Mehersir.in barsha question answer class 6 | Barsha kabita class 6 question answer odia medium | class 6 odia chapter 1 question answer class 6 odia chapter 1 question answer pdf 6th class mil barsha | class 6 mil chapter 1 question answer odia medium | barsha kabita class 6 6 Class Sahitya Barsha Kabita Saralartha | Saralartha Barsha kabita |6 Class mil Chapter 1 question | 6th class mil barsha | class 6 mil chapter 1 question answer odia medium | barsha kabita class 6 | class 6 Barsha chapter kabi parichaya ll class 6 odia medium || class 6 Barsha chapter kabi parichaya | class 6 odia medium | class 6 Barsha chapter kabi parichaya | class 6 odia medium |Class 6 odia book answers pdf | Class 6 Odia MBD | Barsha class 6 question answer pdf | Barsha class 6 question answer chapter 1 | Class 6 odia chapter 1 question answer pdf | Class 6 odia book chapter 1 question answer | Mbd books for Class 6 Odia pdf | Class 6 odia book PDF.
Chapter 1 Barsha Question Answer
ଅଭ୍ଯାସ ପ୍ରଶ୍ନ ଓ ଉତ୍ତର
୧। ନିମ୍ନଲିଖୂତ ପ୍ରଶ୍ନଗୁଡ଼ିକର ଉତ୍ତର କୁହ ।
(କ) ବର୍ଷରେ କେତୋଟି ଋତୁ ଆସେ ?
ଉ: ବର୍ଷରେ ଛଅଟି ଋତୁ ଆସେ ।
(ଖ) ଗ୍ରୀଷ୍ମଋତୁ ପରେ କେଉଁ ଋତୁ ଆସେ ?
ଉ : ଗ୍ରୀଷ୍ମଋତୁ ପରେ ବର୍ଷାଋତୁ ଆସେ ।
ଗ) ମେଘମାନେ କେଉଁଠି ମିଳିତ ହୁଅନ୍ତି
ଉ: ମେଘମାନେ ଶୂନ୍ୟରେ ମିଳିତ ହୁଅନ୍ତି ।
(ଘ) ପୃଥିବୀ ସୂର୍ଯ୍ୟଙ୍କ ଉତ୍ତାପରେ କେତେମାସ ଉତ୍ତପ୍ତ ଥିଲା
ଉ : ପୃଥିବୀ ସୂର୍ଯ୍ୟଙ୍କ ଉତ୍ତାପରେ ଆଠମାସ ଉତ୍ତପ୍ତ ଥିଲା |
(ଙ) ଖଦ୍ୟୋତ କେତେବେଳେ ଉଡ଼ିବୁଲେ ?
ଉ : ଖଦ୍ୟୋତ ସନ୍ଧ୍ୟା ସମୟରେ ଉଡ଼ିବୁଲେ ।
୨। ଉତ୍ତର ଲେଖ ।
(କ) ମେଘମାଳ କିପରି ଭାବରେ ଜଳ ବର୍ଷା କଲେ ? [H-2014-15, |2017-18 (ସମିତି)
ଉ : ମେଘମାଳ ଘୋର ଶବ୍ଦରେ ଗର୍ଜନ କରି ଜଳ ବର୍ଷା କଲେ ।
(ଖ) ‘ଗର୍ଜନ୍ତି ଆବୋରିଣ ପାଣି’- ଏଠାରେ କିଏ ଗର୍ଜିବା କଥା କୁହାଯାଇଛି ?
ଉ : ଏଠାରେ ବେଙ୍ଗମାନେ ଗର୍ଜିବା କଥା କୁହାଯାଇଛି ।
(ଗ) ଏହି କବିତାରେ କାହାକୁ ରାଜା ବୋଲି କୁହାଯାଇଛି ?
ଉ : ଏହି କବିତାରେ ପୃଥିବୀକୁ ରାଜା ବୋଲି କୁହାଯାଇଛି ।
(ଘ) ବର୍ଷାଋତୁକୁ ସକଳ ଋତୁଙ୍କର ସାର ବୋଲି କବି କାହିଁକି କହିଛନ୍ତି ? [H-2016-17]
ଉ: ବର୍ଷାଋତୁରେ ଧରଣୀ ଶସ୍ୟ-ସମ୍ପଦରେ ପରିପୂର୍ଣ୍ଣ ହେଉଥିବାଯୋଗୁ ଏହାକୁ ସକଳଋତୁଙ୍କର ସାର ବୋଲି କବି କହିଛନ୍ତି ।
(ଙ) ମୟୂର କାହାକୁ ଚାହିଁ ନୃତ୍ୟ କରେ ?
ଉ : ମୟୂର ମେଘକୁ ଚାହିଁ ନୃତ୍ୟ କରେ ।
୩। ସରଳ ଭାଷାରେ ବୁଝାଇ ଲେଖ । । |H-2015-16
(କ) ‘‘ମହୀ ମଣ୍ଡଳ ଦୁଃଖ ଚାହିଁ ଜଳ ଛାଡ଼ିଲା ତୋଷ ହୋଇ ।”? -
ଉ : ‘‘ମହୀମଣ୍ଡଳ ........... ହୋଇ ।”
ଉକ୍ତ ପଦ୍ୟାଶଟି ‘ଆମ ସାହିତ୍ୟ’ ବହିର ‘ବର୍ଷା’ କବିତାରୁ ଆନୀତ । ଏହି ପ୍ରସଙ୍ଗରେ କବି ଜଗନ୍ନାଥ ଦାସ ବର୍ଷାଋତୁରେ ବୃଷ୍ଟିପାତ ବିଷୟରେ ବର୍ଣ୍ଣନା କରିଛନ୍ତି ।
ଗ୍ରୀଷ୍ମଋତୁ ପରେ ଧରଣୀକୁ ଆଗମନ କରିଛି ବର୍ଷାଋତୁ । ସବୁ ଋତୁମାନଙ୍କ ମଧ୍ୟରେ ଶ୍ରେଷ୍ଠ ବର୍ଷାଋତୁର ଆଗମନ ଫଳରେ ଧରଣୀ ଶସ୍ୟ ସମ୍ପଦରେ ପରିପୂର୍ଣ୍ଣ ହୋଇଛି | ଶୂନ୍ୟରେ ମେଘମାଳା ସଞ୍ଚରିତ ହୋଇ ବିଜୁଳି ଶବ୍ଦ ସହିତ ବୃଷ୍ଟିପାତ କରିଛି । କବିଙ୍କ ବର୍ଣ୍ଣନାରେ ସତେ ଯେଭଳି ଗ୍ରୀଷ୍ମତାପିତ ପୃଥିବୀର ଦୁଃଖକୁ ବୁଝିପାରି ମେଘ ଜଳଦାନ କରି ତାକୁ ପରିତୃପ୍ତ କରାଇଛି । ପ୍ରସଙ୍ଗଟି ମନଛୁଆଁ ଅଟେ ।
(ଖ) '‘ଅଳପ ନଦୀଏ ପୁରିଲେ ଲହରିମତେ ଉଛୁଳିଲେ ।’’
ଉ : ଅଳପ ............... ଇଛୁଳିଲେ ।’’
ଉକ୍ତ ପଦ୍ୟାଶଟି ‘ଆମ ସାହିତ୍ୟ’ ବହିର ‘ବର୍ଷା’ କବିତାରୁ ଗୃହୀତ । ଏହି ପ୍ରସଙ୍ଗରେ କବି ଜଗନ୍ନାଥ ଦାସ ବର୍ଷା ଋତୁରେ ନଦୀମାନେ କିପରି ଜଳପୂର୍ଣ ହୋଇ ଲହରିରେ ଉଛୁଳି ଉଠନ୍ତି ତହିଁର ବର୍ଣ୍ଣନା କରିଛନ୍ତି ।
ଗ୍ରୀଷ୍ମଋତୁ ପରେ ଧରଣୀକୁ ଆଗମନ କରିଛି ବର୍ଷାଋତୁ । ଏହାର ଆଗମନରେ ଶୂନ୍ୟରେ ସରିତ ହୋଇଥିବା ମେଘ ବୃଷ୍ଟିପାତ କରିଛି । ଘୋର ଶବ୍ଦରେ ବହୁତଳ ବୃଷ୍ଟି ହେତୁ ଗ୍ରୀଷ୍ମତାପିତ ଧରଣୀ ପରିତୃପ୍ତ ହୋଇଛି । ଷ୍ଟିକଳରେ ପରିପୂର୍ଣ ହୋଇଥିବା ନଦୀମାନେ ଇହରିମାଳା ସହିତ ଉଛୁଳି ଉଠିଛନ୍ତି । ଏଠାରେ ବର୍ଷାଋତୁର ବାସ୍ତବ ବର୍ଣ୍ଣନା ଅତ୍ୟନ୍ତ ପ୍ରଶଂସନୀୟ ହୋଇଛି ।
ଏହି ପ୍ରସଙ୍ଗଟି ଅତ୍ୟନ୍ତ ମନଛୁଆଁ ଅଟେ ।
(ଗ) ‘‘ଛତୁ ଯେ ଛତ୍ର ପ୍ରାୟ ହୋଇ ରାଜାର ପ୍ରାୟ ଦିଶେ ମହୀ ।’’
ଉ : ଛତୁ ............ ମହୀ ।"
[H-2014-15, H-2016-17, 2018-19
ଉକ୍ତ ପଦ୍ୟାଶଟି ‘ଆମ ସାହିତ୍ୟ’ ବହିର ‘ବର୍ଷା’ କବିତାରୁ ଆନୀତ । ଏହି ପ୍ରସଙ୍ଗରେ କବି ଜଗନ୍ନାଥ ଦାସ ବର୍ଷାଋତୁରେ ଫୁଟିଥୁବା ଛତୁମାନଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି ।
ସବୁ ଋତୁମାନଙ୍କ ମଧ୍ୟରେ ଶ୍ରେଷ୍ଠ ବର୍ଷାଋତୁର ଆଗମନ ଘଟିଛି । ଶସ୍ୟସମ୍ପଦରେ ପରିପୂର୍ଣ ହୋଇଉଠିଛି ଧରଣୀ । ସୁନ୍ଦର ଦେଖାଯାଇଛି ସାରା ପୃଥିବୀ । ନାନା ପ୍ରକାରର ଶସ୍ୟରାଶି ସହିତ ବିଭିନ୍ନ ସ୍ଥାନରେ ଛତୁଗୁଡ଼ିକ ଫୁଟିଛି । ଏହି ଫୁଟିଥୁବା ଛତୁଗୁଡ଼ିକ ରାଜାଙ୍କର ଛତ୍ରଭଳି ଶୋଭା ଦେଖାଯାଇଛି । କବିଙ୍କ ବର୍ଣ୍ଣନାରେ ସତେ ଯେଭଳି ଧରଣୀ ରାଜାଙ୍କର ତାହା ହେଉଛି ଛତ୍ର । ପ୍ରସଙ୍ଗଟିରେ କବିଙ୍କର କଳ୍ପନା ପ୍ରଶଂସନୀୟ ।
4। ନିମ୍ନଲିଖୁତ ପଦଂଶରେ ଖାଲିଥିବା ସ୍ଥାନକୁ ବହି ଦେଖ ପୂରଣ କର |
କ) ପ୍ରାଣୀ ଜୀବନ..................|
........................ଚିତ୍ତରେ ବରଷି ।
ଉ : ଚଳରାଶି, କରୁଣା
ଖ) ...................ଶସ୍ୟ ରାଶି ।
............ମହୀ....................|
ଉ : ନାନା ପ୍ରକାର, ପୂରିତ, ଦିଶି
୫। ଏହି କବିତାରେ ‘ସୂର୍ଯ୍ୟ' ଓ 'ପୃଥିବୀ’ ଶବ୍ଦ ପାଇଁ ଅନ୍ୟ ଯେଉଁ ଶବ୍ଦଗୁଡ଼ିକ ବ୍ୟବହାର କରାଯାଇଛି, ତାହାକୁ ଲେଖ ।
ସୂର୍ଯ୍ୟ ପୃଥିବୀ
ରବି ମହୀ
୬। ବରଷା ଶବ୍ଦର ଗଦ୍ୟରୂପ ବର୍ଷା, ସେହିପରି ନିମ୍ନଲିଖୁତ ଶବ୍ଦଗୁଡ଼ିକର ଗଦ୍ୟରୂପ ଲେଖ । ଦିଆଯାଇଥିବା ଶବ୍ଦ
ଗଦ୍ୟରୂପ
ଶବଦ ଶବ୍ଦ
ଗରଳି ଗର୍ଜି
ବରଷି ବର୍ଷ
ଗ୍ରୀଷମ ଗ୍ରୀଷ୍ମ
ତପଚ ତପ୍ତ
ଅଳପ ଅଳ୍ପ
୭। ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକର ଅର୍ଥ । ସୂଚାଉଥିବା ଶବ୍ଦକୁ ବନ୍ଧନୀ ମଧ୍ଯରୁ ବାଛି ଲେଖ ।
ମଞ୍ଚପୁର (ସ୍ଵର୍ଗପୁର, ପାତାଳପୁର, ମର୍ତ୍ତ୍ୟପୁର)
ଉ : ମର୍ତ୍ତ୍ୟପୁର
ଭୁଞ୍ଜରି ( ଭୋଜନ କରନ୍ତି, ଭୋଗ କରରି, ଭରଣ କରନ୍ତି )
ଇ : ଭୋଗ କରନ୍ତି
ମଣ୍ଡୁକ (ସାପ, ବେଙ୍ଗ, ମୟୂର)
2 : ବେଙ୍ଗ
ନିଶାମୁଖ (ସକାଳ, ସନ୍ଧ୍ୟାବେଳ, ରାତି)
ଉ : ସନ୍ଧ୍ୟାବେଳ
୮। ‘ଆଠ’କୁ ଯେପରି ‘ଅଷ୍ଟ’ କୁହାଯାଏ, ସେହିପରି
ନିମ୍ନଲିଖୁତ ଶବ୍ଦଗୁଡ଼ିକୁ କ'ଣ କୁହାଯିବ ଲେଖ । ଦିଆଯାଇଥିବା ଶବ୍ଦ
ନଅ ନବ
ସାତ ସପ୍ତ
ଛଅ ଷଷ୍ଠ
ଏଗାର ଏକାଦଶ
୯।। ପ୍ରତ୍ୟେକ ଧାଡ଼ିରେ ତିନୋଟି ଏକଜାତୀୟ ଶବ୍ଦ ସହିତ
ଗୋଟିଏ ଭିନ୍ନଜାତୀୟ ଶବ୍ଦ ମିଶି,ରହିଛି । ଭିନ୍ନ ଜାତୀୟ ଶବ୍ଦଟିକୁ ଚିହ୍ନଟ କରି ଲେଖ ।
(କ) ବର୍ଷା, ବିଜୁଳି, ଗିରିଶିଖ, ପବନ
ଉ : ଗିରିଶିଖ
(ଖ) ମଣ୍ଡଳ, ମୟୂର, ଛତୁ, ଖଦ୍ୟୋତ
ଉ : ଛତୁ
EXTRA Q&A
ଅନୁଶୀଳନୀ ବହିର୍ଭୂତ ଅତିରିକ୍ତ ପ୍ରଶ୍ନ ଓ ଉତ୍ତର ନାତିଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧। ଜଙ୍ଗଲ କାଟିବା ଦ୍ବାରା ଆମର କି କ୍ଷତି ହୁଏ ?
|H-2013-14
ଉ : ଆମ୍ଭେମାନେ ମୁଖ୍ୟତଃ ଆମର ବଞ୍ଚିବାପାଇଁ ବର୍ଷାଜଳ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁ । ଆଜିକାଲି ଆମ୍ଭେମାନେ ଜଙ୍ଗଲ ସୁରକ୍ଷା ଉପରେ ଜମା ଗୁରୁତ୍ବ ଦେଉନାହୁଁ । ମନଇଚ୍ଛା ଜଙ୍ଗଲ କାଟି ସଫାକରିବା ଫଳରେ ସେ ଅଞ୍ଚଳରେ ବୃଷ୍ଟି ପରିମାଣ ଅତି ଅଳ୍ପ ହେଉଛି । କଳାହାଣ୍ଡିର ପାହାଡ଼, ପର୍ବତ, ମାଳଭୂମିମାନଙ୍କରେ ପୂର୍ବରୁ ଥିବା ଘନ ଜଙ୍ଗଲ ଉପରୋକ୍ତ କାରଣରୁ ନଷ୍ଟବିନଷ୍ଟ ହୋଇପଡ଼ିଛି । ଫଳରେ, ସେଠାରେ ଅଳ୍ପ ବୃଷ୍ଟି ହେଉଛି ।
ସାଧାରଣତଃ ଏହି ଜଙ୍ଗଲଗୁଡ଼ିକ ବର୍ଷା ହେବାରେ ଅନେକ ସାହାଯ୍ୟ କରିଥାନ୍ତି । ଅବିଚାରିତ ଭାବେ ମନୁଷ୍ୟ ଜଙ୍ଗଲ ଅବକ୍ଷୟ ଘଟାଉଥିବାରୁ ବର୍ଷା ଅନିୟମିତ ଓ ସଳ୍ପ ପରିମାଣରେ ହେଉଛି ।
୨। ମେଘମାନେ କାହା ଦୁଃଖ ଲାଘବ ପାଇଁ ବୃଷ୍ଟି କଲେ ?
ଉ : ଗ୍ରୀଷ୍ମ ଋତୁ ଯିବାପରେ ବର୍ଷା ଋତୁର ଆଗମନ ଘଟିଲା । ଏହି ଋତୁ ହେଉଛି ସବୁ ଋତୁମାନଙ୍କ ମଧ୍ୟରେ ଶ୍ରେଷ୍ଠ । ଏହି ଋତୁରେ ଶସ୍ୟ ସମ୍ପଦ ପରିପୂର୍ଣ ହୋଇଥାଏ । ତେବେ ବର୍ଷାଋତୁ ଆସିବାରୁ ଆକାଶରେ ମେଘ ଓ ବିଜୁଳି ଏକତ୍ର ହେଲେ । ଗ୍ରୀଷ୍ମ ପୀଡ଼ିତ ଧରଣୀର ଦୁଃଖ ଦେଖୁ ଘୋର ଶବ୍ଦ କରି ମେଘମାଳାମାନେ ତାହାକୁ ଲାଘବ କରିବା ପାଇଁ ବୃଷ୍ଟି କଲେ ।
୩ । ତପସ୍ଵୀ ତପସ୍ୟା ଫଳ ଭୋଗକରିବା କଥା କବି କାହିଁକି କହିଛନ୍ତି ?
|H-2014-15
ଉ : ଜଳ ହିଁ ଜୀବନ । ଦୀର୍ଘ ଆଠମାସର ପ୍ରଚଣ୍ଡ ରୌଦ୍ରତାପ ପରେ ପୃଥିବୀରେ ବୃଷ୍ଟିପାତ ହୋଇଛି । ପ୍ରାଣୀମାନଙ୍କର ଜୀବନ ସଦୃଶ ଏହି ବର୍ଷାଜଳ ପାଇ ପୃଥିବୀ ତୃପ୍ତ ହୋଇଛି । ତପସ୍ୱୀମାନେ ଦୀର୍ଘକାଳ କଠୋର ତପସ୍ୟାକରି ତା’ର ଫଳପାଇଲେ ଯେଭଳି ସୁଖୀ ହୁଅନ୍ତି ଧରଣୀ ଦୀର୍ଘ ଆଠମାସର କଷ୍ଟ ପରେ ବର୍ଷାଜଳ ପାଇ ଖୁସି ହେବା ପ୍ରସଙ୍ଗ ବର୍ଣ୍ଣନା କରି ତପସ୍ଵୀ ତପସ୍ୟା ଫଳ ଭୋଗ- କରିବା କଥା କବି କହିଛନ୍ତି ।
୪। ବର୍ଷା ଋତୁକୁ ସକଳ ଋତୁଙ୍କର ସାର ବୋଲି କବି କାହିଁକି କହିଛନ୍ତି ?
|H-2015-16, H-2013-14, [2017-18 (ସମିତି)
ଉ : ଦାରୁଣ ନିଦାଘର ଶୁଷ୍କତାକୁ ଦୂରେଇ ଦେଇ ରସମୟୀ ବର୍ଷା ପୃଥିବୀରେ ପାଦ ଥାପେ । ବର୍ଷାର ରୂପ ହୁଏ କେତେବେଳେ କାନ୍ତ, ପୁଣି କେତେବେଳେ ଭୀମକାନ୍ତ । ସକଳଜୀବ ତୃଷା ମେଣ୍ଢାଇ, ଜଳରେ ଜଳାଶୟ ପୂର୍ଣ୍ଣକରି, ସବୁଜ ଶସ୍ୟସମ୍ଭାରରେ କୃଷିକ୍ଷେତ୍ର ପରିପୂର୍ଣ୍ଣ କରି ବର୍ଷାଋତୁ ଋତୁ ଶ୍ରେଷ୍ଠ ବନିଯାଏ । ବର୍ଷା ସନ୍ଧ୍ୟାରେ ଅନବରତ ଶୁଭୁଥୁବା ବେଙ୍ଗରଡ଼ି, ଜୁଳୁଜୁଳିଆ ପୋକର ମିଞ୍ଜିମିଞ୍ଜି ହୋଇ ଜଳୁଥୁବା ଜ୍ୟୋତି, କୂଳପ୍ଲାବିତ ନଦୀ ଓ ଝରଣା ଏବଂ ରାଜଛତ୍ର ପରି ଦିଶୁଥିବା ଛତୁର ଛତ୍ର ଆଦି ଦର୍ଶନରେ ମନରେ ଅପାର ଆନନ୍ଦ ଜାତ ହୁଏ ।
୫। ‘ଗର୍ଜନ୍ତି ଆବୋରିଣ ପାଣି’– ଏଠାରେ କିଏ ଗର୍ଜିବା କଥା କୁହାଯାଇଛି ?
ଉ: ଗ୍ରୀଷ୍ମକାଳ ଯିବା ପରେ ପୃଥିବୀରେ ପ୍ରବେଶ କରିଛି ବର୍ଷାଋତୁ । ସୂର୍ଯ୍ୟଙ୍କ ତେଜରେ ଆଠମାସ ଧରି ଉତ୍ତପ୍ତ ଥିବା ଧରଣୀ ସୃଷ୍ଟିଜଳ ଲାଭ କରି ପରିତୃପ୍ତ ହୋଇଛି । ଶସ୍ୟ ସମ୍ପଦରେ ପୂରିଉଠିଛି ଧରଣୀ । ଘନଘୋର ଅନ୍ଧାର ରାତିରେ ଜୁଳୁକୁଳିଆ କୀଟମାନେ ସେମାନଙ୍କର ଆଲୋକ ଦେଖାଇ ଉଡ଼ି ବୁଲିଛନ୍ତି । ନଦୀ ନିର୍ଝର ଜଳ ପୂର୍ଣ୍ଣ ହୋଇଛି । ବେଙ୍ଗମାନେ ଜଳପୂର୍ଣ୍ଣ ସ୍ଥାନକୁ ବେଢ଼ି ରହି ଗର୍ଜିବାକୁ ଲାଗିଛନ୍ତି । ଅର୍ଥାତ୍ ‘ଗର୍ଜନ୍ତି ଆବୋରିଣ ପାଣି’ ଉକ୍ତିଟିରେ ବେଙ୍ଗମାନେ ଗର୍ଜିବା କଥା କୁହାଯାଇଛି ।
୬ । ‘ବର୍ଷା’ କବିତାରେ କାହାକୁ ରାଜା ବୋଲି କୁହାଯାଇଛି ?
ଉ : ‘ବର୍ଷା’ କବିତାରେ ଭକ୍ତକବି ଜଗନ୍ନାଥ ଦାସ ପୃଥିବୀକୁ ରାଜାର ଗୌରବ ପ୍ରଦାନ କରିଛନ୍ତି । ଅଭିଷେକ ଉତ୍ସବପରେ ରାଜଶିର ମଣ୍ଡନ କରି ରାଜଛତ୍ର ଶୋଭାପାଏ । ବର୍ଷା ପୃଥିବୀରେ ରାଜପଣ କଲାପରେ ଚତୁର୍ଦ୍ଦିଗରେ ବିଭିନ୍ନ ରୂପ ରଙ୍ଗରେ ଏବଂ ଆକାର ପ୍ରକାରର ଛତୁଗୁଡ଼ିକ ଫୁଟି ଶୋଭାପାଏ । ଏଗୁଡ଼ିକୁ କବି ରାଜଛତ୍ର ସହିତ ତୁଳନା କରିଛନ୍ତି । ରାଜା ଛତ୍ରଧାରଣ କଲାପରି ପୃଥିବୀ ଏହି ଛତୁଗୁଡ଼ିକୁ ଧାରଣ କରିଥିବାରୁ କବି ଯଥାର୍ଥରେ ଏହି କବିତାରେ ପୃଥିବୀକୁ ରାଜାର ସମ୍ମାନ ଦାନ କରିଛନ୍ତି |
୭। ବର୍ଷା ଆଗମନରେ ପ୍ରକୃତିର କି କି ପରିବର୍ତ୍ତନ ଘଟେ ?
[H-2016-17, 2018-19
ଉ : ‘ବର୍ଷା’ କବିତାରେ ପଞ୍ଚସଖା ଯୁଗର ଅନ୍ୟତମ କବି ଭକ୍ତକବି ଜଗନ୍ନାଥ ଦାସ ବର୍ଷାର ଆଗମନ ସମ୍ବନ୍ଧରେ ସୂଚନା ଦେଇଛନ୍ତି । ଋତୁ ପରେ ଋତୁ ବଦଳେ । ଗ୍ରୀଷ୍ମପରେ ଧରଣୀରେ ବର୍ଷାଋତୁ ପାଦ ଦିଏ । ପୃଥିବୀରେ ଶସ୍ୟ ସମ୍ପଦ ଉତ୍ପନ୍ନର କାରଣ ଏ ଋତୁ । ଏ ଋତୁ ଋତୁଶ୍ରେଷ୍ଠ । ଏହାର ଆଗମନରେ ନୀଳ ଆକାଶରେ ମାଳମାଳ ବଉଦର ମେଳା ବସେ । ବିଜୁଳି ଚମକେ । ଘଡ଼ଘଡ଼ିର ପ୍ରଚଣ୍ଡ ଶବ୍ଦ ସମଗ୍ର ସ୍ଥଳ ଓ ଜଳଭାଗର ଆକାଶକୁ ଆଚ୍ଛନ୍ନ କରେ | ନୀଳ ମେଘମାଳାର ବିସ୍ତୃତ ବିଶ୍ବବ୍ୟାପୀ ହୋଇଯାଏ ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧। ମେଘମାଳ କିପରି ଭାବରେ ଜଳ ବର୍ଷା କଲେ ?
|H-2015-16
ଉ: ବର୍ଷା ଋତୁର ଆଗମନରେ ଗଗନ ମଣ୍ଡଳରେ ଘନ ମେଘ ସୃଷ୍ଟି ହେଲା । ଘୋର ଶବ୍ଦ ସୃଷ୍ଟି କରି ମେଘମାଳା ଗର୍ଜନ କରି ଜଳ ବର୍ଷା କଲେ ।
୨। ପ୍ରାଣୀଙ୍କ ଜୀବନ କିଏ ବୋଲି କବି କହିଛନ୍ତି ?
ଉ : ଏହି ସାରା ଜଗତର ଜୀବମାନଙ୍କୁ ଜଳ ହିଁ ବଞ୍ଚାଇ ରଖୁଛି । ତେଣୁ କବି ଜଳକୁ ପ୍ରାଣୀଙ୍କ ଜୀବନ ବୋଲି କହିଛନ୍ତି ।
୩ । ପୃଥିବୀକୁ କାହାର ତେଜ ଗ୍ରାସ କରିଥିଲା ?
ଉ : ଋତୁ ଚକ୍ରରେ ଗ୍ରୀଷ୍ମଋତୁ ଧରଣୀରେ ରାଜୁତି କରେ । ତେଣୁ ପୃଥିବୀକୁ ସୂର୍ଯ୍ୟଙ୍କ ତେଜ ଗ୍ରାସ କରିଥିଲା ।
୪। ବର୍ଷା ଋତୁରେ ପୃଥିବୀ କାହିଁକି ପରିପୂର୍ଣ୍ଣ ଦିଶେ ?
ଉ : ବର୍ଷାର ଆଗମନରେ ଗ୍ରୀଷ୍ମଦଗ୍ଧ ଧରଣୀ ଶାନ୍ତ ହୋଇଥାଏ । ଜଳ ସମ୍ପଦ ଲାଭ ହେତୁ ନାନା ପ୍ରକାର ଶସ୍ୟରେ ପୃଥିବୀ ପରିପୂର୍ଣ୍ଣ ଦିଶେ ।
୫। ମୟୂର କାହାକୁ ଚାହିଁ ନୃତ୍ୟ କରେ ?
[H-2016-17, 2018-19
ଉ: ବର୍ଷା ଋତୁର ଆଗମନରେ ନୀଳ ଆକାଶ କୋଳରେ ଘନ ମେଘମାଳା ଖେଳିବୁଲେ । ତାହାକୁ ଦେଖି ଗିରି ଶିଖରରେ ଥାଇ ମୟୂର ନୃତ୍ୟ କରେ ।
୬। ମହୀମଣ୍ଡଳ ଦୁଃଖ ଦେଖ୍ ମେଘ କ’ଣ କଲା ? ଉ: ଗ୍ରୀଷ୍ମ ସତ୍ତାପିତ ମହୀ ମଣ୍ଡଳର ଦୁଃଖ ଦେଖୁ ମେଘ ଜଳ
ଦାନ କଲା ।
୭। ବର୍ଷା କବିତାରେ ରାଜା କିଏ ଓ କାହିଁକି ?
ଉ: ବର୍ଷା ଋତୁରେ ଛତୁ ଫୁଟିଥିବାରୁ ତାହା ପୃଥିବୀ ରୂପକ ରାଜାଙ୍କର ଛତ୍ର ଭଳି ଦେଖାଯାଏ । ତେଣୁ ପୃଥିବୀକୁ ରାଜା ଓ ଛତୁକୁ ରାଜଛତ୍ର ବୋଲି କୁହାଯାଇଛି ।
୮। କେଉଁମାନେ ତପସ୍ୟାର ଫଳକୁ ସୁଖୀ ହୋଇ ଭୁଞ୍ଜନ୍ତି ?
ଉ : ତପସ୍ଵୀମାନେ କଠୋର ତପସ୍ୟା କରନ୍ତି । ସମୟକ୍ରମେ ସେମାନେ ତପସ୍ୟାର ଫଳ ପାଇ ସୁଖୀ ହୋଇ ଭୁଞ୍ଜନ୍ତି ।
୯ ବର୍ଷାକାଳ ସନ୍ଧ୍ୟାରେ କୁଳୁକୁଳିଆ ପୋକମାନେ କ’ଶ କରନ୍ତି ?
ଉ: ବର୍ଷାକାଳ ସନ୍ଧ୍ୟାରେ ଜୁଳୁକୁଳିଆ ପୋକମାନେ ବିଭିନ୍ନ ଆଡ଼େ ବୁଲନ୍ତି । ସେମାନଙ୍କ ମିଞ୍ଜି ମିଞ୍ଜି ଆଲୁଅରେ ମେଘୁଆ ସନ୍ଧ୍ୟା ସୁନ୍ଦର ଦେଖାଯାଏ ।
୧୦। ବର୍ଷାକାଳରେ ଆକାଶରେ କ'ଣ ସବୁ ଦେଖାଯାଏ ?
ଉ: ବର୍ଷା କାଳରେ ଆକାଶରେ ମେଘ, ଘଡ଼ଘଡ଼ି ଓ ବିଜୁଳିର ଚମକ ଦେଖାଯାଏ ।
୧୧। ବର୍ଷା ଋତୁରେ ବେଙ୍ଗମାନେ କ’ଣ କରନ୍ତି ?
ଉ : ବର୍ଷା ଋତୁରେ ବେଙ୍ଗମାନେ ଜଳପୂର୍ଣ ସ୍ଥାନକୁ ଆବୋରି ରହନ୍ତି । ସର୍ବତ୍ର ଜଳଦେଖ୍ ଉଚ୍ଚ ରଡ଼ିକରି ଚଉଦିଗ କମ୍ପାଇ ଦିଅନ୍ତି ।
୧୨। ମେଘମାଳା କିପରି ଭାବରେ ଜଳ ବର୍ଷା କଲେ ?
ଉ: ଘୋର ଶବ୍ଦ ସୃଷ୍ଟିକରି ମେଘମାଳା ଗର୍ଜନ କରି ଜଳବର୍ଷା କଲେ ।
No comments:
Post a Comment