web page for every book School , College , Engineering .

Wednesday, October 16, 2024

Gandhi Jayanti Speech in Odia | ଗାନ୍ଧୀ ଜୟନ୍ତୀ ଭାଷଣ | Mehersir.in

Mehersir.in ଗାନ୍ଧୀ ଜୟନ୍ତୀ ଭାଷଣ | Gandhi jayanti odia speech | Gandhi jayanti odia bhasana | ଗାନ୍ଧୀ ଜୟନ୍ତୀ ଭାଷଣ | Gandhi Jayanti Bhasana | Gandhi Jayanti Speech in Odia | Gandhi jayanti bhashan। Gandhi jayanti speech in odia। Gandhi jayanti bhasana odia। Gandhi jayanti। Gandhi jayanti speech in odia | Gandhi jayanti bhasana | Gandhi jayanti odia speech | Gandhi jayanti speech in odia||Gandhi jayanti bhasana||Gandhi jayanti odia bhasana|| ୧୦ ଧାଡି ଗାନ୍ଧୀ ଜୟନ୍ତୀ ଭାଷଣ | |  october 2 bhasana | gandhi jayanti bhashan | ଗାନ୍ଧୀ ଜୟନ୍ତୀ ଭାଷଣ .

Gandhi Jayanti Odia Bhasana | Rajbooks.in


Gandhi jayanti odia speech

ଗାନ୍ଧୀ ଜୟନ୍ତୀ ଭାଷଣ 

ସମ୍ମାନନୀୟ ସଭାପତି ମହୋଦୟ, ପ୍ରିୟ ଗୁରୁଜୀ ଗୁରୁମା ବୃନ୍ଦ, ମଞ୍ଚାସିନ ଅତିଥୀ, ଉପସ୍ଥିତ ଭଦ୍ରମଣ୍ଡଳୀ, ମୋର ପ୍ରିୟ ସହପାଠୀ ତଥା ମୋର ସାନ ବଡ ଭାଇ ଓ ଭଉଣୀ ମାନେ | ଆଜିର ଏହି "ଗାନ୍ଧୀ ଜୟନ୍ତୀ" ଅବସରରେ ମୋତେ କିଛି କହିବାର ସୁଯୋଗ ମିଳିଥ‌ିବାରୁ, ମୁଁ ନିଜକୁ ଧନ୍ୟ ମନେ କରୁଛି, ଏବଂ ମୋର ଶ୍ରେଣୀଶିକ୍ଷକ ମୋତେ ଏହି ସୁଯୋଗ ଦେଇଥ‌ିବାରୁ, ମୁଁ ତାଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି |

ଆଜି ହେଉଛି ଅକ୍ଟୋବର ୨ ତାରିଖ, ଯାହାକୁ ପ୍ରତିବର୍ଷ ସାରା ଭାରତରେ "ଗାନ୍ଧୀ ଜୟନ୍ତୀ'' ରୂପରେ ଅତି ସମ୍ମାନର ସହ ପାଳନ କରାଯାଏ | ସ୍ବଚ୍ଛତା ପ୍ରେମୀ ଗାନ୍ଧିଜୀଙ୍କ ସମ୍ମାନାର୍ଥେ ଏହି ଦିନକୁ ସାରା ଭାରତରେ "ସ୍ବଛତା ଦିବସ" ରୂପରେ ମଧ୍ୟ ପାଳନ କରାଯାଏ | ତେବେ ଯାହାଙ୍କ ଉଦ୍ଦେଶ୍ୟରେ ଏହି ପବିତ୍ର ଆୟୋଜନ, ପ୍ରଥମେ ତାଙ୍କ ସମ୍ପର୍କରେ ସମ୍ୟକ ଅବତାରଣା ଦେବି |

ଗାନ୍ଧିଜୀ ଓକିଲାତି ବ୍ୟବସାୟ କରିବା ପାଇଁ, ଦକ୍ଷିଣ ଆଫ୍ରିକା ଯାଇଥିଲେ | ମାତ୍ର ଗୋରା ସରକାରଙ୍କର କଳା ଲୋକଙ୍କ ସହିତ ଖରାପ ବ୍ୟବହାର ତାଙ୍କୁ ଅତିଷ୍ଠ କରିଥିଲା ଓ ସ୍ବଦେଶକୁ ସେ ପ୍ରତ୍ୟାବର୍ତ୍ତନ କରିଥିଲେ | ସେତେବେଳେ ଭାରତ ପରାଧୀନ ଥୁଲା | ଗୋରା ସରକାରଙ୍କ ଠାରୁ ନିଜ ମାତୃଭୂମିକୁ ଉଦ୍ଧାର କରିବା ପାଇଁ ସେ ସଂକଳ୍ପ କରିଥିଲେ |

ଗାନ୍ଧିଜୀ ସର୍ବଦା ଅହିଂସା ମାର୍ଗରେ ଓ ଅନ୍ୟାୟ ବିରୁଦ୍ଧରେ ସ୍ବର ଉତ୍ତୋଳନ କରୁଥିଲେ | ତାଙ୍କର ମହାନ ନୀତି ଯୋଗୁଁ ଲୋକ ମାନେ ତାଙ୍କୁ 'ମହାତ୍ମା ” ଆଖ୍ୟା ଦେଇଥିଲେ ତେଣୁ ମହାତ୍ମା ଗାନ୍ଧୀ ନାମରେ ସବୁଠାରେ ସେ ପରିଚିତ ହେଲେ | ଗାନ୍ଧିଜୀ ବିଭିନ୍ନ ପ୍ରକାର ଆନ୍ଦୋଳନକରି ବ୍ରିଟିଶ ସରକାରଙ୍କୁ ବ୍ୟତିବ୍ୟସ୍ତ କରିଦେଇଥିଲେ | ଗାନ୍ଧିଜୀ ସମସ୍ତଙ୍କୁ ସର୍ବଦା ଅହିଂସାର ମାର୍ଗ ଦର୍ଶନ କରାଇଥିଲେ | ତାଙ୍କର ଅହିଂସା ନୀତି ଫଳରେ ଶେଷରେ ସେ ଏ ଦେଶ ରୁ ଗୋରା ସରକାରଙ୍କୁ ବିତାଡିତ କରିବାରେ ସଫଳ ହୋଇଥିଲେ ।

ଶେଷରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ ଏ ଦେଶ ସ୍ବାଧୀନ ହୋଇଥିଲା | ୧୯୪୮ ମସିହା ଜାନୁଆରୀ ୩୦ ତାରିଖ ଦିନ ଏକ ଆତତାୟୀର ଗୁଳିରେ ଗାନ୍ଧୀଜୀଙ୍କର ମୃତ୍ୟୁ ହୋଇଥିଲା, କିନ୍ତୁ ତାଙ୍କ କର୍ମମୟ ଜୀବନରେ ଲୋକଙ୍କ ପାଇଁ ଏତେ ଭଲ କାର୍ଯ୍ୟ କରିଥିଲେ ଯେ ଲୋକମାନେ ଖୁସିରେ ତାଙ୍କୁ ବାପୁ ବୋଲି ସମ୍ବୋଧନ କରୁଥିଲେ |
ଆଜି ହେଉଛି ସେହି ମହାନ ବ୍ୟକ୍ତିଙ୍କର ଜନ୍ମ ଦିବସ | ଆଜିର ଏହି ଦିବସରେ ଆମେ ଶପଥ ନେବା ଯେ, ଗାନ୍ଧୀଜୀଙ୍କର ଆଦର୍ଶ ଚିନ୍ତାଧାରା ଓ ଦେଖୁଥ‌ିବା ଅଖଣ୍ଡ ଭାରତର ସ୍ବପ୍ନକୁ ପୂରଣ କରିବା | ଏତିକି କହି ମୁ ମୋର ବକ୍ତବ୍ୟ ଶେଷ କରୁଛି ଏବଂ ସାରା ଭାରତକୁ ସ୍ବଛ ଭାରତରେ ପରିବର୍ତନ କରିବା || || 

No comments:

Post a Comment

Comments