୀମ ତ୍ୟାଗ ସ୍ୱୀକାର କରିଛନ୍ତି । ସେମାନଙ୍କର ଲୋକ ମଙ୍ଗଳକର କାର୍ଯ୍ୟ ପାଇଁ ସେମାନେ ଅମର ହୋଇ ରହିଛନ୍ତି । କାଳେ କାଳେ ମଧ୍ୟ ଲୋକମୁଖରେ ସେମାନଙ୍କ ନାମ ଘୋଷିତ ହେବ । ସେମାନଙ୍କର ପିତାମାତା ଧନ୍ୟ ଏବଂ ଜନ୍ମସ୍ଥାନ ଧନ୍ୟ । ପ୍ରସଙ୍ଗଟି ପ୍ରଣିଧାନଯୋଗ୍ୟ ।
୨ ‘ ଅସଂଖ୍ୟ ନକ୍ଷତ୍ର ଶୋଭେ ସୁନୀଳ ଆକାଶେ,
ନବ ଜଳଧର ସଙ୍ଗେ ସୌଦାମିନୀ ଭାସେ ।''
ଉ : ‘ ଅସଂଖ୍ୟ ... ... ... ... ଭାସେ ।"’ ଶଂସିତ ପଦ୍ୟାଶଟି ‘ଜନ୍ମଭୂମି’ କବିତାରୁ ଆନୀତ । ଏଠାରେ କବି ପଦ୍ମଚରଣ ପଟ୍ଟନାୟକ ଜନ୍ମଭୂମିର ଶୋଭା ବିଷୟରେ ବର୍ଣ୍ଣନା କରିଛନ୍ତି ।
କବିଙ୍କ ବର୍ଣ୍ଣନାରେ ଆମର ଏହି ପବିତ୍ର ଜନ୍ମଭୂମି ଅନନ୍ତ ଶୋଭାର ଆଧାର । ଏହା ଶୋଭା ସମ୍ପଦରେ ପରିପୂର୍ଣ୍ଣ । ଏ ଦେଶର ଗିରି ନଦୀ ଅନେକ ଶୋଭାର ପରିପ୍ରକାଶ କରେ । ଏଠାରେ ଖଣି ମଧ୍ୟରେ ମଣି ଶୋଭାପାଏ, ସାଗରରେ ମୁକ୍ତା ଶୋଭାପାଏ, ସୁନୀଳ ଆକାଶରେ ଅସଂଖ୍ୟ ନକ୍ଷତ୍ର ଶୋଭାଯାଏ ଏବଂ ନୂଆ ମେଘ କୋଳରେ ବିଜୁଳିର ଆଭା ଉଦ୍ଭାସିତ ହୋଇଉଠେ ।
ପ୍ରସଙ୍ଗଟି କବିଙ୍କର ସୌନ୍ଦର୍ଯ୍ୟ ଚିନ୍ତାର ପରିଚୟ ଦିଏ ।
୩ “ସାର ଫଳ ଶସ୍ୟ କରେ ଜୀବନ ଧାରଣ,
ଯାଇ ବକ୍ଷେ ସଦାସୁଖେ କରେ ବିଚରଣ ।”
ସାର ଫଳ :.... ବିଚରଣ ।
ଶଂସିତ ପଦ୍ୟାଶଟି ‘ଜନ୍ମଭୂମି’ ଶୀର୍ଷକ କବିତାରୁ ଗୃହୀତ ।ଉକ୍ତ ପ୍ରସଙ୍ଗରେ କବି ପଦ୍ମଚରଣ ପଟ୍ଟନାୟକ ଜନ୍ମଭୂମି ପ୍ରତି ନିଜର ମମତା ପ୍ରକାଶ କରିଛନ୍ତି ।
କବି ଯେଉଁ ଦେଶରେ ଜନ୍ମଗ୍ରହଣ କରିଛନ୍ତି, ଯେଉଁ ଦେଶରେ ବାସ କରିଛନ୍ତି, ସେହି ଦେଶର ବାୟୁ ତାଙ୍କର ନିଃଶ୍ବାସ ପ୍ରଶ୍ବାସରେ ପ୍ରବାହିତ ହେଉଛନ୍ତି ବୋଲି କହିଛନ୍ତି । ଯେଉଁ ଦେଶର ସୂର୍ଯ୍ୟ ତାପ ବିତରଣ କରନ୍ତି, ଯେଉଁ ଦେଶର ସ୍ୱଚ୍ଛଜଳ ତାଙ୍କର ତୃଷ୍ଣା ମେଣ୍ଟାଏ, ଯାହାର ଶସ୍ୟଦ୍ୱାରା ସେ ଜୀବନ ଧାରଣ କରିଛନ୍ତି, ଯାହାର ବକ୍ଷରେ ସର୍ବଦା ସୁଖରେ ବିତରଣ କରନ୍ତି ସେହି ହେଉଛି କବିଙ୍କର ଜନ୍ମଭୂମି ବୋଲି ସେ କହିଛନ୍ତି । ପ୍ରସଙ୍ଗଟି ମନଛୁଆଁ ।
୪। ‘ଯାହାର ଗୌରବେ କେତେ ସୁଖର ଉଦୟ,
ଯାହାର ପତନେ ହୁଏ ପତନ ନିଶ୍ଚୟ ।””
ଢ : ‘‘ଯାହାର ...............ନିଶ୍ଚୟ ।””
ଉକ୍ତ ପଦ୍ୟାଶଟି ‘ଜନ୍ମଭୂମି’ କବିତାରୁ ଆନୀତ । ଏଠାରେ କବି ପଦ୍ମଚରଣ ପଟ୍ଟନାୟକ ଜନ୍ମଭୂମିର ବୈଶିଷ୍ଟ୍ୟ ବର୍ଣ୍ଣନା କରିଛନ୍ତି ।
କବିଙ୍କ ବର୍ଣ୍ଣନାରେ ଆମେ ଯେଉଁ ପବିତ୍ର ଦେଶରେ ଜନ୍ମ ଗ୍ରହଣ କରିଛୁ ସେ ହେଉଛି ଆମର ଜନ୍ମଭୂମି । ଜନ୍ମଭୂମି ଓ ଜନନୀ ଉଭୟ ସମାନ । ଆମେ ସେହି ଜନ୍ମଭୂମିର ଅନୁଜନ ଖାଇ ବନ୍ଧୁ ରହିଛୁ । ସେହି ଜନ୍ମଭୂମି ପାଇଁ ପୃଥିବୀରେ ଆମର ପରିଚୟ ସୃଷ୍ଟି ହୋଇଛି । ତାହାରି ଗୌରବରେ ଆମର ସୁଖର ଉଦୟ ହୋଇଛି ଏବଂ ତାହାରି ପଡନରେ ଆମର ପତନ ହେବା ସୁନିଶ୍ଚିତ । ତେଣୁ ଆମେ ଜନ୍ମଭୂମି ପାଇଁ କର୍ତ୍ତବ୍ୟ ପ୍ରାଣ ହେବାକୁ ପଡ଼ିବ । ଆୟୋତ୍ସର୍ଗ କରିବାକୁ ହେବ ।
ପ୍ରସଙ୍ଗଟି ଶିକ୍ଷଣୀୟ ।
No comments:
Post a Comment