Meher Sir Bada dina odia rachana | Odia rachana | Christmas Day Odia Rachana Christmas day essay in odia | ବଡ଼ ଦିନ ଓଡ଼ିଆ ରଚନା | badadina odia Rachana | Badadina parba,bada dina parba rachana | badadina parba essay| bada dina parba | badadina parba odia rachana.
Bada dina odia rachana | Odia rachana | ବଡ଼ଦିନ ପର୍ବ
ଉପକ୍ରମ
ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିବାରୁ ଅନ୍ୟ ପର୍ବଭଳି ବଡ଼ଦିନ ପର୍ବକୁ ସମଗ୍ର ଭାରତବର୍ଷରେ ଛୁଟି ଘୋଷଣା କରାଯାଇଛି। ତେଣୁ ଅନ୍ୟ ଧର୍ମାବଲମ୍ବୀ ଲୋକମାନେ ଏହି ପର୍ବକୁ ପାଳନ ନ କଲେ ମଧ୍ୟ ବଡ଼ଦିନ ପର୍ବପାଳନରେ ଆନ୍ତରିକତାର ସହିତ ଖ୍ରୀଷ୍ଟିୟାନ୍ଧଧର୍ମୀ ଲୋକମାନଙ୍କୁ ସହଯୋଗ କରନ୍ତି। ସ୍ନେହ, ପ୍ରେମ ଓ ମୈତ୍ରୀଭାବ ସ୍ଥାପନର ଏହା ଏକ ନିଦର୍ଶନ। ଧର୍ମନିରପେକ୍ଷତାର ଏହା ଏକ ଶୁଭ ସଂକେତ।
ବଡ଼ଦିନ ପର୍ବ ପାଳନ
ବଡ଼ଦିନ ଏକ ଖ୍ରୀଷ୍ଟିଆନ୍ ପର୍ବ ହୋଇଥିବାରୁ ଖ୍ରୀଷ୍ଟିଆନ୍ମାନେ ଏହି ପର୍ବକୁ ନିଷ୍ଠାର ସହିତ ପାଳନ କରନ୍ତି। ସେଦିନ ସେମାନେ ଦଳ ଦଳ ହୋଇ ଗୀର୍ଜାକୁ ଯା’ନ୍ତି। ସେଠାରେ ସେମାନେ ଯୀଶୁଖ୍ରୀଷ୍ଟଙ୍କ ପୁଣ୍ୟ ସ୍ମୃତିକି ମନ ମଧ୍ୟରେ ସ୍ଥାନ ଦେବା ସଙ୍ଗେ ସଙ୍ଗେ ପରମପିତା ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରନ୍ତି। ଉପରକୁ ହାତ ଟେକି କହନ୍ତି—‘ହେ ପରମପିତା, ଆମ୍ଭମାନଙ୍କୁ ପ୍ରେମ କର।''
ବଡ଼ଦିନ ପର୍ବରେ ଖ୍ରୀଷ୍ଟିଆନ୍ ସମାଜ
ବଡ଼ଦିନ ପର୍ବରେ ଖ୍ରୀଷ୍ଟିଆନ୍ମାନଙ୍କ ଆନନ୍ଦ କହିଲେ ନ ସରେ। ସେଦିନ ପରମ ଆନନ୍ଦରେ ସେମାନେ ବିଭୋର ହୋଇଉଠନ୍ତି। ସ୍ଵଚ୍ଛ ସୁନ୍ଦର ପରିଧାନମାନ ପରିହିତ ହୋଇ ସେମାନେ ବଡ଼ ସୁନ୍ଦର ଦେଖାଯାଆନ୍ତି। ଖ୍ରୀଷ୍ଟିଆନ୍ ବାଳିକାମାନେ ସେମାନଙ୍କୁ ସୁନ୍ଦର ଭାବରେ ସଜେଇ ସେମାନଙ୍କ ବବ୍ କେଶକୁ ସୁନ୍ଦର ଭାବରେ କୁଣ୍ଡେଇ ପ୍ରଜାପତି ଉଡ଼ି ବୁଲିଲା ପରି ଆନନ୍ଦରେ ଏପାଖ ସେପାଖ ହେଉଥାନ୍ତି । ସେଦିନ ଖ୍ରୀଷ୍ଟିଆନ୍ ବାଳକମାନେ ଭଲ ଭଲ ପୋଷାକ ପିନ୍ଧି ଅନ୍ୟାନ୍ୟ ଦିବସ ଅପେକ୍ଷା ଅଧିକ ତାଜା (Smart) ଦେଖାଯାଆନ୍ତି। ବଡ଼ଦିନ ଉପଲକ୍ଷେ ଖ୍ରୀଷ୍ଟିଆନ୍ ଯୁବକଯୁବତୀ, ତରୁଣତଗୁଣୀ ଓ ବାଳକ ବାଳିକାମାନେ ନିଜ ନିଜର ପରିଚିତ ବ୍ୟକ୍ତିମାନଙ୍କ ପାଖକୁ ବିଭିନ୍ନ ମାଧ୍ୟମରେ ବିଶେଷତଃ ଡାକଯୋଗେ ଅଭିବାଦନ ପତ୍ର (Greeting-card) ମାନ ପଠାଇଥା’ନ୍ତି। ଅନେକେ ପରସ୍ପର ମଧ୍ୟରେ ଉପହାରମାନ ବିନିମୟ କରନ୍ତି। ପରସ୍ପରର ଗୃହକୁ ଗମନ କରି ବଡ଼ଦିନ ଶୁଭେଚ୍ଛା ଜଣାଇଥାନ୍ତି। ସୁହୃଦମାନଙ୍କ ସହିତ ଏକ ଟେବୁଲ୍ରେ ଭୋଜନ କରନ୍ତି। ପିଠାପଣା ସହିତ ବଡ଼ଦିନ କେକ୍ ଖାଇବାରେ ବେସ୍ ମଜା ଥାଏ।
ଶେଷ କଥା
ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିବସ ହୋଇଥିବାରୁ ବଡ଼ଦିନଟି ଖ୍ରୀଷ୍ଟିଆନ୍ମାନଙ୍କ ପାଇଁ ଏକ ଅବିସ୍ମରଣୀୟ ଦିବସ, ଏହି ଦିବସଟି ସେମାନଙ୍କ ପାଇଁ ମହାପବିତ୍ର ଓ ମହା ଆନନ୍ଦମୟ। ଯୀଶୁଖ୍ରୀଷ୍ଟଙ୍କୁ ସ୍ମରଣ କରୁ କରୁ ଆନନ୍ଦରେ ଆତ୍ମହରା ହୋଇ ସେମାନେ ଗାଆନ୍ତି –
‘‘ଯୀଶୁ ଆମର;
ଆମେ ଯୀଶୁଙ୍କର।’’
No comments:
Post a Comment