Mehersir.in Basanta rutu odia rachana | ବସନ୍ତ ଋତୁ ରଚନା | spring season In Odia || Odia Essay Basanta Rutu || basanta rutu rachana || spring season essay in odia || basanta rutu essay in odia || Basanta rutu odia essay pdf || Basanta rutu odia essay 250 words || Basanta rutu odia essay 10 lines || Basanta rutu odia essay 100 words Basanta rutu odia rachana || Spring season odia essay || ବସନ୍ତ ଋତୁ ଓଡ଼ିଆ ରଚନା | Basanta rutu essay.
ବସନ୍ତଋତୁ
ଉପକ୍ରମ
ଫାଲ୍ଗୁନ ଓ ଚୈତ୍ରମାସ ହେଉଛି ବସନ୍ତଋତୁର ସମୟ। ଏହି ଋତୁରେ ଉତ୍ତରା ପବନ ବନ୍ଦ ହୋଇଯିବାରୁ ଲୋକମାନେ ଶୀତକଷ୍ଟରୁ ରକ୍ଷା ପାଆନ୍ତି। ବସନ୍ତ କାଳରେ ଦକ୍ଷିଣ ଦିଗରୁ ଦକ୍ଷିଣା ପବନ ବହି ମଣିଷ ଏବଂ ଇତର ପ୍ରାଣୀମାନଙ୍କୁ ବହୁ ଆନନ୍ଦ ଦିଏ ; ତେଣୁ କବି ମଧୁସୂଦନ ରାଓ ଲେଖିଛନ୍ତି—
“‘ଫାଲ୍ଗୁନ୍, ଚୈତ୍ର, ବସନ୍ତରେ,
ମୃଦୁ ମଳୟ ମନ ହରେ।’’
ବସନ୍ତ ପ୍ରକୃତି
ବସନ୍ତ କାଳରେ ଶୀତଋତୁର ଉତ୍ତରା ପବନ ବନ୍ଦ ହୋଇଯାଏ । ଦକ୍ଷିଣ ଦିଗରୁ ସୁଲୁସୁଲିଆ ମଳୟ ପବନ ବହିଆସେ। ଶୀତଋତୁର ଜାଡ଼ରେ ମଣିଷ, ପକ୍ଷୀ, ପଶୁ, କୀଟ, ପତଙ୍ଗ ଓ ଗଛଲତା ନିସ୍ତେଜ ହୋଇ ପଡ଼ିଥା’ନ୍ତି। ବସନ୍ତଋତୁର ଦକ୍ଷିଣା - ପବନ ବାଜି ସେମାନେ ପୁଣି ଜାଗିଉଠନ୍ତି। ବସନ୍ତକାଳୀନ ମଳୟ ପବନକୁ ଲକ୍ଷ୍ୟକରି କବି ମଧୁସୂଦନ ରାଓ ଲେଖିଛନ୍ତି—
“‘ଦକ୍ଷିଣ ଦିଗରୁ ବହେ ମୃଦୁଳ,
ପରିମଳମୟ ମଳୟାନିଳ । ’’
ଶୀତଋତୁ ପରେ ମଧୁମୟ ବସନ୍ତର ଆଗମନକୁ ଭକ୍ତକବି ମଧୁସୂଦନ ରାଓ ଈଶ୍ୱରଙ୍କର ଅସୀମ ଦୟାର ନିଦର୍ଶନ ବୋଲି ମନେକରିଛନ୍ତି; ତେଣୁ ସେ
ଲେଖିଛନ୍ତି—
‘‘ଶୀତ ଅନ୍ତେ ପୁଣି ଆସିବ ଧନ୍ୟ ଧନ୍ୟ ବିଶ୍ଵକାରଣ (ବସନ୍ତଋତୁରେ ମଳୟ ପବନ ବାଜି
ମଧୁମୟ ବସନ୍ତ, ତୋର ଦୟା ଅନନ୍ତ। ’’ ଗଛଲତାରେ ନୂଆ ପତ୍ର ଜନ୍ମେ ।
ବସନ୍ତଋତୁରେ ମଳୟ ପବନ ବାଜି ଗଛଲତାରେ ନୂଆ ପତ୍ର ଜନ୍ମେ,I ପତ୍ର ଗହଳିଆ ହୋଇ ଗଛଲତାଗୁଡ଼ିକ ଶାଗୁଆ ଦେଖାଯା’ନ୍ତି। କୋମଳ ପତ୍ରଗୁଡ଼ିକ କେଉଁଠି ତମ୍ବା ବର୍ଣ୍ଣ, କେଉଁଠି ଶାଗୁଆ ଓ କେଉଁଠି ଅଳ୍ପ ଶାଗୁଆ ହୋଇଥିବାରୁ ଗଛଲତାଗୁଡ଼ିକ ଚିତ୍ରବିଚିତ୍ର ଦେଖାଯାଆନ୍ତି ସେହି ପତ୍ରଗୁଡ଼ିକ ଭିତରେ ନାନା ରଙ୍ଗର ଫୁଲ ଫୁଟେ ; ଯଥା—କାମିନୀ, ନିଆଳୀ, ଗୋଲାପ, ନିମ୍ବ, ଅଶୋକ, ବକୁଳ, ମାଧବୀ, କାଞ୍ଛନ ଓ ବାସଙ୍ଗ ଆଦି ଏହି ଫୁଲଗୁଡ଼ିକର ସୁଗନ୍ଧ ଦକ୍ଷିଣା ପବନରେ ଚାରିଆଡ଼େ ବିଛାଡ଼ି ହୋଇପଡ଼େ। ନାଲି ରଙ୍ଗ ପଲାଶ ଫୁଲ, ହଳଦିଆ ରଙ୍ଗର ସୁନାରି ଫୁଲ, ଅଶୋକ ଫୁଲର ସ୍ତବକ ଏବଂ ଆମ୍ବବଉଳ ବଡ଼ ସୁନ୍ଦର ଦେଖାଯାଏ ।
ଅଳ୍ପ ହଳଦିଆ ଆମ୍ବବଉଳରେ ଟିକି ଟିକି କଷିଗୁଡ଼ିକ ବଡ଼ ସୁନ୍ଦର ଦେଖାଯାଏ । ଆମ୍ବଗଛର ଡାଳେ ତାଳେ କୋଇଲି ଲୁଚିରହି କୁହୁକୁହୁ ତାନରେ ସଙ୍ଗୀତ ବୋଲେ। କଳା ଭଅଁରଗୁଡ଼ିକ ଫୁଲରୁ ଫୁଲକୁ ଉଡ଼ିବୁଲନ୍ତି। ପ୍ରଜାପତିମାନେ ନିଜର ଚିତ୍ରବିଚିତ୍ର ଡେଣା ମେଲେଇ ଏ ଫୁଲରୁ ସେ ଫୁଲକୁ ଉଡ଼ୁଥା’ନ୍ତି। ମନୁସଂଗ୍ରହ କରିବା ପାଇଁ ଅସଂଖ୍ୟ ମହୁମାଛି ଫୁଲଗଛ ଆଡ଼କୁ ଉଡି଼ଆସନ୍ତି। ଅଶୋକ ଗଛରେ ହଳଦୀ ବସନ୍ତ ବସି ସୁନ୍ଦର ଦେଖାଯାଏ। ଦକ୍ଷିଣା ପବନରେ ଗଛଲତାସବୁ ଦୋହଲୁଥା’ନ୍ତି ; ତେଣୁ ପ୍ରକୃତି ରାଣୀ ଦୋଳି ଖେଳିଲାପରି ଦେଖାଯାଏ। ବସନ୍ତ କାଳରେ ମଳୟ ପବନ ବାଜି ପ୍ରକୃତି-ଜଗତ ସୁନ୍ଦର ଦେଖାଯାଏ। ଏହାକୁ ଲକ୍ଷ୍ୟକରି କବି ମଧୁସୂଦନ ରାଓ ଲେଖିଛନ୍ତି—
“ ଦିବସ, ରଜନୀ, ପ୍ରଦୋଷ, ଉଷା,
ସର୍ବେ ପିନ୍ଧିଛନ୍ତି ବସନ୍ତ-ରୂଷା।’’
ପର୍ବପର୍ବାଣି ।
ବସନ୍ତପଞ୍ଚମୀ, ଶିବରାତ୍ରି, ଦୋଳପୂର୍ଣ୍ଣିମା ହେଉଛି ବସନ୍ତଋତୁର ପ୍ରଧାନ ପର୍ବ। ଶିବରାତ୍ରିଦିନ ରାତ୍ରିରେ ଶିବମନ୍ଦିରରେ ମହାଦୀପ ଉଠେ। ଲୋକମାନେ ରାତ୍ରି ଉଜାଗର ରହି ମହାବ୍ରତ ପାଳନ କରନ୍ତି। ଦୋଳପୂର୍ଣ୍ଣିମାରେ ଦୋଳଯାତ୍ରା । ଏଥରେ ପିଚ୍କାରି ଖେଳ ଓ ଅବିର ବୋଳାବୋଳି ଫଳରେ ବେଳେ ବେଳେ କଳି ଓ ମାଡ଼ପିଟ ହୁଏ। ଶ୍ରୀପଞ୍ଚମୀ ଦିନ ବିଦ୍ୟାଳୟଗୁଡ଼ିକରେ ଛାତ୍ର-ଛାତ୍ରୀମାନେ ମା' ସରସ୍ଵତୀଙ୍କ ମୂର୍ତ୍ତି ସ୍ଥାପନ କରି ପୂଜା କରନ୍ତି।
ଶେଷ କଥା
ପ୍ରାଚୀନ ପଣ୍ଡିତମାନେ ବସନ୍ତଋତୁକୁ ଋତୁରାଜ ବୋଲି ନାମ ଦେଇଛନ୍ତି । । ଋତୁମାନଙ୍କ ମଧ୍ୟରେ ବସନ୍ତ ହେଉଛି ରାଜା ; କାରଣ ଏହି ଋତୁରେ ପ୍ରକୃତି ଜଗତର ସମସ୍ତ ରାଜରୋଗ ପୂରିରହିଥାଏ। ଚନ୍ଦନବନରୁ ମଳୟ ପବନ ବହିଆସେ। ଆମ୍ବଗଛର ଗହଳିଆ ଡାଳରେ ବସି କୋକିନ ପଞ୍ଚ ସ୍ତରରେ କୁହୁତାନ ତୋଳେ। ଚତୁର୍ଦ୍ଦିଗରେ ନାନାବର୍ଷର ଫୁଲ ଫୁଟି ପୃଥିବୀ ଶୋଭାମୟ ଦିଶେ ; ତେଣୁ ବସନ୍ତଋତୁ ବାସ୍ତନରେ ଋତୁରାଜ ଅଟେ; କିନ୍ତୁ ଏହି ମଧୁମୟ ବସନ୍ତଋତୁରେ ବସନ୍ତରୋଗର ଆଶଙ୍କା ରହିଛି ; ତେଣୁ ପ୍ରତ୍ୟେକ ଲୋକ ଟିକାନେଇ ବସନ୍ତରୋଗର ଆକ୍ରମଣରୁ ନିଜକୁ ନିରାପଦ ରଖିବା ଉଚିତ।
No comments:
Post a Comment