Meher Sir |ବର୍ଷାଋତୁ ରଚନା | Barsa Rutu Rachana | Rainy Season Odia Essay | ବର୍ଷା ଋତୁ ( Barsha Rutu Essay in Odia ) | Barsha rutu rachana odia pdf Barsha rutu rachana odia 10 lines Barsha rutu rachana odia photo Barsha rutu rachana odia class 6.
ବର୍ଷାଋତୁ ରଚନା
ଉପକ୍ରମ
ବର୍ଷକ ବାରମାସ ଏବଂ ଛଅଋତୁଆଷାଢ଼ ଓ ଶ୍ରାବଣ ମାସରେ ବର୍ଷାଋତୁ ରାଜପଣ କରେ। ଭାଦ୍ରବ ଓ ଆଶ୍ୱିନ ମାସରେ ବର୍ଷାର ପ୍ରକୋପ ଦେଖାଯାଏ ନାହିଁ; ତଥାପି ଭାଦ୍ରବ ଓ ଆଶ୍ଵିନ ମାସକୁ ହିସାବ କରି ଲୋକମାନେ ବର୍ଷାଋତୁକୁ ଚତୁର୍ମାସ୍ୟା ବୋଲି କହନ୍ତି। ଏହି ହିସାବରେ ବର୍ଷାଋତୁ ଇଂରାଜୀ ଜୁନ୍ ମାସରେ ଆରମ୍ଭ ହୋଇ ସେପ୍ଟେମ୍ବର ମାସରେ ଶେଷ ହୋଇଥାଏ ।
ବର୍ଷାଋତୁର କାରଣ ଗ୍ରୀଷ୍ମଋତୁ ହିଁ ବର୍ଷାଋତୁର ପ୍ରଧାନ କାରଣ। ଗ୍ରୀଷ୍ମଋତୁର ପ୍ରଚଣ୍ଡ ଖରାରେ କୂଅ, ପୋଖରୀ, ନଈ, ନାଳ ଓ ଖାଲଖମଣାରୁ ପାଣି ଶୁଖିଯାଏ । ସେହି ପାଣି ବାଷ୍ପ ଆକାରରେ ଆକାଶକୁ ଉଠିଯାଏ । ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ଭାରତ ମହାସାଗରରୁ ଉଠିଥିବା ଜଳୀୟବାଷ୍ପ ଭାରତର ବହୁ ଅଞ୍ଚଳକୁ ବହିଆଣେ .
ସେହି ବାଷ୍ପଗୁଡ଼ିକ ଏକାଠି ହୋଇ ଆକାଶରେ ମେଘ ସୃଷ୍ଟି କରନ୍ତି। ଏହି ମେଘ ଶୀତଳ ଅଞ୍ଚଳରେ ପ୍ରବେଶ କଲେ କିମ୍ବା ପର୍ବତ ଦେହରେ ଧକ୍କା ଖାଇଲେ ବର୍ଷା ଆକାରରେ ଭୂମିରେ ପଡ଼େ ଘନ ଜଙ୍ଗଲ ମଧ୍ୟ ଦୂର ଆକାଶର ମେଘକୁ ଆକର୍ଷଣ କରେ । ଏହିପରି ଭାବରେ ବର୍ଷାଋତୁ ଉପସ୍ଥିତ ହୁଏ।
ବର୍ଷାଋତୁର ଅପକାରିତା
ବର୍ଷାଋତୁରେ ଲୋକମାନେ ଚଳିବାରେ ବହୁତ ଅସୁବିଧା ଭୋଗକରନ୍ତି। ଏହି ଋତୁରେ କେତେକ ଲୋକ ଘୋର ବିପଦରେ ମଧ୍ଯ ପଡ଼ନ୍ତି। ବିପଦରେ ପଡ଼ିଥିବା ଲୋକ ପ୍ରାଣ ହରାନ୍ତି। ପ୍ରଥମେ ବର୍ଷାଋତୁର ଅସୁବିଧାଗୁଡ଼ିକ ଆଲୋଚନା କରାଯାଉ ବର୍ଷାଋତୁରେ ଗାଁଗହଳରେ ବାଟଘାଟ କାଦୁଅରେ ଭରିଯାଏ । ତେଣୁ ଚାଲିଲାବେଳେ ଲୋକମାନଙ୍କର ଗୋଡ଼ର ବଳାଗଣ୍ଠି ଓ ଆଣ୍ଠୁଯାଏ କାଦୁଅରେ ଲଟପଟ ହେଉଥାଏ। କାଦୁଅ ତଳେ ଥିବା ଗୋଡ଼ି, ଖପରା, କଣ୍ଟା ଓ କାଚବାଜି ଲୋକମାନଙ୍କ ପାଦ ଖଣ୍ଡିଆ ହୋଇଯିବାର ଭୟ ଥାଏ। ଠାଏ ଠାଏ ବାଟ ଏତେ ଖସଡ଼ା ହୋଇଥାଏ ଯେ, ଗୋଡ଼ ଖସି ବହୁତ ଲୋକ କଚାଡ଼ି ହୋଇ ପଡ଼ନ୍ତି। ବାଟରେ ଅସୁବିଧା ଓ ବର୍ଷା ହେତୁ ଲୋକମାନେ ଦୂରସ୍ଥାନକୁ ଯାଇପାରନ୍ତି ନାହିଁ, ଶଗଡ଼ ଓ ସାଇକେଲ୍ ଆଦି ଦୂରସ୍ଥାନକୁ ଯାଇପାରେ ନାହିଁ; ତେଣୁ ବାଣିଜ୍ୟ ବ୍ୟବସାୟ ବହୁତ ପରିମାଣରେ କମିଯାଏ। ବର୍ଷାଋତୁରେ ଲୋକମାନଙ୍କ ଚାଳ କଣାହୋଇ ଘରଭିତରକୁ ପାଣି ଗଳେ। ଝଡ଼ପବନରେ ଚାଳଘରମାନଙ୍କର ଛପର ଓଲାରିହୋଇ ବର୍ଷାପାଣି ଘର ଚଟାଣକୁ କାଦୁଅ କରିପକାଏ। ସଙ୍ଘାରେ ସଜଡ଼ା ହୋଇ ରହିଥିବା ଜାଳସବୁ ଓଦା ହୋଇଯାଏ । ସମୟେ ସମୟେ ଚୁଲିଭିତରକୁ ପାଣି ପଶିଯାଏ ; ତେଣୁ ଘରେ ରୋଷେଇ କାର୍ଯ୍ୟରେ ବହୁତ ବାଧାପଡ଼େ। .
କାଦୁଅମାଦୁଅ ଚୂଆଁଣିଆ ଗୁହାଳଭିତରେ ପଶି ଗାଈମାନଙ୍କର ଯତ୍ନ ନେବା କଷ୍ଟକର ହୁଏ। ଚାରିଆଡ଼େ ବହୁତ ଅନାବନା ଗଛ ଉଠି ଅରମା ହୋଇଯାଏ । ତେଣୁ ସାପକାମୁଡ଼ାରେ ବହୁତ ଲୋକ ମରନ୍ତି। ବଢ଼ି ହେଉଛି ବର୍ଷାଋତୁରେ ଲୋକମାନଙ୍କର ବଡ଼ ବିପଦ ନଈ ବଢ଼ିରେ ଗାଁଗଣ୍ଡା ଭାସିଯାଏ । ବହୁତ ଲୋକ ଏବଂ ଗୃହପାଳିତ ପଶୁ ବଢ଼ିରେ ଭାସିଯାଇ ପ୍ରାଣ ହରାନ୍ତି। ଘର, ଅମାର ଓ ପାଳଗଦା, ବାଡ଼ିବଗିଚା ଭାସିଯିବାରୁ ବହୁତ ଧାନ ଓ ଧନ ନଷ୍ଟ ହୁଏ। ବଢ଼ି ଫଳରେ ବହୁତ ଜମିରେ ବାଲି ମାଡ଼ିଯିବାରୁ ସେଥୁରେ ଆଉ ଫସଲ ହୁଏ ନାହିଁ। ବର୍ଷାଋତୁରେ ଗାଁ-ଗାଁରେ ହଇଜା ରୋଗ ଦେଖାଯାଏ। ନାନା ପେଟରୋଗରେ ଲୋକମାନେ କଷ୍ଟ ପାଆନ୍ତି। ଖାଲଖମଣାରେ ପାଣି ଜମିବାରୁ ସେଠାରେ ମେଲେରିଆ ମଶାସବୁ ଡିମ୍ବ ଦିଅନ୍ତି ; ଫଳରେ ମେଲେରିଆର ଭୟ ଥାଏ। ବଜ୍ରପାତରେ ମଧ୍ୟ କେତେକ ଲୋକ ଓ ପଶୁପକ୍ଷୀ ପ୍ରାଣ ହରାଇଥାଆନ୍ତି।
ବର୍ଷାଋତୁର ଉପକାରିତା
ବର୍ଷାଋତୁରେ ଲୋକମାନେ କେତେଗୁଡ଼ିଏ ଉପକାର/ ମାଆନ୍ତି। ଗ୍ରୀଷ୍ମକାଳରେ ମନୁଷ୍ୟ ଓ ପକ୍ଷୀମାନେ ଗରମରେ ଛଟପଟ ହେଉଥା’ନ୍ତି। ପାଣି ଟୋପାଏ ପିଇବାକୁ ପାଆନ୍ତି ନାହିଁ। ଦୂରସ୍ଥାନକୁ ଗଲେ ଖରାରେ ଦେହହାତ ସିଝିଯାଏ ; କିନ୍ତୁ ବର୍ଷା ହେଲେ ଲୋକମାନଙ୍କର ଦେହ, ମନ, ଶୀତଳ ହୁଏ। ପିଇବାକୁ ପାଣିର ଅଭାବ ରହେ ନାହିଁ। ବାଡ଼ିବଗିଚାରେ ବହୁତ ପନିପରିବା “ଜନ୍ମ। ବର୍ଷାଦିନେ ଲୋକମାନେ ଫସଲରେ ଲାଗିପଡ଼ନ୍ତି। ବଢ଼ି ଫଳରେ ପଟୁପଡ଼ି ଚାଷ ଜମିସବୁ ଉର୍ବର ହୁଏ । ବଢ଼ିପାଣି ମାଡ଼ି ଗାଁମାନଙ୍କର ମଇଳା ଧୋଇହୋଇଯାଏ । ଗାଈମାନେ ପ୍ରଚୁର ଘାସ ଖାଇବାକୁ ପାଆନ୍ତି। ଗଛଲତାସବୁ -ମରଣମୁହଁରୁ ରକ୍ଷା ପାଇଯା’ତି ଭହ୍ନି, ଭେଣ୍ଡି, କାକୁଡ଼ି, କଖାରୁ, ଲାଉ, ଛଚିନ୍ଦ୍ରା ଓ ନାନା ପ୍ରକାରର ଶାଗ ଏହି ଋତୁରେ ଉତ୍ପନ୍ନ ହୁଏ) ଗାଁ ଝିଅମାନେ ବୁଲି ଭୂଇଁରୁ ଛତୁ ସଂଗ୍ରହ କରନ୍ତି।
ବର୍ଷାଋତୁରେ ପ୍ରାକୃତିକ ଦୃଶ୍ୟ
ଆକାଶବକ୍ଷରେ ମେଘମାଳା ଦେଖି ମୟୂରମାନେ ନୃତ୍ୟ କରନ୍ତି। ବର୍ଷାଋତୁରେ ଚାରିଆଡ଼େ ଘାସବୁଦାମାନ ଉଠି ପୃଥିବୀ ଶ୍ୟାମଳ ଦେଖାଯାଏ ; ତେଣୁ ମନେହୁଏ, ସତେ ଯେପରି ଧରଣୀ ରାଣୀ ଶାଗୁଆ ରଙ୍ଗର ଶାଢ଼ୀ ପିନ୍ଧିଛି। ଶାଗୁଆ ରଙ୍ଗର ପୃଥିବୀ ଉପରେ ନାଲି ନାଲି ସାଧବବୋହୂ ପୋକ ଧୀରେ ଧୀରେ ଚାଲୁଥାଆନ୍ତି। ଗଛଲତାରେ ଶାଗୁଆପତ୍ର ଭରିଯିବାରୁ ସେଗୁଡ଼ିକ ସୁନ୍ଦର ଦେଖାଯାଏ। ବିଲରେ ଧାନଗଛ ସବୁ ଚାଖଣ୍ଡେ ଲେଖାଏଁ ବଢ଼ି ଛନଛନିଆ ଦେଖାଯାଉଥାଏ । ବାଡ଼ିବଗିଚାରେ ନାନାଜାତିର ଶାଗ ଓ ପନିପରିବା, ଚାଳ ଉପରେ ଲାଭ, କଖାରୁ ଓ ପୋଇଡ଼ଙ୍କ ଏବଂ ଭୂମି ଉପରେ ଧଳା ଧଳା ଛତୁମାନ ଦେଖିଲେ ପ୍ରାଣ ପୁଲକିତ ହୁଏ। କିଆରିରେ ସୁନାରଙ୍ଗର ଛଣପଟ ବଡ଼ ମନୋରମ ଦେଖାଯାଏ। ବର୍ଷାଋତୁରେ କିଆ, କେତକୀ, ଯୁଲ, ଜାଇ, ମଲ୍ଲୀ, ମାଧବୀ, ମାଳତୀ, କଦମ୍ବ, କେଳିକଦମ୍ବ, ଚମ୍ପା, କାଠଚମ୍ପା, ଟଗର, ତରାଟ, ଗୋଲାପ, ନିଆଳୀ, ସେବତୀ ଓ ହରଗଉରା ଫୁଲମାନ ଫୁଟି ପଲ୍ଲୀଭୂମିକୁ ସୁଶୋଭିତ କରେ । ଜହ୍ନିଫୁଲ ଓ ମନ୍ଦାରଫୁଲରେ ଗାଁ-ଭୂଇଁ ସୁନ୍ଦର ଦେଖାଯାଏ। ବର୍ଷାଋତୁରେ ଆକାଶ ପାଉଁଶିଆ ଦେଖାଯାଏ। ଆକାଶରେ ଜଳକଣା ଥିବାରୁ ସେଥିରେ ସୂର୍ଯ୍ୟକିରଣ ପଡ଼ି ଇନ୍ଦ୍ରଧନୁ ଦେଖାଯାଏ। ଇନ୍ଦ୍ରଧନୁର ସାତଟି ରଙ୍ଗ ; ଯଥା—ବାଇଗଣୀ, ଘନନୀଳ, ନୀଳ, ସବୁଜ, ହଳଦିଆ, ଲାଲ ଓ ନାରଙ୍ଗି । ସୂର୍ଯ୍ୟ ବୁଲିଗଲାବେଳେ ପଶ୍ଚିମ ଆକାଶରେ ନାନାରଙ୍ଗର ମେଘ ଆକାଶର ବହୁରଙ୍ଗର ପୋଷାକପରି ଶୋଭା ପାଆନ୍ତି। ବର୍ଷାର ଝମ୍ ଝମ୍ ଶବ୍ଦ, ଝିଙ୍କାରିର ଝି ଝି ସ୍ଵର ଏବଂ ବେଙ୍ଗର କଟକଟର ଧ୍ଵନି ମିଶି ଅପୂର୍ବ ସଙ୍ଗୀତ ସୃଷ୍ଟି କରେ। ବେଳେବେଳେ କଳାହାଣ୍ଡିଆ ମେଘଦେହରେ ବିଦ୍ୟତା ଚିକ୍ଚିକ୍ କରିଉଠେ। ଘଡ଼ଘଡ଼ ଶବ୍ଦରେ ଛାତି ଥରିଯାଏ ।
ବର୍ଷାଋତୁର ପର୍ବପର୍ବାଣି
ବର୍ଷାଋତୁରେ ବହୁତ ପର୍ବ ପାଳିତ ହୁଏ। ଗହ୍ମାପୂର୍ଣ୍ଣିମା ବା ରାକ୍ଷୀ ପୂର୍ଣ୍ଣିମା, ଚିତାଲାଗି ଅମାବାସ୍ୟା, ରଥଯାତ୍ରା ଓ ଝୁଲଣ ବର୍ଷାଋତୁର ପ୍ରଧାନ ହିନ୍ଦୁପର୍ବ ଗହ୍ମାପୂର୍ଣ୍ଣିମାରେ ଗୋ-ମାତାର ପୂଜା କରାଯାଏ। ରଥଯାତ୍ରା ସାରା ଭାରତରେ ପ୍ରସିଦ୍ଧ।
ଶେଷ କଥା
ବର୍ଷାକାଳରେ ଲୋକମାନେ ବହୁତ ଅସୁବିଧା ଭୋଗ କରନ୍ତି ଏବଂ ବହୁତ ବିପଦରେ ପଡ଼ନ୍ତି; କିନ୍ତୁ ବର୍ଷାଋତୁର ଅପକାରିତା ତୁଳନାରେ ଉପକାରିତା ବହୁତ ବେଶି । ବର୍ଷାଋତୁ ନ ଥିଲେ ପ୍ରାଣୀଜଗତ ଏବଂ ଉଭିଦ-ଜଗତ ଧ୍ଵଂସ ପାଇଯାଆନ୍ତେ; ତେଣୁ କବି ମଧୁସୂଦନ ରାଓ ଲେଖିଛନ୍ତି—
“‘ବରଷା କାଳ ଅଟେ ମଙ୍ଗଳକାରୀ
ପାଳଇ ପରଜାଙ୍କୁ ବରଷି ବାରି ।’'
No comments:
Post a Comment