Mehersir.in Dipabali essay in odia | Dipabali rachana odia | diwali essay in odia | Diwali odia rachana | dipabali rachana | diwali essay in odia | deepavali odia rachana | deepavali odia essay | Dipabali Rachana | Dipabali essay in odia | Odia Rachana Dipabali | Dipabali essay in odia dipabali Rachana | odia Rachana | dipabali.
Dipabali essay in odia
ଦୀପାବଳୀ
ଉପକ୍ରମ
ଦୀପାବଳୀ ଗୋଟିଏ ହିନ୍ଦୁପର୍ବ। ଏହି ଉତ୍ସବ କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ ପାଳିତ ହୁଏ ; ତେଣୁ ଏହାକୁ ଦୀପାବଳୀ ଅମାବାସ୍ୟା ବୋଲି କହନ୍ତି। ଅଯୋଧ୍ୟାର ରାଜା ରାମଚନ୍ଦ୍ର ଲଙ୍କାର ରାଜା ରାବଣକୁ ମାରିସାରିବା ପରେ ଅଯୋଧ୍ୟାକୁ ଏହିଦିନ ବାହୁଡ଼ି ଆସିଥିଲେ। ରାମଚନ୍ଦ୍ରଙ୍କର ଏହି ବାହୁଡ଼ା - ଉତ୍ସବକୁ ମନେପକାଇବା ପାଇଁ ଦୀପାବଳୀ ଉତ୍ସବ ପାଳନ କରାଯାଏ ।
ଉତ୍ସବପାଳନ
ଦୀପାବଳୀ ଦିନ ଲୋକମାନେ ଖୁବ୍ ଆନନ୍ଦ ଉତ୍ସବ କରନ୍ତି। ସେଦିନ ସକାଳୁ ପ୍ରତ୍ୟେକ ପରିବାର ଏହି ଉତ୍ସବ ପାଇଁ ପ୍ରସ୍ତୁତ ହୁଅନ୍ତି। ସେମାନେ ନୂଆ ଲୁଗାପଟା ପିନ୍ଧନ୍ତି। ବନ୍ଧୁବାନ୍ଧବ, ସାଙ୍ଗସାଥୀମାନଙ୍କ ଘରକୁ ଉପହାରମାନ ପଠାନ୍ତି। ସନ୍ଧ୍ୟାବେଳେ ଧାଡ଼ି ଧାଡ଼ି ହୋଇ ଦୀପସବୁ ଜଳେ। ଫାଟକ ପାଖରେ କଦଳୀଗଛ ପୋତା ହୁଏ ଏବଂ ମଙ୍ଗଳପାଟ ବସେ । ସେଦିନ ସମସ୍ତେ ଲକ୍ଷ୍ମୀ ଠାକୁରାଣୀଙ୍କୁ ପୂଜା ପ୍ରାର୍ଥନା କରନ୍ତି।
ମୁଁ କିପରି ଦୀପାବଳୀ ଉତ୍ସବ ପାଳିଥିଲି
ଏ ବର୍ଷ ଦୀପାବଳୀ ଉତ୍ସବ ମୁଁ କଟକରେ ପାଳିଥିଲି। ମୁଁ ସେତେବେଳେ ମୋ ଭାଇଙ୍କ ସହିତ କଟକରେ ଥିଲି। ମୁଁ ମୋ ଭାଇଙ୍କ ପୁଅମାନଙ୍କ ସହିତ ମିଶି କୋଠାଘରଟିର ସାମନା ଫାଟକରେ ଦୁଇ ଖମ୍ବରେ କଦଳୀ ଗଛ ବାନ୍ଧି ଦେଇ ସଜାଇ ଦେଇଥିଲି। କାନ୍ଥ ଦେହରେ ସୁନ୍ଦର ସୁନ୍ଦର ଚିତ୍ରମାନ ଆଙ୍କିଥିଲି। ସାମନା କାନ୍ଥରେ ରଙ୍ଗିନ୍ ବିଜୁଳିବତି ସବୁ ସଜାଇ ଦେଇଥିଲି। କୋଠାଛାତର ଧାରେ ଧାରେ ମାଟି ତିଆରି ଦୀପସବୁ ସଜାଇ ରଖି ସେଗୁଡ଼ିକୁ ଆଲୋକିତ କରିଥିଲି। ଦୀପାବଳୀର ଆଲୋକ ଏବଂ ବିଜୁଳିବତିଗୁଡ଼ିକର ରଙ୍ଗିନ୍ ଶୋଭା ବଡ଼ ମନୋହର ହୋଇଥିଲା। ରାତି ୮ଟା ବେଳେ ଆମେ ସମସ୍ତେ ମୋ ଭାଇ ଓ ଭାଉଜଙ୍କ ସହିତ ଦୁଇଟି ରିକ୍ସାରେ ସହରସାରା ବୁଲିଲୁ। ସାରା ସହରରେ ଆମେ ଦୀପାବଳୀ ବିଜୁଳିବତିର ରଙ୍ଗିନ୍ ଆଲୋକ ଦେଖି ମୁଗ୍ଧ ହେଲୁ। ନୟାସଡ଼କରେ ଆଲୋକସଜ୍ଜା ସବୁଠାରୁ ଭଲ ହୋଇଥିଲା। ଠାଏ ଠାଏ ଲୋକମାନେ ନାନାପ୍ରକାର ବାଣ ଫୁଟାଉଥିଲେ ।
ଶେଷ କଥା
ଦୀପାବଳୀ ଗୋଟିଏ ବଡ଼ ଆନନ୍ଦଦାୟକ ଉତ୍ସବ। କେତେକ ଲୋକ କହନ୍ତି ଯେ, ବର୍ଷାଦିନେ ଜନ୍ମିଥିବା ଅସଂଖ୍ୟ ପୋକଙ୍କୁ ମାରିବା ପାଇଁ ଦୀପାବଳୀ ଉତ୍ସବ କରାଯାଉଅଛି। ଆମେ ମଧ୍ୟ ପ୍ରକୃତରେ ଦେଖୁ ଯେ, ଦୀପ ଦେହରେ ବହୁତ କୀଟ ପଡ଼ି ନଷ୍ଟ ହୋଇଯାଆନ୍ତି। ଏହା ଅବଶ୍ୟ ଗୋଟିଏ ବଡ଼ ନିଷ୍ଠୁର କାର୍ଯ୍ୟ ; କାରଣ କେତେକ କ୍ଷତିକର କୀଟଙ୍କୁ ମାରିବାକୁ ଯାଇ ଆମେ ବହୁତ ନିରୀହ କୀଟଙ୍କର ବିନାଶ କରୁ।
No comments:
Post a Comment