web page for every book School , College , Engineering .

Wednesday, October 16, 2024

Holi Rachana | Meher sir

Mehersir.in  Odia essay holi | ଓଡ଼ିଆ ରଚନା ହୋଲି | holi odia essay || holi parba | odia new essay rachana | odia essay holi odia rachana odia  ହୋଲି | Holi Rachana in Odia | dola purnima odia essay (Dola Yatra rachana) | 20 Lines Essay On Holi | Essay on Holi in Odia | 10 lines holi essay in odia | holi odia essay | holi parba odia rachana | Holi essay in odia pdf | Holi essay in odia for class 7 | Holi essay in odia for class 4 | Holi essay in odia for class 6 | Holi essay in odia for class 5 | Holi essay in odia 10 lines | Holi essay in odia for class 3 | Holi in Odia.

Holi Rachana In Odia | Rajbooks.in

Holi Odia Rachana

ହୋଲି

ଉପକ୍ରମ 

ହୋଲି ଗୋଟିଏ ହିନ୍ଦୁ ପର୍ବ। ଏହା ସାଧାରଣତଃ ମାର୍ଚ୍ଚ ମାସ ମଧ୍ୟରେ ପଡ଼େ। ହୋଲିକା ନାମ୍ନୀ ରାକ୍ଷସୀ କୃଷ୍ଣଙ୍କଦ୍ବାରା ଏହି ଦିନ ମରାହୋଇଥିଲା। ସେହି କଥା ମନେରଖିବା ପାଇଁ ଏହି ଦିବସଟି ପାଳନ କରାଯାଏ ।

ଉତ୍ସବ ପାଳନ 

ହୋଲି ଏକ ବଡ଼ ଆନନ୍ଦର ଦିନ। ଏହି ଉତ୍ସବକୁ ଆମ୍ଭେମାନେ ଦୋଳଯାତ୍ରା ବୋଲି ମଧ୍ୟ କହୁ। କାରଣ ଗ୍ରାମେ ଗ୍ରାମେ ଲୋକମାନେ ଗାଁ ଠାକୁରଙ୍କୁ ଦୋଳ ରେ ବସାଇ ବୁଲନ୍ତି ଏବଂ ଦୋଳ ଟିକୁ ଭଲଭାବରେ ସଜାର ଦେଇଥାଆନ୍ତି। ବିଶେଷତଃ ନୂଆ ଫଳୁଥିବା ଆୟପେନ୍ଥାମାନ ବିମାନ ଦେହରେ ଝୁଲି ବଡ଼ ସୁନ୍ଦର ଦେଖାଯାଉଥାଏ। ଝାଞ୍ଜ, ମୃଦଙ୍ଗ, କରତାଳରେ ଗାଁ ଦାଣ୍ଡ ଫାଟିପଡୁଥାଏ । ଦୋଳଯାତ୍ରାର ଶେଷ ଦିନଟିକୁ ହୋଲି କୁହାଯାଏ । ସେଦିନ ହୋରିଖେଳ ହୁଏ। ସେଦିନ ସମସ୍ତେ ସମସ୍ତଙ୍କୁ ରଙ୍ଗପାଣି ଫୋପାଡ଼ନ୍ତି। ପିଚକାରିରେ ରଙ୍ଗପାଣି ମାରି ଲୁଗାପଟାସବୁ ଲାଲ କରିଦିଅନ୍ତି। ସମସ୍ତେ ସମସ୍ତଙ୍କର ଦେହରେ ଫଗୁ ବା ଅବିର ବୋଳନ୍ତି। ପୁରୁଷମାନେ ଏହି ଖେଳ ପୁରୁଷମାନଙ୍କ ସହିତ ଖେଳନ୍ତି। ସ୍ତ୍ରୀ ଲୋକମାନଙ୍କ ମଧ୍ୟରେ ଏ ସବୁ ବେଶି ପ୍ରଚଳିତ ନାହିଁ। ପୁରୁଷମାନେ ମଧ୍ୟ ସେମାନଙ୍କୁ ରଙ୍ଗପାଣି ଫୋପାଡ଼ିବା କିମ୍ବା ଅବିର ପ୍ରୟୋଗ କରିବାର ବିଧ୍-ନିର୍ଦ୍ଦେଶ ନାହିଁ। ପୂର୍ଣ୍ଣିମା ଦିନ ଗାଁ-ମୁଣ୍ଡରେ ସବୁ ବିମାନ ଏକାଠି ହୋଇ ପୂଜା ପାଆନ୍ତି। ଏହାକୁ ହରିହର ଭେଟ ବୋଲି କୁହାଯାଏ। ତାହାପରେ ଠାକୁରମାନଙ୍କୁ   ନିଜ ନିଜ ଦେଉଳକୁ ନିଆଯାଏ ।

ମୁଁ ଏହି ଉତ୍ସବକୁ କିପରି ପାଳିଥିଲି 

 ଏ ବର୍ଷ ହୋଲି ପର୍ବ ମୁଁ କଟକରେ ପାଳିଥିଲି। ସେତେବେଳେ ମୁଁ କଟକର ଅଲିଶା ବଜାରରେ ରହୁଥିଲି। ସେଠାରେ ଆମର ଠାକୁଗ ଥିଲେ। ଆମେସବୁ ଠାକୁରଙ୍କୁ ବିମାନରେ ବସାଇ ସାଇ ସାଇ ବୁଲିଲୁ। ସମସ୍ତଙ୍କ ଘରୁ ଠାକୁରଙ୍କୁ ଭୋଗ ମିଳିଲା। ଗଡ଼ଗଡ଼ିଆ ଘାଟଠାରେ ସବୁ ବିମାନ ଏକାଠି ହେଲେ। ଠାକୁରଙ୍କୁ ମନ୍ଦିର ଭିତରକୁ ନିଆଗଲା । ପରେ ଆମେସବୁ ହୋରିଖେଳରେ ମାତିଲୁ। ଅବିର ବୋଳାବୋଳି ହେଲୁ ଓ ରଙ୍ଗପାଣି ଫୋପଡ଼ା ଫୋପଡ଼ି ହେଲୁ। ମୋ ଗୋଡ଼ଠାରୁ ମୁଣ୍ଡପର୍ଯ୍ୟନ୍ତ ଅବିର ଓ ରଙ୍ଗପାଣିରେ ଲାଲ୍ ହୋଇଯାଇଥିଲା ।

ଶେଷ କଥା

ହୋଲି ଗୋଟିଏ ଆନନ୍ଦଦାୟକ ପର୍ବ। ଏହି 'ପର୍ବ ପରେ ପରେ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଯାଏ। ହୋଲିର ଆନନ୍ଦ ଭିତରେ କେତେକ ଦୁର୍ଘଟଣା ଘଟେ। ରଙ୍ଗପାଣି ଫୋପଡ଼ାଯୋଗୁ ଠାଏ ଠାଏ କଳି ଓ ମାରପିଟ୍ ଲାଗିଯାଏ ; ତେଣୁ ଅନିଚ୍ଛୁକ ଲୋକ ଉପରେ ଆମର ରଙ୍ଗପାଣି ପକେଇବା ଉଚିତ ନୁହେଁ; କେବଳ ଇଚ୍ଛୁକ ଲୋକମାନଙ୍କ ଭିତରେ ହୋରି ଖେଳକୁ ସୀମାବଦ୍ଧ ରଖିବା ଉଚିତ।

No comments:

Post a Comment

Comments