web page for every book School , College , Engineering .

Wednesday, October 16, 2024

Grishma ritu rachana | Mehersir.in

Mehersir.in Grishma ritu rachana | ଗ୍ରୀଷ୍ମଋତୁ ରଚନା | Summer season essay In Odia ||  Grishma rutu odia essay | grishma rutu Grishmarutu rachana Grishma rutu odia rachana Summer season essay in odia | Summer Season Odia Essay | Summer Season Essay in Odia.

Grishma ritu rachana | ଗ୍ରୀଷ୍ମଋତୁ ରଚନା | Summer season essay In Odia - Rajbooks.in



ଗ୍ରୀଷ୍ମଋତୁ

ଉପକ୍ରମ 

ବୈଶାଖ ଓ  ଜ୍ୟେଷ୍ଠ ମାସ ହେଉଛି ଗ୍ରୀଷ୍ମ ଋତୁର ସମୟ। ଏହି ସମୟରେ ଭୀଷଣ ଖରା ହୁଏ। ଏହି ସମୟକୁ ଲକ୍ଷ୍ୟ କରି ଭକ୍ତକବି ମଧୁସୂଦନ ରାଓ ଲେଖିଛନ୍ତି—

“‘ଗ୍ରୀଷ୍ମ ବୈଶାଖ, ଜ୍ୟେଷ୍ଠ ମାସ

ପ୍ରଚଣ୍ଡ ରୌଦ୍ର ପରକାଶ।’’


ଏହି ସମୟରେ ଭୟଙ୍କର ଗରମ ହେଉଥିବାରୁ ଏହି ଋତୁକୁ ଗ୍ରୀଷ୍ମଋତୁ କୁହାଯାଏ । ଋତୁ-ତାଲିକାରେ ଗ୍ରୀଷ୍ମଋତୁର ସ୍ଥାନ ସର୍ବପ୍ରଥମ।

ଗ୍ରୀଷ୍ମଋତୁର କାରଣ 

ସୂର୍ଯ୍ୟଙ୍କ ଚାରିପାଖରେ ଥରେ ବୁଲିଆସିବାକୁ ପୃଥ‌ିବୀକୁ ଏକବର୍ଷ ଲାଗେ। ଏହି ସମୟରେ ପୃଥ‌ିବୀ କେତେବେଳେ ସୂର୍ଯ୍ୟଙ୍କଠାରୁ ଦୂରରେ ଗତିକରେ, ପୁଣି କେତେବେଳେ ସୂର୍ଯ୍ୟଙ୍କର ନିକଟବର୍ତ୍ତୀ ହୋଇ ଗତି କରେ। ପୃଥିବୀ ଯେତେବେଳେ ସୂର୍ଯ୍ୟଙ୍କର ନିକଟବର୍ତ୍ତୀ ହୁଏ, ସେତେବେଳେ ପୃଥ‌ିବୀର ଯେଉଁ ପାଖଟି ସୂର୍ଯ୍ୟଙ୍କ ଆଡ଼କୁ ରହିଥାଏ, ସେହି ପାଖଟିରେ ଭୀଷଣ ଗରମ ହୁଏ ; ତେଣୁ ଏହି ସମୟରେ ପୃଥବୀର ସେହି ପାଖଟିରେ ଗ୍ରୀଷ୍ମଋତୁ ହୋଇଥାଏ ।


ଗ୍ରୀଷ୍ମଋତୁର ପ୍ରକୃତି

 ଗ୍ରୀଷ୍ମଋତୁରେ ଭୀଷଣ ଗରମ ହୁଏ । ସୂର୍ଯ୍ୟଙ୍କ ଉତ୍ତାପରେ ପୃଥିବୀ ଜଳିପୋଡ଼ି ଛାରଖାର ହେଲାପରି ଜଣାପଡ଼େ। ନଈ, ନାଳ, କୂଅ ଓ ପୋଖରୀମାନ ଶୁଖିଯାଏ। ବଡ଼ ବଡ଼ ନଦୀ ଓ ଗଭୀର ପୁଷ୍କରିଣୀରୁ ବହୁତ ଜଳ କମିଯାଏ। ଏହିସବୁ ଜଳ ଖରାତାତିରେ ବାଷ୍ପ ଆକାରରେ ଆକାଶକୁ ଚାଲିଯାଏ। ଖରାବେଳଯାକ ଗରମ ପବନ ବହୁଥାଏ। ବାଟୋଇମାନେ ଶେଷରେ ଅଧୀର ହୁଅନ୍ତି ; ପାଣି ଅଭାବରେ ତାକୁ ଫାଟିଗଲାପରି ବୋଧହୁଏ । ଏହି ସମୟରେ ସେମାନେ ଦୂରରୁ ମୃଗତୃଷ୍ଣା ଦେଖି ତାହାକୁ ଜଳବୋଲି ମନେକରି ଧାଇଁଯା’ନ୍ତି ; ମାତ୍ର ସେ ପ୍ରକୃତରେ ଜଳ ନୁହେଁ ; ତେଣୁ ସେମାନେ ନିରାଶ ହୁଅନ୍ତି। ପୁଣି ଦୂରରୁ ସେହିପରି ସେମାନଙ୍କ ମୃଗତୃଷ୍ଣା ଦେଖାଯାଏ । ଏହି କଥାକୁ ଲକ୍ଷ୍ୟକରି କବି ମଧୁସୂଦନ ରାଓ ଲେଖିଛନ୍ତି—


‘‘କଳାଭ୍ରମରକୁ ଜିଣି ନୀଳିମାରେ ଦିଶେ ମୃଗତୃଷ୍ଣା ଜଳ 

ଧାଆନ୍ତେ ପଥ, ଅଦୃଶ୍ୟ ହୁଅନ୍ତି, ପଥୁକ ଆଶା ବିଫଳ।’


ସୂର୍ଯ୍ୟଙ୍କର ପ୍ରଚଣ୍ଡ କିରଣରେ ପୃଥିବୀ ତାତିଯାଏ। ବାଟଘାଟ ଓ ନଈବାଲି ତାଡି ଖଇଫୁଟେ। ବାଟୋଇ ସେହି ତାତିଲା ବାଲିରେ ଚାଲି ନ ପାରି ଡେଇଁ ଡେଇଁ ଗତି କରେ।  ଏହି ତାତିଲା ବାଟକୁ ଲକ୍ଷ୍ୟକରି କବି ଦୀନକୃଷ୍ଣ ଦାସ

ଲେଖିଛନ୍ତି—

‘‘ କରାଇଲା ନୃତ୍ୟ ପଥକ ପଦକୁ

ସଂଗ୍ରାମ-ଭୂମି-ଅଶ୍ଵବତ।’’


ଏହି ଋତୁରେ ଖରାବେଳେ ତାତିଲା ପବନରେ ତାତିଲା ଧୂଳି ଉଡ଼ୁଥାଏ । ମନୁଷ୍ୟ, ପଶୁପକ୍ଷୀ, କୀଟପତଙ୍ଗ ସମସ୍ତେ ଶୋଷରେ କାତର ହୋଇପଡ଼ନ୍ତି। ଖରାବେଳେ ମଣିଷମାନେ ଘରଭିତରେ ଆଶ୍ରୟ ନିଅନ୍ତି। ସେମାନଙ୍କ ଦେହରୁ ବହୁତ ଝାଳ ବହେ । ସେମାନେ ବିଞ୍ଚଣାରେ ବିଞ୍ଚିହୋଇ ଦେହକୁ ଶୀତଳ କରନ୍ତି। ଏହି ଋତୁରେ ଜଙ୍ଗଲରେ ନିଆଁଲାଗି ବହୁତ ମୂଲ୍ୟବାନ୍ ଗଛ ପୋଡ଼ିଯାଏ । ସନ୍ଧ୍ୟାବେଳେ ଏହି ଋତୁରେ ଶୀତଳ ପବନ ବହେ । ଏହି ଋତୁରେ ଆମ୍ବ, ପଣସ ପ୍ରଭୃତି ଫଳ ପାଚେ। ସନ୍ଧ୍ୟାବେଳେ ମଲ୍ଲୀ ଓ ହେନା ଫୁଲଫୁଟି ଚାରିଆଡ଼କୁ ବାସ ଛୁଟାଇଦିଏ ।


ଗ୍ରୀଷ୍ମଋତୁର ଅପକାରିତା 

ଏହିଋତୁରେ ଭୀଷଣ ଖରା ଓ ଗରମ ଯୋଗୁଁ ଲୋକମାନେ ବଡ଼ କଷ୍ଟ ପା’ନ୍ତି। ଅନ୍ୟାନ୍ୟ ପ୍ରାଣୀମାନେ ମଧ୍ୟ ସେହିପରି କଷ୍ଟ ଭୋଗ କରନ୍ତି। କୂଅ, ପୋଖରୀ, ନଈ-ନାଳସବୁ ଶୁଖିଯିବାରୁ ଜଳ ଅଭାବ ଘଟେ। ପାଣି ଶୁଖି ଯେଉଁଠି ଅଳ୍ପ ପାଣି ଥାଏ, ସେସବୁ ଗୋଳିଆ ହୋଇଯାଇଥାଏ । ଘାସସବୁ ମରିଯିବାରୁ ଗୋରୁମାନେ ଚରା ନ ପାଇ କଷ୍ଟ ପାଆନ୍ତି। ସେହି କାରଣରୁ ଗାଈଗୁଡ଼ିକ ବେଶି ଦୁଧ ଦେଇପାରନ୍ତି ନାହିଁ। ବଗିଚାଗୁଡ଼ିକରେ ପାଣି ଅଭାବରୁ ଗଛ ଓ ଚାରାଗଛ ମରିଯାଏ। ଖରାତାତିରେ ଲୋକମାନେ ବେଶି ସମୟ କାମ କରିପାରନ୍ତି ନାହିଁ। ଏହି ଋତୁରେ ସାମାନ୍ୟ କାରଣରୁ ନିଆଁଲାଗି ଘରଦ୍ଵାର ଓ ଗାଁଗଣ୍ଡା ପୋଡ଼ି ଛାରଖାର ହୋଇଯାଏ। ଏହି ଋତୁର ପ୍ରଥମ ଭାଗରେ ବସନ୍ତରୋଗ ଓ ଶେଷଭାଗରେ ବିସୂଚିକା ରୋଗ ଦେଖାଯାଏ। ଦେହରେ ବହୁତ ବଥ ଓ ବ୍ରଣ ଉଠି ପିଲାମାନେ ବଡ଼ କଷ୍ଟ ଭୋଗ କରନ୍ତି।

ଗ୍ରୀଷ୍ମ ଋତୁର ଉପକାରିତା 

ସୂର୍ଯ୍ୟ-ଉତ୍ତାପରେ ଜଳବାଷ୍ପ ଆକାରରେ ଉଠିଯାଇ ଆକାଶରେ ଥାଏ। ସେହି ବାଷ୍ପ ମେଘହୋଇ ବର୍ଷାଋତୁରେ ବର୍ଷେ ; ତେଣୁ ଗ୍ରୀଷ୍ମ ଋତୁ ହେଉଛି ବର୍ଷା ଋତୁର ଜନକ। ଗ୍ରୀଷ୍ମଋତୁର ଏହି ଉପକାରିତାକୁ ଲକ୍ଷ୍ୟକରି ମଧୁସୂଦନ ରାଓ ଲେଖିଛନ୍ତି—


‘‘ନିଦାଘ ସମୟ ହେଲେହେଁ ଦାରୁଣ ଅଟେ ଜଗତର ମିତ୍ର,

ଜନମାଇ ମେଘ ସାଧେ ପ୍ରାଣୀ-ହିତ, ବିଧିବିଧାନ ବିଚିତ୍ର ।' '


ଗ୍ରୀଷ୍ମ ଋତୁରେ ପ୍ରାଣୀମାନେ ଶୀତଦିନର ଶୀତ କଷ୍ଟରୁ ରକ୍ଷାପାଆନ୍ତି। ଏହି ଋତୁରେ ପାଚିଲା ଆମ୍ବ, ପଣସ ଓ ସପୁରି ଖାଇବାକୁ ମିଳେ। ଏହି ଋତୁରେ ସନ୍ଧ୍ୟାବେଳେ ମଲ୍ଲୀ ଓ ହେନା ଫୁଲ ଫୁଟି ଚାରିଆଡ଼େ ସୁବାସ ବିଛାଇଦିଏ । ବାଟ ଶୁଖିଲା ଥିବାରୁ ଲୋକମାନେ ସୁବିଧାରେ ଚାରିଆଡ଼କୁ ଯାଇପାରନ୍ତି। ଏହି ଋତୁରେ ଅବଶ୍ୟ ଗରମ ହୁଏ ; କିନ୍ତୁ କନା ବା ତାଳପତ୍ରର ଛତା, ସୋଲତିଆରି ଟୋପି, ବେତତିଆରି ଟୋପର ଏବଂ ବିଞ୍ଚଣା ବ୍ୟବହାର କରି ଲୋକମାନେ ଗ୍ରୀଷ୍ମ କଷ୍ଟରୁ ରକ୍ଷା ପାଆନ୍ତି। ଖରାଦିନେ ମଝିରେ ମଝିରେ କୁଆପଥର ସହିତ ବର୍ଷା ହୋଇ ପୃଥ‌ିବୀକୁ କିଛିଦିନଲାଗି ଶୀତଳ କରିଦିଏ। ଏହି ଋତୁରେ ପିଲାମାନେ ସ୍କୁଲଛୁଟି ପରେ ଖେଳିବାକୁ ଅଧ‌ିକ ସମୟ ପାଆନ୍ତି। ପଣାସଂକ୍ରାନ୍ତି, ଅକ୍ଷୟତୃତୀୟା, ସାବିତ୍ରୀ ବ୍ରତ, ଚନ୍ଦନଯାତ୍ରା ଓ ରଜ ହେଉଛି ଗ୍ରୀଷ୍ମଋତୁର ପ୍ରଧାନ ହିନ୍ଦୁପର୍ବ।

ଶେଷ କଥା 

ସଂସାରରେ କୌଣସି କଥା ସଂପୂର୍ଣ୍ଣ ଭଲ ନୁହେଁ. କି ସଂପୂର୍ଣ୍ଣ ମନ୍ଦ ନୁହେଁ। ଗ୍ରୀଷ୍ମ ଋତୁରେ ଆମ୍ଭମାନଙ୍କର କେତେକ ଅସୁବିଧା ଘଟିଲେ ମଧ୍ୟ ବହୁତ ସୁବିଧା ଘଟିଥାଏ ; ତେଣୁ ଅନ୍ୟାନ୍ୟ ଋତୁପରି ଗ୍ରୀଷ୍ମଋତୁକୁ ମଧ୍ୟ ଆମ୍ଭେମାନେ ସ୍ଵାଗତ କରୁ।



Realated Search 


Summer season essay in odia pdf Summer season essay in odia for class 6 Summer season essay in odia 10 lines Summer season essay in odia 150 words Summer season essay in odia for class 5 Summer season essay in odia for class 4 Summer season essay in odia 200 words Summer season essay in odia pdf for class 7.


Grishma ritu rachana pdf Grishma ritu odia essay Grishma ritu rachana 10 lines Grishma ritu rachana photo Grishma ritu rachana essay Grishma ritu rachana in Hindi Grishma ritu essay in odia pdf Grishma ritu essay in odia for class 7.

No comments:

Post a Comment

Comments