Mehersir.in Banabani Class 6 question answer | class 6 odia banabani question answer ଷଷ୍ଠ ଶ୍ରେଣୀ ଆମ ସାହିତ୍ୟ | class 6 odia Banabani Question answer | Banabani odia class 6 questions and answers | 6th Class odia Banabani question answer | 6th Class Mil Chapter 6 Question Answer bana | 6 Class Sahitya Bana Vani | Banabani Question Answer | Class 6 Odia Chapter 5 Question Answer || ବନବାଣୀ ପ୍ରଶ୍ନ ଉତ୍ତର|| Banabani Question Answer Banabani Saralartha | 6th class mil chapter 6 question answer || 6 class sahitya bane bane || banabani class 6 question class 6 banabani question answer Banabani question answer pdf Banabani question answer class 6 Banabani question answer english Class 6 odia book question answer Banabani question answer english medium Class 6 odia book answers PDF Class 6 odia chapter 6 question answer pdf Class 6 odia Chapter 7 question answer.
ବନବାଣୀ ପ୍ରଶ୍ନ ଉତ୍ତର
ଆସ ଜାଣିବା କେତୋଟି ନୂତନ ଶବ୍ଦ ଓ ତା’ର ଅର୍ଥ *
ନିରୁଦ୍ଦେଶ୍ୟ – କୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ନଥୁବା
ପୁନରୁଦ୍ଧାର – ପୁନର୍ବାର ଉଦ୍ଧାର
ବାହ୍ୟିକ – ବାହାରର
ସନ୍ନିବେଶ – ଯୋଡ଼ିବା
କୃତାର୍ଥ – ଧନ୍ୟ, ଚରିତାର୍ଥ
ଦୁର୍ବିପାକ – ବିପତ୍ତି, ଦୁର୍ଯୋଗ
ଆଲେଖ୍ୟ – ଚିତ୍ର
ଅଷ୍ଠାନ – ବାସସ୍ଥାନ, ଅବସ୍ଥିତି ସଂଯମ– ନିୟନ୍ତ୍ରଣ, ଦମନ, ନିଗ୍ରହ
ଘନିଷ୍ଠ – ଅତି ନିକଟତର, ଅନ୍ତରଙ୍ଗ
ବନସ୍ପତି – ବୃକ୍ଷ, ମହାଦ୍ରୁମ
ଗୌରବ – ଯଶ, ଶ୍ରେଷ୍ଠତା
ପ୍ରତିଭାଶାଳୀ – ଯେଉଁମାନଙ୍କର ପ୍ରତିଭା ଅଛି
ନିଦାନ – କାରଣ, ହେତୁ
ନିର୍ଜୀବ – ଜୀବନହୀନ
ଜଡ଼ – ସ୍ଥାଣୁ, ଯାହାର ପ୍ରାଣ ନାହିଁ, ଅଚେତନ
ବିଲୟ – ଲୋପ
ମୁଖରିତ – ଶବ୍ଦାୟିତ
ଉତ୍ତର କୁହ :
ଅଭ୍ୟାସ ପ୍ରଶ୍ନ ଓ ଉତ୍ତର
୧। (କ) ପୁରାତନ ଭାରତର ଛାତ୍ରମାନେ କେଉଁ ସ୍ଥାନରେ ରହି ଶିକ୍ଷାଲାଭ କରୁଥିଲେ ?
ଉ : ପୁରାତନ ଭାରତର ଛାତ୍ର ମାନେ ଅରଣ୍ୟରେ ଆର୍ଯ୍ୟଋଷିମାନଙ୍କ ନିକଟରେ ରହି ଶିକ୍ଷାଲାଭ କରୁଥିଲେ ।
(ଖ) କେଉଁମାନଙ୍କର ପବିତ୍ର ସ୍ମୃତି ଏବେ ବି ଭାରତୀୟଙ୍କ ପ୍ରାଣରେ ଗୌରବ ଜନ୍ମାଉଛି ?
ଉ: ଅରଣ୍ୟ ଭୂମିକୁ ସାଧନା ସ୍ଥଳ ରୂପେ ଗ୍ରହଣକରି ସିଦ୍ଧି ଲାଭକରିଥିବା ଯୋଗୀ ଋଷିମାନଙ୍କର ପବିତ୍ର ସ୍ମୃତି ଏବେ ବି ଭାରତୀୟଙ୍କ ପ୍ରାଣରେ ଗୌରବ ଜନ୍ମାଉଛି ।
(ଗ) ରାଜା ମହାରାଜାମାନେ ଜୀବନରେ କାହାର ଆଶ୍ରୟ ନେଇ ନିଜକୁ କୃତାର୍ଥ ମଣୁଥିଲେ ?
ଉ : ରାଜା ମହାରାଜାମାନେ ‘ମୁନି ବନ ତରୁଛାୟାର’ ଆଶ୍ରୟ ନେଇ ଜୀବନକୁ କୃତାର୍ଥ ମଣୁଥିଲେ ।
(ଘ) ଭାରତର କେଉଁ କେଉଁ ପ୍ରାଚୀନ କାବ୍ୟ ନାଟକ ଆଦିରେ ଅରଣ୍ୟର କଥା କୁହାଯାଇଛି ?
H-2014-15, 2018-19
ଉ : ‘ଶକୁନ୍ତଳା’, ‘କୁମାର ସମ୍ଭବ’, ‘ଉତ୍ତର ରାମଚରିତ’ ^ ପ୍ରଭୃତି ଭାରତର ପ୍ରାଚୀନ କାବ୍ୟ ନାଟକ ଆଦିରେ ଅରଣ୍ୟର କଥା କୁହାଯାଇଛି ।
୨। ପଠିତ ପ୍ରବନ୍ଧରୁ ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଖୋଜି ଲେଖ :
(କ) ଭାରତୀୟ ଭାବୁକମାନେ କାହିଁକି ପ୍ରକୃତିକୁ ସମସ୍ତ ପ୍ରେରଣାର ଉତ୍ସବୋଲି ଗ୍ରହଣ କରିଛନ୍ତି ?
ଉ : ଭାରତୀୟ ଭାବୁକମାନଙ୍କ ନିକଟରେ ପ୍ରକୃତି ନିର୍ଜୀବ କିମ୍ବା ଜଡ଼ ନୁହେଁ, ତାହା ଏକ ମହାଶକ୍ତି ତେଣୁ ସେମାନେ ପ୍ରକୃତିକୁ ସମସ୍ତ ପ୍ରେରଣାର ଉତ୍ସବୋଲି ଗ୍ରହଣ କରିଛନ୍ତି ।
(ଖ) ମହାକାବ୍ୟରେ ବର୍ଣ୍ଣିତ ମହାପୁରୁଷମାନେ କାହିଁକି ଅରଣ୍ୟରେ ସମୟ ଅତିବାହିତ କରୁଥିଲେ ?
ଉ : ମହାକାବ୍ୟରେ ବର୍ଣ୍ଣିତ ମହାପୁରୁଷମାନେ ସଂସାର କ୍ଷେତ୍ରରେ ସମାଜର ନେତୃତ୍ୱ ନେବା ପୂର୍ବରୁ ଜୀବନର ସଂଯମ ଏବଂ ସାଧନା ଏବଂ ସାଧନା ନିମନ୍ତେ ଅରଣ୍ୟରେ ସମୟ ଅତିବାହିତ କରୁଥିଲେ ।
(ଗ) ଭାରତୀୟ ସଭ୍ୟତାର ପରିବର୍ତ୍ତନ ଯୋଗୁଁ ବନପ୍ରଦେଶ କିପରି ବଦଳିଛି ?
ଉ : ଭାରତର ସଭ୍ୟତା ଓ ଚିନ୍ତାର ଗତି କେତେକ ପରିମାଣରେ ବାହ୍ୟିକ ପ୍ରଭାବରେ ପରିବର୍ତ୍ତିତ ହୋଇଅଛି । ଏହା ଫଳରେ ବନ ପ୍ରଦେଶରେ ଆଉ ସେ ଋଷି ଆଶ୍ରମ ନାହିଁ କିମ୍ବା ଶତ ଶତ ଶିଷ୍ୟଙ୍କ ବେଦଧ୍ଵନିରେ ବନପ୍ରଦେଶ ମୁଖରିତ ହେଉନାହିଁ ।
(ଘ) ବନବାଣୀକୁ କାହିଁକି ‘ଭାରତର ବାଣୀ’ ବୋଲି କୁହାଯାଇଛି ?
[H-2013-14, 2018-19
ଉ: ଅରଣ୍ୟ ହେଉଛି ଭାରତୀୟ ସଭ୍ୟତାର କେନ୍ଦ୍ର । ବାହ୍ୟିକ ପ୍ରଭାବରେ ଭାରତୀୟ ସଭ୍ୟତାର ପରିବର୍ତ୍ତନ ଘଟିଥିଲେ ମଧ୍ୟ ସହସ୍ର ବର୍ଷପୂର୍ବର ସେ ସ୍ମୃତି ଏବେ ସୁଦ୍ଧା ଭାରତବାସୀଙ୍କ ହୃଦୟରୁ ଏକାବେଳକେ ବିଲୁପ୍ତ ହୋଇନାହିଁ କିମ୍ବା ଏହା କେବେ ବିଲୁପ୍ତ ହେବାର ନୁହେଁ । ସେଥିପାଇଁ ବନବାଣୀକୁ ଭାରତର ବାଣୀ ବୋଲି କୁହାଯାଇଛି ।
୩। ସରଳ ଭାଷାରେ ବୁଝାଇ ଲେଖି :
(କ) ‘‘ପ୍ରକୃତି ସେମାନଙ୍କ ନିକଟରେ ନିର୍ଜୀବ ଏବଂ ଜଡ଼ ନୁହେଁ, ତାହା ଏକ ମହାଶକ୍ତି ।’’
ଉ: ‘ପ୍ରକୃତି ..... ମହାଶକ୍ତି ।’’
ଉକ୍ତ ଗଦ୍ୟଶଟି ‘ଆମ ସାହିତ୍ୟ’ ପୁସ୍ତକର ‘ବନବାଣୀ’ ପ୍ରବନ୍ଧରୁ ଆନୀତ । ଏହି ପ୍ରସଙ୍ଗରେ ଲେଖକ ଗୋପବନ୍ଧୁଦାସ ଅରଣ୍ୟର ମହତ୍ତ୍ବ ବର୍ଣନା କରିଛନ୍ତି ।
ଅରଣ୍ୟ ହେଉଛି ଭାରତୀୟ ସଭ୍ୟତାର କେନ୍ଦ୍ର । ଆବହମାନ କାଳରୁ ଭାରତର ମହାପୁରୁଷମାନେ ଅରଣ୍ୟକୁ ଆପଣାର ସାଧନା ଏବଂ ସିଦ୍ଧିର ସ୍ଥାନରୂପେ ନିରୂପଣ କରିଥିଲେ । ଭାରତର କାବ୍ୟ, ନାଟକ ଓ ପୁରାଣାଦିରେ ମଧ୍ଯ ଅରଣ୍ୟର ଗୌରବ ବିଶେଷ ଭାବରେ ପ୍ରକଟିତ ହୋଇଛି । ଭାରତୀୟ ଭାବୁକମାନେ କାଳେ କାଳେ ପ୍ରକୃତିକୁ ପବିତ୍ର ପ୍ରେରଣାର ମୂଳ ନିଦାନ ବୋଲି ଗ୍ରହଣ କରିଛନ୍ତି । କାରଣ ପ୍ରକୃତି ସେମାନଙ୍କ ନିକଟରେ ନିର୍ଜୀବ ଏବଂ ଜଡ଼ ନୁହେଁ, ତାହା ଏକ ମହାଶକ୍ତି ।
ପ୍ରସଙ୍ଗଟି ମନଛୁଆଁ ଅଟେ ।
(ଖ) ‘‘ଭାରତର ସଭ୍ୟତା ଓ ଚିନ୍ତାର ଗତି କେତେକ ପରିମାଣରେ ବାହ୍ୟିକ ପ୍ରଭାବରେ ପରିବର୍ତିତ ହୋଇଛି ।’’
ଉ : ‘ ‘ ଭାରତର, ..... ହୋଇଛି ।’’
ଉକ୍ତ ଗଦ୍ୟଶଟି ‘ଆମ ସାହିତ୍ୟ’ ପୁସ୍ତକର ‘ବନବାଣୀ’ ପ୍ରବନ୍ଧରୁ ଆନୀତ । ଏହି ପ୍ରସଙ୍ଗରେ ଲେଖକ ଗୋପବନ୍ଧୁ ଦାସ ଭାରତର ପରିବର୍ତ୍ତିତ ସଭ୍ୟତା ଓ ଚିନ୍ତାର ଗତି ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ।
ଅରଣ୍ୟ ହେଉଛି ଭାରତୀୟ ସଭ୍ୟତାର କେନ୍ଦ୍ର । କେଉଁ ପ୍ରାଚୀନ କାଳରୁ ଭାରତୀୟ ସଭ୍ୟତାର ଯେଉଁ ଉନ୍ନତି ହୋଇଛି ତାହା କେବଳ ଏହି ଅରଣ୍ୟରୁ । ଭାରତର ମହାପୁରୁଷମାନେ ଅରଣ୍ୟକୁ ଆପଣାର ସାଧନା ଓ ସିଦ୍ଧିର ସ୍ଥାନ ରୂପେ ନିରୂପଣ କରିଥିଲେ । ଭାରତୀୟ ଭାବୁକମାନେ ପ୍ରକୃତିକୁ ଏକ ମହାଶକ୍ତିରୂପେ ଗ୍ରହଣ କରୁଥିଲେ । ଅରଣ୍ୟର ତରୁଲତା ଶ୍ରେଣୀରୁ ଭାବୁକମାନେ ନୀରବବାଣୀ ଶ୍ରବଣ କରୁଥିଲେ । କିନ୍ତୁ ବର୍ତ୍ତମାନ ଆଉ ସେସବୁ ନାହିଁ । ଭାରତର ସଭ୍ୟତା ଓ ଚିନ୍ତାର ଗତି କେତେକ ପରିମାଣରେ ବାହ୍ୟିକ ପ୍ରଭାବରେ ପରିବର୍ତ୍ତିତ ହୋଇଅଛି ।
ପ୍ରସଙ୍ଗଟି ମନଛୁଆଁ ଅଟେ ।
୪। ପ୍ରତ୍ୟେକ ଧାଡ଼ିରେ ତିନୋଟି ଏକ ଜାତୀୟ ଶବ୍ଦ ସହିତ ଗୋଟିଏ ଭିନ୍ନଜାତୀୟ ଶବ୍ଦ ମିଶି ରହିଛି । ଭିନ୍ନ ଜାତୀୟ ଶବ୍ଦଟିକୁ ଚିହ୍ନଟ କରି ଲେଖ ।
(କ) ଯୋଗୀ, ମୁନି, ଋଷି, ରୋଗୀ
ଉ : ରୋଗୀ
(ଖ) ପ୍ରୌଢ଼, ନାଗରିକ, ବାଳକ, ଯୁବକ
ଉ : ନାଗରିକ
(ଗ) ବନ, ଉପବନ, ଅରଣ୍ୟ, ପର୍ବତ
ଉ : ପର୍ବତ
(ଘ) କାବ୍ୟ, କିମ୍ବଦନ୍ତୀ, ନାଟକ, ପୁରାଣ
ଉ : କିମ୍ବଦନ୍ତୀ
(ଙ) ତରୁ, ବିହଙ୍ଗ, ଦ୍ରୁମ, ମହାଦ୍ରୁମ
ଉ : ବିହଙ୍ଗ
୫। ତଳେ ‘କ’ ଓ ‘ଖ’ ସ୍ତମ୍ଭରେ କିଛି ଶବ୍ଦ ଦିଆଯାଇଛି । ସେମାନଙ୍କ ମଧ୍ୟରୁ ପରସ୍ପର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ବାକ୍ୟ କର ।
ଉ: ଅରଣ୍ୟ ପ୍ରଦେଶ = ଅରଣ୍ୟ ପ୍ରଦେଶରେ ମୁନିଋଷିମାନେ ସାଧନା କରନ୍ତି |
ତରୁ ଛାୟା = ତରୁ ଛାୟାରେ ଶାନ୍ତି ମିଳେ ।
ଚିନ୍ତାସ୍ରୋତ = ହଠାତ୍ ମୋର ସ୍ରୋତରେ ବାଧା ଚିନ୍ତା ପହଞ୍ଚିଲା ।
କାର୍ଯ୍ୟକ୍ଷେତ୍ର = ତୁ ମେ କାର୍ଯ୍ୟକ୍ଷେତ୍ରରେ ଦକ୍ଷତ ଦେଖାଇବା ଉଚିତ ।
ସାଧନାପୀଠ = ଶାନ୍ତି ନି କେତନ ରବୀନ୍ଦ୍ର ନାଥଙ୍କ ସାଧନା ପୀଠ ଥିଲା ।
୬। ବନ୍ଧନୀରୁ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କରି ପାଠଟିକୁ ପୂର୍ଣ୍ଣ ଭାବରେ ଲେଖ :
(ଅଜ୍ଞାତ, ନୀରବ, ଭାବୁକ, ସାଧନା)
ପ୍ର/ ଉ : ମହାଭାରତରେ ପଞ୍ଚୁ ପାଣ୍ଡବଙ୍କୁ ମଧ୍ୟ ରାଜ୍ୟ ଲାଭ ପୂର୍ବରୁ ଅଜ୍ଞାତ ବନବାସରେ ଏହିପରି ଦୀର୍ଘ ସାଧନା ମଧ୍ୟଦେଇ ଯିବାକୁ ପଡ଼ିଅଛି । କେଜାଣି, ଅରଣ୍ୟର ତରୁଲତା ଶ୍ରେଣୀ ଭାରତୀୟ ଭାବୁକ କାନରେ କି ନୀରବ ବାଣୀ କହୁଥିଲେ ।
୭ | ତଳକୋଠରି ମାନଙ୍କରେ କେତୋଟି ଅକ୍ଷର ଦିଆଯାଇଛି । ପ୍ରତି ଧାଡ଼ିରୁ ଅକ୍ଷରମାନଙ୍କୁ ନେଇ କେତୋଟି ଦୁଇ ଓ ତିନି ଅକ୍ଷର ବିଶିଷ୍ଟ ଶବ୍ଦ ତିଆରି
ଉ : ସାଧବ, ସାଧନ, ବନ, ଧନ, ସାନ, ବସା, ନବ
ସ୍ଵନ, ନଗର, ନର, ସ୍ବର
ରସ, ସଭ୍ୟ, ସର, ମର
ଅର୍କ, ସମ୍ପର୍କ
ଦର୍ଶନ, ମନ, ମଦନ, ଦମନ
୮। ପ୍ରତି ବାକ୍ୟର କିଛି ଅଂଶ ‘କ’ ସ୍ତମ୍ଭରେ ଓ କିଛି ଅଂଶ ‘ଖ’ ସ୍ତମ୍ଭରେ ଦିଆଯାଇଛି । ଦୁଇ ସ୍ତମ୍ଭରେ ପରସ୍ପର ସମ୍ପର୍କ ଥିବା ବାକ୍ୟାଶକୁ ଏକାଠି ମିଳାଇ ଲେଖି ।
ଉ: ‘କ’ ‘ଖ’
ପ୍ରକୃତି ସେମାନଙ୍କ ନିକଟରେ ନିର୍ଜୀବ ଏବଂ ଜଡ଼ ନୁହେଁ
ବନ ବାଣୀ ହିଁ ଭାରତର ବାଣୀ
ଶତଶତ ଶିଷ୍ୟଙ୍କ ବେଦଧ୍ଵନିରେ ବନପ୍ରଦେଶ ମୁଖରିତ
ହେଉନାହିଁ
ଅରଣ୍ୟ ହିଁ ସେମାନଙ୍କର । ହିଁ ସାଧନାପୀଠ ଥିଲା
ବନସ୍ପତିର ମାହାତ୍ମ୍ୟ ପ୍ରାଣରେ ଅନୁଭବ କରୁଥିଲେ
୯। ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକ ମଧ୍ୟରୁ ନିର୍ଭୁଲ
ଶବ୍ଦଗୁଡ଼ିକୁ ବାଛି ଲେଖ :
(କ) ଜାତିୟ, ଜାତୀୟ, ଯାତୀୟ
(ଖ) ବିଶେଷ, ବିଷେଶ, ବିଶେଷ
(ଗ) ବାଲ୍ମିକୀ, ବାଲ୍ମୀକି, ବାଲ୍ମୀକି (ଘ) ନୀର୍ଜିବ, ନିର୍ଜିବ, ନିର୍ଜୀବ
ଉ:(କ) ଜାତୀୟ (ଖ) ବିଶେଷ (ଗ) ବାଲ୍ମୀକି (ଘ) ନିର୍ଜୀବ
No comments:
Post a Comment