web page for every book School , College , Engineering .

Wednesday, October 16, 2024

Hemanta rutu rachana | Meher Sir

Mehersir.in ହେମନ୍ତ ଋତୁ ଓଡ଼ିଆ ରଚନା / Odia Essay on Dew Season / Odia Rachana Hemanta Rutu Hemanta rutu odia rachana | ହେମନ୍ତ ଋତୁ ରଚନା | dew season essay in odia | Dew season hemantha rutu odia rachana || odia essay hemanta rutu || due season odia essay || ହେମନ୍ତ ୠତୁ ହେମନ୍ତ ଋତୁ | ଓଡ଼ିଆ ପ୍ରବନ୍ଧ | Odia Rachana | Hemanta rutu | odia Hemanta Rutu Rachana Hemanta Rutu essay writing 10 Lines Odia essay on Dew Season Hemanta Rutu Odia Rachana Hemanta rutu ।Pre Winter season ।Odia essay । Odia rachana ।Essay Writing । Odia medium .



Hemanta Rutu Rachana ( ହେମନ୍ତ ଋତୁ ) - Rajbooks.in


ହେମନ୍ତଋତୁ


ଉପକ୍ରମ

କାର୍ତ୍ତିକ ଓ ମାର୍ଗଶିର ମାସରେ ହେମନ୍ତଋତୁ ରାଜପଣ କରେ। ଏହି ଋତୁରେ ରାତ୍ରକାଳରେ ବହୁତ କାକର ପଡ଼ି ଚାରିଆଡ଼ ହେମାଳ ହୋଇଯାଏ ; ତେଣୁ ହେମନ୍ତଋତୁକୁ ଲକ୍ଷ୍ୟକରି କବି ମଧୁସୂଦନ ରାଓ ଲେଖିଛନ୍ତି—


“ ହିମେ କାର୍ତ୍ତିକ, ମାର୍ଗଶିର ରାତିରେ ପଡ଼ଇ ଶିଶିର।’’


ହେମନ୍ତଋତୁର ପ୍ରକୃତି


 ହେମନ୍ତଋତୁରେ ରାତ୍ରିକାଳରେ ପ୍ରଚୁର ଶିଶିରପାତ ହୁଏ। ଉତ୍ତର ଦିଗରୁ ହେମାଳ ପବନ ବହିବାରେ ଲାଗେ ; ତେଣୁ ମଣିଷ ଓ ଅନ୍ୟାନ୍ୟ ପ୍ରାଣୀ ହେମାଳରେ ଥରନ୍ତି। ଲୋକମାନେ ହେମାଳରୁ ରକ୍ଷା ପାଇବା ପାଇଁ ଦେହରେ ଚାଦର ଘୋଡ଼େଇ ହୁଅନ୍ତି। ଏହି ଋତୁରେ ମଣିଷମାନେ କାଶ, ସର୍ଦ୍ଦିରେ ପଡ଼ନ୍ତି। ଏହି ରୋଗରେ ବୁଢ଼ାବୁଢ଼ୀ ଓ ଛୋଟ ପିଲାମାନେ ବହୁତ କଷ୍ଟ ପା’ନ୍ତି। କାକର ପଡ଼ିବା ଫଳରେ ପଦ୍ମଫୁଲସବୁ ପୋଡ଼ିଯାଏ ; ତେଣୁ ପୁଷ୍କରିଣୀଗୁଡ଼ିକରେ ପଦ୍ମଫୁଲସବୁ ଅଦୃଶ୍ୟ ହୁଅନ୍ତି। ପଦ୍ମଫୁଲ ସ୍ଥାନରେ ଅସଂଖ୍ୟ ନୀଳକଇଁ ଫୁଟି ଦର୍ଶକର ଚିତ୍ତକୁ ହରଣ କରେ। ହେମନ୍ତଋତୁରେ ଧାନ ପାଚିଯାଇଥାଏ। ପାଚିଲା ଧାନରେ ବିଲସବୁ ସୁନ୍ଦର ଦେଖାଯାଉଥାଏ। ନାନାଜାତିର ଧାନଖିଆ ଚଢ଼େଇ କାହ୍ନୁ କାହୁଁ ଉଡ଼ିଆସି ଧାନବିଲରେ ପଡ଼ିଥା’ନ୍ତି। ସେମାନଙ୍କର କଳଧ୍ଵନିରେ ଧାନକ୍ଷେତ ପୂରିଉଠେ। ରାତ୍ରିକାଳରେ ଜଙ୍ଗଲ ନିକଟରେ ଥିବା ଧାନକ୍ଷେତକୁ ହାତୀ, ବାର୍‌ହା ଓ ହରିଣମାନେ ଗଡ଼ି ଫସଲ ଖାଇଯା’ନ୍ତି ; ତେଣୁ ଚାଷୀ ରାତିସାରା ଅନିଦ୍ରାରହି ନାନା ଶବ୍ଦ କରି ଓ ନିଆଁହୁଳା ଜାଳି ସେମାନଙ୍କୁ ତଡ଼ିବାରେ ଲାଗିଥାଏ। ଏହି ଋତୁରେ ଚାରିଆଡ଼େ ଧାନକଟା ଆରମ୍ଭ ହୋଇଯାଏ। ଚାଷୀମାନେ ଆନନ୍ଦରେ ଧାନ କାଟିବାରେ ଲାଗିଯା’ନ୍ତି। ଏମାନଙ୍କୁ ଦେଖି କବି ମଧୁସୂଦନ ରାଓ ଲେଖିଛନ୍ତି—

 ‘‘ପଦ୍ମଶାଳିପୂର୍ଣ କେଦାର ଦେଖିଣ କୃଷକଗଣ, ଗୀତ ଗାଇ ଶସ୍ୟ କାଟନ୍ତି ଅତି ହରଷ ମନ।’ 

କୃଷକମାନେ ଏହି ଋତୁରେ ଧାନ କାଟନ୍ତି ; ଧାନହଳାଗୁଡ଼ିକୁ ଭାରରେ ଖଳାକୁ ବୋହିଆଣନ୍ତି। ସେଠାରେ ମେରିଖୁମ୍ବ ଦେହରେ ବଳଦ ଯୋଚି ବେଙ୍ଗଳା ପକାନ୍ତି। ଏହି ଦୃଶ୍ୟରେ ମୁଗ୍‌ଧହୋଇ କବି ମଧୁସୂଦନ ରାଓ ଲେଖିଛନ୍ତି—

‘‘ଖଳା କରି ଗ୍ରାମ-ସୀମାରେ
ଗୃହକୁ ନିଅନ୍ତି ଆନନ୍ଦେ
ଧାନ ଅମଳ କରି, ବିଭୂ ଦୟା ସୁମରି।’’


ହେମନ୍ତ ଋତୁରେ ଦିନ କ୍ରମେ ଛୋଟ ହୋଇଆସେ ଏବଂ ରାତି ବଢ଼ିବାରେ ଲାଗେ। ସୂର୍ଯ୍ୟଙ୍କ ତେଜ କ୍ରମେ କ୍ରମେ କୋମଳ ଓ ନରମ ହେଉଥାଏ। ହେମନ୍ତଋତୁର ଏହି ପ୍ରକୃତିକୁ ବର୍ଣ୍ଣନାକରି କବି ମଧୁସୂଦନ ରାଓ ଲେଖିଛନ୍ତି—


“ ଦିନ କ୍ରମେ ହେଲା ନିଜନ ଦିନକର ତେଜ କମିଲା
ରାତି ବଢ଼ିଲା କ୍ରମେ, ହିମ ଋତୁ ଆଗମେ।’’


ପର୍ବପର୍ବାଣି 

ଦୀପାବଳୀ ଅମାବାସ୍ୟା, କାର୍ତ୍ତିକପୂର୍ଣ୍ଣିମା ଓ ପ୍ରଥମାଷ୍ଟମୀ ହେମନ୍ତ ଋତୁର ପ୍ରଧାନ ପର୍ବ। ଦୀପାବଳୀ ଅମାବାସ୍ୟାରେ ଲୋକମାନେ ଦୀପାଳିମାନ ପୁଲାଙ୍ଗ ତେଲ ଦେଇ ଜାଳନ୍ତି। ନାନା ପ୍ରକାରର ବାଣ ଫୁଟାନ୍ତି। ଛୋଟ ପିଲାମାନେ ଫୁଲଝରିବାଣ ମାରିବାକୁ ଭଲପାଆନ୍ତି। ଘଡ଼ିବାଣର ସୁନ୍ଦର ଆଲୋକ ଦେଖି ବିମୋହିତ ହୁଅନ୍ତି। ଚଡ଼ଚଡ଼ି ବାଣ ଦେଖି ଚମକି ପଡ଼ନ୍ତି । ଏହି ରାତ୍ରିରେ ଅସଂଖ୍ୟ ତାଳଫୋଟକା ଫୁଟାଯାଏ। କାର୍ତ୍ତିକ ଅମାବାସ୍ୟା ଦିନ ଉଷା କାଳରେ ଲୋକେ କଦଳୀ ବାହୁଙ୍ଗା କିମ୍ବା ସୋଲରେ ତିଆରି ଛୋଟ ଛୋଟ ଡଙ୍ଗାସବୁ ପାଣିରେ ଭସାନ୍ତି। ସେହି ଡଙ୍ଗାଗୁଡ଼ିକରେ ବତିସବୁ ଖୋସାଯାଇଥାଏ ଏବଂ ପାନ ଓ ଗୁଆ ଥୁଆହୋଇଥାଏ । ଡଙ୍ଗା ଭସାଇଲାବେଳେ ସେମାନେ କହନ୍ତି—

“ ଆ କା ମା ବୈ ଲୋ, ପାନ ଗୁଆ ଥୋଇ,
ପାନ ଗୁଆ ତୋ’ର, ମାସକ ଧର୍ମ ମୋର ।”’


କାର୍ତ୍ତିକ ମାସ ଧର୍ମମାସରୂପେ ପରିଚିତ। ଏହି ଋତୁରେ ଆମିଷ ଖାଇବା ମନା ; ବିଶେଷତଃ ପଞ୍ଚକ ପାଞ୍ଚ ଦିନ ଆମିଷ ଖାଦ୍ୟ ସଂପୂର୍ଣ୍ଣ ଭାବରେ ନିଷେଧ କରାଯାଇଅଛି। ପ୍ରଥମାଷ୍ଟମୀ ହେଉଛି ବଡ଼ ପୁଅ ଓ ବଡ଼ ଝିଅମାନଙ୍କର ପର୍ବ। ଏହି ଦିନ ସେମାନେ ନୂଆ ଲୁଗା ପିନ୍ଧି ଏଣ୍ଡୁରି ପିଠା ଖାଆନ୍ତି।


ଶେଷ କଥା

ହେମନ୍ତ ଋତୁରେ ନୂଆ ନୂଆ ଶୀତ ପଡୁଥାଏ ; ତେଣୁ ଦେହକୁ ତାହା ବଡ଼ ସୁଖକର ବୋଧହୁଏ। ହେମନ୍ତ ଋତୁରେ କାର୍ତ୍ତିକ ମାସ ଏକ ଧର୍ମମାସ ହୋଇଥିବାରୁ ଠାକୁରଙ୍କ ନିକଟରେ ପ୍ରଭାତ ଆରତି ହୁଏ। କବି ମଧୁସୂଦନ ରାଓ ତାହା ବର୍ଣ୍ଣନା କରି ଲେଖିଛନ୍ତି—

‘ ପବିତ୍ର ପ୍ରଭାତ ସମୟେ   ନରେ ଭକତିଭରେ 

 ସ୍ନାନ ସାରି ମତ୍ତ ପ୍ରଭୁଙ୍କ   ନାମ - ସଂକୀର୍ତ୍ତନରେ।


ବାସ୍ତବିକ ନୂଆ ଫସଲର ଆନନ୍ଦ  ସହିତ ପବିତ୍ର ଭକ୍ତିଭାବ ମିଶି ସମସ୍ତ ହେମନ୍ତ ଋତ୍ରୁଟି ବଡ଼ ଉପଭୋଗ୍ୟ ହୋଇଥାଏ ।



No comments:

Post a Comment

Comments