ଧୂଳି ପ୍ରଶ୍ନ ଓ ଉତ୍ତର | class 6 mil chapter 5 odia medium question answer | Dhuli class 6 question answer odia | Class 6 Dhuli question answer | dhuli class 6 question answer | class 6 odia chapter 5 dhuli question answer | Dhuli question answer class 6 | Dhuli question answer pdf | Dhuli question answer mcq | Dhuli question answer cbse | Class 6 odia chapter 6 question answer.
Dhuli Chapter 5 Odia Medium
ଆସ ଜାଣିବା କେତୋଟି ନୂତନ ଶବ୍ଦ ଓ ତା’ର ଅର୍ଥ
ପୀଡ଼ଇ – କଷ୍ଟ ଦିଅଇ
ଦକ୍ଷ – ଯୋଗ୍ୟ, ଅଭ୍ୟସ୍ତ
ଜନ୍ତୁ – ପ୍ରାଣୀ, ଜୀବ
ଚିର - ସର୍ବଦା, ସବୁବେଳ ପାଇଁ ।
ଧରା - ପୃଥିବୀ ଶିର – ମସ୍ତକ, ମୁଣ୍ଡ, ମଥା
ଅଭିଯାନ – ଗତି, କାର୍ଯ୍ୟଧାରା
ବିଶ୍ୱଜୀବ – ପୃଥିବୀର ପ୍ରାଣୀ ସମୂହ
ବୁକୁ - ଛାତି
ନିର୍ବିକାର – ବିକାରହୀନ ଭାବରେ, କୌଣସି ପ୍ରତିବାଦ ନକରି ।
ନିଃସ୍ବ – ସମ୍ବଳହୀନ, ଯାହାର କିଛି ଧନ ସମ୍ପଦ ସାହା ଭରସା ନାହିଁ ।
ବାକ୍ୟହୀନ – ଯିଏ କିଛି କଥା କହିପାରେ ନାହିଁ ।
Dhuli question answer
୧। ଉତ୍ତର କୁହ : ଅଭ୍ଯାସ ପ୍ରଶ୍ନ ଓ ଉତ୍ତର
(କ) ଧୂଳିକଣା ନିଜକୁ କ’ଣ ବୋଲି କହୁଛି ?
ଉ : ଧୂଳିକଣା ନିଜକୁ ସମଗ୍ର ବିଶ୍ବରେ ଅତି ସାନ ବୋଲି କହୁଛି ।
(ଖ) ଧୂଳିକୁ କେଉଁମାନଙ୍କ ପାଦ ପୀଢ଼ା ଦିଏ ? [2018-19 ]
ଉ : ଧୂଳିକୁ ପୃଥିବୀର ସମସ୍ତ ଜୀବଜନ୍ତୁଙ୍କ ପାଦ ପୀଡ଼ା ଦିଏ I
(ଗ) ଧୂଳି କିଭଳି ଭାବରେ ପୃଥିବୀ ଉପରେ ପଡ଼ି ରହିଛି ?
ଉ : ଧୂଳି ନିର୍ବିକାର ଭାବରେ ପୃଥିବୀ ଉପରେ ପଡ଼ି ରହିଛି ।
(ଘ) ବିଶ୍ୱଜୀବଙ୍କ ବିଷୟରେ ଧୂଳି କ’ଣ କହିଛି ? -(A-2013-14
ଉ : ବିଶ୍ୱଜୀବଙ୍କ ବିଷୟରେ ଧୂଳି କହିଛି ଯେ ପରିଶେଷରେ ସେମାନେ ତା’ ବୁକୁରେ ମିଶନ୍ତି ।
(ଙ) ସୃଷ୍ଟିର ଆରମ୍ଭ ଦିନରୁ ଧୂଳିକଣା କ’ଣ ଦେଖୁଛି ?
ଉ : ସୃଷ୍ଟିର ଆରମ୍ଭ ଦିନରୁ ଧୂଳିକଣା ସକଳ ଅଭିଯାନ ଦେଖୁଛି ।
୨। ତଳେ ଦିଆଯାଇଥିବା ପ୍ରଶ୍ନର ଉତ୍ତର ଲେଖ :
(କ) ଧୂଳିକଣା ନିଜକୁ ଅତି ସାନ ମଣିବାର କାରଣ କ’ଣ ?
|A-2014-15
ଉ : ସମଗ୍ର ବିଶ୍ୱରେ ଧୂଳିକଣାଟି ଆକାରରେ କ୍ଷୁଦ୍ର ହୋଇଥିବାରୁ ନିଜକୁ ଅତି ସାନ ବୋଲି ମନେ କରିଛି । ବିରାଟ ବିଶ୍ଵ ତୁଳନାରେ ତା’ର ସ୍ଥିତି ତାକୁ ଏଭଳି ମଣିବାକୁ ସୁଯୋଗ ଦେଇଛି ।
(ଖ) ନିର୍ବିକାର ଭାବରେ ଧୂଳିକଣା କ’ଣ ସହେ ?
[2017-18 (ସମିତି)
ଉ : ନିର୍ବିକାର ଭାବରେ ଧୂଳିକଣା ସମସ୍ତ ଜୀବଜନ୍ତୁମାନଙ୍କର ପାଦ ପୀଡ଼ାକୁ ସହେ ।
(ଗ) କେଉଁ କଥା ଧୂଳିକଣା ଭଲ ଭାବେ ଜାଣେ ?
ଉ : ସମସ୍ତ ବିଶ୍ୱଜୀବ ନିଶ୍ଚୟ ଦିନେ ତା’ ବୁକୁରେ ମିଶିଯିବେ ବୋଲି ଧୂଳିକଣା ଭଲଭାବେ ଜାଣେ ।
(ଘ) ଧୂଳିକଣା କାହିଁକି ନିଜର ମଥାକୁ ଦକ୍ଷ ବୋଲି କହିଛି ?
ଉ : ନିର୍ବିକାର ଭାବରେ ସମସ୍ତ ଚାପକୁ ମଥାପାତି ସହ୍ୟ କରିବାରେ ଧୂଳିକଣା ଅଭ୍ୟସ୍ତ ହୋଇଥିବାରୁ ନିଜର ମଥାକୁ ସେ ଦକ୍ଷ ବୋଲି କହିଛି ।
୩। ନିମ୍ନରେ କେତୋଟି ପଦର କିଛି ଅଂଶ ଦିଆଯାଇଛି ଓ କିଛି ଅଂଶ ବାଦ୍ ଦିଆଯାଇଛି, ସମ୍ପୂର୍ଣ ପଦ ଲେଖ ।
(କ) ଉ : ଜନ୍ତୁ ଜୀବ ସବୁରି ପାଦ ପୀଡ଼ଇ ନିତି ମତେ, ନିର୍ବିକାରେ ତଥାପି ମୁହିଁ ପଡ଼ିଛି ଧରା ପଥେ ।
(ଖ) ଉ : ଏତିକି ଜାଣେ ବିଶ୍ବଜୀବ ମିଶଇ ମୋର ବ୍ଳକେ
(ଗ) ଉ : ସୃଷ୍ଟି ଦିନୁ ଦେଖୁଛି ବସି ସକଳ ଅଭିଯାନ, ଆକାଶ ତଳେ ଧୂଳିକଣା ମୁଁ ବିଶ୍ଵେ ଅତି ସାନ ।
୪। ସରଳ ଭାଷାରେ ବୁଝାଇ ଲେଖ :
(କ) ‘ଜୀବନେ ମୋର ନାହିଁ ତ କେବେ କା’ ସାଥେ ଅଭିମାନ ।’
ଉ : ‘ଜୀବନେ ....... ..... ଅଭିମାନ ।’
ଉକ୍ତ ପଦ୍ୟାଶଟି ‘ଆମ ସାହିତ୍ୟ’ ବହିର ‘ଧୂଳି’ କବିତାରୁ ଗୃହୀତ । ଏହି ପ୍ରସଙ୍ଗରେ କବି ବିଦ୍ୟୁତପ୍ରଭା ଦେବୀ ଧୂଳିର ମନର କଥାକୁ ପ୍ରକାଶ କରିଛନ୍ତି |
ଏହି ବିରାଟ ବିଶ୍ବରେ ଧୂଳିକଣାଟି ନିଜକୁ ନିହାତି ସାନ ବୋଲି କହିଛି । ତା’ର ଅବସ୍ଥିତି ଦୃଷ୍ଟିରୁ ସେ ନିଜକୁ ଅତି ସାନ ବୋଲି କହିବାକୁ କୁଣ୍ଠାବୋଧ କରିନାହିଁ । ତେବେ ନିଜେ ସାନ ହୋଇଥିଲେ ହେଁ ତା ଜୀବନରେ କାହାରି ସହିତ ତା’ର ଅଭିମାନ ନାହିଁ ବୋଲି ସେ ପ୍ରକାଶ କରିଛି ।
ପ୍ରସଙ୍ଗଟି ଧୂଳିର ମହତ୍ତ୍ଵ ପ୍ରକାଶ କରିଛି ।
(ଖ) ‘ଜନ୍ତୁ ଜୀବ ସବୁରି ପାଦ
ପୀଡ଼ଇ ନିତି ମତେ ।’
ଉ : ‘ଜନ୍ତୁ ଜୀବ ....ମତେ ।’
ଉକ୍ତ ପଦଂଶଟି ‘ଆମ ସାହିତ୍ୟ’ ବହିର ଧୂଳି ବିଷୟରୁ ଆନୀତ । ଏହି ପ୍ରସଙ୍ଗରେ କବି ବିଦ୍ୟୁତ୍ପ୍ରଭା ଦେବୀ ଧୂଳିର ସହିଷ୍ଣୁତା ଗୁଣର ପରିଚୟ ଦେଇଛନ୍ତି ।
ଧୂଳିକଣାଟି ନିଜର ଅବସ୍ଥିତି ଦୃଷ୍ଟିରୁ ବିଶ୍ବରେ ଅତି ସାନବୋଲି ନିଜକୁ କହିଛି । ତେବେ ତାହାର କାହାରି ସହିତ କିଛି ଅଭିମାନ ନାହିଁ । ପ୍ରତିଦିନ ସେ ଜୀବଜନ୍ତୁମାନଙ୍କର ପାଦ ପୀଡ଼ାକୁ ସହ୍ୟ କରି ନିର୍ବିକାର ଭାବରେ ପଥରେ ପଡ଼ିଥାଏ । ନିହାତି ସାନ ହେଲେ ହେଁ ଧୂଳିକଣାର ସହିଷ୍ଣୁତା ଗୁଣ ତାକୁ ମହାନ କରିଛି ।
ପ୍ରସଙ୍ଗଟି ଶିକ୍ଷାମୂଳକ ।
(ଗ) ‘‘ଜଗତେ ମୋର କି ଯାଏ ଆସେ
ଦୁଃଖେ ଅବା ସୁଖେ ।’’
ଉ : ‘‘ଜଗତେ ..... .............. ସୁଖେ ।”
ଉକ୍ତ ପଦ୍ୟାଶଟି ‘ଆମ ସାହିତ୍ୟ’ ପୁସ୍ତକର ‘ଧୂଳି’ କବିତାରୁ ଆନୀତ । ଏହି ପ୍ରସଙ୍ଗରେ କବି ବିଦ୍ୟୁତପ୍ରଭା ଦେବୀ ଧୂଳିର ଉଦାର ଭାବର ପରିଚୟ ଦେଇଛନ୍ତି ।
ନିହାତି ସାନ ହୋଇଥିଲେ ହେଁ ଧୂଳିକଣାର କାହାରି ସାଥ୍ରେ ଅଭିମାନ ନ ଥାଏ । ଜୀବଜନ୍ତୁମାନଙ୍କର ପାଦ ପୀଡ଼ା ସହି ସେ ନିର୍ବିକାର ଭାବରେ ପଡ଼ିଥାଏ । ଜଗତର ଦୁଃଖ ସୁଖରେ ତା’ର କିଛି ଯାଏ ଆସେ ନାହିଁ । ସେ ଅତ୍ୟନ୍ତ ଉଦାର ଭାବରେ ଦୁଃଖ ଓ ସୁଖକୁ ଗ୍ରହଣ କରେ ।
ପ୍ରସଙ୍ଗଟି ଶିକ୍ଷାମୂଳକ ।
(ଘ) ‘‘ସକଳ ଚାପ ନେବାରେ ସହି ଦକ୍ଷ ଏ ମୋ ଶିର ।’
ଉ : ‘‘ସକଳ ...... ... ଶିର ।’'
ଭକ୍ତ ପଦ୍ୟାଶଟି ‘ଆମ ସାହିତ୍ୟ’ ପୁସ୍ତକର ‘ଧୂଳି’ କବିତାରୁ ଆନୀତ । ଏହି ପ୍ରସଙ୍ଗରେ କବି ବିଦ୍ଯୁପ୍ରଭା ଦେବୀ ଧୂଳିର ସହନଶୀଳତାର ପରିଚୟ ପ୍ରଦାନ କରିଛନ୍ତି |
ଜଗତର ଦୁଃଖ ସୁଖ ସହିତ ଧୂଳିକଣା ନିଜକୁ ଜଡ଼ିତ କରେ ନାହିଁ । ସେ ଜାଣେ ଯେ ପରିଶେଷରେ ସମସ୍ତ ଜୀବଜନ୍ତୁ ତା’ ବୁକୁରେ ମିଶିଯିବେ । ତେଣୁ ସେ ବାକ୍ୟହୀନ ନିଃସ୍ଵ ଭାବେ ସମସ୍ତ ଚାପ ତଥା ଅତ୍ୟାଚାରକୁ ସହ୍ୟ କରିଥାଏ । ତା’ର ଏହି ସହିବା ଗୁଣରେ ସେ ଏଭଳି ଅଭ୍ୟସ୍ତ ହୋଇଯାଇଛି ଯେ ସେଥିରେ ତା’ର ଶିର ଦକ୍ଷ ବୋଲି ସେ କହିଛି ।
ପ୍ରସଙ୍ଗଟି ପ୍ରଶଂସନୀୟ ।
(ଙ) ‘‘ଆକାଶ ତଳେ ଧୂଳିକଣା ମୁଁ ବିଶ୍ଵେ ଅତି ସାନ ।’’
ଉ : ‘‘ଆକାଶ ........... ସାନ ।’’
ଉକ୍ତ ପଦ୍ୟାଶଟି ‘ଆମ ସାହିତ୍ୟ’ ପୁସ୍ତକର ‘ଧୂଳି’ କବିତାରୁ ଆନୀତ । ଏହି ପ୍ରସଙ୍ଗରେ କବି ବିଦ୍ୟୁତ୍ପ୍ରଭା ଦେବୀ ଧୂଳିର ସ୍ବାଭିମାନର ପରିଚୟ ଦେଇଛନ୍ତି ।
ଏହି ବିରାଟ ବିଶ୍ଵରେ ଅନେକ ବଡ଼ ବଡ଼ ଜୀବଜନ୍ତୁ ଓ ଅନ୍ୟାନ୍ୟ ବସ୍ତୁ ଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଧୂଳିକଣାଟି ନିହାତି ସାନ, ଏହା ସମସ୍ତେ ଜାଣିଛନ୍ତି । ତେବେ ଧୂଳିକଣାଟି ନିଜର ସ୍ଵାଭିମାନର ପରିଚୟ ଦେଇ କହିଛି ଯେ, ଆକାଶର ଅନନ୍ତ ରୂପ ତଳେ ସମଗ୍ର ବିଶ୍ବରେ ସେ ନିହାତି ସାନ । ତଥାପି ତା’ର କାହାରି ସାଥ୍ରେ ଅଭିମାନ ନାହିଁ । ସେ ସୃଷ୍ଟିଦିନରୁ ସମସ୍ତ ଅଭିଯାନ ଦେଖୁ ଆସୁଛି ।
ପ୍ରସଙ୍ଗଟି ସାର୍ଥକ ଅଟେ ।
୫। ସମାନ ଅର୍ଥ ବୁଝାଉଥବା ଆଉ ଗୋଟିଏ ଲେଖାଏଁ ଶବ୍ଦ ଲେଖ :
ଦିଆଯାଇଥବା ଶବ୍ଦ ସମାନ ଅର୍ଥ ବୁଝାଉଥବା ଶବ୍ଦ
(କ) ଜୀବନ ପ୍ରାଣ
(ଖ) ଧରା ଧରଣୀ
(ଗ) ଜନ୍ତୁ ପ୍ରାଣୀ
(ଘ) ନିଃସ୍ବ ନିସହାୟ
(ଙ) ଦକ୍ଷ ପଟୁ
୬ । ଗଦ୍ୟ ଆକାରରେ ଲେଖି :
(କ) ନିର୍ବିକାରେ ତଥାପି ମୁହିଁ ପଡ଼ିଛି ଧରାପରେ ।
ଉ : ତଥାପି ମୁହିଁ ନିର୍ବିକାରରେ ଧରଣୀ ଉପରେ ପଡ଼ିଛି ।
(ଖ) ଜଗତେ ମୋର କି ଯାଏ ଆସେ ଦୁଃଖେ ଅବା ସୁଖେ ।
ଉ : ଜଗତରେ ମୋର ଦୁଃଖ ସୁଖରେ କ’ଣ ବା ଯାଏ ଆସେ ?
(ଗ) ବାକ୍ୟହୀନ ନିଃସ୍ଵ ମୁହିଁ ଭରସାହୀନ ଚିର ।
ଉ : ମୁହିଁ ଚିରଦିନ ବାକ୍ୟହୀନ, ନିଃସ୍ଵ ଓ ଭରସାହୀନ ।
(ଘ) ସକଳ ଚାପ ନେବାରେ ସହି ଦକ୍ଷ ଏ ମୋ ଶିର ।
ଉ : ସକଳ ଚାପ ସହିନେବାରେ ମୋ ଶିର ଦକ୍ଷ ।
୭। ‘କ’ ସ୍ତମ୍ଭରେ ଥିବା ଶବ୍ଦର ଅର୍ଥ ‘ଖ’ ସ୍ତମ୍ଭରୁ ବାହାର କରି ଖାତାରେ ଲେଖ ଓ ‘କ’ ସ୍ତମ୍ଭର ପ୍ରତ୍ୟେକ ଶବ୍ଦକୁ ନେଇ ବାକ୍ୟ ଗଠନ କର ।
ଉ : ‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଚିର --- ସର୍ବଦା
ଶିର ---- ମୁଣ୍ଡ
ଜଗତ ---- ଦୁନିଆଁ
ବାକ୍ୟ –
ଚିର : ଧନହୀନମାନେ ଚିର ଦୁଃଖୀ ।
ନିଃସ୍ବ --ଯାହାର କିଛି ନାହିଁ
ଶିର : ମଧୁବାବୁ ସର୍ବଦା ତାଙ୍କର ଶିର ଉନ୍ନତ ରଖୁଥିଲେ ।
ଜଗତ : ଜଗତରେ କିଏ ସବୁବେଳେ ସୁଖରେ ରହେ ?
ନିଃସ୍ଵ : ନିଃସ୍ଵ ଲୋକଟି ହାତପାତି ମାଗିବୁଲୁଛି ।
Extra Question answer
୧। ଧୂଳିକଣା କ’ଣ ଦେଖୁଛି ବୋଲି କବି କହିଛନ୍ତି ?
ଉ : କବି ବିଦ୍ୟୁତ୍ଭା ଦେବୀଙ୍କ ଉଚ୍ଚ ଭାବନାରେ ଧୂଳିକଣାର ମହତ୍ତ୍ଵ ପ୍ରକାଶ ପାଇଛି । ଏହି ଅନନ୍ତ ଆକାଶତଳେ ଧୂଳିକଣା ସମଗ୍ର ବିଶ୍ଵରେ ଅତି ସାନ ହୋଇଥିଲେ ହେଁ ସେ ଅଭିମାନହୀନ । ବିଶ୍ବର ସବୁ ଜୀବଜନ୍ତୁଙ୍କର ପାଦପୀଡ଼ାକୁ ସେ ନିତି ସହ୍ୟକରୁଥିଲେ ମଧ୍ୟ ନିର୍ବିକାରରେ ପୃଥିବୀ ପଥରେ ପଡ଼ିରହିଛି । ଜଗତର ଦୁଃଖ ସୁଖ ନେଇ ସେ ବ୍ୟଗ୍ର ନୁହେଁ । ନିଜକୁ ନିଃସ୍ବ, ବାକ୍ୟହୀନ ଏବଂ ଭରସାହୀନ ମନେକରୁଥିଲେ ହେଁ ସୃଷ୍ଟିଦିନରୁ ସମସ୍ତ ବସି ଦେଖୁଥିବାର କହିଛି ।
୨। ‘ଧୂଳି’ କବିତାର ବୈଶିଷ୍ଟ୍ୟ କ’ଣ ?
ଉ : ଧୂଳିକଣାଟିଏ ବିଶ୍ଵରେ ନିହାତି ସାନ ହେଲେ ମଧ୍ୟ ତା’ ପ୍ରାଣରେ ଅଭିମାନ ନାହିଁ । ସମସ୍ତ ଜୀବଜନ୍ତୁଙ୍କର ପୀଡ଼ା ସହ୍ୟକରି ସେ ନିର୍ବିକାର ରହେ । ସେ ଏତିକି ଜାଣେ ଯେ ସବା ଶେଷରେ ସମଗ୍ର ବିଶ୍ବର ଜୀବ ଜଗତ ତା’ ସହିତ ମିଶିଯିବେ । ସୃଷ୍ଟି ଆରମ୍ଭରୁ ଏଭଳି ସମସ୍ତ ଘଟଣାକୁ ସେ ଦେଖୁଆସିଛି । ଏକ ବାସ୍ତବ ସତ୍ୟ ହିଁ କବିତାର ବୈଶିଷ୍ଟ୍ୟ ।
୩। ଧୂଳିକଣା କାହିଁକି ନିଜର ମଥାକୁ ଦକ୍ଷ ବୋଲି କହିଛି ?
ଉ : କବି ବିଦ୍ୟୁଭାଙ୍କ ଉଚ୍ଚଦ୍ଭାବନାରେ ଧୂଳିକଣାର ମହତ୍ତ୍ଵ ପ୍ରକାଶିତ ହୋଇଛି । ଧୂଳିକଣା ସମଗ୍ରବିଶ୍ବରେ ନିଜକୁ ସାନବୋଲି ବିଚାର କରିଥିଲେ ହେଁ ଅଭିମାନ ପ୍ରକାଶ କରିନାହିଁ । ବିଶ୍ବର ସମସ୍ତ ଜୀବଜନ୍ତୁଙ୍କର ପାଦପୀଡ଼ାକୁ ସହ୍ୟକରି ସେ ନିର୍ବିକାର ଭାବରେ ଧରଣୀର ପଥରେ ପଡ଼ିରହିଥାଏ । ତହିଁରେ ପ୍ରତିବାଦ କରେ ନାହିଁ । ସେ ନିଃସ୍ଵ, ବାକ୍ୟହୀନ ଏବଂ ଚିର ଭରସାହୀନ ବୋଲି ନିଜକୁ ବିବେଚନା କରିଥିଲେ ମଧ୍ୟ ଉଦାରପଣରେ ସକଳଚାପକୁ ସହିନେବାରେ ତା’ର ମଥା ଦକ୍ଷବୋଲି ସେ କହିଛି ।
୪। ଧୂଳିକଣା ନିଜକୁ ଅତି ସାନ ମଣିବାର କାରଣ କ’ଣ ?
ଉ : କବି ବିଦ୍ୟୁତ୍ ପ୍ରଭାଦେବୀଙ୍କ ଲେଖନୀରେ ଏକ ଉଚ୍ଚଦ୍ଭାବନାର ପରିପ୍ରକାଶ ଘଟିଛି । ଏହି ବିରାଟ ବିଶ୍ବର ଅନନ୍ତ ଆକାଶତଳେ ଥିବା ଧୂଳିକଣାକୁ ନେଇ କବି ନିଜ ଭାବନାକୁ ସାର୍ଥକ ରୂପ ଦେଇଛନ୍ତି । ବିଶ୍ୱରେ ଥିବା ବିଭିନ୍ନ ମହାନ୍ ପଦାର୍ଥ ତୁଳନାରେ ଧୂଳିକଣା ନିଜକୁ ଅତିସାନ ମଣିଛି । ଧୂଳିକଣାର ଏଭଳି ଆତ୍ମପ୍ରକାଶ କରିବା ଭିତରେ ରହିଛି ତା’ର ଉଦାରଭାବ । ତେଣୁ ସେ ନିଜକୁ ଅଭିମାନହୀନ ଭାବେ ସାନ ବୋଲି କହିଛି |
୫। ନିର୍ବିକାର ଭାବରେ ଧୂଳିକଣା କ’ଣ ସହେ ?
ଉ : କବି ବିଦ୍ୟୁତପ୍ରଭାଦେବୀଙ୍କ ଉଦାର ଭାବନାରେ ଧୂଳିକଣାର ଅଭିମାନ ହୀନ ଭାବ ପ୍ରକାଶ ପାଇଛି । ଏହି ବିରାଟ ବିଶ୍ବରେ ବିଭିନ୍ନ ବଡ଼ ବଡ଼ ପଦାର୍ଥ ଭିତରେ ଧୂଳିକଣାର ସ୍ଥିତି ସାନ । ସେହି ସାନ ଭାବନା ନେଇଥିଲେ ହେଁ ଧୂଳିକଣାର କୌଣସି ପ୍ରତିକ୍ରିୟା ନାହିଁ । ଏହି ବିଶ୍ବର ନାନା ଜନ୍ତୁ ଓ ଜୀବଙ୍କର ପାଦ ତାକୁ ନିତି ପୀଡ଼ାଦିଏ । କିନ୍ତୁ ଧୂଳିକଣା ସେସବୁକୁ ନିର୍ବିକାର ଭାବରେ ସହ୍ୟକରି ପୃଥିବୀର ପଥରେ ପଡ଼ି ରହିଥାଏ ।
୬। କେଉଁ କଥା ଧୂଳିକଣା ଭଲଭାବେ ଜାଣେ ?
: କବି ବିଦ୍ୟୁତ୍ପ୍ରଭାଦେବୀଙ୍କ ଉଚ୍ଚ ଭାବନାରେ ଧୂଳିକଣା ମହାନ ହୋଇଯାଇଛି ; କାରଣ ସେ ବିଶ୍ବରେ ନିଜକୁ ଅତିସାନ ବୋଲି ଅଭିମାନ ହୀନ ଭାବରେ କହିଛି । ବିଶ୍ୱର ସମସ୍ତ ଜୀବଜନ୍ତୁଙ୍କର ପାଦର ପୀଡ଼ାକୁ ସେ ନିର୍ବିକାର ଭାବରେ ସହ୍ୟକରେ । ତା’ର କୌଣସି ପ୍ରତିକ୍ରିୟା ସେ କେବେ ପ୍ରକାଶ କରେନାହିଁ । ଜଗତର ଦୁଃଖ ସୁଖ ନେଇ ସେ କେବେ କୌଣସି ବ୍ୟଗ୍ରତା ପ୍ରକାଶ କରେନାହିଁ । କିନ୍ତୁ ଗୋଟିଏ କଥା ସେ ଭଲଭାବରେ ଜାଣେ ଯେ ସମଗ୍ର ବିଶ୍ବର ଜୀବ ତା’ର ଛାତିରେ ମିଶିଯାଆନ୍ତି ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧ ‘‘ଧୂଳି”? କବିତାର କବି କିଏ ? ଏହା କେଉଁ ପୁସ୍ତକରୁ ଗୃହୀତ ?
ଉ : ‘ଧୂଳି’ କବିତାର କବି ନାରୀକବି ବିଦ୍ୟୁତ୍ ପ୍ରଭାଦେବୀ । ଉକ୍ତ କବିତାଟି ‘ମରୀଚିକା’ ପୁସ୍ତକରୁ ଗୃହୀତ ।
୨।କବି ବିଦ୍ଯୁପ୍ରଭା ଦେବୀଙ୍କ କେତୋଟି ପୁସ୍ତକର ନାମ ଲେଖ ।
ଉ : କବି ବିଦ୍ଯୁପ୍ରଭା ଦେବୀ ଜଣେ ସାରସ୍ଵତ ସାଧୁ । ତାଙ୍କର କେତୋଟି ପୁସ୍ତକର ନାମ ହେଉଛି– ସ୍ୱପ୍ନଦୀପ, ଝରା ଶିଉଳି, ମରୀଚିକା ଓ ବନ୍ଦନିକା ।
କିଏ ନିଜକୁ ନିଃସ୍ଵ ଓ ଭରସାହୀନ ବୋଲି କହିଛି ?
ଉ : ଏହି ଆକାଶ ତଳେ ଧୂଳିକଣା ନିଜକୁ ଅତି ସାନବୋଲି ପ୍ରକାଶ କରିଛି । ସେ ନିଜକୁ ବାକ୍ୟହୀନ, ନିଃସ୍ଵ ଓ ଭରସାହୀନ ବୋଲି କହିଛି ।
୪। କିଏ ବିଶ୍ବରେ ଅତି ସାନ ବୋଲି ନିଜକୁ କହିଛି ?
ଉ : ଅନନ୍ତ ଆକାଶ ଓ ବିରାଟ ବିଶ୍ବ । ଏହି ଉଭୟର ବିରାଟପଣ ନିକଟରେ ଧୂଳିକଣା ନିଜକୁ ଅତି ସାନ ବୋଲି କହିଛି ।
୫। ଧୂଳିକଣା କେଉଁ ଚିରନ୍ତନ ସତ୍ୟକୁ ପ୍ରକାଶ କରିଛି ?
ଉ : ସମଗ୍ର ଜଗତର ଜୀବମାନେ ତା’ ବୁକୁରେ ମିଶିବା ଭଳି ଏକ ଚିରନ୍ତନ ସତ୍ୟକୁ ଧୂଳିକଣା ପ୍ରକାଶ କରିଛି ।
୬ କାହାର ଅଭିମାନ ନାହିଁ ବୋଲି କବି ବର୍ଣ୍ଣନା କରିଛନ୍ତି ?
ଉ: କବିଙ୍କ ଲେଖନୀରେ ଧୂଳିକଣାର ମହତ୍ତ୍ଵ ପ୍ରକାଶିତ ହୋଇଛି । ଧୂଳିକଣାର କାହାରି ସାଥେ ଅଭିମାନ ନାହିଁ ନିତ ବୋଲି କବି ବର୍ଣ୍ଣନା କରିଛନ୍ତି ।
୭। କିଏ ନିର୍ବିକାରରେ ପଡ଼ିଛି ବୋଲି କହିଛି ?
ଉ : ଏହି ଆକାଶତଳେ ଧୂଳିକଣା ନିଜକୁ ଅତି ସାନ ବୋଲି କହିଛି । ସେ ଜୀବଜନ୍ତୁଙ୍କ ପାଦପୀଡ଼ା ସତ୍ତ୍ବେ ନିର୍ବିକାରରେ ଧରାପଥରେ ପଡ଼ିଛି ବୋଲି କହିଛି |
୮। କିଏ ସକଳ ଅଭିଯାନ ଦେଖୁଛି ।
ଉ : ଧୂଳିକଣା ଅତି ସାନ ଓ ନିଃସ୍ଵ । ତଥାପି ସେ ସୃଷ୍ଟିଦିନୁ ସକଳ ଅଭିଯାନ ଦେଖୁଛି ବୋଲି କହିଛି ।
୯ ଧୂଳିକଣା କିପରି ସକଳ ଚାପ ସହେ ?
ଉ : ଧୂଳିକଣା ଅତି ସାନ ଓ ନିଃସ୍ଵ । କିନ୍ତୁ ତା’ର ଶିରରେ ସେ ସକଳଚାପ ସହ୍ୟକରେ ।
୧୦ ଧୂଳିକଣା କ’ଣ ଜାଣେ ବୋଲି କବି ବର୍ଣ୍ଣନା କରିଛନ୍ତି ?
ଉ : ଧୂଳିକଣାର ଜଗତର ଦୁଃଖ ସୁଖ ସହିତ କୌଣସି ସମ୍ପର୍କ ନାହିଁ । କିନ୍ତୁ ସେ ଜାଣେ ଯେ ଏ ସମଗ୍ର ବିଶ୍ବର ଜୀବ ତା ବୁକୁରେ ମିଶନ୍ତି ।
୧୧। ଧରା ପଥରେ କିଏ ପଡ଼ିଛି ବୋଲି କହିଛି ।
ଉ : ଏହି ବିରାଟ ବିଶ୍ବରେ ଅନନ୍ତ ଆକାଶ ତଳେ ଧୂଳିକଣା ନିଜକୁ ଅତି ସାନ ମନେ କରିଛି । ଏଥିସହିତ ସେ ଧରାପଥରେ ପଡ଼ିଛି ବୋଲି କହିଛି ।
୧ ‘ଧୂଳି’ ପଦ୍ୟର କବି କିଏ ? ସେ କେଉଁ ଯୁଗର ?
ଉ : ‘ଧୂଳି’ ପଦ୍ୟର କବି ବିଦ୍ୟୁତପ୍ରଭା ଦେବୀ । ସେ ଆଧୁନିକ ଯୁଗର ।
୨। କିଏ ଭରସାହୀନ ବୋଲି କହିଛି ?
ଉ : ଧୂଳିକଣା ଭରସାହୀନ ବୋଲି କହିଛି |
୩/ ଧୂଳିକଣାର ଶିର କ’ଣ ସହିବାରେ ଦକ୍ଷ ?
ଉ : ଧୂଳିକଣାର ଶିର ସକଳଚାପ ସହିବାରେ ଦକ୍ଷ ।
ସକଳ ଅଭିଯାନ କିଏ ଦେଖୁଛି ?
ଉ : ସକଳ ଅଭିଯାନ ଧୂଳିକଣା ଦେଖୁଛି ।
୫। କିଏ ନିଜକୁ ବାକ୍ୟହୀନ ବୋଲି କହିଛି ?
ଉ : ଧୂଳିକଣା ନିଜକୁ ବାକ୍ୟହୀନ ବୋଲି କହିଛି ।
କିଏ ନିଜକୁ ନିଃସ୍ଵ ବୋଲି କହିଛି ?
ଉ : ଧୂଳିକଣା ନିଜକୁ ନିଃସ୍ଵ ବୋଲି କହିଛି ।
୭। ଧୂଳିକଣା ବୁକୁରେ କିଏ ମିଶନ୍ତି ?
ଉ : ଧୂଳିକଣା ବୁକୁରେ ବିଶ୍ବ ଜୀବ ମିଶନ୍ତି ।
୮। ଜଗତର ଦୁଃଖ ସୁଖରେ କାହାର ଯାଏ ଆସେ ନାହିଁ ?
ଉ : ଜଗତର ଦୁଃଖ ସୁଖରେ ଧୂଳିକଣାର ଯାଏ ଆସେ ନାହିଁ ।
୯ ଧୂଳିକଣାର ଜୀବନରେ କ’ଣ ନାହିଁ ?
ଉ : ଧୂଳିକଣାର ଜୀବନରେ କାହାରି ସାଥ୍ରେ ଅଭିମାନ ନାହିଁ ।
ସରଳାର୍ଥ
• ଏତିକି ଜାଣେ ବିଶ୍ବଜୀବ ମିଶଇ ମୋର ବୁକେ ।’’
ଉ : ଏତିକି ... ... ....... .. ବୁକେ ।””
ଶଂସିତ ପଦ୍ୟାଶଟି ‘ଧୂଳି’ ଶୀର୍ଷକ କବିତାରୁ ଆନୀତ । ଉକ୍ତ ପ୍ରସଙ୍ଗରେ କବି ବିଦ୍ୟୁତ୍ ପ୍ରଭା ଦେବୀ ଧୂଳି ମାଧ୍ୟମରେ ଏକ ବାସ୍ତବ ସତ୍ୟର ପ୍ରକାଶ କରିଛନ୍ତି ।
କବିଙ୍କ ବର୍ଣ୍ଣନାରେ ଧୂଳିର ସ୍ଥାନ ଏହି ବିରାଟ ବିଶ୍ଵରେ ନିହାତି ହେୟ । ସେ ଜଗତର ସମସ୍ତ ଜୀବ ଜନ୍ତୁଙ୍କ ପାଦର ପୀଡ଼ାକୁ ନିର୍ବିକାର ଭାବରେ ସହ୍ୟ କରେ । ତେବେ ସେ ଏହା ଜାଣେ ଯେ, ବିଶ୍ବର ସମସ୍ତ ଜୀବ ଅବଶେଷରେ ତା ବୁକୁରେ ମିଶନ୍ତି । ପ୍ରସଙ୍ଗଟି ବାସ୍ତବ ଅଟେ ।
No comments:
Post a Comment