web page for every book School , College , Engineering .

Wednesday, October 16, 2024

Grishma Kalina Madhyana Rachana | Mehersir.in

Grishma Kalina Madhyana Rachana || Summer Season Evening View Essay.

Grishma Kalina Madhyana Rachana ( ଗ୍ରୀଷ୍ମକାଳୀନ ମଧ୍ୟାହ୍ନ ) - Rajbooks.in


ଗ୍ରୀଷ୍ମକାଳୀନ ମଧ୍ୟାହ୍ନ


ଉପକ୍ରମ 

 ବୈଶାଖ-ଜ୍ୟେଷ୍ଠ ମାସରେ ଗ୍ରୀଷ୍ମଋତୁ ହୁଏ। ଏହି ଋତୁରେ ଭୀଷଣ ଗ୍ରୀଷ୍ମ ହେଉଥିବାରୁ ଏହାକୁ ଗ୍ରୀଷ୍ମଋତୁ କୁହାଯାଏ। କବି ମଧୁସୂଦନ ଗାଓ ଲେଖିଛନ୍ତି—

‘‘ଗ୍ରୀଷ୍ମ ବୈଶାଖ, ଜ୍ୟେଷ୍ଠ ମାସ, ପ୍ରଚଣ୍ଡ ରୌଦ୍ର ପରକାଶ।’’

ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ରୌଦ୍ର ମଧ୍ୟାହ୍ନ କାଳରେ ଘଟିଥାଏ । ଦିନ ଘ ୧୨-୩୦ ମିନିଟଠାରୁ ଘ ୨-୩୦ ମିନିଟ୍ ସୂର୍ଯ୍ୟନ୍ତ ସମୟକୁ ମଧ୍ୟାହ୍ନ କୁହାଯାଏ। ଗାଁଗହଳର ଲୋକମାନେ ଏହି ସମୟକୁ ଦି'ପହର (ଦ୍ବିପ୍ରହର) ବା ଖରାବେଳ ବୋଲି କହିଥା’ନ୍ତି।

ଗ୍ରୀଷ୍ମ-ମଧ୍ୟାହ୍ନର ଅବସ୍ଥା 

ଉଦୁଇଦିଆ ଦି'ପହର ସମୟରେ ସୂର୍ଯ୍ୟ ମୁଣ୍ଡ ଉପରେ ଥା'ନ୍ତି। ସେତେବେଳେ ଖରା ଟାଇଁଟାଇଁ ମାଗେ। ଲୋକମାନେ ଦିବାଭୋଜନ ସାରି ନିଦ୍ରାରେ ଅଚେତପ୍ରାୟ ହୋଇ ରହିଥାନ୍ତି। ସେମାନଙ୍କ ଦେହରୁ ଗମ୍ବରମ୍ ହୋଇ ଝାଳ ବୋହୁଥାଏ । କେହି କେହି ବିଞ୍ଚଣାରେ ବିଞ୍ଚି ହେଉଥା'ନ୍ତି। ମା' ମାନେ ଛୋଟ ଛୋଟ ପିଲାମାନଙ୍କୁ ବିଷଣାରେ ବିଷ୍ଣୁ ଶୁଆଉଥା'ନ୍ତି। ଲୋକମାନେ ଦିବାନିଦ୍ରାରେ ମଗ୍ନ ଥିବାରୁ ବାହାରେ ଲୋକ ଦେଖାଯାଆନ୍ତି ନାହିଁ । ଦି ପହର ବେଳର ନିଛାଟିଆ ଅବସ୍ଥାକୁ ବର୍ଣ୍ଣନାକରି କବି ଲେଖିଛନ୍ତି

“ ବେଳ ତ ହେଲାଣି ଦୁଇପହର ଲୋ ଖରା ମାରେ ଟାଇଁ ଟାଇଁ,

ମଧ୍ୟାହ୍ନ ଶୟନେ ଅଚେତ ସରବେ କେହି ତ କୁଆଡ଼େ ନାହିଁ।?? ଗ୍ରୀଷ୍ମ ମଧାହ୍ନର ଏହି ନୀରବତା ଭଙ୍ଗକରି ମଝିରେ ମଝିରେ ବଣିବଢ଼େଇ ଡାକିଉଠେ। ସେତେବେଳେ ଗହନ ବନ ମଧରେ ଗ୍ରୀଷ୍ମ-ସନ୍ତାପିତ ଉତ୍ସୁକ ନିଦ୍ରାଗତ । ଏହା ବର୍ଣନାକରି ଲେଖାଅଛି

‘‘ଗୌଦ୍ର-କ୍ଲାନ୍ତ ବଣି ରହି ରହି ଡାକେ ଗଛଡାଳେ ଥଣ୍ଟ ମାରି,

ଗହନେ ଘୁମାଏ କଲୁକ୍ ପରା ଲୋ ଗ୍ରୀଷମ-ସନ୍ତାପେ ଘାରି।’’ ଗ୍ରୀଷ୍ମକାଳୀନ ମଧ୍ୟାହ୍ନରେ ବାଦୁଡ଼ିମାନଙ୍କର ସବୁଠାରୁ ବେଶି କଷ୍ଟ । ବାଦୁଡ଼ିମାନେ ଅତିଶୟ ଗରମରେ ମରି ଗଛରୁ ଖସିପଡ଼ନ୍ତି। ସେତେବେଳେ ପାଖ ବଣରୁ ଭାସିଆସେ କପୋତ ପକ୍ଷୀର କରୁଣ କ୍ରନ୍ଦନ

‘‘ସେର ପୂରିଲା, ମାଣ ପୂରିଲା, ଉଠ୍ରେ ସୂତା ଉQ1"

ବାଦୁଡ଼ି ଓ କପୋତ ପକ୍ଷୀର ଦୁରାବସ୍ଥାକୁ ବର୍ଣ୍ଣନା କରି ଲେଖାଅଛି-

‘‘ଗ୍ରୀଷମ-ସନ୍ତାପ-ତାପିତ ବାଦୁଡ଼ି ଡାହିରୁ ପଡ଼ୁଛି ଖସି,

ଅଦୂର ବନସ୍ତେ କାତର ପରାଣେ କପୋତୀ କାନ୍ଦଇ ବସି।’’

ଗ୍ରୀଷ୍ମ ମଧ୍ୟାହ୍ନରେ ମଇଁଷିମାନେ ଖରାକଷ୍ଟ ସହି ନ ପାରି ପଙ୍କୁଆ ପୋଖରୀ ମଧ୍ୟରେ ପଡ଼ିରହିଥା’ନ୍ତି। ପାଖରେ ମଇଁଷିଆଳ ସେମାନଙ୍କୁ ଜଗି ବସିଥାଏ। ଏହି ଦୃଶ୍ୟକୁ ବର୍ଣ୍ଣନାକରି ଲେଖାଅଛି—

‘‘ତାତିଲା ପବନେ ମର୍ହିଷାଳ କାହିଁ ବସିଅଛି ଛତା ତଳେ,

ପଲକ ମଇଁଷି ପଡ଼ି ତ ଛ’ନ୍ତି ଲୋ ପଙ୍କ-ପୁଷ୍କରିଣୀ ଜଳେ।’’ ଗ୍ରୀଷ୍ମ -ମଧ୍ୟାହ୍ନରେ ପଥକମାନଙ୍କର ପଥକଷ୍ଟ କହିଲେ ନ ସରେ । ଦେହରୁ ଝାଳବୋହି ସେମାନଙ୍କ ଶରୀରରେ ଠା’କୁ ଠା’ ଛୁଞ୍ଚି ପରି ବିନ୍ଧିଦିଏ। ବୈଶାଖ ମାସର ଝାଞ୍ଜି ପବନ ଦେହକୁ ତାଙ୍କର ପୋଡ଼ିପକାଉଥାଏ। ଗରମ ପବନରେ ତତଲା ବାଲିସବୁ ଉଡ଼ିଆସି ସେମାନଙ୍କ ଦେହରେ ପିଟିହୋଇଯାଏ। ସେମାନଙ୍କ ଅବସ୍ଥା ବର୍ଣ୍ଣନା କରି ଲେଖାଅଛି

‘‘ଗ୍ରୀଷ୍ମ-ଝାଳ ବିନ୍ଦୁ ଛୁଞ୍ଚୁମୁନପରି ଶରୀରେ ଯାଉଛି ବାକି,

ତତଲା ବାଲି ତ ପିଟୁଛି ଆଣି ଲୋ ତାତି ବଇଶାଖ ଝାଞ୍ଜି।’’ ଚଲାପଥସବୁ ତାତିଯାଉଥିବାରୁ ପଥକ ଡେଇଁ ଡେଇଁ ବଡ଼ କଷ୍ଟରେ ଚାଲୁଥାଏ । ତୃଷ୍ଣା - କଷ୍ଟ ମଧ୍ୟରେ ଦୂରରୁ ସେ ଦେଖେ ମୃଗତୃଷ୍ଣା ; ପଥ୍ୟକ ପ୍ରତାରିତ ହୁଏ। ଏହି ପଥକଷ୍ଟରୁ ସେମାନଙ୍କୁ ରକ୍ଷା କରନ୍ତି ବଡ଼ ବଡ଼ ଛାୟାପ୍ରଦ ବୃକ୍ଷ। ପଥ୍ୟକ ଏହି ବୃକ୍ଷତଳେ ଆଶ୍ରୟ ନେଇ ଗ୍ରୀଷ୍ଟ କଷ୍ଟରୁ ରକ୍ଷାପାଏ। ଗୋରୁମାନେ ଗଛତଳେ ଶୋଇରହନ୍ତି। କୁକୁରମାନେ ଜିଭ ଓହଳେଇ ଧକାଉଥା’ନ୍ତି ଏବଂ ନର୍ଦ୍ଦମାରେ, ନାଳମୁହଁରେ, ଅଳ୍ପ ପାଣିଥିବା ଜାଗାରେ କିମ୍ବା ସନ୍ତସନ୍ତିଆ ଥଣ୍ଡା ଜାଗାରେ ସେମାନେ ପଡ଼ିରହନ୍ତି। ଗାଈଆଳ ଟୋକାମାନେ ତୋଟା ଭିତରେ କାନିପାରି ଶୋଇଯା’ନ୍ତି। ପାଞ୍ଚଣ ଖଣ୍ଡକ ନିକଟରେ ପଡ଼ିରହିଥାଏ। ଗରମ ସହି ନ ପାରି କାଇଜନ୍ଦାଗୁଡ଼ିକ ଭୂଇଁରୁ ବାହାରି ପାଞ୍ଚଣ ବାଡ଼ିର ଏମୁଣ୍ଡ ସେମୁଣ୍ଡ ଯିବା ଆସିବା କରୁଥାଆନ୍ତି। ଗ୍ରୀଷ୍ମ ମଧ୍ୟାହ୍ନରେ ଗୁଣ୍ଡୁଚିମୂଷା ଗଛ ଉପରେ ଯିବାଆସିବା କରୁଥାଆନ୍ତି ; ମଝିରେ ମଝିରେ ମଧ୍ୟ ଚିତ୍କାର କରୁଥା’ନ୍ତି। ଗ୍ରୀଷ୍ମ-ମଧ୍ୟାହ୍ନରେ ପକ୍ଷୀମାନେ ଗଛଡାଳରେ ପତ୍ରଗହଳରେ ନୀରବରେ ଲୁଚି ବସିଥା’ନ୍ତି। ଏହି ସମୟରେ ଜଙ୍ଗଲରେ ନିଆଁ ଜଳିଉଠେ। ଏହା ବର୍ଣ୍ଣନା କରି କବି ମଧୁସୂଦନ ରାଓ ଲେଖିଛନ୍ତି—

“ ପର୍ବତ କାନନେ ମହାଭୟଙ୍କର ସଞ୍ଚରଇ ଦାବାନଳ, ପ୍ରବଳ ବେଗରେ ପୋଡ଼ି ବନଦେଶ ହ୍ରାସଇ ଜୀବ ସକଳ।’’


ଗ୍ରୀଷ୍ମ -ମଧ୍ୟାହ୍ନରେ ଚେଇଁ ରହିଥିବା ପ୍ରାଣୀମାନଙ୍କର ତୃଷ୍ଠା-କଷ୍ଟ ଅତି ପ୍ରବଳ ହୋଇଥାଏ। ଗରମରେ ସେମାନଙ୍କର କଣ୍ଠ ଓ ତାଳୁ ଶୁଖିଯାଏ। ପାଣି ପାଇଁ ସେମାନେ ବ୍ୟାକୁଳ ହୋଇପଡ଼ନ୍ତି। କବି ମଧୁସୂଦନ ରାଓ ଲେଖିଛନ୍ତି— ଆତପ ସନ୍ତାପେ ସନ୍ତାପିତ ସର୍ବେ ପଶୁ ପକ୍ଷୀ ଜୀବକୁଳ

ଶୁଷ୍କ କଣ୍ଠ ତାଳୁ ବିକଳେ ଅଥୟ, ସରବେ ତୃଷା ଆକୁଳ।’’


ଶେଷ କଥା 

 ଗ୍ରୀଷ୍ମ -ମଧ୍ୟାହ୍ନ ସମଗ୍ର ଜୀବଜଗତକୁ କଷ୍ଟ ଦେଉଥ‌ିବା ସମୟରେ ଗୋପନରେ ସେମାନଙ୍କ ଉପକାର କରିଚାଲିଥାଏ । କବି ମଧୁସୂଦନ ରାଓ ଯଥାର୍ଥରେ ଲେଖିଛନ୍ତି—

* ନିଦାଘ ସମୟ ହେଲେ ହେଁ ଦାରୁଣ ଅଟେ ଜଗତର ମିତ୍ର, ଜନମାଇ ମେଘ ସାଧେ ପ୍ରାଣୀହିତ ବିଧ୍-ବିଧାନ ବିଚିତ୍ର ।'' ତେଣୁ ଆମ୍ଭମାନଙ୍କର ଗ୍ରୀଷ୍ମକାଳୀନ ମଧ୍ୟାହ୍ନକୁ ସ୍ବାଗତ କରିବା ଉଚିତ।

No comments:

Post a Comment

Comments