web page for every book School , College , Engineering .

Wednesday, October 16, 2024

Dasahara Rachana | Durga puja rachana | Mehersir.in

Mehersir.in Durga puja rachana | Dashahara rachana odia | Durga puja essay in odia | ଦଶହରା |  ଦୁର୍ଗାପୂଜା  | Dasahara Rachana Odia | Dussehra Essay in Odia | dussehra essay in odia | durga puja rachana | Dasahara rachana odia | ଦଶହରା ରଚନା | Dasahara essay in odia | Dashahara rachana odia | Durgapuja | Odia essay Dasahara parba . 

Durga puja rachana in odia | Rajbooks.in


Durga puja rachana | Dashahara rachana odia 

ଦଶହରା ପର୍ବ

ଉପକ୍ରମ

ଦଶହରା ଗୋଟିଏ ବିଶିଷ୍ଟ ହିନ୍ଦୁପର୍ବ। ଏହାକୁ କେଉଁଠି ଦୁର୍ଗାପୂଜା ତ କେଉଁଠି ପାର୍ବଣ ବୋଲି କହନ୍ତି। ଆଶ୍ୱିନ ମାସ ଶୁକ୍ଳପକ୍ଷରେ ଦଶହରା ପର୍ବ ଅନୁଷ୍ଠିତ ହୁଏ। ଏହି ପର୍ବରେ ହିନ୍ଦୁମାନେ ଜଗତର ଜନନୀ ମା’ ଦୁର୍ଗାଙ୍କର ପୂଜା ଉତ୍ସବଟିକୁ ଭକ୍ତିଭାବରେ ପାଳନ କରନ୍ତି। ଏହି ଉତ୍ସବଟି ନଅ ଦିନଧରି ଚାଲେ ଏବଂ ଦଶମୀ ଦିନ ଦେବୀ ପାଣିରେ ପଡ଼ନ୍ତି। ନବମୀ ଦିନକୁ ‘ବିଜୟା ଦଶମୀ’ ବୋଲି ମଧ୍ୟ କୁହାଯାଏ।

ପୌରାଣିକ ଆଭାସ 

ଦୁର୍ଗାପୂଜା ବିଷୟରେ ଅନେକ ପୌରାଣିକ କାହାଣୀ ଶୁଣିବାକୁ ମିଳେ। ଆଶ୍ୱିନ ମାସ ଶୁକ୍ଳପକ୍ଷରେ ଉମା ନିଜ ସ୍ଵାମୀ ଶିବଙ୍କ ଘର କୈଳାସପର୍ବତରୁ ନିଜ ପିତା ହିମାଳୟଙ୍କ ଘରକୁ ଆସନ୍ତି; ତେଣୁ ତାଙ୍କ ଲାଗି ପୃଥ‌ିବୀରେ ପୂଜା ଉତ୍ସବ କରାଯାଏ, ତାହା ହିଁ ଦୁର୍ଗାପୂଜା। ପୃଥ‌ିବୀବାସୀଙ୍କଠାରୁ ପୂଜା ଗ୍ରହଣ କରି ଦେବୀ ବିଜୟା ଦଶମୀ ଦିନ ସ୍ଵାମୀଙ୍କ ଘର କୈଳାସପର୍ବତକୁ ଫେରିଯା’ନ୍ତି। ତ୍ରେତା ଯୁଗରେ ରାବଣକୁ ପରାସ୍ତ କରିବା ପାଇଁ ରାମଚନ୍ଦ୍ର ଦୁର୍ଗାଙ୍କୁ ପୂଜା କରି ସେହିଦିନ ରାବଣକୁ ପରାସ୍ତ କରିଥିଲେ ; ତେଣୁ ସେହି ଦିବସଟି ‘ବିଜୟା ଦଶମୀ’ ନାମରେ ଜଣାଶୁଣା। ଏକଦା ମହିଷାସୁରକୁ ହତ୍ୟାକରି ଦୁର୍ଗା ଜଗତ୍ବବାସୀଙ୍କୁ ଦୁଃଖକଷ୍ଟରୁ ଉଦ୍ଧାର କରିଥିଲେ ; ତେଣୁ ତାଙ୍କୁ ମହିଷମର୍ଦ୍ଦିନୀ ବୋଲି କୁହାଯାଏ। ଦୁର୍ଗାପୂଜା ଉତ୍ସବ ପାଳନ କଲେ ଦଶଦୋଷରୁ ମୁକ୍ତି ମିଳେ ବୋଲି ପୁରାଣରେ ଲେଖାଅଛି ; ତେଣୁ ଦୁର୍ଗାପୂଜାର ଅନ୍ୟ ନାମ ଦଶହରା। ଏହିସବୁ କାରଣରୁ ହିନ୍ଦୁମାନେ ପ୍ରତିବର୍ଷ ଦୁର୍ଗାପୂଜା ପାଳନ କରନ୍ତି।

ନଗରଗୁଡ଼ିକରେ ଉତ୍ସବ ପାଳନ 

 ଭାରତବର୍ଷର ବହୁ ନଗର ଓ ସହରରେ ଦଶହରା ଉତ୍ସବ ପାଳିତ ହୁଏ। କଲିକତାବାସୀ ସବୁଠାରୁ ଅଧିକ ଆଡ଼ମ୍ବରରେ ଏହି ଉତ୍ସବ ପାଳନ କରନ୍ତି। କଲିକତାର ଗଳିକନ୍ଦିରେ ମଧ୍ୟ ଦୁର୍ଗାଙ୍କର ମୂର୍ତ୍ତିମାନ ତିଆରି କରାଯାଇଥାଏ। ଗାଁଗହଳରୁ ବହୁତ ଲୋକ ଦୁର୍ଗାପୂଜା ଦେଖିବା ପାଇଁ କଲିକତାରେ ଆସି ରୁଣ୍ଡ ହୁଅନ୍ତି। ବିଜୟା ଦଶମୀ ଦିନ ଦେବୀମୂର୍ତ୍ତିଗୁଡ଼ିକୁ ନଦୀରେ ବିସର୍ଜନ କରାଯାଏ । କଟକ ସହରର ଦଶହରା ପର୍ବ ସାରା ଓଡ଼ିଶାରେ ଜଣାଶୁଣା। କଟକରେ ପ୍ରତ୍ୟେକ ବଜାର ଗଳିକନ୍ଦିରେ ଦେବୀଘରମାନ ରହିଅଛି। ସେଠାରେ ଦେବୀମୂର୍ତ୍ତିମାନ ବହୁତ ଟଙ୍କା ଖର୍ଚ୍ଚ ହୋଇ ତିଆରି କରାଯାଏ। କଟକର କାରିଗରମାନେ କାରିଗରୀ କାମରେ ଭାରି ପଟୁ। ସେମାନଙ୍କ କାରିଗରୀ କୌଶଳ ଯୋଗୁଁ ମୂର୍ତ୍ତିଗୁଡ଼ିକ ଜୀବନ୍ତପରି ଦେଖାଯା'ନ୍ତି। ହିନ୍ଦୁ ପୁରାଣର କାହାଣୀଗୁଡ଼ିକ ଅନୁସାରେ ନାନା ମୂର୍ତ୍ତି ତିଆରି ହୋଇଥା’ନ୍ତି। ଓଡ଼ିଶାର ପୁରପଲ୍ଲୀର ବହୁତ ଲୋକ ଦୁର୍ଗାପୂଜା ଦେଖିବାକୁ କଟକ ଆସନ୍ତି। କଟକରେ ବ୍ୟବସାୟ କାରବାର ବହୁତ ବଢ଼ିଯାଏ। ‘ବିଜୟା ଦଶମୀ’ ଦିନ ମୂର୍ତ୍ତିଗୁଡ଼ିକୁ କାଠଯୋଡ଼ି ନଦୀରେ ବିସର୍ଜନ କରାଯାଏ। ଦେବୀମୂର୍ତ୍ତି ବିସର୍ଜନ ପାଇଁ ହୋଇଥିବା ଶୋଭାଯାତ୍ରା ବଡ଼ ଚମତ୍କାର ହୋଇଥାଏ। କଳିଗୋଳ ଓ ମାଡ଼ପିଟ୍‌ର ଭୟ ଥିବାରୁ ଚାରିଆଡ଼େ ବହୁତ ପୋଲିସ୍ ଉପସ୍ଥିତ ଥାଆନ୍ତି।

ପୁରପଲ୍ଲୀରେ ଦଶହରା ଉତ୍ସବ

ଓଡ଼ିଶାର ପ୍ରତି ଗ୍ରାମରେ ଦଶହରା ଉତ୍ସବ ଅନୁଷ୍ଠିତ ହୁଏ। ଗ୍ରାମବାସୀମାନେ ବଡ଼ ଭକ୍ତିର ସହିତ ଦେବୀଙ୍କର ପୂଜା ଆରାଧନା କରନ୍ତି। ସେମାନେ ନିଜ ନିଜ କୁଳ ବ୍ୟବସାୟର ନାନା ଯନ୍ତ୍ରପାତି ଦେବୀଙ୍କ ନିକଟରେ ସ୍ଥାପନ କରନ୍ତି। ଏହାକୁ ‘ସଜ ବସାଇବା’ କହନ୍ତି। ବିଜୟା ଦଶମୀ ଦିନ ସଜ ଉଠେ ଏବଂ ଦେବୀ ପାଣିରେ ପଡ଼ନ୍ତି।

ଶେଷ କଥା

ଦଶହରା ଉପଲକ୍ଷେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ରାୟ ପନ୍ଦର ଦିନ କାଳ ଛୁଟି ପାଆନ୍ତି। ଏହାକୁ ପୂଜାଛୁଟି ବୋଲି କୁହାଯାଏ। ସରକାରୀ ଓ ବେସରକାରୀ ଅଫିସ ଏବଂ କଳକାରଖାନାସବୁ ପ୍ରାୟ ସାତ ଆଠ ଦିନ ବନ୍ଦରହେ। ଛାତ୍ରମାନେ ବିଦେଶରୁ ଫେରିଥିବା ନିଜର ବାପା, ଦାଦା, ଭାଇ, ବନ୍ଧୁମାନଙ୍କୁ ଦେଖିବାର ସୁଯୋଗ ପାଆନ୍ତି; ତେଣୁ ଦଶହରା ସମୟଟି ସମସ୍ତଙ୍କ ପକ୍ଷେ ବଡ଼ ଆନନ୍ଦର ସମୟ। ଛାତ୍ରମାନେ ଜଗଜ୍ଜନନୀ ମା’ ଦୁର୍ଗାଙ୍କଠାରେ ଲୟ ରଖି ବଳୀୟାନ୍ ହୁଅନ୍ତୁ ଏବଂ ନିଜର ଓ ନିଜ ଦେଶର ଉନ୍ନତି କରିବାଲାଗି ମା’ଙ୍କର ଆଶୀର୍ବାଦ ଲାଭ କରନ୍ତୁ, ଏହା ହିଁ କାମନା।


No comments:

Post a Comment

Comments